Balangir News

Balangir News Balangir News ରାଜ୍ୟ, ଦେଶ, ବିଦେଶ, ଖେଲ, ମନୋରଞ୍ଜନ, ଏ

ବଲାଙ୍ଗୀର ଡବଲ ମଡରର୍ ଘଟଣା ରେ ୮ ଅଭିଯୁକ୍ତ ଗିରଫ।
29/10/2024

ବଲାଙ୍ଗୀର ଡବଲ ମଡରର୍ ଘଟଣା ରେ ୮ ଅଭିଯୁକ୍ତ ଗିରଫ।

ନିରୁଦ୍ଦିଷ୍ଟ
17/09/2024

ନିରୁଦ୍ଦିଷ୍ଟ

ଭାଗିରଥୀ ଛକରେ ଦୁର୍ଘଟଣା : ଦୁଇଜଣ ଆହତସୂଚନା ଅନୁଯାୟୀ ଡ୍ରାଇଭର ଗିରଫ୍।
28/08/2024

ଭାଗିରଥୀ ଛକରେ ଦୁର୍ଘଟଣା : ଦୁଇଜଣ ଆହତ
ସୂଚନା ଅନୁଯାୟୀ ଡ୍ରାଇଭର ଗିରଫ୍।

ଘରେ ଘରେ ତ୍ରିରଙ୍ଗା  ଅଭିଯାନ: ଜିଲ୍ଲା ପ୍ରଶାସନର  ତ୍ରିରଙ୍ଗା ଶୋଭାଯାତ୍ରା • ଅଭିଯାନରେ ସାମିଲ ହେଲେ ଲୋକ ପ୍ରତିନିଧି, ଜିଲ୍ଲାପାଳ ଏବଂ ଆରକ୍...
13/08/2024

ଘରେ ଘରେ ତ୍ରିରଙ୍ଗା ଅଭିଯାନ: ଜିଲ୍ଲା ପ୍ରଶାସନର ତ୍ରିରଙ୍ଗା ଶୋଭାଯାତ୍ରା
• ଅଭିଯାନରେ ସାମିଲ ହେଲେ ଲୋକ ପ୍ରତିନିଧି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ
• ଦେଲେ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା

ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ  ରାଲି କାଲି ସକାଳ 7 ରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଆରମ୍ଭ ହେବ |
12/08/2024

ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ରାଲି କାଲି ସକାଳ 7 ରେ କୋଶଳ କଳା ମଣ୍ଡଳ ପଡ଼ିଆରୁ ଆରମ୍ଭ ହେବ |

ବସୁନ୍ଧରା ଯୋଜନାରେ ଗ୍ରାମୀଣ ଅଞ୍ଚଳରେ ଘରଡିହହୀନ ପରିବାରକୁ ମିଲିବ ଘରଡିହ।
10/08/2024

ବସୁନ୍ଧରା ଯୋଜନାରେ ଗ୍ରାମୀଣ ଅଞ୍ଚଳରେ ଘରଡିହହୀନ ପରିବାରକୁ ମିଲିବ ଘରଡିହ।

ସହଯୋଗ ଫାଉଣ୍ଡେସନ୍ ବଲାଙ୍ଗିର ଦ୍ୱାରା ବିଶ୍ୱ ଶାନ୍ତି ପାଇଁ ଶିବ ଜଳାଭିଷେକ ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂସ୍ଥା, ସହଯୋଗ ଫାଉଣ୍ଡେସନ୍, ବଲାଙ୍...
03/08/2024

ସହଯୋଗ ଫାଉଣ୍ଡେସନ୍ ବଲାଙ୍ଗିର ଦ୍ୱାରା ବିଶ୍ୱ ଶାନ୍ତି ପାଇଁ ଶିବ ଜଳାଭିଷେକ

ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂସ୍ଥା, ସହଯୋଗ ଫାଉଣ୍ଡେସନ୍, ବଲାଙ୍ଗିରର ଖୁଝେନପାଲି ଅବସ୍ଥିତ ଧବଳେଶ୍ୱର ମନ୍ଦିରରେ ବିଶ୍ୱ ଶାନ୍ତି ପାଇଁ ଶିବ ଜଳାଭିଷେକର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ ଭକ୍ତ ଜଳ ଚଢାଇ ଭଗବାନ୍ ଭୋଳେନାଥଙ୍କର ଆଶୀର୍ବାଦ ଓ ପ୍ରସାଦ ଗ୍ରହଣ କରିଥିଲେ। ଏହି ପବିତ୍ର ସୁଯୋଗରେ ଭକ୍ତମାନେ ଧାର୍ମିକ ସଙ୍ଗୀତ ଓ ମନ୍ତ୍ର ସହିତ ଭଗବାନ ଶିବଙ୍କ ଅଭିଷେକ କରିଥିଲେ, ଯାହା ଦ୍ୱାରା ସମଗ୍ର ପରିବେଶରେ ଏକ ଦିବ୍ୟ ଉର୍ଜାର ସଞ୍ଚାର ହୋଇଥିଲା।

