ନିଶା ମହାରଣା ଷ୍ଟେଜରେ ଥିଲେ , କଣ ହେଲା ହଠାତ ଲୋକ ରାଗିଗଲେ , ଚୌକି ଫୋପାଡିଲେ ଷ୍ଟେଜ ଉପରକୁ !!!
ପ୍ରକୃତରେ ନିଶା ମହାରଣା ଆକରିଂ କରିଥିଲେ , କିନ୍ତୁ ଦେହ ଖରାପ ଥିବାରୁ ନାଚି ନଥିଲେ । ଲୋକଙ୍କ ଦାବି ନିଶା ମହାରଣା ନାଚନ୍ତୁ । ହେଲେ ସେ ନ ନାଚିବାରୁ ଲୋକ ଉତ୍ତ୍ୟକ୍ତ ହୋଇ ଫିଙ୍ଗା ଫୋପଡା କରିଥିଲେ ।
ପୋଲ ଉପରେ ଝୁଲିଲା ବସ । ପ୍ରାଣ ବିକଳରେ ବସ ଝରକାରେ ଡେଇଁ ଜୀବନ ବଞ୍ଚାଇଲେ ଲୋକେ । ଏକ ବଗ ଅଗହଟଣାରୁ ବର୍ତ୍ତିଗଲେ ୪୫ ରୁ ଅଧିକ ଲୋକ । ଦେଖନ୍ତୁ କିଭଳି ଦୁର୍ଘଟଣାଗ୍ରସ୍ତ ବସରୁ ଡେଇଁ ବାହାରୁଛନ୍ତି ଲୋକ ।
#BusAccident #banki #angul #bhubaneswar #accident
ସାଇବର ଠକେଇରେ ଲାଗିବ ବ୍ରେକ୍, ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ରାଜ୍ୟରେ ଦିନକୁଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ । ବଡ ବଡ ଶିକ୍ଷିତ ଲୋକମଧ୍ୟ ଫସିଯାଉଛନ୍ତି ଠକଙ୍କ ଜାଲରେ । ତେଣୁ ସାଇବର ଠକେଇକୁ ରୋକିବା ଲକ୍ଷ୍ୟରେ ରାଜ୍ୟରେ ଆରମ୍ଭ ହୋଇଛି ସଚେତନତା କାର୍ଯ୍ୟକ୍ରମ । ଜନସାଧାରଣଙ୍କୁ ସାଇବର ଠକେଇରୁ ସୁରକ୍ଷା ଦେବାକୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ ।
#angul #police #spangul #cyberawareness #cybercrime
ଦିନେ ଫଟୋରେ ପୂଜା ପାଉଥିଲେ ଗଣନାଥ , ଏବେ ଧୁମଧାମରେ ପାଳନ ହେଉଛି ଆନନ୍ଦବଜାର ଗଜପତି କ୍ଳବରେ ପୂଜା ।
#ganeshchaturthi #ganeshchaturthi2023 #ganeshutsav #angul #anandabajar #clubgajapati
ଅନୁଗୁଳ ସହର ଲକ୍ଷ୍ମୀ ନାରାୟଣ ପୂଜା କମିଟି ଧୁମଧାମରେ ପାଳୁଛି ଗଣେଶ ପୂଜା ।
#angul #ganeshotsav #ganeshutsav2023
ପ୍ରିନ୍ସ ଏଣ୍ଡ ପ୍ରିନ୍ସ କ୍ଲବ , ରାଜକିଶୋରପଡା ,ଅନୁଗୁଳ
୨୯ ବର୍ଷର ଗଣେଶ ପୂଜା ।
ରାଜମହଲ ଭିତରେ ପୂଜା ପାଉଛନ୍ତି ଗଣନାଥ ।।।
#angul #princeandprinceclub #ganeshotsav
ଚାବି ଖୋଜୁଛି ହାତୀ !!
