SwapnaPlus TV

SwapnaPlus TV An upcoming satellite news channel of Odisha
(14)

20/01/2022

ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଡ଼ିଜେଲ ସଂଗ୍ରହ କରୁଛନ୍ତି | ଘଟଣାଟି କୋରାପୁଟ ଜିଲ୍ଲା କୋଟପାଡ଼ ନିକଟରେ ଘଟିଛି |

02/01/2022

FREEDOM FRIGHTER'S DAY MAHOTSAV

31/12/2021

 selects  as a Regional Centre for training of faculties as master trainers for Commualty Based Participatory Research (...
28/12/2021

selects as a Regional Centre for training of faculties as master trainers for Commualty Based Participatory Research (CBPR) under Unnat Bharat Abhigyan (UBA).

  Rakhi in Bhubaneswar's   Zoo gives birth to a baby on Tuesday. Both the mother and the baby are healthy. The Zoo now h...
28/12/2021

Rakhi in Bhubaneswar's Zoo gives birth to a baby on Tuesday. Both the mother and the baby are healthy. The Zoo now has eight chimpanzees:

ମୁଖ୍ୟମନ୍ତ୍ରୀ Naveen Patnaik ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହିଁ ଆମର ...
28/12/2021

ମୁଖ୍ୟମନ୍ତ୍ରୀ Naveen Patnaik ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରି କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହିଁ ଆମର ଲକ୍ଷ୍ୟ ବୋଲି କହିଛନ୍ତି। ଏହି ଲକ୍ଷ୍ୟ ପୂରଣ ପାଇଁ ଲୋକଙ୍କ ସମସ୍ୟାର ସମାଧାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସବୁ କାର୍ଯ୍ୟକ୍ରମ ଓ ସେବା ମୋ ସରକାର କାର୍ଯ୍ୟକ୍ରମ ଲକ୍ଷ୍ୟ ଅନୁଯାୟୀ ଯେପରି ସର୍ବୋତ୍ତମ ଭାବେ କାର୍ଯ୍ୟ କରିବ ସେ ନେଇ ଧ୍ୟାନ ଦେବାର ସମୟ ଆସିଛି। ଏଥିପାଇଁ ନାଗରିକଙ୍କ ଡାଟାବେସକୁ ସବୁ ସମୟରେ ନବୀକୃତ କରିବା ଜରୁରୀ। ଏହା ଦୁର୍ନୀତି ପ୍ରତି ଶୂନ୍ୟ ସହିଷ୍ଣୁତା ନୀତିକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋ ସରକାର କାର୍ଯ୍ୟକ୍ରମରେ ୨୮ଟି ବିଭାଗର ୨୨୨ଟି ସେବା ଅନ୍ତର୍ଭୁକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମ ଏବେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ସହ ମତାମତ ଭିତ୍ତିରେ ମର୍ଯ୍ୟାଦାପୂର୍ଣ୍ଣ ସେବା ପ୍ରଦାନ କ୍ଷେତ୍ରରେ ସଫଳ ସାବ୍ୟସ୍ତ ହେଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ Naveen Patnaik ଆଜି ଭୁବନେଶ୍ବରର  #ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହ...
28/12/2021

