Sreekhetra TV- ଶ୍ରୀକ୍ଷେତ୍ର ଟିଭି

  • Home
  • India
  • Puri
  • Sreekhetra TV- ଶ୍ରୀକ୍ଷେତ୍ର ଟିଭି

Sreekhetra TV- ଶ୍ରୀକ୍ଷେତ୍ର ଟିଭି ଏକ ସାଂସ୍କୃତିକ ବିପ୍ଳବ ର ଅୟମାରମ୍ଭ....

25/12/2024

ତୁମେ ପୂର୍ଣ୍ଣ ବ୍ରହ୍ମ ଆଦି ଅନ୍ତ ଶୂନ୍ୟ
ମର୍ଯ୍ୟାଦା ପୁରୁଷ ରାମ
ଦେଶର ଗୌରବ ଆରାଧ୍ୟ ଆମ୍ଭର
ଦିବ୍ୟ ସନାତନ ଧର୍ମ !
ନର ରୂପ ଧରି ରାମ
କରିଲ ମର୍ତ୍ତ୍ୟରେ ଅନ୍ୟାୟ ବିନାଶ
ତୁମେ କୃଷ୍ଣ ଦାରୁବ୍ରହ୍ମ !!

23/12/2024

ଆଦିକବି ବାଲ୍ମିକୀଙ୍କ ଆଦିକାବ୍ୟ ରାମାୟଣର ପ୍ରଥମ ଶ୍ଳୋକ
ଯାହାଙ୍କୁ ଭାଷାର ସୃଷ୍ଟି ବୋଲି କୁହାଯାଏ
"ମା ନିଷାଦ ପ୍ରତିଷ୍ଠାଂ ତ୍ଵମଗମଃ ଶାଶ୍ୱତିଃ ସମା ।
ୟତ୍ କ୍ରୋଞ୍ଚ ମିଥୁନାଦେକମ୍ ଅବଧି କାମମୋହିତମ୍ "।।

ଅର୍ଥାତ୍ ★★
" ରେ ନିଷାଦ ! ତୋତେ ଅନନ୍ତକାଳ ପର୍ଯ୍ୟନ୍ତ ଶାନ୍ତି ନମିଳୁ କାରଣ ପ୍ରେମ-ପ୍ରଣୟରେ ଲିପ୍ତ ଥିବା ପକ୍ଷୀଯୁଗଳଙ୍କ ମଧ୍ୟରୁ ତୁ ଜଣ'ଙ୍କୁ ମାରିଦେଲୁ " !!

22/12/2024

ଲୋକନାଥ ଶିବ ଯତ୍ର ତୀର୍ଥରାଜ ମହୋଦଧି।
ବିମଳା ଭୈରବୀ ଯତ୍ର ଜଗନ୍ନାଥ ସ୍ତୁ ଭୈରବ।।

21/12/2024

ଓଁ ନମୋ ଭଗବତେ ବାସୁଦେବାୟ

ଭୋ ନାଥ ତୋର କ୍ରୀଡ଼ା ଅର୍ଥେ। ତୋର ପ୍ରକାଶ ଏ ଜଗତେ।
ତୋହର ମହିମା ନଜାଣି। ଗର୍ବ ବହନ୍ତି ଯେତେ ପ୍ରାଣୀ।

ଜ୍ଞାନ ହରାନ୍ତି ସୁଖଭୋଳେ। ସେ କାହିଁ ଥିବେ ଏ ଶୟଳେ।
ତୋ ପାଦ ସର୍ବ ସୁଖଘର। ଆମ୍ଭଙ୍କୁ ଅନୁଗ୍ରହ କର।

ଜଣେ ବାଇକ୍ ଚାଳକଙ୍କୁ ତଳେ ପକାଇ ତାଙ୍କ ଉପରେ ଛିଡ଼ା ହେବା କଟକ ଜିଲ୍ଲା ବୈଦେଶ୍ୱର ଥାନା ଓଆଇସି ପ୍ରିୟଦର୍ଶନ ସେଠୀଙ୍କୁ ମହଙ୍ଗା ପଡ଼ିଛି। ଏହାର ଫ...
20/12/2024

