News Nerve

News Nerve digital content creator!

  l The image captures a beautiful sunrise.Newsnerve Nerve l News Nerve l Dslrnews Odia lଆଜିର ସକାଳର ଫୋଟ ଏକ ସୁନ୍ଦର ସୂର୍ଯ୍...
12/12/2025

l The image captures a beautiful sunrise.
Newsnerve Nerve l News Nerve l Dslrnews Odia l
ଆଜିର ସକାଳର ଫୋଟ ଏକ ସୁନ୍ଦର ସୂର୍ଯ୍ୟାସ୍ତ କୁ କଏଦ କରାଯାଇଛି l ଏକ ପ୍ରତିଦିନର ପ୍ରାକୃତିକ ଘଟଣା ଯେଉଁଠାରେ ସୂର୍ଯ୍ୟ ଦିଗନ୍ତ ତଳେ ଅଦୃଶ୍ୟ ହୋଇଯାଆନ୍ତି।
ଏହି ଘଟଣା ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଘଟେ।
ସୂର୍ଯ୍ୟ ପଶ୍ଚିମ ଦିଗରେ ଅସ୍ତ ହୁଏ, ଯଦିଓ ଦର୍ଶକଙ୍କ ସ୍ଥାନ ଉପରେ ଆଧାର କରି ସଠିକ୍ ସମୟ ଏବଂ ଦିଗ ବର୍ଷସାରା ଭିନ୍ନ ହୋଇଥାଏ। ବାୟୁମଣ୍ଡଳୀୟ ପ୍ରତିସରଣ ଯୋଗୁଁ ସୂର୍ଯ୍ୟ ଜ୍ୟାମିତିକ ଭାବରେ ଅସ୍ତ ହେବା ପରେ ମଧ୍ୟ ଦିଗନ୍ତ ଉପରେ ଟିକିଏ ଦେଖାଯାଏ।
ଚିତ୍ରଟି କୋଏମ୍ବାଟୁରରେ (ତାମିଲନାଡୁ) ଉଠାଯାଇଥିଲା, ଯେଉଁଠାରେ ସୂର୍ଯ୍ୟ ବର୍ତ୍ତମାନ ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୫:୦୦ ଟାରେ ଅସ୍ତ ହେଉଛି।



Big shout out to my newest top fans! 💎 Prasanta Samanta Prasanta Samanta, Dslrnews OdiaDrop a comment to welcome them to...
07/12/2025

Big shout out to my newest top fans! 💎 Prasanta Samanta Prasanta Samanta, Dslrnews Odia

Drop a comment to welcome them to our community, fans

Shout out to my newest followers! Excited to have you onboard! Ziyaulla Hussain, Samir Barik, Sanjit Parsad, K Tripoti P...
05/12/2025

Shout out to my newest followers! Excited to have you onboard! Ziyaulla Hussain, Samir Barik, Sanjit Parsad, K Tripoti Patro, Mishra Santoshi, Santosh Parida, Rajish Khan

With Sadguru Purnananda Goswami – I'm on a streak! I've been a top fan for 6 months in a row. 🎉
01/12/2025

With Sadguru Purnananda Goswami – I'm on a streak! I've been a top fan for 6 months in a row. 🎉

Sadguru Purnananda Goswami Sadguru Purnananda            #ଲାଞ୍ଜିପଲ୍ଲୀ  #ମଠ
28/11/2025

Sadguru Purnananda Goswami
Sadguru Purnananda
#ଲାଞ୍ଜିପଲ୍ଲୀ #ମଠ

ସତ୍ଯନିଷ୍ଠ ତଥ୍ୟ ଭିଭିକ ନିକ ସମ୍ବାଦ ପରିବେଷଣ ରାଷ୍ଟ୍ର ହିତର ଆଉ ଏକ ଅଙ୍ଗ : ରାଜେନ୍ଦ୍ର ଜେନାNewsnerve Nerve l News Nerve l follow l ...
17/11/2025

