Hind TV Odia

Hind TV Odia Contact information, map and directions, contact form, opening hours, services, ratings, photos, videos and announcements from Hind TV Odia, TV Channel, Kalavad.

Hind TV Odia,ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ। ଧରଣୀଧରଙ୍କ ସ୍ବାଭିମାନ ଓ ସାହସିକତା ଅବିସ୍ମରଣୀୟ ...
05/05/2024

Hind TV Odia,

ମହାନ୍ ବିପ୍ଲବୀ ଧରଣୀଧର ଭୂୟାଁଙ୍କର ମାଟି ଓ ଜାତିପ୍ରୀତିର ପଟାନ୍ତର ନାହିଁ। ଧରଣୀଧରଙ୍କ ସ୍ବାଭିମାନ ଓ ସାହସିକତା ଅବିସ୍ମରଣୀୟ ଅଟେ। ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବିପ୍ଲବୀ ଧରଣୀଧରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ଏହିଭଳି ମତବ୍ୟକ୍ତ କରିଛନ୍ତି।

ଜୟଦେବ ଭବନରେ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଧରଣୀଧରଙ୍କ ଜୀବନାଦର୍ଶ ସମ୍ବନ୍ଧରେ ଆଲୋକପାତ କରିଥିଲେ। ସଭାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Sources : Information Department Of Odisha

07/02/2024

Hind TV - Odia

ଓଡ଼ିଶାର କଳା, ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ, ହସ୍ତଶିଳ୍ପ ଏବଂ କ୍ରୀଡ଼ା ରାଜ୍ୟର ସଂସ୍କୃତି ଏବଂ ଐୖତିହ୍ୟର ସୂକ୍ଷ୍ମ ବା କୋମଳ ଶକ୍ତି। ଏହି ସୂକ୍ଷ୍ମଶକ୍ତି ଆଧାରରେ ଓଡ଼ିଶାର ଅର୍ଥନୀତିକୁ ସମୃଦ୍ଧ କରାଯାଇପାରିବ। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ଦିନରେ ‘ସଂସ୍କୃତି ଏବଂ ଐତିହ୍ୟ: ରାଜ୍ୟର ସୂକ୍ଷ୍ମଶକ୍ତି’ ଏକ ବିଶେଷ ଅଧିବେଶନରେ ଯୋଗ ଦେଇ ଏହି ମତ ଦେଇଥିଲେ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ଚାରୁଦତ୍ତ ପାଣିଗ୍ରାହୀ

Sources : Information and public relations department - Government of Odisha

Hind TV - Odiaବିଶ୍ୱ  ଓଡ଼ିଆଭାଷାସମ୍ମିଳନୀ ପରିସରରେ ପ୍ରାଚୀନ, ମଧ୍ୟଯୁଗୀୟ  ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖ...
07/02/2024

Hind TV - Odia

ବିଶ୍ୱ ଓଡ଼ିଆଭାଷାସମ୍ମିଳନୀ ପରିସରରେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ତିନୋଟି ବିଭାଗରେ ହେଉଥିବା ପ୍ରଦର୍ଶନୀକୁ ବୁଲି ଦେଖିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନ୍। ଗୋଟିଏ ଛାତ ତଳେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ଐତିହ୍ୟକୁ ନେଇ ପ୍ରଦର୍ଶିତ ବିଭିନ୍ନ ବିଷୟକୁ ଦେଖି ଖୁସି ହୋଇଥିଲେ।

ଏହି ଅବସରରେ ସେ ପ୍ରଦର୍ଶନୀ ବୁଲି ଦେଖୁଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏଭଳି ପ୍ରଦର୍ଶନୀ କିପରି ସେମାନଙ୍କ ମନକୁ ଛୁଉଁଛି ସେ ବିଷୟରେ ପିଲାଙ୍କୁ ପଚାରି ବୁଝିଥିଲେ। ପ୍ରଦର୍ଶନୀ ପରିସରରେ ଥିବା ଭ୍ରାମ୍ୟମାଣ ପାଠଗାରକୁ ସେ ଦେଖିବା ସହ ଏହା ଛାତ୍ରଛାତ୍ରୀ ଓ ଯୁବପିଢିକୁ ପ୍ରେରଣା ଦେବ ବୋଲି କହିଥିଲେ।

ଶ୍ରୀଯୁକ୍ତ ପାଣ୍ଡିଆନ୍ ପ୍ରଦର୍ଶନୀର ଆଧୁନିକ ବିଭାଗରେ ଥିବା ‘ଡୋମ୍ ଅଫ୍ ଦ ଫ୍ୟୁଚର’ କକ୍ଷକୁ ଯାଇଥିଲେ। ସେଠାରେ ପ୍ରଦର୍ଶିତ ଅତ୍ୟାଧୁନିକ ରୋବୋଟ୍, ଆଧୁନିକ ଓଡ଼ିଆ କି-ବୋର୍ଡ ଓ ଫଣ୍ଟ, ଓଡ଼ିଆ ୱିକିପିଡିଆ, ମୁଁ ଓଡ଼ିଆ ଇ-ଲର୍ଣ୍ଣିଂ ଆପ୍ ଆଦି ଦେଖିଥିଲେ।

