22/12/2024
ସ୍ୱର୍ଗତ କିଶୋର ମହାନ୍ତି ସହୀଦ କରୁଣାକର ସ୍ମୃତି ସମ୍ମାନରେ ସମ୍ମାନିତ
ରାଜମାତା ଗୁଣବନ୍ତୀ ସ୍ମାରକୀ ଫୁଟବଲ ବିଜୟୀ ନାଗ୍ରୁପତ୍ରା
କୋଲାବିରା : ସହୀଦ ବୀର କରୁଣାକର ସିଂହ ନାଏକ ଭାଇ ଖଗ ନାଏକ ଓ ପୁତୁରା କହ୍ନେଇ ନାଏକ ସ୍ମୃତି ଟ୍ରଷ୍ଟ, ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା, ସମ୍ମିଳିତ ଆଦିବାସୀ ସମାଜ, ଆଦିବାସୀ ଶକ୍ତିପୀଠ ସେବାଟ୍ରଷ୍ଟ ଦ୍ୱାରା ଆୟୋଜିତ ଆତ୍ମୋତ୍ସର୍ଗ ଦିବସରେ କୋଲାବିରା ରାଜବାଟୀ ଠାରୁ ମଶାଲ ଶୋଭାଯାତ୍ରା ପାରମ୍ପାରିକ ଅସ୍ତ୍ରଶସ୍ତ୍ର, ଦୁଲଦୁଲି ବାଜା ବାହାରି ବୀର କରୁଣାକର ସିଂହ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ସ୍ୱର୍ଗତ କିଶୋର ମହାନ୍ତିଙ୍କୁ ମରଣତ୍ତୋର ସହୀଦ କରୁଣାକର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ତାଙ୍କ ଧର୍ମପତ୍ନୀ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଉପଢୌକନ ଫୁଲତୋଡା ସହ ସମ୍ମାନ ପତ୍ର ଗ୍ରହଣ କରିଥିଲେ। ସେହିପରି ସମାଜସେବୀ ରତ୍ନାକର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସୁମନ୍ତ ଶେଖର ବହିଦାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସ୍ୱର୍ଗତ ମହାନ୍ତି ସମାଜ ସେବାର ପ୍ରଥମ ପାହାଚ ଝାରସୁଗୁଡା ମ୍ୟୁନିସିପାଲଟିର ୨୨ ନମ୍ବର ୱର୍ଡରେ କାଉନସିଲର ଭାବେ ସେବା ଆରମ୍ଭ କରିଥିବା ବେଳେ ୧୯୯୨ରେ ଚ୍ୟାରମେନ ପଦ ଅଳଙ୍କୃତ କରିଥିଲେ। ୧୯୯୦ ରୁ ୧୯୯୫, ୨୦୦୦ ରୁ ୨୦୦୪, ୨୦୦୪ ରୁ ୨୦୦୯ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୨୦୧୯ ସାଧାରଣ ନିର୍ବାଚନରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ଜୀବନର ଅନ୍ତିମ କ୍ଷଣ ୩୦.୧୨.୨୦୨୧ ଜନସେବାରେ ବ୍ରତୀ ରହିଥିଲେ। ସେ ଚାରି ଥର ବିଧାୟକ ଥିବା ବେଳେ, ସରକାରୀ ଦଳର ବିଜେଡିର ମୂଖ୍ୟ ସଚେତକ, ବିଧାନସଭା ବାଚସ୍ପତି, ରାଜ୍ୟସଭା ସାଂସଦ , ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଅଳଂକୃତ କରିଥିଲେ l ବିଜୁ ପଟ୍ଟନାୟକ ସୋଶିଆଲ ଓ କଲ୍ୟାଣ ସଂଗଠନର ସଭାପତି ଭବରେ ୧୯୯୩ ରେ ଉତ୍କଳ ସମ୍ମିଳନୀ, ୨୦୦୮ ରେ ରାମଦେବ ବାବାଙ୍କ ଯୋଗ ଶିବିର ଆଦି ଲୋକହିତକର କାର୍ଯ୍ୟ କରିଛନ୍ତି। ପ୍ରମୁଖ ଭବରେ କୋଲାବିରା ଜମିଦାର ସହିଦ୍ କରୁଣାକର ସିଂହ ନାଏକଙ୍କ ପ୍ରତିମୂର୍ତ୍ତୀ 2009 ମସିହା ଜାନୁଆରୀ 3 ତାରିଖରେ କୋଲାବିରାରେ ଅବସ୍ଥାପିତ କରି ଏହି ଅଞ୍ଚଳର ସହିଦ୍ ମାନଙ୍କର ବୀରତ୍ୱର ଗାଥାକୁ ଉଜ୍ଜିବିତ କରି ମହାନ୍ କିର୍ତ୍ତୀର ଜୀବନ୍ତ ଉଦାହରଣ ସ୍ରୁଷ୍ଟି କରି ପାରିଛନ୍ତି l ତିନି ଦିନ ବ୍ୟାପି ଚାଲିଥିବା କରୁଣାକର ସିଂହ ନାଏକଙ୍କ ଅନ୍ୟତମ ଦାୟଦ ରାଜମାତା ଗୁଣବନ୍ତୀଦେବୀଙ୍କ ସ୍ମୃତି ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଲଇକେରା ଓ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ସମ୍ମାନିତ ଅତିଥି ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟ ସଭାପତି ତଥା ଅବସରପ୍ରାପ୍ତ ଅନୁଶାସନ ସଚିବ ମହେନ୍ଦ୍ର ନାଏକ, ପ୍ରକୃତି ମିତ୍ର ତଥା ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ମିତ୍ରଭାନୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ନାଗ୍ରୁପତ୍ରା ବିଜୟୀ, ପ୍ରତିକ ୧୧ କୋଲାବିରା ଉପ ବିଜୟୀ ସେହିପରି ଜୁନିୟର ଏଫସି ରାଉରକେଲା ତୃତୀୟ ଓ ରାଜମାତା ଗୁଣବନ୍ତୀ ଏଫସି କୋଲାବିରା ଚତୁର୍ଥ ସ୍ଥାନ ଅକ୍ତିଆର କରି ଯଥାକ୍ରମେ ବିଜୟୀ ୩୦,୦୦୦, ଉପବିଜୟୀ ୨୦,୦୦୦, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାରୀଙ୍କୁ ପାଞ୍ଚ ହଜାର ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ପ୍ରତିଯୋଗିତାକୁ ମୂଖ୍ୟ ରେଫରୀ ରାଜେଶ ପଟେଲ ସହ ନୀଳ ନାଏକ, ଚନ୍ଦ୍ର କିସାନ, ଲଲୀନ ପଟେଲ, ଲକ୍ଷଣ କିସାନ, ଅମିତ କିସାନ, କାର୍ତ୍ତିକ ଦାସ ପରିଚାଳନା କରିଥିବାବେଳେ ଜମିଦାର ରୁଦ୍ରପ୍ରତାପ ସିଂହ, ସରପଞ୍ଚ ଚେତାନନ୍ଦ ନଇ, ରାଜେଶ ନେଟୀ, ଅଶୋକ ମାଝୀ, ବିନୋଦ ବାଗ, ଧର୍ମେନ୍ଦ୍ର କିସାନ, ପ୍ରଭାକର ଓରାମ, ଦୁସ୍ମନ୍ତ ବରିହା ପ୍ରମୁଖ ସହଯୋଗ କରିଥିଲେ।