ଜଣେ ବାଇକ୍ ଚାଳକଙ୍କୁ ତଳେ ପକାଇ ତାଙ୍କ ଉପରେ ଛିଡ଼ା ହେବା କଟକ ଜିଲ୍ଲା ବୈଦେଶ୍ୱର ଥାନା ଓଆଇସି ପ୍ରିୟଦର୍ଶନ ସେଠୀଙ୍କୁ ମହଙ୍ଗା ପଡ଼ିଛି। ଏହାର ଫଟୋ ଭାଇରାଲ ହେବା ପରେ ତାଙ୍କୁ କଟକ ଗ୍ରାମାଞ୍ଚଳ ଏସ୍‌ପି ଅଫିସକୁ ବଦଳି କରାଯାଇଛି। ଫଟୋରେ ଦେଖିବାକୁ ମିଳିଛି ଯେ ବୈଦେଶ୍ୱର ଟି-ବ୍ରିଜ୍ ଉପରେ ଜଣେ ବାଇକ ଚାଳକଙ୍କୁ ତଳେ ପକାଇ ତାଙ୍କ ପିଠି ଉପରେ ଗୋଟିଏ ଗୋଡ଼ ରଖି ମୋବାଇଲରେ କଥା ହେଉଛନ୍ତି ପ୍ରିୟଦର୍ଶୀ ସେଠୀ। ସେତେବେଳେ ସେଠାରେ ବାଇକଟି ପଡ଼ିଥିବା ବେଳେ ଅନ୍ୟ ଜଣେ ଯୁବକ ଆଣ୍ଠେଇ ଥିବା ଦେଖିବାକୁ ମିଳିଛି।

ଘଟଣାଟି କିଛି ଦିନ ତଳର। ରାତିରେ ଟି-ବ୍ରିଜ୍ ନିକଟରେ ପାଟ୍ରୋଲିଂ କରୁଥିଲା ବୈଦେଶ୍ୱର ଥାନା ପୁଲିସ। ଥାନା ଅଧିକାରୀ ପ୍ରିୟଦର୍ଶନ ସେଠୀ ନିଜେ ସେଠାରେ ଉପସ୍ଥିତ ଥିଲେ। ସେତିକି ବେଳେ ବାଇକ୍‌ରେ ଯାଉଥିବା ଦୁଇ ଯୁବକଙ୍କୁ ସେ ଅଟକାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶ୍ରୀ ସେଠୀ ଓ ଅନ୍ୟ ପୁଲିସ କର୍ମଚାରୀ ସେମାନଙ୍କୁ ମାଡ଼ ମାରିଥିଲେ। ତା’ପରେ ଜଣଙ୍କୁ ତଳେ ପକାଇ ତା’ ଉପରେ ଓଆଇସି ପ୍ରିୟଦର୍ଶନ ସେଠୀ ଗୋଡ଼ ରଖି ପକେଟରୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ବୋଲି କୁହାଯାଉଛି।

ଏହି ଦୁଇ ଯୁବକଙ୍କ ନାଁରେ ପୂର୍ବରୁ କିଛି ଅଭିଯୋଗ ରହିଥିବା ମଧ୍ୟ କୁହାଯାଉଛି। ତେବେ ଅଭିଯୁକ୍ତ ହେଲେ ମଧ୍ୟ ସେମାନଙ୍କ ବିରୋଧରେ ପୁଲିସର ଏଭଳି ଅମାନବୀୟ ବ୍ୟବହାରକୁ ସମସ୍ତେ ନାପସନ୍ଦ କରିଛନ୍ତି। ସୋଶାଲ ମିଡିଆରେ ପ୍ରିୟଦର୍ଶନ ସେଠୀଙ୍କ ଏହି ଫଟୋ ଭାଇରାଲ ହେବା ପରେ କଟକ ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂହ ତାଙ୍କୁ ବଦଳି କରିଛନ୍ତି। ଏହା ସହିତ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ସେଠାରେ ସେଦିନ କ’ଣ ଘଟିଥିଲା, ତାହା ଜଣାପଡ଼ିବ।

