Ollywood Zoom

Ollywood Zoom Contact information, map and directions, contact form, opening hours, services, ratings, photos, videos and announcements from Ollywood Zoom, Media/News Company, cda, sector 10, cuttack, odisha, Cuttack.

Ollywood Zoom ଚ୍ୟାନେଲ୍ ଟି କେବଳ ଓଲିଉଡ୍ ଶିଳ୍ପର ସୁରକ୍ଷା ପାଇଁ ଏବଂ ସବୁବେଳେ ଓଲିଉଡ୍ ଶିଳ୍ପର ଉନ୍ନତି ପାଇଁ Ollywood Zoomର ଏକ ଲକ୍ଷ..ତାହା ସହିତ ଓଲିଉଡ୍ ଶିଳ୍ପର କ୍ଷତି ଚାହୁଁଥିବା ବ୍ୟକ୍ତିଙ୍କର ମୁଖା ଖୋଲିବା 🙏 ଜୟ ଓଲିଉଡ୍

30/01/2025

ଲେଖକ, କବି, ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ଶେଷ ଯାତ୍ରା - Ollywood Zoom



Sritam Das

ଲେଖକ, କବି, ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ଦେହାବସାନ🙏🙏🙏ଗତକାଲି ମୌନୀ ଅମାବାସ୍ୟା ଦିନ ଓଲିଉଡର ପ୍ରଖ୍ୟାତ ଲେଖକ, କବି, ଗୀତିକାର...
30/01/2025

ଲେଖକ, କବି, ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ଦେହାବସାନ🙏🙏🙏

ଗତକାଲି ମୌନୀ ଅମାବାସ୍ୟା ଦିନ ଓଲିଉଡର ପ୍ରଖ୍ୟାତ ଲେଖକ, କବି, ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା ଚିରଦିନ ପାଇଁ ମୌନ ହୋଇଗଲେ। ୧୫ ଜାନୁଆରୀ ୧୯୪୪ ରେ ଜନ୍ମିତ ବୃନ୍ଦାବନ ଜେନା ୧୨.୨୦ ମିନିଟ୍ (୨୯ ଜାନୁଆରୀ ୨୦୨୫, ବୁଧବାର) ରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ର ନୂଆ ମେଡିସିନ ୱାର୍ଡ, ପ୍ରଥମ ମହଲା, I.C.U. ବେଡ୍ ନମ୍ୱର ୧୩ ରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ତିମ ନିଶ୍ୱାସ ତ୍ୟାଗ କଲେ। ମୃତ୍ୟୁ ସମୟରେ ତାଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ, ଯେତେବେଳେ ତାଙ୍କ ଏକମାତ୍ର ଝିଅ ସୁଦୂର ବାଙ୍ଗାଲୋର ରେ ଚାକିରୀରତ ଥିଲେ।

ଓଲିଉଡର ଜଣେ ଅପରିହାର୍ଯ୍ୟ ଗୀତିକାର ଭାବେ ତାଙ୍କ ରଚିତ ଗୀତଗୁଡ଼ିକ ଅଜସ୍ର ଦର୍ଶକମାନଙ୍କ ମନକୁ ସ୍ପର୍ଶ କରିଥିଲା। ତାଙ୍କ ଦ୍ଵାରା ଲିଖିତ ଏବଂ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ –

ଗୋରୀ ଦେଖିଲି, କାଳୀ ଦେଖିଲି, ଦେଖିଲି ଝିଅ ପଣେ,

ତୋରି ପରି ଏଡେ ସୁନ୍ଦରୀ, ନାହିଁତ କେହି ଜଣେ....,

ଏମିତି ରାତି, ସେ ଯେ ଅଭୁଲା ସ୍ମୃତି.... ଆଦି ଗୀତ ସଦାର ସ୍ମରଣୀୟ।

୧୯୮୦ ମସିହାରେ "ବାଟ ଅବାଟ" ଓ ୧୯୮୯ ରେ "ଶାସ୍ତି" ଚଳଚ୍ଚିତ୍ରରେ ତାଙ୍କ ନିର୍ଦ୍ଦେଶନା ଓଲିଉଡରେ ଏକ ସ୍ବତନ୍ତ୍ର ଚିହ୍ନ ରଚିଥିଲା। ଏହି ସହିତ ତାଙ୍କ "ଅଖ ବୁଲୁଥିଲେ ଚକ ବୁଲୁଥାଏ" ଓ "ବର୍ଣ୍ଣାଳୀ" ଧାରାବାହିକ ଗୁଡ଼ିକ ଦୂରଦର୍ଶନ ଦ୍ଵାରା ମୁକ୍ତି ପାଇ ଲୋକପ୍ରିୟତା ଅର୍ଜନ କରିଥିଲା।

ଓଡ଼ିଶା ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତରେ ତାଙ୍କ ଅବଦାନ ସ୍ମରଣୀୟ। ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ଓ ରାଜ୍ୟ ଚଳଚ୍ଚିତ୍ର ନିଗମ ତାଙ୍କୁ ସମ୍ମାନିତ କରିଥିଲା।

ବୃନ୍ଦାବନ ଜେନାଙ୍କ ବିୟୋଗରେ ଓଲିଉଡ ଏକ ପ୍ରଖ୍ୟାତ, କୁଶଳୀ ଗୀତିକାର, ଲେଖକ ଓ ନିର୍ଦ୍ଦେଶକଙ୍କୁ ହରାଇଲା। ମହାପ୍ରଭୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଏହି ଦୁଃଖ ସହିବା ଶକ୍ତି ଦିଅନ୍ତୁ - Ollywood Zoom


30/01/2025

ଓଲିଉଡ୍ ଶିଳ୍ପର ବିଶିଷ୍ଟ ଗୀତିକାର, ସଂଳାପକାର ଏବଂ ସିନେମା ନିର୍ଦ୍ଦେଶକ ବୃନ୍ଦାବନ ଜେନା ଆଜି ଯାହା ଛାଡ଼ି ଚାଲିଯାଇଛନ୍ତି ପିଢ଼ି ପରେ ପିଢ଼ି ମନେ ରଖିବେ.. Ollywood Zoom


30/01/2025

ବୃନ୍ଦାବନ ଜେନା ଓଲିଉଡ୍ ଶିଳ୍ପର ବିଶିଷ୍ଟ ଗୀତିକାର, ସଂଳାପକାର ଏବଂ ସିନେମା ନିର୍ଦ୍ଦେଶକ ସେ ଚାଲିଯିବା ଖବର ସମସ୍ତଙ୍କୁ କଷ୍ଟ ଦେଇଛି.. Ollywood Zoom


30/01/2025

ଓଲିଉଡ୍ ଶିଳ୍ପର ବିଶିଷ୍ଟ ଗୀତିକାର, ସଂଳାପକାର ଏବଂ ସିନେମା ନିର୍ଦ୍ଦେଶକ ବୃନ୍ଦାବନ ଜେନା ଚାଲିଯିବା ଖବର ସମସ୍ତଙ୍କୁ କଷ୍ଟ ଦେଇଛି.. Ollywood Zoom


30/01/2025

୮୧ ବର୍ଷ ବୟସରେ ଚାଲିଗଲେ ବିଶିଷ୍ଟ ଗୀତିକାର, ସଂଳାପକାର ଏବଂ ସିନେମା ନିର୍ଦ୍ଦେଶକ ବୃନ୍ଦାବନ ଜେନା.. Ollywood Zoom


30/01/2025

ବିଶିଷ୍ଟ ଗୀତିକାର, ସଂଳାପକାର ଏବଂ ସିନେମା ନିର୍ଦ୍ଦେଶକ ବୃନ୍ଦାବନ ଜେନାଙ୍କ ସ୍ଥାନ କେହି ପୁରଣ କରିପାରିବେ ନାହିଁ... ମନୋଜ ପଟ୍ଟନାୟକ


