Digital Odia TV

Digital Odia TV ଦେଶ ବିଦେଶ ସହ ନିଜ ଅଞ୍ଚଳର ଖବର ପ୍ରତି ମୁହୂର୍ତ୍ତରେ ଆପଣଙ୍କ ପାଖରେ । ଏହି ଚେନାଲ ମାଧ୍ୟମରେ ପ୍ରତିଦିନ କିଛି ନୂଆ ନୂଆ ଘଟଣା ଦେଖିବାକୁ ପାଇବେ।

25/09/2024

ଆମଣାକୁଦ ନିକଟରେ ନିଆଁ ଲାଗି ଜଳିଗଲା ଡାଲି ଟ୍ରକ୍। Digital Odia TV / Cuttack News / Fire Accident / Truck Fire Accident / Fire Sefty / pulse truck / Fire Truck / Od...

10/09/2024

ମାଲକାନଗିରିରେ ଜଳ ପ୍ରଳୟ। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାର ପୋଟେର....

02/09/2024

ଗଣେଶ ପୂଜାକୁ ନିମନ୍ତ୍ରିତ ହେଲେ ମୁଖ୍ୟମନ୍ତ୍ରୀ | Digital Odia TV | talcher news ...

02/09/2024

ସିଡିପିଓଙ୍କୁ ଜିବନ ଅସୁରକ୍ଷିତ, ମିଳୁଛି ହତ୍ୟା ଧମକ। CDPO is receiving death threats / Digital Odia TV | Kendrapara news | rajnagar news | cdpo | supervisor | angan...

02/09/2024

ନିଶା ନିବାରଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର।ସମ୍ପୂର୍ଣ ନିଶା ନିବାରଣ ଆଇନ ଲାଗୁ କରିବା ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭ...

02/09/2024

ଆସିଲା ସାଙ୍ଘାତିକ ଖବର ଛୋଟ ପିଲାଙ୍କ ଜୀବନ ନେଇପାରେ ମୋବାଇଲ୍ ଫୋନ୍। Don't Give Mobile Phone to your kids / digital Odia TV ...

16/08/2024

https://chat.whatsapp.com/Hxn5xX2XvdX6Ay74vTxar6

Digital Odia TV WhatsApp Group Link
ଏହି ଗ୍ରୁପରେ ଦେଶ ବିଦେଶ ଏବଂ ଆପଣଙ୍କ ଅଞ୍ଚଳର ନିଉଜ ଭିଡିଓ ଏବଂ ପେପର ସର୍ବପ୍ରଥମେ ପାଇ ପାରିବେ, ତେଣୁ ଆମ WhatsApp Group Link Click କରନ୍ତୁ।

ବିଧାନସଭାରେ ରାଜ୍ୟ ବଜେଟ
26/07/2024

ବିଧାନସଭାରେ ରାଜ୍ୟ ବଜେଟ

25/07/2024

ଗର୍ଜିଲେ ମୁକେଶ, ଭୟରେ ଦୈଡିଲେ ବିଜେ

ଆଜିର ଦର୍ଶନ ମାଁ, 🙏ଜୟ ମାଁ ବିରଜା 🚩
25/07/2024

ଆଜିର ଦର୍ଶନ ମାଁ, 🙏ଜୟ ମାଁ ବିରଜା 🚩

ଫେସବୁକ ର ସମସ୍ତ ବନ୍ଧୁ ମାନେ ଏହି ନୁଆ ହେଇଥିବା ନିଉଜ ଚେନାଲ ଟିକୁ ସବସ୍କ୍ରାଇବ କରନ୍ତୁ, କାରଣ ଏହି ଚେନାଲ ମାଧ୍ୟମରେ ଆପଣ ମାନେ ଟିକିନିଖି ଖ...
24/07/2024

