Vnews5

Vnews5 ଜୟ ଶବର�ଜୟ ଜଗନ୍ନାଥ�

୨୫ ଜୁଲାଇ ୨୦୨୨ ରେ ଶପଥ ଗ୍ରହଣ କରିବାରେ ଭାରତର ଦଶମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ💐🇮🇳 ୧୯୭୭ ରେ ନିଲମ ସଞ୍ଜୀବ ରେଡ୍ଡୀ🇮🇳 ୧୯୮୨ ରେ ଜୈଲ ...
25/07/2022

୨୫ ଜୁଲାଇ ୨୦୨୨ ରେ ଶପଥ ଗ୍ରହଣ କରିବାରେ ଭାରତର ଦଶମ ରାଷ୍ଟ୍ରପତି ହେଲେ ଦ୍ରୌପଦୀ ମୁର୍ମୁ💐

🇮🇳 ୧୯୭୭ ରେ ନିଲମ ସଞ୍ଜୀବ ରେଡ୍ଡୀ
🇮🇳 ୧୯୮୨ ରେ ଜୈଲ ସିଂହ
🇮🇳 ୧୯୮୭ ରେ ଆର ଭେଙ୍କଟରମଣ
🇮🇳 ୧୯୯୨ ରେ ଶଙ୍କର ଦୟାଲ ଶର୍ମା
🇮🇳 ୧୯୯୭ ରେ କେଆର ନାରାୟଣନ
🇮🇳 ୨୦୦୨ ରେ ଏପିଜେ ଅବଦୁଲ କାଲାମ
🇮🇳 ୨୦୦୭ ରେ ପ୍ରତିଭା ପାଟିଲ
🇮🇳 ୨୦୧୨ ରେ ପ୍ରଣବ ମୁଖାର୍ଜୀ
🇮🇳 ୨୦୧୭ ରେ ରାମନାଥ କୋବିନ୍ଦ

★ ଉପରୋକ୍ତ ସମସ୍ତ🇮🇳ରାଷ୍ଟ୍ରପତି ଜୁଲାଇ ୨୫ ତାରିଖରେ ଶପଥ ଗ୍ରହଣ କରିଥିବା ବେଳେ ଆଜି ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିବା ଦ୍ରୌପଦୀ ମୁର୍ମୁ ମଧ୍ୟ ଜୁଲାଇ ୨୫ରେ ଶପଥ ନେବାରେ ଦେଶର ଦଶମ ରାଷ୍ଟ୍ରପତି ହୋଇଛନ୍ତି💐

15/07/2022

ାଷ, ଂସ୍କୃତି, ୍ପରା
ଆମ💓ଜୀବନର ସବୁଠୁ ମହାନ🚩
***********************************
ଆଦିବାସୀ ଜନଜାତିର ଜନଜୀବନ କେତେ ବଢିଆ ଯିଏ ତାସାଥେ ରହିଛି ଆଉ ଅଙ୍ଗେ ନିଭେଇଛି ସେ ଜାଣେ। ଆମେ ପ୍ରକୃତିରୁ ସବୁକିଛି ନିର୍ଭର କରୁଥିବା ମଣିଷ ଯେମିତିକି ମାଟି,ପାଣି,ପବନ,ଗଛଲତା ଛଡା ଠାରୁ ଭଲ ବନ୍ଧୁ କିଏଯେ। ଏଠି ଆମକୁ ରହିବା ପାଇଁ ଭୂମି ଖଣ୍ଡେ ଖାଇବା ପାଇଁ ଗଙ୍ଗା,ସୁଆଁ,ଜନା,ଘାଣ୍ଟିଆ ଏବଂ ପିଇବା ପାଇଁ ଖଜୁରୀ, ସଲଫ ମିଳିଲେ ଜୀବନ ବିତେଯାଏ। ଆମ ପଥର ମହାପ୍ରୁ ବଡ ଆମ ଗ୍ରାମଦେବତା ମହାନ, ଆମ ଜାନୀ, ପୁଚୁଣୀ ଉପରେ ଭରଷା।ଯେଉଁଠି ଆଲୁଅ ବୋଲେ ଜହ୍ନ ଓ ସୂର୍ଯ୍ୟ ବ୍ଯତୀତ ଆଉ କିଛି ଲୋଡା ନାହିଁ।
#ଆଦିବାସୀ #ସଂସ୍କୃତି #ପରମ୍ପରା #ରୀତିନୀତି