ମୁଖ୍ୟମନ୍ତ୍ରୀ Naveen Patnaik ଆଜି ଭୁବନେଶ୍ବରର #ଏକାମ୍ର ଅଞ୍ଚଳରେ ୧୦୩ କୋଟି ଟଙ୍କା ବିନିଯୋଗରେ ୧୩ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲିଙ୍ଗରାଜ ଅଞ୍ଚଳକୁ ସୁନ୍ଦର କରି ଗଢିତୋଳିବା ପାଇଁ ଏକାମ୍ର ଯୋଜନା ଜନସାଧାରଣଙ୍କ ସହଯୋଗରେ ଆରମ୍ଭ କରାଯାଇଛି। ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପ ଗୁଡିକ ହେଉଛି:
👉ଏକାମ୍ର ଅଞ୍ଚଳରେ ୨୪ ଘଣ୍ଟିଆ ବିଶୁଦ୍ଧ ଜଳଯୋଗାଣ,
👉ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ଓ ଜଗନ୍ନାଥ ବିହାର ଅଞ୍ଚଳରେ ୨୪ ଘଣ୍ଟିଆ ପାନୀୟ ଜଳଯୋଗାଣ,
👉କପିଳେଶ୍ବରରେ ଗଙ୍ଗୁଆ ବାମପାର୍ଶ୍ବ କେନାଲ ବନ୍ଧରେ ଦୁଇ ଲେନ୍‌ ବିଶିଷ୍ଟ ରାସ୍ତା ଇତ୍ୟାଦି।
👉କେଦାରଗୌରୀ ମନ୍ଦିରରୁ ଅପରିସ୍କୃତ ଜଳ ନିଷ୍କାସନ ପାଇଁ ଭୁବନେଶ୍ବର-ପୁରୀ ରୋଡ୍‌ରେ ବକ୍‌ସ କଲ୍‌ଭଟ,
👉ଲିଙ୍ଗିପୁର ଇନ୍ଦିରା କଲୋନୀରେ ପାଇପ ପାଣି ବ୍ୟବସ୍ଥା
👉ସମ୍‌ ହସ୍‌ପିଟାଲ ରାସ୍ତାର ଆଲୋକୀକରଣ ଇତ୍ୟାଦି ପ୍ରକଳ୍ପ ଏଥିରେ ଅନ୍ତର୍ଭୁକ୍ତ।

28/12/2021

#ଜଗତସିଂହପୁର ଜିଲ୍ଲା ଏରସମା ତହସିଲ ଅନ୍ତର୍ଗତ ଜପା ପଂଚାୟତ ଆର.ଆଇ. ଜମିପଟ୍ଟା କରାଇଦେବାକୁ କହି 10,000 ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ। ଏରସମା ତହସିଲ କାର୍ଯ୍ୟାଳୟ ଅଧିନ ନିମୋଳ ଓ ଜପା ସର୍କଲ ଆର.ଆଇ. ଦାୟିତ୍ୱରେ ଥିବା ସମୀର ମଲ୍ଲିକ ଭିଜିଲାନ୍ସ ହାତରେ ଗିରଫ। Odisha Vigilance
Odisha Police Organisation

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରି...
28/12/2021

ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭ ହଜାର ବିଦ୍ୟାଳୟକୁ ଜାନୁୟାରୀ ୩ ତାରିଖରୁ ଖୋଲିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଯେଉଁ ବିଦ୍ୟାଳୟରେ ୧୦ମ ଶ୍ରେଣୀ ନିମନ୍ତେ ୫ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସମେଟିଭ୍-୧ ପରୀକ୍ଷା ହେବାର ଅଛି, ସେହି ବିଦ୍ୟାଳୟ ଗୁଡ଼ିକୁ ୧୦ଜାନୁୟାରୀ ଠାରୁ ଖୋଲାଯିବ। ମଧ୍ୟାହ୍ନ ଭୋଜନ ପାଇଁ ଉଦ୍ଦିଷ୍ଟ ମଧ୍ୟାନ୍ତର ବିନା ବିଦ୍ୟାଳୟ ଗୁଡ଼ିକ ପୂର୍ବାହ୍ନ ୯ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ। ମଧ୍ୟାହ୍ନ ଭୋଜନ ଯୋଜନା ଅନ୍ତର୍ଗତ ଶୁଖିଲା ରାସନ ଯୋଗାଣ କାର୍ଯ୍ୟକ୍ରମ ଅନ୍ୟ ଆଦେଶ ପ୍ରାପ୍ତ ପର୍ଯ୍ୟନ୍ତ ପୂର୍ବ ପରି ଜାରି ରହିବ।

28/12/2021

#କୋଣାର୍କ | ଟିକେଟ ନମିଳିବାରୁ ପଚେରୀ ଡ଼େଇଁ ଧସେଇ ପଶିଲେ ପର୍ଯ୍ୟଟକ। ସରକାର ପକ୍ଷରୁ ବାରମ୍ବାର କୋଭିଡ଼ି ନିୟମ ଅନୁସାରେ ସଚେତନ କରାଯାଉଥିଲେ ମଧ୍ୟ କୋଣାର୍କରେ ଆଜି ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ଅନେକ ପର୍ଯ୍ୟଟକ ଟିକେଟ ନପାଇ ନିରାଶ ହେବା ପରେ ପଚେରୀ ଡେଇଁ ସୂର୍ଯ୍ୟମନ୍ଦିର ଭିତରକୁ ପଶିବାକୁ ପ୍ରୟାସ କରିଥିଲେ । Odisha Tourism CMO Odisha