ବିଶିଷ୍ଟ ଗୀତିକାର, ସଂଳାପକାର ଏବଂ ସିନେମା ନିର୍ଦ୍ଦେଶକ ବୃନ୍ଦାବନ ଜେନା ଗତ କାଲି ୨୯ ଜାନୁଆରୀ ୨୦୨୫ ସମୟ ଦିନ ୧୨:୨୦ ମିନିଟ୍ ରେ SCB Medica...
30/01/2025

ବିଶିଷ୍ଟ ଗୀତିକାର, ସଂଳାପକାର ଏବଂ ସିନେମା ନିର୍ଦ୍ଦେଶକ ବୃନ୍ଦାବନ ଜେନା ଗତ କାଲି ୨୯ ଜାନୁଆରୀ ୨୦୨୫ ସମୟ ଦିନ ୧୨:୨୦ ମିନିଟ୍ ରେ SCB Medical New medicine ward ରେ ତାଙ୍କର ଦେହାନ୍ତ ହୋଇଥିଲା... ତାଙ୍କର ଝିଅ ଜ୍ବାଇଁ ବାଙ୍ଗାଲୋର ରୁ ଆଜି ଆସିବା ପରେ.. କଟକର ସିଡିଏ-୬ ରେ ଥିବା ନିଜର ବାସ ଭବନରୁ ଆଜି ଦିନ ୧୨:୪୫ ମିନିଟ୍ ସମୟରେ ବୃନ୍ଦାବନ ଜେନା ଙ୍କୁ ସ୍ବର୍ଗ ଦ୍ବାର ପୁରୀ କୁ ତାଙ୍କର ପରିବାର ସଦସ୍ୟମାନେ ନେଇ ଗଲେ... ସତରେ ବୃନ୍ଦାବନ ଜେନା ଓଲିଉଡ ଶିଳ୍ପ ପାଇଁ ଯେତିକି କରି ଯାଇଛନ୍ତି ସବୁବେଳେ ସେ ଅମର ରହିବେ 🙏


28/01/2025

ଲେଖକ ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା ଅସୁସ୍ଥ - କଟକ SCB Medical ରେ ଚିକିତ୍ସାଧୀନ....ବାପୁ ଲେଙ୍କା

ବୃନ୍ଦାବନ ଜେନାଙ୍କ ହିଟ୍ ଗୀତ ଅନେକ ଅଛି... ଯେମିତି କି:
୧: ଗୋରୀ ଦେଖିଲି କାଳି ଦେଖିଲି.. ଦେଖିଲି ଝିଅ ପଣେ...
୨: ଏମିତି ରାତି ଏ ଯେ ଅଭୁଲା ସ୍ମୃତି...
ଏଭଳି ଅନେକ ଗୀତ ଲେଖିବା ସହିତ ୧୯୮୦ ମସିହାରେ ଓଡ଼ିଆ ଚଳଚ୍ଚିତ୍ର "ବାଟ ଅବାଟ" ୧୯୮୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର "ସାସ୍ତି" ଇତ୍ୟାଦି ଚଳଚ୍ଚିତ୍ର ରେ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ... ଓଲିଉଡ୍ ପାଇଁ ଅନେକ କିଛି କରିଥିବା ଜଣେ ଭଲ କଳାକାର ବୃନ୍ଦାବନ ଜେନା ଆଜି ଅସୁସ୍ଥ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ହେଉଛନ୍ତି ହେଲେ ଓଲିଉଡ ଶିଳ୍ପରେ ଥିବା ଏତେ କଳାକାର ଭିତରୁ ମାତ୍ର ହାତ ଗଣତି କିଛି କଳାକାରଙ୍କୁ ଛାଡ଼ିଦେଲେ କେହି ଯାଇନଥିବା ଓଲିଉଡ ଶିଳ୍ପ ପାଇଁ ଦୁଖର ବିଷୟ.... ଆମର ଓଲିଉଡ୍ ଜୁମ୍ ପରିବାର ତରଫରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ ପ୍ରଭୁ ଶ୍ରୀ ଜଗନ୍ନାଥ ବୃନ୍ଦାବନ ଜେନାଙ୍କୁ ଯଥାଶୀଘ୍ର ସୁସ୍ଥ କରିଦିଅନ୍ତୁ 🙏🎬 Ollywood Zoom


