ABS Algorithm

ABS Algorithm News Analysis, Discussion, Panel Discussion, Interviews, Public Opinion Program, Editorial & Podcast

 #ମୃତଦେହ_ଠାବ  ! ାଙ୍ଗୀର  17_12_2024* ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରରୁ ଜଣେ ବ୍ୟକ୍ତି ଙ୍କର ମୃତ ଦେହ ଠାବ |* ...
17/12/2024

#ମୃତଦେହ_ଠାବ !
ାଙ୍ଗୀର 17_12_2024
* ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲ ପରିସରରୁ ଜଣେ ବ୍ୟକ୍ତି ଙ୍କର ମୃତ ଦେହ ଠାବ |
* ସିଟି ସ୍କେନ ହେଉଥିବା ପଛପଟେ ଏକ ଦେବ ଦାରୁ ଗଛରୁ ମୃତଦେହ ଉଦ୍ଧାର।
* ସୂଚନୁସାରେ ସେଜଣେ ରୋଗୀ ଏବଂ ସେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ରେ ହିଁ ଚିକିତ୍ସିତ ହେଉଥିଲେ |
* କେମିତି ଓ କଣ ପାଇଁ ଆତ୍ମହତ୍ୟା ନାଁ ହତ୍ୟା... କାରଣ ଅସ୍ପଷ୍ଟ...
* ତଦନ୍ତ ଜାରୀ ।
* Manoj Kumar Naik
ABS News
(ସାଙ୍କେତିକ ଫଟୋଚିତ୍ର)

 #ପ୍ରକୃତି_ପରୀକ୍ଷଣ ଭାରତ ସରକାରଙ୍କ ଆୟୁଷ ବିଭାଗ ତରଫରୁ  ନାଗରିକଙ୍କ ଶରୀର ପ୍ରକୃତି ପରୀକ୍ଷଣ ଏବଂ ସେଇ ଅନୁଯାଇ ଖାଦ୍ୟପେୟ ଏବଂ ରହନ ସହନ ନିର...
10/12/2024

#ପ୍ରକୃତି_ପରୀକ୍ଷଣ
ଭାରତ ସରକାରଙ୍କ ଆୟୁଷ ବିଭାଗ ତରଫରୁ ନାଗରିକଙ୍କ ଶରୀର ପ୍ରକୃତି ପରୀକ୍ଷଣ ଏବଂ ସେଇ ଅନୁଯାଇ ଖାଦ୍ୟପେୟ ଏବଂ ରହନ ସହନ ନିରୂପଣ କରାଯାଉଛି l
ବଲାଙ୍ଗୀର ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ମହାବିଦ୍ୟାଳୟର ଛାତ୍ର ଏବଂ ଛାତ୍ରୀ ବିଭିନ୍ନ ସ୍ଥାନରେ ମାଗଣା ଜନସାଧାରଣଙ୍କ ପଥପ୍ରାନ୍ତ ପ୍ରକୃତି ପରୀକ୍ଷଣ କରି ଶରୀର ଏବଂ ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ପରାମର୍ଶ ଦେଇଥିଲେ l
ଆୟୁଷ ବିଭାଗ ଜନତାଙ୍କ ହିତପାଇଁ ଏହି ପ୍ରକୃତି ପରୀକ୍ଷଣ App ମଧ୍ୟ ଜାରୀକରିଛନ୍ତି ଯଦ୍ୱାରା ସାଧାରଣ ଜନତା ମଧ୍ୟ Aap ମାଧ୍ୟମରେ ହାତ ପାଆନ୍ତାରେ ନିଜ ଶରୀର ପ୍ରକୃତି ବିଷୟରେ ଅବଗତ ହୋଇ ପାରିବେ l

 #ହନୁମାନସମିତିର_ବନବିହାର ବଲାଙ୍ଗୀର ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ତରଫରୁ ଗତ ଡିସେମ୍ବର 8 ତାରିଖ ରବିବାର ନିକଟସ୍ଥ ଗନ୍ଧରେଲ ଡ୍ୟାମ ପାଖ...
09/12/2024

