Anchor Manoj

Anchor Manoj This is a Page Which is Created Exclusively for Variety of News and Information (Entertainment,Sport

11/06/2023

👇
ଟଳିଲା ବଡ଼ ରେଳ ଦୁର୍ଘଟଣା !
ବିଳାସପୁରରେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ,ପାସେଞ୍ଜର-ମେମୁ ଟ୍ରେନ ସହ ମୁହାଁମୁହିଁ ଧକ୍କା ଟଳିଲା ।

07/06/2023


ଟ୍ରେନରେ କଟି ୬ ଜଣଙ୍କ ମୃତ୍ୟୁ । ପ୍ରାଥମିକ ପର୍ଯ୍ୟାୟରେ ଟ୍ରେନରେ କଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ଏବେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଯାଜପୁର ରୋଡ୍ ଷ୍ଟେସନରେ ଟ୍ରେନ ଧାରଣାରେ କଟି ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ...

ଚିତ୍ରଆକୃତରେ ବାହାନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ।
03/06/2023

ଚିତ୍ରଆକୃତରେ ବାହାନଗା ରେଳ ଦୁର୍ଘଟଣାର ଭୟଙ୍କର ଦୃଶ୍ୟ ।

ଦୃଘଟଣାଗସ୍ତ କରମଣ୍ଡଳ ଏକ୍ସପ୍ରେସ ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ତଥ୍ୟ 🙏🏻
03/06/2023

ଦୃଘଟଣାଗସ୍ତ କରମଣ୍ଡଳ ଏକ୍ସପ୍ରେସ ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ତଥ୍ୟ 🙏🏻

02/06/2023


ଅନ୍ଧାର ରାତିରେ ମାଲବାହୀ ଟ୍ରେନକୁ ପିଟିଲା କରମଣ୍ଡଳ ଏକ୍ସପ୍ରେସ । ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ।

Sorry beti ham bass Reels banane ke liye help ka dikhawa karte hai 🥱 Delhi Police
01/06/2023

Sorry beti ham bass Reels banane ke liye help ka dikhawa karte hai 🥱 Delhi Police

29/05/2023

#ଆମ୍ବୁଲାନ୍ସ ଭିତରେ ମଦ ପିଉଛନ୍ତି ବର କନ୍ୟା ଓ ଡ୍ରାଇଭର 👇👇

ଯାଜପୁର ଜିଲ୍ଲା ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ନିକଟ ରେ ଘଟିଛି ଅଭାବନୀୟ ଘଟଣା। ଗୋଟିଏ ପ୍ରାଇଭେଟ୍ ଆମ୍ବୁଲାନ୍ସ ଭିତରେ ମଦ ପିଆ ଚାଲିଛି। ମଦ୍ୟପ ମାନେ ହେଉଛନ୍ତି ନବ ବିବାହିତ ବର ଓ କନ୍ୟା,ଓ ଆମ୍ବୁଲାନ୍ସ ଡ୍ରାଇଭର, ସମସ୍ତେ ମିଶିକି ଆମ୍ବୁଲାନ୍ସ ଭିତରେ ମଦ ଆସର ସାଙ୍ଗ କୁ ଚିକେନ୍ ପୋକଡା ଖାଇବାର ଦୃଶ୍ୟ ଦେଖିବାକୁ ମିଳିଛି। ତେବେ ଆମ୍ବୁଲାନ୍ସ ଜଣକ କଟକ ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଜରି ପଡ଼ା ଅଞ୍ଚଳର ବୋଲି ଜଣା ପଡିଛି, ତେବେ ଏହି ଘଟଣା କୁ ସ୍ଥାନୀୟ ଲୋକେ ନା ପସନ୍ଦ କରି ଥିବା ବେଳେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହୋଇଛି।