 #ନ୍ୟାୟ_ମିଳୁଗୋଟିଏ ଝିଅ ଆତ୍ମହତ୍ୟା କଲା। ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା। ବାଧ୍ୟ କଲେ କିଛି ବିକୃତମନସ୍କ ଛାତ୍ରୀ। ଯୋଉମାନଙ୍କ ଭି...
11/07/2022

#ନ୍ୟାୟ_ମିଳୁ
ଗୋଟିଏ ଝିଅ ଆତ୍ମହତ୍ୟା କଲା। ତାକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଗଲା। ବାଧ୍ୟ କଲେ କିଛି ବିକୃତମନସ୍କ ଛାତ୍ରୀ। ଯୋଉମାନଙ୍କ ଭିତରେ ବଡ଼ବଡ଼ିଆଙ୍କ ଅଲିଅଳି ରାଜଜେମା ବି ସାମିଲ ଅଛନ୍ତି ବୋଲି ଜଣା ପଡ଼ୁଛି।
ଆମକୁ ଜଣା ପଡୁଛି ସିନା ହେଲେ ପୁଲିସକୁ ତ ଜଣା ପଡୁନି। ସେମାନେ ତ ତଦନ୍ତ ଚଳେଇଛନ୍ତି। ଖୋଜି ହିଁ ପାଉନାହାଁନ୍ତି ଦୋଷୀମାନଙ୍କୁ।
ଆଉ ରହିଲା କଲେଜ ପ୍ରଶାସନ। ଓଃ ନ କହିବା ଭଲ। ଝିଅଟିର ଚରିତ୍ର ହନନ ଠାରୁ ଦୋଷୀଙ୍କୁ ଘଣ୍ଟ ଘୋଡ଼େଇବା, ସବୁ କାମରେ ଆଗୁଆ।
ଏଥର ଆମେ କଣ କରିବା?
ଚୁପ ରହିବା?
ଚୁପଚାପ ଦେଖୁଥିବା ଛାତି ଫଟେଇ କାନ୍ଦୁଥିବା ମାଆଟିକୁ ପୁଲିସ କେମିତି ଘୋଷାରୁଛି? ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲେଇବାକୁ ବାଧ୍ୟ ହେଇଥିବା ମଣିଷମାନେ କୋଉ ଅବସ୍ଥାର ସାମ୍ନା କରୁଛନ୍ତି!
ଦେଖୁଥିବା ପିଲାମାନେ କେମିତି ଖୁନି ପାଲଟୁଛନ୍ତି? ବିକୃତ ଆନନ୍ଦରେ ସାନମାନଙ୍କୁ ନିର୍ଯ୍ୟାତନା ଦଉଛନ୍ତି?
ନା ଆଖି ବନ୍ଦ କରିଦବା?
ହଁ ମ, ଆମ ଛୁଆ ତ ନୁହେଁ ନା।
ସେ କିନ୍ତୁ ମୋ ଛୁଆ।
ମୁଁ ଅଛି ସେଇ ମା ସହିତ।
ଦୋଷୀମାନଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଦିଆ ଯାଉ।
ଯୋଉମାନେ ଚାହୁଁଛନ୍ତି ସେମାନେ ଆଗେଇ ଆସନ୍ତୁ। ମୋ ପୋଷ୍ଟକୁ ସେଆର କରନ୍ତୁନି। ମୁଁ ପୁଣି କହୁଛି, ସେଆର କରନ୍ତୁନି। କପି ପେଷ୍ଟ କରନ୍ତୁ, କିମ୍ବା ନିଜ ମନ କଥା ଲେଖନ୍ତୁ। ସେ ଲେଖାରେ ତଳେ ଦିଆଯାଇଥିବା tag line ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ।
ଆରମ୍ଭ କରାଯାଉ। ତା ପରେ କଣ କରିବା, ଠିକ କରିବା।
ଆଉ ଯୋଉମାନେ ଚୁପ ରହିବାକୁ ଚାହୁଁଛନ୍ତି, ଚୁପ ରୁହନ୍ତୁ, ଫାଲତୁ କମେଣ୍ଟ ଦିଅନ୍ତୁନି।












It's a threat to mankind and also open misutilisation of power. What kind of democracy we are celebrating where a mother can't ask for justice for her dead daughter !!!

