Odisha News Live

Odisha News Live Odisha News Live/ONL is a registered Digital News Media.Which is maintained by qualified journalists. Minute to minute! You spell it !

ONL Editorial Team strictly follows PCI & MIB norms and guidelines. Official handle of Odisha's only independent media venture.
“Odisha News Live” , Join the media revolution ! Person to person, East to West & North to South
State & Politics, Economy, Business Education, Parliament, Crime, Science & Technology, Inventions & discoveries, Weather, Health, Sports, Entertainment, Society, Fashion and

Trends, Food & Tourism.
‘Odisha News live’ invites suggestions, comments and queries for this new wave from men & women, old & young, professionals & home makers. Your voice is our strength, your feedback is our motivation, and your support is our pride !

‘Odisha News Live’ is your own ‘Medium to stay connected with the latest NEWS & information, your need of the hour and your pulse of the heart. We hunt it…

Be a part of this media upheaval. Feel free to write # [email protected]

Team ONL

03/02/2025

Zilla News 🔴 ସାବାସ୍ ଜିଲ୍ଲାପାଳ ସାର୍❗ହାପ୍-ପ୍ୟାଣ୍ଟ ଓ ମୁହଁରେ ମାସ୍କ୍ ଲଗାଇ ଛଦ୍ମବେଶରେ ମଣ୍ଡି ତନଖି କଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, FAQ ମାନର ଧାନ କିଣା ନେଇ ମଣ୍ଡିରେ ଶୋଷଣ କରାଯାଉଥିବା ଅଭିଯୋଗ ପରେ ଚାଷୀ ବେଶରେ ତନଖି କଲେ ଜିଲ୍ଲାପାଳ, ଅନିୟମିତତା ଅଭିଯୋଗରେ ସୋସାଇଟି ସମ୍ପାଦକଙ୍କ ବିରୋଧରେ ନେଲେ କାର୍ଯ୍ୟାନୁଷ୍ଠାନ, ୮ କେଜି କଟନୀଛଟନୀ ହେବ ବୋଲି ମଣ୍ଡି ଅଧିକାରୀ କହିବାରୁ ନୋଟିସ୍ ସୂଚନା

🌿🌼 ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଆଜିର ଦିବ୍ୟ ମୁଖ ଦର୍ଶନ ।। 🙏 ।। ଜୟ ମାଆ ବିରଜା
03/02/2025

🌿🌼 ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଆଜିର ଦିବ୍ୟ ମୁଖ ଦର୍ଶନ

।। 🙏 ।।
ଜୟ ମାଆ ବିରଜା

Crime Corner 🔴 ମହାଠକ ହଂସିତା ଓ ଅନୀଲଙ୍କୁ ଆଜି ଜେଲ ଭିତରେ ଜେରା କରିବ ସ୍ୱତନ୍ତ୍ର ୧୨ ଜଣିଆ ଆୟକର ସ୍କ୍ୱାଡ୍, ସୂଚନା ଅନୁଯାୟୀ ସକାଳ ୧୦ଟାର...
03/02/2025

