Vod Tv

Vod Tv VodTv is Dedicated to Presenting a Unique insight on Sports, Politics, Bollywood, Lifestyle, Crime a

ରାମକୃଷ୍ଣ ମିଶନ ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ।             କଟକ - ତା ୧୦-୧୨-୨୩ ( ସଞ୍ଜୟ ଶତପଥୀଙ୍କ ରିପୋର୍ଟ  ଭିଓଡି ଟିଭି ) ଦାରିଦ୍ର୍ୟ ...
10/12/2023

ରାମକୃଷ୍ଣ ମିଶନ ର କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ।

କଟକ - ତା ୧୦-୧୨-୨୩ ( ସଞ୍ଜୟ ଶତପଥୀଙ୍କ ରିପୋର୍ଟ ଭିଓଡି ଟିଭି ) ଦାରିଦ୍ର୍ୟ ସୀମାରେଖା ର ତଳେ ରାସ୍ତା କଡ଼ରେ ରହୁଥିବା ଅସହାୟ, ଦରିଦ୍ର, ନିଃସହାୟ ଓ ଅବହେଳିତ ତଥା ବୟସ୍କ ବ୍ୟକ୍ତିମାନେ ସଂପ୍ରତି ପ୍ରବଳ ଶୀତ ପ୍ରଭାବ ରେ ଦୟନୀୟ ଅବସ୍ଥାରେ ନିଜର ଜୀବନ କାଟୁଥିବା ବେଳେ ସହାୟତା ର ହାତ ବଢ଼ାଇଛି ବିଶିଷ୍ଟ ଆଧ୍ୟାତ୍ମିକ ଅନୁଷ୍ଠାନ ଶ୍ରୀରାମକୃଷ୍ଣ ମିଶନ୍। ବିଗତ ଦୁଇ ଦିନ ଧରି କଟକ ର ମାତାମଠସ୍ଥିତ ଶ୍ରୀରାମକୃଷ୍ଣ ମିଶନ୍ ର ପ୍ରମୁଖ, ସନାତନ ଧର୍ମର ଶ୍ରେଷ୍ଠ ପ୍ରଚାରକ, ଆଧ୍ୟାତ୍ମବାଦୀ ପରମପୂଜ୍ଯ ଶ୍ରୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ମାର୍ଗଦର୍ଶନ ରେ ଶ୍ରୀରାମକୃଷ୍ଣ ମିଶନ୍ ଅନୁଷ୍ଠାନ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ରାସ୍ତା କଡ଼ରେ ପ୍ରବଳ ଶୀତରେ ବିନା ଶୀତବସ୍ତ୍ର ରେ ଶୋଇଥିବା ଅସହାୟ ବ୍ୟକ୍ତିମାନଙ୍କୁ ବିଳମ୍ବିତ ରାତିରେ କମ୍ବଳ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ର ବିଶେଷ ଆକର୍ଷଣ ଓ ଶିକ୍ଷଣୀୟ ବିଷୟବସ୍ତୁ ଥୂଲା ଯେ ଶ୍ରୀରାମକୃଷ୍ଣ ମିଶନ୍ ର ଅଧ୍ୟକ୍ଷ ଶ୍ରୀ ମହାରାଜ କାର୍ଯ୍ୟକ୍ରମ ରେ ଭାଗନେଇ ସ୍ବୟଂ ଉପସ୍ଥିତ ରହି ବିନା ଶୀତବସ୍ତ୍ର ରେ ଶୋଇଥିବା ଅବସ୍ଥାରେ ଏହି ନିଃସହାୟ ବ୍ୟକ୍ତିମାନଙ୍କୁ କମ୍ବଳ ଘୋଡାଇ ଦେବା ଏବଂ ମିଶନ୍ ର ଯୋଗଦେଇଥିବା ସଦସ୍ୟ ମାନଙ୍କୁ ଏହି ପରି ମହତ୍ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ନିଜର ପ୍ରଚାର କରିବାର ଏହି କାର୍ଯ୍ୟକ୍ରମ ର ପ୍ରୟାସ ନୁହେଁ ବରଂ ଅସହାୟ ଗରିବ, ଦୁଃଖି ମାନଙ୍କର ଅନ୍ତରର ବେଦନା କୁ ହୃଦୟଙ୍ଗମ କରି ସମାଧାନ ର ରାସ୍ତା ଖୋଜିବାର ଏହା ଏକ ପ୍ରୟାସ ବୋଲି ଅଧ୍ୟକ୍ଷ ଶ୍ରୀ ମହାରାଜ ମତାମତ ଦେଇ ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ କରାଯିବାର ପ୍ରୟାସ ରହିଛି ବୋଲି ମତପୋଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମିଶନ୍ ର ବହୁ ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମ ଲାଗି ମିଶନ୍ ର ଅଧ୍ୟକ୍ଷ ପୂଜ୍ୟ ଶ୍ରୀ ମହାରାଜ ଙ୍କୁ ବହୁ ଅନୁଷ୍ଠାନ ତଥା ଜନସାଧାରଣଙ୍କ ପକ୍ଷରୁ ପ୍ରଶଂସା କରାଯାଇଛି

ବହିଷ୍କୃତ ହେଲେ ଥାନା ଅଧିକାରୀ ସୁଶାନ୍ତ ଶତପଥୀଭୁବନେଶ୍ୱର- ତା ୨-୧୨-୨୩ (ବ୍ୟୁରୋ ରିପୋର୍ଟ ) ବୈପାରୀଗୁଡ଼ା ଥାନା IIC ସୁଶାନ୍ତ ଶତପଥୀ ଚାକିର...
02/12/2023

ବହିଷ୍କୃତ ହେଲେ ଥାନା ଅଧିକାରୀ ସୁଶାନ୍ତ ଶତପଥୀ

ଭୁବନେଶ୍ୱର- ତା ୨-୧୨-୨୩ (ବ୍ୟୁରୋ ରିପୋର୍ଟ ) ବୈପାରୀଗୁଡ଼ା ଥାନା IIC ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ, ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କଲେ ଡିଜିପି, ଭିଜିଲାନ୍ସ ଜାଲରେ ଧରାପଡ଼ିବା ପରେ ଚାକିରିରୁ ବହିଷ୍କୃତ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ, ସୁଶାନ୍ତଙ୍କ ଘରୁ ୩୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଥିଲା ଭିଜିଲାନ୍ସ .*

ଘରେ କେହି ନ ଥିଲା ବେଳେ ଘରେ ଲାଗିଲା ନିଆଁ !ବାଲେଶ୍ଵର ତା-୧-୧୧-୨୩ (ଭରତ କୁମାର ଦାସ ରିପୋର୍ଟ) ତିନିବଖରା ଘର ନିଆଁରେ ପୋଡି ପାଉଁଶ !ନିଆଁ ଲି...
01/12/2023

ଘରେ କେହି ନ ଥିଲା ବେଳେ ଘରେ ଲାଗିଲା ନିଆଁ !