29/05/2023

#ଦୁର୍ଘଟଣାର ଲାଇଭ ଦୃଶ୍ୟ👇👇

କୁଜଙ୍ଗ ସନ୍ତରା ନିକଟରେ ଦେଖିବାକୁ ମିଳିଛି ଆଖି ଖୋସିଦେଲା ଭଳି ସଡ଼କ ଦୁର୍ଘଟଣା l ଏହାର ସିସିଟିଭି ଫୁଟେଜ ଭାଇରଲ ହେବାରେ ଲାଗିଛି l ଦେଖନ୍ତୁ ଦୁର୍ଘଟଣା ର ଲାଇଭ ଦୃଶ୍ୟ,କିଭଳି ବୋଲେରୋ ଗାଡି ଟି ଶୂନ୍ୟରେ ଉଡି ଆସି ବିଲ ମଝିରେ ପଡୁଛି l ଏହି ଦୃଶ୍ୟ ନିଶ୍ଚିତ ଭାବରେ ଛାତି ଥରାଇ ଦେବାଭଳି ଦୃଶ୍ୟ l ଗାଡିଟି କୌଣସି ଗାଡ଼ିରେ ପିଟି ହୋଇନାହିଁ କିମ୍ବା କୌଣସି ଗାଡି ସହିତ ଧକ୍କା ଦେଇନାହିଁ l ଦେଖିଲେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଲାଗୁଛି l କିଛି ନ ଥାଇ ଗାଡିଟି ଉଡି ଉଡି ଆସି ବିଲ ମଝିରେ ପଡିବା ପରେ ଗାଡିକୁ ଦେଖିଲେ ଲାଗୁଛି ଯେଭଳି ଗାଡ଼ିରେ ଥିବା ପାସେଞ୍ଜର ଙ୍କ ଅବସ୍ଥା କଣ ହୋଇନଥିବ l କିନ୍ତୁ ଦୁଇଜଣ ଗୁରୁତର ଙ୍କୁ ଉଦ୍ଧାର କରାଯାଇ ମେଡିକାଲ ପଠାଯାଇଛି l ତେବେ କିଭଳି ଭାବରେ ଡ୍ରାଇଭର ଜଣକ ଗାଡି ଚଳାଉଥିଲେ ତାହା ଗାଡି ର ଗତିରୁ ସ୍ପଷ୍ଟ ଜଣାପଡୁଛି l



26/05/2023

नई संसद की पहली झलक 🌻

♥️

20/05/2023

ମୋ ବସରେ ଲାଗିଲା ନିଆଁ। ରାଉରକେଲାରୁ ବେଦବ୍ୟାସକୁ ଯାଉଥିବା ସମୟରେ ଲାଗିଲା ନିଆଁ । ବସରେ ଯାନ୍ତ୍ରିକ ତ୍ରୁଟି ପାଇଁ ଲାଗିଥିଲା ଘଟିଥିଲା ଅଘଟଣ । ପ୍ରଥମେ ଧୀରେ ଧୀରେ ଜଳୁଥିଲା, ପରେ ପରେ ପୁରା ବସରେ ନିଆ ଲାଗି ଯାଇଥିଲା । ବସରେ ଥିବା ଯାତ୍ରୀ ଓ ବସ କର୍ମଚାରୀ ମାନେ ବସରୁ ଓହ୍ଲାଇଯାଇଥିଲେ । ଘଟଣାରେ କେହି ଆହତ ହୋଇନାହାନ୍ତି । ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଯାଇ ନିଆଁକୁ ଲିଭାଇଥିଲେ।

