Anwesan news

Anwesan news NEWS STORY

କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଓଡିଶାର ସର୍ବ ପ୍ରଥମ ସିଏନଜି ସେବା ଆଜି ଆରମ...
04/11/2023

କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଓଡିଶାର ସର୍ବ ପ୍ରଥମ ସିଏନଜି ସେବା ଆଜି ଆରମ୍ଭ ହୋଇଯାଇ଼ଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ଗରାପୁର ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ପ୍ରାଙ୍ଗଣରେ ପ୍ରାକ୍ତନ ବିଧାୟିକା ଡଃ. ସିପ୍ରା ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସିଏନଜି ସେବାକୁ ଉଦଘାଟନ କରି ଶୁଭାରମ୍ଭ କରିଥିଲେ । ଏଥିରେ ଭାରତ ପେଟ୍ରୋଲିୟମର ରାଜ୍ୟ ମୁଖ୍ୟ ପ୍ରିୟଦର୍ଶି ପଣ୍ଡା ଯୋଗଦେଇ ପେଟ୍ରୋଲ ଓ ଡିଜେଲ ତୁଳନାରେ ସିଏନଜି ଗ୍ୟାସର ଉପକାରିତା ସମ୍ପର୍କରେ ବୁଝାଇ ଥିଲେ । ଶ୍ରୀ ପଣ୍ଡା କହିଥିଲେ ଯେ ପେଟ୍ରୋଲ ଓ ଡିଜେଲ ତୁଳନାରେ ସିଏନଜି କମ ବ୍ୟୟ ବହୁଳ ହେଉଥିବାରୁ ଏହା ଦ୍ୱାରା ଗାଡିର ମାଇଲେଜରେ ମଧ୍ୟ ୮୦ପ୍ରତିଶତ ବୃଦ୍ଧି ହୋଇଥାଏ । ସର୍ବୋପରି ଏହା ପ୍ରଦ୍ୟୁଷଣ ମୁକ୍ତ ବାୟୁମଣ୍ଡଳ ସୃଷ୍ଟି କରିବାରେ ଅନେକ ମାତ୍ରାରେ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମରେ ଭାରତ ପେଟ୍ରୋଲିୟମର ଟେରିଟୋରୀ ମ୍ୟାନେଜର (ରିଟେଲ) ଅଙ୍କୁର ମିଶ୍ର, ଟେରିଟୋରୀ ମ୍ୟାନେଜର (ଗ୍ୟାସ) ଉଦୟନାଥ ସେଠୀ, ଇଞ୍ଜିନିଅରିଂ ମୁଖ୍ୟ(ଓଡିଶା) ଗଣେଷ ଜଗଦଲେ, ଆସିଷ୍ଟାଣ୍ଟ ସେଲସ ମ୍ୟାନେଜର(ସିଏନଜି) ଫୈଜ ଅଲ୍ଲୀ, ସିଏନଜି ଇଞ୍ଜିନିଅର ପୃଥ୍ୱୀରାଜ ଦାସ, ବିପିସିଏଲର ସେଲସ ଅଫିସର ମାନସ ଶର୍ମା, ଆସିଷ୍ଟାଣ୍ଟ ମ୍ୟାନେଜର ଇଞ୍ଜିନିଅରିଂ (ରିଟେଲ) ସୈାରଭ କୁମାରଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲାର ବହୁ ବୁଦ୍ଧିଜିବୀ ଓ ଗାଡି ମାଲିକମାନେ ଉପସ୍ଥିତ ଥିଲେ । ଏଥିରେ ସ୍କାଇ ଅଟୋମୋବାଇଲ୍ସ,କଟକ ପକ୍ଷରୁ, ଟାଟା ମୋଟର୍ସ କେନ୍ଦ୍ରାପଡା ପକ୍ଷରୁ ବିଭିନ୍ନ ସିଏନଜି ଚାଳିତ ଗାଡି ପ୍ରଦର୍ଶିତ ହୋଇଥିଲା । ଏହି ।ବସରରେ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନ ପକ୍ଷରୁ ସମରେନ୍ଦ୍ର ମିଶ୍ର ସୂଚନା ଦେଇଥିଲେ ଯେ ଆଜି ଠାରୁ ପ୍ରତ୍ୟେହ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଗ୍ରାହକମାନେ ଏଠାରେ ନିଜ ଗାଡିରେ ସିଏନଜି ଗ୍ୟାସ ଭରାଇବାର ସୁବିଧା ପାଇପାରିବେ ।

କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁରସ୍ଥିତ ଜଗନ୍ନାଥ ଫିଲିଙ୍ଗ ଷ୍ଟେସନରେ ଭାରତ ପେଟ୍ରୋଲିୟମ ପକ୍ଷରୁ ଓଡିଶାର ସର୍ବ ପ୍ରଥମ ସିଏନଜି ସ....

10/10/2023

କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ପଲ୍ଲିଶ୍ରୀ ମେଳା’ ଓ ‘ମତ୍ସ.....

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠି...
09/10/2023

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଙ୍ଘର ସଭାପତି ସୈାରି ଚନ୍ଦ୍ର ସାହୁଙ୍କ ପୈାରହିତ୍ୟରେ ସ୍ଥାନୀୟ ଗୋପସ୍ଥିତ କମଲ ଭବନରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସଙ୍ଘର ଆବାହକ ସରୋଜ କୁମାର ମହାନ୍ତି, ଉପଦେଷ୍ଟା ଭୁବନମୋହନ ଜେନା ଓ ଦେବେନ୍ଦ୍ର ସୁଆର ପ୍ରମୁଖ ଯୋଗଦେଇ କହିଥିଲେ ଯେ ଦୀର୍ଘ ୩ ବର୍ଷ ପରେ କେନ୍ଦ୍ରାପଡାର ଇଷ୍ଟ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପ୍ରିୟ ନୈବେଦ୍ୟ କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ....

କେନ୍ଦ୍ରାପଡା ରସାବଳିକୁ ଜି.ଆଇ. ଟ୍ୟାଗ ମାନ୍ୟତା ମିଳିବା ପରେ କେନ୍ଦ୍ରାପଡା ରସାବଳି ନିର୍ମାତା ସଙ୍ଘ ପକ୍ଷରୁ ଏକ ଖବରଦାତା ସମ୍ମିଳ.....

09/10/2023

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସମାଜସେବା ସଂଗଠନ ମାନସ ବିକାଶ ମଂଚ ପକ୍ଷରୁ ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠ....

09/10/2023

କେନ୍ଦ୍ରାପଡାର ନୃତ୍ୟ ଅନୁଷ୍ଠାନ ରୟାଲ ଡ୍ୟାନ୍ସ ଏକାଡେମିର ନୃତ୍ୟ ଶିଳ୍ପି ତଥା କେନ୍ଦ୍ରାପଡାର ଝିଅ ଚୀରାବ୍ଧି ତନ୍ନୟା ସର୍ବଭାରତ.....