20/12/2024

ଏତିକି ଅଳି ଶ୍ରୀଛାମୁରେ ★★★

ମହାବାହୁ ଏତିକି ମାତର ଅଳି
ନିତି ଦେଖୁଥିବି ନିଳାଦ୍ରୀ କନ୍ଦରେ
ରାମ ଭଦ୍ରା ବନମାଳୀ ll
ମଙ୍ଗଳ ଆଳତୀ ଦେଖୁଥିବି ନିତି
ବୁଡ଼ିବି ପ୍ରେମ ସାଗରେ l
ଗାଇ ବୁଲୁଥିବି ତୁମ୍ଭ ବଡ଼ ଦାଣ୍ଡେ
ହରେ ରାମ କୃଷ୍ଣ ହରେ ll
ଆନନ୍ଦସାଗରେ ଗାଇ ହରେ ହରେ
ମାରୁଥିବି କର ତାଳି l
ଆନନ୍ଦ ବଜାରେ ଖାଇବି ମଜାରେ
କୈବଲ୍ୟ କଣିକା ତୋଳି ll
ତବ ନାମାବଳୀ କରି ଗଳାମାଳୀ
ତୋଳି ଅର୍ପିବି ତୁଳସୀ l
ଆହେ ଦୟାମୟ ନ ହେବ ନିର୍ଦ୍ଦୟ
ନିଳାଦ୍ରୀ ଶିଖର ବାସୀ ll
ରହିଥିବ ଆଶ ଆହେ ପୀତବାସ
ଛଡ଼ା ତୁଳସୀ ଗ୍ରାସରେ l
ଦୟଣାମାଳିଆ ହେ ଜଗା କାଳିଆ
ଏହି ଅଳି ଶ୍ରୀଛାମୁରେ ll
ମାଆ ସୁଭଦ୍ରାଙ୍କୁ ଜଣା ମୁଁ କରଇ
ଦୟା ରଖିଥିବେ ମୋତେ l
ମନ ରହିଥାଉ ତବ ପୁରାଣରେ
ତବ ଗୀତା ଭାଗବତେ ll
ବାରମାସେ ତେରଯାତ୍ରା ଦେଖୁଥିବି
ବାସ କରି କ୍ଷେତ୍ରବରେ l
ନୀଳାଚଳ ରାଟ ହେ ବିଶ୍ଵ ସମ୍ରାଟ
ଜୟ ଜଗଦୀଶ ହରେ ll
ଜୟ ଜଗଦୀଶ ହରେ ll
🙏🙏🙏

19/12/2024

କାନ୍ତ୍ୟା କାଞ୍ଚନସନ୍ନିଭାଂ ହିମଗିରି ପ୍ରଖ୍ୟୈ ଶ୍ଚତୁର୍ଭିର୍ଗଜୈ ।
ହସ୍ତୋତ୍‌କ୍ଷିପ୍ତ ହିରଣ୍ମୟାମୃତ ଘଟୈ ରାସିଚ୍ୟମାନାଂଶ୍ରିୟମ୍ ॥
ବିଭ୍ରାଣାଂ ବରମବ୍‌ଜଯୁଗ୍ମମଭୟାଂ ହସ୍ତୈଃ କିରୀଟୋଜ୍ଜ୍ୱଳାଂ ।
କ୍ଷୋମାବଦ୍ଧ ନିତମ୍ବବିମ୍ବ ଲଳିତାଂ ବନ୍ଦେଽରବିନ୍ଦସ୍ଥିତାମ୍ ॥

