21/08/2021
ଶକ୍ତି ରୂପେଣ
ନାଆଟି ତାର ସେବତୀପୁର, ନିପଟ ମଫସଲ ଗରିବ ଗୁରୁବାଙ୍କ ଗାଁ ସେଇଟା। ଗାଁ ରେ ଅଛି ଅସହାୟ ପାଗଳୀଟିଏ, ନାଅଛି ତାର କୌଣସି ପରିବାର ନା କୁଡ଼ିଆ। ପାଖାପାଖି ୨୫ ବର୍ଷ ବୟସ ହେବ! ନୁଖୁରା ଅସଜଡା ଚୁଟି। କିଏ କେତେବେଳେ ଦୟାକରି ମୁଠିଏ ଖାଇବାକୁ ଦେଲେ ସେତକ ତା ପାଇଁ ଢେର୍, ନହେଲେ ଭୋକଉପାସରେ ବୁଲୁଥାଏ।
ଗାଁ ବ୍ରାହ୍ମଣ ସାହିରେ, ନରି ମିଶ୍ରର ଗରିବ ସଂସାର ଟିଏ, ଘରେ ମିଶ୍ରକୁ ଛାଡ଼ିଦେଲେ, ତା ଦୁନିଆ ତାର କଲେଜ ପଢୁଆ ଝିଅ ପାଖେ ସରିଯାଏ, ନା ମାନିନୀ, ଯିଏ ରୂପରେ ଓ ଗୁଣରେ ଗୋଟିଏ ଚାଉଳରେ ଗଢ଼ା। ମିଶ୍ର ବାବୁ ଗାଁ ମନ୍ଦିରେ ପୂଜାପାଠ କରି ଯାହା ଦୁଇ ପଇସା ପାଆନ୍ତି ସେଇ ପଇସାରେ, ଏ ବାପା ଝିଅ କଷ୍ଟେମଷ୍ଟେ ଚଳିଯାଆନ୍ତି। ଆଖ ପାଖ ଗାଁରେ ମିଶ୍ରଙ୍କର ଖାତିରି ବହୁତ, ଗାଁ ବାସୀ ବି ବହୁତ ମାନନ୍ତି। ମାନିନୀର ସୁନ୍ଦରତା ସେଥିରେ ପୁଣି କଲେଜ ଟପର, ଏ ଲାଗି ଘରେ ଭରିଭରି ବିବାହ ପ୍ରସ୍ତାବ, କିନ୍ତୁ ମିଶ୍ର ବାବୁ ଏସବୁକୁ ଏଡେଇ ଦିଅନ୍ତି। କଥାଟି ହେଉଛି, ବାପା ଝିଅର ଏକ ମାତ୍ର ସ୍ବପ୍ନ, ମାନିନୀ ଅଧିକରୁ ଅଧିକ ପାଠପଢି, ବଡ ହାକିମ ଟିଏ ହେବ।
ବଡ ଆଶ୍ଚର୍ଯ୍ୟର ବିଷୟ ଯେ ଏତେ ସବୁ ଗୁଣର ଅଧିକାରୀ ହୋଇ ମଧ୍ୟ, ମାନିନୀ ସେଇ ପାଗିଳି ଉପରେ ଅହେତୁକ ସ୍ନେହ ଭଲପାଇବା ରଖିଥାଏ। ପାଗଳୀର ମନଟା ସେଇ ମାନିନୀ ପାଖେ, ଯେବେ ବି ପାଗିଳି ତା ଘରକୁ ଯାଏ ତାକୁ କିଛି ନା କିଛି ଖାଇବାକୁ ମିଳିଯାଏ, ତା ସହ ବହୁ ଆଦର ଓ ଭଲପାଇବା, ତେଣୁ ମାନିନୀପ୍ରତି ବି ପାଗଳୀର ଏକ ଅଲଗା ସ୍ନେହ ରହିଥାଏ।
ପାଗଳିର ଗୋଟେ ହାତେ ମଇଳା ଗଣ୍ଠିଲି ତ ଆଉ ଗୋଟେ ହାତେ ବାଉଁଶ ବାଡ଼ି ଓ ତା ସହ ମଇଳା ଚିରା ଫଟା ଲୁଗା ଖଣ୍ଡେ ପିନ୍ଧି ବୁଲୁଥାଏ। କେହି ତାକୁ ରଗାଇଲେ ବାଡ଼ି ଉଠାଇ ମାରିବାକୁ ଗୋଡ଼ାଏ। ତା ମନରେ ଯେତେବେଳେ ଯାହା ଆସିଲା ତାହା କରୁଥାଏ। ଏପରିକି କେତେବେଳେ କାନ୍ଦେ ତ କେତେବେଳେ ହସେ, ପୁଣି କେତେବେଳେ ହସିକି ନାଚିଉଠେ ପୁଣି ହସି ହସି କାନ୍ଦି ପକାଏ। ଏପରି ବିଚିତ୍ରକାମରୁ ଜଣା ପଡୁଥିଲା ଯେ ସେ କୌଣସି ଏକ ପ୍ରତାରଣା ର ଶିକାର ହୋଇଚି।