କେନ୍ଦ୍ରାପଡା ୬/୧୦- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଜାଙ୍ଗଠାରେ ୩ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍...
06/10/2023

କେନ୍ଦ୍ରାପଡା ୬/୧୦- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଜାଙ୍ଗଠାରେ ୩ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ “ଆମ ସଂସ୍କୃତି ଓ ଆମ ଖେଳନା” ପ୍ରସ୍ତୁତି ସମ୍ବନ୍ଧୀୟ କର୍ମଶାଳା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ୧୫ଟି ବିଦ୍ୟାଳୟରୁ ୨୦ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦାନ କରିଥିଲେ । ଆମ ସଂସ୍କୃତିକୁ ନେଇ କିପରି ବିନା ମୂଲ୍ୟ ଓ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ପ୍ରକାର ଉପକରଣ ଓ ଖେଳନା ପ୍ରସ୍ତୁତ କରି ନିଜ ଜୀବନରେ ବିନିଯୋଗ କରିବେ ସେ ସମ୍ପର୍କରେ ୪ଜଣ ସାଧନ କର୍ମୀ(ଆର୍‌.ପି) ତିନିଦିନ ଧରି କର୍ମଶାଳାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବୁଝାଇ ତିଆରି କରାଇଥିଲେ । ସଂଯୋଜିକା ସ୍ନେହଲତା ପରିଡା ସମସ୍ତ କାର୍ଯ୍ୟର ତତ୍ତ୍ୱାବଧାରିକା ଭାବେ ଦାୟିତ୍ୱ ତୁଲାଇଥିଲେ । କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ସହ-ମଣ୍ଡଳ ଶିକ୍ଷାଧିକାରୀ କୁମୁଦିନୀ ଦେଈ ମୁଖ୍ୟ ଅତିଥି, ସ୍ଥାନୀୟ କପାଳେଶ୍ୱର ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବ ନେତା ରୋହିତ କୁମାର ମହାନ୍ତି ଓ ଅବସରପ୍ରାପ୍ତ ଶିକ୍ଷକ ତଥା ଉକ୍ତ ବିଦ୍ୟାଳୟର ପୁରାତନ ଛାତ୍ର ଭାସ୍କର ଚନ୍ଦ୍ର ଦାଶ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ରାପଡା ମଣ୍ଡଳ ଶିକ୍ଷାଧିକାରୀ ପାବନି କୁମାର ରାଉତ ଯୋଗଦାନ କରି ଏହି କର୍ମଶାଳାରୁ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ଉପଲବ୍ଧ ଜ୍ଞାନକୁ ନିଜ ନିଜ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କଠାରେ ପ୍ରୟୋଗ କଲେ ଏହି କର୍ମଶାଳାର ଲକ୍ଷ୍ୟ ସାଧିତ ହେବ ବୋଲି ବକ୍ତବ୍ୟ ରଖିଥିଲେ । ସର୍ବଶେଷରେ ସିଆରସିସି ସ୍ନେହଲତା ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

କେନ୍ଦ୍ରାପଡା ୬/୧୦- କେନ୍ଦ୍ରାପଡା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜଜାଙ୍ଗଠାରେ ୩ ତାରିଖଠାରୁ ୫ ତାରି.....

ବଲାଙ୍ଗୀର (ଗୁପ୍ତେଶ୍ଵର ପୁଷ୍ଟି): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ସଦର ଗ୍ରାମ ଆଦର୍ଶ ପଡ଼ାର କେତେକ ବିଧବା ଏବଂ ବୃଦ୍ଧାଙ୍କୁ...
17/07/2023

ବଲାଙ୍ଗୀର (ଗୁପ୍ତେଶ୍ଵର ପୁଷ୍ଟି): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ସଦର ଗ୍ରାମ ଆଦର୍ଶ ପଡ଼ାର କେତେକ ବିଧବା ଏବଂ ବୃଦ୍ଧାଙ୍କୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ। ଏ ନେଇ ସେମାନେ ବିଭିନ୍ନ ସମୟରେ ଆବେଦନ କରି ଆସୁଥିଲେ ହେଁ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ବିଧବା ମଧୁ ଛତ୍ରିଆ ଦୁଇ ପୁଅ ଅନିକେତ ଏବଂ ଅଙ୍କିତଙ୍କୁ ନେଇ ଏକ ମାଟି ଛପର ଘରେ ରହଛନ୍ତି। ଆଉ ଜଣେ ବିଧବା ମଞ୍ଜୁ ଛତ୍ରିଆ ମଧ୍ୟ ନିଜ ତିନି ପୁଅ କ୍ରିଷ୍ଣା, ଶିବା ଏବଂ ବାଲାଜିଙ୍କୁ ନେଇ ମାଟି ଛପର ଘରେ ରହୁଛନ୍ତି। ପଡ଼ାର ଶାନ୍ତି ତାଣ୍ଡି ସ୍ବାମୀଙ୍କ ମୃତ୍ୟୁ ପରଠାରୁ ଏକୁଟିଆ ଏକ ମାଟି ଛପର ଘରେ ବାସ କରୁଛନ୍ତି। ସେହିପର ବୃଦ୍ଧା ଭାଜି ଛତ୍ରିଆ ସ୍ବାମୀ ଗୌରାଙ୍ଗ ଛତ୍ରିଆଙ୍କୁ ସାଙ୍ଗରେ ନେଇ ଏକ ମାଟି ଛପର ଘରେ ପଲିଥିନ ଢାଙ୍କି ରହୁଛନ୍ତି। ଦାଦନ ଶ୍ରମିକ ଭଗବାନ ଛତ୍ରିଆ ସ୍ତ୍ରୀ ବାସନ୍ତିଙ୍କୁ ନେଇ ସେମିତି ଭଙ୍ଗା କୁଡ଼ିଆରେ ଅନ୍ୟନୋପାୟ ହୋଇ ରହୁଛନ୍ତି। ବର୍ତ୍ତମାନ ବର୍ଷା ଦିନ ଆସି ଯାଇଥିବାରୁ ଛୋଟ ପିଲାଙ୍କୁ ନେଇ ସେମାନେ କିପରି ମାଟି ଝାଟିମାଟି ଘରେ ରହିବେ ଚିନ୍ତାରେ ପଡିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇ ଏହି ପରିବାରଗୁଡ଼ିକ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଥିଲେ ମଧ୍ୟ ଆଜିଯାଏ ବାସଗୃହ ଯୋଗାଇ ଦିଆଯାଇନାହଁି। ତୃଟିପୂର୍ଣ୍ଣ ତାଲିକା ପ୍ରସ୍ତୁତ ଯୋଗୁଁ ପ୍ରକୃତ ହିାଧିକାରୀ ବାସଗୃହ ପାଇବାରୁ ବଞ୍ଚତ୍ତ ହୋଇଥିବା ବେଳେ ସ୍ବଚ୍ଛଳ ବର୍ଗର ଲୋକ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇ ବାସଗୃହ ପାଉଛନ୍ତି। ହିତାଧିକାରୀମାନେ ସରକାରୀ ବାବୁମାନଙ୍କୁ ବାସଗୃହ ଯୋଗାଇ ଦେବାକୁ ଅନୁରୋଧ କଲେ ଯେଉଁ ମାନଙ୍କର ନାମ ତାଲିକାରେ ଅଛି ସେମାନେ ବାସ ଗୃହ ପାଇବେ କହି ଫେରାଇ ଦେଉଛନ୍ତି। ଲାଠୋର ସରପଞ୍ଚ ଜୟଶ୍ରୀ ଭଇଁଷାଲଙ୍କୁ ପଚାରିବାରେ ପ୍ରଶାସନ ସହ ଯୋଗାଯୋଗ କରି ଉପରୋକ୍ତ ବ୍ୟକ୍ତିମାନଙ୍କ ନାମ ୱେଟିଙ୍ଗ ଲିଷ୍ଟରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିବି ବୋଲି କହିଥିଲେ।

ବଲାଙ୍ଗୀର (ଗୁପ୍ତେଶ୍ଵର ପୁଷ୍ଟି): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ ସଦର ଗ୍ରାମ ଆଦର୍ଶ ପଡ଼ାର କେତେକ ବିଧବା ଏବଂ ବୃ.....

