ବେଳାଭୂମିରେ ଚକୋଲେଟ୍ ସାଣ୍ଟା କ୍ଲଜ୍ କରି ବିଶ୍ୱ ରେକର୍ଡ
#ବେଳାଭୂମିରେ_ଚକୋଲେଟ୍_ସାଣ୍ଟା_କ୍ଲଜ୍_କରି_ବିଶ୍ୱ_ରେକର୍ଡ
ପୁରୀ ନୀଳାଦ୍ରି ବେଳାଭୂମିରେ ଚକୋଲେଟ୍ ସାଣ୍ଟା କ୍ଲଜ୍ କରି ବିଶ୍ୱ ରେକର୍ଡ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
#SantaClaus #SudarsanPattnaik #Puri #Odisha
ଥାନାରେ ହାଜର ହେଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ
#ଥାନାରେ_ହାଜର_ହେଲେ_ସୁପରଷ୍ଟାର_ଅଲ୍ଲୁ_ଅର୍ଜୁନ
ଦଳାଚକଟା ମାମଲାରେ ଥାନାରେ ହାଜର ହେଲେ ସୁପରଷ୍ଟାର ଅଲ୍ଲୁଅର୍ଜୁନ। ଚିକଡପଲ୍ଲୀ ଥାନାରେ ଚାଲିଛି ପଚରାଉଚୁରା । ହାଇଦ୍ରାବାଦ ସନ୍ଧ୍ୟା ଥିଏଟରରେ ହୋଇଥିଲା ଦଳାଚକଟା।
#AlluArjun #PoliceStation #Hyderabad #Dharitri
ଲୁଚକାଳି ଖେଳୁଛି ଜିନ୍ନତ
#ଲୁଚକାଳି_ଖେଳୁଛି_ଜିନ୍ନତ
ଲୁଚକାଳି ଖେଳୁଛି ଜିନ୍ନତ। ବନବିଭାଗ ହେଲେଣି ନାକେଦମ୍ । ବାଘୁଣୀକୁ ଟ୍ରାକ୍ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ତିନି ଟିମ୍।
#TigressZeenat #Odisha #Dharitri
ବଡ଼ଦିନ ପାଇଁ ଉତ୍ସବମୁଖର ଚର୍ଚ୍ଚ
#ବଡ଼ଦିନ_ପାଇଁ_ଉତ୍ସବମୁଖର_ଚର୍ଚ୍ଚ
ଖ୍ରୀଷ୍ଟ ଧର୍ମାବଲମ୍ବୀମାନଙ୍କ ପାଇଁ ବର୍ଷସାରାର ଅନ୍ୟତମ ପବିତ୍ର ପର୍ବ ବଡ଼ଦିନ । ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସର ମାହୋଲ। ଆଜି ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଏଥିପାଇଁ ପୁରୀ ସହରର ବିଭିନ୍ନ ଚର୍ଚ୍ଚରେ ବେଶ୍ ସାଜସଜ୍ଜା ହୋଇଛି।
#BadaDina #Puri #Odisha #Dharitri
ବାବୁ ମହଲ: ପାଳଭୁତ || Babu Mahal # 263 || Palabhuta || Odia Cartoon Video || Cartoon Video
ପ୍ରାୟତଃ ଲୋକମାନେ ନିଜ ଫସଲକୁ ପଶୁପକ୍ଷୀଠାରୁ ରକ୍ଷା କରିବା ପାଇଁ ପାଳଭୁତ ତିଆରି କରି ଜମିରେ ରଖିଥାନ୍ତି, କିନ୍ତୁ ବେଳେବେଳେ ପାଳଭୁତକୁ ଖାତିରି ନକରି ପଶୁପକ୍ଷୀମାନେ ଫସଲ ସବୁ ନଷ୍ଟ କରିଦିଅନ୍ତି । ସନିଆ କିପରି ଆଧୁନିକ ପାଳଭୁତ ତିଆରି କରି ହଇରାଣ ରେ ପଡିଛି, ତାହା ଏହି ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ପାଳଭୁତ ' ।
This video is not allowed for reuse/ redistribution in any form and manner on any source. Copyright owner : Dharitri Live
#BabuMahal #CartoonVideo #SaniaComedy #Palabhuta #Dharitri
ଗଜାଧାନ ଧରି କଲେକ୍ଟର ଅଫିସ ଗଲେ ଚାଷୀ
#ଗଜାଧାନ_ଧରି_କଲେକ୍ଟର_ଅଫିସ_ଗଲେ_ଚାଷୀ
ଗଜପତି ଜିଲାରେ ଅଦିନିଆ ବର୍ଷା ପ୍ରଭାରେ ଜିଲାର ଗୋଶାଣୀ ବ୍ଲକରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି । ଯାହାକୁ ନେଇ ଆଜି ଶହଶହ ଚାଷୀ ହାତରେ ନଷ୍ଟ ହୋଇ ଗଜା ମାରିଥିବା ଧାନଗଛ ଧରି ଜିଲାପାଳଙ୍କ କାର୍ଯ୍ୟାଳୟ ଭିତରେ ହୋହାଲା କରିଥିଲେ।
#Farmer #Gosani #Gajapati #Odisha
ପୁଣି ଫେରିବ ୧୦ ଟଙ୍କିଆ ଭାଉଚର !
