04/03/2024
*ଗୋଟିଏ ଥର ମନଦେଇ ପଢିବାକୁ ଅନୁରୋଧ..*🙏🙏🙏
---------------------------------------
ଶୁନ୍ୟ ମୃତ୍ୟୁ ସପ୍ତାହ ଚାଲୁଛି, ଓଭର୍ ଟେକ୍ କଲା ବେଳେ ସାବଧାନ..
--------------------------------------.
ମାଆ ଗର୍ଭରୁ ସଂସାରକୁ ଆସିବା ପାଇଁ ମାତୃଗର୍ଭରେ ୯ ମାସ ରହି ଅପେକ୍ଷା କରୁଛେ।💚💙❤
ଚାଲିବା ପାଇଁ ଦୁଇ ବର୍ଷ,
ସ୍କୁଲରେ ପ୍ରବେଶପାଇଁ ତିନିବର୍ଷ,
ଭୋଟଦେବା ପାଇଁ ୧୮ ବର୍ଷ,
ଚାକିରି କରିବାକୁ ୨୨ ବର୍ଷ,
ବିବାହ କରିବାକୁ ୨୫-୩୦ ବର୍ଷ,
ଏହିପରି ଅନେକ ମଉକା ପାଇଁ ଆମେ ଅପେକ୍ଷା କରିଥାଉ....
*କିନ୍ତୁ......*❤💙💚
ଗାଡି ଓଭରଟେକ୍ କଲାବେଳେ ୩୦ ସେକେଣ୍ଡ୍ ବି ଅପେକ୍ଷା କରିପାରୁନା..
ଯଦି ଦୁର୍ଘଟଣା ହୋଇ ନ ମରି ଆଘାତ ପାଇ କୌଣସି ମତେ ବଂଚିଯାଉ ତ ତାହାକୁ ରିକୋଭରି କରିବା ପାଇଁ ମେଡିକାଲ୍ ରେ କେତେ ଘଣ୍ଟା କେତେ ଦିନ କେତେ ମାସ ବା କେତେ ବର୍ଷ ଲଗାଇଦେଇ ଥାଉ....
କିଛି ସେକେଣ୍ଡ ର ତରବର କେତେ ବଡ ପରିଣାମ ଆଣିଦେଇପାରେ... ?
ଯିବା ଲୋକ ଚାଲିଯିବେ କିନ୍ତୁ ପଛରେ ବିକଳାଙ୍ଗ ହେଇ ରହିଥିବା ଲୋକ ମାନଙ୍କର ଅବସ୍ଥା କ'ଣ ହେବ...?
ଏହା ଉପରେ କ'ଣ କେହି କେବେ ବିଚାର କରୁଛେ ?
ଆଉ ସବୁବେଳେ ଭାଗ୍ଯ ବା ନିୟତି କୁ ଦୋଷ ଦେଉଛେ।
ଏଣୁ
ବନ୍ଧୁ !💚💙❤
ଠିକ୍ ରାସ୍ତାରେ ଠିକ୍ ବେଗରେ ଗାଡିକୁ ନିଜ ନିୟନ୍ତ୍ରଣରେ ରଖି ଟ୍ରାଫିକ୍ ନିୟମକୁ ମାନି ଗାଡି ଚଲାନ୍ତୁ ଆଉ ସୁରକ୍ଷିତରେ ନିଜ ଲକ୍ଷସ୍ଥଳରେ ପହଂଚନ୍ତୁ....
ଆପଣଙ୍କ ନୀରିହ ପରିବାର ଆପଣଙ୍କୁ ଅପେକ୍ଷା କରିଛି...
*ଆପଣ ସାରା ଦୁନିଆ ପାଇଁ ଜଣେ ବ୍ୟକ୍ତି ହୋଇପାରନ୍ତି କିନ୍ତୁ ଆପଣଂକ ପରିବାର ପାଇଁ ଆପଣ ହିଁ ସାରା ଦୁନିଆ*
ଦୟାକରି ମେସେଜ୍ ଟିକୁ ସେୟାର୍ କରି ଲୋକଂକୁ ସଚେତନ କରାନ୍ତୁ।
ଆମେ ବଦଳିଲେ ଯୁଗ ବଦଳିବ।
ଆମେ ସୁଧୁରିଲେ ଯୁଗ ସୁଧୁରିବ।
ଭାରତର ଜଣେ ନାଗରିକ ହିସାବରେ ସଚେତନତା ପାଇଁ ପୋଷ୍ଟକରିଦେଲି l❤💙💚