#ହନୁମାନସମିତିର_ବନବିହାର
ବଲାଙ୍ଗୀର ହନୁମାନ ଜନ୍ମୋତ୍ସବ ସମନ୍ୱୟ ସମିତି ତରଫରୁ ଗତ ଡିସେମ୍ବର 8 ତାରିଖ ରବିବାର ନିକଟସ୍ଥ ଗନ୍ଧରେଲ ଡ୍ୟାମ ପାଖ ଜଙ୍ଗଲରେ ଏକ ବନବିହାର ଉତ୍ସବ ଆୟୋଜିତ ହୋଇଥିଲା l
ଏହି ଉତ୍ସବରେ ଆଗାମୀ ହନୁମାନ ଜନ୍ମୋତ୍ସବ ଉତ୍ସବକୁ କିଭଳି ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ପରିଣତ କରାଯାଇ ପାରିବ ଆଲୋଚନା କରାଯାଇଥିଲା ଏତଦ ବ୍ୟତୀତ ହିନ୍ଦୁ ଧର୍ମ ଏକତା ଓ ରକ୍ଷା, ବାଂଲାଦେଶୀ ଅନୁପ୍ରବେଶକାରୀ ସମସ୍ୟା ବିଷୟରେ ବିଷଦ ଆଲୋଚନା ହୋଇଥିଲା l
ଆଗାମୀ ଦିନରେ ସମିତିକୁ ଏକ ଅପ୍ରତିଦ୍ବନ୍ଦି ଏବଂ ଶକ୍ତିଶାଳୀ ସଂଗଠନ ରୂପେ ଗଢି ଅଞ୍ଚଳର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ ଉତ୍ଥାନ ଦିଗରେ କାର୍ଯ୍ୟ କରିବାକୁ ସମସ୍ତ ସଦସ୍ୟ ଏକମତ ହୋଇଥିଲେ l
ଏହି ବନବିହାର କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ସମସ୍ତ ପଡ଼ାରୁ ସମିତିର ସଦସ୍ୟ ଅଂଶଗ୍ରହଣ କରିଥିଲେ l

 ୍ରମଣରେ_ଗଜସାଥି_ମୃତ  ାଙ୍ଗୀର  02_12_2024* ହାତୀ ଘଉଡାଇବାକୁ ଯାଇ ଗଜ ସାଥୀ ମୃତ* ମୃତ ଗଜ ସାଥି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା...
02/12/2024

୍ରମଣରେ_ଗଜସାଥି_ମୃତ
ାଙ୍ଗୀର 02_12_2024
* ହାତୀ ଘଉଡାଇବାକୁ ଯାଇ ଗଜ ସାଥୀ ମୃତ
* ମୃତ ଗଜ ସାଥି ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଡଙ୍ଗରପଡା ଗାଁ ର ରୂପେଶ ଛତ୍ରୀଆ |
* ଗତକାଲି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଞ୍ଜ ବନ୍ଧାନପାଲି ଗାଁ ରେ ହାତୀ ଘଉଡ଼ାଇଲା ସମୟରେ ହାତୀ ଆକ୍ରମଣ କରିଥିଲା |
* ତିନି ଜଣ ଗଜସାଥୀ ଗୁରୁତର ହୋଇ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ରେ ଭର୍ତି ହୋଇ ଥିଲେ |
* ସେମାନଙ୍କ ମଧ୍ୟରୁ ରୁପେଶ ଅଧିକ ଗୁରୁତର ଥିବା ହେତୁ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜି ଥିଲେ |
* Manoj Kumar Naik
ABS News
(ପ୍ରତିକାତ୍ମକ ଫଟୋଚିତ୍ର)

 #ଭାରତୀୟ_କିଶାନ_ସଂଘର_ପ୍ରସ୍ତୁତି_ବୈଠକ  େଓଗାଁ ୦୧/୧୨/୨୦୨୪ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ NH 26 ନିକଟ ସାଗରପାଲି ଠାରେ ଅବସ୍ଥିତ ବିଜୟାନନ...
01/12/2024

