Odia XPress

Odia XPress Odia XPress news portal

ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ, ସରସ୍ୱତୀ ପୂଜା ଚାଲିଥିବା ବେଳେ ଆକ୍ରମ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦୁଆରସନୀଠାରେ ମହୁମାଛି...
02/02/2025

ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ, ସରସ୍ୱତୀ ପୂଜା ଚାଲିଥିବା ବେଳେ ଆକ୍ରମ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦୁଆରସନୀଠାରେ ମହୁମାଛି ଆକ୍ରମଣ । ମହୁମାଛି ଆକ୍ରମଣରେ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ଏକ ଘରୋଇ ସ୍କୁଲରେ ସରସ୍ୱତୀ ପୂଜା ଚାଲିଥିବା ବେଳେ ହଠାତ୍ ମହୁମାଛି ଆକ୍ରମଣ କରିଥିଲା । ସେଠାରେ ଥିବା ୧୫ ଜଣ ଛାତ୍ରଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଯାଇଛି ।

ଅନୁମତି ମିଳିଲାନି, ସ୍କୁଲ ଗେଟ୍‌ ପାଖରେ ପୂଜା କଲେ ଛାତ୍ରଛାତ୍ରୀ।ସ୍କୁଲରେ  ବାଗ୍‌ଦେବୀଙ୍କ ପୂଜା କରିବା ପାଇଁ ଅନୁମତି ମିଳିଲା ନାହିଁ। ତେଣୁ ...
02/02/2025

ଅନୁମତି ମିଳିଲାନି, ସ୍କୁଲ ଗେଟ୍‌ ପାଖରେ ପୂଜା କଲେ ଛାତ୍ରଛାତ୍ରୀ।
ସ୍କୁଲରେ ବାଗ୍‌ଦେବୀଙ୍କ ପୂଜା କରିବା ପାଇଁ ଅନୁମତି ମିଳିଲା ନାହିଁ। ତେଣୁ ସ୍କୁଲ୍‌ ଗେଟ୍‌ ପାଖରେ ସରସ୍ୱତୀଙ୍କ ମୂର୍ତ୍ତି ସ୍ଥାପନ କରି ପୂଜା କଲେ ଛାତ୍ରଛାତ୍ରୀ ଓ ଅଭିଭାବକ। ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଆଜି ଏପରି ଚିତ୍ର ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ଅଞ୍ଚଳରେ ଦେଖିବାକୁ ମିଳିଛି।
ଜଳେଶ୍ୱର ବ୍ଲକ୍‌ରେ ରହିଛି ହାତୀଗଡ ଉଚ୍ଚ ବିଦ୍ୟାଳୟ ଓ ହାତୀଗଡ ମାଧ୍ୟମିକ ବିଦ୍ୟାଳୟ। ଏଠାରେ ବିଭିନ୍ନ ସମ୍ପ୍ରଦାୟର ପିଲାମାନେ ପାଠ ପଢ଼ୁଛନ୍ତି। ହେଲେ ଦୁଃଖର ବିଷୟ, ଏହି ବିଦ୍ୟାଳୟରେ ଆଜି ସରସ୍ଵତୀ ପୂଜା ହୋଇନାହିଁ। ତେଣୁ ଅଭିଭାବକ ଓ ପିଲାମାନେ ବିଦ୍ୟାଳୟ ଗେଟ୍‌ ସମ୍ମୁଖରେ ଟେଣ୍ଟ ବାନ୍ଧି ମେଢ଼ କରିଛନ୍ତି। ଆଉ ବାଗ୍‌ଦେବୀଙ୍କ ପ୍ରତିମା ସ୍ଥାପନ କରି ପୂଜାର୍ଚ୍ଚନା କରୁଛନ୍ତି। ରୀତିନୀତି ଅନୁସାରେ ପୂଜା କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟରେ ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଅନୁମତି ଦେଉନଥିବା ଅଭିଯୋଗ ହୋଇଛି।
ତେବେ ଏଠି ପ୍ରଶ୍ନ ଉଠୁଛି ସମଗ୍ର ଦେଶରେ ବାଗ୍‌ଦେବୀଙ୍କ ଆରାଧନା କରାଯାଉଥିବା ଏହି ବିଦ୍ୟାଳୟରେ କାହିଁକି ହେଉନି? ଏନେଇ ସ୍କୁଲ ସଭାପତି ଚନ୍ଦନ କୁମାର ଦାସ କହିଛନ୍ତି, ସ୍କୁଲ୍‌ଟି ସଂଖ୍ୟା ଲଘୁ ବର୍ଗରେ ରହିଥିବାରୁ ପୂଜା କରିବା ପାଇଁ ପ୍ରଧାନଶିକ୍ଷୟିତ୍ରୀ ଓ ଜିଲ୍ଲା ଶିକ୍ଷାଅଧିକାରୀ ଅନୁମତି ଦେଲେନି। ତେଣୁ ଆମେ ପିଲାଙ୍କୁ ନେଇ ଗେଟ୍‌ ବାହାରେ ପୂଜା କରୁଛୁ। କିନ୍ତୁ ସରକାରୀ କାଗଜପତ୍ରରେ ସଂଖ୍ୟା ଲଘୁ ବର୍ଗରେ ସ୍କୁଲ ଥିବା ଲେଖାଯାଇ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।

'ବର୍ଣ୍ଣବୋଧ'ର ପୁନଃମୁଦ୍ରିତ ସଂସ୍କରଣ ଓ ଡ଼ିଜିଟାଲ କପି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।2 ଫେବୃୟାରୀ - ଭକ୍ତକବି ମଧୁସୂଦନ ରାଓଙ୍କ ପୂଣ୍ୟ ଜନ୍ମତ...
02/02/2025

