ନୟାଗଡ଼ ଜିଲ୍ଲାପାଳଙ୍କୁ ପ୍ରଶଂସା
#ଛାତଛାତ୍ରୀଙ୍କୁ_ବଣ୍ଟାହେବ_ଉପହାର_ମିଳିଥିବା_ପାଠ୍ୟପୋକରଣ
ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ନିଆରା ପରିକଳ୍ପନା ଯୋଗୁଁ ଆଜି ସମଗ୍ର ଜିଲ୍ଲାରେ ପ୍ରଶଂସାର ପାତ୍ର ପାଲଟିଛନ୍ତି। ନୂଆବର୍ଷ ଉପଲକ୍ଷେ ବିଭିନ୍ନ ପଦାଧିକାରୀ, ରାଜନେତା, ସାମାଜିକ ସଂଗଠନ ତଥା ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ଫୁଲତୋଡ଼ା, ଡ଼ାଇରୀ, କ୍ୟାଲେଣ୍ଡର ଆଦି ଉପହାର ସ୍ୱରୂପ ପ୍ରଦାନ କରାଯାଇଥାଏ। ମାତ୍ର ଏଭଳି ଉପହାର କୌଣସି କାମରେ ଆସି ନଥାଏ ବରଂ ଏହା ଦ୍ୱାରା ଲକ୍ଷ ଲକ୍ଷ ଟଙ୍କା ଅଯଥାରେ ପାଣିରେ ପଡ଼ିଥାଏ। ତେବେ ଚଳିତ ବର୍ଷ ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବହୁ ବର୍ଷରୁ ଚାଲି ଆସିଥିବା ଏହି ପରମ୍ପରାକୁ ଭଙ୍ଗ କରିଛନ୍ତି।
#Nayagarh #collector Nayagarh District Administration CMO Odisha #highlights
ନୟାଗଡ଼ରେ ଦ୍ୱିତୀୟ ଥର ମା' ହେଲା କଳା ବାଘ
#ନୟାଗଡ଼_ଜଙ୍ଗଲରେ_ବିରଳ_କଳା_ବାଘ
ନୟାଗଡ଼ ଜଙ୍ଗଲରେ ଦ୍ୱିତୀୟ ଥର ପାଇଁ ମା' ହେଲା କଳା ବାଘ। ଏଭଳି ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ । ନୟାଗଡ ବନାଞ୍ଚଳ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ ଅଧୀନରେ ୪ ଗୋଟି କଳା କାଳରପତରିଆ ବାଘ ରହିଥିଲେ। ଗତ ବର୍ଷ ୨ ଟି ଛୁଆ ଜନ୍ମ କରିଥିଲେ। ଚଳିତ ବର୍ଷ କିଛି ଛୁଆ ଜନ୍ମ ଦେଇଥିବା ନଜର ଆସିଛି। ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି ପିସିସିଏଫ ପ୍ରେମ୍ କୁମର ଝା। ବାଘଟି ଛୁଆକୁ ପାଟିରେ ନେଇକି ଯାଉଥିବା ସିସି କ୍ୟାମେରାରେ କଏଦ ହୋଇଛି ।
ନୂଆ ବର୍ଷରେ ବରକନ୍ୟାରେ ପ୍ରବଳ ଭିଡ଼। କିନ୍ତୁ ଆନୁସଙ୍ଗିଙ୍କ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ହନ୍ତସନ୍ତ। ପ୍ରଶାସନ ଓ ବନ ବିଭାଗ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ଦାବୀ....
ଅରୁଣ ଛେନାପୋଡ଼ କାଇଁ କହିଲେ ମୁଖ୍ୟମନ୍ତ୍ରୀ
ଛେନାପୋଡ଼ ଦିବସକୁ ନେଇ ନୟାଗଡ଼ରେ ଏବେ ବିବାଦ ଦେଖା ଦେଇଥିବା ବେଳେ ମହୋତ୍ସବ ମଞ୍ଚରେ ମୁଖ୍ୟମନ୍ତ୍ରୀ ଛେନାପୋଡ଼ ଖାଇବେ ବୋଲି କହିଲେ ବିଧାୟକ ଡ଼ ଅରୁଣଙ୍କୁ...
ଉଦ୍ଦାମ ସିଂ
ନୟାଗଡ଼ ବିଶିଷ୍ଟ ଲେଖକ ବାଳକୃଷ୍ଣ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିନା ଲେଖାରେ ଠିକ ସେ କଥା କହିପାରୁନଥିବା ୪ବର୍ଷୀୟ କୁନି କବି ସ୍ୱସ୍ତିକ ମିଶ୍ରଙ୍କ କଣ୍ଠରୁ ରାଧାମୋହନ ଗଡ଼ନାୟକ କାଳଜୟୀ କବିତା ସର୍ଦ୍ଦାର ଉଦ୍ଦାମ ସିଂ... ଶୁଣନ୍ତୁ....