ଶିବ ଜଳାଭିଷେକର ମହିମା ବର୍ଣ୍ଣନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପବିତ୍ର ଅନୁଷ୍ଠାନ ଦ୍ୱାରା ବ୍ୟକ୍ତି ନିଜର ମନ, ଶରୀର ଓ ଆତ୍ମାକୁ ଶୁଦ୍ଧ କରେ। ଭଗବାନ୍ ଶିବକୁ ଜଳ ଅର୍ପଣ କରିବାରୁ ସମସ୍ତ ବ୍ୟାଧି ଓ ବିପଦ ଦୂର ହୋଇଥାଏ ଓ ଜୀବନରେ ସୁଖ-ସମୃଦ୍ଧିର ଆଗମନ ହୁଏ। ଶିବ ଜଳାଭିଷେକ ଭକ୍ତମାନଙ୍କୁ ମାନସିକ ଶାନ୍ତି ଓ ସନ୍ତୁଳନ ଦିଏ, ଯାହାରୁ ସେମାନେ ଜୀବନର ସମସ୍ତ ଚ୍ୟାଲେଞ୍ଜର ସମନ୍ତ ଶକ୍ତି ମିଳେ। ଭଗବାନ ଶିବଙ୍କ ଦୟାରୁ ଭକ୍ତମାନଙ୍କ ଜୀବନରେ ଆଧ୍ୟାତ୍ମିକ ଉନ୍ନତି ହୁଏ ଓ ସେମାନେ ସତ୍ୟ ଧର୍ମର ପଥରେ ଅଗ୍ରସର ହୁଅନ୍ତି।

ଶିବ ଜଳାଭିଷେକର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ଵ ଅତ୍ୟଧିକ। ପ୍ରାଚୀନ ଶାସ୍ତ୍ରମାନେ ଉଲ୍ଲେଖ କରିଛନ୍ତି ଯେ ଶିବ ଜଳାଭିଷେକରେ ସମସ୍ତ ପ୍ରକାରର ନକାରାତ୍ମକ ଉର୍ଜା ସମାପ୍ତ ହୁଏ ଓ ବ୍ୟକ୍ତିକୁ ନୂଆ ଜୀବନ ଜୀବନ୍ତା ପାଇଁ ପ୍ରେରଣା ମିଳେ। ଶିବଜୀଙ୍କ ଜଳାଭିଷେକ କରିବାରୁ ବ୍ୟକ୍ତିକୁ ସମ୍ପୂର୍ଣ୍ଣ ଜୀବନରେ ଶାନ୍ତି, ସନ୍ତୋଷ ଓ ସମୃଦ୍ଧି ମିଳେ। ଶିବ ପୁରାଣରେ କୁହାଯାଏ ଯେ ଯେଉଁ ଭକ୍ତ ସତ୍ୟ ମନରୁ ଭଗବାନ ଶିବଙ୍କ ଜଳାଭିଷେକ କରେ, ସେ ମୋକ୍ଷ ପାଉଥାଏ ଓ ଜୀବନର ସମସ୍ତ ସଙ୍କଟରୁ ମୁକ୍ତି ମିଳେ।

ଏହି ଆୟୋଜନରେ ସମସ୍ତ ଭକ୍ତମାନେ ଉତ୍ସାହପୂର୍ଣ୍ଣ ଭାବରେ ଭାଗ ନେଇଥିଲେ ଓ ସହଯୋଗ ଫାଉଣ୍ଡେସନ୍ଙ୍କର ଏହି ପ୍ରଶଂସନୀୟ ପ୍ରୟାସକୁ ଭୁରି-ଭୁରି ପ୍ରଶଂସା କରିଥିଲେ। ସଂସ୍ଥା ନିଜର ଏହି ଚେଷ୍ଟା ମାଧ୍ୟମରେ ସମାଜରେ ଧାର୍ମିକ ଓ ସାଂସ୍କୃତିକ ଜାଗରଣ କରିଛି। ଭକ୍ତମାନେ କହିଛନ୍ତି ଯେ ଏହି ପ୍ରକାରର ଧାର୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ କେବଳ ସମାଜରେ ଏକତା ଓ ସମରସତାର ବିକାଶ ହୁଏ ନୁହେଁ, ବରଂ ଏଥିରୁ ଆସନ୍ତା ପିଢି ମଧ୍ୟ ନିଜ ଧର୍ମ ଓ ସଂସ୍କୃତି ପ୍ରତି ସଚେତନ ହୋଇଥାଏ।