28/12/2021

| ପୋଲିସ ହାତରୁ ଚମ୍ପଟ ମାରିଲା ଧଳା ଜହର ବେପାରୀ | ବାଲେଶ୍ଵର ଜିଲ୍ଲା ଝାଡ଼ହେଶ୍ୱରପୁର ଅଞ୍ଚଳରେ ଥିବା ଏସ.କେ. ଏକଲତ ଘରେ ଜଳେଶ୍ୱର ପୋଲିସର ଚଢ଼ାଉ। ଚଢ଼ାଉ ସମୟରେ ପୋଲିସକୁ ଚକମା ଦେଇ ପୋଲିସ ହାତରୁ ଖସିଗଲା ଏକଲତ | ଉକ୍ତ ଘଟଣାରେ ପୁଅକୁ ଉଠାଇ ନେଲା ପୋଲିସ।

28/12/2021

#ଯାଜପୁର ଜିଲ୍ଲା ବାରବାଟି(ଦୁର୍ଗାପୁର) ଠାରେ NH-16କୁ ସ୍ଥାନୀୟ ଲୋକେ ଅବରୋଧ କରିଥିଲେ । ଗତକାଲି ସ୍ଥାନୀୟ ଅଂଚଳର ଜଣେ ଯୁବକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନେଇ ଏହି ଅବରୋଧ କରାଯାଇଥିଲା । ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ମନ୍ଥର ଗତିରେ ହେଉଥିବାରୁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ କରିଥିଲେ |

28/12/2021

| ଚାନ୍ଦବାଲିରେ ଅସହାୟଙ୍କ ବନ୍ଧୁ ପାଲଟିଛି ସଂଗ୍ରାମ ସେନା | ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ଅସହାୟ ମାନଙ୍କୁ ସହାୟତା ପାଇଁ ବଣ୍ଟନ କରିଛି କମ୍ବଳ ଓ ମଶାରୀ । ବନ୍ୟା,ବାତ୍ୟା ଓ ମହାମାରୀ କରୋନା ସମୟରେ ହେଉ କିମ୍ବା ଶୀତର ପ୍ରକୋପ ହେଉ, ସବୁବେଳେ ସବୁସମୟରେ ଅସହାୟ ମାନଙ୍କ ନିକଟକୁ ଆଗେଇ ଆସେ ସଂଗ୍ରାମ ସେନା । ଏବର୍ଷ ପ୍ରଚଣ୍ଡ ଶୀତରୁ ରକ୍ଷା ପାଇବା ପାଇଁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି କମ୍ବଳ ଓ ମଶାରୀ ବଂଟନ । ପ୍ରଥମ ପର୍ଯ୍ୟାୟରେ ୫ ଶହ ଲୋକଙ୍କୁ କମ୍ବଳ ବଂଟନ ପାଇଁ ଲକ୍ଷ ରଖିଛି ସେନା |

 #ଭୁବନେଶ୍ୱରରେ ଚଳିତ ବର୍ଷ ମୋଟ ୨୭୭ ଜଣ ଆତ୍ମହତ୍ୟା କରିଛନ୍ତି ।👉ଆତ୍ମହତ୍ୟା କରିଥିବା ୨୭୭ ଜଣଙ୍କ ମଧ୍ୟରେ ମହିଳାଙ୍କ ଠାରୁ ପୁରୁଷ ବେଶି ।👉ବି...
27/12/2021

#ଭୁବନେଶ୍ୱରରେ ଚଳିତ ବର୍ଷ ମୋଟ ୨୭୭ ଜଣ ଆତ୍ମହତ୍ୟା କରିଛନ୍ତି ।
👉ଆତ୍ମହତ୍ୟା କରିଥିବା ୨୭୭ ଜଣଙ୍କ ମଧ୍ୟରେ ମହିଳାଙ୍କ ଠାରୁ ପୁରୁଷ ବେଶି ।
👉ବିଷ ପ୍ରକ୍ରିୟା ଦ୍ୱାରା ୭୭ ପୁରୁଷ, ୪୨ ମହିଳାଙ୍କ ମୃତ୍ୟୁ ।
👉ଖଣ୍ଡଗିରି ଅଞ୍ଚଳରେ ସର୍ବାଧିକ ୬୮ଟି ଆତ୍ମହତ୍ୟା, ତମାଣ୍ଡୋ ଥାନାରେ ସର୍ବନିମ୍ନ ୨ଟି ।
👉ଖଣ୍ଡଗିରି ଥାନାରେ ସର୍ବାଧିକ ୨୪୬, ନନ୍ଦନକାନନ ଥାନାରେ ସର୍ବନିମ୍ନ ୮ଟି ଅପମୃତ୍ୟୁ ।

