Nutan Khabar

Nutan Khabar Explores Art, Culture and Tourism of Odisha.

 #ମାର୍ଚ୍ଚ ୨୦ ତାରିଖ ଆଜି ହେଉଛି ଆମ ଓଡ଼ିଆମାନଙ୍କ ପ୍ରିୟ ବିଶ୍ଵ ପଖାଳ ଦିବସ, ତେବେ ତା ସଙ୍ଗେ ସଙ୍ଗେ ଆଜି ମଧ୍ଯ ପାଳନ କରାଯାଉଛି ବିଶ୍ଵ ଘରଚଟ...
20/03/2024

#ମାର୍ଚ୍ଚ ୨୦ ତାରିଖ

ଆଜି ହେଉଛି ଆମ ଓଡ଼ିଆମାନଙ୍କ ପ୍ରିୟ ବିଶ୍ଵ ପଖାଳ ଦିବସ, ତେବେ ତା ସଙ୍ଗେ ସଙ୍ଗେ ଆଜି ମଧ୍ଯ ପାଳନ କରାଯାଉଛି ବିଶ୍ଵ ଘରଚଟିଆ ଦିବସ l ଏହି ଦିବସ ପାଳନର ଉଦ୍ଦେଶ୍ୟ ହେଲା ଲୋପ ପାଇବାକୁ ବସିଥିବା ଘରଚଟିଆର ସଂରକ୍ଷଣ। ପୋକଜୋକ ଖାଇ ପ୍ରକୃତିର ସୌନ୍ଦର୍ଯ୍ୟତାକୁ ଦ୍ଵିଗୁଣିତ କରୁଥିବା ଘରଚଟିଆ ଏବେ ନିଜେ ଘର ଖୋଜୁଛି । ତେବେ ସମସ୍ତେ ସଚେତନ ରହିଲେ ଘରଚଟିଆ ବିଲୁପ୍ତପ୍ରାୟରୁ ପୁଣି ପୂର୍ବ ସ୍ଥିତିକୁ ଫେରିଆସିବ ।

ଚର୍ଚ୍ଚା ସାଉଁଟୁଛି ଡୁମୁରିଗୁଡ଼ା ପୂଜା କମିଟିର ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତିକୋରାପୁଟ(ନୂତନ ଖବର): କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ୍ ମାଥା...
24/09/2023

ଚର୍ଚ୍ଚା ସାଉଁଟୁଛି ଡୁମୁରିଗୁଡ଼ା ପୂଜା କମିଟିର ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି

କୋରାପୁଟ(ନୂତନ ଖବର): କୋରାପୁଟ ଜିଲ୍ଲା କୋରାପୁଟ ବ୍ଲକ୍ ମାଥାଲପୁଟ ପଞ୍ଚାୟତ ଅନ୍ତର୍ଗତ ଡୁମୁରିଗୁଡ଼ା ଗ୍ରାମର ଓମ୍ ଡୁମୁରିଗୁଡ଼ା ପୂଜା କମିଟି ଦ୍ବାରା ମାଟିରେ ମୂର୍ତ୍ତି ତିଆରି କରି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରି ଅନ୍ୟମାନଙ୍କ ପାଇଁ ଏବେ ଆଦର୍ଶ ପାଲଟିଛନ୍ତି। ଏହି ମୂର୍ତ୍ତି ନାଲକୋ ରିଫାଇନାରୀ ପ୍ଲାଣ୍ଟ ଦାମନଯୋଡିର ଜଣେ କର୍ମଚାରୀ ଗୌରଶଙ୍କର ମାଳି ନିର୍ମାଣ କରିଛନ୍ତି। ପୂଜା ମଣ୍ଡପକୁ ମଧ୍ୟ ଅଦରକାରୀ ଅଖା ବସ୍ତାରେ ତିଆରି କରି ଅନ୍ୟପାଇଁ ଆଦର୍ଶ ପାଲଟିଛନ୍ତି। ଡୁମୁରିଗୁଡ଼ାର ଗଣେଶ ମୂର୍ତ୍ତି ସୁନ୍ଦର ଆକର୍ଷିତ ହୋଇଥିବା ବେଳେ ଏହାକୁ ଦେଖିବାପାଇଁ ବହୁତ ସଂଖ୍ୟାରେ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ସହରରେ ଏବେ ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତିର ଚାହିଦା ଥିବାବେଳେ ଏହା ଦ୍ଵାରା ପରିବେଶ ପ୍ରଦୂଷିତ ହେଉଅଛି। ଗ୍ରାମ ସ୍ତରରେ ଯୁବକମାନେ ସଚେତନ ହୋଇ ପରିବେଶର ସୁରକ୍ଷାପାଇଁ ବାର୍ତ୍ତା ଦେଉଛନ୍ତି।ଏହି ପ୍ରୟାସ ପାଇଁ କମିଟିର ସଦସ୍ୟ ସଞ୍ଜୟ ଗାଦବା,ଦଶରଥ ମାଳି, ଅନିଲ ଖରା,ସଦା ଗାଦବା,ମୁରଲି ମାଳି, ବିକାଶ ମାଳି,ତ୍ରିନାଥ ମାଳିଙ୍କୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।