#ପୁଣି_ଫେରିବ_୧୦_ଟଙ୍କିଆ_ଭାଉଚର !
ଶୁଳ୍କ ନିୟମରେ ସଂଶୋଧନ କଲା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ । ଯେଉଁମାନେ ଇଣ୍ଟରନେଟ ବା ଡାଟା ବ୍ୟବହାର କରୁନାହାନ୍ତି ତାଙ୍କ ପାଇଁ ଖୁସି ଖବର । ଏଣିକି ମୋବାଇଲ୍ ସେବା ପ୍ରଦାନକାରୀ କମ୍ପାନୀଗୁଡିକ କେବଳ ଭଏସ୍ କଲ୍ ଏବଂ ଡାଟା ବ୍ୟବହାର କରୁନଥିବା ଗ୍ରାହକଙ୍କୁ ଏସ୍ଏମ୍ଏସ୍ ପାଇଁ ରିଚାର୍ଜ କୁପନ୍ ଦେବାକୁ ପଡିବ ।
#mobilerecharge #Trai #Dharitri #Odisha
ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ବସ୍
ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ବସ୍
ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା କ୍ୟାପିଟାଲ୍ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍), ଶକ୍ତି ବିଭାଗର ଗ୍ରୀଡ୍ କର୍ପୋରେଶନ୍ ଅଫ୍ ଓଡ଼ିଶା ଲିମିଟେଡ୍ (ଗ୍ରୀଡ୍କୋ) ଏବଂ ଏନ୍ଟିପିସି ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି।
#Odisha #GreenHydrogenBuses #Bhubaneswar #Dharitri
କାଲି ବର୍ଷା ବଢିବ
#କାଲି_ବର୍ଷା_ବଢିବ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ସକ୍ରିୟ ଲଘୁଚାପ କ୍ଷେତ୍ର । ଯାହାର ପ୍ରଭାବରେ ଆସନ୍ତା ୩ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ
#Rain #Odisha #Dharitri #weather
ମୁହଁ ଖୋଲିଲେ ପୁରୁଷ ବନ୍ଧୁ
#ମୁହଁ_ଖୋଲିଲେ_ପୁରୁଷ_ବନ୍ଧୁ
ରାଜଧାନୀରେ ଯୁବତୀ ଙ୍କୁ ଅପହରଣ ଘଟଣା. ମୁହଁ ଖୋଲିଲେ ଆକ୍ରମଣ ଶିକାର ହୋଇଥିବା ଯୁବକ ଆକାଶ ସିଂ ।
#Kidnap #Bhubaneswar #Odisha #Dharitri
ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ ଦାରିଙ୍ଗବାଡି ଗସ୍ତ
#ସ୍କୁଲ_ଓ_ଗଣଶିକ୍ଷା_ବିଭାଗ_ମନ୍ତ୍ରୀଙ୍କ_ଦାରିଙ୍ଗବାଡି_ଗସ୍ତ
ଦିନିକିଆ କନ୍ଧମାଳ ଦାରିଙ୍ଗବାଡି ଗସ୍ତ କରିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
#Daringibadi #Odisha #Dharitri
ଏଠାରେ ତିଆରି ହେଉଛି ୫୦ ହଜାର ଟଙ୍କିଆ ହାତ ବୁଣା ଶାଢୀ
#ଏଠାରେ_ତିଆରି_ହେଉଛି_୫୦_ହଜାର_ଟଙ୍କିଆ_ହାତ_ବୁଣା_ଶାଢୀ
ଯାଜପୁର ଜିଲାର ରସୁଲପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗାଁ ଯାହା ହ୍ୟାଣ୍ଡଲୁମ୍ ରେ ତିଆରି ବସ୍ତ୍ର ବା ଟ୍ରସର୍ ବସ୍ତ୍ର ପାଇଁ ରାଜ୍ୟ ତଥା ଦେଶ ବିଦେଶରେ ବେଶ ପ୍ରସିଦ୍ଧ ଲାଭ କରିଛି। ସ୍ଥାନୀୟ ଯୁବକ, ଯୁବତୀ ମହିଳା ମାନେ ଏହି କାମରେ ନିୟୋଜିତ ହୋଇ ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଏଠାରେ ବିଭିନ୍ନ ପ୍ରକାର ର ଶାଢ଼ୀ, ଯୋଡ଼ ଓ ସ୍କାର୍ବ ଆଦି ପ୍ରସ୍ତୁତ କରା ଯାଉଛି।
#Handloomsarees'#Dharmasala #Jajpur #Odisha