ବନ୍ଦା ଗାଁ ଭିତରେ ପୁଣି ବୁଲିଲା ଗୋଠଛଡ଼ା ହାତୀ ।
#BreakingNews #angul #breaking #elephant #forest #village
ଜାତୀୟ ରାଜପଥ ନାମରେ ମାମଲା । ୬ ଟି ଥାନାରେ ଅଭିଯୋଗ କଲା ଅନୁଗୁଳ ଓକିଲ ସଂଘ ।
#road #nh55 #angulbarassociation #lawyer #police #angul
#BreakingNews
ତାଳଚେର ବସଷ୍ଟାଣ୍ଡ ନିକଟରେ ଟ୍ରକ ଚାପାରେ ଜଣେ ବ୍ୟକ୍ତି ଗୁରୁତର ହେବା ପରେ ଉତ୍ତ୍ୟକ୍ତ ଲୋକ ଡ୍ରାଇଭରକୁ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ।
#driver #accident #talcher #angul
ଆଜି ଜଣେ ମା ତା ଛୁଆକୁ ହରାଇଲା । ଏଇ ରାଜପଥ ପାଇଁ କେତେ ଜଣ ମା ତାଙ୍କ ଛୁଆଙ୍କୁ ହରେଇଲେ ରାଜପଥ ଠିକ ହେବ ? ପ୍ରଶ୍ନ କଲେ ଛାତ୍ରୀ
#angul #banarpal #nh55 #NH149
ଗାଁ ଦାଣ୍ଡରେ ବୁଲୁଛି ହାତୀ । ଲୋକ ଭୟଭୀତ । ଅନୁଗୁଳ କୁମୁରିସିଂହା ଗାଁ ଭିତରେ ରାତି ଏକ ଗୋଠଛଡ଼ା ହାତୀ ବୁଲୁଥିଲା ।
#angul #elephant #village #travelling #forest #ForestDepartment
ରକ୍ତ ଦେଇ ଜନ୍ମଦିନ ପାଳିଲେ ଯୁବ ସରପଞ୍ଚ । ନା ଥିଲା ଭୋଜି ଭାତର ଆସର ନା ଥିଲା ମଉଜ ମସ୍ତି । ଆଡମ୍ବର ସାଜସଜ୍ଜା ବି ନଥିଲା। ଥିଲା କେବଳ ଅନ୍ୟ ଜୀବନ ବଞ୍ଚାଇବାର ନିଶା । ନିଜ ଜନ୍ମ ଦିନରେ ରକ୍ତ ଦେଇ ଆଉ କାହା ଜୀବନକୁ ଆଲୋକିତ କରିବାର ଆଶାରେ ଅନୁଗୁଳ ଜିଲ୍ଲା ଟାଙ୍ଗିରୀର ଯୁବ ସରପଞ୍ଚ ଅମରେଶ ନାଥ ଆୟୋଜନ କରିଥିଲେ ଏକ ରକ୍ତ ରକ୍ତଦାନ ଶିବିର ।
ଅନୁଗୁଳ ଜିଲ୍ଲା ପାଇଁ ଛାତି ଗର୍ବରେ ଫୁଲି ଉଠେ । ଶିଳ୍ପାୟନ , ତାଲିମ ଓ ସୁଯୋଗ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ପ୍ରଥମ । ଭାରତ ସରକାରଙ୍କ ଦ୍ଵାରା ଚଳିତ ବର୍ଷ ଓଡ଼ିଶାର ଏକ ମାତ୍ର ଜିଲ୍ଲା ଭାବେ ଅନୁଗୁଳ ଜିଲ୍ଲା ରପ୍ତାନୀ କ୍ଷେତ୍ରରେ ପୁରସ୍କୃତ ହୋଇଛି । ଅନୁଗୁଳବାସୀଙ୍କ ସହଯୋଗ ପାଇଁ ଆଜି ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ଭାରତବର୍ଷର ହୃତପିଣ୍ଡ - ଶ୍ରୀଯୁକ୍ତ ପ୍ରତାପ ଦେବ ( ଶିଳ୍ପ , ସୂକ୍ଷ୍ମ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଶକ୍ତି ମନ୍ତ୍ରୀ )
#india #IndependenceDay #AmrutMahotsav #angul
ଟିକରପଡା ବନ୍ୟା ପାଣିରେ ଅଜଗର ସାପ । ବଢି ପରେ ସରୀସୃପ ଚିନ୍ତା ।
#flood #satakoshia #tikarpada #BreakingNews #angul #angulonline