ପବିତ୍ର ନୂଆଁଖାଇ ପର୍ବର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା.. ା_ସମଲେଶ୍ବରୀ🙏🙏🙏
20/09/2023

ପବିତ୍ର ନୂଆଁଖାଇ ପର୍ବର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା..
ା_ସମଲେଶ୍ବରୀ🙏🙏🙏

ଜୟ ଶ୍ରୀ ଗଜାନନ...🙏🏻🙏🏻🙏🏻
19/09/2023

ଜୟ ଶ୍ରୀ ଗଜାନନ...🙏🏻🙏🏻🙏🏻

14/09/2023
23/08/2023

ଜହ୍ନ ରାଇଜରେ ପାଦ ଥାପିଲା ଭାରତ...ଅଭିନନ୍ଦନ

Chandrayaan-3 Mission:'India🇮🇳,I reached my destinationand you too!': Chandrayaan-3Chandrayaan-3 has successfullysoft-la...
23/08/2023

Chandrayaan-3 Mission:
'India🇮🇳,
I reached my destination
and you too!'
: Chandrayaan-3

Chandrayaan-3 has successfully
soft-landed on the moon 🌖!.

Congratulations, India🇮🇳!
Congratulations ISRO

Good to see bay becoming active again with a LPA expected to spin in the next 24 hrs. While the western end of the monso...
17/08/2023

Good to see bay becoming active again with a LPA expected to spin in the next 24 hrs. While the western end of the monsoon trough continue to lie across the foothills of Himalayan regions, the eastern end has moved southwards to NW BOB where we can see a circulation spinning.

While most prts of , , & north will see an increase in rainfall activity, ghats & coast will see a gradual increase in rainfall as well owing to this circulation!!

17/08/2023

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ !!

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି
କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ ରୁ ୨୦ ସେମି) ପାଇଁ ଅରେଞ୍ଜ ସତର୍କତା ଜାରି

ଅବଗତ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ !!

02/08/2023

ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା l
୨୦ ସ୍ଥାନରେ ପ୍ରବଳରୁ ଅତିପ୍ରବଳ, ୫୦ ସ୍ଥାନରେ ଅତିପ୍ରବଳ, ୬୧ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ l
ସୋନପୁରରେ ୨୧୩.୬ ମିମି, ଫୁଲବାଣୀରେ ୨୦୫.୬ ମିମି, ବଲାଙ୍ଗିରରେ ୧୭୩ ମିମି, କେନ୍ଦୁଝରରେ ୧୫୦.୨ ମିମି, ଅନୁଗୁଳରେ ୧୫୦ ମିମି, ତାଳଚେରରେ ୧୪୭ ମିମି ବର୍ଷା ରେକର୍ଡ l

01/08/2023

IMD ର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ଅଛି । ଏଥିପ୍ରତି ସତର୍କ ରହିବାକୁ ଅନୁରୋଧ । SRC, Odisha