Crime Corner 🔴 ମହାଠକ ହଂସିତା ଓ ଅନୀଲଙ୍କୁ ଆଜି ଜେଲ ଭିତରେ ଜେରା କରିବ ସ୍ୱତନ୍ତ୍ର ୧୨ ଜଣିଆ ଆୟକର ସ୍କ୍ୱାଡ୍, ସୂଚନା ଅନୁଯାୟୀ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଠକ ଯୋଡ଼ିଙ୍କୁ ଜେରା କରାଯିବ, ପ୍ରଥମେ ଉଭୟଙ୍କୁ ଅଲଗା ଅଲଗା ଓ ପରେ ମୁହାଁମୁହିଁ ଜେରା କରିବାକୁ ଆୟକର ସ୍କ୍ୱାଡ୍ ଯୋଜନା ରଖିଛି, ୨ ଠକ ଯୋଡ଼ି ନାମୀଦାମୀ ଶିଳ୍ପପତି, ଶିକ୍ଷାନୁଷ୍ଠାନ ମାଲିକ ଓ ରାଜନେତାଙ୍କ କଳାଧନକୁ କେଉଁ ଉପାୟରେ ଧଳା କରୁଥିଲେ, କମ୍ପାନୀ CSR ଫଣ୍ଡ୍ କେଳେଙ୍କାରୀରେ ଉଭୟଙ୍କ ଭୂମିକା କେତେ ଓ ଉଭୟଙ୍କର ଆଉ କେଉଁଠି ବେନାମୀ ସମ୍ପତ୍ତି ରହିଛି; ସେସବୁ ଜାଣିବାକୁ ଚେଷ୍ଟା କରିବ ଆୟକର ଟିମ୍, ସୂଚନାଯୋଗ୍ୟ; ନିଜ ଜନ୍ମଦିନରେ ୩୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିଲେ ଅନୀଲ ଏବଂ ନକଲି ପତ୍ନୀ ହଂସିତା ସେହିଦିନ ୨ କୋଟି ନଗଦ ଦେଇ କିଣିଥିବା ଦାମୀ କାର୍ ଉପହାର ଦେଇଥିଲେ

🌼 ଶିରିଡ଼ି ସାଇବାବା ମନ୍ଦିରରୁ ବାବାଙ୍କ ଆଜିର ଦର୍ଶନ🙏।। ଓମ୍ ସାଇନାଥ ।।
03/02/2025

🌼 ଶିରିଡ଼ି ସାଇବାବା ମନ୍ଦିରରୁ ବାବାଙ୍କ ଆଜିର ଦର୍ଶନ

🙏
।। ଓମ୍ ସାଇନାଥ ।।

🌿🌼 ପବିତ୍ର ସୋମବାରରେ ଓଁ ଶ୍ରୀ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗଙ୍କ ଆଜିର ଦିବ୍ୟ ଦର୍ଶନ (ଉଜ୍ଜୟନୀ)🙏।। ହର ହର ମହାଦେବ ।।
03/02/2025

🌿🌼 ପବିତ୍ର ସୋମବାରରେ ଓଁ ଶ୍ରୀ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗଙ୍କ ଆଜିର ଦିବ୍ୟ ଦର୍ଶନ (ଉଜ୍ଜୟନୀ)

🙏
।। ହର ହର ମହାଦେବ ।।

🔱🌿 ପବିତ୍ର ସୋମବାରରେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣୀଙ୍କ ଦିବ୍ୟ ଦର୍ଶନ କରନ୍ତୁ🙏।। ଜୟ ବାବା ଆଖଣ୍ଡଳମଣୀ ।।
03/02/2025

🔱🌿 ପବିତ୍ର ସୋମବାରରେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣୀଙ୍କ ଦିବ୍ୟ ଦର୍ଶନ କରନ୍ତୁ

🙏
।। ଜୟ ବାବା ଆଖଣ୍ଡଳମଣୀ ।।

Special Corner ✨ ହକି ଇଣ୍ଡିଆ ଲିଗ୍ ଫାଇନାଲ ମ୍ୟାଚର ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ଚଳଚ୍ଚିତ୍ର ତାରକା ସାରା ଅଲ୍ଲୀ ଖାଁ ଓ ତାଙ୍କ ଟି...
02/02/2025

Special Corner ✨ ହକି ଇଣ୍ଡିଆ ଲିଗ୍ ଫାଇନାଲ ମ୍ୟାଚର ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡ୍ ଚଳଚ୍ଚିତ୍ର ତାରକା ସାରା ଅଲ୍ଲୀ ଖାଁ ଓ ତାଙ୍କ ଟିମ୍ ପ୍ରଦର୍ଶିତ କରିଥିବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର କିଛି ଝଲକ୍

Sports Zone 🏏 ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ, ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟାଇଟଲ ବଜାୟ ରଖିଲା ଭାରତୀୟ ଦ...
02/02/2025