'ବର୍ଣ୍ଣବୋଧ'ର ପୁନଃମୁଦ୍ରିତ ସଂସ୍କରଣ ଓ ଡ଼ିଜିଟାଲ କପି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ।
2 ଫେବୃୟାରୀ - ଭକ୍ତକବି ମଧୁସୂଦନ ରାଓଙ୍କ ପୂଣ୍ୟ ଜନ୍ମତିଥି ଅବସରରେ ତାଙ୍କ ରଚିତ 'ବର୍ଣ୍ଣବୋଧ'ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡ଼ିଜିଟାଲ କପି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜି ପବିତ୍ର ଶ୍ରୀପଞ୍ଚମୀ ଓ ସରସ୍ଵତୀ ପୂଜା । ଆଜି ମଧ୍ୟ ସରସ୍ଵତୀ ପୁତ୍ର ମଧୁସୂଦନ ରାଓଙ୍କ ପୁଣ୍ୟ ଜନ୍ମତିଥି। ୧୮୫୩ ମସିହାର ପବିତ୍ର ଶ୍ରୀପଞ୍ଚମୀ ଦିନ ସେ ଜନ୍ମ ଗ୍ରହଣ କରିଥିଲେ। ଏହି ଅବସରରେ ବର୍ଣ୍ଣବୋଧ ନୂତନ ଭାବରେ ପ୍ରକାଶିତ ହେବା ତାଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଯେତେବେଳେ ଭାରତ ସ୍ଵାଧୀନତା ଲାଭ କରିଥିଲା ସାକ୍ଷରତା ହାର ଥିଲା ମାତ୍ର ୧୨ ପ୍ରତିଶତ, ଅର୍ଥାତ ୧୯୦୦ ମସିହା ବେଳକୁ ଏହା ଏକକ-ଅଙ୍କ ବିଶିଷ୍ଟ ଥିଲା। ସେତେବେଳେ ଓଡ଼ିଆ ଭାଷାର ଆଉ ଏକ ସମସ୍ଯା ଥିଲା। ଯଦିଓ ଓଡ଼ିଆ ଭାଷା ଓ ସାହିତ୍ଯକୁ ଅନେକ ସାରସ୍ଵତ ସାଧକ ଋଦ୍ଧିମନ୍ତ କରିଥିଲେ, ତାହା ସାଧାରଣ ଜନତାଙ୍କ ଭାଷା ରୂପେ ଆଦୃତ ହୋଇପାରିନଥିଲା। କାରଣ, ଲିଖିତ ଓଡ଼ିଆ ଭାଷାର ଗଠନ, ଉଚ୍ଚାରଣ, ଲିଖନ ଏବଂ ଶୁଦ୍ଧତା ନିଶ୍ଚିତ ଭାବେ ଜଟିଳ ଥିଲା।

ତେଣୁ, ଏତେ ସଂଖ୍ୟକ ଲୋକଙ୍କୁ ଶିକ୍ଷାଦାନ କରିବା ପାଇଁ ହେଲେ ପ୍ରଥମେ ଭାଷାକୁ ସରଳ ଭାବେ, ବୋଧଗମ୍ୟ ଭାବେ ପ୍ରସ୍ତୁତ କରିବାକୁ ହେବ। ଏହା ସହିତ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ରଖିବାକୁ ପଡ଼ିବ। ତେଣୁ, ଏହାର ସମାଧାନ କରିବା ପାଇଁ ଲେଖା ହୋଇଥିଲା 'ବର୍ଣ୍ଣବୋଧ'। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି । ବର୍ଣ୍ଣବୋଧର ଭାଷା ଥିଲା ଅତ୍ୟନ୍ତ ସହଜ ଓ ସରଳ। ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ସେ କୋମଳ ମନକୁ ଆକର୍ଷିତ କରିଥିଲେ । ଏହି ବହିଟି ଅତି କମ୍‍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା । ୧୮୯୫ ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା । ଏହାର ଲୋକପ୍ରିୟତା ଏହି କଥାରୁ ଅନୁମେୟ ଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇ ସାରିଥିଲା । ଏହାକୁ ଆହୁରି ଅଧିକ ପ୍ରଚାର ପ୍ରସାର କରିବା ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ଵାରା ବର୍ଣ୍ଣବୋଧର ନୂଆ ଶୋଭନ ସଂସ୍କରଣ ପ୍ରକାଶ କରିବା ଅତ୍ୟନ୍ତ ଆନନ୍ଦର ବିଷୟ । ମୂଳ ଲେଖାକୁ ପରିବର୍ତ୍ତିତ ନ କରି ଅବିକଳ ଛାପିବା ଦ୍ଵାରା ଏହାର ଭାବ, ଭାଷାକୁ ସମ୍ମାନ ଦିଆଯାଇଛି। ମୁଁ ଆଶା କରୁଛି, ଆମର କୁନି କୁନି ପିଲାମାନଙ୍କୁ ଏହି ପୁସ୍ତକ ଖୁବ୍‍ ଭଲ ଲାଗିବ। ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ ।

ବାରବାଟୀ ଦିନିକିଆ କ୍ରିକେଟ ପାଇଁ ଆଜିଠୁ ବିକ୍ରି ହେବ ଅନ୍ ଲାଇନ୍ ଟିକେଟ, ଅପରାହ୍ନ ଚାରିଟାରୁ ଟିକେଟ ହେବ ଉପଲବ୍ଧ।ବାରବାଟୀ ଦିନିକିଆ କ୍ରିକେଟ...
02/02/2025

ବାରବାଟୀ ଦିନିକିଆ କ୍ରିକେଟ ପାଇଁ ଆଜିଠୁ ବିକ୍ରି ହେବ ଅନ୍ ଲାଇନ୍ ଟିକେଟ, ଅପରାହ୍ନ ଚାରିଟାରୁ ଟିକେଟ ହେବ ଉପଲବ୍ଧ।
ବାରବାଟୀ ଦିନିକିଆ କ୍ରିକେଟ ପାଇଁ ଆଜିଠୁ ବିକ୍ରି ହେବ ଅନ୍ ଲାଇନ୍ ଟିକେଟ । ଅପରାହ୍ନ ଚାରିଟାରୁ ଉପଲବ୍ଧ ହେବ ଅନଲାଇନ୍ ଟିକେଟ । ଅନଲାଇନ୍ ମୋଡରେ ବିକ୍ରି ହେବ ମୋଟ ୪ ହଜାର ଟିକେଟ । ଆସନ୍ତା ୭,୮ ଓ୯ ତାରିଖରେ ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଟିକେଟ ସଂଗ୍ରହ କରି ପାରିବେ । କଟକ କେମ୍ବ୍ରିଜ ସ୍କୁଲ ଓ ଭୁବନେଶ୍ଵର କିଟ୍ ବିଶ୍ଵବିଦ୍ୟାଳୟ ପରିସର କାଉଣ୍ଟରରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂର ହାର୍ଡ କପି । ୭-୮ ତାରିଖ ଦୁଇ ଦିନ ପୂର୍ବାହଣ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ୯ ତାରିଖ ଦିନ ସକାଳ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର । ଏହି ଦୁଇଟି ସ୍ଥାନରେ ତିନିଟି ଲେଖାଏଁ କାଉଣ୍ଟର ରହିବ । ଫେବୃଆରୀ ୩ ଓ ୪ ତାରିଖରେ ଅନୁବନ୍ଧିତ ସଂଘ ଗୁଡ଼ିକୁ ଟିକେଟ ବିକ୍ରି କରାଯିବ।

ଆସନ୍ତା ୫ ଓ ୬ ତାରିଖ ଦୁଇ ଦିନ ସାଧାରଣ ଦର୍ଶକଙ୍କ ପାଇଁ ୧୯ ହଜାରରୁ ୨୦ ହଜାର ଅଫଲାଇନ୍ ଟିକେଟ୍ ମିଳିବ। ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଲଢେଇ ହେବ ।

ଫେଲ୍ ମାରିଲା ଗଞ୍ଜେଇ ମାଫିଆଙ୍କ ନୂଆ ତରିକା,ଜଙ୍ଗଲରେ ଗଚ୍ଛିତ ଗଞ୍ଜେଇ ଜବତ କଲା ପୋଲିସ। ଫେଲ ମାରିଲା ଗଞ୍ଜେଇ ମାଫିଆଙ୍କ ନୂଆ ତରିକା। ବାହାର ର...
02/02/2025