01/08/2023

ଆଜି ହେଉଛି ସମ୍ବଲପୁରୀ ଦିନ । ପ୍ରତି ବର୍ଷ ଆଜିର ଦିନକୁ ପଶ୍ଚିମ ଓଡିଶାର ବିଶିଷ୍ଟ ଲେଖକ ସ୍ୱର୍ଗତ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ହିସାବରେ ପାଳନ କରାଯାଏ । ସମ୍ବଲପୁରୀ ଭାଷା ସାହିତ୍ୟ, କଳା ସଂସ୍କୃତି ପାଇଁ ତାଙ୍କ ଅବଦାନକୁ ସମ୍ମାନ ଦେଇ ଆଜି ପଶ୍ଚିମ ଓଡିଶାରେ ବେଶ୍ ଧୂମଧାମରେ ପାଳନ ହେଉଛି ସମ୍ବଲପୁରୀ ଦିନ।

ରେକର୍ଡ ଭାଙ୍ଗିଲା ରାଜଧାନୀର ବର୍ଷା । ଗତ ୨୪ ଘଣ୍ଟାରେ ୨୫୯ ମିଲିମିଟରରୁ ଅଧିକ ବର୍ଷା ।
01/08/2023

ରେକର୍ଡ ଭାଙ୍ଗିଲା ରାଜଧାନୀର ବର୍ଷା । ଗତ ୨୪ ଘଣ୍ଟାରେ ୨୫୯ ମିଲିମିଟରରୁ ଅଧିକ ବର୍ଷା ।

31/07/2023

ଓଏଏସ୍‌ ପରୀକ୍ଷା ଫଳ ପ୍ରକାଶିତ

ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର

ଓଡ଼ିଶା ସିଭିଲ ସର୍ଭିସ (ଓଏଏସ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବା ବେଳେ ସୁଚିସ୍ମିତା ପାଣିଗ୍ରାହୀ ଦ୍ୱିତୀୟ ଓ ପ୍ରଣବ ରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏଥିରେ ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ଏଥିରେ ୧୬୪ ମହିଳାଙ୍କ ଅଛନ୍ତି । ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ପୁଅ ଏବଂ ୫ ଝିଅ ଅଛନ୍ତି ।

29/07/2023

ସୃଷ୍ଟି ହେଲା #ଲଘୁଚାପ !!

ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଗଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟାକା ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି l ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି l

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ସମ୍ବଲପୁର- ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୦୮ ଫୁଟ୍‌ ପହଞ୍ଚିଛି l ଜଳଭଣ୍ଡାରକୁ ୯୨ ହଜାର ୭୭୪ କ୍ୟୁସେ...
22/07/2023

ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି

ସମ୍ବଲପୁର- ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୦୮ ଫୁଟ୍‌ ପହଞ୍ଚିଛି l ଜଳଭଣ୍ଡାରକୁ ୯୨ ହଜାର ୭୭୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪୦ ହଜାର ୬୧୫ କ୍ୟୁସେକ ଜଳ l ଆସନ୍ତାକାଲି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ l ନଦୀ ଖାଲି ଥିବାରୁ ଅସୁବିଧା ନାହିଁ ବୋଲି ଏସଆରସି କହିଛନ୍ତି l

କୋରାପୁଟ ଆଦିବାସୀ ସମାଜ ତରଫରୁ ସ୍ମାରକପତ୍ର ପ୍ରଦାନକୋରାପୁଟ : ମଣିପୁର ଦୁଇଜଣ କୁକି ଆଦିବାସୀ ମହିଳାଙ୍କ ପ୍ରତି ହୋଇଥିବା ବର୍ବରତା ଓ ଅମାନୁଷି...
22/07/2023

କୋରାପୁଟ ଆଦିବାସୀ ସମାଜ ତରଫରୁ ସ୍ମାରକପତ୍ର ପ୍ରଦାନ

କୋରାପୁଟ : ମଣିପୁର ଦୁଇଜଣ କୁକି ଆଦିବାସୀ ମହିଳାଙ୍କ ପ୍ରତି ହୋଇଥିବା ବର୍ବରତା ଓ ଅମାନୁଷିକ କାଣ୍ଡର ତୀବ୍ର ନିନ୍ଦା କରିଛି ଆଦିବାସୀ ସମାଜ,କୋରାପୁଟ। ଏହାକୁ ଏକ ଅମାନବୀୟ କାର୍ଯ୍ୟ ଏବଂ ସଭ୍ୟ ସମାଜ ପାଇଁ କଳଙ୍କ ବୋଲି କହିଛି ଆଦିବାସୀ ସମାଜ। ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀଙ୍କ ପ୍ରତି ଏଭଳି ଅତ୍ୟାଚାରକୁ ନେଇ ଆଦିବାସୀ ସମାଜ ପକ୍ଷରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ମଣିପୁର ଘଟଣାର ସମସ୍ତ ଦୋଷୀଙ୍କୁ ଚିହ୍ନଟ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦିବାସୀ ସମାଜ କୋରାପୁଟ ଜିଲ୍ଲାର ପୂର୍ବତନ ସଭାପତି ଦାମଦର ଜାନିଙ୍କ ନେତୃତ୍ୱରେ ଆଦିବାସୀ ସମାଜ ତରଫରୁ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଆଦର୍ଶ ଥାନା ଦାମନଯୋଡି ଆଇଆଇସିଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି।

19/07/2023

ଲୁପ ଲାଇନରେ ମେମୁ ଟ୍ରେନ ପଶିବା ଘଟଣାରେ ଡିଭିଜନାଲ ରେଲୱେ ମ୍ୟାନେଜର ତ୍ୱରିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ଘଟଣାରେ ଷ୍ଟେସନ ମାଷ୍ଟର ଓ ପଏଣ୍ଟସମ୍ୟାନଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି।

ପ୍ରକାଶ ଥାଉକି, ମେମୁ ଟ୍ରେନ ନୀଳଗିରି ରୋଡ଼ ବରୁଣସିଂ ନିକଟରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ଲୁପ ଲାଇନ ଭିତରୁ ପଶି ଯାଇଥିଲା ମେମୁ ଟ୍ରେନ। ଲୋକ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହଜାର ହଜାର ଯାତ୍ରୀଙ୍କର ଜୀବନ ବଞ୍ଚି ଯାଇଥିଲା। ଏହି ଘଟଣା ପରେ ବାଲେଶ୍ୱରଠାରେ ଯାତ୍ରୀମାନେ ଲୋକ ପାଇଲଟଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ।

ମାଲକାନଗିରି: ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା, ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିମି, କୁରୁକୁଣ୍ଡାରେ ୧୮୫ ମିମି ବର୍...
19/07/2023

ମାଲକାନଗିରି:
ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା, ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିମି, କୁରୁକୁଣ୍ଡାରେ ୧୮୫ ମିମି ବର୍ଷା, ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିମି, କୁରୁକୁଣ୍ଡାରେ ୧୮୫ ମିମି ବର୍ଷା ରେକର୍ଡ଼ କରାଯାଇଛି l

18/07/2023

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦୁଇ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ବିଷୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇପାରିବେ ଆଶା ବ୍ୟକ୍ତ କରାଯାଇଛି।

ଯାଜପୁର : NH ୧୬ରେ ଭୁଶୁଡ଼ିଲା ବ୍ରିଜ୍‌-ରସୁଲପୁର ବ୍ଲକ୍‌ ନିକଟରେ ଭୁଶୁଡ଼ିଲା ବ୍ରିଜ୍‌-ବାଲେଶ୍ବରରୁ ଭୁବନେଶ୍ବର ଆସିବା ରାଜପଥ ବନ୍ଦ-ରାଜପଥର ...
18/07/2023