ଓଡ଼ିଶାର ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓ ବିଶିଷ୍ଟ ଆଇନଜୀବୀ ଧରଣୀଧର ନାୟକ, ଦେବୀପ୍ରସାଦ ଧଳଙ୍କ ପରିବାର ଏବଂ ବନ୍ଧୁଙ୍କ ସହ ବର୍ତ୍ତମାନ ରାଜ୍ୟରେ ନୟାଗଡ଼ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ଉଭା ହୋଇଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବରକନ୍ୟା ଝରଣାରେ....
#BarakanyaWarerfall #Nayagarh #odagaon Nayagarh District Administration Dr Arun Kumar Sahoo Nayagarh Darpan
ସମସ୍ତେ ପାଇବେ କ୍ଷତି ପୂରଣ
ରଣପୁର ଅଞ୍ଚଳରେ ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତିଶୃତି ଦେଲେ ସମସ୍ତେ ପାଇବେ କ୍ଷତି ପୂରଣ।
ଦଶପଲ୍ଲାରେ ପାଳନ ହେବ ବିଶ୍ଵ ଛେନାପୋଡ଼ ଦିବସ, ଡିସେମ୍ବର ୩୧
#chenapoda #nayagarh #ଛେନାପୋଡ଼
ମାଲ୍ୟଗିରି ତୋ ଚୋପାର ନୁହେଁ
#ମୋ_ବାପା_ଉତ୍ତମ_ମହାନ୍ତି_ସେ_ଥିଲେ_ଦଣ୍ଡା_ବାଳୁଙ୍ଗା
ମୁଁ ତାଙ୍କ ପୁଅ ଡାହା ବାଳୁଙ୍ଗା କିନ୍ତୁ ଏବେ ମୁଁ ସେମିତି ନାହିଁ ସୁଧୁରିଯାଇଛି କହିଲେ ବାବୁସାନ।
ମହୋତ୍ସବର ୩ୟ ସନ୍ଧ୍ୟାରେ ଭରପୁର ଦର୍ଶକଙ୍କ ଆଗରେ ଚଲଚିତ୍ର ଅଭିନେତା ବାବୁସାନ ମହାନ୍ତିଙ୍କ ଡାଇଲଗ ଆଉ ଗୀତରେ ଦର୍ଶକ ମତୁଆଲା...
#Nayagarh #BabusanMohanty #odia Babushan💞mohanty💞fanclub
ଆଜି ସକାଳ ୧୦ଟା ବେଳର ଦୃଶ୍ୟ କିନ୍ତୁ ଏମିତି ଦୃଶ୍ୟ ଗୋଟିଏ ଦିନର ନୁହେଁ ପ୍ରତ୍ୟେକ ଦିନର....
Nayagarh District Administration Dr Arun Kumar Sahoo CMO Odisha Mohan Charan Majhi
ସମସ୍ତେ_ଯେମିତି_ଗୋଟିଏ_ସୂତାରେ_ଗୁନ୍ଥା
#ସମସ୍ତେ_ଯେମିତି_ଗୋଟିଏ_ସୂତାରେ_ଗୁନ୍ଥା
ନିର୍ବାଚନ ପୂର୍ବରୁ ଗୋଟେ ମାହୋଲ ଥିଲା କିନ୍ତୁ ଏବେ ଆମେ ସମସ୍ତେ ଗୋଟେ ବୋଲି କହିଲେ ସମ୍ବିତ ପାତ୍ର। ହେଲେ ଏଇ ତଳ ତଳିଆ କର୍ମୀମାନେ କଣ ପାଇଁ ଏମିତି ଆରୋପ ପ୍ରତ୍ୟାରୋପ, ପିଟା ପିଟି ହେଉଛନ୍ତି। ସମସ୍ତେ ଶିଖନ୍ତୁ ଏଇ ରାଜନେତାମାନଙ୍କ ଠାରୁ ଭାଇଚାରା କେମିତି ଏବଂ କାହାକୁ କୁହାଯାଏ।
ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା - 2024 ଉଦଘାଟିତ
#ପ୍ରତିଷ୍ଠା_ହେବ_ନୂଆ_ଚିନିକଳ
ନୟାଗଡ଼ ଷ୍ଟାଡିଅମ ପଡ଼ିଆ ଠାରେ ପାଞ୍ଚଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନୟାଗଡ ଜିଲ୍ଲା ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା-୨୦୨୪କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି। ଏହି ଅବସରରେ ଶିଳ୍ପବିହୀନ ନୟାଗଡ଼ ଜିଲ୍ଲାରେ ନୂତନ ଚିନି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରାଧାନ୍ୟ ଦେବା ଶହ ଜିଲ୍ଲାରେ ନୂତନ ଜଳସେଚନ ପ୍ରକଳ୍ପ କର୍ଯ୍ୟକାରୀ କରିବାକୁ ରାଜ୍ୟସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ କହିଛନ୍ତି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ପୁରୀ ସାଂସଦ ଡ଼ଃ. ସମ୍ବିତ ପାତ୍ର, ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ନୟାଗଡ଼ ବିଧାୟକ ଡ଼ଃ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନ