Angul Express

Angul Express Contact information, map and directions, contact form, opening hours, services, ratings, photos, videos and announcements from Angul Express, Media/News Company, Balaramprasad, Anugul.

28/12/2024

ବିଦେଶରେ ଚମକିଲେ ଓଡ଼ିଆ ପୁଅ। ଟାଇଟଲ- ଜୁନିଅର ସାଇନ୍ସ ଅଲିମ୍ପିଆଡରେ ଅନିଶଙ୍କୁ ବ୍ରୋଞ୍ଜ ପଦକ।

28/12/2024

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ ଉପରେ ଗର୍ଜିଲେ ଜମିହରା ପ୍ରଜା। ନିଯୁକ୍ତି ନଦେଇ ଠକି ଚାଲିଛି ନାଲକୋ।

28/12/2024

#ପଞ୍ଚଭୂତରେ_ବିଲୀନ_ହେଲେ_ମନମୋହନ_ସିଂ
। ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷ କୃତ୍ୟ।

28/12/2024

ଇଂରାଜୀ ନବବର୍ଷ ପାଇଁ ଅନୁଗୁଳ ଏକ୍ସପ୍ରେସ ମିଡ଼ିଆରେ ଶୁଭେଚ୍ଛା ବାର୍ତା ଦେବା ପାଇଁ ଚାହୁଁଥିଲେ। 9337894776 ରେ ଯୋଗାଯୋଗ କରି ପାରିବେ।

27/12/2024

ପୂଜ୍ୟପୂଜା ଅନୁଷ୍ଠାନ ପକ୍ଷରୁ ଅନୁଗୁଳ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଡ଼. ମନମୋହନ ସିଂ ଙ୍କ ବିୟୋଗରେ ଶୋକସଭା।

27/12/2024

ମାସ୍କ ଓ ହେଲମେଟ ପିନ୍ଧି ମଦ ଦୋକାନ ରୁ ବନ୍ଧୁକ ଓ ଖଣ୍ଡା ଦେଖାଇ ଦୁର୍ବୁତ୍ତ ଲୁଟିନେଲେ ଦେଢ଼ ଲକ୍ଷ ଟଙ୍କା ସହ ମଦ।

27/12/2024

ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା ସ୍ଥରୀୟ ସଚେତନତା ସଭା ଅନୁଗୋଳ ତା 26-12-2024 ସ୍ଥାନୀୟ ଯଦୁନାଥ ସଂସ୍କୃ...
27/12/2024

ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା ସ୍ଥରୀୟ ସଚେତନତା ସଭା

ଅନୁଗୋଳ ତା 26-12-2024 ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ ଠାରେ, ବିଶ୍ୱ ଯୁବ କେନ୍ଦ୍ର ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମ "ଆକ୍ସେସ ଟୁ ଜଷ୍ଟିସ" କାର୍ଯ୍ୟକ୍ରମ ତରଫରୁ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଯୌନ ନିର୍ଯାତନା ବିରୋଧରେ ଜିଲ୍ଲା ସ୍ଥରୀୟ ସଚେତନତା ସଭା ଓ ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଉପ ଆରକ୍ଷୀ ଅଧିକ୍ଷକ ଯୋଗେଶ୍ୱରୀ ବେହେରା, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ସହକାରୀ ଶ୍ରମ ଅଧିକାରୀ
ପଦ୍ମଜା ସାହୁ, ବରିଷ୍ଠ ସାମାଜିକ ଉପଦେଷ୍ଟା ବିରେନ ନାୟକ ଓ ବିଶ୍ୱ ଯୁବ କେନ୍ଦ୍ର ର ସଭାପତି ବସନ୍ତ କୁମାର ପ୍ରଧାନ ଓ ନିର୍ଦେଶକ ମନୋଜ କୁମାର ମହାପାତ୍ର ଉପସ୍ଥିତ ଥିଲେ |