ଫେସବୁକ ର ସମସ୍ତ ବନ୍ଧୁ ମାନେ ଏହି ନୁଆ ହେଇଥିବା ନିଉଜ ଚେନାଲ ଟିକୁ ସବସ୍କ୍ରାଇବ କରନ୍ତୁ, କାରଣ ଏହି ଚେନାଲ ମାଧ୍ୟମରେ ଆପଣ ମାନେ ଟିକିନିଖି ଖବର ସର୍ବପ୍ରଥମେ ଦେଖିବାକୁ ପାଇବେ। Please subscribe this channel. Digital Odia TV
https://www.youtube.com/-10

https://www.youtube.com/-10

ଭାରତର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ। ତେବେ ବର୍ତ୍ତମାନ କେତେକ ରାଜନେତା ଓ ପୁଞ୍ଜି ପତିଙ୍କ ପାଇଁ ଗଣମାଧ୍ୟମ କଳୁଷିତ ଓ କଳଙ୍କି.....

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ।ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅଞ୍ଚଳବାସୀଙ୍କ ଜୀବନ ଜୀବିକାର ମୁଖ୍ୟ ଆୟୁ...
24/07/2024

ଅନୁକଳ ବର୍ଷା ସତ୍ତ୍ବେ ଶ୍ରମିକ ଅଭାବରେ ସରୁନି ଧାନରୁଆ କାର୍ଯ୍ୟ।

ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅଞ୍ଚଳବାସୀଙ୍କ ଜୀବନ ଜୀବିକାର ମୁଖ୍ୟ ଆୟୁଧ ହେଉଛି କୃଷି। କୃଷି ଉପରେ ନିର୍ଭର କରୁଛନ୍ତି ୯୦ ପ୍ରତିଶତରୁ ଉର୍ଦ୍ଧ ପରିବାର। ଧାନ ଓ ମକା ଚାଷ ଏହି ଅଞ୍ଚଳର ପ୍ରମୁଖ ଚାଷ। ଜଳସେଚନ ସୁବିଧା ଯଥେଷ୍ଟ ପରିମାଣରେ ନଥିବାରୁ ବର୍ଷା ପାଣି ଉପରେ ନିର୍ଭର କରୁଛନ୍ତି ଚାଷୀ। ଚଳିତ ବର୍ଷ ବିଳମ୍ବରେ ମୌସୁମୀ ଆସିଥିବାରୁ ଧାନ ରୁଆ କାର୍ଯ୍ୟ ଏବେ ବି ୪୦ ପ୍ରତିଶତ ଜମିରେ ଧାନ ରୁଆ ହୋଇପାରି ନାହିଁ। ଏହି ସପ୍ତାହେ ହେବ ଧାନ ରୁଆ ପାଇଁ ଅନୁକୂଳ ବର୍ଷା ହେଉଥିବା ବେଳେ ଶ୍ରମିକ ଅଭାବରେ ଆଗେଇ ପାରୁନି ଧାନ ତୋଳି ରୁଆ କାର୍ଯ୍ୟ। ସରକାରୀ ସୂଚନା ନୁ ସାରେ ବ୍ଲକରେ ରହିଛନ୍ତି