ପ୍ରତାରଣା ନୁହତ, ପାଗଳୀର ଏ ଅନ୍ଧାର ଜିବନର ପଛର କାରଣ ବହୁ ଭୟାଭୟ। କିଛିମାସ ପୁର୍ବେ, ମାଁ ବାପା ଛେଉଣ୍ଡ ଝିଅଟିଏ ଗୋଟିଏ ପୁଅକୁ ତା’ର ସବୁକିଛି ଭାବି ବସିଛି, ତାକୁ ନେଇ ଗୋଟେ ସୁନାର ଘରର ସ୍ବପ୍ନ ଦେଖିସାରିଛି। ସେ ପୁଅବି ତାକୁ ମିଛିମିଛିକା ଭଲପାଇବା ର ଆସ୍ବସନା ଦେଇଚାଲିଥାଏ, କିନ୍ତୁ ସତଟି ସେ ପୁଅଟି ଜମାରୁ ତାକୁ ଭଲପାଉ ନଥିଲା। ଏହି ମିଛ ପ୍ରତାରଣା ଭଲପାଇବାକୁ ଝିଅଟି କେବେବି ବୁଝି ପାରି ନଥିଲା କି ବୁଝିବା ପାଇଁ ଚେଷ୍ଟା କରିନି। ନିରୀହ ସରଳ ନିଷ୍କପଟ ଝିଅର ଭଲପାଇବା ର ଫାଇଦା ଉଠାଉଥିଲା ପୁଅଟି। ତାର ଶାରୀରିକ ଭୋକ ମେଣ୍ଟାଇବାପାଇଁ ତା ସହ ଛଳନା କରିଥିଲା ଏବଂ ଗର୍ଭବତୀ ଅବସ୍ଥାରେ ତାକୁ ଗୋଇଠା ମାରି ଅନ୍ୟ ଏକ ଝିଅଟିକୁ ବିବାହ କରିଥିଲା। ଏହି ଅସହାୟତା ଅବସ୍ଥାରେ ଗାଁ ଲୋକେ ବି ତା ସାଥ ଦେଲେନି ଓଲଟା ତାକୁ ଗାଁରୁ ନିଆଁ ପାଣି ବାସନ୍ଦ କରିଦେଲେ। ଗାଁ ବାହାରେ ରୁଗୁଣା ପିଲାଟିକୁ ଜନ୍ମ ଦେଲା, ହେଲେ ପିଲାଟିର ସେବାପାଇଁ କୌଣସି ବୈଦିକ ସାହାର୍ଯ୍ୟ ସେ କରିପାରିନଥିଲା, ଯାହାଫଳରେ ପିଲାଟି ଠିକ ସମୟରେ ଔଷଧ ନ ପାଇପାରି ଆଖି ବୁଜିଦେଲା। ପିଲାର ମୃତ ଶବ ତାକୁ ପାଗଳୀ କରିଦେଇଛି, ସେ ହିଁ ଆଜି ମାନିନୀର ପାଗଳୀ। ପାଗଳୀ ହେବାଦିନୁ, ସବୁ ଗାଁ ବାସୀଙ୍କୁ ତା ଛୁଆର ହତ୍ୟାକାରୀ ଭାବି ଠେଙ୍ଗାଟି ଧରି ମାରିବାକୁ ଗୋଡ଼ାଉ ଥାଏ। ଏସବୁ କଥା ମାନିନୀ ଶୁଣିଚି, ଆଉ ପାଗିଳିର ଶୂନ୍ୟଜୀବନରେ ସାଙ୍ଗ ଭଳି ରହିଛି।