କେନ୍ଦ୍ରାପଡ଼ା,୧୭ା୭: ସ୍ଥାନୀୟ ସନ୍ଥପୁରା ଗୋବରୀ ନଦୀ ଘାଟରୁ ଜଳ ନେଇ ସେହି ଗ୍ରାମର ୩୫ଜଣ ଯୁବ କାଉଡିଆ ଚଣ୍ଡିଖୋଲସ୍ଥିତ ମହାବିନାୟଚୁ ପଦଯାତ୍ରାର...
17/07/2023

କେନ୍ଦ୍ରାପଡ଼ା,୧୭ା୭: ସ୍ଥାନୀୟ ସନ୍ଥପୁରା ଗୋବରୀ ନଦୀ ଘାଟରୁ ଜଳ ନେଇ ସେହି ଗ୍ରାମର ୩୫ଜଣ ଯୁବ କାଉଡିଆ ଚଣ୍ଡିଖୋଲସ୍ଥିତ ମହାବିନାୟଚୁ ପଦଯାତ୍ରାରେ ଯାଇଥିଲେ । ସେଠାରେ ସେହି ଯୁବ କାଉଡିଆମାନେ ମହାବିନାୟକଙ୍କୁ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରି ଫେରିଆସିଛନ୍ତି । ଏହି କାର୍ଯ୍ୟରେ ସନ୍ଥପୁରା ଗ୍ରାମବାସୀମାନେ ସେମାନଙ୍କୁ ସହଯୋଗ କରିଥିଲେ ।

କେନ୍ଦ୍ରାପଡ଼ା,୧୭ା୭: ସ୍ଥାନୀୟ ସନ୍ଥପୁରା ଗୋବରୀ ନଦୀ ଘାଟରୁ ଜଳ ନେଇ ସେହି ଗ୍ରାମର ୩୫ଜଣ ଯୁବ କାଉଡିଆ ଚଣ୍ଡିଖୋଲସ୍ଥିତ ମହାବିନାୟଚୁ ....

ପଟ୍ଟାମୁଣ୍ଡାଇ ତା ୧୭.୭- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ନୂତନ ଆଇ ଆଇ ସି ଭାବେ ବାମଦେବ ନନ୍ଦ ଯୋଗ ଦେଇଛନ୍ତି । ଜଣେ ଦକ୍ଷ ପୋଲିସ ଅଫିସର ଭା...
17/07/2023

ପଟ୍ଟାମୁଣ୍ଡାଇ ତା ୧୭.୭- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ନୂତନ ଆଇ ଆଇ ସି ଭାବେ ବାମଦେବ ନନ୍ଦ ଯୋଗ ଦେଇଛନ୍ତି । ଜଣେ ଦକ୍ଷ ପୋଲିସ ଅଫିସର ଭାବେ ତାଙ୍କର ସୁନାମ ରହିଛି । ସେ ବିଦାୟୀ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହିତ ଆଇନଶୃଙ୍ଖଳା ରକ୍ଷା ଦିଗରେ ଅଗ୍ରାଧିକାର ଦେବେ ବୋଲି ପ୍ରକାଶ କରିଛନ୍ତି I

ପଟ୍ଟାମୁଣ୍ଡାଇ ତା ୧୭.୭- ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ନୂତନ ଆଇ ଆଇ ସି ଭାବେ ବାମଦେବ ନନ୍ଦ ଯୋଗ ଦେଇଛନ୍ତି । ଜଣେ ଦକ୍ଷ ପୋଲିସ ଅଫ...

ପଟ୍ଟାମୁଣ୍ଡାଇ ତା ୧୭.୭-ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ଦକ୍ଷ ଇନ୍ସପେକ୍ଟର ତପନ କୁମାର ରାଉତ ଙ୍କର କଟକ ଜିଲ୍ଲାକୁ ବଦଳି ହୋଇଛି । ତାଙ୍...
17/07/2023

ପଟ୍ଟାମୁଣ୍ଡାଇ ତା ୧୭.୭-ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ଦକ୍ଷ ଇନ୍ସପେକ୍ଟର ତପନ କୁମାର ରାଉତ ଙ୍କର କଟକ ଜିଲ୍ଲାକୁ ବଦଳି ହୋଇଛି । ତାଙ୍କ ସ୍ଥାନରେ ରଂଜିତ ମହାନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ନୂତନ ଆଇ ଆଇ ସି ଭାବେ ଯୋଗ ଦେଇଛନ୍ତି । ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଆଇ ଆଇ ସି ଭାବେ ଦକ୍ଷତାର କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । ସେ ବିଦାୟୀ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରୀ ତପନ କୁମାର ରାଉତଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଆଦର୍ଶ ଥାନା ଅଧୀନରେ ଥିବା ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବା ସହିତ ଆଇନଶୃଙ୍ଖଳ । ରକ୍ଷା ଦିଗରେ ଅଗ୍ରାଧିକାର ଦେବେ ବୋଲି ନୂତନ ଆଇ ଆଇ ସି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି ।

ପଟ୍ଟାମୁଣ୍ଡାଇ ତା ୧୭.୭-ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ଦକ୍ଷ ଇନ୍ସପେକ୍ଟର ତପନ କୁମାର ରାଉତ ଙ୍କର କଟକ ଜିଲ୍ଲାକୁ ବଦଳି ହୋଇଛ.....

କେନ୍ଦ୍ରାପଡ଼ା ୭ା୭: କୋରୋ ଗ୍ରାମ ପଂଚାୟତ ଅଧିନସ୍ତ ତନାର ୟୁଜିୟୁପି ସ୍କୁଲ୍‌ରେବନ ମହୋତ୍ସବ ସପ୍ତାହ ଯଥାବିଧି ପାଳିତ ହୋଇ ଯାଇଛି । ପ୍ରଧାନ ଶିକ...
07/07/2023

କେନ୍ଦ୍ରାପଡ଼ା ୭ା୭: କୋରୋ ଗ୍ରାମ ପଂଚାୟତ ଅଧିନସ୍ତ ତନାର ୟୁଜିୟୁପି ସ୍କୁଲ୍‌ରେବନ ମହୋତ୍ସବ ସପ୍ତାହ ଯଥାବିଧି ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ସଂଗୀତଜ୍ଞ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବାସନ୍ତୀ ପାତ୍ର, ଶିକ୍ଷକ ରମାକାନ୍ତ ସ୍ୱାଇଁ, ଶେଖ୍ ସାହାନବାଜ, ଶିକ୍ଷୟିତ୍ରୀ ଶୁଭ୍ରକାନ୍ତି ପରିଡା ଏବଂ କ୍ରୀଡା ଶିକ୍ଷକ ନିକୁଂଜ ବିହାରୀ ମଲିକ ଛାତ୍ରଛାତ୍ରୀମାନଙ୍କୁ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଏବଂ ଆବଶ୍ୟକତା ସଂପର୍କରେ ସଚେତନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପରିଡା ସ୍ୱାଗତ ଭାଷଣ ପ୍ରଦାନ ସହିତ ପରିବେଶ ଏବଂ ପ୍ରକୃତିର ସୁରକ୍ଷା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ସଂପର୍କରେ ଆଲୋଚନା କରି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ତତ୍ୱାବଧାନରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଥିଲେ ।

କେନ୍ଦ୍ରାପଡ଼ା ୭ା୭: କୋରୋ ଗ୍ରାମ ପଂଚାୟତ ଅଧିନସ୍ତ ତନାର ୟୁଜିୟୁପି ସ୍କୁଲ୍‌ରେବନ ମହୋତ୍ସବ ସପ୍ତାହ ଯଥାବିଧି ପାଳିତ ହୋଇ ଯାଇଛି । ପ....