ସମୁଦାୟ ୨୮,୬୪୦ ଧାନ ଓ ମକା ଚାଷୀ। ଧାନ ଜମିର ପରିମାଣ ୮,୬୫୨ ହେକ୍ଟର ରହିଥିବା ବେଳେ ସେଥିମଧ୍ୟରୁ ୧୭୬୨ ହେକ୍ଟର ଜମିରେ ଧାନ ବୁଣା ସରିଛି। କେବଳ ୬ ଶହ ହେକ୍ଟର ଜମିରେ ବେଉଷଣ କାର୍ଯ୍ୟ ସରିଛି। ଜୁନ ମାସରେ ସ୍ୱଳ୍ପ ବୃଷ୍ଟିପାତ ୨୫୨ ମିଲିମିଟର ବର୍ଷା ହୋଇଥିଲା। ଯେଉଁ କୃଷକ ଭାଇ ଧାନ ତୋଳି ପକାଇଥିଲେ ସେମାନଙ୍କ ତୋଳି ୩୦ ରୁ ଉର୍ଦ୍ଧ ଦିନ ହେବା ଫଳରେ ବୁଢ଼ା ତୋଳି କୁ ରୋପଣ କରି ଶସ୍ୟ ଅମଳ କମିବା ଆଶଙ୍କାରେ ରହିଛନ୍ତି ଚାଷୀ। ୩୦୦୦ ରୁ ଉର୍ଦ୍ଧ ହେକ୍ଟର ଜମିରେ ଶ୍ରମିକ ଅଭାବରେ ରୁଆ କାର୍ଯ୍ୟ ଶେଷ ହୋଇନଥିବା ଦେଖିବାକୁ ମିଳୁଛି। ସାମ୍ପ୍ରାତୀକ ଲଘୁଚାପ ପ୍ରଭାବରେ ଗତ ୭ ଦିନ ଧରି ଝିପିରି ବର୍ଷା ଲାଗି ରହିଛି। ଯାହା ଫଳରେ ରୁଆ କାର୍ଯ୍ୟ ପାଇଁ ଅନୁକୂଳ ପାଗ ସୃଷ୍ଟି ହୋଇଛି। ହେଲେ ଏକକାଳୀନ ସମସ୍ତ ଧାନ ଚାଷୀ ନିଜ ଜମିରେ ଧାନ ରୁଆ କାର୍ଯ୍ୟ ରେ ବ୍ୟସ୍ତ ରହିବାରୁ ଘୋର ଶ୍ରମିକ ଅଭାବ ଦୃଷ୍ଟିଗୋଚର କୁ ଆସିଛି। ନିଜ ନିଜ ଜମିର କାର୍ଯ୍ୟ ସରିଲେ ଅନ୍ୟ ଜମିରେ ମୂଳ ଲାଗିବାକୁ କହୁଛନ୍ତି ଶ୍ରମିକ। ଯାହା ଫଳରେ ସମ୍ପୂର୍ଣ ଶ୍ରମିକ ଉପରେ ନିର୍ଭର କରୁଥିବା ଚାଷୀ ଗାଁ ଗାଁ ଦୁରବାଟ ବୁଲି ଶ୍ରମିକ ଖୋଜୁଛନ୍ତି। କେଉଁଠି ଦଳ ଟେ ମିଳିଗଲେ ସେମାନଙ୍କ ଗାଁ ରୁ ଜମି ପର୍ଯ୍ୟନ୍ତ ଗାଡି ଭଡା ଅତିରିକ୍ତ ଖର୍ଚ୍ଚ ଦେଇ ଆଣିବାକୁ ପଡୁଛି। ଦଳ ଦଳ ଶ୍ରମିକଙ୍କୁ ଦେଖି ଅଗ୍ରୀମ ଟଙ୍କା ଯାଚୁଛନ୍ତି। ସମୁଦାୟ ଧାନ ଜମିରୁ ପ୍ରାୟ ୭ ହଜାର ହେକ୍ଟର ଜମିରେ ଧାନ ରୁଆ ସରିଥିବା ବେଳେ ୩ ହଜାର ରୁ ଉର୍ଦ୍ଧ ଜମିରେ ରୁଆ କାର୍ଯ୍ୟ ହୋଇପାରିନାହିଁ। ଏହି ଅଞ୍ଚଳରେ ଏକର ପ୍ରତି ୬ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ଚାଷୀ ଭାଇ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଅନୁକୂଳ ବର୍ଷା କାଳେ ଘୁଞ୍ଚିଯିବ ସେଇ ଆଶଙ୍କାରେ ଧାନ ରୁଆ କାର୍ଯ୍ୟରେ ସମସ୍ତ ଚାଷୀ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି। ବ୍ଲକ କୃଷି ଅଧିକାରୀ ଗଜାନନ ସାହୁଙ୍କ ସୂଚନା ପ୍ରକାରେ ଚଳିତ ମାସରେ ୨୫୫ ମିଲିମିଟର ସ୍ଵାଭାବିକ ବୃଷ୍ଟିପାତ ହୋଇଥିବା କହିଛନ୍ତି। ସରକାରୀ ସୂଚନା ପ୍ରକାରେ ବ୍ଲକରେ ଜଳସେଚନ ସୁବିଧା ଥିବା ଜମିର ପରିମାଣ ୪୭୨୬ ହେକ୍ଟର ଥିବା ବେଳେ ୭୫ ପ୍ରତିଶତ ରୁ ଉର୍ଦ୍ଧ ଜମିରେ ବର୍ଷା ପାଣି କୁ ଭରସା କରି ଚାଷ କରିବାକୁ ପଡୁଛି। ଯାହାକି ଚାଷୀର ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଛି। ବ୍ଲକର ଚାଷ ଜମିର ପରିମାଣ ୧୭ ,୩୫୦ ହେକ୍ଟର ଜମି ରହିଛି। ସେଥିମଧ୍ୟରୁ ୭୯୫୦ ହେକ୍ଟର ଜମିରେ ମକା ଚାଷ ହେଉଥିବା ବେଳେ ୮୬୫୨ ହେକ୍ଟର ଜମିରେ ଧାନ ଚାଷ ହେଉଛି। ନିଜ ଜମିର ଚତୁର୍ପାର୍ଶ୍ୱରେ ଥିବା ଧାନ ବିଲରେ ଧାନ ରୁଆ ସରିଥିବା ବେଳେ ନିଜ ଜମିରେ ତୋଳି ରୁଆ ପାଇଁ କାଦୁଅ ପ୍ରସ୍ତୁତ ଲାଗି ଟ୍ରାକ୍ଟର,ପାୱାର ଟିଲର ଓ ହଳ ଲଙ୍ଗଳ ନେବାରେ ସମସ୍ୟା ଦେଖାଦେଉଛି। ଧାନ ଚାଷ ପାଇଁ ଆବଶ୍ୟକ ଅନୁସାରେ ରାସାୟନିକ ସାର ଉପଲବ୍ଧ ଥିବା ବ୍ଲକ କୃଷି ଅଧିକାରୀ ଗଜାନନ ସାହୁ ସୂଚନା ଦେଇଛନ୍ତି। ନିଜ ନିଜ କ୍ଷେତରେ ରୁଆ କାର୍ଯ୍ୟ ଶେଷ କରିବାକୁ ପୁରୁଷ ମହିଳା ଯୁବକ ଯୁବତୀ ଅଣ୍ଟା ଭିଡିଛନ୍ତି । ଅନ୍ୟପକ୍ଷେ ଶ୍ରମିକ ଉପରେ ନିର୍ଭର କରୁଥିବା ଚାଷୀ ପରିବାର ଶ୍ରମିକ ଚିନ୍ତାରେ ନିରାଶ ହେଉଥିବା ଦେଖିବାକୁ ମିଳିଛି।

