Angul District Union of Journalists

Angul District Union of Journalists journalist Association

ନୂତନ ଇଂରାଜୀ ବର୍ଷ ୨୦୨୫ ଅବସରରେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଅ...
01/01/2025

ନୂତନ ଇଂରାଜୀ ବର୍ଷ ୨୦୨୫ ଅବସରରେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ ପକ୍ଷରୁ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ

ଛୁଟିଲା ଶୁଭେଚ୍ଛାର ସୁଅ, ଅନୁଗୋଳ ଜିଲ୍ଲା ସାମ୍ବାଦିକ ସମୂହଙ୍କ ପକ୍ଷରୁ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ କୁମାର ଧର, ସାଧାରଣ ସ...
07/12/2024

ଛୁଟିଲା ଶୁଭେଚ୍ଛାର ସୁଅ, ଅନୁଗୋଳ ଜିଲ୍ଲା ସାମ୍ବାଦିକ ସମୂହଙ୍କ ପକ୍ଷରୁ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଅଜିତ କୁମାର ଧର, ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ।

ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ
02/12/2024

ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ
02/12/2024

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା
02/12/2024

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା

ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା
02/12/2024

ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା

ଏଡିୟୁଜେର ନୂତନ କର୍ମକର୍ତ୍ତା ଚୟନ, ଅଜିତ ସଭାପତି, ସ୍ୱାଧୀନ ସମ୍ପାଦକ
02/12/2024

ଏଡିୟୁଜେର ନୂତନ କର୍ମକର୍ତ୍ତା ଚୟନ, ଅଜିତ ସଭାପତି, ସ୍ୱାଧୀନ ସମ୍ପାଦକ

ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନପ୍ରଗତିବାଦୀ ଦୈନିକ ଖବରକାଗଜ
02/12/2024

ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ପ୍ରଗତିବାଦୀ ଦୈନିକ ଖବରକାଗଜ

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନଅନୁଗୋଳ, ୦୧.୧୨ : ରବିବାର ଦିନ ପୂର୍ବାହ୍ନରେ ବାସନ୍ତୀ ଦୁର୍ଗାପୂଜା ପଡିଆ ପରିସରରେ ...
02/12/2024

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

ଅନୁଗୋଳ, ୦୧.୧୨ : ରବିବାର ଦିନ ପୂର୍ବାହ୍ନରେ ବାସନ୍ତୀ ଦୁର୍ଗାପୂଜା ପଡିଆ ପରିସରରେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ (ଏଡିୟୁଜେ ) ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ ( ଓୟୁଜେ )ର ଜିଲ୍ଲା ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ବିରେନ୍ଦ୍ର କୁମାର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଚୟନ କ୍ରମେ ସଭାପତି ରୂପେ ଅଜିତ କୁମାର ଧର, ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ଭାବେ ସୁଶାନ୍ତ କୁମାର ସାହୁ, ଉପ ସଭାପତି ଭାବେ ଦିଲ୍ଲୀପ କୁମାର ସାହୁ, ସୁଧାକର ସାହୁ ଏବଂ କମଳାକାନ୍ତ ମିଶ୍ର ଚୟନ ହୋଇଥିବା ବେଳେ କୋସାଧ୍ୟକ୍ଷ ଭାବେ ଦିନେଶ ଦେହୁରୀ ଚୟନ ହୋଇଛନ୍ତି । ସହ ସମ୍ପାଦକ ଭାବେ ରାଜେଶ ସେକସେରିଆ ଚୟନ ହୋଇଛନ୍ତି । ଉପଦେଷ୍ଟା ଭାବେ ସୁବାସ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ନିରଞ୍ଜନ ନାଏକ, ମହେଶ ଭୋମରାଜ ପ୍ରମୁଖ ଚୟନ ହୋଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରୂପେ ବିରେନ୍ଦ୍ର କୁମାର ପ୍ରଧାନ ଚୟନ ଓ ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ରୂପେ ନିପୁ ଭୁତିଆଙ୍କୁ ଚୟନ କରାଯାଇଅଛି । ସୂଚନା ଥାଉ କି ଏହି କମିଟିର କାର୍ଯ୍ୟକାଳ ଦୁଇ ବର୍ଷ ବଳବତର ରହିବ । ଏହି ଚୟନ ପ୍ରକ୍ରିୟା ବେଳେ କଣିହାଁ, ତାଳଚେର, ବଅଁରପାଳ, ଅନୁଗୋଳ, ଛେଣ୍ଡିପଦା, ବନ୍ତଳା, କିଶୋରନଗର, ଆଠମଲ୍ଲିକ ଆଦି ଅଞ୍ଚଳର ବହୁ ସାମ୍ବାଦିକ ଯୋଗ ଦେଇଥିଲେ । ଏହି ଅବସରରେ ନୂତନ ସଭାପତି ଓ ସମ୍ପାଦକ ମା ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ଲାଭ କରି ଆଗାମୀ କାର୍ଯ୍ୟପନ୍ଥା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ ( ଓୟୁଜେ )ର ନୂତନ ସଭାପତି ରୂପେ ଅଜିତ କୁମାର ଧର, ସମ୍ପ...
02/12/2024