15/05/2023

ସାମାନ୍ୟ ବଚସାରୁ ରଣକ୍ଷେତ୍ର ପାଲଟିଲା ଯାତ୍ରା ପେଣ୍ଡାଲ l ତିଗିରିଆ ଥାନା ନୂଆପାଟଣା ଚନ୍ଦନ ଯାତ୍ରା ସମୟରେ ତଳ ସାହିରେ ଘଟିଛି ଘଟଣା l ତଳ ସାହି ଯାତ୍ରା କମିଟି ଓ ଯାତ୍ରା ଦେଖୁଥିବା ସମୟରେ ଯାତ୍ରା କମିଟି ଏବଂ ଦର୍ଶକଙ୍କ ମଧ୍ୟରେ ହୋଇଥିଲା ଧସ୍ତାଧସ୍ତି ।ଘଟଣା ରୁ ପ୍ରକାଶ ଯେ ଗତକାଲି ରାତିରେ ଚନ୍ଦନ ଯାତ୍ରା ଉପଲକ୍ଷେ ତଳସାହିରେ ଯୁବ ଗୋଷ୍ଠୀଙ୍କ ଦ୍ଵାରା ଡ୍ରାମା କରାଯାଉଥିବା ବେଳେ ଘଟିଛି ଘଟଣା l ସାମାନ୍ୟ ବଚସାରୁ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ଓ ଚେୟାର୍ ଭଙ୍ଗାରୁଜା କରିବା ସହ କିଛି ଯୁବକ ଆହତ ହୋଇଥିବା ଜଣାପଡିଛି l ଏ ଘଟଣା ସମ୍ପ୍ରକ୍ରରେ ଏଯାଏଁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

10/05/2023

#ପୁଷ୍ପା-୨ ସୁଟିଂ ପାଇଁ ଷ୍ଟେଜ ନିର୍ମାଣ କରାଯାଉଛି। ସାଉଣ୍ଡ ବକ୍ସ ଠାରୁ ଆରମ୍ଭ କରି କ୍ୟାମେରା ଆଦିକୁ ପ୍ରସ୍ତୁତ କରାଯାଉଛି। କଳାକାରଙ୍କ ପାଇଁ ଆବଶ୍ୟକ ପୋଷାକ ପ୍ରସ୍ତୁତ କରାଯାଉଛି। ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଥିବା ବେଳ‌େ କଳାକାରଙ୍ ଦ୍ବାରା ବିଭିନ୍ନ ଦୃଶ୍ୟକୁ ଅଭ୍ୟାସ କରାଯାଉଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ସ‌ିଲେରୁ ନଦୀ କୂଳରେ ଆଜି ସକାଳୁ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ପୁଷ୍ପା ଚଳଚ୍ଚିତ୍ରର ଦ୍ବିତୀୟ ଭାଗ ସୁଟିଂ ପାଇଁ ‌ସିଲେରୁ ନଦୀ କୂଳରେ ପ୍ରଯୋଜନା ଟିମ୍ ଟେଣ୍ଟ ଲଗାଇଛନ୍ତି। ଶତାଧିକ କର୍ମଚାରୀ ସେଠାରେ ପହଞ୍ଚି ସୁଟିଂ ପାଇଁ ପ୍ରସ୍ତୁତି ଜ‌ୋରଦାରେ ଚଲାଇଛନ୍ତି। ଏଥିସହ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। 👇👇