????????

05/07/2022

କିମ୍ବଦନ୍ତି *
********
ଜରଡ଼ାଗଡ଼ (ପାର୍ଥ ସାରଥୀ ଗୋସାଇଁ ମନ୍ଦିର ଓ ଶ୍ରୀ ମନ୍ଦିର ପୁରୀ ସହ ସମ୍ପର୍କ (ଜରଡା ସାରଥୀ ରଥ ଆଗ ଗଡିଲେ ପୁରୀ ରଥ ପଛେ ଗଡିବ
*********************************
ପାର୍ଥସାରଥୀ ମନ୍ଦିର ଗଞ୍ଜାମ ଜିଲ୍ଲା ସ୍ଥିତ ଜରଡ଼ା ଗଡ଼ ରେ ଅବସ୍ଥିତ ଅଟେ. ଏହାକୁ ଦ୍ୱିତୀୟ ଶ୍ରୀ କ୍ଷେତ୍ର ବୋଲି ମଧ୍ୟ କୁହାଯାଏ.
ସାରଥୀ ଧାମ ନାମରେ ପରିଚିତ ଏହି ଦିବ୍ୟ ଭୂମି ରେ ପ୍ରଭୁ ପାର୍ଥ ସାରଥୀ ବିରାଜ ମାନ ହେବା ର ବହୁ କିମ୍ବଦନ୍ତୀ ଥିଲେ ମଧ୍ୟ ପ୍ରକୃତ ରହସ୍ୟ ବିଲୁପ୍ତ ପ୍ରାୟ . ଉକ୍ତ ବିଲୁପ୍ତ ରହସ୍ୟ ରୁ ସଂଗୃହିତ ତଥ୍ୟ ଏଠାରେ ଉପସ୍ଥାପନା କରା ଗଲା.

ପୁରୀ ଗଜପତି ପୁରୁଷୋତ୍ତମଦେବ ଙ୍କ ସମୟ ର କଥା. ପୁରୁଷୋତ୍ତମ ଦେବ ଯେତେବେଳେ କାଞ୍ଚି ରାଜ କନ୍ୟା ପଦ୍ମାବତୀ ଙ୍କୁ ବିବାହ କରିବାକୁ ମନସ୍ତ କରିଥିଲେ .ଓ ବିବାହ ପ୍ରସ୍ତାବ ମଧ୍ୟ ପଠାଇଥିଲେ, କାଞ୍ଚି ରାଜ ଉକ୍ତ ପ୍ରସ୍ତାବ କୁ ପ୍ରତ୍ୟାଖ୍ୟାନ କରି କହିଥିଲେ କଳିଙ୍ଗ ରାଜ ଯେହେତୁ ରଥ ରେ ଛେରା ପହଁରା କରନ୍ତି ତେଣୁ ସେ ମେହେନ୍ତର ଭଳି ଅଟନ୍ତି
ତାଙ୍କ ବାର୍ତ୍ତା ରେ ସେ ଲେଖିଥିଲେ

*କାଠ ରେ ତିଆରି ରଥ ତୁହି କରୁ ମାଦଳ କୁ କରୁ ଭକ୍ତି *
ମେହେନ୍ତର ପରି ରଥ କୁ ପହଁରୁ ଧୀକ ତୁମ ରାଜ ଶକ୍ତି *