Sports Zone 🏏 ୧୯ ବର୍ଷରୁ କମ ମହିଳା କ୍ରିକେଟ ବିଶ୍ୱକପ ଜିତିଲା ଭାରତ, ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଟାଇଟଲ ବଜାୟ ରଖିଲା ଭାରତୀୟ ଦଳ, କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତ ମହିଳା ଅଣ୍ଡର ୧୯ ଟି ୨୦ ବିଶ୍ୱକପ ବିଜୟୀ ହେବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା, ସୂଚନାଯୋଗ୍ୟ ; ଫାଇନାଲ ମ୍ୟାଚରେ ଭାରତୀୟ ଦଳ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି

State News 🟠 ଓଡ଼ିଶା ଏବଂ ଓଡ଼ିଆ  ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସ...
02/02/2025

State News 🟠 ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ ବୋଲି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ‘ବର୍ଣ୍ଣବୋଧ’ର ପୁନଃମୁଦ୍ରିତ ସଂସ୍କରଣ ଓ ଏହାର ଡିଜିଟାଲ କପି ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ସ୍ଥିତ କୃଷି ଭବନ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଆ ଭାଷାର ନିଜତ୍ଵ, ମୂଳ ସ୍ୱରୂପକୁ ଜନମାନସରେ ଆଦୃତ କରିବା ପାଇଁ ଲେଖା ହୋଇଥିଲା ‘ବର୍ଣ୍ଣବୋଧ’। ଏହାର ରଚୟିତା ଭକ୍ତକବି ମଧୁସୂଦନ ରାଓ, ଅତି ଚମତ୍କାର ଭାବେ ଅକ୍ଷର, ବର୍ଣ୍ଣ, ଯୁକ୍ତାକ୍ଷର, ଶବ୍ଦ, ଶବ୍ଦ ଗଠନ, ବାକ୍ୟ ଗଠନକୁ କିପରି ସରଳ ଭାବେ କୋମଳମତି ଛାତ୍ରଛାତ୍ରୀଙ୍କୁ ଶିଖାଇ ହେବ ଏହି ପୁସ୍ତକରେ ପ୍ରତିପାଦିତ କରିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ମା’, ମାତୃଭୂମି ଏବଂ ମାତୃଭାଷା ଯେ କୌଣସି ମାନବର ସବୁଠାରୁ ବଡ ପରିଚୟ। ଯଦି କେହି ଏହାର ହତାଦର କରେ, ତାକୁ ସ୍ଵଭାବ କବି ଅଜ୍ଞାନ କହିଥିଲେ ନିଜ କାଳଜୟୀ ରଚନାରେ। ବର୍ଣ୍ଣବୋଧର ଭାଷା ଥିଲା ଅତ୍ୟନ୍ତ ସହଜ ଓ ସରଳ । ପଶୁ, ପକ୍ଷୀ, ସକାଳ, ସନ୍ଧ୍ୟା, ଆଖପାଖର ଦୃଶ୍ୟ ଭଳି ସହଜ ଉଦାହରଣ ସବୁ ଦେଇ, ଭକ୍ତକବି କୋମଳ ମନକୁ ଆକର୍ଷିତ କରିଥିଲେ। ଏହି ବହିଟି ଅତି କମ୍‍ ଦିନରେ ପ୍ରତ୍ୟେକ ଓଡ଼ିଆ ପରିବାରର ଅଂଶ ପାଲଟିଗଲା । ଘରେ ଘରେ ବର୍ଣ୍ଣବୋଧ ପହଞ୍ଚିଲା । ୧୮୯୫ ରେ ବହିଟି ପ୍ରଥମେ ପ୍ରକାଶିତ ହୋଇଥିଲା । ଏହାର ଲୋକପ୍ରିୟତା ଏଭଳି ବଢିଗଲାଯେ ୧୮୯୫ ରୁ ୧୯୦୧ ଭିତରେ ବହିର ଆଠଟି ସଂସ୍କରଣ ହୋଇଥିଲା ।

ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ସବୁ ଏହି ‘ବର୍ଣ୍ଣବୋଧ’କୁ ପଢି ବଡ ହୋଇଛୁ, ଓଡିଆ ଭାଷାକୁ ଶିଖିଛୁ। ବର୍ଣ୍ଣବୋଧ ଆମ ମାଟି,ପାଣି ଓ ପବନରେ ପ୍ରଗାଢ଼ ଆସ୍ଥାର ଅଣୁ ପରମାଣୁ ହେଇ ସଂଚରିଯାଇଛି। ଆମ ପାଇଁ ‘ବର୍ଣ୍ଣବୋଧ’ କହିଲେ ଥିଲା, ‘ଛବିଳ ମଧୁ ବର୍ଣ୍ଣବୋଧ’। ଓଡ଼ିଆ ଭାଷା ଶିକ୍ଷାଦାନ କରିବା ପାଇଁ ବର୍ଣ୍ଣବୋଧର ବିକଳ୍ପ ନାହିଁ। ଶୁଦ୍ଧ ଓଡ଼ିଆ ପଢିବା ପାଇଁ ବର୍ଣ୍ଣବୋଧ ଅତ୍ୟନ୍ତ ଆବଶ୍ୟକ। ଆଜି ଆମ ଆଧୁନିକ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ କାର୍ଯ୍ୟକାରୀ ହେଉଛି ‘Joyful Teaching & Learning’ ଅର୍ଥାତ ‘ଆନନ୍ଦମୟ ଶିକ୍ଷା।' ଏହାର ଲକ୍ଷ୍ୟ ହେଉଛି, ଶିକ୍ଷାଦାନକୁ ଚିତ୍ର, ଖେଳଣା, ଉଦାହରଣ ମଧ୍ୟମରେ କରାଗଲେ ତାହା ପିଲାଙ୍କ ପାଇଁ ବୋଧଗମ୍ୟ ହେବ। ପ୍ରକୃତରେ, ଏହି ଶିକ୍ଷାର ଜନକ ଥିଲେ ମଧୁସୁଦନ ରାଓ। ସରଳ ଭାଷାରେ ଓ ଛୋଟ ଛୋଟ ପଦ୍ୟ ମାଧ୍ୟମରେ ଶିକ୍ଷାଦାନକୁ ସେ ବୋଧଗମ୍ୟ କରିଥିଲେ।

ସେ ପୁଣି କହିଥିଲେ, ବର୍ଣ୍ଣବୋଧ, ପ୍ରତି ଓଡ଼ିଆଙ୍କ ପ୍ରିୟ ପୁସ୍ତକ। ଏହା ଗୋଟିଏ ରାଜ୍ୟ ତଥା ସମୃଦ୍ଧ ଜାତିର ଶିକ୍ଷାକୁ କାଳ କାଳ ଧରି ପ୍ରଭାବିତ କରି ଆସିଥିବା ଏକ ଚିରନ୍ତନ ମହକ। ୧୩୦ ବର୍ଷ ପରେ ମଧ୍ୟ ଏହାର ବିକଳ୍ପ ନାହିଁ। ଭାଷା ସାହିତ୍ୟର ମହାନ୍ ସ୍ରଷ୍ଟାମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ଆମେ ଗୁରୁତ୍ୱ ଦେଉଛୁ। ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ବହିଟିର ନୂଆ ଶୋଭନ (illustration) ସଂସ୍କରଣ ପାଇଁ ବିଶିଷ୍ଟ ଭାଷାବିତ୍ ଓ ସାହିତ୍ୟିକ କୈଳାଶ ଚନ୍ଦ୍ର ଟିକାୟତ ରାୟ, ଦାଶ ବେନହୁର, ବୈଷ୍ଣବ ଚରଣ ମହାନ୍ତି, ହରପ୍ରସାଦ ମିଶ୍ର ଓ ସନ୍ତୋଷ କୁମାର ରଥଙ୍କ ଅବଦାନ ପ୍ରଶଂସନୀୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଆ ଭାଷା ପ୍ରତିଷ୍ଠାନକୁ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ।