01/05/2023

ଏଦୃଶ୍ୟ ଦେଖିଲେ ଦୁରରୁ ଆପଣ ହୁଏତ ଭାବି ପାରନ୍ତି ବିଜ୍ଞାପିତ ପରିଷଦ ଖମ୍ବର ଉପରେ ଜଣେ ବ୍ୟକ୍ତି କିଛି କାମ କରୁଛି ବୋଲି।ହେଲେ ଏ ବ୍ୟକ୍ତି କିଛି କାମ କରୁନି।ପାଖରୁ ଯିଏ ଦେଖିଲେ ସିଏ କାବୁଜ ହୋଇଯିବେ।ଏଦୃଶ୍ୟ ହେଉଛି ପାଟଣାଗଡ ଖପ୍ରାଖୋଲ କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବଥର୍ଲା ଛକ ନିକଟରେ ଥିବା ପାଟଣାଗଡ ବିଜ୍ଞାପିତ ପରିଷଦ ଅଞ୍ଚଳକୁ ସ୍ବାଗତ ଓ ବିଦାୟ ଲେଖା ହୋଇଥିବା ଖମ୍ବ।ସିଧାସଳଖ ଦେଖିନିଅନ୍ତୁ ଥରେ ଏଦୃଶ୍ୟ ଉପରେ, ବିଜ୍ଞାପିତ ପରିଷଦର ଖମ୍ବ ଉପରେ ଜଣେ ବ୍ୟକ୍ତି କିଭଲି ବ୍ୟାମ୍ କରୁଛନ୍ତି।ଲୋକେ କହିବେ ଇଏ କାଳେ ଉପରୁ ତଳକୁ ପଡିଗଲେ ମରିଯିବ। ହେଲେ ସିଧା ଉପରକୁ ଚଢି ବ୍ୟାମ୍ କରିବାରେ ବ୍ୟସ୍ତ। ଏହି ବ୍ୟକ୍ତି ଜଣକ ହେଉଛନ୍ତି ପାଟଣାଗଡ ବଥର୍ଲା ଗ୍ରାମର ହିରୁ ସାହୁ।ତେବେ ବେଳେ ବେଳେ ହିରୁଙ୍କ ମୁଣ୍ଡ କାମ କରୁ ନଥିବାରୁ ଏଭଳି କାମ କରନ୍ତି ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।





30/04/2023


ଖୋର୍ଦ୍ଧା ଜଟଣୀ ବାଇପାସ୍ ଓଭର ବ୍ରିଜ୍ ଉପରେ ମୋ ବସ ସହିତ ଟ୍ରକ ଧକ୍କାରେ କିଛି ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ କର୍ମଚାରୀ ପହଞ୍ଚି ଆହତଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଳୟରେ ଭର୍ତି କରିଛନ୍ତି । ଆହାତ ଅବସ୍ଥା ଠିକ୍ ଥିବା ସୂଚନା ମିଳିଛି।

22/04/2023

ପୁଣି ଯାତ୍ରା ମଞ୍ଚରେ ବିବାଦ 👇
ଯାତ୍ରା ମଞ୍ଚରେ ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିବା ନେଇ ବିବାଦରେ ଟେଲି ଅଭିନେତ୍ରୀ ପିହୁ। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପାଟଣମଙ୍ଗଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଏକ ଆଲବମ ଗୀତରେ ନାଚିବା ବେଳେ, ବରିଷ୍ଠ ନାଗରିକଙ୍କ ମୁଣ୍ଡ ଟାଣିବାରୁ ସେ ଉତ୍ତ୍ୟକ୍ତ ହୋଇ ଜୋତାରେ ପିଟିବାକୁ ଉଦ୍ୟମ କରିଥିଲେ। ମାତ୍ର ଏତିକିରେ ସରିନଥିଲା ଏ ଘଟଣା। ଟେଲି ଅଭିନେତ୍ରୀ ପିହୁ ସଙ୍ଗେ ସଙ୍ଗେ ମାଇକ୍ରୋଫୋନ ନେଇ ଯଦି ଖରାପ ଲାଗୁଛି ପଛକୁ ପଳାଇଯିବାକୁ କହୁଥିବା ଦେଖିବାକୁ ମିଳିଛି। ତେବେ ବରିଷ୍ଠ ନାଗରିକଙ୍କ ଉପରେ ଏଭଳି ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି ।👇