ତୁ କି ମହାରାଜା ଲଗଇ ମୋତେ ଲଜ୍ୟା କାଞ୍ଚି ରାଜକନ୍ୟା ରାଣୀ ହେବନି ଚଣ୍ଡାଳ ର *

ଏ ବାକ୍ୟ ପୁରୁଷୋତ୍ତମ ଙ୍କୁ ବେଶୀ ବାଧିଲା *
ଜଗନ୍ନଥ ଙ୍କ ଅପମାନ କ୍ରୋଧ ରେ ଜର୍ଜରିତ ପୁରୁଷୋତ୍ତମ ଦେବ କାଞ୍ଚି ରାଜ ବିରୁଦ୍ଧ ରେ ଯୁଦ୍ଧ ଘୋଷଣା କଲେ ଓ ପରାସ୍ତ ହେଲେ.
କିଛିଦିନ ପରେ ଜଗନ୍ନାଥ ଙ୍କ ଶରଣ ନେଇ ପୁଣି ଯୁଦ୍ଧ ଅଭିଯାନରେ ବାହାରି କାଞ୍ଚି ଅଭିମୁଖେ ଯାତ୍ରା କଲା ବାଟରେ ମାଣିକ ଗଉଡ଼ୁଣୀ ପୁରୁଷୋତ୍ତମ ଦେବଙ୍କୁ ଜଗନ୍ନଥ ଓ ବଳଦେବ କାଞ୍ଚି ଅଭିମୁଖେ କଳା ଘୋଡା ଓ ଧଳା ଘୋଡା ରେ ଚଢି ଯୁଦ୍ଧ କରିବାକୁ ଯିବା ସଂକେତ ଦେଲା ଓ ନିଜେ ପ୍ରଭୁଙ୍କୁ ଦହି ପିଆଇଵା କଥା କହି ପ୍ରଭୁ ଙ୍କ ରତ୍ନମୁଦ୍ରିକା ଦେଖାଇ ସତ୍ୟତା ପ୍ରତିପାଦନ କଲା.

ପୁରୁଷୋତ୍ତମ ଦେବ କାଞ୍ଚି ପହଂଚି କାଞ୍ଚି ରାଜ କୁ ପରାସ୍ତ କରି ପଦ୍ମା ବତୀ ସହ କାଞ୍ଚି ର ବହୁତ ପ୍ରଜା ଙ୍କୁ ଯୁଦ୍ଧ ବନ୍ଦୀ କରି ବିଜୟ ବାହୁଡା଼ ହେଲେ.
ଯେତେବେଳେ ସେ ପାରଳାଖେମୁଣ୍ଡି ନିକଟ ରେ ପହଁଚିଲେ ପୁରୀ ଯିବା ପାଇଁ କମ ରାସ୍ତା ଲାଗି ମହେନ୍ଦ୍ର ପର୍ବତ ଆରୋହଣ କଲେ ପର୍ବତ ରେ ପଞ୍ଚୁପାଣ୍ଡବ ମନ୍ଦିର ଠାବ କଲେ
ଓ କପିଳେଶ୍ଵରର ଙ୍କୁ ଦର୍ଶନ କରି ଧନ୍ୟମନେ କଲେ. ସେଠାରେ ରାତ୍ରି ଯାପନ ସମୟ ରେ ସ୍ୱପ୍ନାଦେଶ ପାଇ
ପ୍ରଭୁଙ୍କ ଲୀଳା କ୍ରମେ ସେଠାରେ ସେ ପଞ୍ଚୁପାଣ୍ଡବ ଓ ମାତା କୁନ୍ତୀ, ଦ୍ରୌପଦୀ ଙ୍କ ଦ୍ୱାରା ପୂଜିତ ପାର୍ଥସାରଥୀ ବିଗ୍ରହ ଙ୍କୁ ଠାବ କଲେ. ଓ ଉକ୍ତ ବିଗ୍ରହ ଙ୍କୁ ପ୍ରଭୁ ଙ୍କ ନିର୍ଦେଶ କ୍ରମେ ପୁରୀ ନେବା ଲାଗି ପ୍ରସ୍ତୁତି କରି ମହେନ୍ଦ୍ର ଗିରି ପାଦଦେଶ କୁ ଆସି ଜରଡ଼ା ନିକଟ ରେ ଅଟକିଲେ.

