MK NEWS, koraput

MK NEWS, koraput mk news
my koraput news for koraput district

16/01/2025

ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
Description
ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଉତ୍ସବ ପାଳନ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।ସାଧାରଣତନ୍ତ୍ର ପାଳନ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବ ତେଣୁ ସମସ୍ତ ସ୍ବେଚ୍ଛାକୃତ ରକ୍ତଦାନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ପ୍ରଜ୍ଞାପନ ମେଢ ପ୍ରଦର୍ଶିତ କରାଯିବାକୁ ନିଷ୍ପତି ନିଆଯାଇଛି।ବୈଠକରେ କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ବ୍ଲକ ଅଧ୍ୟକ୍ଷା ନମିତା ମାଝୀ, ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନ ,ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା,ଜିଲ୍ଲା ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା ଯୋଗଦେଇ ପରିଚାଳନା କରିଥିବା ବେଳେ କାର୍ଯ୍ୟାଳୟର ଏ କେ ବେହେରା, ସନ୍ତୋଷ କୁମାର ସେଠୀ,ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।

15/01/2025

ଜାତୀୟ ଭୋଟର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

15/01/2025

ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ

14/01/2025

ମଇଳା ଆବର୍ଜନାରେ ପୁଞ୍ଜିସିଲ ପର୍ଯ୍ୟଟନ ସ୍ଥଳୀ
ପୋଡ଼ାଗଡ ନିକଟରେ ରହିଛି ପୁଞ୍ଜିସିଲ ପର୍ଯ୍ୟଟନ ସ୍ଥଳୀ ।ଏଠାକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ମଇଳା ଆବର୍ଜନାରେ ଭର୍ତ୍ତି ହୋଇ ରହିଛି ।ଏହାକୁ କିଏ ସଫା କରିବ ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

14/01/2025
12/01/2025

ରାୟଗଡା ଡିଆରଏମଙ୍କ କୋରାପୁଟ ଗସ୍ତ
Description
ରାୟଗଡା ଡିଭିଜିନାଲ ରେଳୱେ ମ୍ୟାନେଜର ଭାବେ ଅମିତାଭ ସିଂଘଲ ଗତକାଲି ଦାୟିତ୍ବ ନେବା ପରେ ଆଜି କୋରାପୁଟ ଷ୍ଟେସନକୁ ଆସି ବିଭିନ୍ନ ସମସ୍ୟା ଓ ଉନ୍ନତିକରଣ କାର୍ଯ୍ୟ ଗୁଡିକର ନିରୀକ୍ଷଣ କରିବା ସହ ରେଲୱେ କର୍ମଚାରୀ ଓ ଡେଭଲପମେଣ୍ଟ ମେମ୍ବର ମାନଙ୍କ ସହ ଆଲୋଚନା କରିଥିଲେ। କୋରାପୁଟ ରେଳ ଭିତ୍ତିଭୂମି ବିକାଶ ସହ ନବ ନିଯୁକ୍ତି ଓ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ କହିଛନ୍ତି ନୂତନ ଡିଆର‌ଏମ ।ଲୋକେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ I ହୀରାଖଣ୍ଡ ଟ୍ରେନ ୪ ନମ୍ବର ପ୍ଲାଟଫର୍ମ ପରିବର୍ତେ ୧ ନମ୍ବର ପ୍ଲାଟଫର୍ମରେ ଲାଗିବାକୁ ଆଲୋଚନା କରିବା ସହ ସହ ପ୍ରତିଦିନ ସକାଳୁ ଏକ ଟ୍ରେନ ଭୁବନେଶ୍ୱରକୁ ଚଲେଇବା ପାଇଁ ଡିଆରଏମଙ୍କ ନିକଟରେ ନିବେଦନ କରାଯାଇଥିଲା। ସେ ଏଥିପାଇଁ ସହମତି ମଧ୍ୟ ପ୍ରକାଶ କରିଥିବା ବରିଷ୍ଠ ବିଜେପି କର୍ମୀ ତଥା ରାୟଗଡ଼ା ରେଳ ଡିଭିଜନର ଡେଭଲପମେଣ୍ଟ ମେମ୍ବର ତ୍ରିନାଥ ପଣ୍ଡା କହିଛନ୍ତି ।