ବାଲେଶ୍ଵର ତା-୧-୧୧-୨୩ (ଭରତ କୁମାର ଦାସ ରିପୋର୍ଟ) ତିନିବଖରା ଘର ନିଆଁରେ ପୋଡି ପାଉଁଶ !ନିଆଁ ଲିଭେଇବାକୁ ଯାଇ ୩କଲେଜ ଛାତ୍ରୀ ଗୁରୁତ୍ୱର !ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତି ! ଗୁରୁତ୍ୱର ଛାତ୍ରୀମାନେ ହେଲେ ଖୁଲୁଡ଼ା ଶୀତଳା ଠାକୁରାଣୀ କଲେଜର +୨ ବର୍ଷର ଛାତ୍ରୀ ! ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଖୁଲୁଡ଼ା ଗ୍ରାମର କେଦାର ସାହୁ .ଅଜୟ ସାହୁ .ସଞ୍ଜୟ ସାହୁ ତିନି ପରିବାର ସମସ୍ତ ସଦସ୍ୟ ଆଜି ଧାନ କଟା ପାଇଁ ବିଲକୁ ଯାଇଥିଲା ବେଳେ ପାଖାପାଖି
ଦିନ ୧୨ଟା ସମୟରେ କୌଣସି କାରଣରୁ ହଠାତ ଘରେ ନିଆଁ ଲାଗିଯାଇଥିଲା ! ନିଆଁରେ ତିନି
ପରିବାରର ତିନି ବଖରା ମାଟି ଚାଳ ଛପର ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଛି ! ନିଆଁରେ ଘରେ ଥିବା ୩ଟି ଗ୍ୟାସ ଟାଙ୍କି ଫାଟି
ଯାଇଥିଲା !ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଶୀତଳା ଠାକୁରାଣୀ +୨ କଲେଜର ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ନିଆଁ ଲିଭେଇବାକୁ ଲାଗି ପଡ଼ିଥିଲେ ! ନିଆଁ ଲିଭାଇବା ସମୟରେ ୩ଜଣ କଲେଜ ଛାତ୍ରୀ ଗୁରୁତ୍ୱର ହୋଇ ଥିଲା ବେଳେ ୫ରୁ ଅଧିକ ଛାତ୍ରୀ ସାମାନ୍ୟ ଆହତ ହୋଇ ପଡ଼ିଥିଲେ !ସ୍ଥାନୀୟ ଲୋକ ମାନେ ସେମାନଙ୍କୁ ଉଦ୍ଧାର କରି ୧୦୮ଆମ୍ବୁଲାନ୍ସ ଯୋଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ କୁ ଆଣିଥିଲା ବେଳେ ସେଠାରେ ସେମାନଙ୍କର ଚିକିତ୍ସିତ ହେଉଛନ୍ତି !ଘଟଣା ସ୍ଥଳରେ ଜଳେଶ୍ୱର ଅଗ୍ନିଶମ ବିଭାଗ ପହଂଚି ନିଆଁଙ୍କୁ ଆୟତ୍ତ କରି ନିଆଁ ଲାଗିବାର
କାରଣ ଜାଣିବା ପାଇଁ ତଦନ୍ତ ଜାରୀ ରଖିଛି !ନିଆଁରେ ୩ ପରିବାର ନଗଦ ୧ ଲକ୍ଷରୁ ଅଧିକ ଟଙ୍କା ସହିତ ୨୫ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି
ପୋଡି ପାଉଁଶ ହୋଇ ଯାଇଛି !

କଟକରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଓ ଚିକିତ୍ସା ଭତ୍ତା ସହିତ ଅନ୍ୟାନ୍ୟ ଦାବି ଉପରେ ଭବିଷ୍ୟତ କାର୍ଯ୍ୟକ୍ରମ ନିମନ୍ତେ ଯଥା ଶୀଘ୍...
30/11/2023

କଟକରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଓ ଚିକିତ୍ସା ଭତ୍ତା ସହିତ ଅନ୍ୟାନ୍ୟ ଦାବି ଉପରେ ଭବିଷ୍ୟତ କାର୍ଯ୍ୟକ୍ରମ ନିମନ୍ତେ ଯଥା ଶୀଘ୍ର "କୋର କମିଟି ବୈଠକ" ଡାକିବାକୁ ଅବସରପ୍ରାପ୍ତ କର୍ମଚାରୀ ମାହାସଙ୍ଘ ନେତୃତ୍ୱଙ୍କ ସୂଚନା

କଟକ ତା ୩୦.୧୧.୨୦୨୩ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ କଟକ ଜିଲ୍ଲାର ବିଭିନ୍ନ ଶାଖା ସଂଗଠନ ଗୁଡ଼ିକ ପକ୍ଷରୁ ବେଲେଶ୍ୱର ଯୋନ ସହାୟତାରେ ଅନୁଷ୍ଠିତ ସଭାକୁ ମହାସଂଘର ଅଧ୍ଯକ୍ଷ ସାଥୀ ପ୍ରତାପ ଚନ୍ଦ୍ର ଦାସ ପରିଚାଳନା କରିଥିଲେ । ଯୋନର ନେତୃତ୍ୱ ମାନଙ୍କ ପକ୍ଷରୁ ଚାଲୁ ରହିଥିବା ପରଂପରା ଆଧାରରେ ଗତ ଅକ୍ଟୋବର ଓ ଚଳିତ ନଭେମ୍ବର ମାସରେ ଜନ୍ମ ଦିନ ପଡୁଥିବା ଅବସରପ୍ରାପ୍ତ ୧୪ ଜଣ କର୍ମଚାରୀ ସର୍ବଶ୍ରୀ ଡ଼. ପ୍ରଫୁଲ୍ଲ କୁମାର ନାୟକ, କୁଳମଣି ପୁହାଣ, କୁଳମଣି ମହାନ୍ତି,ଜଟାଧାରୀ ଦାସ, ରବୀନ୍ଦ୍ର ନାଥ ମହାପାତ୍ର, ସୁବୋଧ କୁମାର ମହାନ୍ତି, ତୁଷାରକାନ୍ତି ବୋଷ, ପତିତପାବନ ସାହୁ, ଦେବେନ୍ଦ୍ର ନାଥ ମିଶ୍ର, ସୁବାଷ ଚନ୍ଦ୍ର ମହାନ୍ତି, ସରସ୍ୱତୀ ଓଝା ଓ ସନାତନ ସ୍ୱାଇଁ ଙ୍କୁ ଫୁଲ ତୋଡା, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇ ସେମାନଙ୍କର ମହାସଂଘ ପ୍ରତି ବୃଦ୍ଧି ପାଉଥିବା ସମର୍ଥନ କୁ ସ୍ୱାଗତ ଜଣାଇ କଟକ ଜିଲ୍ଲା ସମନ୍ୱୟ କମିଟିର ମୁଖ୍ୟ ସଂଯୋଜକ ସାଥୀ ସୁବୋଧ କୁମାର ରାୟ ବକ୍ତବ୍ୟ ରଖିବା ସହିତ ନୂଆବଜାର ଯୋନ ସଭାପତି ସୁବୋଧ କୁମାର ମହାନ୍ତି ଙ୍କ ଦୁର୍ଘଟଣା ଜନିତ ଅସୁସ୍ଥତାର ଆସୁ ଆରୋଗ୍ୟ କାମନା କରିଥିଲେ । ମହାସଂଘର ଅଧ୍ଯକ୍ଷ ପ୍ରତାପ ଚନ୍ଦ୍ର ଦାସ, କାର୍ଯ୍ୟକାରୀ ଅଧ୍ଯକ୍ଷ ନିର୍ମଳ ଚନ୍ଦ୍ର ଦାସ ଓ ମାହାସଚିବ ଗୋକୁଳାନନ୍ଦ ବେହେରା ମହାସଙ୍ଘର ୧୧ଅକ୍ଟୋବର ଐତିହାସିକ ଆନ୍ଦୋଳନ କାର୍ଯ୍ୟକ୍ରମ, ଚିକିତ୍ସା ଭତ୍ତା, ସ୍ୱାସ୍ଥ୍ୟ ବୀମା,ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟିର ସୁପାରିଶ ଅନୁଯାଇବ୬୫ବର୍ଷରୁ ଅତିରିକ୍ତ ପେନସନ ପ୍ରଦାନ,ପେମାଟ୍ରିକସ୍ ଆଧାରରେ ପେନସନ ନିର୍ଦ୍ଧାରଣରେ ଥିବା ତ୍ରୁଟି ସଂଶୋଧନ , କମୁଟେସନ ଦେୟର ଅବଧି ପୂର୍ବ ପରି ୧୨ବର୍ଷକୁ ହ୍ରାସ ଓ ପୁରୁଣା ପେନସନ ବ୍ୟବସ୍ଥା ଚାଲୁ କରିବା, ଆଦି ଦାବି ଉପରେ ସରକାରଙ୍କ ସହିତ ଆଲୋଚନା କରବା ବିଶେଷ କରି ଶ୍ରୀ ଭି.କେ.ପାଣ୍ଡିଆନ(ଅବସରପ୍ରାପ୍ତ ଆଇ.ଏ.ଏସ.) ଙ୍କ ସହିତ ସାକ୍ଷାତ କରିବାକୁ ମାହାସଙ୍ଘ ପକ୍ଷରୁ ସମସ୍ତ ପ୍ରକାର କାର୍ଯ୍ୟ ଚାଲୁ ରହିଥିବା ବିଷୟ ଉପରେ ସୂଚନା ଦେବାସହ ୧୭ଡିସେମ୍ବର *ଜାତୀୟ ପେନସନ ଦିବସ୍ ମିଳିତ ଭାବେ ପାଳନ* ଅବସରପ୍ରାପ୍ତ କର୍ମଚାରୀ ଓ କାର୍ଯ୍ୟରତ କର୍ମଚାରୀଙ୍କ ମାସିକ *ମୁଖପତ୍ର ସଂଗ୍ରାମର ବାର୍ତ୍ତାର ୪୫ତମ ଜନ୍ମ ବାର୍ଷିକ ବିଶେଷ ସଂଖ୍ୟା ନିମନ୍ତେ ଯଥା ସାଧ୍ୟ ଆର୍ଥିକ ସାହାଯ୍ୟ ଓ ୨୩ଡିସେମ୍ବର କଟକ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଉନ୍ମୋଚନ ସଭା* ରେ ଯୋଗ ଦେବା,*ଖୁବ ଶୀଘ୍ର କୋର କମିଟି ବୈଠକର ଆୟୋଜନ କରିବା* ଉପରେ ନେତୃତ୍ୱ ମାନେ ଗୁରୁତ୍ୱ ଆରୋପ କରିଥିବାବେଳେ ଏହି ପ୍ରସ୍ଥାବକୁ ୪୨ମୌଜା ଶାଖା ସମ୍ପାଦକ ଶରତ ଚନ୍ଦ୍ର ପରିଡା, ଖପୁରିଆ ଯୋନ ସମ୍ପାଦକ ବିଭୁତି ଭୂଷଣ ମହାନ୍ତି, ସି.ଡି.ଏ.ଯୋନ ସଭାପତି ଧୀରେନ୍ଦ୍ର କୁମାର ନାୟକ , ନୂଆବଜାର ଯୋନ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ ଓ ବେଲେଶ୍ୱର ଯୋନ ପକ୍ଷରୁ ଗୋପୀନାଥ କର ସମର୍ଥନ ଜଣାଇଲା ପରେ ଖପୁରିଆ ଯୋନ ସଭାପତି କ୍ଷୀରୋଦ ଚନ୍ଦ୍ର ଦୀକ୍ଷିତ,ରବୀନ୍ଦ୍ର ନାଥ ମହାପାତ୍ର ଓ କୁଳମଣି ମହାନ୍ତି କବିତା ଆବୃତି କରିଥିଲେ । ବେଲେଶ୍ୱର ଯୋନ ନେତୃତ୍ୱ ସାଥୀ ଦାମୋଦର ଦାସ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା ବୋଲି କଟକ ଜିଲ୍ଲାର ମୁଖ୍ୟ ସଂଯୋଜକ ସୁବୋଧ ରାୟ ପ୍ରକାଶ କରିଛନ୍ତି ।