  -କିଶୋର ଟିକାକରଣ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।-ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ନେ...
27/12/2021


-କିଶୋର ଟିକାକରଣ ପାଇଁ ଗାଇଡଲାଇନ ଜାରି କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
-ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ୍ ନେଇ ଗାଇଡଲାଇନ୍ ।
-୧୫ରୁ ୧୮ ବର୍ଷ ପିଲାଙ୍କୁ କେବଳ କୋଭାକ୍ସିନ ହିଁ ଦିଆଯିବ ।
-ସ୍ୱାସ୍ଥ୍ୟ କର୍ମୀ ଓ ବରିଷ୍ଠଙ୍କୁ ଟିକାର ୯ ମାସ ପରେ ମିଳିବ ବୁଷ୍ଟର ଡୋଜ୍ ।
-ଉଭୟ ଡୋଜ୍‌ରେ ୯ ମାସ ବା ୩୯ ସପ୍ତାହ ପରେ ବୁଷ୍ଟର ଡୋଜ୍ ।
-୬୦ ବର୍ଷରୁ ଅଧିକ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ ।
-କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ବୁଷ୍ଟର ଡୋଜ୍ ଦିଆଯାଇପାରିବ ।

 #ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା ।👉ଟିକା ସହ କୋଭିଡ ଚିକିତ୍ସାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ...
27/12/2021

#ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା ।
👉ଟିକା ସହ କୋଭିଡ ଚିକିତ୍ସାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
👉ଓମିକ୍ରନ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ ପାଇଁ ପରାମର୍ଶ ।
👉BSKYର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ।
👉ବେସରକାରୀ ହସ୍ପିଟାଲଗୁଡ଼ିକର ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ।
👉ଆସନ୍ତା ସପ୍ତାହେ ମଧ୍ୟରେ ସବୁ ହିତାଧିକାରୀଙ୍କୁ BSKY କାର୍ଡ ପ୍ରଦାନ ନିର୍ଦ୍ଦେଶ ।

Tata Power awarded contract to set up seven   (EV) charging stations in  .
27/12/2021

Tata Power awarded contract to set up seven (EV) charging stations in .

  Health Index puts   in Deteriorated Rank category, position slipping from 12 to 14. Also in Least Improved slab among ...
27/12/2021

Health Index puts in Deteriorated Rank category, position slipping from 12 to 14. Also in Least Improved slab among the Aspirant category
Health & Family Welfare Department, Government of Odisha

27/12/2021

ଦୀର୍ଘଦିନ ଧରି ବନ୍ଦ ରହିଥିବା ଗଜପତି ଜିଲ୍ଲାର ମୋହନା ସ୍ଥିତ ବହୁପୁରାତନ ଚାନ୍ଦିପୁଟ ଚର୍ଚ୍ଚ କୁ ଖୋଲିବା ଏବଂ ଫାଦରଙ୍କୁ ବହିଷ୍କାର କରିବା ଦାବୀରେ ଚର୍ଚ୍ଚ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ ମହିଳା । ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଚର୍ଚ୍ଚ ପରିସରରେ ପୁର୍ବରୁ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ଚର୍ଚ୍ଚର ଫାଦର ଯୋଶେଫ ପାଣୀ ବାହାର ଲୋକଙ୍କୁ ଡାକି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ଅଞ୍ଚଳର ଖ୍ରୀଷ୍ଟଧର୍ମାବଲମ୍ବି ମାନେ ଅଭିଯୋଗ କରିଛନ୍ତି । ଦୀର୍ଘ ୨୨ ବର୍ଷ ହେଲା ଶ୍ରଦ୍ଧାଳୁଙ୍କ ପାଇଁ ଚର୍ଚ୍ଚ ବନ୍ଦ ରହିଥିବା ଯୋଗୁଁ ବହୁ ବାଦବିବାଦ ଲାଗିରହିଛି ।

Satellite image shows    patches over some coastal & interior districts of   today. Under the influence of western distu...
27/12/2021

Satellite image shows patches over some coastal & interior districts of today. Under the influence of western disturbance there is possibility of light over some coastal & interior districts of Odisha during next 24 Hrs.