11/01/2025

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦ୍ବିବାର୍ଷକ ସମ୍ମୀଳନୀ
Description
କୋରାପୁଟ ସଦର ମହକୁମାରେ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦ୍ବିବାର୍ଷକ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରଘୁନାଥ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଶତାଧିକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଅଷ୍ଟମ ଦ୍ବିବାର୍ଷକ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି। ସଂଘର ୯ଦଫାଦାବି ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ କରିବା, ବନ୍ଦ ହୋଇଥିବା ଟ୍ରେନ ଓ ବସ ଯାତ୍ରାରେ ରିହାତିକୁ ଲାଗୁ କରିବା ପ୍ରମୁଖ ଦାବି ରହିଛି।ଜିଲ୍ଲା ସଂପାଦକ ଭଗବାନ ନାହାକ, ଉପ ସଭାପତି ନିରଞ୍ଜନ ପାଢୀ, ସଙ୍ଗଠନ ସଂପାଦକ ମାର୍କଣ୍ଡ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

10/01/2025

ଡମ୍ପିଂୟାର୍ଡ ପାଇଁ ଖୁବଶୀଘ୍ର ସ୍ଥାୟୀ ସମାଧାନ କରାଯିବ _ଡୁଡା ପିଡି
Description
କୋରାପୁଟ ପୌର ପରିଷଦରେ ଡମ୍ପିଂୟାର୍ଡ ନ ଥିବାରୁ ଅନେକ ଅସୁବିଧା ହେଉଥିବା ଜଣାପଡ଼ିଛି।ସହରର ମଇଳା ଆବର୍ଜନା ଗୁଡ଼ିକ ପୂର୍ବରୁ ଆକାଶଗୁଡା ଡମ୍ପିଂୟାର୍ଡରେ ପକାଯାଉଥିଲା।କିନ୍ତୁ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ସେଠାରେ ସହରରୁ ବାହାରୁଥିବା ମଇଳା ଆବର୍ଜନା ରଥଶର୍ମା କଲୋନୀରେ ଥିବା ଏମସିସିରେ ପକାଯାଉଥିଲା। ସାହି ବାସିନ୍ଦାଙ୍କ ବିରୋଧ ଯୋଗୁଁ ସେଠାରେ ନ ପକାଇ ସୁନାପୂରରେ ଥିବା ଏମସିସିରେ ପକାଯାଉଥିଲା।କିନ୍ତୁ ସେଠାରେ ବିରୋଧ ଯୋଗୁଁ ମଇଳା ଆବର୍ଜନା ଗୁଡ଼ିକ କେଉଁଠି ପକାଯିବ ତାହାକୁ ନେଇ ସନ୍ଦେହ ଲାଗି ରହିଥିଲା।ପରବର୍ତୀ ସମୟରେ ପୁରୁଣା ମଶାଣୀରେ ଖାଲିଥିବା ସ୍ଥାନରେ ମଇଳା ଆବର୍ଜନା ପକାଯାଉଛି। ଯଦ୍ୱାରା ସେହି ବାଟଦେଇ ଯାଉଥିବା ଲୋକମାନେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିବା ଅଭିଯୋଗ ହେଉଛି। କୋରାପୁଟ ପୌର ପରିଷଦର ଡମ୍ପିଂୟାର୍ଡ ପାଇଁ ଖୁବଶୀଘ୍ର ସ୍ଥାୟୀ ସମାଧାନ କରାଯିବ ବୋଲି ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ବେଣୁଧର ଶବର କହିଛନ୍ତି।ଏଥି ନିମନ୍ତେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଗୃହୀତ ହୋଇ ଆସିବା ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