ଅର୍ଥାତ୍, ଯାହାଙ୍କର କାନ୍ତି ଶୁଦ୍ଧ ସୁବର୍ଣ୍ଣ ପରି ପ୍ରଭାମୟ ଏବଂ ଯାହାଙ୍କୁ ହିମାଳୟ ପରି ଉଚ୍ଚ ଓ ଶୁଭ୍ର ଚାରିଟି ଶ୍ୱେତ ଗଜରାଜ ନିଜର ଶୁଣ୍ଢରେ ଅମୃତକଳସ ଧାରଣ କରି ଅହରହ ଅଭିଷେକ କରୁଥା’ନ୍ତି; ଯେ ନିଜର ଚତୁର୍ହସ୍ତରେ ଯଥାକ୍ରମେ ବରଦ ଓ ଅଭୟମୁଦ୍ରା ଏବଂ କମଳ ପୁଷ୍ପ ଧାରଣ କରିଥାଆନ୍ତି; ଯାହାଙ୍କର ମସ୍ତକ ଉଜ୍ଜ୍ୱଳ ବର୍ଣ୍ଣର ଭବ୍ୟ କିରୀଟ ଦ୍ୱାରା ଶୋଭିତ; ଯାହାଙ୍କର କଟିଦେଶରେ କୌଶେୟ ବସନ ଶୋଭା ପାଉଥାଏ; ପ୍ରସ୍ଫୁଟିତ ପଦ୍ମ ଉପରେ ଆରୂଢ଼ା, ସେହି ଭଗବତୀ ଲକ୍ଷ୍ମୀଙ୍କୁ ମୁଁ ବନ୍ଦନା କରୁଛି ।

ବିଷ୍ଣୁପଦ ସେଠି CBI ଡାକେରା ପାଇ ଦିଲ୍ଲୀ ଯାଇଥିବାର ଖବର ଆସୁଛି । ଏକଥା ବି ଖବର ମିଳୁଛି ବିଷ୍ଣୁପଦ ସେଠୀଙ୍କ ନାଁରେ ବୁକ୍ ହୋଇଥିଲା ହୋଟେଲ୍‌ ...
18/12/2024

ବିଷ୍ଣୁପଦ ସେଠି CBI ଡାକେରା ପାଇ ଦିଲ୍ଲୀ ଯାଇଥିବାର ଖବର ଆସୁଛି । ଏକଥା ବି ଖବର ମିଳୁଛି ବିଷ୍ଣୁପଦ ସେଠୀଙ୍କ ନାଁରେ ବୁକ୍ ହୋଇଥିଲା ହୋଟେଲ୍‌ ଅଶୋକ ଯହିଁରେ ଦୈନିକ ମାତ୍ର ₹୧୨୦ ଟଙ୍କା ବ୍ୟୟରେ ରହିଥିଲେ କରିତକର୍ମା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ଡିସେମ୍ବର ୧୧ରୁ ୧୩ ଯାଏ ସେଠାରେ ଅଜ୍ଞାତ ବାସ ରେ ରହିବା ପରି ଥିବାର ଖବର ମନରେ ସନ୍ଦେହ ବଢାଇଥିବାର ଅନେକ ଅନୁମାନ କରନ୍ତି ।

18/12/2024

#ମିଠାକଥା ରେ ଜାଣିବା
ସତ୍ୟ ଯାହା ଚିରନ୍ତନ ମିଥ୍ୟା ମାତ୍ର ଏକ ପ୍ରଲୋଭନ ★★★★

18/12/2024

ଉଠ ଦୁଃଖିଧନ ମୋ ନୀଳରତନ
କାଉ ରାବିଲେଣି କାଆ l
ଉଠ ନୀଳମଣି ନେତ୍ରପ୍ରତିମା ମୋ
ଡାକନ୍ତି ଯଶୋଦା ମାଆ ll
ଘଣ୍ଟ, ଘଣ୍ଟା, ଝାଞ୍ଜ ବାଜଇ ମୃଦଙ୍ଗ
ଉଠ ଉଠ ତେଜ ଶେଯ l
ଉଦେହେଲେ ଭାନୁ ଶୁଭେ ସିଙ୍ଗାବେଣୁ
ଉଠ ମୋ ନେତ୍ରପଙ୍କଜ ll
ଆରେ ବଂଶୀଧର ନ କର ଉଛୁର
ଉଭା ତୋର ସଖାମାନେ l
ସୁଦାମ, ସୁବଳ ଡାକିଲେଣି ଆସି
ଆସ ଯିବା ବୃନ୍ଦାବନେ ll
ଧବଳୀ ଶ୍ୟାମଳୀ ଡାକନ୍ତି ହମାଳି
ଉଠ ମୋ ନୟନମଣି l
ବଳରାମ ଭାଇ ତରଭର ହୋଇ
ଉଠି ପରା ବସିଲେଣି ll
ସଜେଇ ରଖିଛି ଚନ୍ଦନେ ସୁବାସ
ପଥୁରୀରେ ବାସ ନୀର l
ଉଠ ଉଠ ବାବୁ ମୁଖ ପଖାଳିବୁ
ଦହି ମୁହାଁ ମୋ ଉଚ୍ଚୁର ll
ଗୋଟିକା ଅଧାମ ଖୁଆଇ ଦେବିରେ
ଉଠ ମୋ କଳା କହ୍ନାଇ l
ଶିରେ ବାନ୍ଧି ଦେବି ମୟୂର ଚନ୍ଦ୍ରିକା
ନାଚୁଥିବୁ ଥେଇ ଦେଇ ll
ପୀତାମ୍ବରୀ ପାଟ କାଛ ପିନ୍ଧାଇବି
ସୁବର୍ଣ୍ଣ କଙ୍କଣ ବାହି l
କଟିରେ ବକୁଳ ଦାମ ଦାମୋଦର
ଖଟାହେଲା ମୋର ଦହି ll
ପାଦେ ଦେବି ତୋର ସୁବର୍ଣ୍ଣ ନୁପୁର
ହସ୍ତେ ତୋ ସୁନାବଇଁଶୀ l
ଉଠ ଉଠ ବାବୁ ମୋ କଳାବଇଁଶୀ
ପାହିଗଲା ଏବେ ନିଶି ll
କେଡ଼େ ଭାଗ୍ୟବନ୍ତୀ ଯଶୋଦା ମାଆ
ତୁ ଧନ୍ୟ ପୁତ୍ର ନୀଳମଣି l
ରନ୍ଧା ମାଆ ହାତ ଘିଅ ମରା ଭାତ
ମଣୋହି ବିଶ୍ଵ ବିନ୍ଧାଣୀ ll
ନମଃ ନମଃ ପ୍ରଭୋ ଜଗତ ଠାକୁର
ବିଚିତ୍ର ଲୀଳା ତୁମ୍ଭର l
ପ୍ରଭାତେ ପ୍ରଣତି ଘେନ ବିଶ୍ୱପତି
ଆହେ ବିଶ୍ଵ କାରିଗର,
ଆହେ ବିଶ୍ୱ କାରିଗର ll
🙏🙏🙏

17/12/2024

କୃଷ୍ଣ ନିବେଶି ପଞ୍ଚପ୍ରାଣ । ପଥେ ଛାଡିଲେ ନିଜପ୍ରାଣ ॥
କହନ୍ତି ସୂତ ଶୁଦ୍ଧଚିତ୍ତେ । ସର୍ବମୁନିଙ୍କ ମଧ୍ୟଗତେ ॥
ଏବେ ହୋ ଶୁଣ ବିପ୍ରଜନେ। କୃଷ୍ଣ-ମହିମା ଶୁଦ୍ଧମନେ ॥
ଗୋବିନ୍ଦ ଚରଣ କମଳେ । ପଣ୍ଡୁକୁମରେ ଭାବଭୋଳେ॥