22/04/2023

ଆଜି ମୁସଲମାନଙ୍କ ବଡ଼ ପର୍ବ ଇଦ । ଏହି ଉପଲକ୍ଷେ ଆଜି ରାଜ୍ୟର ସବୁ ମସଜିଦ ଓ ଇଦଗା ମୈଦାନ ଚଳଚଞ୍ଚଳ ହୋଇଉଠିଲାଣି । ସକାଳୁ ସକାଳୁ ସମୂହ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସମୂହ ନମାଜ ପାଠ ପରେ ପରସ୍ପରକୁ ଇଦ ମୁବାରକ ଜଣାଇବେ ସଭିଁଏ । ଏହାପରେ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ସାଙ୍ଗକୁ ମଉଜର ଆସର ଜମିବ ।ଏହିଭଳି ଏକ ଦିନରେ ପୁରୀ ବେଳାଭୁମିରେ ବାଲୁକାକଳା ମାଧ୍ୟମରେ ଇଦ ମୁବାରକର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ବାଲୁକାକାଳରେ ଅତି ନିଖୁଣ ଭାବରେ ସୁଦର୍ଶନ ଇସଲାମଙ୍କ ମସଜିଦ,ଓ ଇଦ ର ଚନ୍ଦ୍ରକୁ ନିଜ ବାଲୁକାକଳା ରେ ସ୍ଥାନିତ କରିଛନ୍ତି ।ପ୍ରାୟ 7 ଟନ ବାଲିରେ ପ୍ରସ୍ତୁତ ଏହି ବାଲୁକାକଳା ଟି ପ୍ରାୟ ୧୦ ଫୁଟ ଓସାର ବିଶିଷ୍ଟ ଓ ୭ଫୁଟ ଉଚ୍ଚତା ବିଶିଷ୍ଟ ଅଟେ ।ସେପଟେ ଏହି ଆକର୍ଷଣୀୟ କଳାକୃତି ଟି ଦେଖିବାକୁ ଦେଖିବାକୁ ପୁରୀ ବେଳାଭୁମିରେ ଭିଡ଼ ଦେଖିବାକୁ ମିଳିଛି । 👇


18/04/2023

ଓଃ କି ଗରମ !😜🐘

13/04/2023

ଟାଣ ଖରାରେ ମାର୍କେଟ ଉପରେ ହୁତୁହୁତୁ ହେଇ ଜଳିଗଲା 'ବୁଲେଟ୍'👇👇

11/04/2023

ମୁଁ ଏମିତି ବନ୍ଧୁଟିଏ ପାଇଛି..👇👇
ଦୁଇ ବନ୍ଧୁଙ୍କ ନିଆରା କାହାଣୀକୁ ନେଇ ଶ୍ରୀକ୍ଷେତ୍ରରେ ଚର୍ଚ୍ଚା..😇
ମାନବିକତା ଦେଖେଇ ବୃଦ୍ଧଙ୍କୁ ଆଶ୍ରୟ ଦେବା ସହ, ଅସୁସ୍ଥ ସମୟରେ ଟ୍ରଲିରେ ଡାକ୍ତରଖାନା ନେଲେ ଆଉ ଜଣେ ବୃଦ୍ଧ ।