ମାନିନୀ ଥିଲା ଯୁକ୍ତ ଦୁଇ ବିଜ୍ଞାନର ଛାତ୍ରି, ଆଉ ସେ ପ୍ରତିଦିନ କଲେଜ ସାରି ଟ୍ୟୁସନକୁ ଯାଏ। ଟ୍ୟୁସନଟି ଥିଲା ଗାଁଠୁ ତିନି ରୁ ଚାରି ମାଇଲ ଦୂରେ, ତେଣୁ ଫେରୁଫେରୁ ପ୍ରାୟ ସନ୍ଧ୍ୟା ଗଡିଯାଉଥିଲା। ଝିଅର ପାଠ ପଢ଼ାକୁ ନେଇ କେବେ ବି କୌଣସି ଜିନିଷ କମ୍ ରଖି ନଥିଲେ, ମିଶ୍ର ବାବୁ। ଚେଷ୍ଟା ସତ୍ତ୍ବେ, ସେ ଝିଅପାଇଁ ସାଇକଲଟିଏ ଯୋଗାଡ କରିପାରୁ ନଥିଲେ। ଗାଁ ମୁଣ୍ଡରେ ସରପଞ୍ଚର ବାତରା ପୁଅ ପଦିଆ ଆଉ ତାର ବାଳୁଙ୍ଗାସାଙ୍ଗ ସବୁବେଳେ ଝିଅମାନଙ୍କୁ ହଇରାଣ କରନ୍ତି। ହେଲେ ମାନିନୀପ୍ରତି ତାର ନଜର ସବୁଠୁ ଖରାପ ଥିଲା। ତଥାପି ବଢ଼ିଲା ଝିଅ ର ପାଠକୁ ବନ୍ଦ ନକରି ବାପା ସବୁବେଳେ ଯାଆନ୍ତି ଗାଁ ମୁଣ୍ଡକୁ ତାକୁ ସନ୍ଧ୍ୟାରେ ଆଣିବାକୁ। ଯାହା କାମ ଥିଲା ମଧ୍ୟ ସେ ଝିଅଟିକୁ ସବୁବେଳେ ଯାଇ ଆଣନ୍ତି।
ଦିନେ ମିଶ୍ରଙ୍କ ଦେହଟା ହଟାତ୍ ଭୀଷଣ ଖରାପ ହେଇଯିବାରୁ ଝିଅକୁ ଆଉ ଆଣିବାକୁ ଯାଇ ପାରିଲେନି। ଗାଁ ମୁଣ୍ଡ ରାସ୍ତାଟା ଅନ୍ଧାରୁଆ ଓ ନିଛାଟିଆ, ସେଦିନକୁ ବି ପଦିଆ ଆଉ ତାର ମେଳିଟା ସେଇ ଜାଗାରେ ଜଗି ବସିଥିଲେ। ମାନନୀକୁ ଟ୍ୟୁସନରୁ ଏକା ଫେରନ୍ତା ଦେଖି ପଦିଆ ତାର ଅସଲ ରୂପ ଦେଖେଇ ଦେଲା। ଶଳାଟାର କୁକୁର ବୁଦ୍ଧି ସେ ମାନିନୀର ଇଜ୍ଜତ ଲୂଟିବାକୁ ଚେଷ୍ଠା କରି ଟଣା ଓଟରା କରିଛି। ଭାଗ୍ୟର ବିଡମ୍ବନା ସେଦିନକୁ ବୋଲି ସେ ନିଛାଟିଆ ଜାଗାଟା ପୁରା ନିଛାଟିଆ ଓ ଜନସୁନ୍ୟ। କେତେ ନେହୁରା କାକୁତୀ-ମିନତୀ କରିଲା ମାନିନୀ, ହେଲେବି ପଦିଆ ଗୋଟେ କଥା ବି ଶୁଣୁନଥିଲା। ସତେ ଯେମିତି ନିଜ ଦେହର ଭୋକ ମେଣ୍ଟାଇବାକୁ ହିଁ, ତାର ଜୀବନର ଲକ୍ଷ ମାନି ନେଇ ଥିଲା। ଝିଅଟିର କାନ୍ଦିଲା ମୁହଁଟି କୁ ଦେଖି ବି ତାର ଆସୁରିକତା କମ୍ ହଉ ନଥିଲା। କଳେ ବଳେ କୌଶଳେ ମାନିନୀର କପଡାକୁ ଚିରିଦେଲା। ଏତିକିରେ ମାନିନୀ ଯୋରକରି ରଡି ଛାଡିଲା।
କିଛି ଖୋଜି ଖୋଜି ଆସି ନଦୀଆଡକୁ ପଳେଇ ଆସିଛି, ପାଗଳୀଟା। ରଡି ଟା ତା କାନରେ ପଡିଲା। ଝିଅର ଚିତ୍କାର ଶୁଣି ସେ ଜାଣିପାରିଲା ଯେ ସେଇଟା ମାନିନୀ ଚିତ୍କାର। ଆଉ ଧାଇଁଲା ଚିତ୍କାର ଆଡକୁ। ଦେଖିଲା ଫଟା କପଡା ଟି ପଦିଆ ହାତରେ। ତାକୁ ଦେଖି ପାଗଳୀ ଚିଲେଇଲା "ଛାଡେ ତାକୁ ରଇଜଳା, ତୋ ଭଉଣୀ ଭଳିଆ ରେ ସିଏ... ଛାଡେ ରେ ଚଣ୍ଡାଳ, ବଡରୋଗିଆ"। ଏତିକି ଗାଳି କରି, ତା ବାଡ଼ିଟାକୁ ଫିଙ୍ଗିଲା ପଦିଆ ସାଙ୍ଗ ପିଲାଙ୍କ ଉପରେ, ଆଉ ଭିଡିଲା ପଡିଆକୁ। ତା ହାତ ଟାଣିଲା ଆଉ କଛାଡ଼ିଲା। ହେଲେ ତାର ସାଙ୍ଗ ମାନେ ପାଗଳୀକୁ ଆଉ ତା ବାଡ଼ିକୁ ଟାଣିଫୋପାଡି ଦେଲେ ନଦୀ କଡ଼କୁ।
ହାତରେ ଠେଙ୍ଗାଟାକୁଧରି ନଦୀକଡ଼ରୁ ଯେପରି ଶକ୍ତି ରୂପେଣ ଅବତାରରେ ପୁଣି ଉଠି ଦୈାଡି ଆସିଲା ପାଗଳୀ, ଆଉ ମେଳିଟାକୁ ବାଡେଇଲା ଏକାଥରକେ, କରିଦେଲା ରକ୍ତାକ୍ତ ସବୁ ଛତରାଜାକୁ। ଏପଟେ ପଦିଆ ମାନିନୀକୁ ଜାବୁଡି ଧରିଛି, ତାର ପାରିପାର୍ଶ୍ବରେ କଣ ହଉଛି ଜମାରୁ ଜାଣି ପାରୁନି। ପଡିଲା ପ୍ରହାର ମୁଣ୍ଡରେ, ପଦିଆ ରଡି ଛାଡିଲା, "ବୋଉଲୋ…"। ମୁଣ୍ଡରୁ ରକ୍ତ ଝରଣାଭଳି ଝରି ପଡ଼ିଲା, ଆଉ ତଳେପଡି ଚିଲ୍ଲେଇଲା। ପାଗିଳିର ସବୁ ରାଗ ଯେମିତି ପଦିଆ ଉପରେ ଅଜାଡିଦେଇଛି। ରଡ୍ଡୀ ରଡ୍ଡୀ ପଦିଆ ର ପ୍ରାଣବାୟୁଟା ଉଡ଼ିଗଲା।
ଏ ସବୁକୁ ଦେଖି ମାନିନୀ ଡରିଗଲା ଆଉ ଗାଁ ଆଡକୁ ଦୌଡ଼ିଲା, କିଛିଦୂର ଯାଇକି ପଛକୁ ଦେଖିଲା, ପାଗଳୀଟି କାନ୍ଦୁଛି, ସତେ ଯେମିତି ତାର ଅଧୁରା କାମ ପୁରା ହେଇଯାଇଛି। ପାଖକୁ ଗଲା ମାନିନି ଆଉ କୁଣ୍ଢେଇ ଦେଲା ପାଗଳୀକୁ। ଦୁଇ ଜଣ ଯାକ କାନ୍ଦୁ ଥିଲେ। ସେଠୁ ଦିହେଁ ମିଶି ଫେରିଲେ ଗାଁକୁ। ଦୁଇଟି ଜୀବନକୁ ଯେମିତି ପୁନର୍ଜୀବନ ମିଳିଗଲା।
By : Mahendra Pratap Swain
GOUTAMI (ଗୌତମି) ମୋ ଷଠି ମୋ ଗାଁ
Link of publication :
https://odia.pratilipi.com/story/1a74g6hpcxnc?utm_source=android&utm_campaign=content_share
Link for join pratilipi for publish your writtings :
https://pratilipi.app.link/od/referral?referral_code=3WYFZ41
ଶକ୍ତି ରୂପେଣ ନାଆଟି ତାର ସେବତୀପୁର, ନିପଟ ମଫସଲ ଗରିବ ଗୁରୁବାଙ୍କ ଗାଁ ସେଇଟା। ଗାଁ ରେ ଅଛି ଅସହାୟ ପାଗଳୀଟିଏ, ନାଅଛି ତାର କୌଣସି ପରି...