ସହଯୋଗ ଫାଉଣ୍ଡେସନ୍ ଏହି ଆୟୋଜନ ମାଧ୍ୟମରେ ସମାଜରେ ଧାର୍ମିକ ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ସଚେତନତା ପ୍ରଚାର କରିବାକୁ ଚେଷ୍ଟା କରିଛି, ଯାହା ନିଶ୍ଚିତ ଭାବରେ ପ୍ରଶଂସନୀୟ। ସଂସ୍ଥା କହିଛି ଯେ ସେ ଭବିଷ୍ୟତରେ ମଧ୍ୟ ଏପରି ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମର ଆୟୋଜନ କରିବ, ଯାହା ମାଧ୍ୟମରେ ସମାଜରେ ଶାନ୍ତି, ସମୃଦ୍ଧି ଓ ଶୁଭ ଆବହାବାସ ସାଜି ରହିବ।
Balangir News

ବିଶେଷ ସୂଚନା: ଅଭିଯୋଗ ଥିଲେ ନିମ୍ନଲିଖିତ ତାଲିକା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରନ୍ତୁ। ଆସନ୍ତା ତା: ୦୫.୦୮.୨୦୨୪ ରିଖ ସୋମବାର ଦିନ ବଲାଙ୍ଗି...
02/08/2024

ବିଶେଷ ସୂଚନା: ଅଭିଯୋଗ ଥିଲେ ନିମ୍ନଲିଖିତ ତାଲିକା ଅନୁଯାୟୀ ନିଜର ଅଭିଯୋଗ ଦାଖଲ କରନ୍ତୁ।
ଆସନ୍ତା ତା: ୦୫.୦୮.୨୦୨୪ ରିଖ ସୋମବାର ଦିନ ବଲାଙ୍ଗିର ଜିଲ୍ଲାରେ ନିମ୍ନ ସୂଚୀ ଅନୁଯାୟୀ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।

୧୪ ନାବାଳକ ଗିଡିଚାଲକଙ୍କୁ ଫାଇନ ସହ ଗାଡିଜବତ ବଲାଙ୍ଗୀର : ଗତକାଲି ବଲାଙ୍ଗୀର ଆର୍'ଟିଓ ପକ୍ଷରୁ ୧୪ ନାବାଳକ ଗିଡିଚାଲକଙ୍କୁ ଫାଇନ କରିବା ସହ ଗା...
01/08/2024

୧୪ ନାବାଳକ ଗିଡିଚାଲକଙ୍କୁ ଫାଇନ ସହ ଗାଡିଜବତ

ବଲାଙ୍ଗୀର : ଗତକାଲି ବଲାଙ୍ଗୀର ଆର୍'ଟିଓ ପକ୍ଷରୁ ୧୪ ନାବାଳକ ଗିଡିଚାଲକଙ୍କୁ ଫାଇନ କରିବା ସହ ଗାଡିଜବତ କରାଯାଇଛି। ସୂଚନା ଅନୁଯାୟୀ ଏହି ନାବାଳକଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ର ଥିବା ଜଣାପଡ଼ିଛି।

୫୪ ଜଣଙ୍କୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଫାଇନ ବାଲାଙ୍ଗୀର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର କରି ଗତକାଲି ଟ୍ରାଫିକ ନିୟମ ଉଲ୍ଲଙ୍...
31/07/2024

୫୪ ଜଣଙ୍କୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଫାଇନ
ବାଲାଙ୍ଗୀର ଟାଉନରେ ସ୍ଥାପିତ ସିସିଟିଭି ସିଷ୍ଟମ ବ୍ୟବହାର କରି ଗତକାଲି ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ୫୪ ଜଣଙ୍କ ଉପରେ ୧୨୦୦୦୦ ଟଙ୍କା ଫାଇନ କରା ଯାଇଛି ।
ଗୋଟିଏ ଦୁଇ ଚକିଆ ଗାଡିରେ ଦୁଇ ରୁ ଅଧିକ ଜଣ ବସନ୍ତ ନାହିଁ। ସଚେତନତା ଅବଲମ୍ବନ କରନ୍ତୁ, ଫାଇନ ଦେବା ରୁ ବଞ୍ଚନ୍ତୁ।

ପଚାଶ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ଼ ର AEE.Patnagarh RW sub-division.
24/07/2024

ପଚାଶ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ପାଟଣାଗଡ଼ ର AEE.
Patnagarh RW sub-division.