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଓ ଐତିହ୍ୟକୁ ନେଇ କରାଯାଇଥିବା ବିଶାଳ ପ୍ରର୍ଦଶନୀକୁ ଅତ୍ୟାଧୁନିକ ମେଟାଭର୍ସରେ ଉପସ୍ଥାପନ କରାଯାଇଛି। ପ୍ରଦର୍ଶନୀ ବୁଲିବା ଅବସରରେ ଶ୍ରୀଯୁକ୍ତ ପାଣ୍ଡିଆନ୍ ମେଟାଭର୍ସରେ ଥିବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଦେଖିଥିଲେ। ଅତ୍ୟାଧୁନିକ ଭିଆର୍ ଯୋଗେ ସେ ବିଶ୍ଵପ୍ରସିଦ୍ଧ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଇଲେକ୍ଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍ ଦ୍ୱାରା କରାଯାଇଥିବା ଏହି ଉଦ୍ୟମକୁ ସେ ପ୍ରଂଶସା କରିଥିଲେ।

ଏହି ଅତ୍ୟାଧୁନିକ ମେଟାଭର୍ସ ମାଧ୍ୟମରେ ଦେଶ ବିଦେଶରେ ଥିବା ଲୋକେ ଭାଷା ସମ୍ମିଳନୀର ୱେବସାଇଟ୍ ଜରିଆରେ ପ୍ରଦର୍ଶନୀର କୋଣଅନୁକୋଣର ଚିତ୍ର ଅନଲାଇନରେ ଦେଖିପାରୁଛନ୍ତି। ଓଡ଼ିଶାର ପ୍ରମୁଖ ଐତିହ୍ୟସ୍ଥଳର ଥ୍ରିଡ଼ି ଭିଡିଓ ଏହାସହିତ ଯୋଡା ଯାଇଥିବାରୁ ଲୋକମାନେ ଦୂରରେ ଥାଇ ମଧ୍ୟ ଅନଲାଇନ୍ ମାଧ୍ୟମରେ ଏହି ସମ୍ମିଳନୀ ଏବଂ ଓଡ଼ିଶାର କଳା ଓ ଐତିହ୍ୟ ସହିତ ନିଜକୁ ଯୋଡ଼ି ପାରୁଛନ୍ତି।

ସୂଚନା ଅନୁଯାୟୀ ପ୍ରଥମ ୫ଦିନ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଦେଶବିଦେଶରେ ଥାଇ ମେଟାଭର୍ସ ମାଧ୍ୟମରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମରେ ଅନଲାଇନରେ ସାମିଲ ହୋଇପାରିଛନ୍ତି।

Sources : Information and public relations department - Government of Odisha

07/02/2024

Hind TV - Odia

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଥିଲା ଆମ ଭାଷା, ସାହିତ୍ୟ ଓ ଐତିହ୍ୟର ମହାପର୍ବ। ଓଡ଼ିଆ ଜାତିର ଅସ୍ମିତାର ମହାପ୍ରଦର୍ଶନ। ଏହି ତିନିଦିନିଆ ବିଶାଳ କାର୍ଯ୍ୟକ୍ରମ ସମଗ୍ର ପୃଥିବୀରେ ଥିବା ଓଡ଼ିଆ ଭାଷାଭାଷୀଙ୍କ ତଥା ଓଡ଼ିଶାକୁ ଭଲ ପାଉଥିବା ଲୋକଙ୍କୁ ଏକାଠି କରିବାରେ ସକ୍ଷମ ହୋଇପାରିଛି। ଏକ ଝଲକ୍।

Sources : Information and public relations department - Government of Odisha

ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ' ପ୍ରତିଭାବାନଙ୍କୁ ଦେଇଛି ସୁଯୋଗ। ଏହି ସମ୍ମିଳନୀର ଉଦଯାପନୀ ସଭାରେ  କଟକର କୁଲଫି ବ୍ୟବସାୟୀଙ୍କ ପୁଅ ତଥ...
06/02/2024

ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ' ପ୍ରତିଭାବାନଙ୍କୁ ଦେଇଛି ସୁଯୋଗ। ଏହି ସମ୍ମିଳନୀର ଉଦଯାପନୀ ସଭାରେ କଟକର କୁଲଫି ବ୍ୟବସାୟୀଙ୍କ ପୁଅ ତଥା ୮ମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁଙ୍କ ଧନ୍ୟବାଦ ଅର୍ପଣ କାର୍ଯ୍ୟ ସମ୍ପାଦନର ଅନନ୍ୟ ଶୈଳୀ ବେଶ ଆଦୃତ ହୋଇଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଉଚ୍ଚ ପ୍ରଶଂସା କରିଛନ୍ତି। ଏଭଳି ମଞ୍ଚ ତଥା ବରେଣ୍ୟ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ଓଡ଼ିଆ ଭାଷାରେ ଓଜସ୍ୱିନୀ ବକ୍ତବ୍ୟ ତାଙ୍କ ଯୁବପ୍ରତିଭାର ପରିଚୟ। ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ। ।

05/02/2024

Odia language is spreading far and wide. On the occasion of the first 'World Odia Language Conference', Vedic Linguistics Expert Professor Arlo Griffith has highly appreciated Odia language, literature along with Odia food culture. This conference has created a new passion for Odia language in everyone.
World Odia Language Conference

Address

Kalavad
361160

Telephone

+919825095545

Website

Alerts

Be the first to know and let us send you an email when Hind TV Odia posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Category