ଆଉଟସୋର୍ସିଂ ଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ
ଯାଜପୁର ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଆଉଟସୋର୍ସିଂ ଭିତ୍ତିରେ ନିୟୋଜିତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ସମ୍ପର୍କରେ ପବିତ୍ର ଗୃହରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । #vidhansabha #Odisha #jajpur #AkashDasnayak
ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪' ପ୍ରଣୟନକୁ ବିଧାନସଭାର ପବିତ୍ର ଗୃହରେ ପୂର୍ଣ୍ଣ ସମର୍ଥନ ଜଣାଇଥିଲି
ରାଜ୍ୟ ସରକାରଙ୍କ 'ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪' ପ୍ରଣୟନକୁ ବିଧାନସଭାର ପବିତ୍ର ଗୃହରେ ପୂର୍ଣ୍ଣ ସମର୍ଥନ ଜଣାଇଥିଲି । ପୂର୍ବ ସରକାର ସମୟରେ ପ୍ରାୟ ସମସ୍ତ ପରୀକ୍ଷାରେ ହେଉଥିବା ବିଭ୍ରାଟ, ବ୍ୟାପକ ଅବ୍ୟବସ୍ଥାକୁ ଆଖିରେ ରଖି ପରୀକ୍ଷା ଆଇନରେ ସଂଶୋଧନ ଆଣି ଏହାକୁ ସ୍ବଚ୍ଛ କରିବାକୁ ଗୃହର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ । #Odisha #vidhansabha #AkashDasnayak
ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ଅତିରିକ୍ତ ବଜେଟ୍କୁ ଗୃହରେ ପୂର୍ଣ୍ଣ ସମର୍ଥନ ଜଣାଇଥିଲି ।
ବିଧାନସଭାର ଶୀତ ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ଅତିରିକ୍ତ ବଜେଟ୍କୁ ଗୃହରେ ପୂର୍ଣ୍ଣ ସମର୍ଥନ ଜଣାଇଥିଲି । ଏହି ଅବସରରେ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ପାଇଁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ ସହ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବାକୁ ବ୍ୟାପକ ଏବଂ ଗୁଣାତ୍ମକ କରିବା ନେଇ ମୋର ମତ ରଖିଥିଲି ।
#vidhansabha #Odisha #AkashDasnayak
ସାଂପ୍ରତିକ ଓଡ଼ିଆ ସିନେମାର ଦୁଃସ୍ଥିତିକୁ ନେଇ ବିଧାନସଭା ଶୂନ୍ୟକାଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି ।
ସାଂପ୍ରତିକ ଓଡ଼ିଆ ସିନେମାର ଦୁଃସ୍ଥିତିକୁ ନେଇ ବିଧାନସଭା ଶୂନ୍ୟକାଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ପ୍ରତି ବ୍ଲକ୍ରେ ବହୁମୁଖୀ ପ୍ରେକ୍ଷାଳୟର ନିର୍ମାଣ ସହ ପୂର୍ବ ସରକାରରେ ଲାଗୁ ହୋଇଥିବା ଚଳଚିତ୍ର ନୀତିକୁ କାର୍ଯ୍ୟକାରୀ ଏବଂ ବରପୁତ୍ରମାନଙ୍କ ଉପରେ ଫିଲ୍ମ ପାଇଁ ସବସିଡି ଦିଆଯିବା ଭଳି ନିଷ୍ପତ୍ତି ସରକାର ଗ୍ରହଣ କରିବା ନେଇ ମାନନୀୟା ବାଚସ୍ପତି ମହୋଦୟାଙ୍କ ଜରିଆରେ ଦାବି ରଖିଥିଲି । #OdiaCinema #vidhansabha #Odisha #ZeroHour
ଟ୍ରାଫିକ ସମସ୍ୟାର ତ୍ୱରିତ ସମାଧାନ
ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନରେ ଗୃହରେ ଆମ ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଏବଂ ଜାତୀୟ ରାଜପଥ ୨୦ର ମିଳନ ସ୍ଥଳି ପାଣିକୋଇଲି ଠାରେ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଦେଖାଦେଉଥିବା ଟ୍ରାଫିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ମାନ୍ୟବର ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । #vidhansabha #Odisha #Korei #AkashDasnayak
ଓଡ଼ିଶା ଗସ୍ତରେ ଆମ ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ
ଅଖିଳ ଭାରତୀୟ ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ ମହାନିରୀକ୍ଷକଙ୍କ ସମ୍ମିଳନୀରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଥିବା ଆମ ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ମହୋଦୟଙ୍କୁ ଭବ୍ୟ ସ୍ଵାଗତ କରୁଛି ।
A warm and heartfelt welcome to our honorable and beloved Prime Minister, Shri Narendra Modi Ji, on his visit to Odisha to attend the prestigious All India Conference of Directors General of Police and Inspectors General of Police at Bhubaneswar.
ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ଏକ ନୂତନ ସବ୍ଡିଭିଜନ୍ ସ୍ଥାପନା
ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନରେ ପବିତ୍ର ଗୃହରେ ଉପସ୍ଥିତ ରହି ଯାଜପୁର ଜିଲ୍ଲାର ବ୍ୟାସନଗର ଠାରେ ଏକ ନୂତନ ସବ୍ଡିଭିଜନ୍ ସ୍ଥାପନା କରିବା ପାଇଁ ଶୂନ୍ୟକାଳରେ ପ୍ରସଙ୍ଗ ଉତଥାପନ କରିଥିଲି ।
ଏତଦ୍ ବ୍ୟତୀତ ରାଜ୍ୟର ଅନ୍ୟ ଜିଲ୍ଲା ଓ ସବ୍ଡିଭିଜନ୍ ସମ୍ପର୍କରେ ମଧ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ବ୍ୟାସନଗର ଠାରେ ନୂତନ ସବ୍ଡିଭିଜନ୍ ସ୍ଥାପନା ହେଲେ କୋରେଇ ନିର୍ବାଚନ ମଣ୍ଡଳୀ ସମେତ ପଡୋଶୀ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଜନସାଧାରଣ ମଧ୍ୟ ବିଶେଷ ଉପକୃତ ହୋଇପାରିବେ ବୋଲି ମତ ରଖିଥିଲି ।
#OdishaAssembly #vidhansabha #ZeroHour #Korei #vyasanagar #AkashDasnayak
ଶଙ୍ଖଚିଲା ସ୍ଥିତ ହେଙ୍ଗୁଳା ପଡିଆରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଥିଲି।
କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶଙ୍ଖଚିଲା ସ୍ଥିତ ହିଙ୍ଗୁଳା ପଡିଆରେ ଅନୁଷ୍ଠିତ ରାବଣ ପୋଡି ଉତ୍ସବରେ ଯୋଗ ଦେଇଥିଲି।ଏହି ଉତ୍ସବରେ ପ୍ରାୟ ଦଶ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ରାବଣ ପୋଡି ଆମକୁ ଶିକ୍ଷା ଦିଏ ଯେ, ମନ ମଧ୍ଯରୁ ହିଂସା, କ୍ରୋଧ, ଗର୍ବ ରୂପୀ ରାବଣକୁ ବିନାଶ କରିବା ହିଁ ପ୍ରକୃତ ରାବଣ ପୋଡି। ଏଭଳି ଏକ କାର୍ଯ୍ୟକ୍ରମର ଭବ୍ୟ ଆୟୋଜନ ସହିତ ଏହାର ଶୃଙ୍ଖଳାଗତ ପରିଚାଳନା ପାଇଁ କମିଟି ସଦସ୍ଯଙ୍କ ପ୍ରତି ଆନ୍ତରିକ ଧନ୍ଯବାଦ ଅର୍ପଣ କରୁଛି।
ଦୁର୍ଗାପୂଜା
ଯା ଦେବୀ ସର୍ବଭୂତେଷୁ ଶକ୍ତିରୂପେଣ ସଂସ୍ଥିତା ।
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।।
କୋରେଇ ନିର୍ବାଚନ ମଣ୍ଡଳୀ ରେ ଆୟୋଜିତ ହୋଇଥିବା ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ମଣ୍ଡପ ରେ ପହଞ୍ଚି ମାଙ୍କ ଆଶୀର୍ବାଦ ର ସୌଭାଗ୍ୟ ପ୍ରାପ୍ତ କରିଲି |
ଜଗତ ଜନନୀ ମା' ଦୁର୍ଗାଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଯାଉ ବୋଲି ମୋର କାମନା । ଅସତ୍ୟ ଉପରେ ସତ୍ୟ ଏବଂ ଅଧର୍ମ ଉପରେ ଧର୍ମର ବିଜୟର ମହାପର୍ବ ପବିତ୍ର 'ବିଜୟା ଦଶମୀ' ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
! ଶୁଭ ବିଜୟା !
#HappyDussehra