Right India Odia News Channel

Right India Odia News Channel News page

01/07/2022
କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ। ତାଙ୍କ ନିକଟରୁ ୩୨ କିଲୋ ଗଞ୍ଜେଇ ଜବତ ।
25/02/2021

କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରା ପଡିଲେ ଦୁଇ ଗଞ୍ଜେଇ ବେପାରୀ। ତାଙ୍କ ନିକଟରୁ ୩୨ କିଲୋ ଗଞ୍ଜେଇ ଜବତ ।

14/02/2021
26/01/2021

ନ୍ୟୁ ଷ୍ଟିୱାର୍ଟ ବିଦ୍ୟାଳୟରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ

ମକର ସଂକ୍ରାନ୍ତିରେ ମା କଟକ ଚଣ୍ଡୀଙ୍କର ସୂନା ବେଶ ଦର୍ଶନ
14/01/2021

ମକର ସଂକ୍ରାନ୍ତିରେ ମା କଟକ ଚଣ୍ଡୀଙ୍କର ସୂନା ବେଶ ଦର୍ଶନ

14/11/2020

ଖାନନଗର ଶ୍ମଶାନକାଳୀଙ୍କ ଦର୍ଶନ

14/11/2020

ଖାନନଗର ମା କାଳୀ ମନ୍ଦିର ମା'ଙ୍କ ପୂଜା

 କଟକ, ୪୨ମୌଜା ମିର୍ଜାଇପୁର ଗ୍ରାମର ଚିତ୍ତରରଞ୍ଜନ ବେହେରା ବ୍ରେନ୍ ଅପରେସନ ହେବାପରେ ଗୁରୁତର ଅସୁସ୍ଥ ହୋଇ  ଦୀର୍ଘଦିନ ହେବ ଘରେ ଶଯ୍ୟାଶାୟୀ ହୋ...
29/07/2020


କଟକ, ୪୨ମୌଜା ମିର୍ଜାଇପୁର ଗ୍ରାମର ଚିତ୍ତରରଞ୍ଜନ ବେହେରା ବ୍ରେନ୍ ଅପରେସନ ହେବାପରେ ଗୁରୁତର ଅସୁସ୍ଥ ହୋଇ ଦୀର୍ଘଦିନ ହେବ ଘରେ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି। ପରିବାରର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେତୁ ଆବଶ୍ୟକୀୟ ଚିକିତ୍ସା ହୋଇପାରୁନାହିଁ। ତାଙ୍କର ଏହି ଅସମୟରେ ତାଙ୍କ ପାଖେ ପହଂଚିଛନ୍ତି ୪୨ମୌଜା ଆଶୀର୍ବାଦ ପରିବାର। ଆଶୀର୍ବାଦ ପରିବାରର ସଦସ୍ଯମାନଙ୍କ ତରଫରୁ ଚିତ୍ତରଞ୍ଜନଙ୍କ ଚିକିତ୍ସା ପାଇଁ ସ୍ୱଳ୍ପ ଅର୍ଥରାଶି ପ୍ରଦାନ କରାଯିବା ସହ ଚିତ୍ତରଞ୍ଜନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଅଛି।
~ ଆଶୀର୍ବାଦ ପରିବାର 🙏

ରଜ ପର୍ବ ଉପଲକ୍ଷେ ସମଗ୍ର କଟକ ମହାନଗର ଅଞ୍ଚଳର ବଜ଼ାର ମାନଙ୍କରେ ଦେଖାଦେଉଥିବା ନାହିଁ ନଥିବା ଜଣ ଗହଳି ଓ କୋଭିଡ-୧୯ ନିୟମ ଉଲଂଘନକାରୀ ଙ୍କୁ ଦୃ...
13/06/2020