#ଭାରତୀୟ_କିଶାନ_ସଂଘର_ପ୍ରସ୍ତୁତି_ବୈଠକ
େଓଗାଁ ୦୧/୧୨/୨୦୨୪
ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ NH 26 ନିକଟ ସାଗରପାଲି ଠାରେ ଅବସ୍ଥିତ ବିଜୟାନନ୍ଦ ଚିନିକଳର ପୁନରୁଦ୍ଧାର ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ କିସାନ୍ ସଂଘର ଆହ୍ବାନ କ୍ରମେ ବଲାଙ୍ଗିର ଜିଲ୍ଲାର ୧୪ ଟି ବ୍ଲକ ରୁ ପ୍ରାୟ ଶତାଧିକ ସଦସ୍ୟ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ଦାଦନ ପ୍ରବଣ ଜିଲ୍ଲା କୁହାଯାଉଥିବା ବଲାଙ୍ଗିର ଜିଲ୍ଲାରେ ଏକ ମାତ୍ର କାରଖାନା ଥିବା ବେଳେ ରାଜନୀତିର ପଶାପାଲିରେ ତାହା ଦୀର୍ଘ ୧୩ବର୍ଷ ହେବ ବନ୍ଦ୍ ପଡ଼ିଛି । ସୁଚନା ଯୋଗ୍ୟ ଯେ ବିଜୟା ନନ୍ଦ ଚିନିକଳ ଉପରେ ପ୍ରାୟ ପାଞ୍ଚ ହଜାର ଚାଷୀ ନିର୍ଭର କରୁଥିବା ବେଳେ ପାଞ୍ଚଶହ କର୍ମଚାରୀ ନିଯୁକ୍ତି ହୋଇ ନିଜ ପେଟ ପାଟଣା ମେଣ୍ଟଉଥିଲେ । ଦେଖିବାକୁ ବାକି ରହିଲା ବିଜୟା ନନ୍ଦ ଚିନିକଳ କୁ ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଥିବା ଭାରତୀୟ କିଶାନ ସଂଘର ସଂଘର୍ଷ କେତେଦୂର ଯାଉଛି ।
* Manoj Kumar Naik
ABS News

 #ମର୍ମନ୍ତୁଦ_ଦୁର୍ଘଟଣା_ନେଲା_ଜୀବନ  ! ାଙ୍ଗୀର  30_11_2024* ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ଋଷୁଡା -  ଅର୍ଜୁନ ପୁର ମଝିରେ ମାଧିଆପାଲି ସ...
30/11/2024

#ମର୍ମନ୍ତୁଦ_ଦୁର୍ଘଟଣା_ନେଲା_ଜୀବନ !
ାଙ୍ଗୀର 30_11_2024
* ବଲାଙ୍ଗୀର ଜିଲ୍ଲା ଗୁଡଭେଳା ବ୍ଲକ ଋଷୁଡା - ଅର୍ଜୁନ ପୁର ମଝିରେ ମାଧିଆପାଲି ସ୍ଥିତ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ।
* ଘାଟଣ ସ୍ଥଳରେ ଜଣେ ମୃତ, ଜଣେ ଗୁରୁତର ।
* ମୃତକ ଜଣକ ହେଲେ ଅର୍ଜୁନପୁର ନିବାସୀ ବସନ୍ତ ସାହୁ |
* Manoj Kumar Naik
ABS News

 ୋଲ୍_ଫ୍ରି_ନମ୍ବର_ଜାରି  ାଙ୍ଗୀର  28_11_2024* ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବାକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ଉଦ୍‌ଘାଟନ କଲେ ଖାଦ୍ୟ ଯୋଗାଣ...
28/11/2024

ୋଲ୍_ଫ୍ରି_ନମ୍ବର_ଜାରି
ାଙ୍ଗୀର 28_11_2024
* ଧାନମଣ୍ଡିରେ ଅବ୍ୟବସ୍ଥା ରୋକିବାକୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ଉଦ୍‌ଘାଟନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ
* ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ
* ଫୋନ୍ କରି ମଣ୍ଡିର ଅସୁବିଧା ନେଇ ଅଭିଯୋଗ କରିପାରିବେ
* କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଦ୍ବାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ
* ଅଭିଯୋଗ ଆସିଲେ ନୋଡାଲ ଅଧିକାରୀ ତୁରନ୍ତ ଯିବେ ଘଟଣାସ୍ଥଳକୁ
* Manoj Kumar Naik
ABS News
(ପ୍ରତିକାତ୍ମକ ଫଟୋଚିତ୍ର)

 #କ୍ବାରୀରେ_ବିସ୍ଫୋରଣ ! ାଙ୍ଗୀର  27_11_2024 * ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଖଲିଆପଡା ନିକଟସ୍ଥ ଏକ ପଥର କ୍ବାରୀରେ ବିସ୍ଫୋରଣ। * ପ...
27/11/2024

#କ୍ବାରୀରେ_ବିସ୍ଫୋରଣ !
ାଙ୍ଗୀର 27_11_2024
* ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଖଲିଆପଡା ନିକଟସ୍ଥ ଏକ ପଥର କ୍ବାରୀରେ ବିସ୍ଫୋରଣ।
* ପଥର କ୍ୱାରି ରେ ବ୍ଳାଷ୍ଟିଙ୍ଗ ବେଳେ ଦୁର୍ଘଟଣା ଘଟି ଜଣେ ଶ୍ରମିକ ମୃତ, ।
* ଖବର ପାଇ ପୋଲିସ ପହଞ୍ଚି ଆରମ୍ଭ କରିଛନ୍ତି ତଦନ୍ତ।
* Manoj Kumar Naik
ABS News
(ପ୍ରତିକାତ୍ମକ ଫଟୋଚିତ୍ର)

 #ଯୁବକ_ନିରୁଦ୍ଦିଷ୍ଟ  ! ାଙ୍ଗୀର   26_11_2024ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳ ର ଗୈାରବ ଅଗ୍ରୱାଲ ବୟସ -୧୭ ଆଜି ଦିନ ୧୨ ଟା ଠାରୁ ନିଖୋଜ ଅ...
26/11/2024

#ଯୁବକ_ନିରୁଦ୍ଦିଷ୍ଟ !
ାଙ୍ଗୀର 26_11_2024
ବଲାଙ୍ଗୀର ଜିଲ୍ଲା ତୁଷୁରା ଅଞ୍ଚଳ ର ଗୈାରବ ଅଗ୍ରୱାଲ
ବୟସ -୧୭ ଆଜି ଦିନ ୧୨ ଟା ଠାରୁ ନିଖୋଜ ଅଛନ୍ତି। ସେ ଗଲାବେଳେ ଧଲା ରଙ୍ଗ ସ୍କୁଟି ନଂ (ଓଡି ୦୩-ଏ ୭୭୫୨ )ଧରି ଘରୁ ବାହାରିଥିବା ସୂଚନା। ଅଳ୍ପ ସମୟ ରେ ଆସୁଛି କହି ଯାଇଥିଲେ ଏଣେ ଘର କୁ ଫେରି ନାହାନ୍ତି। ଯଦି କେହି ସହୃଦୟ ବ୍ଯକ୍ତି ତାଙ୍କର କିଛି ଖବର ପାଇବେ ବେଳେ ସ୍ଥାନୀୟ ପୁଲିସ ଅଥବା ତୁଷୁରା ପୁଲିସ କୁ ଖବର ଦେବା ପାଇଁ ଅନୁରୋଧ ଜଣାଇଛନ୍ତି ପରିବାର ଲୋକେ।
* Manoj Kumar Naik
ABS News

 #ଆସିଲା_ତୃତୀୟ_ପର୍ଯ୍ୟାୟ_ଟଙ୍କା  ାଙ୍ଗୀର  24_11_2024* ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା* ସୁନ୍ଦରଗଡ଼ରେ ଟଙ୍କା ...
24/11/2024

#ଆସିଲା_ତୃତୀୟ_ପର୍ଯ୍ୟାୟ_ଟଙ୍କା
ାଙ୍ଗୀର 24_11_2024
* ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
* ସୁନ୍ଦରଗଡ଼ରେ ଟଙ୍କା ରିଲିଜ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
* ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା
* Manoj Kumar Naik
ABS News
(ସାଙ୍କେତିକ ଫଟୋଚିତ୍ର )

 #ମର୍ମନ୍ତୁଦ_ଦୁର୍ଘଟଣା_2_ମୃତ ାଙ୍ଗୀର  23_11_2024* ବରଗଡ଼ - ବୋରିଗୁମ୍ମା ଜାତୀୟ ରାଜ ପଥ 26, ବଲାଙ୍ଗୀର ଓ ଦେଓଗାଁ ମଝିରେ ଖରଲିକାଣୀ ନିକଟ...
23/11/2024

#ମର୍ମନ୍ତୁଦ_ଦୁର୍ଘଟଣା_2_ମୃତ
ାଙ୍ଗୀର 23_11_2024
* ବରଗଡ଼ - ବୋରିଗୁମ୍ମା ଜାତୀୟ ରାଜ ପଥ 26, ବଲାଙ୍ଗୀର ଓ ଦେଓଗାଁ ମଝିରେ ଖରଲିକାଣୀ ନିକଟରେ ସଡକ ଦୁର୍ଘଟଣା ।
* ଦୁର୍ଘଟଣା ଯୋଗୁଁ ବାଇକ ରେ ଥିବା ଦୁଇଜଣ ଙ୍କର ଘାଟଣ ସ୍ଥଳରେ ମୃତ୍ୟୁ ।
* ଗଛରେ ପିଟି ହୋଇ ଦୁଇ ସାଙ୍ଗ ଙ୍କ ଘାଟଣ ସ୍ଥଳରେ ମୃତ୍ୟୁ |
* ମୃତକ ଦ୍ବୟ ବଲାଙ୍ଗୀର ସଦର ବ୍ଲକ ଶିକାଛିଡା ପଞ୍ଚାୟତ ଭାନପୁର (ରାତାଖଣ୍ଡି ) ଗ୍ରାମର ଓମ ମହାଳିଙ୍ଗ ଓ ଟୁମୁର୍ଲୁ ଭୋଇ |
ବୋଲି ଜଣାଯାଏ।
* Manoj Kumar Naik
ABS News

 #ମାଡ_ମାରିଲେ_ମହିଳା ାଙ୍ଗୀର  19_11_2024* ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅତିରିକ୍ତ ତହସିଲଦାର ଙ୍କୁ ମାଡ଼ |* ବଲାଙ୍ଗିର, ଦେଓଗାଁର ଅତିରିକ୍ତ ...
19/11/2024

#ମାଡ_ମାରିଲେ_ମହିଳା
ାଙ୍ଗୀର 19_11_2024
* ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅତିରିକ୍ତ ତହସିଲଦାର ଙ୍କୁ ମାଡ଼ |
* ବଲାଙ୍ଗିର, ଦେଓଗାଁର ଅତିରିକ୍ତ ତହସିଲଦାର ସମାକେଶ ନାୟକ ଙ୍କୁ ମାଡ଼ ମାରିଲେ ମହିଳା,
* ଜାତିଗତ ସାର୍ଟିଫିକେଟ ନଦେବାରୁ ଉତକ୍ଷିପ୍ତ ହୋଇ ଅତିରିକ୍ତ ତହସିଲଦାରଙ୍କ କଲାର ଝିଙ୍କିଲେ ମହିଳା ।
* Manoj Kumar Naik
ABS News
(ପ୍ରତିକାତ୍ମକ ଫଟୋଚିତ୍ର)

 #ପରଲୋକରେ_ସମୀରଦେ ାଙ୍ଗୀର  18_11_2024* ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ଙ୍କ ପରଲୋକ ହୋଇଥିବା ସୂଚନା। * କିଛି ଦିନ ...
18/11/2024

#ପରଲୋକରେ_ସମୀରଦେ
ାଙ୍ଗୀର 18_11_2024
* ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସମୀର ଦେ ଙ୍କ ପରଲୋକ ହୋଇଥିବା ସୂଚନା।
* କିଛି ଦିନ ଧରି ଅସୁସ୍ଥ ଥିଲେ ସେ ।
* କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ।
* 2004ରୁ 2009 ପର୍ଯ୍ୟନ୍ତ ଉଚ୍ଚଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସ୍ବର୍ଗତ ସମୀର ।
* ମୃତ୍ୟୁ ବେଳକୁ ତାଙ୍କୁ 67ବର୍ଷ ବୟସ ହୋଇଥିଲା ।
* ତାଙ୍କ ପରଲୋକରେ ମୂଖ୍ଯମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶୋକ ପ୍ରକାଶ କରିଛନ୍ତି।
* Manoj Kumar Naik
ABS News