କେନ୍ଦ୍ରାପଡ଼ା ୭ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ଚଉଦକୁଲାଟସ୍ଥିତ ଦଧିବାମନଜୀୟୁ ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋ...
07/07/2023

କେନ୍ଦ୍ରାପଡ଼ା ୭ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ଚଉଦକୁଲାଟସ୍ଥିତ ଦଧିବାମନଜୀୟୁ ସଂସ୍କୃତ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫରୁ ବନ ମହୋତ୍ସବ ପାଇଁ ଆଜି ମହାବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆରମ୍ଭରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଚିତ୍ତରଞ୍ଜନ ମିଶ୍ର, ଅଧ୍ୟାପକ ପ୍ରମୋଦ କୁମାର ଷଡଙ୍ଗୀ, କ୍ଷୀରୋଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଚାରାରୋପଣ ଓ ଏହାର ରକ୍ଷଣାବେକ୍ଷଣ ପାଇଁ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହାପରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରାମନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ କେନ୍ଦ୍ରାପଡା ସହକାରୀ ବନ ବିଭାଗ ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଯୋଗଦେଇ ଗଛ ଲଗାଇବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିକ୍ରମ କେଶରୀ ରାଉତ, ଅଧ୍ୟାପକ ବାସୁଦେବ ମିଶ୍ର ପାଠ ପଢିବା ସହ ନିର୍ଦ୍ଧିଷ୍ଟ ସ୍ମରଣୀୟ ଦିବସମାନଙ୍କରେ ଚାରା ରୋପଣ ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ସଭାପତି ଶ୍ରୀ ତ୍ରିପାଠୀ ବେଦ, ଉପନିଷଦ ଓ ଅନ୍ୟ ଧର୍ମଗ୍ରନ୍ଥମାନଙ୍କରେ ଚାରା ରୋପଣର ପ୍ରାମାଣିକ ତଥ୍ୟ ଉପସ୍ଥାପନା କରିବା ସହ ସାଂପ୍ରତିକ ସମୟରେ ଚାରାରୋପଣର ଏକ ଜରୋରୀ ଆବଶ୍ୟକତା ଅଛି ବୋଲି ମତ ରଖିଥିଲେ । ଶେଷରେ ବନବିଭାଗ ଅଧିକାରୀ, ଜାତୀୟ ସେବା ସଂସ୍ଥାର ପ୍ରୋଗ୍ରାମ ଅଧିକାରୀ ଓ ଛାତ୍ରଛାତ୍ରୀମାନେ ଲୋକମାନଙ୍କୁ ବିଭିନ୍ନ ପ୍ରକାରର ଚାରା ବଣ୍ଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ଦାସ, ବିଶ୍ୱନାଥ ସାହୁ, ସାମାଜିକ କର୍ମୀ ଦିଲ୍ଲୀପ କୁମାର ମଲ୍ଲିକ, ଶୁଭବ୍ରତ ଆଚାର୍ଯ୍ୟ, କାଜଲ ମିଶ୍ର, ରିଙ୍କି ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।

କେନ୍ଦ୍ରାପଡ଼ା ୭ା୭: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ଚଉଦକୁଲାଟସ୍ଥିତ ଦଧିବାମନଜୀୟୁ ସଂସ୍କୃତ ମହାବିଦ୍ୟାଳୟ ଜ...

କେନ୍ଦ୍ରାପଡା ୫/୭- ଜିଲ୍ଲାର ୪ଶହରୁ ଅଧିକ ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଆଜି ଅତିରିକ୍ତ ଜିଲ୍ଲାପାଳଙ୍...
05/07/2023

କେନ୍ଦ୍ରାପଡା ୫/୭- ଜିଲ୍ଲାର ୪ଶହରୁ ଅଧିକ ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଆଜି ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେମାନଙ୍କ ଦାବିଗୁଡିକ ଥିଲା ଜିଲ୍ଲାର ଖୁଚୁରା ବିକ୍ରେତାମାନଙ୍କର ବଣ୍ଟନ ଅର୍ଥ ଏକକାଳୀନ ପ୍ରଦାନ କରାଯିବା, ସାମଗ୍ରୀ ବଣ୍ଟନ ବାବଦ ପାରିଶ୍ରମିକ ବକେୟା ନରଖି ସାମଗ୍ରୀ ବଣ୍ଟନର ୫ଦିନ ମଧ୍ୟରେ ସେମାନଙ୍କୁ ପ୍ରଦାନ କରାଯିବା, ଯୋଗାଣ ସାମଗ୍ରୀ ଦୋକାନରେ ପହଞ୍ôଚବାଠାରୁ ବଣ୍ଟନ ହେଉଥିବା ପର୍ଯ୍ୟନ୍ତ ୧କ୍ୱିଣ୍ଟାଲ ପିଛା ୧କି.ଗ୍ରା. ଭରଣା କରାଯିବା, ଖୁଚୁରା ବିକ୍ରେତାମାନଙ୍କୁ ଦୋକାନ ଘରଭଡା ଓ ବିଦ୍ୟୁତ ଖର୍ଚ୍ଚ ବାବଦ ଅର୍ଥ ପ୍ରଦାନ କରାଯିବା, କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କର ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ୨୫ଲକ୍ଷ ଟଙ୍କାର ବୀମା କରାଯିବା ସହିତ ସେମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବା । ଜିଲ୍ଲା ସଭାପତି ଉତ୍ତମ କୁମାର ଦାସଙ୍କ ନେତୃତ୍ୱରେ ଖୁଚୁରା ଦୋକାନୀମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଯୋଗାଣ ବିଭାଗର ପ୍ରାୟ ୫୫୦ ଖୁଚୁରା ବିକ୍ରୟ ଦୋକାନ ଅଛି । ସେଥିମଧ୍ୟରୁ ଡେରାବିଶ ବ୍ଲକରେ ୨ଟି, ମହାକାଳପଡା ବ୍ଲକରେ ୧ଟି ଓ ରାଜନଗର ବ୍ଲକରେ ୧ଟି ଏହିଭଳି ୪ଟି ଦୋକାନକୁ ଗ୍ରାମ ପଞ୍ଚାୟତ ପରିଚାଳନା କରୁଛି । ଏହାବ୍ୟତୀତ ୩୯ ଦୋକାନକୁ ବିଭିନ୍ନ ବ୍ଲକର ସମବାୟ ସମିତି ଏବଂ ୭୬ଟି ଦୋକାନକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପରିଚାଳନା କରୁଛନ୍ତି ।

  କେନ୍ଦ୍ରାପଡା ୫/୭- ଜିଲ୍ଲାର ୪ଶହରୁ ଅଧିକ ଯୋଗାଣ ବିଭାଗର ଖୁଚୁରା ବିକ୍ରେତା ୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଆଜି ଅତିରିକ୍ତ ଜି.....