ଫେଲ୍ ମାରିଲା ଗଞ୍ଜେଇ ମାଫିଆଙ୍କ ନୂଆ ତରିକା,ଜଙ୍ଗଲରେ ଗଚ୍ଛିତ ଗଞ୍ଜେଇ ଜବତ କଲା ପୋଲିସ। ଫେଲ ମାରିଲା ଗଞ୍ଜେଇ ମାଫିଆଙ୍କ ନୂଆ ତରିକା। ବାହାର ରାଜ୍ୟକୁ ଚୋରା ଚଲାଣ ପାଇଁ ଜଙ୍ଗଲରେ ଗଚ୍ଛିତ ଗଞ୍ଜେଇ ଜବତ କଲା ପୋଲିସ । କୋରାପୁଟ ଜିଲ୍ଲା ବୈପାରୀଗୁଡାର ମାଝୀଗୁଡା ପଞ୍ଚାୟତର ଟିକରପଡା ଜଙ୍ଗଲରେ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି।

ତେବେ ଗଞ୍ଜେଇ ମାଫିଆମାନେ ନୂଆ ତରିକାରେ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚଲାଣ ପାଇଁ ଏଭଳି ଜଙ୍ଗଲରେ ଗଞ୍ଜେଇ ଗଚ୍ଛିତ ରଖିଥିଲେ।
ବିଶେଷ ସୂତ୍ରରୁ ଖବର ପାଇ ବୈପାରିଗୁଡା ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଜଙ୍ଗଲରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ୩୮ ଟି ଗଞ୍ଜେଇ ବସ୍ତା ଜବତ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରିବାରୁ ଏହା ୧୦ କୁଇଣ୍ଟାଲ ବୋଲି ଜଣାପଡ଼ିଛି।

ଆଜି ସରସ୍ବତୀ ପୂଜା: ଶିକ୍ଷାନୁଷ୍ଠାନରେ ଚାଲିଛି ମା ବାଗଦେବୀଙ୍କ ଆରାଧନା।ଆଜି ସରସ୍ବତୀ ପୂଜା। ଏହି କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ...
02/02/2025

ଆଜି ସରସ୍ବତୀ ପୂଜା: ଶିକ୍ଷାନୁଷ୍ଠାନରେ ଚାଲିଛି ମା ବାଗଦେବୀଙ୍କ ଆରାଧନା।
ଆଜି ସରସ୍ବତୀ ପୂଜା। ଏହି କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଉତ୍ସବମୁଖର ହୋଇଥିବାର ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନରେ ପହଞ୍ଚିଥିବା ଜଣାଯାଇଛି। ଗତକାଲିଠାରୁ ସରସ୍ବତୀ ପୂଜା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସଜାଯାଇଛି। ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଉତ୍ସାହ ବହୁଗୁଣିତ ହୋଇଥିବା ପରିଲକ୍ଷିତ ହୋଇଛି। ଏହାଛଡ଼ା ଉଦଳାଠାରେ ଥିବା ମା' ବାଗଦେବୀଙ୍କ ମନ୍ଦିରରେ ବି ବିଶେଷ ପୂଜାର୍ଚ୍ଚନା ଚାଲିଛି। ଏଠାରେ ନିଜର ପିଲାମାନଙ୍କୁ ଖଡ଼ି ଛୁଆଁଇବା ଲାଗି ବାପାମାଆମାନେ ପହଞ୍ଚୁଛନ୍ତି।ସୂଚନାଯୋଗ୍ୟ, ଚଳିତ ବର୍ଷ ଶ୍ରୀମନ୍ଦିରରେ କେଉଁ ତାରିଖରେ ସରସ୍ବତୀ ପୂଜା ଅନୁଷ୍ଠିତ ହେବ ସେନେଇ ଦ୍ବନ୍ଦ୍ବ ଉପୁଜିଥିଲା। ହେଲେ ଅବଶେଷରେ ଫେବ୍ରୁଆରି ୨ ତାରିଖରେ ଶ୍ରୀପଞ୍ଚମୀ ନୀତି ଓ ସରସ୍ବତୀ ପୂଜା ଅନୁଷ୍ଠିତ ହେବ ବୋଲି ଜଣାଯାଇଥିଲା। ଏ ନେଇ ନୀତିକାନ୍ତି ଚୂଡ଼ାନ୍ତ କରିଥିଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଥିଲେ, ଶ୍ରୀମନ୍ଦିର କ୍ୟାଲେଣ୍ଡର୍ରେ ଫେବ୍ରୁଆରି ୨ ତାରିଖରେ ସରସ୍ବତୀ ପୂଜା ପଡ଼ୁଛି। ସେହି ଅନୁସାରେ ଶ୍ରୀମନ୍ଦିରରେ ଫେବ୍ରୁଆରି ୨ ତାରିଖରେ ସରସ୍ବତୀ ପୂଜା ପାଳନ ହେବ ଓ ରଥକାଠ ଅନୁକୂଳ ହେବ।

02/02/2025

*ଖବର ଆଜିର, ୨ ଫେବ୍ରୁଆରୀ, ରବିବାର*
ଖବର ଆଜିର - Khabar Ajira Mera Channel OTT

02/02/2025

୨ ଫେବୃଆରୀ, ରାଶିଫଳ

ମେଷ ରାଶି:
ମେଷ ରାଶିର ଲୋକମାନେ ଆଜି ଟଙ୍କା ବିନିଯୋଗ କରିବା ସମୟରେ କୌଣସି ବିପଦକୁ ଏଡ଼ାଇବା ଉଚିତ। କାହାକୁ ଆପଣଙ୍କ ସହ ସହମତ ହେବାକୁ ଆପଣ ସଫଳ ହୋଇପାରିବେ। ଆଜି କୌଣସି କାର୍ଯ୍ୟ କରିବାବେଳେ ନ8ଜ ମନକୁ ଶାନ୍ତ ରଖିବା ଉଚିତ। ଘରୋଇ ଜୀବନରେ କିଛି ନୂତନତାର ଅନୁଭବ ହେବ। ବିବାହିତ ସଂପର୍କରେ ମଧୁରତା ରହିବ। ଆପଣ କିଛି ବିଶେଷ କଥା ଜାଣିବାକୁ ଆସିପାରନ୍ତି। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। କୌଣସି ପୁରୁଣା ରୋଗ ପୁନର୍ବାର ହୋଇପାରେ। କୋର୍ଟ ଏବଂ କଚେରୀ କାର୍ଯ୍ୟ ଅନୁକୂଳ ଲାଭ ଦେବ।