ସେଠାରେ ରାତ୍ରି ଯାପନ ସମୟରେ ପ୍ରଭୁ ପୁରୁଷୋତ୍ତମ ଦେବଙ୍କୁ ସ୍ୱପ୍ନାଦେଶ କଲେ ଯେ ସେ ବର୍ତମାନ ଯେଉଁଠି ଅଛନ୍ତି ସେହି ଠାରେ ହିଁ ରହି ପୂଜା ପାଇବେ.
ପୁରୁଷୋତ୍ତମ ଦେବ ସକାଳୁ ସମସ୍ତ ପାତ୍ର, ମନ୍ତ୍ରୀ ଙ୍କୁ ଏକଥା କହିଲେ . ପ୍ରଭୁଙ୍କ ନିର୍ଦେଶ ପାଳନ ହେଲା
ପୁରୀ ରୀତି ନୀତି ରେ ପୂଜା କରିବା କୁ ନିର୍ଦେଶ ଦେଇ ପୁରୁଷୋତ୍ତମ ଦେବ ଜରଡ଼ା କୁ
ସାରଥୀ ଧାମ ଘୋଷଣା କରି . ଜରଡ଼ା ରାଜ ପରିବାର କୁ ଉକ୍ତ କାର୍ଯ୍ୟ କରିବାକୁ ଆଦେଶ ଦେଲେ . ସାଥି ରେ ଆଣିଥିବା ବହୁ ମୂଲ୍ୟବାନ ଜିନିଷ ଧନ ରତ୍ନ , ଓ କାଞ୍ଚି ର ପ୍ରଜା ଙ୍କୁ ପ୍ରଭୁଙ୍କ ସେବା ଓ ସହଯୋଗ କରିବାକୁ ଆଦେଶ ଦେଇ ସେଠାରେ ରହିବାକୁ ଆଦେଶ ଦେଲେ.
କାଞ୍ଚି ର ପ୍ରଜା ସମୟ କ୍ରମେ (କା, ପ୍ର ) ରୁ ଅପଭ୍ରଂଶ ହୋଇ କାମ୍ପ ବୋଲି ପରିଚିତ ହେଲେ ଯାହାଙ୍କୁ ପ୍ରଧାନ ବୋଲି ମଧ୍ୟ କୁହାଯାଏ.
ଏହା ବ୍ୟତୀତ ପୁରୀ ବୀରନରସିଂହପୁର ପୁର ରୁ ବ୍ରାହ୍ମଣ ଙ୍କୁ ଆଣି ପ୍ରଭୁଙ୍କ ସେବା ନିଯୁକ୍ତି କଲେ. ତାହାଙ୍କ ବଂଶଜ ବର୍ତମାନ ସୁଦ୍ଧା ଜରଡ଼ା , ଓ ସୁବର୍ଣ୍ଣପୁର ସାରଥୀ ଶରଣ ପୁର କୃଷ୍ଣ ଶରଣ ପୁର ସୁନାଖଳା ଓ ଏହାର ଆଖପାଖରେ ଅଛନ୍ତି.
ପ୍ରଭୁଙ୍କର ବିଗ୍ରହ କୋଉ ଧାତୁ ରେ ନିର୍ମିତ ଏବେ ପର୍ଯ୍ୟନ୍ତ ରହସ୍ୟ ମୟ ଅଟେ
ଏପରି ଭାବରେ ଜରଡ଼ା ରେ ସାରଥୀ ଧାମ ପ୍ରତିଷ୍ଠା ହେଲା .
ପୁରୀ ମନ୍ଦିର ନୀତି ନିୟମ କୁ ଜରଡ଼ା ରେ ପାଳିତ କରୁଥିବା ହେତୁ
ଜରଡ଼ା ଗଡ଼ ରେ ମଧ୍ୟ ରଥଯାତ୍ରା ଖୁବ ଧୁମ ଧାମ ରେ ପାଳିତ ହୁଏ.
ଜରଡ଼ା ସ୍ଥିତ ତୁମ୍ବା ପୁରିଆ ସାହି ପୁରୀ ନାମ ବହନ କରି. ପର୍ଶୁରାମ ଙ୍କ ତପଭୂମି ରୂପେ ପରିଚିତ ହେଲା , ଏହା ସହ ପାଞ୍ଚାମ୍ବ ସ୍ଥିତ କଳ୍ପେଶ୍ବର ମନ୍ଦିର କଳ୍ପ ବୃକ୍ଷ ର ପ୍ରତୀକ,ଯାହାର ମୁଖ୍ୟ କାଣ୍ଡ ଆଜିବି କେହି ଠାବ କରି