10/01/2025

ଟ୍ରକ ଟାୟାରରେ ଲାଗିଲା ନିଆଁ
ବିଶାଖାପାଟଣାରୁ ଛତିଶଗଡ ରାଜ୍ୟର କୋର୍ବାକୁ ସିଜି ୦୪ ଏନଜେ ୭୯୦୮ ଗାଡ଼ିରେ ଆଲୁମିନିୟମ ପାଉଡର ନେଉଥିବା ସମୟରେ ଘୋଡାଦୋରା ନିକଟରେ ପଛ ଟାୟାର ରୁ ନିଆଁ ବାହାରିଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ବାସିନ୍ଦା ଅଗ୍ନିଶମ ବିଭାଗକୁ ଜଣାଇ ଥିଲେ ।ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ।

07/01/2025

ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇଲେ ମନ୍ତ୍ରୀ
Description
କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଆଜି ଦାମନଯୋଡି ମାଲୁ ସାଉନ୍ତା ସ୍କୁଲ ପରିଦର୍ଶନ କରିଥିଲେ।ଏହି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ମଜୁମଦାର ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,ଜିଲ୍ଲା ବିଜେପି ସଭାପତି ସୁମନ୍ତ କୁମାର ପ୍ରଧାନ ପ୍ରମୁଖ ପିଲାମାନଙ୍କ ସହ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ।

07/01/2025

କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ
Description
ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର କେନ୍ଦ୍ରୀୟ ସ୍କିମ ଓ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ସ୍କିମ ଓ ଆକାଂକ୍ଷା ଜିଲ୍ଲା କାର୍ଯ୍ୟକ୍ରମର ବିସ୍ତୃତ ଭାବେ ଆଲୋକପାତ କରିଥିଲେ।ସରକାରୀ କର୍ମଚାରୀ ମାନେ ନିଷ୍ଠା ଓ ଆନ୍ତରିକତାର ସହ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୂପୂ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଜପୁଟ ମିଲେଟ୍ ପ୍ରକ୍ରିୟା କରଣ ୟୁନିଟକୁ ମନ୍ତ୍ରୀ ଶ୍ରୀ ମଜୁମଦାର ଯାଇ ପରିଦର୍ଶନ କରିବା ସହ ମହିଳା ଗୋଷ୍ଠୀ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଲୁଙ୍ଗୁରୀ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।ପରେ ସେ ଦାମନଯୋଡି ମାଲୁ ସାଉନ୍ତା ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ସହ ମନ୍ତ୍ରୀ ଶ୍ରୀ ମଜୁମଦାର ମଧ୍ୟାହ୍ନ ଭୋଜନ ଖାଇ ସନ୍ତୋଷ ବ୍ୟକ୍ତ କରିଥିଲେ।କୋରାପୁଟ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ବହୁତ ଭଲ କାମ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ମଜୁମଦାର ଗଣମାଧ୍ୟମ ନିକଟରେ ପ୍ରକାଶ କରିଥିଲେ। ଜଳସେଚନରେ ବହୁତ୍ ଭଲ କାମ ହୋଇଛି କିନ୍ତୁ କ୍ଷୁଦ୍ର ଜଳସେଚନରେ ସୁଧାର ଅଣାଯିବ ବୋଲି ସେ କହିଛନ୍ତି।କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,କୋରାପୁଟ, ଲକ୍ଷ୍ମୀପୁର ଓ କୋଟପାଡ଼ ବିଧାୟକଙ୍କ ସହ କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ମାଲୁ ସାଉନ୍ତା ସ୍କୁଲ ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

06/01/2025

ନାଲକୋ ଆଂଶିକ ଜମିହରା ସଂଘ ତରଫରୁ ଆସନ୍ତାକାଲି ୭ ତାରିଖ ଦିନ ଦାମନଯୋଡି ଠାରେ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି କହିଛନ୍ତି।

06/01/2025

ଚିପସ ବୋଝେଇ ଟିପର ତଳେ ମିନି ପିକଅପ
ଦୁରୁଗୁଡା ଜାତୀୟ ରାଜପଥରେ ଟିପର ଚିପସ ଅନାଲୋଡ କରୁଥିବା ବେଳେ ସେହି ସମୟରେ ମାଲ ବୋଝେଇ ମିନି ପିକଅପ ସୁନାବେଡା ଆଡେ ଯାଉଥିଲା।ଚିପସ ବୋଝେଇ ଟିପର ତଳେ ପିକଅପ ଟି ରହିଯାଇଥିଲା।ଏଥି ପାଇଁ ରାସ୍ତା ଦୁଇ ଘଣ୍ଟା ଅବରୋଧ ହୋଇଯାଇଥିଲା। ମେସିନ ଆସି ରାସ୍ତାରୁ ଟିପର କାଢିବା ପରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି।