ଆଦର୍ଶ ବିଦ୍ୟାଳୟ ଆଗରେ ଜମୁଛି ବର୍ଷା ପାଣି ,ପ୍ରତିକାର ପାଇଁ ଦାବୀ ।ଧରାକୋଟ  ବ୍ଲକ ର ଓଡ଼ିଶା  ଆଦର୍ଶ ବିଦ୍ୟାଳୟ କୁଷଗୁମା  ଆଗରେ ବର୍ଷା ପାଣି...
24/07/2024

ଆଦର୍ଶ ବିଦ୍ୟାଳୟ ଆଗରେ ଜମୁଛି ବର୍ଷା ପାଣି ,ପ୍ରତିକାର ପାଇଁ ଦାବୀ ।

ଧରାକୋଟ ବ୍ଲକ ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୁଷଗୁମା ଆଗରେ ବର୍ଷା ପାଣି ଜମି ରହିଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି । ବିଦ୍ୟାଳୟ ଆଗରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଧରାକୋଟ ହରିପୁର ରାସ୍ତା ଯାଇଛି । କିନ୍ତୁ ଆଦର୍ଶ ବିଦ୍ୟାଳୟ ଆଗରେ ଡ୍ରେନ ନଥିବା ଯୋଗୁଁ ବିଦ୍ୟାଳୟ ଭିତର ଓ ବାହାର ପଟର ବର୍ଷା ପାଣି ଜମି ରହିଛି । ଏଣୁ ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ର, ଛାତ୍ରୀ ମାନେ କାଦୁଅ ପାଣିରେ ବିଦ୍ୟାଳୟ ଭିତରକୁ ଯିବା ଆସିବା କରୁଛନ୍ତି । ଏହା ମଧ୍ୟରେ ପାଣି ଭିତରେ ମୋରମ ପକାଇ ଏକ ଫୁଟର ଅସ୍ଥାୟୀ ରାସ୍ତା ତିଆରି କରାଯାଇଛି । ଛାତ୍ର ଛାତ୍ରୀ ମାନେ ଏହି ସଂକୀର୍ଣ୍ଣ ରାସ୍ତାରେ ଯାତାୟାତ କରିବା ବେଳେ ଭାରସାମ୍ୟ ହରାଇ ପଡ଼ି କାଦୁଅ ସରସର ହୋଇ ବିଦ୍ୟାଳୟ କୁ ଯାଇଛନ୍ତି । ଏଣୁ ଆଦର୍ଶ ବିଦ୍ୟାଳୟ ଆଗରେ ବର୍ଷା ପାଣି ନ ଜମିବା ପାଇଁ ସ୍ଥାୟୀ ପ୍ରତିକାର କରିବା ପାଇଁ ଅଭିଭାବକ ମାନେ ଦାବୀ କରିଛନ୍ତି।

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଉମୁରାହାଣ୍ଡି ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ  ...
24/07/2024

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ।

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଉମୁରାହାଣ୍ଡି ଗ୍ରାମରେ ବିଷାକ୍ତ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ନେଇ ମଙ୍ଗଳବାର ରାତ୍ରିରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଉମୁରହାଣ୍ଡି ଗ୍ରାମର ଦେବୀସିଂ ଭତ୍ରା (୩୧) ମଙ୍ଗଳବାର ସକାଳ ୮ ଘ. ସମୟରେ ନିଜ ଜମିକୁ ହିଡ ସଜାଡିବାକୁ ଯାଇଥିଲେ | ଜମିରେ ହିଡ ସଜାଡୁଥିବା ସମୟରେ ଦେବୀସିଂଙ୍କ ଡାହାଣ ଗୋଡ ପାଦରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା | ଦେବୀସିଂ ଜମିରୁ ଘରକୁ ଆସି ପରିବାର ଲୋକ ଙ୍କୁ ସାପ କାମୁଡି ଥିବା କହିଥିଲେ | ସଙ୍ଗେ ସଙ୍ଗେ ପରିବାର ଲୋକେ ଦେବୀସିଂ ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ଅପରାହ୍ନରେ ଦେବିସିଂଙ୍କ ମୃତ୍ୟୁ ଘଟିଥିଲା | ଏନେଇ ମୃତକର ସାନ ଭାଇ ଗୋପାଳ ଭତ୍ରା ମଙ୍ଗଳବାର ରାତ୍ରିରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ବୁଧବାର ସକାଳେ ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

24/07/2024

ଚାଷୀଙ୍କ ପାଇଁ କାଳ ସାଜିଲା ଲୁଣି ପାଣି । rajnagar | Kendrapara| sald water | odisha cultivation | salt water for farmers ...

24/07/2024

ଭରା ନଦୀରେ ଭାସିଗଲେ ଯୁବକ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଏନଏସି ଅଫିସ୍ ସମ୍ମୁଖରେ ପୌରାଞ୍ଚଳ ୱାର୍ଡ଼ କୋର୍ଡ଼ନେଟରଙ୍କ ବିକ୍ଷୋଭ ଆସିକା ଏନ ଏ ସିରେ  ନିଯୁକ୍ତି ହୋଇଥିବା ୱାଡ଼ି କୋଡ଼ିନେଟର ମାନେ ସେମାନଙ...
23/07/2024