ପାରିନାହାନ୍ତି ଆମ୍ବ ପୁର ଶିବ ମନ୍ଦିର, ଜରଡ଼ା ଚନ୍ଦ୍ରଶେଖର ଶିବ ମନ୍ଦିର ଗଡ଼ ଦେବୀ ପୂଲକେଶୁଣୀ, ସୁବର୍ଣ୍ଣ ପୁର ଶ୍ରୀ ରଘୁନାଥ ମଠ, ଜିଲୁଣ୍ଡା ଭୈରବୀ ଦେବୀ ଓ ନୀଳକଣ୍ଠ ମହାଦେବ , ଗୁଣ୍ଡୁରା ମହାଦେବ ମନ୍ଦିର. ସୁନାଖଳା ଚନ୍ଦ୍ରଚୂଡେଶ୍ୱର ମନ୍ଦିର ସୋମନାଥ ପୁର ମନ୍ଦିର , ତୁମ୍ବା ଲିମେଶ୍ୱରୀ ମନ୍ଦିର ଓ ମନ୍ଦିର ପାର୍ଶ୍ୱ ପର୍ବତ ରେ ଶ୍ରୀ ଗଣେଶ (ପଣାଖିଆ ) ମନ୍ଦିର ଓ ଉକ୍ତ ଅଂଚଳ ର ଯେତେ ମନ୍ଦିର ଜରଡ଼ା ସାରଥୀ ଗୋସେଇଁ ଧାମ ଦ୍ୱିତୀୟ ଶ୍ରୀ କ୍ଷେତ୍ର କୁ ଶୋଭା ମଣ୍ଡନ କରୁଛନ୍ତି, ଏହା ବ୍ୟତୀତ ଜରଡ଼ା ରାଜା ପରିବାର ଦ୍ୱାରା ଉପାଧି ପ୍ରାପ୍ତ କାର୍ଜି, ଦଣ୍ଡିଆ, ପାତ୍ର ନାୟକ ଚୌଧୁରୀ ଓ ପ୍ରଧାନ ମାନେ ପ୍ରଭୁଙ୍କ ସେବା ସେ ନିୟୋଜିତ ଅଛନ୍ତି ଗଞ୍ଜାମ ଜିଲ୍ଲା ର ଗୌରବ ଐତିହ ଏବେ ବି ତାର ସେହି ମହିମାମୟ ଇତିହାସ ବଜାୟ ରଖିଛି ସେ ପ୍ରଭୁଙ୍କ କୃପାରୁ
ନିବେଦନ ଏହିକି ସମସ୍ତେ କିଛି କିଛି , କାୟ ମନ ଓ ଆର୍ଥିକ ସହଯୋଗ କଲେ
ପ୍ରଭୁଙ୍କ ଗୋଟେ ଭବ୍ୟ ମନ୍ଦିର ହୋଇ ଗଂଜାମ ର ସୁନାମ ବଜାୟ ରୁହଂତା
ଆଶା କରେ ସମସ୍ତେ ଅକୁଣ୍ଠ ଚିତ୍ତ ରେ ସହଯୋଗ କରି ଆମ ସଂସ୍କୃତି ବଞ୍ଚାଇବା ରେ ସହଯୋଗ କରି ପାରିବେ.
ଜୟ ପାର୍ଥ ସାରଥୀ ଙ୍କ ଜୟ
ବି.ଦ୍ର ପ୍ରଭୁଙ୍କ ପ୍ରିୟ ଭୋଗ ଅମୁତକୁଣ୍ଡ., ଓ ଚଣା ସାକର.ନଡ଼ିଆକଦଳୀ. ଓ ଦିବ୍ୟ ଲଡ଼ୁ,
ମହିମା,,, ନିଜେ ଅନୁଭବ କରିବେ

ମୁକମ, କରୋତି ବାଚାଳୟ,
ପଙ୍ଗୁ. ଲଙ୍ଘୟତେ ଗିରି.

🙏🏻🙏🏻🙏🏻🙏🏻🙏🏻
ବିଭୁତି ଭୂଷଣ ତ୍ରିପାଠୀ
ବ୍ରହ୍ମପୁର

Address

Berhampur
761005

Alerts

Be the first to know and let us send you an email when Vnews5 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Vnews5:

Videos

Share