06/01/2025

ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ।
ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ୨୦୨୫ କୁ ନେଇ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ ଏକ ସାମ୍ବାଦିକ ସମ୍ମିଳନୀରେ ୯ ଲକ୍ଷ ୮୯ ହଜାର ୫୪୭ ଭୋଟର ରହିଥିବା ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଓ ଲଗ୍ନଜିତ ରାଉତ, କୋରାପୁଟ ଉପ ଜିଲ୍ଲାପାଳ ବେଣୁଧର ଶବର, ଜିଲ୍ଲା ନିର୍ବାଚନ ଅଧିକାରୀ ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

06/01/2025

ପିକନିକ ସ୍ପଟ ପଣ୍ଡି ରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼,
ନୌବିହାରର ମଜା ନେଉଛନ୍ତି ପର୍ଯ୍ୟଟକ
Description
କୋରାପୁଟ ବ୍ଲକ ଅନ୍ତର୍ଗତ ଲଙ୍କାପୁଟ ପଞ୍ଚାୟତରେ ରହିଛି ପଣ୍ଡି ପିକନିକ ସ୍ପଟ। କୋରାପୁଟ ଜିଲ୍ଲା ସହ ବାହାର ଜିଲ୍ଳାର ପର୍ଯ୍ୟଟକ ମାନଙ୍କ ଭିଡ଼ ଜମୁଛି। କୋଲାବ ଜଳଭଣ୍ଡାରର ଜଳରାଶି ଏବଂ ପାହାଡ ଘେରାରେ ରହିଛି ପିକନିକ ସ୍ପଟ।ଏବେ ପର୍ଯ୍ୟଟନ ଋତୁ ରହିଥିବାରୁ କୋରାପୁଟ ଜିଲ୍ଲା ସହ ବାହାର ଜିଲ୍ଳାର ପର୍ଯ୍ୟଟକ ମାନଙ୍କ ଭିଡ଼ ଜମୁଛି ।ଆଜି ରବିବାର ସାପ୍ତାହିକ ଛୁଟି ରହିଥିବାରୁ ପର୍ଯ୍ୟଟକ ମାନଙ୍କ ଭିଡ଼ ପରିଲକ୍ଷିତ କରାଯାଇଥିଲା। ଲକ୍ଷ୍ମୀପୁର ବିଧାୟକଙ୍କ ସହ ରେଳବାଇ କର୍ମଚାରୀମାନେ ପଣ୍ଡି ପିକନିକ ସ୍ପଟ ଆସି ଭୋଜିଭାତ କରି ଆଦିବାସୀ ନୃତ୍ୟରେ ନାଚୁଥିବା ଦେଖିବାକୁ ମିଳିଥିଲା। ୨୦୦୦ ଦଶମ ଶ୍ରେଣୀ ବ୍ୟାଚ ଛାତ୍ରଛାତ୍ରୀ ମାନେ ପିକନିକ କରି ଏହାର ମଜା ନେଇଥିଲେ ।ପର୍ଯ୍ୟଟକ ମାନେ ନୌବିହାରର ମଜା ନେଉଥିବା ଦେଖିବାକୁ ମିଳିଥିଲା। ପର୍ଯ୍ୟଟକଙ୍କ ଭିଡ଼ ରହିଥିବାରୁ ବୋଟିଂ ପାଇଁ ପର୍ଯ୍ୟଟକ ମାନଙ୍କୁ ୱେଟିଂ କରିବାକୁ ପଡ଼ୁଥିଲା।
ମହିଳା ପର୍ଯ୍ୟଟକ ମାନଙ୍କ ପାଇଁ ମୌଳିକ ସୁବିଧା ଯୋଗାଇଦେବାକୁ ଦାବି ହେଉଛି ।ଶୌଚାଳୟ ଓ ସେକ୍ରେଟ ରୁମ ନିର୍ମାଣ କରିବାକୁ ଦାବି କରିଛନ୍ତି ମହିଳା ପର୍ଯ୍ୟଟକ ।ଆଗାମୀ ଦିନରେ ପଣ୍ଡି ପିକନିକ ସ୍ପଟ ପର୍ଯ୍ୟଟନ ମ୍ୟାପରେ ସ୍ଥାନ ପାଇବାକୁ ଯାଉଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି । ମୌଳିକ ସୁବିଧା କଣ କଣ ଦରକାର ତାହାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ପଣ୍ଡି ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର ରଖିବାକୁ ପର୍ଯ୍ୟଟକ ମାନଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ।

