Akash Dasnayak

  • Home
  • Akash Dasnayak

Akash Dasnayak Actor , MLA, Korei , Social Activist

ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପରିଚୟ, ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'ର‌ ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ମ...
09/12/2024

ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପରିଚୟ, ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'ର‌ ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ସହ ଓଡ଼ିଆ ସାହିତ୍ୟରେ ତାଙ୍କର ଅନବଦ୍ୟ ସୃଷ୍ଟି ସର୍ବଦା ସ୍ମରଣୀୟ ରହିବ ।🙏🏻

08/12/2024

ରାଜ୍ୟ ସରକାରଙ୍କ 'ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧେୟକ-୨୦୨୪' ପ୍ରଣୟନକୁ ବିଧାନସଭାର ପବିତ୍ର ଗୃହରେ ପୂର୍ଣ୍ଣ ସମର୍ଥନ ଜଣାଇଥିଲି । ପୂର୍ବ ସରକାର ସମୟରେ ପ୍ରାୟ ସମସ୍ତ ପରୀକ୍ଷାରେ ହେଉଥିବା ବିଭ୍ରାଟ, ବ୍ୟାପକ ଅବ୍ୟବସ୍ଥାକୁ ଆଖିରେ ରଖି ପରୀକ୍ଷା ଆଇନରେ ସଂଶୋଧନ ଆଣି ଏହାକୁ ସ୍ବଚ୍ଛ କରିବାକୁ ଗୃହର ନେତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉଦ୍ୟମ ବାସ୍ତବିକ ପ୍ରଶଂସନୀୟ ।

Happy anniversary to us. Jay Jagannath 🙏
08/12/2024

Happy anniversary to us. Jay Jagannath 🙏

ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ସାଂସ୍କୃତିକ ମହୋତ...
07/12/2024

ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ସାଂସ୍କୃତିକ ମହୋତ୍ସବ, ଓଡ଼ିଆ ଅସ୍ମିତା ଶିବିର- ୨୦୨୪ର ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲି । ଏହି ଅବସରରେ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ ।
Suryabanshi Suraj

07/12/2024

ବିଧାନସଭାର ଶୀତ ଅଧିବେଶନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ଅତିରିକ୍ତ ବଜେଟ୍‌କୁ ଗୃହରେ ପୂର୍ଣ୍ଣ ସମର୍ଥନ ଜଣାଇଥିଲି । ଏହି ଅବସରରେ ବିଭିନ୍ନ ଯୁଗାନ୍ତକାରୀ ଯୋଜନା ପାଇଁ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ ସହ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ସେବାକୁ ବ୍ୟାପକ ଏବଂ ଗୁଣାତ୍ମକ କରିବା ନେଇ ମୋର ମତ ରଖିଥିଲି ।

06/12/2024

ସାଂପ୍ରତିକ ଓଡ଼ିଆ ସିନେମାର ଦୁଃସ୍ଥିତିକୁ ନେଇ ବିଧାନସଭା ଶୂନ୍ୟକାଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ପ୍ରତି ବ୍ଲକ୍‌ରେ ବହୁମୁଖୀ ପ୍ରେକ୍ଷାଳୟର ନିର୍ମାଣ ସହ ପୂର୍ବ ସରକାରରେ ଲାଗୁ ହୋଇଥିବା ଚଳଚିତ୍ର ନୀତିକୁ କାର୍ଯ୍ୟକାରୀ ଏବଂ ବରପୁତ୍ରମାନଙ୍କ ଉପରେ ଫିଲ୍ମ ପାଇଁ ସବସିଡି ଦିଆଯିବା ଭଳି ନିଷ୍ପତ୍ତି ସରକାର ଗ୍ରହଣ କରିବା ନେଇ ମାନନୀୟା ବାଚସ୍ପତି ମହୋଦୟାଙ୍କ ଜରିଆରେ ଦାବି ରଖିଥିଲି ।

Remembering Dr B.R. Ambedkar on his death anniversary. A visionary leader, the architect of the Indian Constitution, and...
06/12/2024

Remembering Dr B.R. Ambedkar on his death anniversary. A visionary leader, the architect of the Indian Constitution, and a champion of equality and social justice. Let us honour his legacy by working towards an inclusive and equitable society. 🙏

ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ମାଟି ମା' ପାଇଁ ତ...
06/12/2024

ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଓଡ଼ିଆ ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ମାଟି ମା' ପାଇଁ ତାଙ୍କର ଗଭୀର ଦେଶପ୍ରେମ, ନିର୍ଭୀକ ସଂଗ୍ରାମୀ ଜୀବନ ତଥା ଅସୀମ ତ୍ୟାଗ ଅବିସ୍ମରଣୀୟ ଏବଂ ବେଶ୍ ପ୍ରେରଣାପ୍ରଦ ‌।🙏🏻

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସୁସାହିତ୍ୟିକ ପଦ୍ମ ଭୂଷଣ ଡ଼ଃ. ରାଧାନାଥ ରଥଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।କାଳଜୟୀ ସୃଷ୍ଟ...
06/12/2024

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ସୁସାହିତ୍ୟିକ ପଦ୍ମ ଭୂଷଣ ଡ଼ଃ. ରାଧାନାଥ ରଥଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।କାଳଜୟୀ ସୃଷ୍ଟିରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବା ସହ ସାମ୍ବାଦିକତା ତଥା ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ।🙏🏻

Honouring the courage, dedication, and valour of our maritime guardians on  . They stand as the nation’s pride, protecti...
04/12/2024

Honouring the courage, dedication, and valour of our maritime guardians on . They stand as the nation’s pride, protecting our waters with unwavering resolve. Jai Hind! 🇮🇳

ପବିତ୍ର ଦେବ ଦୀପାବଳି ଅବସରରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ଠାରେ ଅନୁଷ୍ଠିତ ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି । ଏହି ମହାନ ପରମ୍ପରା...
03/12/2024

ପବିତ୍ର ଦେବ ଦୀପାବଳି ଅବସରରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିର ଠାରେ ଅନୁଷ୍ଠିତ ଦୀପଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି । ଏହି ମହାନ ପରମ୍ପରାରେ ଅଂଶଗ୍ରହଣ କରିପାରିଥିବାରୁ ନିଜକୁ ଧନ୍ୟ ମନେ କରୁଛି ।

On this International Day of Persons with Disabilities, let us celebrate the resilience and achievements of persons with...
03/12/2024

On this International Day of Persons with Disabilities, let us celebrate the resilience and achievements of persons with disabilities while working towards a more inclusive and accessible society for all.

Remembering Khudiram Bose Ji, the young revolutionary who inspired generations with his courage and sacrifice for India’...
03/12/2024

Remembering Khudiram Bose Ji, the young revolutionary who inspired generations with his courage and sacrifice for India’s freedom. A true hero of our nation.

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଜୟନ୍ତୀରେ ମୋର  ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶାରେ ବ୍ୟାପକ କ...
03/12/2024

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀଙ୍କ ଜୟନ୍ତୀରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ସ୍ୱାଧୀନତା ସଂଗ୍ରାମକୁ ଓଡ଼ିଶାରେ ବ୍ୟାପକ କରିବା ସହ ସମାଜ ସଂସ୍କାର ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ଏବଂ ବେଶ୍ ପ୍ରେରଣାପ୍ରଦ ।🙏🏻

Remembering Dr. Rajendra Prasad, India’s first President, on his birth anniversary. A true leader whose wisdom and humil...
03/12/2024

Remembering Dr. Rajendra Prasad, India’s first President, on his birth anniversary. A true leader whose wisdom and humility shaped the foundation of our nation. 🙏

02/12/2024

ଚଳିତ ବିଧାନସଭାର ଶୀତକାଳୀନ ଅଧିବେଶନରେ ଗୃହରେ ଆମ ନିର୍ବାଚନ ମଣ୍ଡଳୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଏବଂ ଜାତୀୟ ରାଜପଥ ୨୦ର ମିଳନ ସ୍ଥଳି ପାଣିକୋଇଲି ଠାରେ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଦେଖାଦେଉଥିବା ଟ୍ରାଫିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ମାନ୍ୟବର ବାଚସ୍ପତିଙ୍କ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି ।

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମଣ ପଞ୍ଚାୟତର ଶଙ୍ଖଚିଲା ହିଙ୍ଗୁଳା ପୀଠରେ ଅନୁଷ୍ଠିତ କୋରେଇ ଉନ୍ନୟନ ପରିଷଦର ଦ୍ବିତୀୟ ବାର୍ଷିକ ଉତ୍ସବରେ...
02/12/2024

କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମଣ ପଞ୍ଚାୟତର ଶଙ୍ଖଚିଲା ହିଙ୍ଗୁଳା ପୀଠରେ ଅନୁଷ୍ଠିତ କୋରେଇ ଉନ୍ନୟନ ପରିଷଦର ଦ୍ବିତୀୟ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲି । ଏହି ଅବସରରେ ପରିଷଦର ସଦସ୍ୟଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ପରିଷଦର କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲି ।

On  , let’s work towards a healthier planet by tackling pollution at its roots. A clean environment isn’t a choice—it’s ...
02/12/2024

On , let’s work towards a healthier planet by tackling pollution at its roots. A clean environment isn’t a choice—it’s a responsibility we owe to future generations.

Address


Alerts

Be the first to know and let us send you an email when Akash Dasnayak posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Akash Dasnayak:

Shortcuts

  • Address
  • Alerts
  • Contact The Business
  • Claim ownership or report listing
  • Want your business to be the top-listed Media Company?

Share