ସରକାରୀ ସ୍କୁଲର ଛାତ୍ର ଛାତ୍ରୀ ଯେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପ୍ରାମଣିତ କରିଛନ୍ତି ଶିମିଳିପଡାର ଆଶାଜ୍ୟୋତି ସାହୁ । ୬୨ ରାଙ୍କ ରଖି ଓଏଏସ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । ବାପା ଦିକାକର ସାହୁ ରାଉରକେଲାରେ ବ୍ଯବସାୟ କରୁଥିବା ବେଳେ ମା ସୁଜାତା ରାଣି ପାଣିଗ୍ରାହି ଏକ ଘରୋଇ ସ୍କୁଲରେ ଶିକ୍ଷକତା କରନ୍ତି । ତାଙ୍କ ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
#angulonline #angul #oas #success #ranking #Congratulations
ଗିରଫ ହେଲେ ଚାରି ଅଭିଯୁକ୍ତ । ଆଠମଲ୍ଲିକ ନାବାଳକକୁ ବଳି ଦେବା ଘଟଣାରେ ମା ଓ ଜଣେ ନାବାଳକ ସମେତ ଅନ୍ୟ ଦୁଇ ପୁଅ ଗିରଫ । ସୂଚନା ଦେଲେ ଅନୁଗୋଳ ଏସ୍.ପି. ଶୁଧାଂଶୁ ଶେଖର ମିଶ୍ର ।
#Crime #investigation #police #BreakingNews #angul #atthmallik #angulonline
ଅନୁଗୋଳ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ଉପହାର ।
ତାଳଚେର ମେଡ଼ିକାଲ କଲେଜ ହେବ ମହାନ ସଂଗ୍ରାମୀ ପବିତ୍ର ମୋହନଙ୍କ ନାମରେ ନାମିତ ।
ବନ୍ତଳା ଓ ସାତକୋଶିଆ ଇକୋ ଟୁରିଜିମ ଠାରେ ହେବ ଅଗ୍ନିଶମ କେନ୍ଦ୍ର ।
ନିର୍ମାଣ ହେବ ତିନୋଟି ବଡ଼ ସେତୁ ।
#CMOOdisha #NaveenPatnaik #5Tsecretary #5TMoSarkar #Odisha #angul #development
ଅନୁଗୋଳ - ବଜାର ଭିତର ଜନ ଗହଳି ପୂର୍ଣ୍ଣ ସ୍ଥାନରେ ବୁଲିଲା ଖଣ୍ଡା । ଆଜି ସନ୍ଧ୍ୟାରେ ଅନୁଗୋଳ ଡି ଆଇ ସି ଛକରେ ଏକ ସର୍ଭିସିଂ ସେଣ୍ଟରରେ ଜଣେ ଯୁବକ ଛିଡା ହୋଇଥିବା ବେଳେ ଆଉ ଜଣେ ଯୁବକ ହଠାତ ସେଠାରେ ପହଞ୍ଚି ଖଣ୍ଡାରେ ଆକ୍ରମଣ କରିଥିଲା । ଯାହାର ଚିତ୍ର ସିସି ଟିଭିରେ କଏଦ ହୋଇଛି । ପୂର୍ବ ଶତ୍ରୁତାରୁ ଏଭଳି ହୋଇଥିବା ସନ୍ଦେହ କରାଯାଇଛି । ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।
#Crime #police #law&order #angul
BREKING NEWS
ଅନୁଗୋଳ - ପୋଖରୀରୁ ଧରାହେଲା କୁମ୍ଭୀର।ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଗ୍ରାମ ପୋଖରୀରୁ ଜାଲ ସାହାଯ୍ୟରେ କୁମ୍ଭୀରକୁ ଧରିଲା ବନବିଭାଗ। ଗତ ଏକ ବର୍ଷ ହେବ ମହାନଦୀ ରୁ ଉଠିଆସିଥିଲା କୁମ୍ଭୀର । କୁମ୍ଭୀରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ମହାନଦୀରେ ଛଡ଼ାଯିବ ବୋଲି ସୂଚନା।
ବାହାଘର କାର୍ଡ ବାଣ୍ଟିବା ନାଁ ରେ ଗଞ୍ଜେଇ ଚାଲାଣ ।
ମାଡି ବସିଲା ଅବକାରୀ ବିଭାଗ ।
୬ ଜଣ ଗିରଫ ।
୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ।
#angul #CrimeNews