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାର ପ୍ରାଥମିକ ଶିକ୍ଷାର ସାମଗ୍ରିକ ଓ ଗୁଣାତ୍ମକ ବିକାଶ ନିମନ୍ତେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠ...
04/07/2023

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାର ପ୍ରାଥମିକ ଶିକ୍ଷାର ସାମଗ୍ରିକ ଓ ଗୁଣାତ୍ମକ ବିକାଶ ନିମନ୍ତେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବ୍ରହ୍ମାଙ୍କ ପୌରୋହିତ୍ୟରେ ଦୁଇ ଶହ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ୪ ଦିନିଆ ତାଲିମ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟିତ ହୋଇଯାଇଅଛି । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ବାଲିଆଠାରେ ଚଳିତ ମାସ ୩ ତାରିଖରେ ଆରମ୍ଭ ହୋଇଥିବା ପ୍ରଧାନ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ସଂପୃକ୍ତି ଜୁଲାଇ ୬ ତାରିଖ ଯାଏ ଚାଲିବ । ଏହି ତାଲିମ କାର୍ଯ୍ୟକ୍ରମରେ ବାଲିଆ ଡିଆଇଟିର ଶିକ୍ଷକ ପ୍ରଶିକ୍ଷକ ରାଜ କିଶୋର ନାୟକ, କଳ୍ପନା ସାହୁ, ଲୋପାମୁଦ୍ରା ପଣ୍ଡା, ଅସୀମା ସାହୁ, ଶ୍ରଦ୍ଧାଞ୍ଜଳି ମାହୁନ୍ତ, ସୁନୀତା ବେହେରା, ମଧୁସ୍ମିତା ଦାସ ସମେତ କେନ୍ଦ୍ରାପଡା ଜିଲ୍ଲାର ରିସୋର୍ଚ୍ଚ ପର୍ସନ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶୁଭାଂଶୁ ଦାସ, ଶିକ୍ଷାବିତ୍ ନରହରି ସୂତାର, ରଞ୍ଜନା ଦାସ, ଆର୍ତ୍ତଚରଣ ନାୟକ, ମହମ୍ମଦ ଅଜଗର ଅଲ୍ଲୀ, ଅଚୁତା ନନ୍ଦ ସାମଲ, ଅଶ୍ୱନୀ ରାଉତ ଓ ସବ୍ୟସାଚ୍ଚୀ ଦାସ ପ୍ରଭୁତି ତାଲିମ ପ୍ରଦାନ କରୁଅଛନ୍ତି । ନୂତନ ଶିକ୍ଷାନିତି ୨୦୨୦ ଅନୁଯାଇ ତାଲିମ ପ୍ରଦାନ କରାଯାଉଛି । ଏହି ଅବସରରେ ଡେରାବିଶ ବ୍ଲକର ବିଆରସିସି ନରହରି ସୂତାର ଅବସର ଗ୍ରହଣ କରିଥିବାରୁ ତାଙ୍କୁ ପୁପ୍ପଗୁଚ୍ଛ, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ଅଧ୍ୟକ୍ଷ ଶ୍ରୀଯୁକ୍ତ ବ୍ରହ୍ମା ସମ୍ବର୍ଦ୍ଧିତ କରିଥିଲେ । ଏହି ତାଲିମ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ ମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯିବ ।

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାର ପ୍ରାଥମିକ ଶିକ୍ଷାର ସାମଗ୍ରିକ ଓ ଗୁଣାତ୍ମକ ବିକାଶ ନିମନ୍ତେ ଜିଲ୍ଲା ଶିକ୍ଷା ପ୍ରଶିକ୍....

କେନ୍ଦ୍ରାପଡା ତା ୪/୭- ଗରାପୁରସ୍ଥିତ ଡି.ଏ.ଭି ସ୍କୁଲ ପରିସରରେ ଜାତୀୟ ସ୍ୱାସ୍ଥ୍ୟ ଦିବସ ଓ ବନୋମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହ...
04/07/2023

କେନ୍ଦ୍ରାପଡା ତା ୪/୭- ଗରାପୁରସ୍ଥିତ ଡି.ଏ.ଭି ସ୍କୁଲ ପରିସରରେ ଜାତୀୟ ସ୍ୱାସ୍ଥ୍ୟ ଦିବସ ଓ ବନୋମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ବିରେନ୍ଦ୍ର କୁମାର ଦାଶ ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଶ୍ରୀ ଦାଶ ଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ଜାତୀୟ ଡାକ୍ତର ଦିବସର ଅଭିନନ୍ଦନ ଜଣାଇ ଥିଲେ ଓ ଭଲ ମଣିଷ ହୋଇ ଦେଶ ସେବା କରିବାକୁ ଡାକ୍ତର ଦାଶ ଆହ୍ୱାନ ଦେଇ ଥିଲେ । ସେହିପରି ବନମହୋତ୍ସବ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ବ୍ଲକର ପ୍ରାକ୍ତନ ଅଧକ୍ଷ ଶ୍ରୀଯୁକ୍ତ ଦୁର୍ଗାଶିଷ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କରିଥିଲେ । ବୃକ୍ଷ ଆମର ପ୍ରକୃତ ବନ୍ଧୁ, ସାମ୍ପ୍ରତିକ ସମୟରେ ସାମାଜିକ ବନୀକରଣ ପୃଥିବୀକୁ ଧ୍ୱଂସ ମୁଖରୁ ବଞ୍ଚାଇ ପାରିବ ବୋଲି ଶ୍ରୀଯୁକ୍ତ ମହାନ୍ତି କହିଥିଲେ ଓ ପ୍ରତି ପିଲା ମାନେ ନିଜ ନିଜର ବାଡ଼ି ବଗିଚାରେ ଗଛ ଲଗାଇବା ସହିତ ଏହାକୁ ଏକ ସାମାଜିକ ବାର୍ତାରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ ମକ୍ଷନେ ସହାୟତା କରିଥିଲେ । ବନମହୋତ୍ସବ ସପ୍ତାହ ପାଳନ ଅବସର ରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ମାନ ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

କେନ୍ଦ୍ରାପଡା ତା ୪/୭- ଗରାପୁରସ୍ଥିତ ଡି.ଏ.ଭି ସ୍କୁଲ ପରିସରରେ ଜାତୀୟ ସ୍ୱାସ୍ଥ୍ୟ ଦିବସ ଓ ବନୋମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇ...

ପଟ୍ଟାମୁଣ୍ଡାଇ ତା ୩.୭-ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଯାଇଛି...
03/07/2023

ପଟ୍ଟାମୁଣ୍ଡାଇ ତା ୩.୭-ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ସମାରୋହରେ ପାଳିତ ହୋଇଯାଇଛି I ଏଥି ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା I ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତ୍ୟୁଷରୁ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାଵିଧି ପୂଜାର୍ଚନା ସହ ଦିବାରାତ୍ର ନାମ ସଂକୀର୍ତନ କରାଯାଇଥିଲା I ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦଜୀଙ୍କୁ ଶିଷ୍ୟମାନେ ଫୁଲ ଚନ୍ଦନ, ଧୂପ ଦୀପ ଓ ଅର୍ଘ୍ୟ ପ୍ରଦାନ କରି ପୂଜାର୍ଚନା କରିଥିଲେ I ଗୁରୁ ଅସୀମାନନ୍ଦ ଏଇ ଅବସରରେ ଶିଷ୍ୟମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ I ଗୁରୁ ପୂର୍ଣ୍ଣିମା କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ,ଆଦର୍ଶ ଥାନା ଆଇ ଆଇ ସି ତପନ କୁମାର ରାଉତ, ଯୋଗ ଗୁରୁ ପିତାମ୍ବର ପରିଡା,ସାଧନାର ସ୍ୱରୂପ ସମ୍ପାଦକ ଦେବବ୍ରତ ଦେବତା,ସମାଜସେବୀ ପୁରୁଷୋତ୍ତମ ବେହେରା, ଜିଲ୍ଲା ସାମ୍ବାଦିକ ୟୁନିୟନ ଉପସଭାପତି ଅକ୍ଷୟ ସାହୁ, ପ୍ରାକ୍ତନ ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ ଦାସ,ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଅଧକ୍ଷ ନାରାୟଣ ସାହୁ, ବାବାଜୀ ବିଜୟ ଦାସ,ନବୀନ ଦାସ, ପ୍ରେମସ୍ୱରୂପ ଦାସ, ମାତା ସତ୍ୟପ୍ରିୟା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ବୁଦ୍ଧିଜୀବୀ ଓ ମଠର ଶିଷ୍ୟମାନେ ଯୋଗ ଦେଇଥିଲେ I ଏଇ ଅବସରରେ ସନ୍ଧ୍ୟାରେ ଭଜନଜଣାଣ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହିତ ଶ୍ରଦ୍ଧାଳୁ ଭକ୍ତ ଓ ଶିଷ୍ୟମାନଙ୍କ ମଧ୍ୟରେ ପୁରୀ ମହାପ୍ରସାଦ ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମକୁ ନିରାକାର ପଣ୍ଡା,ଅମ୍ଭୁଜଭୂଷଣ ନାୟକ, ମୃତ୍ୟୁଞ୍ଜୟ ସୂତାର, ରତ୍ନେଶ ସାହୁ,ସୁକାନ୍ତ ଦାସ,ରାଧାରମଣ ପ୍ରସାଦ ପ୍ରମୁଖ ପରିଚାଳନା କରିଥିଲେ I

ପଟ୍ଟାମୁଣ୍ଡାଇ ତା ୩.୭-ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଆଧ୍ୟାତ୍ମିକ ପୀଠ ରାଧାରମଣ ମଠରେ ପବିତ୍ର ଗୁରୁ ପୂର୍ଣ୍ଣିମା ସମାରୋହରେ ପାଳି...