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ଅନୁବନ୍ଧିତ ଓଡିଶା ସାମ୍ବାଦିକ ୟୁନିୟନ ( ଓୟୁଜେ )ର ନୂତନ ସଭାପତି ରୂପେ ଅଜିତ କୁମାର ଧର, ସମ୍ପାଦକ ରୂପେ ସ୍ୱାଧୀନ କୁମାର ସାମଲ ଚୟନ ହୋଇଛନ୍ତି ।

ଓଡିଶା ସାମ୍ବାଦିକ ୟୁନିୟନ ( ଓୟୁଜେ ) ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସଦର୍ଶନ...
17/11/2023

ଓଡିଶା ସାମ୍ବାଦିକ ୟୁନିୟନ ( ଓୟୁଜେ ) ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ

ଦର୍ଶନ ଦୈନିକ ସମ୍ବାଦପତ୍ର, ପ୍ରମେୟ, ସମାଜ, ପ୍ରଗତିବାଦୀ, ଅନୁପମ ଭାରତ, ସକାଳ ଦୈନିକ ସମ୍ବାଦପତ୍ର

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଜାତୀୟ ପ୍ରେସ ଦିବସଅନୁଗୋଳ : ଜାତୀୟ ପ୍ରେସ ଦିବସ ଅବସରରେ ଗୁରୁବାର ଅପରାହ୍ନରେ ଅନୁଗୋଳ...
16/11/2023

ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ଜାତୀୟ ପ୍ରେସ ଦିବସ

ଅନୁଗୋଳ : ଜାତୀୟ ପ୍ରେସ ଦିବସ ଅବସରରେ ଗୁରୁବାର ଅପରାହ୍ନରେ ଅନୁଗୋଳ ଜିଲ୍ଲା ସାମ୍ବାଦିକ ସଂଘ ( ଏଡିୟୁଜେ ) ପକ୍ଷରୁ ମାରୱାଡି ଧର୍ମଶାଳା ପରିସର ରେ ସଭାପତି ସୁବାଷ ଚନ୍ଦ୍ର ସାହୁଙ୍କ ପୈରହିତରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ତଥା ପ୍ରାକ୍ତନ ଦକ୍ଷ ପ୍ରଶାସକ ଡକ୍ଟର ଧରଣୀ ଧର ନାଥ ଯୋଗ ଦେଇ ଆଟିପିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ଗୁରୁତ୍ବରୁପ କରିଥିଲେ । କୋଭିଡ଼ ସମୟରେ ରୋବୋଟ ଉପରେ ପ୍ରାସଙ୍ଗିକତା ରଖିବା ସହ ନାରଦଙ୍କ ଉକ୍ତି ଉପସ୍ଥାପନ କରିଥିଲେ । ଅନ୍ୟତମ ଅତିଥି କଲ୍ୟାଣ କିଶୋର ମହାନ୍ତି ଉକ୍ତ ଦିବସକୁ ଜନ୍ମ ଦିନ ଭାବେ ଅବିହିତ କରିବା ସହ କାଲମାକ୍ସ୍, ଗୋପବନ୍ଧୁ, ଗାନ୍ଧୀଙ୍କ କଥା କହିଥିଲେ । ସାମ୍ବାଦିକ ଜଣେ ଉଦ୍ଧାବକ, ବୁଦ୍ଧି ଓ ବୁଦ୍ଧିମତାର ପରିଚୟ ବୋଲି କହିଥିଲେ । ସେହିପରି ବାବା ସୁକାନ୍ତ ନାଥ ଯୋଗ ଦେଇ ସତ୍ୟକଥା ଲେଖିବା ଉପରେ ସାମ୍ବାଦିକ ମାନେ ନିଷ୍ଠତାକୁ ପ୍ରତିପାଦନ କରିବା ପାଇଁ କହିଥିଲେ । ଯୋଗ ଆଚାର୍ଯ୍ୟ ଅଭୟ କୁମାର ରାୟ ଆଲୋଚନା ଚକ୍ର ରେ କହିଥିଲେ ଯେ ବାଧା ପ୍ରତିରୋଧ ଏବଂ ଆକ୍ରସକୁ ଗ୍ରହଣ କରି ନିର୍ଭୀକ ସାମ୍ବାଦିକତା କରୁଛନ୍ତି, ବର୍ତ୍ତମାନ ପରିପ୍ରେକ୍ଷୀରେ ଏହା ଏକ ବଡ କଥା । ସେହିପରି ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ ଯୋଗ ଦେଇ ସାମ୍ବାଦିକଙ୍କର ବାକ ସ୍ୱାଧୀନତା ଉପରେ କହିଥିଲେ । ତେବେ କଥା ଛଳ ରେ ସାମ୍ବାଦିକତା ପାଇଁ କାର୍ଡ ଏବଂ କାର୍ଡ ପାଇଁ ସାମ୍ବାଦିକତା ଉପରେ କହିଥିଲେ । ସମାଜ ସେବୀ ରଞ୍ଜିତ ମାଣ୍ଡୋଠିଆ ନିଜ ବକ୍ତବ୍ୟ ମାଧ୍ୟମ ରେ କହିଥିଲେ ଯେ ଦୈବୀ ଦୁର୍ବିପାକ ଘଟୁ ଥିବା ସମୟରେ ବ୍ୟକ୍ତି ତଥା ପରିଜନ ଘର ଭିତରେ ବସି ରହୁଥିବା ବେଳେ ସାମ୍ବାଦିକ ନିଜ ଜୀବନକୁ ବିପନ୍ନ କରି ଖବର ସଂଗ୍ରହ କରି ଦେଖାଇ ଥାଏ । ସେହିଥିରେ ସେ ଆତ୍ମସନ୍ତୋଷ ଲାଭ କରିଥାଏ । ଅନ୍ୟତମ ଅତିଥି ରୂପେ ଅନିଲ କୁମାର ପ୍ରଧାନ, ପତିତପାବନ ସାହୁ ପ୍ରମୁଖ ନିଜ ବୌଦ୍ଧିକ ମାଧ୍ୟମରେ ପୂର୍ବାହ୍ନ ରେ ଆୟୋଜିତ ଜିଲ୍ଲା କାର୍ଯ୍ୟକ୍ରମ ରେ ଜିଲାପାଳ ପାଖରେ ଥାଇ ଜାତୀୟ ପ୍ରେସ ଦିବସ ରେ ଯୋଗ ନଦେବା ଦୁଃଖ ପ୍ରକାଶ କରିବା ସହ ଏହା ଏକ ଅହଙ୍କାର ପ୍ରତୀକ ବୋଲି କହିଥିଲେ । ତେବେ ପ୍ରିଣ୍ଟ ମିଡିଆ, ଇଲୋକଟ୍ରନିକ୍ସ ମିଡ଼ିଆ ଉପରେ ବିଭିନ୍ନ ଅଙ୍କୁସ ଲାଗୁଥିବା ବେଳେ ସୋସିଆଲ ମିଡ଼ିଆ ଉପରେ ଗୁରୁତ୍ୱ ଦେଇଥିଲେ । ଅତୀତ ଓ ବର୍ତ୍ତମାନ ସମୟରେ ସାମ୍ବାଦିକ ର ସ୍ଥିତି ଉପରେ ଆଲୋକପାତ କରିଥିଲେ । ଯୁବ ସାମ୍ବାଦିକ ପତିତପାବନ ସାହୁ ବିପନ୍ନ ସମୟକୁ ଆହ୍ଵାନ କରି କାର୍ଯ୍ୟକ୍ରମ କରି ଚାଲିଲେ ବାଧା ବିଗ୍ନ ଆସି ନପାରେ ବୋଲି କହିଥିଲେ । ଏଥି ସହ ଆଜି ଆମେ ଜନ୍ମ ଦିନ ପାଳୁଛୁ ଖୁବ ଆନନ୍ଦ ଖୁସି ଲାଗୁଛି ବୋଲି ସ୍ମିତ ହାସ୍ୟରେ କହିଥିଲେ । ପର୍ଯ୍ୟବେକ୍ଷକ ତଥା ଉପଦେଷ୍ଟା ପର୍ଶୁରାମ ଦାଶ ସ୍ୱାଗତ ଭାଷଣ ଏବଂ ପରିଚୟ ପ୍ରଦାନ କରିଥିଲେ । ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ କାର୍ଯ୍ୟକାରୀ ସଭାପତି ଜୟନ୍ତ କୁମାର କର, ନିରଞ୍ଜନ ନାଏକ, ସ୍ଵାଧୀନ ସାମଲ, ନିପୁ ଭୂତିଆ ପ୍ରମୁଖ ସହଯୋଗ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଦକ୍ଷ ସାମ୍ବାଦିକ ରୂପେ ଲିଟନ କୁମାର ସାହୁ, ସମରେଶ ନାଥ, ଅମିତ କୁମାର ସାମଲ, ଜଗଦୀଶ ନାୟକ, ଦିବ୍ୟ ଶାନ୍ତନୁ ନାଥ, ରାଜେଶ ସେକ୍ସେରିଆ, ଅଜିତ ଧର, ଜଗନ୍ନାଥ ଆଗ୍ରୱାଲ, ଶୁଭ୍ରାଂଶୁ କୁମାର ପ୍ରଧାନ, ଜ୍ୟୋତି ରଞ୍ଜନ ସାହୁ, ରାଜେଶ ପାତ୍ର, ସୁମନ୍ତ ବେହେରା, ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ସାମ୍ବାଦିକ ଯୋଗ ଦେଇ ଆଲୋଚନା ଚକ୍ର ରେ ସକ୍ରିୟ ସହଯୋଗ କରିଥିଲେ ।

Address

Angul
Anugul

Telephone

+919337210917

Website

Alerts

Be the first to know and let us send you an email when Angul District Union of Journalists posts news and promotions. Your email address will not be used for any other purpose, and you can unsubscribe at any time.

Share