ସତ୍ଯନିଷ୍ଠ ତଥ୍ୟ ଭିଭିକ ନିକ ସମ୍ବାଦ ପରିବେଷଣ ରାଷ୍ଟ୍ର ହିତର ଆଉ ଏକ ଅଙ୍ଗ : ରାଜେନ୍ଦ୍ର ଜେନା
Newsnerve Nerve l News Nerve l follow l like l share l Comments
ବ୍ରହ୍ମପୁର, ବିଚିତ୍ର ସାହୁ: ବ୍ରହ୍ମପୁର ପଥଭ୍ରଷ୍ଟ ଭଳି କୌଣସି ସମ୍ବାଦ ପ୍ରକାଶ କଲେ ତାହା ରାଷ୍ଟ୍ର ଗଠନରେ ଅନ୍ତରାୟ ସୃଷ୍ଟି କରେ। ସତ୍ୟ ଜାଣିବାର ଅଧିକାର ସମସ୍ତଙ୍କର ରହିଛି ସମ୍ବାଦ ପ୍ରସ୍ତୁତ ବେଳେ ସାମ୍ବାଦିକମାନେ ଏଥିପ୍ରତି ସମଧୂକ ଗୁରୁତ୍ଵ ଦେଇ ସମ୍ବାଦ ପ୍ରସ୍ତୁତ କରିବାକୁ ଲୋକସେବକ ମଣ୍ଡଳର ରାଷ୍ଟ୍ରିୟ ସମ୍ପାଦକ ତଥା ଦୈନିକ ସମାଜର ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ , ସାମ୍ବାଦିକ ଏବଂ ଗଣଯୋଗା ଯୋଗାଯୋଗ ବିଭାଗର ସହଯୋଗରେ କଳିଙ୍ଗ ଜାଗରଣ ଏବଂ ଆମଦୁନିଆ ହାଲଚାଲ ପତ୍ରିକା ପକ୍ଷରୁ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ରାଷ୍ଟ୍ର ଗଠନ ପାଇଁ ଗଣମାଧ୍ଯମ ନୀତି ଓ ଦାୟିତ୍ଵପୂର୍ଣ ସାମ୍ବାଦିକତା ଶିର୍ଷକ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଗଠନମୂଳକ ସମାଲୋଚନା ନିରପେକ୍ଷତା ରକ୍ଷା କରିବା ସହ ସର୍ବଦା ତଥ୍ୟ ଉପରେ ରିପୋର୍ଟ ପ୍ରସ୍ତୁତ କରିବାକୁ ସାମ୍ବାଦିକ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବା ସହ ଏ କ୍ଷେତ୍ରରେ ଦୈନିକ ସମାଜର ନୀତି ଆଦର୍ଶ ଅନୁସରଣ କରନ୍ତୁ ବୋଲି କହିଥିଲେ ।