କଟକର ସର୍ବପୁରାତନ ଓ ସର୍ବୋଚ୍ଚ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ବର ଙ୍କ ପୁଜାର ଅନ୍ତିମ ପର୍ବକଟକ ତା ୨୯-୧୧-୨୩ ( ସଞ୍ଜୟ କୁମାର ଶତପଥୀ ରିପୋର୍ଟ  ଭ...
29/11/2023

କଟକର ସର୍ବପୁରାତନ ଓ ସର୍ବୋଚ୍ଚ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ବର ଙ୍କ ପୁଜାର ଅନ୍ତିମ ପର୍ବ

କଟକ ତା ୨୯-୧୧-୨୩ ( ସଞ୍ଜୟ କୁମାର ଶତପଥୀ ରିପୋର୍ଟ ଭିଓଡି ଟିଭି ) ପବିତ୍ର କାର୍ତ୍ତିକ ମାସ ରେ ସବୁଠାରେ ପୁଜା ପାଉଛନ୍ତି ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ବର ଙ୍କର ମୃଣ୍ମୟୀ ମୂର୍ତ୍ତି। କିନ୍ତୁ କଟକ ସହରର ଚାନ୍ଦିନୀଚୌକ ର ଦରଜୀ ସାହି ର ରାଧମଧବ ଯୁବକ ସଂଘ ର ଉତ୍ସାହି ଯୁବ ସଦସ୍ୟ ମାନଙ୍କ ଦ୍ଵାରା ନିର୍ମିତ ହୋଇଛି ୧୮ ଫୁଟ ର ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ବର ଙ୍କ ମୃଣ୍ମୟୀ ମୂର୍ତ୍ତି।ତଥ୍ଯ ସଂଗ୍ରହ ଅବସରରେ ଜାଣିବାକୁ ପାଇଥିଲୁ ଯେ ଏହି ପୁଜା ବିଗତ ଦୀର୍ଘ ୭୦ ବର୍ଷ ଧରି ହୋଇଆସୁଛି ଏବଂ ଆରମ୍ଭରେ ୨ ଫୁଟର ମୂର୍ତ୍ତି ପୁଜା ହେଉଥିବା ବେଳେ ଏହି ସାହିର ଆରାଧ୍ୟ ଶ୍ରୀ ରାଧାମାଧବ ଙ୍କ କୃପାରୁ ଆଜି କଟକର ସର୍ବୋଚ୍ଚ ମୂର୍ତ୍ତି ୧୮ ଫୁଟ ର ମୂର୍ତ୍ତି ସମ୍ଭବ ହୋଇପାରିଛି। ଯଦି ପ୍ରଭୁ ଶ୍ରୀ ରାଧାମାଧବ ଓ ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ବର ଙ୍କ କରୁଣା ହୁଏ ତେବେ ଆଗାମୀ ଦିନରେ କଟକରେ ପ୍ରଥମ କରି ପ୍ରଭୁ କାର୍ତ୍ତିକେଶ୍ବର ଙ୍କ ମୃଣ୍ମୟୀ ମୂର୍ତ୍ତି ରେ ଚାନ୍ଦିମେଢରେ ଶୋଭା ପାଇବ ବୋଲି ମତପୋଷଣ କରିଥିଲେ ସଂଘ ର ମୂଖ୍ୟ ଶ୍ରୀ ଆଶିଷ ମହାନ୍ତି। ଏହି ପ୍ରଭୁ ଶ୍ରୀ କାର୍ତ୍ତିକେଶ୍ବର ଙ୍କ ଭଷାଣୀ ଉତ୍ସବ ନିଶାମୁକ୍ତ ଭାବରେ ଓ ଶାନ୍ତି ଶୃଙ୍ଖଳା ସହ ହେବ ଏବଂ ସାରା ଓଡ଼ିଶାର ଜନସାଧାରଣ ତଥା ଯୁବପିଢି ମାନଙ୍କୁ ସନାତନ ଧର୍ମକୁ ସମ୍ମାନ ଦେଇ ସମସ୍ତେ ନିଶାମୁକ୍ତ ଭଷାଣୀ ଶୋଭାଯାତ୍ରା କରନ୍ତୁ ବୋଲି ନିବେଦନ ର ବାର୍ତ୍ତା ବାଣ୍ଟିଥିଲେ

ରାୟଗଡ଼ ରେ ପହଞ୍ଚିଲା ଅଯୋଧ୍ୟା ର ପବିତ୍ର ଅକ୍ଷତ କଳସରାୟଗଡ଼ା : ତା : ୨୮/୧୧/୨୩ ( ବ୍ୟୁରୋ ରିପୋର୍ଟ )ପ୍ରଭୁ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ...
28/11/2023