କେନ୍ଦ୍ରାପଡ଼ା,୨/୭: ବିଶିଷ୍ଟ କର୍ମକାଣ୍ଡବିତ୍ ଚିନ୍ତାମଣି ଶତପଥୀ(୮୨)ଙ୍କର ହୃଦଘାତରେ ପରଲୋକ ହୋଇଛି । ସ୍ୱର୍ଗତ ଶତପଥିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ...
03/07/2023

କେନ୍ଦ୍ରାପଡ଼ା,୨/୭: ବିଶିଷ୍ଟ କର୍ମକାଣ୍ଡବିତ୍ ଚିନ୍ତାମଣି ଶତପଥୀ(୮୨)ଙ୍କର ହୃଦଘାତରେ ପରଲୋକ ହୋଇଛି । ସ୍ୱର୍ଗତ ଶତପଥିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିଲେ ବି ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି । ସେ ୨୫ ବର୍ଷ ବୟସରୁ କର୍ମକାଣ୍ଡ କରି ଖ୍ୟାତି ଅର୍ଜନ କରିଥିଲେ । ସ୍ୱର୍ଗତ ଶତପଥୀଙ୍କ ପୈତୃକ ଗାଁ ଅନୋଳିପାଟଣାର ହଂସୁରା ଠାରେ । ସେ ଜଣେ ପରୋପକାରୀ, ସ୍ନେହ ୍ୱତ୍ସଳ ଆଉ ଧର୍ମ ପରାୟଣର ବ୍ୟକ୍ତିତ୍ୱ ଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବେଦବ୍ୟାସ ବ୍ରାହ୍ମଣ ସମାଜର ସଭାପତି ପଣ୍ଡିତ ଫକିର ଚରଣ ପତିଙ୍କ ଉପସ୍ଥିତିରେ ତାଙ୍କ ଶବ ସତ୍କାର କରାଯାଇଥିଲା । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ବିଚିତ୍ର, ସଚିତ୍ର, ଦୁଇଝିଅ ଅନୁ, ଅଞ୍ଜୁଳି ଏବଂ ପୁତୁରା ଦେବଦତଙ୍କ ସହିତ ନାତିମାନେ ଉପସ୍ଥିତ ଥିଲେ । ସାହିଭାଇ ଏବଂ ଅନ୍ୟ ସମସ୍ତ ସମ୍ପର୍କୀୟଙ୍କ ଉପସ୍ଥିତରେ ଗାଁ ଶ୍ମସାନରେ ଅନ୍ତେଷ୍ଟି ହୋଇଥିବା ବେଳେ ବଡ଼ପୁଅ ବିଚିତ୍ର ମୁଖାଗ୍ନୀ ଦେଇଥିଲେ । ସ୍ୱର୍ଗତ ଶତପଥି ଦୈନିକ ସକାଳ ଖବରକାଗଜର କେନ୍ଦ୍ରାପଡା ଜିଲ୍ଲା ପ୍ରତିନିଧି ଦେବଦତ ଦାଶଙ୍କ ସମ୍ପର୍କିୟ ।

  କେନ୍ଦ୍ରାପଡ଼ା,୨/୭: ବିଶିଷ୍ଟ କର୍ମକାଣ୍ଡବିତ୍ ଚିନ୍ତାମଣି ଶତପଥୀ(୮୨)ଙ୍କର ହୃଦଘାତରେ ପରଲୋକ ହୋଇଛି । ସ୍ୱର୍ଗତ ଶତପଥିଙ୍କ ସ୍ୱାସ୍.....

କେନ୍ଦ୍ରାପଡ଼ା, ୨ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଆଡଭୋକେଟ ସ୍ୱର୍ଗତ ବିଶ୍ନନାଥ ସାମନ୍ତରାୟଙ୍କ ଧର୍ମପତ୍ନୀ ଦୁଲାମଣି ...
02/07/2023

କେନ୍ଦ୍ରାପଡ଼ା, ୨ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଆଡଭୋକେଟ ସ୍ୱର୍ଗତ ବିଶ୍ନନାଥ ସାମନ୍ତରାୟଙ୍କ ଧର୍ମପତ୍ନୀ ଦୁଲାମଣି ସାମନ୍ତରାୟଙ୍କର ୭୯ବର୍ଷ ବୟସରେ କେନ୍ଦ୍ରାପଡା ସହରର ତାଙ୍କ ଖଡିଅଙ୍ଗସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ଆଡଭୋକେଟ ବଳଦେବପ୍ରସାଦ, ଡା. ସୈାର ପ୍ରସାଦ, ଆଡଭୋକେଟ ଦେବ ପ୍ରସାଦ, ପୁତ୍ରବଧୁ ପ୍ରଭାବତୀ, ଜ୍ୟୋସ୍ôନାମୟୀ, ମିନତୀ, ନାତି ଆଶୁତୋଷ, ପ୍ରତେଶ, ଝିଅ ସାଗରିକା, ଜାମାତା ପ୍ରଦୀପ ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ଦେବ ପ୍ରସାଦ ମୁଖାଗ୍ନି ଦେଇଥିଲେ । ସେଠାରେ ତାଙ୍କର ପୁତୁରା ତଥା ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅଶୋକ କୁମାର ସାମନ୍ତରାୟ, ଆତ୍ମୀୟ ସ୍ୱଜନ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ପୂର୍ବତନ ନଗରପାଳ ଆଡଭୋକେଟ ଧିରେନ ସାହୁ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ଆଡଭୋକେଟ ଦେବଦାସ ମହାନ୍ତି, ସରୋଜରାଜ ସିଂହ, ଚନ୍ଦ୍ରଭାନୁ ବରାଳ, ନିତ୍ୟାନନ୍ଦ ସ୍ୱାଇଁ, ଓକିଲ ସଙ୍ଘ ସମ୍ପାଦକ ଧର୍ନୁଧର ନାୟକ, ଅଧିକାରୀ ପ୍ରଭାତ ଦାସ, ଗୋପାଳ ଚନ୍ଦ୍ର ମହାପାତ୍ର, ଲକ୍ଷ୍ମଣ ସାହୁ, ରାଖାଲ ସାମନ୍ତ, ଗଗନ ଖଟୁଆ, ମୃତ୍ୟୁଞ୍ଜୟ ସ୍ୱାଇଁ ପ୍ରମୁଖ ବହୁ ଆଇନଜୀବୀ ଓ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଖଡିଅଙ୍ଗସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

କେନ୍ଦ୍ରାପଡ଼ା, ୨ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଆଡଭୋକେଟ ସ୍ୱର୍ଗତ ବିଶ୍ନନାଥ ସାମନ୍ତରାୟଙ୍କ ଧର୍ମପତ୍ନ...