ଯାଜପୁର : NH ୧୬ରେ ଭୁଶୁଡ଼ିଲା ବ୍ରିଜ୍‌

-ରସୁଲପୁର ବ୍ଲକ୍‌ ନିକଟରେ ଭୁଶୁଡ଼ିଲା ବ୍ରିଜ୍‌
-ବାଲେଶ୍ବରରୁ ଭୁବନେଶ୍ବର ଆସିବା ରାଜପଥ ବନ୍ଦ
-ରାଜପଥର ୧୦ ଫୁଟ୍‌ ତଳକୁ ଖସି ଯାଇଛି ବ୍ରିଜ
-ବ୍ରିଜ ଖସିପଡ଼ିବାରୁ ଯାତାୟତ ବାଧାପ୍ରାପ୍ତ
-ଅଟକି ରହିଛି ବସ, ଟ୍ରକ, କାର ଓ ବାଇକ

16/07/2023

ଗତ ୨୪ ଘଣ୍ଟା ରେ ଅନୁଭୂତ ବିସ୍ତୃତି ବର୍ଷା ପ୍ରଭାବରେ ୫% ନିଅଣ୍ଟିଆ ଭରଣ I ଚଳିତ ମୌସୁମୀ ଋତୁରେ ଗତକାଲିର ୨୮% ନିଅଣ୍ଟିଆରୁ ୨୩% କୁ ଖସିଲା ନିଅଣ୍ଟିଆ ବର୍ଷା l ୧ ଜୁନ ରୁ ଆଜି ୧୬ ଜୁଲାଇ ମଧ୍ୟରେ ରାଜ୍ୟରେ ୨୮୫.୧ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୩୭୦.୯ ମିମି ତୁଳନାରେ ୨୩ ପ୍ରତିଶତ କମ ବୋଲି ଭୁବନେଶ୍ଵର ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ l

*ମୋର ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କ ପାଇଁ ବିଶେଷ ସୂଚନା* ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହୋଇ...
07/07/2023

*ମୋର ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କ ପାଇଁ ବିଶେଷ ସୂଚନା*

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ପାଇଁ ଲୋକାର୍ପିତ ହୋଇଛି ନୂଆ ପୋର୍ଟାଲ। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋର୍ଟାଲକୁ ଭର୍ଚୁଆଲରେ ଉଦଘାଟନ କରିଛନ୍ତି। https://owjws.odisha.gov.in/ ୱେବସାଇଟକୁ ଯାଇ ସାମ୍ବାଦିକମାନେ ନିଜ ପରିଚୟ ପତ୍ର, କାର୍ଯ୍ୟ ସମ୍ପର୍କିତ ସମସ୍ତ ସୂଚନା ଦେଇ ରାଜ୍ୟ ସରକାରଙ୍କ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ପାଇଁ ଆବେଦନ କରିପାରିବେ। ପୂର୍ବରୁ ଅଫଲାଇନରେ ଏହି ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷରୁ ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛି।

ଗୁରୁ ବ୍ରହ୍ମା ଗୁରୁବିଷ୍ଣୁ        ଗୁରୁଦେବ ମହେଶ୍ବରଗୁରୁ ସାକ୍ଷାତ ପରଂବ୍ରହ୍ମ        ତସ୍ମଇ ଶ୍ରୀ ଗୁରୁବେ ନମଃ !!🙏 #ଗୁରୁପୂର୍ଣ୍ଣିମା #ବ...
03/07/2023

ଗୁରୁ ବ୍ରହ୍ମା ଗୁରୁବିଷ୍ଣୁ
ଗୁରୁଦେବ ମହେଶ୍ବର
ଗୁରୁ ସାକ୍ଷାତ ପରଂବ୍ରହ୍ମ
ତସ୍ମଇ ଶ୍ରୀ ଗୁରୁବେ ନମଃ !!🙏

#ଗୁରୁପୂର୍ଣ୍ଣିମା
#ବ୍ୟାସ_ପୂର୍ଣ୍ଣିମା


ପବିତ୍ର ଗୁରୁ ପୂର୍ଣ୍ଣିମାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା l

21/07/2022

ଜୟ ଜଗନ୍ନାଥ

Address

Handidhua
Talcher
759100

Telephone

+919438572385

Website

Alerts

Be the first to know and let us send you an email when Nutan Khabar posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Nutan Khabar:

Share

Nearby media companies