ରାୟଗଡ଼ ରେ ପହଞ୍ଚିଲା ଅଯୋଧ୍ୟା ର ପବିତ୍ର ଅକ୍ଷତ କଳସ

ରାୟଗଡ଼ା : ତା : ୨୮/୧୧/୨୩ ( ବ୍ୟୁରୋ ରିପୋର୍ଟ )
ପ୍ରଭୁ ଶ୍ରୀ ରାମ ଲଲ୍ଲାଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଆସନ୍ତା ୨୦୨୪ ଜାନୁଆରୀ ୨୨ ତାରିଖ ଦିନ ଅଯୋଧ୍ୟାରେ ହେବାକୁ ଯାଉଛି। ଏହି ଅବସରରେ ଶ୍ରୀରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଗତ ୫ ନଭେମ୍ବରରେ ଅଯୋଧ୍ୟା ଠାରେ ଅକ୍ଷତ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୁଜାରେ ବିଶ୍ୱହିନ୍ଦୁ ପରିଷଦର ୪୫ ଟି ପ୍ରାନ୍ତର ପ୍ରତିନିଧି ମାନେ ଯୋଗ ଦେଇଥିଲେ ଏବଂ ପୂଜା ହୋଇଥିବା କଳସ ଗୁଡିକୁ ନିଜ ନିଜ ପ୍ରାନ୍ତକୁ ନେଇଛନ୍ତି। ଏହି କ୍ରମରେ ଓଡ଼ିଶା ପଶ୍ଚିମ ପ୍ରାନ୍ତର ଅକ୍ଷତ ଶୁଭ କଳସ ସମ୍ବଲପୁରରେ ଆସି ପହଞ୍ଚିବା ପରେ ଚଳିତ ମାସ ୨୬ ତାରିଖ ଦିନ ପୂଜାର୍ଚ୍ଚନା କରିସାରିଲା ପରେ ପ୍ରତ୍ୟେକ ଜିଲ୍ଲା କୁ ଏହି ପବିତ୍ର ଅକ୍ଷତ କଳସ ପଠାଯାଇଥିଲା। ତେବେ ରାୟଗଡ଼ ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁଥିବା ଶ୍ୟାମ କୁମାର ଦାଶ ଏବଂ ଅଶୋକ କୁମାର ମହାରଣା ଏହି ପବିତ୍ର ଅକ୍ଷତ କଳସ କୁ ନେଇ ରାୟଗଡ଼ା ରେଳ ଷ୍ଟେସନ୍ ଠାରେ ପହଞ୍ଚିଥିଲେ।ପରେ ବିଶ୍ୱ ହିନ୍ଦୁ ପରିଷଦ ରାୟଗଡ଼ା ଓ ଅନ୍ୟାନ୍ୟ ହିନ୍ଦୁ ସଙ୍ଗଠନ ମାନେ ଗୈରିକ ଧ୍ୱଜା, ଘଣ୍ଟ, ଶଙ୍ଖ, ବାଦ୍ୟରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ରେଳ ଷ୍ଟେସନ ଠାରୁ ପଦଯାତ୍ରା ରେ ବାହାରି ସହର ପରିକ୍ରମା କରି ସ୍ଥାନୀୟ ରାଣୀଗୁଡା ଫର୍ମ ସ୍ଥିତ ମାଁ ମଙ୍ଗଳା ମନ୍ଦିର କୁ ପାଛୋଟି ନେଇଥିଲେ। ସେଠାରେ ଜନସାଧରଣଙ୍କ ଦର୍ଶନ ପାଇଁ ଅକ୍ଷତ ରଖାଯିବାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଦିନ ଅକ୍ଷତ କଳସ ପୂଜାର୍ଚ୍ଚନା କରାଯିବା ସହ ହନୁମାନ ଚାଳିଶା ପଠନ ଏବଂ ସଂକ୍ରିତନ୍ ର ବ୍ୟବସ୍ଥା ହୋଇଛି। ପରେ ପବିତ୍ର ଅକ୍ଷତ ପ୍ରତ୍ୟେକ ବ୍ଲକ୍ କୁ ପଠାଯିବାର କାର୍ଯ୍ୟକ୍ରମ ଅଛି lଆସନ୍ତା ଜାନୁଆରୀ ମାସ ୧ ରୁ ୧୫ ତାରିଖ ମଧ୍ୟରେ ସମଗ୍ର ଭାରତରେ ପ୍ରତ୍ୟେକ ଘରକୁ ଏହି ପୁଜା ପାଉଥିବା ଅକ୍ଷତ ସହିତ ଅଯୋଧ୍ୟା ଶ୍ରୀରାମ ମନ୍ଦିରକୁ ନିମନ୍ତ୍ରଣ କରାଯିବାର ଯୋଜନା କରାଯାଇଛି। ଏହି କ୍ରମରେ ରାୟଗଡ଼ା ଜିଲ୍ଲା ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶୁଭ କଳସ ସ୍ବାଗତ ସମୟରେ ଯୋଗୀ ଶ୍ରୀ ଶ୍ରୀ ଚୈତନ୍ୟ ରାମଜି, ରାଜେନ୍ଦ୍ର ସାହୁ, ଶଙ୍କର ପ୍ରଧାନ, ପ୍ରଫୁଲ୍ଲ ପାତ୍ର , ଗୌରହରି ନାୟକ , ଯୋଗେଶ୍ୱର ଦାସ , ପ୍ରଭାତ ମହାପାତ୍ର, ମୁରଲୀ ଧର ବେହେରା,ବିଜୟ ଚୌଧୁରୀ, ବସନ୍ତ କୁମାର ଉଲ୍ଲାକା,ବିଦ୍ୟା ଭୂଷଣ ପଣ୍ଡା, ଏମ୍. ବିଦ୍ୟା ସାଗର, ମଞ୍ଜୁଳା ମିନିଆକା, ଦୂର୍ଗା ମାଧବ ଘୋଷ , ସମେତ ଶତାଧିକ ଭକ୍ତମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ (ଦୁଃଖୀ ରଙ୍କି) ନାରାୟଣ  ସେବା କାର୍ଯ୍ୟକ୍ରମ ଗୁଣୁପୁର  ତା ୨୭-୧୧-୨୩ (ବ୍ୟୁରୋ ରିପୋର୍ଟ)  ଗୁଣୁପୁର, ତ...
27/11/2023

ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ (ଦୁଃଖୀ ରଙ୍କି) ନାରାୟଣ ସେବା କାର୍ଯ୍ୟକ୍ରମ

ଗୁଣୁପୁର ତା ୨୭-୧୧-୨୩ (ବ୍ୟୁରୋ ରିପୋର୍ଟ) ଗୁଣୁପୁର, ତା.୨୬ ନଭେମ୍ବର ୨୦୨୩ ରବିବାର, ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଏବଂ ଓଡ଼ିଶାର ସର୍ବବୃହତ୍ତ ଚକ୍ଷୁ ଚିକିତ୍ସାଳୟ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଓ (ଦୁଃଖୀ ରଙ୍କି) ନାରାୟଣ ସେବା କାର୍ଯ୍ୟକ୍ରମଟି ଗୁଣୁପୁର ପୁରୁଣା ବସ ଷ୍ଟାଣ୍ଡ ପାଖ ବାଘୁଆ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କରାଯାଇଅଛି. ଉକ୍ତ ଶିବିରକୁ ଅଖିଳ ଭାରତ ସନ୍ଥ ସମିତି ପୂର୍ବ ଭାରତ ମନ୍ତ୍ରି, ଅଖିଳ ଭାରତ ସନ୍ଥ ସମିତି ଓଡିଶା ସଙ୍ଗଠନ ମନ୍ତ୍ରି ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ଚେୟାରମ୍ଯାନ ସ୍ଵାମି ନିର୍ବାଣାନନ୍ଦ ଗିରି ଙ୍କ ସଭାପତିତ୍ୱରେ ଉଦଘାଟନ କରିଥିଲେ,ମୁଖ୍ୟ ଅତିଥି ଶ୍ରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ (ଅତିରିକ୍ତ ତହସିଲଦାର କାଶୀନଗର), ଶ୍ରୀ ନିକୁଞ୍ଜ୍ ପାତ୍ର, ଶ୍ରୀ ମହେଶ ପାଢି,ଶ୍ରୀ ସୁବୁଦ୍ଧି ଭେଙ୍କେଟ ରାଓ,ଶ୍ରୀ କତକଟା ଭେଙ୍କେଟ ରାଓ,ଶ୍ରୀ ବାଦଲ ପାଣି, ଶ୍ରୀ ଗୋବିନ୍ଦ ଗୋଗାରଙ୍ଗା, ଶ୍ରୀ ମୋନିଙ୍ଗି ଅଶୋକ କୁମାର,ଶ୍ରୀ ସୁଜିତ କୁମାର ରଥ,ଶ୍ରୀ ବିଜୟ କୁମାର ଦାସ, ଶ୍ରୀମତୀ ଚାରୁବାଳା ଶତପଥୀ,ଶ୍ରୀ ଶିବପ୍ରସାଦ ବେହେରା,ଶ୍ରୀ ଲାଲୁ କୁମାର ପାଣିଗ୍ରାହୀ,ଶ୍ରୀ କୋଣା ଲୋକନାଥ,ଶ୍ରୀ ଉଲ୍କା ରବି,ଶ୍ରୀ ପି.ଶିବ କୁମାର (ସମାଜସେବୀ ବୃନ୍ଦ) ଓ ନିର୍ବାଣ ଟ୍ରଷ୍ଟ ଗୁଣୁପୁର ର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା. ମୋଟ ୧୧୦ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଗଲା. ମୋଟ ୧୧ ଙ୍କୁ ଚସମା ଦିଆ ଗଲା, ମୋଟ ୩୨ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ୨୬ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଗଲେ. ୧୦ ଜଣ ଙ୍କର ରେଟିନା ଚେକ ଅପ କରଗଲା. ଏହା ସହିତ ପ୍ରାୟ ୧୩୫ ଜଣ ଦୁଃଖୀ ରଙ୍କିଙ୍କୁ ଅନ୍ନପ୍ରସାଦ ସହିତ ସମସ୍ତଙ୍କୁ ଶୀତବସ୍ତ୍ର, ବେଡ଼ସିଟ ଏବଂ କିଛି କିଛି ସହାୟତା ରାଶି ବଣ୍ଟନ କରାଯାଇଅଛି.
__ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର), ମିସ ରଶ୍ମିରେଖା ବେହେରା ଓ ଶ୍ରୀ ସୁକେଶ ପାଣିଗ୍ରାହୀ (ଚିଫ ଅପଟୋମେଟ୍ରିଷ୍ଟ), ମିସ ସୂଚନା ରାଉତ, ମିସ ଅମ୍ବିକା, ମିସସ ମିନି , ମିସ ଶ୍ରାବଣୀ,ମିସ ଅନିତା, ମିସ ଶୁଭଶ୍ରୀ (ଚକ୍ଷୁ ଟେକ୍ନିସିଆନ) ଓ ଶ୍ରୀ ରଘୁନାଥ ପାଢି କୁ ପରିଚାଳନା କରିଥିଲେ.

ପୁରୀ ସଦର ବ୍ଲକ ମିଶନ ଶକ୍ତି ଋଣ ମେଳା ସହିତ ମିଶନ ଶକ୍ତି କାର୍ଯ୍ୟାଳୟ ଶୁଭ ଉଦଘାଟନ ଉତ୍ସଵ ଅନୁଷ୍ଠିତ ପୁରୀ ୨୭-୧୧-୨୩ (ରମେଶ ସାହୁ ଙ୍କ ରିପୋର...
27/11/2023

ପୁରୀ ସଦର ବ୍ଲକ ମିଶନ ଶକ୍ତି ଋଣ ମେଳା ସହିତ ମିଶନ ଶକ୍ତି କାର୍ଯ୍ୟାଳୟ ଶୁଭ ଉଦଘାଟନ ଉତ୍ସଵ ଅନୁଷ୍ଠିତ

ପୁରୀ ୨୭-୧୧-୨୩ (ରମେଶ ସାହୁ ଙ୍କ ରିପୋର୍ଟ ) ପୁରୀ ସଦରବ୍ଲକ କାର୍ଯ୍ୟାଳୟ ପରିସରରେ ସଦରବ୍ଲକ ଅଧକ୍ଷ ଦିବାକର ପାତ୍ରଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ସମ୍ମାନିତ ଅତିଥି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ଲକ ବିଡ଼ିଓ ସମ୍ବିତ ଶତପଥୀ, ଜିଲ୍ଲାପରିଷଦ ସଦସ୍ୟା ମାମିନା ଦାସ,ସରୋଜିନୀ ବେହେରା, ମୋନାଲି ମିଶ୍ର, ତିରିଶି ଗୋଟି ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଓ ସଭ୍ୟା ଓ ମିଶନ ଶକ୍ତିର ପଦାଧିକାରୀ ମାନଙ୍କ ଉପସ୍ଥିତି ରେ ଆଜି ମିଶନ ଶକ୍ତିର କାର୍ଯ୍ୟାଳୟ ନୂତନ ଗୃହର ଶୁଭ ଉଦଘାଟନ ସହିତ ପ୍ରତ୍ୟେକ ପଞ୍ଚାୟତ ମିଶନ ଶକ୍ତି ମହିଳା ଗୋଷ୍ଠୀ ମାନକୁ ରଣ ପ୍ରଦାନ କରାଯାଇଛି l ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ କୁ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରଶଂସା କରିବା ସହିତ ମହିଳାମାନେ ସରକାର ଙ୍କ ଏଭଳି ସୁବିଧା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିବେ ବୋଲି ଗଣମାଧ୍ୟମ କୁ ଜଣାଇଥିଲେ

ଓ.ଏମ୍.ପି ୬ଷ୍ଟ ବାଟାଲିୟନର ବିଶ୍ବକଲ୍ଯାଣାର୍ଥେ କଳସ ଶୋଭାଯାତ୍ରା ଓ‌ ବିଶ୍ଵଶାନ୍ତି ମହାଯଜ୍ଞକଟକ  ୨୬-୧୧-୨୩ ( ସଞ୍ଜୟ କୁମାର ଶତପଥୀ ରିପୋର୍ଟ ...
26/11/2023

ଓ.ଏମ୍.ପି ୬ଷ୍ଟ ବାଟାଲିୟନର ବିଶ୍ବକଲ୍ଯାଣାର୍ଥେ କଳସ ଶୋଭାଯାତ୍ରା ଓ‌ ବିଶ୍ଵଶାନ୍ତି ମହାଯଜ୍ଞ

କଟକ ୨୬-୧୧-୨୩ ( ସଞ୍ଜୟ କୁମାର ଶତପଥୀ ରିପୋର୍ଟ ) ଆଜିର ପବିତ୍ର ଦିନରେ କଟକର ଓଡ଼ିଶା ପୋଲିସ୍ ବିଭାଗର ଓ.ଏମ୍.ପି ଛକସ୍ଥିତ ୬ଷ୍ଟ ଆରକ୍ଷୀ ସୁରକ୍ଷା ବାହିନୀ ପକ୍ଷରୁ‌ ପ୍ରତିବର୍ଷ ପରି ବିଶ୍ବର କଲ୍ଯାଣାର୍ଥେ ପରିସର ମଧ୍ୟରେ ପ୍ରତିଷ୍ଠିତ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ଏକ ବିଶ୍ଵଶାନ୍ତି ମହାଯଜ୍ଞ ର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାହିନୀର ବହୁ କର୍ମଚାରୀ ସପତ୍ନୀକ ଏକ କଳସ ଶୋଭାଯାତ୍ରାରେ ସପତ୍ନୀକ ମାନନୀୟ ଦୁର୍ଗପତି ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ନେତୃତ୍ବ ନେଇଥିବା ବେଳେ ବହୁ ବରିଷ୍ଠ ଅଧିକାରୀ ଓ ଶାଖା ସଭାପତି ତଥା ସମ୍ପାଦକ ସପତ୍ନୀକ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ।ଏହି କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁ ମାନେ କଟକର କାଳିଆ ବୋଦା ନିକଟସ୍ଥ ମହାନଦୀ ନଦୀରୁ ସୁସଜ୍ଜିତ କଳସରେ ଜଳ ଭରି ପୂଜାର୍ଚ୍ଚନା ତଥା ଉପସ୍ଥିତ ପଣ୍ଡିତମାନଙ୍କର ମନ୍ତ୍ରୀ ଧ୍ବନି ସହ କଳସ ଯାତ୍ରା ଆରମ୍ଭ କରି ବାଟାଲିୟନ ପରିସରରେ ବିରାଜିତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ବେଢ଼ାରେ ପହଞ୍ଚିଥୂଲେ।କଳସ ସ୍ଥାପନା ପାରେ ପରେ ମହାଯଜ୍ଞ ର ଆୟୋଜନ କରାଯାଇଥିଲା। ଏହି ତ୍ରିଦିବସୀୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ଆସନ୍ତା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ହେବ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାଟାଲିୟନ ର ଶାଖା ସଭାପତି ଶ୍ରୀ ଅଶୋକ ବେହେରା, ଶାଖା ସମ୍ପାଦକ ଶ୍ରୀ ବିମଳ ପାତ୍ର, ପୂର୍ବତନ ସମ୍ପାଦକ ଶ୍ରୀ ସହଦେବ ପରିଡ଼ା ଙ୍କ ସହ ବାଟାଲିୟନ ର ଉପ-ଦୁର୍ଗପତି, ସହକାରୀ-ଦୁର୍ଗପତି ଯୋଗଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିଥୂଲେ। ଓଡ଼ିଶା ପୋଲିସ୍ ବିଭାଗର ଏହି ସନାତନ ଧର୍ମର ପ୍ରଚାର ଓ ପ୍ରସାର ଦିଗରେ ଏହି କାର୍ଯ୍ୟକ୍ରମ ଲାଗି ଜନସାଧାରଣଙ୍କ ପକ୍ଷରୁ ବାଟାଲିୟନ ର ଦୁର୍ଗପତି ଙ୍କୁ ପ୍ରଶଂସା କରାଯାଇଛି।

*ବ୍ୟାପକ ହେବ ଆନ୍ଦୋଳନ* *କଟକରେ ରାଜ୍ୟ କୃଷକ ମୋର୍ଚ୍ଚା ର ସାମ୍ବାଦିକ      ସମ୍ମିଳନୀ* କଟକ (୨୩.୧୧.୨୦୨୩-:ସଞ୍ଜୟ ଶତପଥୀ ରିପୋର୍ଟ) ରାଜ୍ୟ ବ...
23/11/2023

*ବ୍ୟାପକ ହେବ ଆନ୍ଦୋଳନ*
*କଟକରେ ରାଜ୍ୟ କୃଷକ ମୋର୍ଚ୍ଚା ର ସାମ୍ବାଦିକ
ସମ୍ମିଳନୀ*

କଟକ (୨୩.୧୧.୨୦୨୩-:ସଞ୍ଜୟ ଶତପଥୀ ରିପୋର୍ଟ) ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ତରଫରୁ କଟକ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏଥିରେ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ ଉପସ୍ଥିତ ଥିଲେ l ରାଜ୍ୟର କୃଷି ଏବଂ କୃଷକ ସମସ୍ୟା ନେଇ ସେ ଉଦବେଗ ପ୍ରକାଶ କରିଥିଲେ l ପ୍ରଥମତଃ ରାଜ୍ୟ ସରକାର ଗତ ସେପ୍ଟେମ୍ବର୍ ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିବା ସତ୍ତ୍ବେ ଏଯାବତ୍ ମଣ୍ଡି ଖୋଲିନାହାନ୍ତି l ଯଦ୍ବାରା ଚାଷୀ ନିଜର କଷ୍ଟ ଉପାର୍ଜିତ ଧନକୁ କ୍ବିଣ୍ଟାଲ୍ ପିଛା ୧୨ଶହ/୧୩ଶହ ଟଙ୍କାରେ ଦଲାଲ୍ ମାନଙ୍କ ହାତରେ ବିକ୍ରି କରିବାକୁ ବାଧ୍ୟ ହେଉଛି l ଅପରପକ୍ଷରେ କେନ୍ଦ୍ର ସରକାର କ୍ବିଣ୍ଟାଲ୍ ପିଛା ୨୧୮୩ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରୁଛନ୍ତି l ଏହାସହିତ ଦୀର୍ଘଦିନରୁ ମଣ୍ଡିରେ ମିଲରମାନଙ୍କ ହସ୍ତକ୍ଷେପ ଓ ଶୋଷଣ ସ୍ଥାନୀୟ ସରକାରୀ ନେତା ଏବଂ ସରକାରୀ କଳ ଜରିଆରେ ଚାଲୁଅଛି l ତାହାକୁ ସଂପୂର୍ଣ୍ଣ ରୂପେ ସରକାର ତଦାରଖ କରିବା ଦରକାର l ଏହା ସହିତ କୃଷି ଯନ୍ତ୍ରପାତି, ସାର ଓ କୀଟନାଶକ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇବା ଦରକାର ଏବଂ ସାରା ରାଜ୍ୟର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଖୋଲିବା ପାଇଁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା ପୂରଣ ହେବା ଦରକାର ବୋଲି ମୋର୍ଚ୍ଚା ଦାବି କରିଛି l

ରାଜ୍ୟରେ ଚାଷୀ ଆତ୍ମହତ୍ୟା ମାତ୍ରା ଅତି ଉଦବେଗଜନକ ସ୍ଥିତିରେ ପହଞ୍ଚିଛି l ଗତ ମାସକ ମଧ୍ୟରେ ବଲାଙ୍ଗୀରର ଲୋଇସିଂହା, ଯାଜପୁରର ଧର୍ମଶାଳା ଏବଂ ନୟାଗଡର ରଣପୁର ଠାରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାର ଏଯାବତ୍ ସମବେଦନା ଓ ସହାୟତା ପ୍ରଦାନ କରିନାହାନ୍ତି l ଏ ସମସ୍ତ ଦିଗକୁ ବିଚାରକୁ ନେଇ ତୁରନ୍ତ ପଦକ୍ଷେପ ନ ନିଅନ୍ତି, ତାହା ହେଲେ ବିଜେପି କୃଷକ ମୋର୍ଚ୍ଚା ତରଫରୁ ବ୍ୟାପକ ଆନ୍ଦୋଳନ ହେବ... ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ବିଜେପି ସଭାପତି ଲଲାଟେନ୍ଦୁ ବଡୁ, କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଇଂ ଉପେନ୍ଦ୍ର ଭଞ୍ଜ, ଉପସଭାପତି ହୃଷିକେଶ ଜେନା, ସମ୍ପାଦକ ବିକ୍ରମକେଶରୀ ରାଉତରାୟ, କାର୍ଯ୍ୟାଳୟ ସମ୍ପାଦକ ସତ୍ୟବାଦୀ ଚଇନି, କାର୍ଯ୍ୟକାରିଣୀ ସଦସ୍ୟ ରାଜ ପ୍ରସାଦ ସାହୁ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଶାନ୍ତ ମହାନ୍ତି,ମିଡ଼ିଆ ସଂଯୋଜକ ସୁବାଷ ମହାନ୍ତି, ଶରତ ଭୋଳ,ନଳିନୀ ରାୟ,ପ୍ରଶାନ୍ତ କୁମାର ବେହେରା, ଦୀପକ କୁମାର ନନ୍ଦୀ, କେଶବ କୁଣ୍ଡୁ ପ୍ରମୁଖ ଯୋଗଦେଇ ଥିଲେ ।

20/11/2023

ପ୍ଲାଷ୍ଟିକ ବ୍ୟବହାର ବନ୍ଦ ଓ ପ୍ଲାଷ୍ଟିକ ପ୍ରଦୂଷଣ ଦ୍ଵାରା ହେଉଥିବା ପରିବେଶ ପ୍ରଦୂଷଣ ଉପରେ ସଚେତନତା // ବାର୍ବରା ଭୋଷ

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସ୍ୱଚ୍ଛତା କିଟ ବଣ୍ଟନ । ମାଲକାନଗିରି,ତା-୨୦.୧୧.୨୩:(ମାଲକାନଗିରି ଜିଲ୍ଲା ରୁ ପବିତ୍ର ବିଶ୍ୱାସ ଙ୍କ ରିପୋର୍ଟ ...
20/11/2023

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ସ୍ୱଚ୍ଛତା କିଟ ବଣ୍ଟନ ।

ମାଲକାନଗିରି,ତା-୨୦.୧୧.୨୩:(ମାଲକାନଗିରି ଜିଲ୍ଲା ରୁ ପବିତ୍ର ବିଶ୍ୱାସ ଙ୍କ ରିପୋର୍ଟ )
- ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମାଲକାନଗିରି ମହାବିଦ୍ୟାଳୟର ସଭାଗୃହରେ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧୀୟ ବିଷୟରେ ଏକ ସଚେତନତା ସହ ସ୍ୱଚ୍ଛତା କିଟ ବଣ୍ଟନ କରାଯାଇଛି । ଏହି ସଭାରେ ଜିଲ୍ଲା ଯୁବ ରେଡ଼କ୍ରସର ଆବାହକ ତଥା ସମ୍ପାଦକ ଡ଼ଃ. ରଞ୍ଜନ କୁମାର ସ୍ବାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଦେବଦତ୍ତ ସେଠୀ ଯୋଗଦାନ କରି ଭାରତୀୟ ଗ୍ରାହକ ସାମାଜିକ ମୂଲ୍ୟବୋଧ ଉପରେ ଆଲୋକପାତ କରି ଷ୍ଟେଟ ବ୍ୟାଙ୍କ ତରଫରୁ ଛାତ୍ରୀମାନଙ୍କୁ ଦୁଇଶହ ସ୍ୱଚ୍ଛତା କିଟ ବଣ୍ଟନ କରାଯାଇଛି । ଏହି ସଭାରେ ମୁଖ୍ୟ ବକ୍ତା ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଛାତ୍ରୀମାନେ କିପରି ସୁରକ୍ଷିତ ରହି ସମାଜର ମଙ୍ଗଳ ସାଧନ କରିପାରିବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଇନ୍ଦିରା ପ୍ରଧାନ, ପ୍ରୋଗ୍ରାମ ଅଧିକାରୀ ଜିଲ୍ଲା ସାମାଜିକ ମଙ୍ଗଳ କାର୍ଯ୍ୟାଳୟର ଯୋଗଦାନ କରି ଛାତ୍ରୀମାନେ ସରକାରଙ୍କ ତରଫରୁ ଦିଆଯାଉଥିବା ଯୋଜନା ସମ୍ପର୍କରେ ବୁଝାଇଥିଲେ । ଇତ୍ୟବସରରେ ନମିତା ଦଣ୍ଡସେନା ମହାବିଦ୍ୟାଳୟର ପୂର୍ବତନ ଇତିହାସ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାରେ ଲିପସାରାଣୀ ନାୟକ, ଆରତୀ ଲୁଗୁନ, ଶୀତାଂଶୁ ମାଳିନୀ ପରିଡା, ଦୀପ୍ତିରେଖା ମିଶ୍ର, ଲକ୍ଷ୍ମୀ କୁଜୁର, ସବିତା ମୁଦୁଲି, ସ୍ନିଗ୍ଧା ସର୍ଦ୍ଦାର ଉପସ୍ଥିତ ରହିଥିଲେ । ଏହି ସଭାରେ ଛାତ୍ରୀ ଶ୍ରେୟାଶ୍ରୀ ବାରିକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ସଭାଟିକୁ ସଫଳ କରିବା ପାଇଁ ଏନ.ସି.ସି ଅଧିକାରୀ ସୁଶାନ୍ତ ମାଝୀ ସହଯୋଗ କରିଥିଲେ । ସଭା ଶେଷରେ ଜାତୀୟ ସେବା ସଂସ୍ଥା ଯୋଜନା ଅଧିକାରୀ ପ୍ରେମରେଖା ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ ।