 #ମର୍ମନ୍ତୁଦ_ଦୁର୍ଘଟଣା_ଜଣେ_ମୃତ ାଙ୍ଗୀର  17_11_2024* ବଲାଙ୍ଗୀର ଜିଲ୍ଲା ର ଦେଓଗାଁ - ଭୁତିଆରବାହାଲ ମଝିରେ ଆର୍ଡ଼ା ଠାରେ ଘଟିଛି ଏକ ସଡ଼କ ...
17/11/2024

#ମର୍ମନ୍ତୁଦ_ଦୁର୍ଘଟଣା_ଜଣେ_ମୃତ
ାଙ୍ଗୀର 17_11_2024
* ବଲାଙ୍ଗୀର ଜିଲ୍ଲା ର ଦେଓଗାଁ - ଭୁତିଆରବାହାଲ ମଝିରେ ଆର୍ଡ଼ା ଠାରେ ଘଟିଛି ଏକ ସଡ଼କ ଦୁର୍ଘଟଣା ।
* ବାଇକ ରେ ଥିବା ଜଣକର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଚେତା ଶୂନ୍ୟ ।
* କେଉଁ ଅଜଣା ହାୱାଇ ଟ୍ରକ ଧକ୍କା ଦେଇ ଫେରାର ହୋଇଛି ।
* ବାଇକ ରେ ଥିବା ଉଭୟେ ବରଗଡ଼ ଜିଲ୍ଲା ର ଏବଂ ସାମାଜିକ କାର୍ଯ୍ୟ ପାଇଁ ଆସିଥିଲେ ବୋଲି ସ୍ଥାନୀୟ ଲୋକଙ୍କ ସୂଚନା |
* Manoj Kumar Naik
ABS News

 #କାର୍ଯ୍ୟକ୍ରମ_ବେଳେ_ଟଳି_ପଡିଲେ_ଶିକ୍ଷକ  ାଙ୍ଗୀର  15_11_2024* ଭାଷଣ ଦେଲା ବେଳେ ଟଳି ପଡିଲେ ପ୍ରଧାନ ଶିକ୍ଷକ | * ବଲାଙ୍ଗିର ଜିଲ୍ଲା ତୁରକ...
15/11/2024

#କାର୍ଯ୍ୟକ୍ରମ_ବେଳେ_ଟଳି_ପଡିଲେ_ଶିକ୍ଷକ
ାଙ୍ଗୀର 15_11_2024
* ଭାଷଣ ଦେଲା ବେଳେ ଟଳି ପଡିଲେ ପ୍ରଧାନ ଶିକ୍ଷକ |
* ବଲାଙ୍ଗିର ଜିଲ୍ଲା ତୁରକେଲା ବ୍ଲକ ପଲ୍ଲିଶ୍ରୀ ବିକାଶ ପଞ୍ଚାୟତ ହାଇସ୍କୁଲ ରେ ଘଟିଲା ଅଘଟଣ ।
* ଶିଶୁ ଦିବସ ଅବସରରେ ଭାଷଣ ଦେବା ବେଳେ ପିଲାଙ୍କ ସମ୍ମୁଖରେ ଟଳି ପଡିଲେ ପ୍ରଧାନ ଶିକ୍ଷକ |
* ସ୍କୁଲ ତଥା ଅଞ୍ଚଳରେ ଶୋକର ଛାୟା।
* ମୃତ ପ୍ରଧାନ ଶିକ୍ଷକ ହେଉଛନ୍ତି ପର୍ଶୁରାମ ଦାସ ।
* ତାଙ୍କ ଘର କଟକ ଜିଲ୍ଲାରେ ବୋଲି ସୂଚନା |
* ପୋଲିସ ର ତଦନ୍ତ ଜାରୀ।
* Manoj Kumar Naik
ABS News

 #ଅଭିଯୋଗ_ଶୁଣାଣୀ_ଶିବିର_ଅନୁଷ୍ଠିତ ାଙ୍ଗୀର  12_11_2024 * ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହଲେଇ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଅଭ...
12/11/2024