02/01/2025

#ମୁଖ୍ୟମନ୍ତ୍ରୀଙ୍କୁ_ଧନ୍ୟବାଦ_ଜଣାଇଲେ_ସସ୍ମିତା ।
Description
ଜୟପୁର ଠାରେ ଲୋକସେବା ଆୟୋଗ ପରୀକ୍ଷା କେନ୍ଦ୍ର ଖୋଲିବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନା ଯୋଗ୍ୟ ଯେ ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବର ଉଦଘାଟନୀ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ।ପରବ ମଞ୍ଚରେ ଜିଲ୍ଲାର ଲୋକ ପ୍ରତିନିଧି ମାନେ କୋରାପୁଟ ଜିଲ୍ଲାରେ ଲୋକସେବା ଆୟୋଗର ଏକ ପରୀକ୍ଷା କେନ୍ଦ୍ର କରିବାକୁ ଦାବି ଉପସ୍ଥାପନା କରିଥିଲେ ।ଆର୍ଥିକ ଅଭାବ ରହିଥିବାରୁ ମେଧାବୀ ଛାତ୍ରଛାତ୍ରୀ ମାନେ ଦୂର ଦୁରାନ୍ତ ପରୀକ୍ଷା କେନ୍ଦ୍ରକୁ ଯାଇ ପାରୁ ନ ଥିଲେ ବୋଲି ଜିଲ୍ଳା ପରିଷଦ ସଭାପତି ସସ୍ମିତା ମେଲେକା କହିଛନ୍ତି।ଜୟପୁର ଠାରେ ପରୀକ୍ଷା କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବାରୁ ସେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

31/12/2024

କୋରାପୁଟ ପୌର ପରିଷଦ ଅଧ୍ୟକ୍ଷଙ୍କ ଶୁଭେଚ୍ଛା ବାର୍ତ୍ତା
Description
ଇଂରାଜୀ ନୂତନ ବର୍ଷ ୨୦୨୫ ବର୍ଷ ଉପଲକ୍ଷେ କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ସମସ୍ତ ସହରବାସୀଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି।

31/12/2024

କୋରାପୁଟ ବିଧାୟକଙ୍କ ଶୁଭେଚ୍ଛା ବାର୍ତ୍ତା ଓ ନୂତନ ବର୍ଷର ସଂକଳ୍ପ
Description
ଇଂରାଜୀ ନୂତନ ବର୍ଷ ୨୦୨୫ ଉପଲକ୍ଷେ କୋରାପୁଟ ବିଧାୟକ ରଘୁରାମ ମାଛ କୋରାପୁଟ ନିର୍ବାଚନ ମଣ୍ଡଳୀ ବାସିନ୍ଦା ଏବଂ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
କୋରାପୁଟ ବସଷ୍ଟାଣ୍ଡ ଓ କୋରାପୁଟ ବାଇପାସ ନୂତନ ବର୍ଷର ସଂକଳ୍ପ ଅଟେ ବୋଲି ସେ କହିଛନ୍ତି। ଡିପିଆର ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।

Address

Pujariput, Koraput
Koraput

Telephone

+919437182101

Website

Alerts

Be the first to know and let us send you an email when MK NEWS, koraput posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to MK NEWS, koraput:

Share