୨୫ ବର୍ଷରେ ପଦାର୍ପଣ କଲା "ମହ୍ଲାର"  ।
20/11/2023

୨୫ ବର୍ଷରେ ପଦାର୍ପଣ କଲା "ମହ୍ଲାର" ।

20/11/2023

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ଖେଳ ପଡିଆ ଠାରେ କୃଷି ଜିଲ୍ଲା ଅଧିକାରୀ ଆଠମଲ୍ଲିକ ଙ୍କ ସୌଜନ୍ୟ ରେ ଉପଖଣ୍ଡ ସ୍ଥାରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଅଛି ।



19/11/2023

କଟକ ମହାନଗର ନିଗମର ଦୁର୍ନୀତି ବିରୁଦ୍ଧରେ ବିଜେପିର ଜନ ଆକ୍ରୋଶ ଶୋଭାଯାତ୍ରା ଲାଗି ସାମ୍ବାଦିକ ସମ୍ମିଳନୀ

https://youtu.be/p4sbk69AZFw?si=YyBjqU_T0C7DLSVz
19/11/2023

https://youtu.be/p4sbk69AZFw?si=YyBjqU_T0C7DLSVz

ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା/ସମିତି ସ୍ତରୀୟ ଆଦିବାସୀ କ୍ରୀଡା ପ୍ରତିଯୋଗିତାରେ /ଅବ୍ୟବସ୍ଥା କୁ ଧରି ବ୍ୟବସ୍ଥା କରନ୍ତୁ ...

18/11/2023

ଭଦ୍ରକ ଜିଲ୍ଲା ପୋଲିସ୍ ର ଜ୍ଵଳନ୍ତ ଉଦାହରଣ-- ଓଡ଼ିଶାର ୫ ଟି କାର୍ଯ୍ୟକ୍ରମ କେତେ ଦୂର ସଫଳ

policebhadrak

କଟକ ମହାନଗର ନିଗମର ଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟିର  ଅନଶନ  କଟକ ମହା ନଗର ନିଗମର ବାଲିଯାତ୍ରା, ହାଡ଼ିଆ ପଠା, ସହରର ହୋର୍ଡିଙ୍ଗ ...
15/11/2023

କଟକ ମହାନଗର ନିଗମର ଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟିର ଅନଶନ

କଟକ ମହା ନଗର ନିଗମର ବାଲିଯାତ୍ରା, ହାଡ଼ିଆ ପଠା, ସହରର ହୋର୍ଡିଙ୍ଗ ଲାଗିବା, ସ୍ବର୍ଣ୍ଣ ଏଜେନସି ଆଦିରେ ହୋଇଥିବା ମହା ଦୁର୍ନୀତି ସମ୍ପର୍କରେ କାଉନସିଲର ୧୯ତମ ବୈଠକରେ ଆଲୋଚନା ବେଳେ ବିଜେପି କର୍ପୋରେଟର ମାନଙ୍କ ଉପସ୍ଥିତ ମେୟର କମିଶନର ଯଥାର୍ଥ ଉତ୍ତର ନଦେଇ ଗୃହ ଛାଡି ପଳାୟନ କରିବା ଆଦି ବିରୁଦ୍ଧରେ ଗତକାଲିଠାରୁ ଅନଶନରେ ବସିଥିବା ବିଜେପି କର୍ପୋରେଟର ମାନଙ୍କୁ ସାକ୍ଷାତ ପାଇଁ ରାଜ୍ୟ ସଭାପତି ମନମୋହନ ସାମଲ ଯାଇ ଆଲୋଚନା କରିଥିଲେ. ଏହି ଅନଶନର ଔଚିତ୍ୟ ଅନୁଭବ କରି ଲୋକ ସ୍ୱାର୍ଥ ଜଡିତ ବିଷୟ ନେଇ ଅନଶନରେ ବସିଥିବାରୁ କଟକ ବିଜେପି ସଂଗଠନ ଓ କର୍ପୋରେଟରଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଏହି ଭ୍ରଷ୍ଟାଚାର ଦୁର୍ନୀତି ବିଷୟକୁ ଆଗକୁ ନେଇ ଆଗାମୀ ଦିନରେ କଟକ ମହାନଗର ନିଗମକୁ ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ. ତାଙ୍କ ସହିତ କଟକ ନଗର ସଭାପତି ଶ୍ରୀ ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୟନ କିଶୋର ମହାନ୍ତି, ରାଜ୍ୟ ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଓ ଅନ୍ୟାନ୍ୟ ବହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ.

12/11/2023

दीपावली के लिए कुछ टिप्पणी और भीओड़ो टीभी तरफ से सुभाकामनाए

11/11/2023

ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଧନ୍ଵନ୍ତରୀଙ୍କ ଜନ୍ମଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି l

11/11/2023

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରେ ଛାନିଆ ବାଣବେପାରୀ

#ଭିଓଡି ଟିଭି #ସୁପ୍ରିମକୋର୍ଟଙ୍କ #ନିର୍ଦ୍ଦେଶ #ଛାନିଆ ବାଣବେପାରୀ

ପ୍ରତିଭା ପୁଜା କାର୍ଯ୍ୟକ୍ରମ ରେ ତ୍ରିନାଥ କ୍ଲବଆଜି କଟକ ର ମହିଦାସ ବଜାର ରେ ପ୍ରତିଭା ପୁଜା କାର୍ଯ୍ୟକ୍ରମ ବାରବାଟୀ -କଟକ ବିଧାୟକ ଇଂ ମହମ୍ମଦ ...
07/11/2023

ପ୍ରତିଭା ପୁଜା କାର୍ଯ୍ୟକ୍ରମ ରେ ତ୍ରିନାଥ କ୍ଲବ

ଆଜି କଟକ ର ମହିଦାସ ବଜାର ରେ ପ୍ରତିଭା ପୁଜା କାର୍ଯ୍ୟକ୍ରମ ବାରବାଟୀ -କଟକ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କ ସଭାପତିତ୍ବରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ମୂଖ୍ୟ ଅତିଥି ଭାବେ ସିଦ୍ଧଗିରୀ ମଠର ବିଶିଷ୍ଟ ସନ୍ଥ ଶ୍ରୀ ବିଶ୍ଵନାଥ ବାବା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହିଦାସ ବଜାର ପୁଜା କମିଟିର ସଭାପତି ଶ୍ରୀ ସନାତନ ଦାସ, ସମ୍ପାଦକ ଶ୍ରୀ ତୁଷାରକାନ୍ତି ସିଂ, ତ୍ରିନାଥ କ୍ଲବ ର ସଭାପତି ଶ୍ରୀ ଜୟନ୍ତ ଦାସ, ସମ୍ପାଦକ ଶ୍ରୀ ଶିବପ୍ରସାଦ ସିଂ ଯୋଗଦେଇ ଉତ୍କଳ ର କଳା ସଂସ୍କୃତିକୁ ବଞ୍ଚାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର କଳାକାର, ସମାଜସେବୀ, ସାମ୍ବାଦିକ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ୧୯ ଦିଗଭାଗ ସଙ୍କୀର୍ତ୍ତନ ମଣ୍ଡଳୀ ର ସର୍ବାଧିକାରୀ ଶ୍ରୀ ବୀରେନ୍ଦ୍ର କୁମାର ସାହୁ, ରାମଲୀଳା ପ୍ରଚାର ସମିତି ର ସଭାପତି ଶ୍ରୀ କାଶୀନାଥ ମଲ୍ଲିକ, ବିଶିଷ୍ଟ ସାମ୍ବାଦିକ ଓ ଦୈନିକ ସମ୍ବାଦପତ୍ର "ପୃଷ୍ଠଭୂମି"ର ସମ୍ପାଦକ ଶ୍ରୀ କୈଳାସ ଜେନା, ଯୁବକଂଗ୍ରେସ ନେତା ଶ୍ରୀ ବିକି ଚକ୍ରବର୍ତ୍ତୀ, ଶ୍ରୀ ପ୍ରତାପ କିଶୋର ସିଂ, ବୈଦ୍ୟନାଥ ମହାରଣା, ଶ୍ରୀ ସୋମନାଥ ଦାସ, ଶ୍ରୀ ଅଜୟ ସେନାପତି, ଶ୍ରୀ ଯତୀନ୍ଦ୍ର ଦାସ, ଶ୍ରୀ ଉମେଶ ବେହେରା, ଶ୍ରୀ ନାରାୟଣ ମୁଦୁଲି, ଶ୍ରୀ ସୁବାସ ପରିଡ଼ା, ଶ୍ରୀ ଶ୍ରୀକାନ୍ତ ବେହେରା, ସମାଜସେବୀ ଓ ଶିକ୍ଷାବିତ୍ ଶ୍ରୀ ଶଶଧର ପଣ୍ଡା ଓ "ବାସ୍ତବ ଟିଭି"ର କଟକ ପ୍ରତିନିଧି ଶ୍ରୀ ସଞ୍ଜୟ କୁମାର ଶତପଥୀଙ୍କୁ ମାନପତ୍ର ଓ ଉପଢ଼ୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ କୁ ପଣ୍ଡିତ ଗୋପାଳ ଚନ୍ଦ୍ର ମିଶ୍ର ପରିଚାଳନା କରିଥିଲେ।