ବୃଷ ରାଶି:
ଆଜି କାଗଜପତ୍ରରେ ଦସ୍ତଖତ କରିବା ସମୟରେ ବହୁତ ସତର୍କ ରୁହନ୍ତୁ। ମାଙ୍କର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆର୍ଥିକ ସ୍ଥିତିର ଉନ୍ନତି ସହିତ ଆପଣ ଖର୍ଚ୍ଚ କରିବାର ମନୋଭାବରେ ରହିବେ। ନୂତନ କାର୍ଯ୍ୟରେ କିଛି ବାଧା ଆସିପାରେ। ରାଗିବା ପରିବର୍ତ୍ତେ ନରମରେ କାର୍ଯ୍ୟ କରନ୍ତୁ। ବର୍ତ୍ତମାନ ଜମି ନିର୍ମାଣ ଯାନ କ୍ରୟ ବନ୍ଦ କରନ୍ତୁ। ଘରୋଇ ଚାପରୁ ଦୂରେଇ ରୁହନ୍ତୁ। ଆର୍ଥିକ ଦୃଷ୍ଟିରୁ ଜୀବନ ସ୍ୱାଭାବିକ ଭାବରେ ଚାଲିବ। କାର୍ଯ୍ୟରେ ଉନ୍ନତି ହେବ। ଶାରୀରିକ ଏବଂ ମାନସିକ ସୁଖ ରହିବ। ଚାକିରି-ବ୍ୟବସାୟରେ ଆପଣଙ୍କର କାର୍ଯ୍ୟକୁ ପ୍ରଶଂସା କରାଯିବ।

ମିଥୁନ ରାଶି:
ଆଜି ପ୍ରତ୍ୟେକ କାର୍ଯ୍ୟ ଆତ୍ମବିଶ୍ୱାସରେ କରନ୍ତୁ। ପରିବାର ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ଭଲ ଦିନ ହେବ। ଅପମାନ ନହେବାକୁ ଧ୍ୟାନ ଦିଅନ୍ତୁ। ମାଙ୍କର ସ୍ୱାସ୍ଥ୍ୟ ଖରାପ ହେବ। ଅବାଞ୍ଛିତ ଘଟଣା ଆପଣଙ୍କ ଉତ୍ସାହକୁ ହ୍ରାସ କରିବ। ଅନିଦ୍ରା ଦ୍ୱାରା ଅସୁବିଧା ହେବ। ରାଜନୀତିରେ ଯୋଗାଯୋଗ କ୍ଷେତ୍ର ବ୍ୟାପକ ହେବ। କିଛି ନୂତନ ସୁଯୋଗ ପାଇବାର ସଂକେତ ଅଛି। ଆପଣ ମଧ୍ୟ ଏପରି କିଛି ପାଇପାରିବେ ଯାହା ପାଇଁ ଆପଣ ଦୀର୍ଘ ସମୟ ଧରି ଇଚ୍ଛା କରୁଥିଲେ।

କର୍କଟ ରାଶି:
ଆଜି ଧନ ଲାଭ ହେବ। ପ୍ରିୟଜନଙ୍କୁ ସାକ୍ଷତ କରିବେ। ସମସ୍ତଙ୍କ ସହିତ ଆନ୍ତରିକ ସମ୍ପର୍କ ବଜାୟ ରଖିବାବେଳେ ଆପଣଙ୍କର ସାହସ ଏବଂ ଉତ୍ସାହ ବଜାୟ ରଖନ୍ତୁ। ଛାତ୍ରମାନଙ୍କ ଉଚ୍ଚଶିକ୍ଷାର ରାସ୍ତା ଖୋଲା ରହିବ। ଆପଣଙ୍କୁ ବ୍ୟବସାୟରେ ଏକ ନୂତନ ରଣନୀତି କରିବାକୁ ପଡିବ କେବଳ ସେତେବେଳେ ଆପଣ ନିଜ ଇଚ୍ଛା ଅନୁଯାୟୀ ଲାଭ କରିବାକୁ ସମର୍ଥ ହେବେ। କର୍ମକ୍ଷେତ୍ରରେ ଆପଣ ହାସଲ କରିଥିବା ସ୍ଥିତିକୁ ବଜାୟ ରଖିବାକୁ ଚେଷ୍ଟା ଜାରି ରଖନ୍ତୁ। ସାଙ୍ଗମାନଙ୍କ ପିଠିରେ ଖର୍ଚ୍ଚ କରିବା ସମ୍ଭାବନା ଅଛି। ପେଟ ସମ୍ବନ୍ଧୀୟ ରୋଗ ସମସ୍ୟା ସୃଷ୍ଟି କରିପାରେ।

ସିଂହ ରାଶି:
ଆଜି ଆପଣ ସାମାଜିକ ଭାବରେ ବହୁତ ସକ୍ରିୟ ହେବେ। ଆଜି ଲାଭଜନକ ପ୍ରମାଣିତ ହେବାର ଆଶା କରାଯାଉଛି। ସକାଳରୁ ସତେଜତା ଏବଂ ସୁଖ ଅନୁଭବ କରିବେ। ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ମିଶି ଭଲ ଖାଦ୍ୟ ଉପଭୋଗ କରିବେ। ଆପଣଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ହେବ। ଯଦି ଆପଣଙ୍କର ସାଥୀ ଅନେକ ଦିନ ଧରି କିଛି ବିଷୟରେ ଆପଣଙ୍କ ଉପରେ ରାଗିଛନ୍ତି ତେବେ ଆଜି ସେମାନଙ୍କୁ ମନାଇବା ପାଇଁ ଉପଯୁକ୍ତ ସମୟ। ଶାରୀରିକ ଦୁର୍ବଳତା ବଢିପାରେ। ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ।

କନ୍ୟା ରାଶି:
ଆଜି ଆପଣ ଟଙ୍କା ରୋଜଗାର ପାଇଁ ଅନେକ ବଡ଼ ସୁଯୋଗ ପାଇବେ। ସ୍ୱଳ୍ପ ସ୍ୱଭାବ ଏବଂ ଅନୈତିକ ଆଚରଣ ଆପଣଙ୍କୁ ଅସୁବିଧାରେ ପକାଇପାରେ। ଖାଦ୍ୟ ଠିକ ସମୟରେ ଉପଲବ୍ଧ ହେବ ନାହିଁ। ରାଜନୈତିକ ଅପରାଧିକ ପ୍ରବୃତ୍ତିଠାରୁ ଦୂରରେ ରହିବାକୁ ଏବଂ ନୂତନ ସମ୍ପର୍କ ବିକାଶ କରିବାକୁ ହେବ। କାର୍ଯ୍ୟରେ ଥିବା ଲୋକଙ୍କଠାରୁ ଆପଣ ପାଇଥିବା ପରାମର୍ଶକୁ ବିଚାର ନିଶ୍ଚିତ କରନ୍ତୁ। ଆପଣ ନିଜର ସମସ୍ୟାର ସମାଧାନ ପାଇପାରିବେ। ଆପଣ ଦିନର ସମୟକୁ ଅତି ଦକ୍ଷତାର ସହିତ ବ୍ୟବହାର କରିବେ ଏବଂ ଆପଣଙ୍କର ଅନେକ କାର୍ଯ୍ୟ ଆଜି ସମାପ୍ତ ହେବ।

ତୁଳା ରାଶି:
ଆଜି ଆପଣଙ୍କର ପ୍ରଚୁର ଶକ୍ତି ଏବଂ ଅହେତୁକ ଉତ୍ସାହ ସକରାତ୍ମକ ଫଳାଫଳ ଆଣିବ। ଟଙ୍କା ସମ୍ବନ୍ଧୀୟ ଚିନ୍ତାରୁ ଆପଣ ସ୍ୱାଧୀନତା ପାଇପାରିବେ। ଯଦି ଆପଣଙ୍କ ଘରେ ଜଣେ ବିବାହ ଯୋଗ୍ୟ ସଦସ୍ୟ ଅଛନ୍ତି ଆଜି ସେମାନଙ୍କ ପାଇଁ ଏକ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଠିକ ହେବ ନାହିଁ। ଆଜି ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। ଏକ ବିଶେଷ ଉତ୍ସବର ଲାଭ ପାଇବେ। ପ୍ରେମ ଜୀବନ ଏବଂ ଦାମ୍ପତ୍ୟ ଜୀବନ ପାଇଁ ସମୟ ଭଲ।

ବିଛା ରାଶି:
ଆଜି ଆପଣଙ୍କ ପାଇଁ ସଂପୂର୍ଣ୍ଣ ଶୁଭ ଏବଂ ଫଳପ୍ରଦ ହେବ। ଆପଣ ଚିନ୍ତା କରିଥିବା କାର୍ଯ୍ୟ ସମାପ୍ତ ହେବ। ପାରିବାରିକ ଜୀବନରେ ଅବସ୍ଥା ଅନୁକୂଳ ଦେଖାଯାଉଛି। ଘରର ସଦସ୍ୟମାନଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ। ଆପଣ ମଧ୍ୟ ସରକାର ଏବଂ କ୍ଷମତାର ସମର୍ଥନ ହାସଲ କରୁଛନ୍ତି କିନ୍ତୁ ଆଜି ଆପଣଙ୍କୁ ଅନ୍ୟମାନଙ୍କ କାର୍ଯ୍ୟରେ ଅଧିକ ଗୋଡ ରଖିବାକୁ ଏଡ଼ାଇବାକୁ ପଡିବ। ଆପଣ କେବଳ ଯୋଜନା ବିଷୟରେ ଆଲୋଚନା କରି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ସମର୍ଥ ହେବେ ନାହିଁ। ଆପଣଙ୍କର ଲକ୍ଷ୍ୟ ପୂରଣ କରିବାରେ ଆପଣ କାହାର ସାହାଯ୍ୟ ପାଇପାରିବେ।

ଧନୁ ରାଶି:
ଆଜି ଆପଣ କିଛି ଭଲ ଖବର ପାଇପାରିବେ। ପିତାମାତାଙ୍କ ସାହାଯ୍ୟରେ ଆପଣ ଜୀବନରେ ଆଗକୁ ବଢ଼ିବେ। ଜୀବନ ସାଥୀଙ୍କ କୌଣସି ଇଚ୍ଛା ପୂରଣ କରିବାକୁ ପଡିବ ନଚେତ ସେ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । ସାମାଜିକ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ।ସମ୍ମାନ ପାଇବେ।କ୍ଳାନ୍ତ ଏବଂ ଦୁର୍ବଳ ଅନୁଭବ କରିବେ। ବ୍ୟବସାୟରେ ବୃଦ୍ଧି ଘଟିବ। ଯଦି ପୁରୁଣା ଋଣ ବାକି ଅଛି ତେବେ ଆପଣ ଏହାକୁ ପରିଶୋଧ କରିବାକୁ ମନସ୍ଥ କରିପାରିବେ। ଘରେ ଅତିଥିମାନଙ୍କ ଆଗମନ ହେବ।

ମକର ରାଶି:
ନିବେଶ ପାଇଁ ଆଜି ଏକ ଅନୁକୂଳ ଦିନ। ଚିନ୍ତାରେ କୁହନ୍ତ। ସଂପୂର୍ଣ୍ଣ ନିଦ ହେତୁ ଆପଣ ଭଲ ଅନୁଭବ କରିବେ। ସମ୍ପତ୍ତି ସହିତ ଜଡିତ କୌଣସି ପୁରୁଣା ବିବାଦର ସମାଧାନ ହେବାର ସମ୍ଭାବନା ଅଛି। କାର୍ଯ୍ୟ ବିଷୟରେ କହିବାକୁ ଗଲେ ଅଚଳ ସମ୍ପତିରେ କିଛି ସମୟ ଧରି ଚାଲିଥିବା ଅସୁବିଧା ସମାପ୍ତ ହେବାର ସମ୍ଭାବନା ଅଛି। ଧାର୍ମିକ କାର୍ଯ୍ୟ ପଛରେ ଟଙ୍କା ଖର୍ଚ୍ଚ ହେବ।

କୁମ୍ଭ ରାଶି:
ଆଜି ଆପଣ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ବିଶ୍ୱସନୀୟତା ସବୁଆଡେ ବ୍ୟାପିଯିବ। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷାରେ ସଫଳତା ପାଇବା ପାଇଁ ଅନେକ ସମ୍ଭାବନା ଥିବା ଜଣାପଡିଛି। ଏହା ସମ୍ଭବ ଯେ ଆପଣଙ୍କ ଜୀବନସାଥୀ ହେତୁ ଆପଣଙ୍କର ପ୍ରତିଷ୍ଠା ଟିକେ କ୍ଷତିଗ୍ରସ୍ତ ହୋଇପାରେ। ଅବିବାହିତ ଲୋକଙ୍କ ଜୀବନରେ ଏକ ନୂତନ ଅତିଥିଙ୍କ ଆଗମନ ହୋଇପାରେ । ଆଜି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ।

ମୀନ ରାଶି:
ଏହି ରାଶିର ଲୋକମାନେ ସମ୍ପର୍କୀୟଙ୍କଠାରୁ ସମର୍ଥନ ପାଇବେ। ଆଜି ଲଭମେଣ୍ଟଙ୍କ ପାଇଁ ଏକ ଅନୁକୂଳ ଦିନ ହେବ। ଯଦି ଆପଣ ଏକ ଚାକିରି ପାଇଁ ଚେଷ୍ଟା କରୁଛନ୍ତି ଆଜି ଆପଣ ଭଲ ଫଳାଫଳ ପାଇପାରିବେ। ପୁରୁଣା ସମ୍ପର୍କରୁ ଆପଣ ଉପକୃତ ହେବାର ସମ୍ଭାବନା ଅଛି। ବ୍ୟବସାୟୀଙ୍କ ପାଇଁ ଆର୍ଥିକ ଲାଭ ହେବ। ଆପଣ ମଧ୍ୟ ନିଜ ପିତାମାତାଙ୍କ ସେବାରେ ଦିନରେ କିଛି ସମୟ ଅତିବାହିତ କରିବେ। ଆଜି ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଖ୍ୟାତି ଶୁଣିବାକୁ ପାଇପାରିବେ