ଏହି ନୂତନ ସଂସ୍କରଣ, କୁନି କୁନି ପିଲାମାନଙ୍କୁ ଖୁବ୍‍ ଭଲ ଲାଗିବ ଓ ଓଡ଼ିଆ ଭାଷାକୁ ସହଜରେ ଶିଖିବା ପାଇଁ ଏହା ସେମାନଙ୍କ ପକ୍ଷରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣବୋଧର ଡିଜିଟାଲ ସଂସ୍କରଣ, ଭାଷା ପ୍ରତିଷ୍ଠାନର ମୁଖପତ୍ର " ଭାଷାପତ୍ର", ସତ୍ୟନାରାୟଣ ବହିଦାର ଏବଂ ବାସୁଦେବ ସାହୁଙ୍କ ଜୀବନୀ ପୁସ୍ତକ ମଧ୍ୟ ଉନ୍ମୋଚନ କରିଥିଲେ ଏବଂ ଭକ୍ତକବିଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେଯେ, ବର୍ତ୍ତମାନ ସମୟରେ ସ୍ମାର୍ଟ କ୍ଲାସରୁମରେ ପିଲା ମାନଙ୍କୁ ଚିତ୍ର ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ୧୮୫୩ ମସିହାରେ ଜନ୍ମିତ ଭକ୍ତକବି, ପିଲାଙ୍କୁ ସ୍ମାର୍ଟ ବହି ସେତେବେଳେ ଧରାଇଥିଲେ। ସେତେବେଳେ ସ୍ରଷ୍ଟା ମାନେ ସାହିତ୍ୟ ମାଧ୍ୟମରେ ଜନଜାଗରଣ ସୃଷ୍ଟି କରିଥିଲେ। ଆମ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ଆମର ଉଦ୍ୟମ ଜାରି ରହିଛି ଏବଂ ଆପଣ ମାନଙ୍କ ସହଯୋଗରେ ଏହା ନିଶ୍ଚୟ ସୁଦୃଢ ହେବ।

ବିଧାୟକ ଶ୍ରୀ ବାବୁ ସିଂ କହିଥିଲେଯେ, ଆମ ସଂସ୍କୃତିକୁ ନେଇ ଆମେ ଗର୍ବ ଅନୁଭବ କରିଥାଉ। ସଂସ୍କୃତିକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ। ଆଜିର ଏହି ଶୁଭଦିନ ଶ୍ରୀ ପଞ୍ଚମୀ, ଆମପାଇଁ ସଂସ୍କୃତି, ସ୍ୱାଭିମାନ ଓ ଅସ୍ମିତାକୁ ବଜାୟ ରଖିବା ପାଇଁ ଏକ ସଂକଳ୍ପର ଦିନ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ

🌿🌼 ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କର ଦିବ୍ୟ ଦର୍ଶନ 🙏।। ଜୟ ମାଆ ତାରିଣୀ ।।
02/02/2025

🌿🌼 ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଘଟଗାଁ ପୀଠର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କର ଦିବ୍ୟ ଦର୍ଶନ

🙏
।। ଜୟ ମାଆ ତାରିଣୀ ।।

Crime Corner 🔴 ଅନଲାଇନ ବେଟିଂ ଗେମ୍‌, ୫ ଗିରଫ❗୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ, ୧୮ଟି ମୋବାଇଲ, ୩ ଲାପ୍‌ଟପ୍‌ ସହ ବିଭିନ୍ନ...
02/02/2025

Crime Corner 🔴 ଅନଲାଇନ ବେଟିଂ ଗେମ୍‌, ୫ ଗିରଫ❗୫ ଅଭିଯୁକ୍ତଙ୍କୁ ଗିରଫ କଲା କଣ୍ଟାବାଞ୍ଜି ପୋଲିସ,
୧୮ଟି ମୋବାଇଲ, ୩ ଲାପ୍‌ଟପ୍‌ ସହ ବିଭିନ୍ନ ସାମଗ୍ରୀ ଜବତ, ସୂଚନା ଅନୁଯାୟୀ କଣ୍ଟାବାଞ୍ଜିରେ ଏକ ଭଡ଼ା ଘରେ ଚାଲିଥିଲା ବେଟିଂ ଗେମ୍‌, ଗିରଫଙ୍କ ମଧ୍ୟରୁ ୩ ଜଣ ରାଜ୍ୟ ବାହାରରୁ ଥିବା ସୂଚନା