ମନୋଜ କୁମାର ମହାପାତ୍ର କାର୍ଯ୍ୟକ୍ରମ ର ଉଦେଶ୍ୟ, ଜିଲ୍ଲା ରେ ବୃଦ୍ଧି ପାଉଥିବା ବାଲ୍ୟ ବିବାହ, ଯୌନ ନିର୍ଯାତନା ଓ ଶିଶୁ ଚାଲାଣ ଉପରେ ବକ୍ତ୍ୟବ୍ୟ ରଖିଥିଲେ। ସରକାରୀ ତଥ୍ୟ (NFHS) ଅନୁଯାୟୀ ଶତକଡା 25 ଭାଗ ବାଲ୍ୟ ବିବାହ ହେଉଥିବା ବେଳେ ଅଙ୍ଗନ ବାଡ଼ି କର୍ମୀ, ପୋଲିସ ପ୍ରଶାସନ, ଶିଶୁ ସୁରକ୍ଷା ବିଭାଗ ର ଭୂମିକା ଗୁରୁତ୍ୱ ପୁର୍ଣ ବୋଲି ମତ ପ୍ରକାଶ କରିଥିଲେ।
ଉପ ଆରକ୍ଷୀ ଅଧିକ୍ଷକ ତାଙ୍କ ବକ୍ତବ୍ୟ ରେ ମାନବ ଅଧିକାର, ନୀତିଦିନ ଘଟୁଥିବା ଶିଶୁ ମାନଙ୍କ ସମସ୍ୟା ଓ ତାହାର ମୂଳ କାରଣ ଉପରେ କହିଥିଲେ | ଶିଶୁ ଯୌନ ନିର୍ଯାତନା ବିରୋଧରେ ପ୍ରଚଳନ ହଉଥିବା POCSO ଆଇନ ବିଷୟରେ ଆଲୋକପାତ କରିଥିଲେ। ଶିଶୁ ପୀଡିତ ମାନଙ୍କୁ ନ୍ୟାୟ ଯୋଗେଇବାରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ |

ଅତିରିକ୍ତ ଜିଲ୍ଲାପାଳ ତାଙ୍କ ବକ୍ତ୍ୟବ୍ୟରେ ଶିଶୁ ବିବାହ, ନିର୍ଯାତନା ଓ ଶୋଷଣ କିପରି ରୋକାଜ।ଇ ପାରିବ, ସରକାରୀ କର୍ମକର୍ତ୍ତା ମାନଙ୍କର ଭୂମିକା ଓ କର୍ତ୍ତବ୍ୟ ସହିତ ସହାୟତା ଆବଶ୍ୟକ କରୁଥିବା ଶିଶୁ ମାନଙ୍କୁ ମୁଖ୍ୟସ୍ରୋତ ରେ ସାମିଲ କରିବାକୁ ପରାମର୍ଶ ଦେଇଥିଲ।

ଶିଶୁ ବିବାହ ପୂର୍ବରୁ ପଦକ୍ଷେପ ନିଆଯାଇ ବିବାହ ବନ୍ଦ କରିବା, ସମାଜ ର ସମସ୍ତ ବର୍ଗ ଲୋକଙ୍କୁ ସଚେତନ କରାଇ ଶିଶୁ ଶୋଷଣ ବନ୍ଦ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପରାମର୍ଶ ପ୍ରଦାନ କରିଥିଲେ।

ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର ମେହେର, ଜିଲ୍ଲା ବାଲ୍ୟ ବିବାହ ନିରୋଧ ଅଧିକାରୀ ସନ୍ତୋଷ ବେହେରା, ଶିଶୁ ମଙ୍ଗଳ କମିଟି ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ଆଇନ ଉପଦେଷ୍ଟା ପ୍ରଦୀପ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ପ୍ରମୁଖ ଶିଶୁ ବିବାହ, ନିର୍ଯାତନା ଓ ଚାଲାଣ କାରଣ, ନିରାକରଣ ଓ ଆଇନଗତ ଦିଗ ଉପରେ ଆଲୋକ ପାତ କରିଥିଲେ।

କାର୍ଯ୍ୟକ୍ରମ ରେ ଶିଶୁ ମଙ୍ଗଳ କମିଟି ସଦସ୍ୟା ଲିପି ପୁଷ୍ପା ବେହେରା ଓ ପୁଷ୍ପା ସାହୁ, ଓକିଲ ସିପ୍ରା ସାହୁ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ରିତାଞ୍ଜଳୀ ପ୍ରଧାନ ଓ ଲିଲି ଦାସ ଙ୍କ ସମେତ ଜିଲ୍ଲା ର ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଆଶା କର୍ମୀ, ଗୋଷ୍ଠୀ ସମ୍ବଳ ବ୍ୟକ୍ତି, ସରପଞ୍ଚ, ୱାର୍ଡ ସଭ୍ୟ, ଚାଇଲଡ ହେଲ୍ପ ଲାଇନ ର ସଦସ୍ୟ ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ ଯୁବ କେନ୍ଦ୍ର
ସଂଯୋଜିକା ପୂଜା ସ୍ୱାଇଁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବିଶ୍ୱ ଯୁବ କେନ୍ଦ୍ର ର କର୍ମୀ ଅଜୟ ଜଗଦଳା, ଜ୍ୟୋସ୍ମିତା ପ୍ରଧାନ, ଲଷ୍ମୀ ବେହେରା, ଗିରିଜା ନନ୍ଦନ ସାହୁ ଓ ସୋନାଲିସା ଶବର ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