#ରାଶିଫଳ #ଆଜିଦିନ

01/02/2025

ବରଗଡ ଜ଼ିଲ୍ଲା ଗାଇସିଲେଟ ବ୍ଲକରର ଫସଲ ବିବିଧ କରଣ ଯୋଜନା ରେ ଅଗ୍ରଣୀ ଚାଷୀ, ସ୍ୱୟଂ ସହାୟିକା ଦଳ, କୃଷକ ଉତ୍ପାଦନକାରୀ ଗୋଷ୍ଠୀ ମାନଙ୍କୁ ସମ୍ମାନ। ରିପୋର୍ଟ: ଶ୍ୟାମସୁନ୍ଦର ସୁନା

01/02/2025

ଧର୍ମଗଡ଼ ମଦଭାଟି ଡକାୟତି ଘଟଣାରେ, କଳାହାଣ୍ଡି ପୁଲିସକୁ ସଫଳତା, ଆନ୍ତଃ ରାଜ୍ୟ ଡକାୟତ ଦଳ ସହ ନଗଦ ୩ କୋଟି ୫୧ ଲକ୍ଷ ଜବତ। ରିପୋର୍ଟ: ସନତ ପ୍ରଧାନୀ, କଳାହାଣ୍ଡି

ଅସୁସ୍ଥ ଥାଇ ମଧ୍ୟ ଚିକିତ୍ସା ସେବା ଯୋଗାଉଛନ୍ତି ଡାକ୍ତର, ଭୁଲିଯାଇଛନ୍ତି ନିଜ ଦୁଃଖ କଷ୍ଟ।ନିଜ ଅପେକ୍ଷା ଅନ୍ୟମାନଙ୍କ ସେବା ଚିନ୍ତା ଘାରିଛି । ...
01/02/2025

ଅସୁସ୍ଥ ଥାଇ ମଧ୍ୟ ଚିକିତ୍ସା ସେବା ଯୋଗାଉଛନ୍ତି ଡାକ୍ତର, ଭୁଲିଯାଇଛନ୍ତି ନିଜ ଦୁଃଖ କଷ୍ଟ।
ନିଜ ଅପେକ୍ଷା ଅନ୍ୟମାନଙ୍କ ସେବା ଚିନ୍ତା ଘାରିଛି । ଗରିବଙ୍କ ସୁଖ ଦୁଃଖରେ ଛିଡ଼ା ହୋଇ ସାହାଯ୍ୟ ସହଯୋଗ କରନ୍ତି କିଛି ସମାଜସେବୀ । କିଛି ଲୋକ ଏମିତି ଥାଆନ୍ତି ଯେଉଁମାନେ ନିଜ ଦୁଃଖ କଷ୍ଟକୁ ଭୁଲିଯାଇ ଅନ୍ୟମାନଙ୍କୁ ସେବା ଯୋଗାଇବାରେ ମଗ୍ନ ରୁହନ୍ତି । ଏମିତି ସେବା ଯୋଗାଉଥିବା ବ୍ୟକ୍ତି ହେଉଛନ୍ତି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ରାମଗିରି ଗ୍ରାମପଞ୍ଚାୟତ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଡାକ୍ତର ବ୍ରଜରାଜ କର । ରାମଗିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ଚିକିତ୍ସା ପହଞ୍ଚିଥିଲେ । ନିଜ ନିଜ ଶାରୀରିକ ସମସ୍ୟାର ପରୀକ୍ଷା କରାଇବା ପାଇଁ ଡାକ୍ତରଙ୍କ ପାଖରେ ପହଞ୍ଚିଥିଲେ ରୋଗୀ । କିନ୍ତୁ ସେଠାରେ ଡାକ୍ତର ଅସୁସ୍ଥ ଥିଲେ । ତାଙ୍କ ବାମ ହାତରେ ଗୋଟିଏ ଆଇ ଭି ସେଟ ଦ୍ୱାରା ସାଲାଇନ ଲାଗିଥିବା ଦେଖିବାକୁ ମିଳିଛି ଏବଂ ସାଲାଇନ ଲାଗିଥିବା ଅବସ୍ଥାରେ ହିଁ ଭାରାପ୍ରାପ୍ତ ଡାକ୍ତର ଜଣକ ଡାହାଣ ହାତରେ ରୋଗୀଙ୍କ ପରୀକ୍ଷା କରିବା ସହ ଚିକିତ୍ସା ଯୋଗାଇ ଦେଇଛନ୍ତି । ନିଜେ କଷ୍ଟରେ ଥାଇ ମଧ୍ୟ କର୍ତ୍ତବ୍ୟରେ ଅବହେଳା କରି ନାହାନ୍ତି ଏହି ଭାରାପ୍ରାପ୍ତ ଡାକ୍ତର ।

ଅସଲ ମାନବିକତାର ପରିଚୟ ଦେଇଛନ୍ତି ବ୍ରଜରାଜ । ଡାକ୍ତରମାନେ ସବୁବେଳେ ରୋଗୀଙ୍କ ସେବା ପାଇଁ ତତ୍ପର ହୋଇ ରହିଥାନ୍ତି । କିନ୍ତୁ ନିଜ ଦେହ ଅସୁସ୍ଥ ଥିବାବେଳେ କୌଣସି ଡାକ୍ତର ଏମିତି ରୋଗୀଙ୍କ ଚିକିତ୍ସା କରୁଥିବ ତାହା ହୁଏତ ପ୍ରଥମ ଥର ପାଇଁ ଆମେ ଦେଖିବାକୁ ପାଉଛୁ । ଡାକ୍ତରଙ୍କ ଏଭଳି କାର୍ଯ୍ୟରେ ସମସ୍ତ ରୋଗୀ ଖୁସି ଥିବା ବେଳେ ଅନ୍ୟମାନେ ଡାକ୍ତରଙ୍କର ପ୍ରଶଂସା କରିଛନ୍ତି ।

ବାହାର ପଟୁ କବାଟ ଦେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା।କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୁଇଁପୁର ବାଲିସାହି ଗାଁରେ ସଶସ୍ତ୍ର ଡକାୟତି ।...
01/02/2025