ରଜ ପର୍ବ ଉପଲକ୍ଷେ ସମଗ୍ର କଟକ ମହାନଗର ଅଞ୍ଚଳର ବଜ଼ାର ମାନଙ୍କରେ ଦେଖାଦେଉଥିବା ନାହିଁ ନଥିବା ଜଣ ଗହଳି ଓ କୋଭିଡ-୧୯ ନିୟମ ଉଲଂଘନକାରୀ ଙ୍କୁ ଦୃଷ୍ଟିରେ ରଖି ଆଗାମୀ ସୋମବାର ଓ ମଙ୍ଗଳବାର ଦିନ ଯେପରି ସରକାରଙ୍କ ନିୟମ ପାଳନ କରି ଦୋକାନ ବଜ଼ାର ଚାଲିପରିବ ତଥା ଜନସାଧାରଣମାନେ ମଧ୍ୟ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ନିୟମାନୁସାରେ ବଜ଼ାର ମଧ୍ୟରେ ପ୍ରବେଶ କରିପାରିବେ, ସେସବୁ ପ୍ରତି ସି ଏମ ସି ଯଥେଷ୍ଟ ଧ୍ୟାନ ଦେବ । ଏହି ପ୍ରରିପେକ୍ଷିରେ ଏନ୍ଫୋର୍ସମେଣ୍ଟ କୁ ଅଧିକ କଡାକଡି କରାଯାଇ ଦୋକାନୀ ଓ କିଣିବାକୁ ଆସୁଥିବା ବ୍ୟକ୍ତି ଉଭୟ ନିୟମ ଉଲଂଘନକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବିଶେଷ କରି ଦୋକାନୀମାନେ ନିୟମଉଲଂଘନ କରିଲେ
ସେମାନଙ୍କର ଦୋକାନକୁ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ କରିଦିଆଯିବ ତଥା ଟ୍ରେଡ ଲାଇସେନ୍ସ ବାତିଲ କରାଯିବ ବୋଲି ସି ଏମ ସି କମିଶନର ଅନନ୍ୟା ଦାସ ନିର୍ଦ୍ଦେଶନାମା ଜାରିକରି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।ଅନୁରୂପ ଭାବେ ସମଗ୍ର ଜିଲ୍ଲାର ଗ୍ରାମାଞ୍ଚଳ, ତହସିଲ ମାନଙ୍କରେ ସାମାଜିକ ଦୂରତା, ମାସ୍କ ପରିଧାନ ଓ ଅନ୍ୟାନ୍ୟ ସରକାରୀ ନିୟମ ପାଳନ କରି ନିଜ ନିଜ ଘରେ ରହି ରଜ ପାଳିବାକୁ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଗଣମାଧ୍ୟମକୁ ସୂଚନା ଦେବା ସହ ନିର୍ଦ୍ଧେଶନାମା ଜାରି କରିଛନ୍ତି।
ଏହି ଖବର ପ୍ରକାଶନ ନିମନ୍ତେ ପ୍ରେରଣ କରାଗଲା। ଜି. ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ,କଟକ

 ରଜରେ ଘରକୁ ଆନନ୍ଦ ଆଣନ୍ତୁ, କରୋନା ନୁହେଁ କରୋନା:ରାଜ୍ୟ ସରକାର ଙ୍କ ସୂଚନାକରୋନା ସଂକ୍ରମଣ ରେ ଜନସଂଖ୍ୟା ଘନତ୍ୱର ପ୍ରଭାବ ରହିଛି
11/06/2020


ରଜରେ ଘରକୁ ଆନନ୍ଦ ଆଣନ୍ତୁ, କରୋନା ନୁହେଁ
କରୋନା:ରାଜ୍ୟ ସରକାର ଙ୍କ ସୂଚନା
କରୋନା ସଂକ୍ରମଣ ରେ ଜନସଂଖ୍ୟା ଘନତ୍ୱର ପ୍ରଭାବ ରହିଛି

  ଆଜି ସନ୍ଧ୍ୟା ୫ଟା ୩୦ ମିନିଟରେ ଦେଶ ବିଦେଶର ସବୁ ଓଡ଼ିଆ ଭାଇଭଉଣୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
30/05/2020


ଆଜି ସନ୍ଧ୍ୟା ୫ଟା ୩୦ ମିନିଟରେ ଦେଶ ବିଦେଶର ସବୁ ଓଡ଼ିଆ ଭାଇଭଉଣୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। କୋଭିଡ଼ ଯୁଦ୍ଧରେ ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ଛାଡି ସଂକ୍ରମଣ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଏଭଳି ଆହ୍ବାନ ଦିଆଯାଇଛି। ଓଡ଼ିଆ ଭାଇଭଉଣୀମାନେ ଦୁନିଆର ଯେଉଁଠାରେ ବି ଥା’ନ୍ତୁ ଠିଆ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

👉ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ରୋଗୀ ଜଣକ ଏସ୍‌ସିବିର ହେମାଟୋଲୋଜି, ମେଡିସିନ୍‌ ଓ ପଲ୍ୟୁମ୍‌ନାରୀ ମେଡିସିନ୍‌ ବିଭାଗକୁ ଯାଇଥି...
29/05/2020