👉ବାତ୍ୟା ଜଓ୍ୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ।👉ମୋଟ ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।👉...
27/12/2021

👉ବାତ୍ୟା ଜଓ୍ୱାଦ କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା ।
👉ମୋଟ ୫୦୭ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
👉୩୩% ଫସଲ ନଷ୍ଟ ହୋଇଥିବା କ୍ଷୁଦ୍ର/ନାମମାତ୍ର ଚାଷୀଙ୍କୁ ସହାୟତା ।
👉ବର୍ଷା ଜଳ ଉପରେ ନିର୍ଭରଶୀଳ ଜମି ପାଇଁ ହେକ୍ଟରକୁ ୬୮୦୦ ସହାୟତା ।
👉ଜଳ ସେଚିତ ଜମି ପାଇଁ ହେକ୍ଟର ପିଛା ମିଳିବ ୧୩, ୫୦୦ ଟଙ୍କା ।
👉ଆମ୍ବ, କାଜୁ, ନଡ଼ିଆ, ପାନ ଆଦି ଫସଲ ପାଇଁ ହେକ୍ଟରକୁ ୧୮ ହଜାର ।
👉ସବୁଦିନିଆ ଫସଲ ପାଇଁ ଇନପୁଟ୍ ସବସିଡି ଭାବେ ସର୍ବନିମ୍ନ ୨୦୦୦ ମିଳିବ ।
👉୩୩%ରୁ ଅଧିକ କ୍ଷତି ଅଞ୍ଚଳର ଚାଷୀଙ୍କ ସ୍ୱଳ୍ପ ମିଆଦି ଋଣ ମଧ୍ୟମ ମିଆଦି ହେବ ।

26/12/2021

Biju Janata Dal Odisha ର ୨୫ତମ ପ୍ରତିଷ୍ଠା ଦିବସ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି। ଓଡ଼ିଶାକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ Naveen Patnaik କହିଛନ୍ତି ଏବଂ ନିରନ୍ତର ଉଦ୍ୟମ ଯୋଗୁଁ ବିଜୁ ଜନତା ଦଳ ଆଜି ଲୋକଙ୍କ ଆଶା ଓ ଭରସା ସାଜିଛି। ଭାଷା ଭିତ୍ତିକ ରାଜ୍ୟ ଗଠନ ଏବଂ ରାଜ୍ୟକୁ ଆର୍ଥିକ ସ୍ବାଧୀନତା ଦେବା ଦିଗରେ ବିଜୁବାବୁଙ୍କ ଉଦ୍ୟମକୁ ସମସ୍ତେ ଏହି ଅବସରରେ ମନେ ପକାଇଛନ୍ତି। ଏଥିସହ ଓଡ଼ିଆ ଜାତି ତଥା ଓଡ଼ିଶାର ସଂସ୍କୃତି ଓ ସ୍ୱାଭିମାନକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ପାଇଁ ଏକ ହୋଇ କାମ କରିବାକୁ ଦଳୀୟ ନେତୃବୃନ୍ଦ ଆହ୍ବାନ କରିଛନ୍ତି।
Biju Yuva Janata Dal
Biju Mahila Janata Dal

Krang Suri Waterfalls at Jaintia Hills in Meghalaya.   Incredible India
26/12/2021

Krang Suri Waterfalls at Jaintia Hills in Meghalaya. Incredible India

26/12/2021

ବିଷ ଖାଇ ଯୁବକଙ୍କ ଆତ୍ମହତ୍ୟା । କାରଣ ଅସ୍ପଷ୍ଟ | #ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ହୀରାପୁର ଗ୍ରାମ ଖେଳ ପଡିଆ ପାଖ ଜଙ୍ଗଲରେ ଯୁବକଙ୍କ ମୃତ ଦେହ ଉଦ୍ଧାର। ମୃତ ଯୁବକ ସାଗର ଦାସ (କୁଲୁ) ବୟସ 31, ଘର ହୀରାପୁର | ପୁଲିସର ତଦନ୍ତ ଜାରି |

Address

Saheed Nagar, OD
Bhubaneswar
751007

Alerts

Be the first to know and let us send you an email when SwapnaPlus TV posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to SwapnaPlus TV:

Videos

Share