ବାହାର ପଟୁ କବାଟ ଦେଇ ଲୁଟିନେଲେ ୧୦ ଲକ୍ଷ ଟଙ୍କାର ସୁନା ଗହଣା।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୁଇଁପୁର ବାଲିସାହି ଗାଁରେ ସଶସ୍ତ୍ର ଡକାୟତି । ଗତକାଲି ବିଳମ୍ବିତ ରାତିରେ ନାରାୟଣ ସାହୁଙ୍କ ଘରେ ୫ରୁ ଊର୍ଦ୍ଧ୍ବ ଡକାୟତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଘର ବାହାରପଟୁ କବାଟ ଦେଇ ୧୦ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨ଲକ୍ଷ ନଗଦ କ୍ୟାସ ଲୁଟିନେଇଛନ୍ତି ଡକାୟତ । ପ୍ରଥମେ ଡକାୟତମାନେ କୌଶଳ କ୍ରମେ ଘରର ମୁଖ୍ୟ ଦ୍ୱାର ଖୋଲି ଭିତରକୁ ପ୍ରଵେଶ କରିଥିଲେ।
ଶୋଇଥିବା ଘରକୁ ବାହାରପଟୁ କବାଟ ଦେଇଥିଲେ । ପରେ ପରେ ଘରର ଆଲମିରା ଲକର ଭାଙ୍ଗି ୧୦ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଏହାପରେ ଗାଁର ଅନ୍ୟ ୩ଜଣଙ୍କ ଘରେ ମଧ୍ୟ ଡକାୟତି ଉଦ୍ୟମ କରିଥିଲେ । ପାଟିଶୁଣି ଗାଁଲୋକେ ଉଠି ପଡିବାରୁ ଡକାୟତ ମାନେ ଗାଁ ଛାଡି ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସେହିପରି ଆଜି କଳାହାଣ୍ଡି ପୋଲିସ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି। ବିଭିନ୍ନ ଅଞ୍ଚଳରେ ଏହି ଲୁଟେରାମାନେ ଲୁଟ୍‌ ଓ ରାହାଜାନି କରୁଥିଲେ। ସେମାନଙ୍କଠାରୁ ପୁଲିସ ନଗଦ ସାଢ଼େ ୩ କୋଟି ଟଙ୍କା ଜବତ କରିଛି । ଧର୍ମଗଡ଼ରେ ହୋଇଥିବା ଏକ ଡକାୟତି ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୋଲିସ କହିଛି । ସମସ୍ତ ଲୁଟେରାଙ୍କ ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି।

ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୧୦ ମାଓବାଦୀ।ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ସୁରକ୍ଷାକ...
01/02/2025

ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୧୦ ମାଓବାଦୀ।
ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ପରେ ଭୟଭୀତ ହୋଇ ଆତ୍ମସମର୍ପଣ କଲେ ୧୦ ମାଓବାଦୀ। ଏମାନେ ସମସ୍ତେ ହେଉଛନ୍ତି ଆନ୍ଧ୍ର ଓଡ଼ିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୁଣ୍ଡ ଉପରେ ପୂର୍ବରୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ୬ ଜଣଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ AOB ଡିଭିଜନର ସଦସ୍ୟ, CNM ସଭାପତି, DKMS ସଭାପତି, PLGA ସଦସ୍ୟ ଓ ଜନତାନା ସରକାର ସଦସ୍ୟ ଅଛନ୍ତି। ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି।
ମାଓମୁକ୍ତ ଭାରତ ଗଠନ ହେବା ଲାଗି ତାରିଖ ଘୋଷଣା ହେବା ପରେ ୨୦୨୪ରେ ଛତିଶଗଡରେ ୧୮୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛ୍ତି। ସେହିଭଳି ୫୮ ଜଣ ମାଓବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି। ସେହିପରି ୫୦୩ ଜଣ ମାଓବାଦୀ ପୋଲିସ ହାତରେ ଗିରଫ ହେବା ପରେ ମାଓ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ୨୦୨୫ ଜାନୁଆରୀ ମାସରେ ୨୩ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ୪୬ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି ଓ ୧୭ ଜଣ ମାଓବାଦୀ ଏନକାଉଣ୍ଟରରେ ନିହତ ହୋଇଛନ୍ତି।

କଂଗ୍ରେସ ଦଳ ରାଷ୍ଟ୍ରପତି ଙ୍କୁ କ୍ଷମା ମlଗୁ- କାଳୀ ରାମ ମାଝୀ।ରାୟଗଡ ଜିଲ୍ଲା ମାନ୍ୟବର ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ...
01/02/2025

କଂଗ୍ରେସ ଦଳ ରାଷ୍ଟ୍ରପତି ଙ୍କୁ କ୍ଷମା ମlଗୁ- କାଳୀ ରାମ ମାଝୀ।

ରାୟଗଡ ଜିଲ୍ଲା ମାନ୍ୟବର ରାଷ୍ଟ୍ରପତିଙ୍କ ଭାଷଣ ଉପରେ କଂଗ୍ରେସ ନେତ୍ରୀ ଶ୍ରୀମତୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ । ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶା ତଥା ମହିଳା ବିରୋଧୀ ମାନସିକତାକୁ ପ୍ରତିଫଳିତ କରୁଛି । ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । କଂଗ୍ରେସ କେବଳ ଏସଟି ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । ଜଣେ ମହିଳା ଏବଂ ଓଡ଼ିଶାକୁ ଅପମାନିତ କରିଛନ୍ତି । ଓଡିଶା ବାସି କେବେ ବି ଏହାକୁ ଗ୍ରହଣ କରିବେ ନାହିଁ l ରାଷ୍ଟ୍ରପତିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦେଇଥିବାରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଦରକାର ବୋଲି ବରିଷ୍ଟ ବିଜେପି ନେତା କାଳୀ ରାମ ମାଝୀ କହିଛନ୍ତି।
ରାୟଗଡ ଜିଲ୍ଲା ରୁ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ
ଓଡ଼ିଆ ଏକ୍ସ ପ୍ରେସ୍।

01/02/2025

ଏଟିଏମ୍ ଟଙ୍କା ଜମାକାରୀ ସାଜିଥିଲେ ଲୁଟେରା। ଜମା ଟଙ୍କା ରୁ ଲୁଟିଥିଲେ ୧୦ଳକ୍ଷ।

Reporter _sanat pradhani
Place -Kalahandi

01/02/2025

ଜଙ୍ଗଲ ଅଧିକାର ଆଇନ ସାମର୍ଥ୍ୟ କର୍ମଶାଳା ଅନୁଷ୍ଠିତ।

ମାନସିକ ଅନଗ୍ରସଙ୍କୁ ଅକଥନୀୟ ନିର୍ଯାତନା ପଡିଲା ମହଙ୍ଗା, ସିଲ୍ ହେଲା 'ସମର୍ଥ' ନିର୍ଯାତନା କେନ୍ଦ୍ର।ସମ୍ବଲପୁର ସ୍ଥିତ ସମର୍ଥ ରିହାବ କେନ୍ଦ୍ରର...
01/02/2025