26/12/2024

ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ_ସିଂହଙ୍କ_ପରଲୋକ
। ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସ ରେ ଘଟିଛି ପରଲୋକ ।

26/12/2024

#ବିଜେଡି_ନେତ୍ରୀ #ଇପ୍ସିତା_ସାହୁଙ୍କୁ_ଚାପୁଡ଼ା_ମାଡ
ବିଜେଡିର ପ୍ରତିଷ୍ଠା ଦିବସରେ କଞ୍ଚାହଳଦୀ ପାଇଁ ମହିଳା ମହିଳା ମଧ୍ୟରେ ହାତା ହାତୀ ମରାମରି ।
Naveen Patnaik

26/12/2024

ଅନୁଗୁଳ ପୋଲିସ କୁ ବଡ଼ ସଫଳତା
ଚୋରି ୧୬ ଚକିଆ ହାଇୱା ଚୋରକୁ ଧରିଲା ପୋଲିସ।

ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି । ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମଭମପତି । ରଘୁବର ଦାସଙ୍କ ଇସ୍...
24/12/2024

ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି । ମିଜୋରାମ ରାଜ୍ୟପାଳ ଥିଲେ ହରିବାବୁ କମଭମପତି । ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁ କମ୍ଭମପତି ରାଜ୍ୟପାଳ ନିଯୁକ୍ତ, ଆଜି ନୂତନ ରାଜ୍ୟପାଳ ଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍ମେଲଟର ପ୍ଲାଣ୍ଟର ସଙ୍କଟ ଏବଂ ଦୁର୍ନୀତି ବିରୁଦ୍ଧରେ ଆଲୁମିନିୟମ ମଜ଼ଦୂର ସଂଘ ତରଫରୁ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ।
24/12/2024

ସ୍ମେଲଟର ପ୍ଲାଣ୍ଟର ସଙ୍କଟ ଏବଂ ଦୁର୍ନୀତି ବିରୁଦ୍ଧରେ ଆଲୁମିନିୟମ ମଜ଼ଦୂର ସଂଘ ତରଫରୁ ଚାଲିଥିବା ଗଣଧାରଣା ପ୍ରତ୍ୟାହୃତ।

ଉତ୍କୃଷ୍ଟ ମାନର CP କୋକ ଯୋଗାଣ, ସିଭିଲ ବିଭାଗରେ ମହାଦୁର୍ନୀତି, ଆଲୁମିନିୟମ ଫ୍ଲୋରାଇଡ ର ଚୋରି, ତୁରନ୍ତ କ୍ୱାର୍ଟର ଆବଣ୍ଟନ, ପୂର୍ଣ୍ଣମ...

24/12/2024

ନ୍ୟାୟ ପାଇଁ ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ବାରସ୍ଥ ହେଲେ ମହିଳା।

24/12/2024

ଦିଲ୍ଲୀ ସଂସଦରେ ଆମ୍ବେଦକର ଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ନେଇ ଅନୁଗୁଳରେ ଅମିତ ଶାହା ଙ୍କ କୁଶ ପୁତ୍ତଳିକା ଦାହ କଲା ଭୀମଆର୍ମି।

23/12/2024

ଅନୁଗୁଳ ଏକ୍ସପ୍ରେସ ସବୁବେଳେ ସତ୍ୟ ଖବର ପରିବେଷଣ କରେ। ଚ୍ୟାନେଲ ର ପ୍ରଥମ ବନ୍ଧୁ ମିଳିନରେ ଏଭଳି ପ୍ରତିକ୍ରିୟା ରଖିଲେ ଅନୁଗୁଳ ଏକ୍ସପ୍ରେସ ର ଅଫିସିଆଲ ଷ୍ଟାଫ ସୁଚିତ୍ରା ପଣ୍ଡା।

23/12/2024

ସଂକଟରେ ନାଲକୋ ସ୍ମେଲଟର ପ୍ଲାଣ୍ଟ। ଦୁର୍ନୀତି ଘେରରେ ନାଲକୋ ପ୍ରଶାସନ। ଏନେଇ ଅଭିଯୋଗ ଆଣିଲା ଆଲୁମିନିୟମ ମଜଦୂର ସଂଘ।

Address

Balaramprasad
Anugul
759128

Alerts

Be the first to know and let us send you an email when Angul Express posts news and promotions. Your email address will not be used for any other purpose, and you can unsubscribe at any time.

Videos

Share