ଏନଏସି ଅଫିସ୍ ସମ୍ମୁଖରେ ପୌରାଞ୍ଚଳ ୱାର୍ଡ଼ କୋର୍ଡ଼ନେଟରଙ୍କ ବିକ୍ଷୋଭ

ଆସିକା ଏନ ଏ ସିରେ ନିଯୁକ୍ତି ହୋଇଥିବା ୱାଡ଼ି କୋଡ଼ିନେଟର ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଏନ ଏ ସି ଆଗରେ କିଛି ସମୟ ପାଇଁ ବିକ୍ଷୋଭ କରିଥିଲେ । ନିଖିଳ ଓଡିଶା ପୌର ଓ୍ବାର୍ଡ କୋଡ଼ିନେଟର ୟୁନିୟନ ଆସିକା ପକ୍ଷରୁ ସେମାନଙ୍କ ଦାବୀ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଗୁହାରି ଜଣାଇଥିଲେ । ଆସନ୍ତା ୨୯ ତାରିଖ ଦିନ ସାରା ଓଡ଼ିଶାର ଏହି କର୍ମଚାରୀ ମାନେ ବିଧାନସଭା ଚାଲ ଡାକରା ଦେଇଛନ୍ତି ।ଦୀର୍ଘ ଏକ ବର୍ଷ ହେଲା ୱାର୍ଡ଼ କୋଡ଼ିନେଟର ମାନେ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଦରମା ମିଳୁନାହିଁ । ଏଥି ସହିତ ବକେୟା ପାରିଶ୍ରମିକ ରାଶି ଶୀଘ୍ର ଦେବାକୁ ଦାବୀ କରିଛନ୍ତି । ଏମାନଙ୍କ କାର୍ଯ୍ୟ ଓ ଦରମା ସମ୍ପର୍କରେ ୟୁଏଲବିର ନିର୍ବାହୀ ଅଧିକାରୀ ବା କମିଶନରଙ୍କୁ ପଚାରିବାରୁ ସେମାନଙ୍କ ଦରମା ଟଙ୍କା ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦେଶ ବା ଚିଠି ଆସିନଥିବାରୁ କୁହାଯାଉଛି। ଏଭଳି ପରିସ୍ଥିତିରେ ୱାର୍ଡ଼ କାର୍ଡିନେଟର ଭାବେ ନିୟୋଜିତ ପୌରାଞ୍ଚଳ ୱାର୍ଡ଼ କାର୍ଡିନେଟରମାନଙ୍କ ଚାକିରୀ ସମସ୍ୟାର ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଗତ ବିଜେଡି ସରକାର ନିର୍ବାଚନକୁ ଆଖୁ ଆଗରେ ରଖ୍ ମିଶନ ଶକ୍ତି ଦଳର ଜଣେ ମହିଳା ଙ୍କୁ ୱାର୍ଡ କୋଡିନେଟର ପଦ ରେ ନିଯୁକ୍ତି କରି ଏନ ଏ ସି ବା ପୌରାଞ୍ଚଳର ଅଧୁକାଂଶ କାମ କରିବାକୁ ସ୍ଥିର କରିଥିଲା ନିଯୁକ୍ତି ପାଇଥିବା ଏସ ହେଚ ଜି କୁ ମଧ୍ୟ କିଛି ଆକ ଅନୁଦାନ ଦେବା ବ୍ୟବସ୍ତା କରିଥିଲା । ହେଲେ କୌଣସି ଅଫିସକୁ ଏହାର ସମ୍ପୂର୍ଣ ନିର୍ଦ୍ଦେଶନାମା ଆସିନଥୁବାରୁ ବର୍ଷେ ହେଲା ୱାର୍ଡ କୋଡିନେଟର ମାନେ ନା କୌଣସି କାମ କରି ପାରୁଛନ୍ତି ନା ସେମାନଙ୍କୁ ପାରିଶ୍ରମିକ ରାଶି ମିଳୁଛି । ବର୍ତମାନର ସରକାର ଏମାନଙ୍କ ବିଷୟରେ ନିଷ୍ପତି ନେବାକୁ ଅନାଇଛନ୍ତି।

ନୂତନ ବଜେଟ ରେ କାହାକୁ କେତେ ମିଳିଲା ଆସନ୍ତୁ ଜାଣିବା।
23/07/2024

ନୂତନ ବଜେଟ ରେ କାହାକୁ କେତେ ମିଳିଲା ଆସନ୍ତୁ ଜାଣିବା।

Address

Kendrapara

Website

Alerts

Be the first to know and let us send you an email when Digital Odia TV posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Nearby media companies


Other News & Media Websites in Kendrapara

Show All