ଜୁଲାଇ ୧ରୁ ଲାଗୁ ହେବ ନୂଆ ଆଇନ, ଗରିବ ଲୋକଙ୍କୁ ଓକିଲଙ୍କ ବିନା ସହାୟତାରେ ମିଳିପାରିବ ଜାମିନ। ଆସନ୍ତା ମାସ ଜୁଲାଇ ୧ ତାରିଖ ରୁ ଲାଗୁ ହେବ ନୂଆ...
30/06/2024

ଜୁଲାଇ ୧ରୁ ଲାଗୁ ହେବ ନୂଆ ଆଇନ, ଗରିବ ଲୋକଙ୍କୁ ଓକିଲଙ୍କ ବିନା ସହାୟତାରେ ମିଳିପାରିବ ଜାମିନ।

ଆସନ୍ତା ମାସ ଜୁଲାଇ ୧ ତାରିଖ ରୁ ଲାଗୁ ହେବ ନୂଆ ଆଇନ। ଗରିବ ଲୋକଙ୍କୁ ଓକିଲଙ୍କ ବିନା ସହାୟତାରେ ଜାମିନ ମିଳିପାରିବ। ଜେଲରେ ଥିବା ବହୁ ଗରିବ ଲୋକଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଓକିଲଙ୍କୁ ନିୟୋଜିତ କରି ଜାମିନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏଭଳି ଲୋକଙ୍କୁ ଜାମିନ ଦେବା ପାଇଁ ଅଦାଲତଙ୍କୁ ଜେଲ ଅଧୀକ୍ଷକ ଜଣାଇପାରିବେ। ଜୁଲାଇ ୧ରୁ ଲାଗୁ ହେବାକୁ ଥିବା ନୂଆ ଆଇନରେ ଏଭଳି ବ୍ୟବସ୍ଥା କରାଯାଇଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ରେଟ୍ ବଢାଇଲେ ଏଆର୍'ଟେଲ୍ ଓ ଜିଓ ।
28/06/2024

ରେଟ୍ ବଢାଇଲେ ଏଆର୍'ଟେଲ୍ ଓ ଜିଓ ।

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ ଓ ସପଥ ଗ୍ରହଣ ସମାରୋହ କୁ ନିମନ୍ତ୍ରଣ କେଲ।
12/06/2024

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୂଆ ମୁଖ୍ୟମନ୍ତ୍ରୀ ଓ ସପଥ ଗ୍ରହଣ ସମାରୋହ କୁ ନିମନ୍ତ୍ରଣ କେଲ।

Congratulations to Our CM Hon'ble Mohan Charan Majhi and Deputy CM Hon'ble Kanak Vardhan Singhdeo.
11/06/2024

Congratulations to Our CM Hon'ble Mohan Charan Majhi and Deputy CM Hon'ble Kanak Vardhan Singhdeo.

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ – ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।ବଲ...
11/06/2024

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ – ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ।