ମାନସିକ ଅନଗ୍ରସଙ୍କୁ ଅକଥନୀୟ ନିର୍ଯାତନା ପଡିଲା ମହଙ୍ଗା, ସିଲ୍ ହେଲା 'ସମର୍ଥ' ନିର୍ଯାତନା କେନ୍ଦ୍ର।
ସମ୍ବଲପୁର ସ୍ଥିତ ସମର୍ଥ ରିହାବ କେନ୍ଦ୍ରରେ ମାନସିକ ଅନଗ୍ରସରଙ୍କୁ ନିର୍ଯାତନା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ସିଲ୍ ହେଲା ସମର୍ଥ ଅନୁଷ୍ଠାନ । ସମ୍ବଲପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ଅନ୍ତେବାସୀଙ୍କ ସ୍ଥାନାନ୍ତର ପରେ ସିଲ୍ କଲା ଜିଲ୍ଲା ପ୍ରଶାସନ। ମାଜିଷ୍ଟ୍ରେଟ୍, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସମର୍ଥ ଅନୁଷ୍ଠାନର କୋଠାକୁ ସିଲ୍ କରାଯାଇଛଇ ।ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ ଏହି କୋଠା ସିଲ୍ ରହିବ । ଏହି କୋଠାଟି ସମର୍ଥ ଅନୁଷ୍ଠାନର ପରିଚାଳକ ହରିଶ୍ଚନ୍ଦ୍ର ଦାସଙ୍କର । ତେବେ ଏହି କୋଠା ନିର୍ମାଣରେ ସରକାରୀ ଟଙ୍କା ବିନିଯୋଗ ହୋଇଛି ନା ନାହିଁ ସେନେଇ ତଦନ୍ତ କରାଯିବ।

ସୂଚନା ଅନୁସାରେ ଗତ ୨୭ ତାରିଖରେ ଅମାନୁଷିକତାର ସବୁ ସୀମା ଟପିଗଲା ଭଳି ଘଟଣା ସମ୍ବଲପୁର ନେତାଜୀ ନଗରସ୍ଥିତ ଥଇଥାନ କେନ୍ଦ୍ରରୁ ଆସିଥିଲା । ଆଉ ସେହି ଛାତିଥରା ଭିଡ଼ିଓ ନିଆଁ ଭଳି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ମାନସିକ ଅନଗ୍ରସଙ୍କୁ ମିଳୁଥିଲା ଅକଥନୀୟ ନିର୍ଯାତନା । ଶାରୀରିକ ମାନସିକ ନିର୍ଯାତନା ସହ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଘଟଣାରେ ଦୁଇ ଜଣ ଗିରଫ ହୋଇଥିବା ବେଳେ ପୂର୍ବରୁ ସଂସ୍ଥାର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଏବଂ ସହାୟିକା ଗିରଫ ହୋଇଥିଲେ । ଘଟଣାକୁ ଗୁରୁତର ସହ ନେଇ ନିଜ ଆଡ଼ୁ ମାମଲା ରୁଜୁ କରିବା ସହ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଗିରଫ କଲାଣି ପୋଲିସ୍ । ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା । ଘଟଣାରେ ଦୁଷ୍କର୍ମ ନେଇ ଗୁରୁତର ଅଭିଯୋଗ ହୋଇଥିବାବେଳେ ମେଡିକାଲ ରିପୋର୍ଟ ଆସିଲେ ସତ୍ଯତା ଜଣାପଡିବ ବୋଲି ସେ କହିଛନ୍ତି ।

ନିର୍ଯାତନାର ସବୁ ସୀମା ଡେଇଁ ପଶୁ ପାଲଟି ଯାଇଥିଲେ ଥଇଥାନ କେନ୍ଦ୍ରର ମାଲିକ । ନାତ, ଗୋଇଠା, ବାଡ଼ିରେ ନିସ୍ତୁକ ପିଟିବା ସହ ମହିଳା ଏବଂ ପୁରୁଷ ଅନ୍ତେବାସୀଙ୍କୁ ଗୋଟିଏ ସ୍ଥାନରେ ଗାଧୋଇ ଦେବାର ଭିଜୁଆଲ ମଧ୍ୟ ମୋବାଇଲରେ କଏଦ ହୋଇଥିଲା । ଧନୁପାଲି ଥାନା ନେତାଜୀ ନଗରଠାରେ ଥିବା ଏହି କେନ୍ଦ୍ରର ଭିଡିଓ ପଦାକୁ ଆସିବା ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିଲା । ଏପରିକି ଏହି ନିର୍ଯାତନା ଯୋଗୁଁ ୬ ଜଣଙ୍କ ମୃତ୍ଯୁ ହୋଇଥିବା ମଧ୍ଯ ଅଭିଯୋଗ ହୋଇଛି । ତେଣୁ ଘଟଣାକୁ ଗୁରୁତର ସହ ନେଇଛି ପୋଲିସ୍ ।

ଠିକା ନିଯୁକ୍ତ ସରକାରୀ କର୍ମଚାରୀଙ୍କର କଟିବ ନାହିଁ ରାସନକାର୍ଡ। ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେ...
01/02/2025

ଠିକା ନିଯୁକ୍ତ ସରକାରୀ କର୍ମଚାରୀଙ୍କର କଟିବ ନାହିଁ ରାସନକାର୍ଡ। ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହି ଠିକା ସରକାରୀ କର୍ମଚାରୀମାନେ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ। ଭଲ ଚାକିରି କିମ୍ବା ଭଲ ଦରମା ପାଉଥିବା କର୍ମଚାରୀମାନେ ନିଜର ରାସନକାର୍ଡ ଫେରାଇବେ। ମନ୍ତ୍ରୀ କହିଛନ୍ତି ଯେ ସବୁ ଜିଲ୍ଲାରୁ କାର୍ଡ ଫେରାଇବା ପ୍ରକ୍ରିୟା ଜାରି ରହିଛି। ଦୁଇଦିନ ତଳେ ଏହି ସଂଖ୍ୟା ୧୨ହଜାର ଥିବା ବେଳେ ଆଜି ତାହା ୨୦ହଜାରରେ ପହଞ୍ଚିଛି। କଣ୍ଟ ପୂରିବା ପରେ ଯେଉଁ ସରକାରୀ କର୍ମଚାରୀ ରାସନକାର୍ଡ ରଖିଥିବା ଧରାପଡ଼ିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ରାଜ୍ୟ ସରକାର ରାସନକାର୍ଡ ଇ-କେୱାଇସି ଅପ୍‌ଡେଟ୍‌ ଅବଧିକୁ ଫେବ୍ରୁଆରୀ ୧୫ତାରିଖକୁ ବଢ଼ାଇଛନ୍ତି। ବିଭିନ୍ନ ସ୍ଥାନରେ ଲୋକମାନେ ବିଭିନ୍ନ କାରଣରୁ ଇ-କେୱାଇସି କରିପାରି ନଥିବା ନେଇ ସରକାରଙ୍କୁ ଜଣାଇଥିଲେ। ସରକାର ଲୋକଙ୍କ ଦାବିକୁ ବିଚାରକୁ ନେଇ ଅବଧିକୁ ୧୫ଦିନ ପାଇଁ ବଢ଼ାଇଛନ୍ତି।

Address

Saheed Nagar
Bhubaneswar
751007

Alerts

Be the first to know and let us send you an email when Odia XPress posts news and promotions. Your email address will not be used for any other purpose, and you can unsubscribe at any time.

Videos

Share

Category