#ଅଭିଯୋଗ_ଶୁଣାଣୀ_ଶିବିର_ଅନୁଷ୍ଠିତ
ାଙ୍ଗୀର 12_11_2024
* ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହଲେଇ ଗ୍ରାମ ପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ଆଶୁ ସମାଧାନ ଶିବିର ଅନୁଷ୍ଠିତ |
* PEO ବୀରେନ୍ଦ୍ର ନାଗ ଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଦେଓଗାଁ BDO ପ୍ରିୟରଞ୍ଜନ କୁମାର, ABDO ପୁଷ୍ପାଞ୍ଜଳି ନାଏକ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଥିଲେ ଉପସ୍ଥିତ ।
* ଶିବିର ରେ ମୋଟ ୮୭୨ ଗୋଟି ଅଭିଯୋଗ ପତ୍ର ଦାଖଲ ହୋଇଥିବା ସୂଚନା।
* ଅଧିକାଂଶ ଅଭିଯୋଗ PMAY ଆବାସ ଘର ପାଇଁ ଥିଲା ।
* BDO ଶ୍ରୀ କୁମାର ବିଭିନ୍ନ ସମସ୍ଯାର ସମାଧାନ ର ବାଟ ବତାଇଥିଲେ |
* Manoj Kumar Naik
ABS News

 #ସିଲ୍_କଲା_ପ୍ରଶାସନ ାଙ୍ଗୀର  12_11_2024* ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଲଥାକେନ୍ଦ ଗ୍ରାମ ନିକଟରେ ଥିବା ଆଲିସାନ ସିନେମା ହଲ୍ କୁ ସିଲ କ...
12/11/2024

#ସିଲ୍_କଲା_ପ୍ରଶାସନ
ାଙ୍ଗୀର 12_11_2024
* ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଲଥାକେନ୍ଦ ଗ୍ରାମ ନିକଟରେ ଥିବା ଆଲିସାନ ସିନେମା ହଲ୍ କୁ ସିଲ କଲା ପ୍ରଶାସନ ।
* ଲାଇସେନ୍ସ ରିନୁଆଲ କରି ନଥିବା ଅଭିଯୋଗରେ ପ୍ରଶାସନ ସିଲ କରିଥିବା ସୂଚନା।
* ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ସିଲ କଲେ ତହସିଲଦାର |
* Manoj Kumar Naik
ABS News
(ପ୍ରତିକାତ୍ମକ ଫଟୋଚିତ୍ର)

 #ସାତଲକ୍ଷ_ଟଙ୍କା_ଲୁଟ ାଙ୍ଗୀର  08_11_2024* ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା  ହଳଦୀ ଗାଁ ର ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ର କ...
08/11/2024

#ସାତଲକ୍ଷ_ଟଙ୍କା_ଲୁଟ
ାଙ୍ଗୀର 08_11_2024
* ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗାଁ ର ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ର କର୍ମଚାରୀ ଙ୍କ ଠାରୁ ଟାଙ୍ଗିଆ ଦେଖାଇ ୭ ଲକ୍ଷ ଟଙ୍କା ଲୁଟ l
* ବ୍ୟାଙ୍କ କର୍ମଚାରୀ ଭାଇ ଭଉଣୀ ବାଇକ ରେ ଗଲାବେଳେ ମୁରିବାହାଲ ଥାନା ପଟ୍ଟାମରା - ହଳଦୀ ରାସ୍ତାରେ ଟଙ୍କା ଲୁଟ।
* ଦୁଇ ରୁ ଅଧିକ ଦୁର୍ବୃତ୍ତ ଆସି, ବେକରେ ଟାଙ୍ଗିଆ ରଖି ୭ଲକ୍ଷ ୩୦ ହଜାର ଟଙ୍କା ସହ ଲ୍ୟାପଟପ ଓ ବ୍ୟାଙ୍କ ଚେକ ଲୁଟି ନେଇଥିବା ଅଭିଯୋଗ |
* ଅଭିଯୋଗ ପରେ ମୁରିବାହାଲ ପୋଲିସ ର ତଦନ୍ତ ଆରମ୍ଭ।
* Manoj Kumar Naik
ABS News
(ସାଙ୍କେତିକ ଫଟୋଚିତ୍ର)

Address

Saheed Nagar
Bhubaneswar
751007

Website

Alerts

Be the first to know and let us send you an email when ABS Algorithm posts news and promotions. Your email address will not be used for any other purpose, and you can unsubscribe at any time.

Share