କେନ୍ଦ୍ରାପଡା ୧/୭- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତ ଅନ୍ତର୍ଗତ ସାହସପୁର ଗ୍ରାମରେ ଟି.ପି.ସି.ଓ.ଡିଏଲ. ପକ୍ଷରୁ ବିଦ୍ୟୁତ୍ ଗ୍ରା...
01/07/2023

କେନ୍ଦ୍ରାପଡା ୧/୭- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତ ଅନ୍ତର୍ଗତ ସାହସପୁର ଗ୍ରାମରେ ଟି.ପି.ସି.ଓ.ଡିଏଲ. ପକ୍ଷରୁ ବିଦ୍ୟୁତ୍ ଗ୍ରାହକ ସେବାକେନ୍ଦ୍ର ଆଜି ଉଦ୍‌ଘାଟିତ ହୋଇଛି । ଏହାଦ୍ୱାରା କଂସାର, ପୁରୁଷୋତ୍ତମପୁର ଓ ଆୟବା ପଞ୍ଚାୟତର ବିଦ୍ୟୁତ ଉପଭୋକ୍ତାମାନେ ଉପକୃତ ହୋଇପାରିବେ । କଂସାର ପଞ୍ଚାୟତର ସରପଞ୍ଚ ସରୋଜିନୀ ନାୟକ ଏହି ବିଦ୍ୟୁତ୍ ସେବା କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । କେନ୍ଦ୍ରାପଡା ଟି.ପି.ସି.ଓ.ଡିଏଲ. ଏସ୍‌.ଡି.ଓ. ଦେବେନ୍ଦ୍ର କୁମାର ସାହୁ, କନିଷ୍ଠ ଯନ୍ତ୍ରୀ ସୌମ୍ୟଶେଖରଭୂୟାଁ, କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ଭଦ୍ର, କନିଷ୍ଠ ଯନ୍ତ୍ରୀ ସି.ରିତିକା ପ୍ରିୟଦର୍ଶିନୀ, ଉମାକାନ୍ତ ସେଠୀ, ପ୍ରଦୀପ୍ତ ରାଉତ, ତାପସ ଦାସ, ମନୋଜ ନାୟକ ପ୍ରମୁଖ ବିଦ୍ୟୁତ କର୍ମଚାରୀମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

କେନ୍ଦ୍ରାପଡା ୧/୭- କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ପଞ୍ଚାୟତ ଅନ୍ତର୍ଗତ ସାହସପୁର ଗ୍ରାମରେ ଟି.ପି.ସି.ଓ.ଡିଏଲ. ପକ୍ଷରୁ ବିଦ୍ୟ.....

କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଜିଏସଟି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭ...
01/07/2023

କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଜିଏସଟି ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ. ଜ୍ଞାନରଞ୍ଜନ ଦାସଙ୍କ ଉପସ୍ଥିତିରେ ପ୍ରାଧ୍ୟାପକ ବିକାଶ କୁମାର ନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପସ୍ଥିତ +୩ ବାଣିଜ୍ୟ ବିଭାଗର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଜିଏସଟି ସମ୍ବଦ୍ଧିତ ବିଭିନ୍ନ ଉପାଦେୟ ତଥା ଜରୁରୀ ତଥ୍ୟ ବିଭାଗୀୟ ଅଧ୍ୟାପକମାନେ ପ୍ରଦାନ କରିଥିଲେ । ଏହି ସଭାରେ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାସ...

କେନ୍ଦ୍ରାପଡ଼ା, ୧ା୭ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ପକ୍ଷରୁ ଜିଏସଟି ଦିବସ ପାଳିତ ହୋଇଯାଇଛି । ଏହି ଉପଲ...

କେନ୍ଦ୍ରାପଡ଼ା,: ସାରା ବିଶ୍ୱର ମୁକ୍ତିଦାତା ଏକ ନୂତନ ସମାଜବାଦ ବ୍ୟବସ୍ଥାର ପ୍ରତିଷ୍ଠାତା, ମେହନତି ମଣିଷର ବନ୍ଧୁ, ରୁଷିଆର ପ୍ରାକ୍ତନ ରାଷ୍ଟ୍ରପ...
23/04/2023

କେନ୍ଦ୍ରାପଡ଼ା,: ସାରା ବିଶ୍ୱର ମୁକ୍ତିଦାତା ଏକ ନୂତନ ସମାଜବାଦ ବ୍ୟବସ୍ଥାର ପ୍ରତିଷ୍ଠାତା, ମେହନତି ମଣିଷର ବନ୍ଧୁ, ରୁଷିଆର ପ୍ରାକ୍ତନ ରାଷ୍ଟ୍ରପତି କେ.ଭି. ଆଇ. ଲେନିନଙ୍କର ୧୫୩ ତମ ଜନ୍ମ ଦିବସରେ ଭାରତୀୟ କ୍ଷେତ ମଜଦୁରର ୟୁନିୟନ କେନ୍ଦ୍ରାପଡା ଜିଲ୍ଲାର୪ର୍ଥ ଜିଲ୍ଲା ସମ୍ମିଳନୀ କେନ୍ଦ୍ରାପଡାର କୁଶିଆପାଳ ସ୍ଥିତ ବାୟାବଶା ଠାରେ ସାଥି ବିକାଶ ଚନ୍ଦ୍ର ବେଉରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଙ୍ଗଠନର ଦେଶ ପାଇଁ ଜୀବନ ଦେଇଥିବା ସୈନିକ ଠାରୁ ଶ୍ରମିକ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହା ପରେ ସମ୍ପାଦକ ସାଥି ଅକ୍ଷୟ ମଳିକ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନା ପରେ ସମ୍ମିଳନୀକୁ ଉଦଘାଟନ କରିଥିଲେ ଜି....

Anwesan News କେନ୍ଦ୍ରାପଡ଼ା,: ସାରା ବିଶ୍ୱର ମୁକ୍ତିଦାତା ଏକ ନୂତନ ସମାଜବାଦ ବ୍ୟବସ୍ଥାର ପ୍ରତିଷ୍ଠାତା, ମେହନତି ମଣିଷର ବନ୍ଧୁ, ରୁଷିଆର ପ୍ରା...

କେନ୍ଦ୍ରାପଡ଼ା : ଆସନ୍ତା ଅପ୍ରିଲ ୨୯ତାରିଖରେ ୧୧ତମ ଶନୈଶ୍ଚର ମହାଯଜ୍ଞ କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବା ...
23/04/2023