ଉତ୍କଳ ସାମ୍ବାଦିକ ସଂଘ ଘର ଅନ୍ୟତମ ରାଜ୍ୟ ପରାମର୍ଶଦାତା ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବବରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକ ଏବଂ ଗଣଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ, ବିଭାଗୀୟ ମୁଖ୍ୟ ପ୍ରଫେସର ବନ୍ଦିତା କୁମାରୀ ପଣ୍ଡା, ପ୍ରଫେସର ଜୟନ୍ତ କୁମାର ପଣ୍ଡା, ପ୍ରଫେସର ଚିନୁ ବହିଦାରଙ୍କ ସମେତ ସମାଜସେବୀ ସରିତା ପଣ୍ଡା, ବ୍ରହ୍ମପୁର କଣ୍ଢେଇ ଯାତ୍ରାର ମୁଖ୍ୟ ତଥା ସମାଜସେବକ, ସୂର୍ଯ୍ୟନାରାୟଣ ଦାସ, ସମାଜର ବାର୍ଭା ସମ୍ପାଦକ ତଥା ଦକ୍ଷିଣ ଓଡ଼ିଶା ସଂଯୋଜକ ସୁଦର୍ଶନ ନାୟକ ପ୍ରମୁଖ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରେସ ଦିବସ ପାଳନର ଗୁରୁତ୍ଵ ଏବଂ ସମାଜ ଗଠନରେ ଶ୍ରେଷ୍ଠ ସାମ୍ବାଦିକ ହେବାପାଇଁ ରହିଥ‌ିବା ମୌଳିକ ଗୁଣ ଆହରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ରାଷ୍ଟ୍ର ଗଠନରେ ନିଜ ନିଜକୁ ନିୟୋଜିତ କରି ସମାଜର ଉନ୍ନତି ପାଇଁ ସର୍ବଦା ଦାୟିତ୍ବବାନ ହେବାକୁ ବିଭାଗୀୟ ସହଯୋଗୀ ପ୍ରଫେସର ଜୟନ୍ତ କୁମାର ପଣ୍ଡା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ପ୍ରକାଶକ ତଥା ଆୟୋଜକ ରମେଶ ଚନ୍ଦ୍ର ପାତ୍ର ପତ୍ରିକାର ଅତିଥିମାନଙ୍କୁ ସ୍ଵାଗତ କରିବା ସହ ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବନ୍ଧିତ କରିଥିଲେ ବର୍ଷିୟାନ ସାମ୍ବାଦିକ ଏବଂ ପ୍ରେସ ଫୋଟଗ୍ରାଫର ରବିନ୍ଦ୍ର କୁମାର ମହାରଣାଙ୍କୁ ମୁଖ୍ୟ ଅତିଥ୍‌ ସମ୍ବର୍ଦ୍ଧନା କରିଥିଲେ । ସାମ୍ବାଦିକ ସରୋଜ କୁମାର ମହାନ୍ତି ସଂଯୋଜନା କରିଥିଲେ।
Dslrnews Odia
#

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତNewsnerve Nerve l follow l like l share l Comments         ବ୍ରହ୍...
13/11/2025

ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ
Newsnerve Nerve l follow l like l share l Comments
ବ୍ରହ୍ମପୁର : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଶାନ୍ତିକୁଣ୍ଡ, ଗିରିରୋଡ ପ୍ରାଙ୍ଗଣରେ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ଖ୍ୟାତନାମା ଆଧ୍ୟାତ୍ମିକ ମାର୍ଗଦର୍ଶିକା, ଜୀବନ ପରିଚାଳନା ବିଶେଷଜ୍ଞା, ଅନ୍ତରାଷ୍ଟ୍ରୀୟ ପ୍ରେରଣା ଦାୟକ ଅଭିଭାଷିକା ତଥା ବରିଷ୍ଠ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଶିବାନୀ ଦିଦିଙ୍କ ପ୍ରଥମ ଥର ପାଇଁ ବ୍ରହ୍ମପୁର ସହରରେ ପଦାର୍ପଣ ସକାଶେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଅଛି । ଏଥିରେ ବ୍ରହ୍ମପୁର ସବଜୋନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଭଗ୍ନୀ ମାଳା, ଭଗ୍ନୀ ଶିବାନୀ ଦିଦିଙ୍କ ବ୍ୟକ୍ତିତ୍ବ ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ ଯେ ଭଗ୍ନୀ ଶିବାନୀ ହେଉଛନ୍ତି ଏକାଧାରରେ ଜଣେ ଲେଖିକା, ଦାର୍ଶନିକା ତଥା ଅନେକାନେକ ସିନେମା ଏବଂ କ୍ରୀଡା ଜଗତର ଅଭିନେତା ତଥା ସାଧାରଣ ଜନତାଙ୍କ ଆଧ୍ୟାତ୍ମିକ ଗୁରୁ । ସେ ନିଜ ଧାରଣାମୟ ଜୀବନର ଅନୁଭବ, ରାଜଯୋଗ ଧ୍ୟାନ ଏବଂ ସୁପ୍ରବନ୍ଧନ ନେତୃତ୍ବ ଦ୍ବାରା ବାହ୍ୟଚାପ ବା ଅତ୍ୟଧିକ ନକରାତ୍ମକ ମାନସିକ ଚିନ୍ତା ବା ଚାପ କିପରି ଶରୀରକୁ ରୋଗାକ୍ରାନ୍ତ ତଥା ଭାରାକ୍ରାନ୍ତ କରିଥାଏ ଏବଂ ଏଥିରୁ ମୁକ୍ତି ପ୍ରାପ୍ତ କରି କିପରି ବର୍ତ୍ତମାନର ଜଟିଳ ଦୁଃଖମୟ ସମାଜରେ ରହି ମଧ୍ୟ ସୁଖ, ଶାନ୍ତି, ଆନନ୍ଦମୟ ଜୀବନଯାପନ କରିପାରିବ ସେ ସମ୍ପର୍କରେ ବିଶେଷ ବିବରଣୀ ପ୍ରଦାନ କରିଥାଆନ୍ତି । ଭଗ୍ନୀ ଶିବାନୀ ବ୍ରହ୍ମାକୁମାରୀ ଦ୍ବାରା ପ୍ରସ୍ତୁତ "Awekening with Brahmakumari's" ତଥା "Happiness unlimited serial" ମାଧ୍ୟମରେ ଅନେକ ଦର୍ଶକଙ୍କ ପ୍ରଶ୍ନର ଉତ୍ତର ସମ୍ପର୍କିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ବାରା ଦର୍ଶକ ମାନଙ୍କର ହୃଦୟକୁ ଜିତି ପାରିଛନ୍ତି । ଭଗ୍ନୀ ଶିବାନୀ ଭାରତ ତଥା ସମଗ୍ର ବିଶ୍ବର ବିଶାଳ ଜନସମୁଦ୍ରକୁ ନିଜ ମନସ୍ତାତ୍ବିକ, ଦାର୍ଶନିକ, ସାମାଜିକ ତଥା ଆଧ୍ୟାତ୍ମିକ ଚିନ୍ତାଧାରାର ପ୍ରତିଫଳନ ବା ଛାପ ପ୍ରଦର୍ଶିତ କରି ଆସୁଛନ୍ତି । ଏପରି ଜଣେ ମହାନାହିକା ଶିବାନୀ ଦିଦି 2014 ମସିହାରେ Assocham ladies league ଦ୍ବାରା ”women of the decade achievers" 2017 ମସିହାରେ world psychiatric association ଦ୍ବାରା ”good will ambassador" ଏବଂ 2019 ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ନାରୀଶକ୍ତି ପୁରସ୍କାର ଆଦି ପ୍ରାପ୍ତ କରିଛନ୍ତି । ଏପରି ଜଣେ ବିଶ୍ବପ୍ରଖ୍ୟାତ ରାଜଯୋଗ ପ୍ରଶିକ୍ଷକା ଶିବାନୀ ଦିଦି ଆସନ୍ତା ବୁଧବାର ତା-19.11.2025ରିଖ ସନ୍ଧ୍ୟା 5 ଘଟିକା ସମୟରେ ସ୍ଥାନୀୟ ଖଲ୍ଲିକୋଟ କଲେଜ ଷ୍ଟାଡିୟମଠାରେ ”ଆଧୁନିକ ଜଗତରେ ଭାବନାତ୍ମକ ବ୍ୟକ୍ତିତ୍ବ” ସମ୍ପର୍କୟ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିବେ । ତତପୂର୍ବରୁ ବରିଷ୍ଠ ପ୍ଲେବ୍ୟାକ ସିଙ୍ଗର ଭ୍ରାତା ହରିଶ୍ ମୋୟାଲ୍ ଏକ ଅଦ୍ଭୁତ ସଙ୍ଗୀତମୟ କାର୍ଯ୍ୟକ୍ରମରେ ଯୋଗ ଦବେ । ତତପରେ ନଭେମ୍ବର 20ରୁ 22 ତାରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମାଇଣ୍ଡ ଟ୍ରେନର ମାଉଣ୍ଟ ଆବୁସ୍ଥ ଭ୍ରାତା ରାଜଯୋଗୀ ବ୍ରହ୍ମାକୁମାର ଶକ୍ତିରାଜ ରାଜଯୋଗ ମେଡିଟେସନ୍ ଶିବିର କାର୍ଯ୍ୟକ୍ରମରେ ଯୋଗଦବେ । ଏଣୁ ବ୍ରହ୍ମପୁର ସହରର ଆଧ୍ୟାତ୍ମିକ ପ୍ରେମୀ ଜନସାଧାରଣ ପଞ୍ଜିକରଣ ମାଧ୍ୟମରେ ଉକ୍ତ କାର୍ଯ୍ୟକ୍ରମ ଦ୍ବାରା ଲାଭାନ୍ବିତ ହେବା ସକାଶେ ଭଗ୍ନୀ ମାଳା ଆହ୍ବାନ ଦେଇଥିଲେ । ତତପରେ ଭଗ୍ନୀମାଳା ଉପସ୍ଥିତ ସାମ୍ବାଦିକମାନଙ୍କୁ ରାଜଯୋଗ ଦ୍ବାରା ସୁଖ, ଶାନ୍ତି, ପବିତ୍ରତାର ଅନୁଭବ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରାଜଯୋଗ ଶିକ୍ଷିକା ବ୍ରହ୍ମାକୁମାରୀ ଲକ୍ଷ୍ମୀ ପରିଚାଳନା ପୂର୍ବକ ବର୍ତ୍ତମାନ ସମଗ୍ର ବିଶ୍ବରେ ଅଶାନ୍ତି, କଳହ, ଈର୍ଷ।, ଦ୍ୱେଷ, ଦ୍ବନ୍ଦ ତଥା ଯୁଦ୍ଧମୟ ପରିସ୍ଥିତି ସମୟରେ ବ୍ରହ୍ମାକୁମାରୀ ସଂଗଠନ ଦ୍ବାରା ଏହି କାର୍ଯ୍ୟକ୍ରମ ଅନେକ ଆତ୍ମାଙ୍କୁ ନିଶ୍ଚିତ ଭାବେ ଅନୁପ୍ରାଣୀତ କରିପାରିବ ବୋଲି କହିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁରର ସମସ୍ତ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍ ଏବଂ ସୋସିଆଲ ମିଡିଆର ସାମ୍ବାଦିକମାନେ ଯୋଗ ଦେଇ ଏପରି ଏକ ଆଧ୍ୟାତ୍ମିକ ଚେତନାର ଜାଗରଣ ରୁପି ଜନକଲ୍ୟାଣ କାର୍ଯ୍ୟକ୍ରମ ଆୟୋଜନ ସକାଶେ ଶୁଭକାମନା ଜ୍ଞାପନ କରିଥିଲେ ।
NewsNerve

NewsNerve Newsnerve Nerve
13/11/2025

NewsNerve
Newsnerve Nerve

Big thanks to Prasanta Samanta Prasanta Samantafor all of your support! Congrats for being top fans on a streak 🔥!
13/11/2025

Big thanks to Prasanta Samanta Prasanta Samanta

for all of your support! Congrats for being top fans on a streak 🔥!

Address


Alerts

Be the first to know and let us send you an email when News Nerve posts news and promotions. Your email address will not be used for any other purpose, and you can unsubscribe at any time.

  • Want your business to be the top-listed Media Company?

Share