05/11/2023

JAMU KASMIR GOVERNOR // କାଳିଆ ଦର୍ଶନ କରିଲେ ଜାମ୍ମୁ କାଶ୍ମୀର ରାଜ୍ୟପାଳ //ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା

03/11/2023

ଦେଖନ୍ତୁ ଦେଶ ଓ ବିଦେଶର ପ୍ରମୁଖ ଖବର ଇଂ ତା ୩-୧୧-୨୦୨୩ ରିଖ ର

03/11/2023

ପୁଅ ନିଜେ ଆତ୍ମନିର୍ଭରଶୀଳ ନୁହେଁ କିନ୍ତୁ ସେ ସ୍ତ୍ରୀର ନିର୍ଣ୍ଣୟ ନେବେ କିଏ , କାହିଁକି ଆଉ କେଉଁ ଉଦ୍ଧେଶ୍ୟ ନେଇ କହୁଛନ୍ତି ଆସନ୍ତୁ ଦେଖିବା ଭିଓଡି ଟିଭିରେ

ପୂର୍ବତନ ମନ୍ତ୍ରୀ ଓ ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି
02/11/2023

ପୂର୍ବତନ ମନ୍ତ୍ରୀ ଓ ବିଧାୟକ ପ୍ରତାପ ଜେନାଙ୍କୁ ସାମୟିକ ଆଶ୍ୱସ୍ତି

https://youtu.be/-B1kEsp_uME?si=Bp8s68-amFyMkhrb
02/11/2023

https://youtu.be/-B1kEsp_uME?si=Bp8s68-amFyMkhrb

FOR ENTERTAINMENT/ मजादार भिडिओ / देखते रहो/हस्ते रहो/आप को लगता है की /आप टेनसन मत लो /VIRALVIDEO ...

02/11/2023

ଭାଇ ଭଉଣୀଙ୍କୁ ନିର୍ଯାତନା ଘଟଣାରେ ୨ ଜଣ ବାପା ଓ ସାବତ ମାଆଙ୍କୁ ଗିରଫ କଲା ଆଠଗଡ଼ ଥାନା ପୁଲିସ

ନିର୍ଯାତିତ ନାବାଳକ ଓ ନାବାଳିକାଙ୍କ ମା’ଙ୍କ ଏତଲା ଆଧାରରେ ଗିରଫ ହୋଇଛନ୍ତି

ବିସ୍କୁଟ ଖଣ୍ଡେ ଖାଇଦେବାରୁ ଉଭୟଙ୍କୁ ଅମାନୁଷିକ ପିଟିଥିଲା ସାବତ ମା’

31/10/2023

ଓଡ଼ିଶାର ନୂତନ ରାଜ୍ୟପାଳ ରଘୁବର ଦାସ ସୋମବାର କାଳିଆ ଦର୍ଶନ କରିବା ପରେ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି

30/10/2023

ପୁଣି ଟ୍ରେନ୍ ଦୁର୍ଘଟଣା - ବାଲେଶ୍ଵର ଦୁର୍ଘଟଣା ର ପୁନରାବୃତ୍ତି - ପ୍ରାୟ 15ମୃତ ଶତାଧିକ ଆହତ - ଅନେକ ଟ୍ରେନ ବାତିଲ

 #ପୁଣି_ଅଘଟଣ  ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତବିଜୟନଗରମ୍ ଆଲମୋଣ୍ଡା ଷ୍ଟେସନ ନିକଟରେ ଲାଇନଚ୍ୟୁତଟ୍ରେନର କିଛି ବଗି ଲାଇନଚ...
29/10/2023

#ପୁଣି_ଅଘଟଣ
ବିଶାଖାପାଟଣା-ରାୟଗଡା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ
ବିଜୟନଗରମ୍ ଆଲମୋଣ୍ଡା ଷ୍ଟେସନ ନିକଟରେ ଲାଇନଚ୍ୟୁତ
ଟ୍ରେନର କିଛି ବଗି ଲାଇନଚ୍ୟୁତ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି

29/10/2023

ପୁଣି ପୁରୀରେ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି/ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦ୍ୱିତୀୟ ରାସ୍ତା ନିର୍ମାଣ ଯୋଜନା ପାଇଁ

https://youtu.be/3TLBpe5L2qw?si=Az6-TtlDwjPZHnq_
29/10/2023

https://youtu.be/3TLBpe5L2qw?si=Az6-TtlDwjPZHnq_

ହବିଷ୍ୟାଳୀ ମାମାନେ କିପରି ସୁରକ୍ଷିତ , ସୁବିଧାରେ ରହିବେ ଏହାକୁ ନେଇ ବୈଠକ / ପୁରୀର ୫ଟି କେନ୍ଦ୍ରରେ ରହଣି ବ୍ୟବସ୍ଥା ...

https://youtu.be/3t8TvioXeXQ
28/10/2023

https://youtu.be/3t8TvioXeXQ

ଭୋଟର ତାଲିକା କାର୍ଯ୍ୟର ଶୁଭାରମ୍ଭ କଲେ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ//ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ବାର୍ତ୍ତା #ଭିଓଡି ଟିଭ....

https://youtu.be/KnuGa7V8IMU
28/10/2023

https://youtu.be/KnuGa7V8IMU

II II ଭତ୍ତା କରିଦେବା କହି ବିକଳାଙ୍ଗ ଠାରୁ ଟଙ୍କା ନେଇ ଦବଙ୍ଗ ସାଜିଛନ୍ତି ଗ୍ରାମସେବକ II ...

ଓଡ଼ିଆ ସଙ୍ଗୀତ ଜଗତର ମହାନାୟକ ସ୍ୱରୂପ ନାୟକ ଙ୍କ ବିୟୋଗ ଖବର ଶୁଣି ଭିଓଡି ଟିଭି ପରିବାର ଅତ୍ୟନ୍ତ ମର୍ମାହତ ସ୍ବର୍ଗତ ସ୍ୱରୂପ ନାୟକ ଙ୍କ ଅମର ଆ...
28/10/2023

ଓଡ଼ିଆ ସଙ୍ଗୀତ ଜଗତର ମହାନାୟକ ସ୍ୱରୂପ ନାୟକ ଙ୍କ ବିୟୋଗ ଖବର ଶୁଣି ଭିଓଡି ଟିଭି ପରିବାର ଅତ୍ୟନ୍ତ ମର୍ମାହତ ସ୍ବର୍ଗତ ସ୍ୱରୂପ ନାୟକ ଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଏବଂ ତାଙ୍କରି ପରିବାର ବର୍ଗ ଙ୍କୁ ଅସୀମ ସାହସ ପ୍ରଦାନ ନିମନ୍ତେ ଭଗବାନଙ୍କ ନିକଟରେ ଭିଓଡି ଟିଭି ପରିବାର ତରଫରୁ ପ୍ରାର୍ଥନା

27/10/2023

पहले पूजा, फिर काम दूजा”

26/10/2023

ପୋଲିସ ଥାନା ହେଉ କି ଫାଣ୍ଡି ପରିସର କିପରି ରହିବା କଥା କିପରି ଅଛି ? ଆସନ୍ତୁ ଦେଖିବା ଭିଓଡି ଟିଭିରେ

Address

New Street, Padmapur
Rayagada
765025

Alerts

Be the first to know and let us send you an email when Vod Tv posts news and promotions. Your email address will not be used for any other purpose, and you can unsubscribe at any time.

Videos

Share


Other Rayagada media companies

Show All