16/12/2024

ସମୟ ବିତୁଛି ଆୟୁଷ କମୁଛି ଧୈର୍ଯ୍ଯ ହୁଏ ମୋର ଚ୍ୟୁତ, କେମିତି ମେଣ୍ଟିବ ମୋ ମନର ତୃଷା ଜାଣନ୍ତି ଜଗତନାଥ। ଦିନ ବିତୁଥାଉ ତୁମରି ଦୟାରେ ମିଳୁ ଥାଉ ମୋତେ ଶାନ୍ତି, ତୁମେ ଜୀବନରେ ସବୁକିଛି ମୋର ତୁମ ବିନା ନାହିଁ ମୁକ୍ତି । ଜୟ ଜଗନ୍ନାଥ। 🙏🙏

15/12/2024

ତୁମ ନାମରେ ଆରମ୍ଭ ହୁଏ ଆମ ସକାଳ
ତୁମ ଦର୍ଶନକୁ ଆମେ ସଦା ଥାଉ ବ୍ୟାକୁଳ,
ତୁମେ ହିଁ ଆମ ଅନ୍ନ ଦାତା ଜୀବନ ରଚୟିତା
ତୁମ ଭରଷାରେ ରହିଅଛୁ ସବୁଦିନ ଆମେ ବିଶ୍ବବିଧାତା।
ଜୟ ଜଗନ୍ନାଥ।🙏🙏

14/12/2024

ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି
ଲୋଭ କରି ଅର୍ଜିଲୁ ଧନ ସମ୍ପତ୍ତି ରେ
ଲୋଭଟି ସବୁ ନାଶ କରାଇ ମନ
ଲୋଡ଼ିଲେ ନ ପାଇବୁ ଆଉ ଜୀବନ ରେ ....

ଜୟ ଶ୍ରୀଜଗନ୍ନାଥ 🙏🙏🙏

14/12/2024

©ମିଠାକଥା
ତ୍ୟାଗରେ ଯେଉଁ ପୂର୍ଣ୍ଣତା ଥାଏ ସ୍ୱାର୍ଥ ରେ ନଥାଏ , ସବୁ ଥାଇ ବି ସନ୍ତୁଷ୍ଟି ନଥାନ୍ତି ମାତ୍ର ସବୁ ହରେଇ ମଧ୍ୟ ଆନନ୍ଦ ରେ ରହିହୁଏ ...

#ମିଠାକଥା ★★★★★

13/12/2024

🙏 ଜୟ ଜଗନ୍ନାଥ 🙏

ଧୌତାତ୍ମା ପୁରୁଷଃ କୃଷ୍ଣ-
ପାଦମୂଳଂ ନ ମୁଞ୍ଚତି।
ମୁକ୍ତସର୍ବପରିକ୍ଳେଶଃ
ପାନ୍ଥଃ ସ୍ୱଶରଣଂ ଯଥା।।

ଶ୍ରୀମଦ୍ଭାଗବତ ୨/୮/୬

ଭାବାର୍ଥ :- ଯାହାର ଆତ୍ମା ନିର୍ମଳ ହୁଏ, ସେଇ ପୁରୁଷ କୃଷ୍ଣଙ୍କର ପାଦମୂଳକୁ ଛାଡି଼ପାରେ ନାହିଁ; ଯେପରିକି (ପଥଶ୍ରାନ୍ତ) ପଥିକ ନିଜର ଗୃହକୁ ଫେରିଆସି ସମସ୍ତ ପଥ କ୍ଳେଶରୁ ମୁକ୍ତ ହୋଇ ନିଜ ଗୃହକୁ ଛାଡି଼ପାରେ ନାହିଁ।

12/12/2024

କ୍ଷମସ୍ବ ଭଗବତି ଅମ୍ବେ କ୍ଷମାଶୀଳେ ପରାତ୍ପରେ,
ଶୁଦ୍ଧ ସତ୍ତ୍ଵ ସ୍ୱରୂପେ ଚ କୋପାଦି ପରିବର୍ଜିତେ

Address

Puri

Alerts

Be the first to know and let us send you an email when Sreekhetra TV- ଶ୍ରୀକ୍ଷେତ୍ର ଟିଭି posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Sreekhetra TV- ଶ୍ରୀକ୍ଷେତ୍ର ଟିଭି:

Videos

Share