24/01/2022
#ଦେଶୀ ଓ ବିଦେଶୀ ମଦ ଜବତ । ୦୬ ଗିରଫ ।
ଭଦ୍ରକ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ତିହିଡ଼ି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଦାସ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ପିରାହାଟ ଥାନା ଅନ୍ତର୍ଗତ ପିରାହାଟ ବଜାର ଏବଂ ତିହିଡ଼ି ଥାନା ଅନ୍ତର୍ଗତ ବିଲଣା, ବୋଡ଼କ, କୁବେରା ଓ ସଦାନନ୍ଦପୁର ଗ୍ରାମରେ ଚଢାଉ କରାଯାଇ ୧୪.୨୨୦ ଲିଟର ବିଦେଶୀ ମଦ ଓ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ମୋଟ ୦୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଆସାମୀମାନେ ହେଲେ ପିରାହାଟ ଥାନା ଅନ୍ତର୍ଗତ ପିରାହାଟ ଗ୍ରାମର ଶରତ କୁମାର ସାହୁ ଓ ନିରଞ୍ଜନ ନାୟକ ଏବଂ ତିହିଡ଼ି ଥାନା ଅନ୍ତର୍ଗତ ବିଲଣା ଗ୍ରାମର ସଦାନନ୍ଦ ଜେନା , ବୋଡ଼କ ଗ୍ରାମର ଆଦିତ୍ୟ ନାରାୟଣ ଜେନା, କୁବେରା ଗ୍ରାମର ଗଣେଶ ପ୍ରସାଦ ଜେନା ଓ ସଦାନନ୍ଦପୁର ଗ୍ରାମର ପିକମଣୀ ଜେନା । ଜବତ ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ, ଏ.ଏସ୍.ଆଇ ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ କୁମାର ମଲ୍ଲିକ, ଅଜିତ କୁମାର ସିଙ୍କୁ, ସଞ୍ଜୟ କୁମାର ପାତ୍ର, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ତିହିଡ଼ି ଅବକାରୀ ଥାନା ପକ୍ଷରୁ ୦୬ ଗୋଟି ମାମଲା ରୁଜ୍ଜୁ କରାଯାଇଛି।