ବଲାଙ୍ଗିର ୧୧/୦୬: ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂ ଦେଓ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ, ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାତ କୁମାର ମହାପାତ୍ର , ବଲାଙ୍ଗୀର ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଆସିଷ୍ଟାଣ୍ଟ କଲେକ୍ଟର (ଜରୁରୀକାଳିନ ବିଭାଗ) ସସ୍ମିତା ପ୍ରଧାନଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ଅଗ୍ନିଶମ ଏବଂ ଓଡ୍ରାଫ ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବ୍ଲକ ମୁଖ୍ୟାଳୟ ଓସ୍ୱାନ ହଲ ଠାରେ ସମ୍ପୃକ୍ତ ଉପ ଜିଲ୍ଲାପାଳ ,ପଞ୍ଚାୟତ ସମିତି ର ଅଧ୍ୟକ୍ଷ,ଅଧ୍ୟକ୍ଷା ,ପୌର ପରିଷଦ ଓ ଏନଏସି ର ଅଧ୍ୟକ୍ଷ,ଅଧ୍ୟକ୍ଷା ,ବିଡିଓ ,ତହସିଲଦାର ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଅଭାଷୀ ମାଧ୍ୟମରେ ଏହି ବୈଠକରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ଓଡ଼ିଶା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ର ରେ ଶ୍ରେଷ୍ଠ ଥିବା ଜଣେଇଥିଲେ । ତେଣୁ ଏହା କିପରି ବଳବତ୍ତର ରହିବ ସେଥିପାଇଁ ସମସ୍ତ ବିଭାଗ ସମନ୍ବୟ ରକ୍ଷା କରି କାମ କରିବାକୁ ନିର୍ଦେଶ ଦେଇଥିଲେ । ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା ,ବାତ୍ୟା ର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ ମାନେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଓ ବାତ୍ୟା ର ମୁକାବିଲା ନିମନ୍ତେ ଜିଲ୍ଲାରେ ପ୍ରାକ ପ୍ରସ୍ତୁତି ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବୈଠକରେ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ଜିଲ୍ଲା କାର୍ଯ୍ୟାଳୟ ,ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ,ସମସ୍ତ ବ୍ଲକ ,ତହସିଲ ଓ ଜରୁରୀ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟ ଗୁଡିକରେ କଣ୍ଟ୍ରୋଲ ରୁମ ଖୋଲାଯିବ । ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ତଥା ତଳି ଅଞ୍ଚଳ ଗୁଡିକରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ରେ ଉଦ୍ଧାର ଓ ଥଇଥାନ କରିବା ନିମନ୍ତେ ଅସ୍ଥାୟୀ ଆଶ୍ରୟ ସ୍ଥଳୀ ଗୁଡିକ ଚିହ୍ନଟ କରି ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାଣି ଜମିରହୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ,ବର୍ଷା ପୂର୍ବରୁ ସମସ୍ତ ନାଲା ଗୁଡିକୁ ସଫା କରିବା ,ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ଲକ୍ଷ୍ମୀଜୋର ର ସଫେଇ କାର୍ଯ୍ୟ କୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜଳ ଯୋଗାଣ କୁ ସୁବନ୍ଦୋବସ୍ତ କରିବା ସହ ନିୟମିତ ସମୟ ବ୍ୟବଧାନ ରେ ସମସ୍ତ ନଳକୂପ ,ପାଇପ ଜଳ ଯୋଗାଣ ,କୂପ ଇତ୍ୟାଦି କୁ ବିଶୁଦ୍ଧକରଣ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଜିଲ୍ଲା ଓ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ପରିମାଣ ର ଔଷଧ ,ହାଲୋଜେନ ବଟିକା ,ବ୍ଲିଚିଂ ପାଉଡର ଇତ୍ୟାଦି ମହଜୁଦ କରି ରଖିବା ସହ ପରିମଳ ନିମନ୍ତେ ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସାପ କାମୁଡା ଇଂଜେକସନ ଉପଲବ୍ଧ ଥିବା ସିଡିଏମଓ ଗୃହ କୁ ଜଣେଇଥିଲେ । ସମ୍ଭାବ୍ୟ ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଆଗୁଆ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ଔଷଧ ରଖିବା ଓ ଟୀକାକରଣ କରିବାକୁ ସିଡିଭିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟା ପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବନ୍ୟା ପ୍ରବଣ ଅଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳ ରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଚୂଡା ,ଚାଉଳ ,କିରୋସିନୀ ,ଦିଆସିଲି ,ମହମବତୀ ଇତ୍ୟାଦି ସାମଗ୍ରୀ ଯଥେଷ୍ଟ ମହଜୁଦ କରି ରଖିବା ,ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ତଥା ପରିମଳ ବ୍ୟବସ୍ଥା କୁ ସୁନିଶ୍ଚିତ କରିବା ,ପୌର ପରିଷଦ ଏବଂ ଏନଏସି ଅନ୍ତର୍ଗତ ସମସ୍ତ ୱାର୍ଡ ,ବସ୍ତି ରେ ଥିବା ନାଳ ଗୁଡିକୁ ଯଥାଶୀଘ୍ର ସଫେଇ କରିବାକୁ ତ୍ଵରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ,ବନ୍ୟା ,ବାତ୍ୟା ର ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Address

At-Balangir, Po/Dist-Balangir, Pin
Bolangir
767001

Alerts

Be the first to know and let us send you an email when Balangir News posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Balangir News:

Videos

Share


Other Media/News Companies in Bolangir

Show All