🌿🌼 ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଆଜିର ମୁଖ ଦର୍ଶନ ।। 🙏 ।। ଜୟ ମାଆ ବିରଜା
02/02/2025

🌿🌼 ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଆଜିର ମୁଖ ଦର୍ଶନ

।। 🙏 ।।
ଜୟ ମାଆ ବିରଜା

News Alert 🔴 ସୁଭଦ୍ରା ଯୋଜନା ଟଙ୍କା ନେଇ ବଡ଼ ଅପଡେଟ୍❗ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ...
02/02/2025

News Alert 🔴 ସୁଭଦ୍ରା ଯୋଜନା ଟଙ୍କା ନେଇ ବଡ଼ ଅପଡେଟ୍❗ ଫେବ୍ରୁଆରୀ ୮ ତାରିଖରେ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଯାଜପୁରରୁ ଏହାର ଶୁଭାରମ୍ଭ କରି ମହିଳାଙ୍କୁ ଆକାଉଣ୍ଟକୁ ପଠାଯିବ ଟଙ୍କା, ତେବେ ଏହି ପର୍ଯ୍ୟାୟରେ ୨୦ ଲକ୍ଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

CM's Corner 🟠 ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ, ଚାଷୀ, ଶ୍ରମିକ, ମଧ୍ୟମ ବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତ...
02/02/2025

CM's Corner 🟠 ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ, ଚାଷୀ, ଶ୍ରମିକ, ମଧ୍ୟମ ବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ କଲ୍ୟାଣ ପାଇଁ ବଜେଟରେ ବ୍ୟବସ୍ଥା ଥିବାନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

🌿🌼 ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପ...
02/02/2025

🌿🌼 ପବିତ୍ର ବସନ୍ତ ପଞ୍ଚମୀ ଓ ସରସ୍ଵତୀ ପୂଜା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ

ବିଦ୍ୟାଦାୟିନୀ ମା' ସରସ୍ଵତୀଙ୍କ ଅପାର କୃପାରୁ ବିଦ୍ୟାର୍ଥୀଙ୍କ ଜୀବନ ଜ୍ଞାନର ଆଲୋକରେ ଆଲୋକିତ ହେଉ, ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ, ଏତିକି ପ୍ରାର୍ଥନା

🙏
।। ଜୟ ମାଆ ସରସ୍ଵତୀ ।।

#सरस्वती

🌿🌼 ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଆଜିର ଦର୍ଶନ🙏।। ଜୟ ମାଆ ସମଲେଶ୍ଵରୀ ।।
02/02/2025

🌿🌼 ସମ୍ବଲପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ଆଜିର ଦର୍ଶନ

🙏
।। ଜୟ ମାଆ ସମଲେଶ୍ଵରୀ ।।

🌿🌼 ଓଁ ଶ୍ରୀ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗଙ୍କ ଆଜିର ଦିବ୍ୟ ଦର୍ଶନ (ଉଜ୍ଜୟନୀ)🙏।। ହର ହର ମହାଦେବ ।।
02/02/2025

🌿🌼 ଓଁ ଶ୍ରୀ ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗଙ୍କ ଆଜିର ଦିବ୍ୟ ଦର୍ଶନ (ଉଜ୍ଜୟନୀ)

🙏
।। ହର ହର ମହାଦେବ ।।

Address

Bhubaneswar

Alerts

Be the first to know and let us send you an email when Odisha News Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Odisha News Live:

Videos

Share

Our Story

Official handle of Odisha's only independent media venture. “Odisha News Live” , Join the media revolution ! Minute to minute! Person to person, East to West & North to South State & Politics, Economy, Business Education, Parliament, Crime, Science & Technology, Inventions & discoveries, Weather, Health, Sports, Entertainment, Society, Fashion and Trends, Food & Tourism.

‘Odisha News live’ invites suggestions, comments and queries for this new wave from men & women, old & young, professionals & home makers. Your voice is our strength, your feedback is our motivation, and your support is our pride ! ‘Odisha News Live’ is your own ‘Medium to stay connected with the latest NEWS & information, your need of the hour and your pulse of the heart. You spell it ! We hunt it… Be a part of this media upheaval. Feel free to write # [email protected] Team ONL