08/04/2023

ମାଙ୍କଡ଼ର ଗୁପଚୁପ'ଖିଆ ଭିଡିଓ 👇👇

08/04/2023

#ଟାଟା ଚା ରେ ସୋନପୁରୀ ବାନ୍ଧକଳାର ଛାପ..👇

ସୁକ୍ଷ୍ମ ସୁତାର କାରିଗରୀ ବା ବନ୍ଧକଳା ପାଇଁ ସମଗ୍ର ବିଶ୍ୱରେ ପରିଚିତ ସୁବର୍ଣ୍ଣପୁର ଜିଲ୍ଲା । ନେତ୍ରୀଠାରୁ ଆରମ୍ଭକରି ଅଭିନେତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ପସନ୍ଦ ସୋନପୁରିଆ ବାନ୍ଧ । ଏବେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଯାଇଛି । କାରଣ ଏଠିକାର ବାନ୍ଧକଳାର ଛାପ ଏବେ ଦେଖିବାକୁ ମିଳିବ ଟାଟା କମ୍ପାନୀଦ୍ୱାରା ପ୍ରସ୍ତୁତ ଚା ପାକେଟରେ । ସୋନପୁର ସହର ପଟାଭାଡିର ବାନ୍ଧଶିଳ୍ପୀ ଅଶୋକ ମେହେରଙ୍କଦ୍ୱାରା ପ୍ରସ୍ତୁତ ଏହି ବାନ୍ଧଶିଳ୍ପକୁ ଟାଟା କମ୍ପାନୀ ସ୍ଥାନିତ କଲାପରେ ଏବେ ସୁବର୍ଣ୍ଣପୁରରେ ଖୁସିର ମାହୋଲ । କେବଳ ସେତିକି ନୁହେଁ ଚା ପାକେଟ ଉପରେ ସୋନପୁରୀ ବାନ୍ଧ ସୁବର୍ଣ୍ଣପୁର ବୋଲି ମଧ୍ୟ ଲେଖାରହିବ । ଯାହାକୁ ନେଇ ଏବେ ବେଶ ଖୁସିବ୍ୟକ୍ତ କରିଛନ୍ତି ବାନ୍ଧଶିଳ୍ପୀ ଅଶୋକ ମେହେର l ଆଗକୁ କମ୍ପାନୀ ପକ୍ଷରୁ ବଜାରକୁ ଆସିବାକୁ ଥିବା ଚା ପାକେଟରେ ଉପରେ ତାଙ୍କଦ୍ୱାରା ପ୍ରସ୍ତୁତ ବାନ୍ଧକଳାର ଛାପ ପକାଯିବା ନେଇ ଜାଣିବା ପରେ ଏବେ ଅଶୋକଙ୍କ ପରିବାରରେ ମଧ୍ୟ ଖୁସିର ମାହୋଲ ।
Video Credit-










07/04/2023
07/04/2023

ଏପ୍ରିଲ 7 । ବିଶ୍ୱ ପାଳୁଛି ଗୂଡ଼ ଫ୍ରାଇ ଡେ।ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏକ ସକାରାତ୍ମକ ତଥା ପବିତ୍ର ଦିନଟିଏ।ଏହି ଅବସରରେ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ। ପୁରୀ ବେଳାଭୁମୀରେ ନିଜ ବାଲୁକାକଳା ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।ଖ୍ରୀଷ୍ଟ ଧର୍ମର ଇଷ୍ଟ ଯେସସଙ୍କ ଏକ ସୁନ୍ଦର ମୂର୍ତ୍ତୀ ତାସହିତ ଖ୍ରୀଷ୍ଟ ଧର୍ମର ପ୍ରତୀକ କ୍ରସ ଚିହ୍ନକୁ ନିଜ କଳାରେ ସୁଦର୍ଶନ ସ୍ଥାନ ଦେଇଛନ୍ତି ।ଏହା ସହିତ ପ୍ରେୟାର ଫର ପିସ ବା ଶାନ୍ତି ର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ।



07/04/2023

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ।👇👇
ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ରହିଛି ବାର୍ତ୍ତା ।ତେବେ ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲୁକାକଳା ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇଛନ୍ତି ।ନିଜର ଏହି ବାଲୁକାକଳାଟିରେ ସେ world helath organisation ର 75 ତମ ପ୍ରତିଷ୍ଠା ଦିବସରେ ଶୁଭେଛା ଜଣାଇଛନ୍ତି ।ଏଥିସହିତ ଯେହେତୁ ଚଳିତ ଥର world helath organisation ର ସ୍ଲୋଗାନ ରହିଛି health for all , ତେଣୁ ନିଜର ବାଲୁକାକଳାରେ ସୁଦର୍ଶନ ଏହି health for all ର ବାର୍ତ୍ତା ଦେଇଛନ୍ତି ।





Address

Bhubaneshwar

Website

Alerts

Be the first to know and let us send you an email when Anchor Manoj posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Anchor Manoj:

Videos

Share

Superfast Odisha

Nation Odia

Nearby media companies