👉ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ରୋଗୀ ଜଣକ ଏସ୍‌ସିବିର ହେମାଟୋଲୋଜି, ମେଡିସିନ୍‌ ଓ ପଲ୍ୟୁମ୍‌ନାରୀ ମେଡିସିନ୍‌ ବିଭାଗକୁ ଯାଇଥିଲେ । ସଂପୃକ୍ତ ରୋଗୀ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ହେମାଟୋଲୋଜି ବିଭାଗ ପୁରୁଷ ୱାର୍ଡରେ ଆଡମିଟ୍‌ ହୋଇ ଚିକିତ୍ସିତ ହୋଇଥିଲେ । ତେଣୁ ସଂପୃକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ହେମାଟୋଲୋଜି ବିଭାଗର ୩ଜଣ ଡାକ୍ତର ଓ ୪ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନ୍‌ରେ ପଠାଯାଇଥିବାବେଳେ ସେମାନଙ୍କଠାରୁ ସ୍ୱାବ୍‌ ସଂଗ୍ରହ କରାଯାଇଛି । ତେବେ ରୋଗୀ ଯେଉଁ ୱାର୍ଡରେ ଭର୍ତ୍ତି ହୋଇଥିଲେ ସେଠାରେ ଆଉ ୩୦ଜଣ ରୋଗୀ ଆଡମିସନ ହୋଇଛନ୍ତି ।
👉ସେମାନଙ୍କ ମଧ୍ୟରୁ କେତେଜଣ ଡିସଚାର୍ଜ ହୋଇ ଘରକୁ ଫେରିଥିବା ବେଳେ ଆଉ କେତେଜଣ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଏବେ ଉକ୍ତ ରୋଗୀମାନଙ୍କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ମେଡିକାଲ୍‌ କର୍ତ୍ତୃପକ୍ଷ । କେବଳ ସେତିକି ନୁହେଁ, ସଂପୃକ୍ତ ରୋଗୀ ମେଡିକାଲ୍‌ ବାହାରକୁ ଯାଇ ନିଜର ରକ୍ତ ପରୀକ୍ଷା ମଧ୍ୟ କରାଇଥିଲେ । ତେଣୁ ସଂକ୍ରମଣ ବ୍ୟାପିଛି କି ନା ତାହା ଆକଳନ କରିବା ମୁସ୍କିଲ୍‌ ହୋଇଯାଇଛି ।

 ରାଜ୍ୟରେ ଗୁରୁବାର ଆଉ ୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି ।
28/05/2020


ରାଜ୍ୟରେ ଗୁରୁବାର ଆଉ ୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦କୁ ବୃଦ୍ଧି ପାଇଛି ।

କଟକ ମହାନଗର  56 ନମ୍ବର ୱାର୍ଡ ମୁକାମେସ୍ଵର ର ଝରି ମହାନ୍ତି l ରୋଜଗାର ବୟସ ରେ ଅଜଣା ବ୍ୟାଧି ରେ ଦୀର୍ଘ 28 ବର୍ଷ ଧରି ମୃତ୍ଯୁ ସହ ସଂଗ୍ରାମ କ...
27/05/2020

କଟକ ମହାନଗର 56 ନମ୍ବର ୱାର୍ଡ ମୁକାମେସ୍ଵର ର ଝରି ମହାନ୍ତି l ରୋଜଗାର ବୟସ ରେ ଅଜଣା ବ୍ୟାଧି ରେ ଦୀର୍ଘ 28 ବର୍ଷ ଧରି ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି l ଶେଷରେ ରୋଗର ଚିକିତ୍ସା ନାହିଁ ବୋଲି ଡାକ୍ତର ଙ୍କ ନିରାଶ ବାଣୀ ପରେ ପରିବାର ଉପରେ ଚଡକ ପଡିଗଲା l ଏକ ମାତ୍ର ପୁଅ ଅଧାରୁ ପାଠ ଛାଡି ଅଟୋ ଚଳାଇ ଆଜି ପର୍ଯ୍ୟନ୍ତ ବାପାର ଔଷଧ ଯୋଗାଇବା ସହ ପରିବାର ଚଳାଇ ଆସୁଥିଲା l ହେଲେ ମହାମାରୀ କରୋନା ଆଜି ପରିବାର ପାଁଇ ବାଟ ଓଗାଳି ଦେଇଛି l ଦୁଇ ମାସ ଲକ ଡାଉନ ରେ ଅଟୋ ନ ଚାଲିବାରୁ ଚୁଲି ବି ଜଳି ପାରୁ ନାହିଁ l କେବଳ ସରକାର ଙ୍କ ଭତା ହିଂ ଭରଷା l
👉ବିକାଶ ମହାନ୍ତି,,,, ପୁଅ ଅପର ପଟେ ଅଟୋ ର ଋଣ କିସ୍ତି,,, ପରିବାର ର ପେଟ ଚିନ୍ତା ଆଉ ରୋଗୀଣା ସ୍ୱାମୀର ଔଷଧ ଚିନ୍ତାରେ ପତ୍ନୀ ବାର ଦ୍ୱାର ଶୁଣ୍ଢୀ ପିଣ୍ଡା ହେଉଛନ୍ତି l ଏଭଳି ଅସମୟରେ କିଏ କେତେ ବେଳେ ଦେଉଥିବା ହାତ ଟେକା ସହାୟତା କୁ ଚାତକ ପରି ଚାହିଁ ରହୁଥିବା ବେଳେ,,, ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି
ପ୍ରତିମା ମହାନ୍ତି,,,, ରୋଗୀର ପତ୍ନୀ

Address

Cuttack
753002

Telephone

+916370992916

Website

Alerts

Be the first to know and let us send you an email when Right India Odia News Channel posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Right India Odia News Channel:

Share


Other News & Media Websites in Cuttack

Show All