କେନ୍ଦ୍ରାପଡ଼ା : ଆସନ୍ତା ଅପ୍ରିଲ ୨୯ତାରିଖରେ ୧୧ତମ ଶନୈଶ୍ଚର ମହାଯଜ୍ଞ କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବା ମନ୍ଦିର ପରିସରରେ ଅନୁଷ୍ଠିତ ହେବ । ତେଣୁ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ କମିଟିର ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ସମସ୍ତ ସଦସ୍ୟମାନଙ୍କୁ ଦାୟୀତ୍ୱ ବଣ୍ଟନ କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁଯାଇ ଆସନ୍ତା ଶୁକ୍ରବାର ଦିନ ସନ୍ଧ୍ୟା ୭ଟାରେ ଶୁଭାଧିବାସ କରାଯାଇ ଆଜ୍ଞାମାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଶନିବାର ଦିନ ପ୍ରାତଃ ୬ଟାରେ ଘଟ ନିମର୍ଜ୍ମନ କରାଯିବା ପରେ ଭକ୍ତମାନେ ଏକ ଶୋଭାଯାତ୍ରାରେ ନୂଆବସ୍‌ଷ୍ଟାଣ୍ଡ ଶନିଘାଟରୁ ପାଣି ଅଣାଯାଇ ଘଟସ୍ଥାପନ କରାଯିବ । ୮ଟା୩୦ମିନିଟରେ ଅଗ୍ନି ସ୍ଥାପନ କରାଯାଇ ଯଜ୍ଞରମ୍ଭ କରାଯିବ । ରାତ୍ର ୧୦ଟା୩୦ମିନିଟରେ ଯଜ୍ଞର ପୂର୍ଣ୍ଣାହୁତି କରାଯିବ । କଳସ ଶୋଭାଯାତ୍ରାରେ ଯେଉଁ ଭକ୍ତମାନେ ଯୋଗ ଦେବା ଇଛୁକ ସେମାନେ ଗୁରୁବାର ସୁଦ୍ଧା ନାମ ପଞ୍ଜିକୃତ କରିବା ପାଇଁ କମିଟି ସହିତ ଯୋଗାଯୋଗ କରିବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।

Anwesan News କେନ୍ଦ୍ରାପଡ଼ା : ଆସନ୍ତା ଅପ୍ରିଲ ୨୯ତାରିଖରେ ୧୧ତମ ଶନୈଶ୍ଚର ମହାଯଜ୍ଞ କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ଶ୍ରୀ ସିଦ୍ଧ ମହା.....

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସିକ ରବିବାସରୀୟ ସାହିତ୍ୟ ଆସରରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ଆଜି ପବ୍ଲିକ୍ ରିଡିଂରୁମ ପରି...
23/04/2023

କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସିକ ରବିବାସରୀୟ ସାହିତ୍ୟ ଆସରରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ଆଜି ପବ୍ଲିକ୍ ରିଡିଂରୁମ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରଖ୍ୟାତ କବି ହେମନ୍ତ କୁମାର ରାଉତଙ୍କ ପୁସ୍ତକ ମହାଭାରତୀୟ କାହାଣୀ ଉନ୍ମୋଚିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାମଲ ଯୋଗଦାନ କରି କହିଲେ ଅଣୁକବି ବ୍ରହ୍ମାନନ୍ଦ ଦାସ ନିଚ୍ଚକ କବି ନଥିଲେ । ଏପରିକି ଶିକ୍ଷା ଓ ଶିକ୍ଷକମାନଙ୍କର ସମସ୍ୟାକୁ ନେଇ ଅନୁଷ୍ଠିତ ଆନ୍ଦୋଳନରେ ସମାଜସେବୀ କାର୍ତ୍ତିକ ଚରଣ ନାୟକଙ୍କ ସହ ୫ଦିନ କାଳ କାରାବରଣ କରିଥିଲେ । ସେ ଥିଲେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି । ଏଥିରେ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ, ମୁଖ୍ୟବକ୍ତା କବି ହେମନ୍ତ କୁମାର ରାଉତ ସଂସଦର ଉପସଭାପତି ପ୍ରଦୀପ କୁମାର ଦାଶ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ କୋଷାଧ୍ୟକ୍ଷ ନୃସିଂହ ଚରଣ ତ୍ରିପାଠୀ, ରଞ୍ଜନ ବାଇ, ସୁରେନ୍ଦ୍ର କୁମାର ବେହେରା, ଶ୍ରୀଧର କୁମାର ଭୋଳ, ପ୍ରେମାନନ୍ଦ ଜେନା, ଅମୀୟ ନାୟକ, ଆମ ଗାଁ ସାହିତ୍ୟ ପରିଷଦର ସଭାପତି ସଞ୍ଜୟ କୁମାର ମଲ୍ଲିକ, ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ, ସହସମ୍ପାଦକ ଅଶୋକ କୁମାର ସାହ, ତପସ୍ୱିନୀ ପଟ୍ଟନାୟକ, ସମାଜସେବୀ ଉମେଶ ସିଂହ, ଗୟାଧର ଧଳ, ନାରାୟଣ ପତି, ବିଶିଷ୍ଟ ସାମ୍ବାଦିକ ଆଶ୍ରିଷ ସେନାପତି ଓ ପ୍ରଫୁଲ୍ଲ ଦାସ, ଶରତ କୁମାର ରାଉତ, ଅନସୁୟା ସାମଲ, ଅଜୟ ପାତ୍ର, ମଧୁସୂଦନ ଗେରୁ ପ୍ରମୁଖ ଯୋଗଦାନ କରି ଆଲୋଚନା କରିଥିଲେ । ଏଥିରେ କବି ଚାରୁଲତା ଭୂୟାଁ ଓ ନିରୁପମା ଦାସଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସମାଜସେବୀ ତ୍ରିଲୋଚନ କାନୁନ୍‌ଗୋ, ସଙ୍ଗୀତ ନିର୍ଦ୍ଦେଶକ ବୈକୁଣ୍ଠ ନାୟକ ଓ ଜାମ୍ମୁ କାଶ୍ମୀରରେ ପ୍ରାଣ ହରାଇଥିବା ୫ଜଣ ଯବାନଙ୍କ ଦେହାନ୍ତରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

Anwesan News କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସିକ ରବିବାସରୀୟ ସାହିତ୍ୟ ଆସରରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ଆଜି ପବ୍ଲ....

ପଟ୍ଟାମୁଣ୍ଡାଇରେ ପବିତ୍ର ଇଦ ପର୍ବ ଆନନ୍ଦଉଲ୍ଲାସର ସହିତ ପାଳିତ ହୋଇଯାଇଛି । ପୌରପରିଷଦ ଅନ୍ତର୍ଗତ ୧୧ନଂ. ୱାର୍ଡ ମୁସଲମାନ ବସ୍ତିରେ ଇଦ ପାଳନ ଅ...
22/04/2023

ପଟ୍ଟାମୁଣ୍ଡାଇରେ ପବିତ୍ର ଇଦ ପର୍ବ ଆନନ୍ଦଉଲ୍ଲାସର ସହିତ ପାଳିତ ହୋଇଯାଇଛି । ପୌରପରିଷଦ ଅନ୍ତର୍ଗତ ୧୧ନଂ. ୱାର୍ଡ ମୁସଲମାନ ବସ୍ତିରେ ଇଦ ପାଳନ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସକାଳ ୮ ଘଟିକା ସମୟରେ ଇଦଗାହା ପଡିଆରେ ସମୂହ ନମାଜ ପାଠର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୌଲାନା ମହମ୍ମଦ ଇସରାଫି ସମସ୍ତଙ୍କୁ ନମାଜ ପାଠ କରାଇଥିବାବେଳେ ମୌଲାନା ୱାସୀମ ଅକ୍ତର କାଦିର ଓ ହାଫିଜ ସଲ୍ଲାଉଦିନ ନମାଜ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ନମାଜ ପାଠ ପାଇଁ ଇଦଗାହା ପଡିଆରେ ପଟ୍ଟାମୁଣ୍ଡାଇ …...

Anwesan News ପଟ୍ଟାମୁଣ୍ଡାଇରେ ପବିତ୍ର ଇଦ ପର୍ବ ଆନନ୍ଦଉଲ୍ଲାସର ସହିତ ପାଳିତ ହୋଇଯାଇଛି । ପୌରପରିଷଦ ଅନ୍ତର୍ଗତ ୧୧ନଂ. ୱାର୍ଡ ମୁସଲମାନ ବସ.....

Address

Pattamundai
Kendrapara
754215

Alerts

Be the first to know and let us send you an email when Anwesan news posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Anwesan news:

Share


Other News & Media Websites in Kendrapara

Show All

You may also like