14/01/2025

କଣ୍ଠଶିଳ୍ପୀ ପ୍ରସନ୍ନଜିତ୍ ମହାନ୍ତିଙ୍କ ଭଳି ଏତେ ଭଲ ମଣିଷ ମିଳିବା କଷ୍ଟକର... Ollywood Zoom


14/01/2025

କଣ୍ଠଶିଳ୍ପୀ ପ୍ରସନ୍ନଜିତ୍ ମହାନ୍ତିଙ୍କ ପାଖରୁ ମୁଁ କାମ ଶିଖିଥିଲି.. ସତ କହିବାକୁ ଗଲେ ସେ ଜଣେ ବହୁତ ଭଲ ମଣିଷ... Ollywood Zoom


14/01/2025

କଣ୍ଠଶିଳ୍ପୀ ପ୍ରସନ୍ନଜିତ୍ ମହାନ୍ତିଙ୍କୁ ସବୁଦିନ ପାଇଁ ଓଡ଼ିଶାବାସୀ ମନେ ରଖିବେ... Ollywood Zoom


14/01/2025

କଣ୍ଠଶିଳ୍ପୀ ପ୍ରସନ୍ନଜିତ୍ ମହାନ୍ତିଙ୍କର ଶେଷ ଗୀତ ଥିଲା "ସଜଫୁଲ"... ମୁଁ ମଧ୍ୟ ତାଙ୍କ ସହିତ ଗାଇବା ସୁଯୋଗ ପାଇଥିଲି... Ollywood Zoom


14/01/2025

ମୋର ସଙ୍ଗୀତ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ପ୍ରସନ୍ନଜିତ୍ ମହାନ୍ତିଙ୍କର ଶେଷ ଗୀତ ଥିଲା "ସଜଫୁଲ"... ଭାରି କଷ୍ଟ ଲାଗୁଛି ତାଙ୍କ ଯିବା ଖବର ଶୁଣି... Ollywood Zoom


14/01/2025

ଆକାଶବାଣୀ କଟକ କେନ୍ଦ୍ରର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଏବଂ ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀ ପ୍ରସନ୍ନଜିତ୍ ମହାନ୍ତିଙ୍କ ବିଷୟରେ ଘଟିଥିବା କିଛି ପୁରୁଣା ସ୍ମୃତି କହିଲେ...ବର୍ତ୍ତମାନ ସମୟରେ ଆକାଶବାଣୀ କଟକ କେନ୍ଦ୍ରର ଥିବା କେନ୍ଦ୍ର ନିର୍ଦ୍ଦେଶକ ଶ୍ରୀ ମାନସ ରଂଜନ ନାୟକ... Ollywood Zoom


14/01/2025

କଣ୍ଠଶିଳ୍ପୀ ପ୍ରସନ୍ନଜିତ୍ ମହାନ୍ତି ବହୁତ ଭଲ ଲୋକ ଥିଲେ ଏବଂ program sense ତାଙ୍କର ବହୁତ ଭଲ.... Ollywood Zoom


14/01/2025

କଣ୍ଠଶିଳ୍ପୀ ପ୍ରସନ୍ନଜିତ୍ ମହାନ୍ତି ମୋର ଅତି ଘନିଷ୍ଠ ଥିଲେ ଆମେ ସାଙ୍ଗହୋଇ ସମ୍ବଲପୁରରେ Law କରୁଥିଲୁ.... Ollywood Zoom

Address

Cda, Sector 10, Cuttack, Odisha
Cuttack
753014

Alerts

Be the first to know and let us send you an email when Ollywood Zoom posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Ollywood Zoom:

Videos

Share