11/08/2024
#ଶ୍ରଦ୍ଧାଞ୍ଜଳି
ଦୀର୍ଘଦିନ ଧରି କର୍କଟ ବ୍ୟାଧିରେ ପୀଡ଼ିତ ମାଲକାନଗିରିର କବି ଓ ଶିକ୍ଷକ ବଳରାମ ପୂଜାରୀଙ୍କର ଆଜି ମୃତ୍ୟୁ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାତି ୨ଟାରେ ସେ ପ୍ରାଣତ୍ୟାଗ କରିଛନ୍ତି। ଅସୁସ୍ଥତା ଓ ପ୍ରବଳ ଶାରିରୀକ ପୀଡ଼ା ସତ୍ତ୍ବେ କବିତା ରଚନା ଜାରି ରଖିଥିବା ବଳରାମ କବିତା ପାଇଁ ହିଁ ବଞ୍ଚିଛନ୍ତି ବୋଲି ସବୁବେଳେ କହୁଥିଲେ। ତାଙ୍କର ମୋଟ ୫ଟି କବିତା ସଂକଳନ ପ୍ରକାଶ ପାଇଥିବାବେଳେ ଶେଷ ତିନୋଟି ବହି 'ଈଶ୍ବରଙ୍କ ଭାଡ଼ି', 'ଶ୍ବେତପତ୍ର' ଓ 'କୋଣ୍ଡାକାମ୍ବେରୁ ଖୁଆଡ଼' ପେନ୍ ଇନ୍ ବୁକ୍ସ ଦ୍ବାରା ପ୍ରକାଶିତ। ନିକଟରେ ପେନ୍ ଇନ୍ ବୁକ୍ସ ପକ୍ଷରୁ ରାଜଭାଗ ପାଇଥିବା ୪୪ ଜଣ ଲେଖକଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ରାଜଭାଗ ପ୍ରଦାନ ଉତ୍ସବ ଥିଲା ତାଙ୍କ ଜୀବନର ଶେଷ ସାହିତ୍ୟ ସଭା।
ବଳରାମ ପୂଜାରୀଙ୍କ ଅକାଳ ବିୟୋଗରେ ପେନ୍ ଇନ୍ ବୁକ୍ସ ଓ ଓଡ଼ିଆ ମିଡିଆ ପରିବାର ଗଭୀର ଶୋକପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛି ଏବଂ ଅମର ଆତ୍ମାର ମୋକ୍ଷ କାମନା କରୁଛି। ତାଙ୍କ ପ୍ରକାଶିତ ପୁସ୍ତକମାନଙ୍କ ମାଧ୍ୟମରେ ସେ ଆମ ସହ ଏବେ ବି ଅଛନ୍ତି ବୋଲି ଆମେ ମନେକରୁ।