Khordha khabar live

Khordha khabar live ALL INFORMATION ABOUT HEALTH, EDUCATION,POLITICS,PUBLIC ISSUE,LIVE EVENT, PUBLISH THIS PAGE

15/06/2024
03/06/2024
27/11/2023
27-11-2023
26/11/2023

27-11-2023

26/11/2023
08/11/2023
08/11/2023
08/11/2023
08/11/2023
08/11/2023
08/11/2023
08/11/2023
01/11/2023
01/11/2023
16/10/2023

ଓ. ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲ୍ଲା ଶାଖା ର ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ (୧୫ା୧୦)

ସମ୍ମିଳିତ କର୍ମଜିବୀ ସାମ୍ବାଦିକ ସଙ୍ଘ (ଓ. ୟୁ. ଡବ୍ଲୁ. ଜେ )ଖୋର୍ଦ୍ଧା ଜିଲ୍ଲା ଶାଖା ର ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରବିବାର ଖୋର୍ଦ୍ଧା ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ର ମିତ୍ର, ବିଜୁ ମହିଳା ଜନତା ଦଳ ରାଜ୍ୟ ବରିଷ୍ଠ ଉପ -ସଭାପତି ବାସନ୍ତୀ ମହାପାତ୍ର, ଆଇ.ଓ.ଡବ୍ଲୁ.ଜେ. କେନ୍ଦ୍ରୀୟ ସଭାପତି ଡ଼ଃ ପୀତବାସ ମିଶ୍ର, ଓ.ୟୁ.ଡବ୍ଲୁ.ଜେ.ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜୁନ ମୁଦୁଲି, ଓ.ୟୁ.ଡବ୍ଲୁ.ଜେ. ରାଜ୍ୟ ନିର୍ବାଚନ ଅଧିକାରୀ ମୁରଲୀଧର ମିଶ୍ର, ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଓ. ୟୁ. ଡବ୍ଲୁ. ଜେ. ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରକାଶ କୁମାର ହାତୀ, ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ, ଓ. ୟୁ. ଡବ୍ଲୁ. ଜେ. ଖୋର୍ଦ୍ଧା ଜÿିଲ୍ଲା ଶାଖା ପ୍ରତିଷ୍ଠାତା ସମ୍ପାଦକ ଲଳିତ ମୋହନ ମହାପାତ୍ର, ପ୍ରବୀଣ ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ । ଆଇ. ଓ. ଡବ୍ଲୁ. ଜେ. କେନ୍ଦ୍ରୀୟ ସଭାପତି ଡ଼ଃ ପୀତବାସ ମିଶ୍ର କର୍ତବ୍ୟ ରତ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ର ବିଭିନ୍ନ ସମସ୍ୟା ଗୁଡିକ ସମ୍ପର୍କ ରେ ଆଲୋଚନା କରିବା ସହିତ ସେ ସବୁ ସମସ୍ୟା ଗୁଡିକ ସମ୍ପର୍କ ରେ ରାଜ୍ୟ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ନିଜ ବକ୍ତବ୍ୟ ରେ କହିଥିଲେ । ସଂଗଠନ ସମ୍ପାଦକ ଅର୍ଜୁନ ମୁଦୁଲି ଗଣ ମାଧ୍ୟମ ପ୍ରତିନିଧିମାନେ ଆଜି ଯେଉଁ ପ୍ରତିକୂଳ ଅବସ୍ଥା ଦେଇ ଗତି କରୁଛନ୍ତି ସେ ସମ୍ପର୍କ ରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ । ଖୋର୍ଦ୍ଧା ବିଧାୟକ ଶ୍ରୀ ମିତ୍ର ତାଙ୍କ ବକ୍ତବ୍ୟ ରେ କହିଥିଲେ, ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ୨ଲକ୍ଷ ଟଙ୍କା ରୁ ୫ଲକ୍ଷ ଟଙ୍କା କୁ ବୃଦ୍ଧି କରିଛନ୍ତି ଏବଂ ସାମ୍ବାଦିକ ମାନଙ୍କ ର ଅନ୍ୟ ସମସ୍ୟା ଗୁଡିକ ପ୍ରତି ରାଜ୍ୟ ସରକାର ସହୃଦୟତା ର ସହ ବିଚାର କରୁଥିବା ନେଇ ନିଜ ବକ୍ତବ୍ୟ ରେ କହିଥିଲେ । ଶ୍ରୀମତୀ ମହାପାତ୍ର ଓ. ୟୁ. ଡବ୍ଲୁ. ଜେ. ଖୋର୍ଦ୍ଧା ଜÿିଲ୍ଲା ଶାଖା ର ଏଭଳି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ଆଗାମୀ ନିର୍ବାଚନ ରେ ସେ ଯଦି ବିଧାୟକ ଭାବେ ନିର୍ବାଚିତ ହୁଅନ୍ତି ତାହାଲେ ରାଜ୍ୟ ବିଧାନସଭା ରେ ସାମ୍ବାଦିକ ମାନଙ୍କ ର ବିଭିନ୍ନ ସମସ୍ୟା ଗୁଡିକ ପ୍ରତି ରାଜ୍ୟ ସରକାର ଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଡ଼ଃ ପୀତବାସ ମିଶ୍ରଙ୍କ ଦ୍ୱାରା ଲିଖିତ "ନବୀନ ପଟ୍ଟନାୟକ, ଏକ ଅନନ୍ୟ ବ୍ୟକ୍ତିତ୍ୱ’ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଲଳିତ ମୋହନ ମହାପାତ୍ର ସଂଯୋଜନା କରିଥିବାବେଳେ, ଓ.ୟୁ.ଡବ୍ଲୁ.ଜେ. ଖୋର୍ଦ୍ଧା ଜିଲ୍ଲା ଶାଖା ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ ସଙ୍ଘ ର ନୂତନ ସଦସ୍ୟମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ ବାରିକ, ଗୋପାଳକୃଷ୍ଣ ଦାସ, ଆକାଶ ବିଶ୍ୱାଳ, ଜାଗେଶ୍ୱର ପ୍ରଧାନ, ଗୋବିନ୍ଦ ଖୁଁଟିଆ, ସୁବ୍ରତ ରଣା, ଲୀୟାକତ ଅଲ୍ଲୀ, ମୁତାହାର ୟୁସୁଫ, ଜୋହେବ ହକ, ପ୍ରମୋଦ ମହାପାତ୍ର, ଈଶ୍ୱରଚନ୍ଦ୍ର ମଙ୍ଗରାଜ, କୃଷ୍ଣଚନ୍ଦ୍ର ଦାଶ, ମନୋଜ, ନିକିତା, ଲିପିକା ପ୍ରମୁଖ ସହଯୋଗ କରିଥିଲେ ।

09/10/2023
17/06/2023
17/06/2023
17/06/2023
17/06/2023

Address

Bhubaneswar
751014

Telephone

+918338074567

Website

Alerts

Be the first to know and let us send you an email when Khordha khabar live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Khordha khabar live:

Videos

Share

Nearby media companies


Other Media/News Companies in Bhubaneswar

Show All