Pratibimba 'ପ୍ରତିବିମ୍ବ'

Pratibimba 'ପ୍ରତିବିମ୍ବ' Pratibimba is a E-Magazine Odia language

ଯେଉଁ ଦେଶର ସାହିତ୍ୟ ଯେତେ ବଳିଷ୍ଠ ସେ ଦେଶ ସେତେ ଉନ୍ନତ ।ଇଂଲିଶ ଭାଷା ବଳିଷ୍ଠ ଯୋଗୁଁ ସେ ଦେଶ ସମଗ୍ର ବିଶ୍ୱକୁ ନିଜ ଅଧିନ କୁ ଆଣି ପାରିଥିଲା ଓ ସେ ଭାଷା ଆଜି ଆନ୍ତର୍ଜାତିକ ଭାଷା ର ମାନ୍ୟତା ପାଇଛି। ଆମ ମାତୃଭାଷା ଓଡ଼ିଆ ର ଉନ୍ନତି ପାଇଁ ନବ ବର୍ଷ ୨୦୨୧ ର ଆଦ୍ୟ ଦିବସ ର ବାଳାରୁଣ ର ପ୍ରାଚୀ ଗଗନ ରେ ସ୍ୱଜ୍ୟୋତି ର ବିକିରଣ ସହିତ “ପ୍ରତିବିମ୍ବ” ଉପରେ ମଧ୍ୟ ଶୁଭାଶିଷ ପ୍ରଦାନ କରିଛନ୍ତି।

ପ୍ରତିବିମ୍ବର ପ୍ରତ୍ୟକ ଟି ପୃଷ୍ଠା ସାହିତ୍ୟ, ଇତିହାସ, କ୍ରୀଡା, ସ୍ୱାସ୍ଥ୍ୟ ଓ ସମାଜ ର ବିଭ

ିନ୍ନ କ୍ଷେତ୍ରରେ ପାରଦର୍ଶିତା ଥିବା ବ୍ୟକ୍ତିତ୍ୱ ମାନଙ୍କ ସାକ୍ଷାତକାର ପ୍ରକାଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଆଶା ତ ଅନେକ । ଲକ୍ଷ୍ୟ ହାସଲ ପାଇଁ ଭଗବାନଙ୍କ ଆଶୀର୍ବାଦ ଓ ଲେଖକ, ପାଠକ ବୃନ୍ଦଙ୍କ ଶୁଭାଶିଷ ହେଲେ ଆଜି ଜନ୍ମ ଲାଭ କରିଥିବା ପ୍ରତିବିମ୍ବ ଭବିଷ୍ୟତରେ ସମାଜ ଓ ସାହିତ୍ୟର ପ୍ରକୃତ ପ୍ରତିବିମ୍ବ ହୋଇପାରିବ ।

31/10/2023

ଯେତେ ହେଲେ ମାଆ(ଅଳ୍ପ ଗଳ୍ପ)
**********************"
ମେ' ମାସ ର ପ୍ରବଳ ଖରା ଦିନରେ ଚାଳ ଘର ଛପର ଚାଲିଥାଏ। ତଳୁ ଶ୍ରୀମତୀ ତାଗିଦ୍ କରୁଥାନ୍ତି,"ଶୀଘ୍ର ଶୀଘ୍ର ଘର ଛପର କାମ ଶେଷ କର। ଉପର ବେଳା କାଳ ବୈଶାଖୀ ଆସି ପାରେ ।" ବାଧ୍ୟ ଚାଟ ଟି ପରି ମୁଣ୍ଡ ଫଟା ଖରାକୁ ଖାତିର ନ କରି ସ୍ବାମୀ ଦେବ ଘର ଛପର କାମ ରେ ଲାଗିଥାନ୍ତି। କିନ୍ତୁ ମାଆ ର ମନ ମାନୁନଥାଏ। ମଝିରେ ମଝିରେ ପାଟି କରୁଥାଏ,"ଆରେ ପୁଅ, ଏ ଖରାରେ ଅଂଶୁଘାତ ହେବ।ସେତିକି ଥାଉ,ଖରା ମାଉଳିଲା ପରେ ଉପରବେଳା ଘର ଛପର କରିବୁ। ଆ ଟିକେ ବିଶ୍ରାମ ନେ।"
ତଳକୁ ଓହ୍ଲାଇବାକୁ ଚାହିଁଲା ବେଳକୁ ପତ୍ନୀ ଙ୍କ ତାଗିଦ୍ ରେ ସେ ଅସ୍ତବ୍ୟସ୍ତ ହୋଇପଡୁଥାନ୍ତି। ବିଚରା ମାଆ ଟି ବିକଳ ହୋଇପଡୁଥାଏ। କଣ କରିବ କିଛି ଭାବି ପାରୁନଥାଏ। ବୁଢ଼ୀ ମାଆ ଗୋଟାଏ ଉପାୟ ପାଞ୍ଚିଲା।ନିଜର ଛୋଟ ନାତି ଟୋକା କୁ ଆଣି ଖରା ରେ ବସାଇ ଦେଲା। ବୋହୂ ପାଟି କରି ଝପଟି ଆସିଲା। ବୁଢ଼ୀ କୁ ଗାଳି ଦେଲା। ଶାଶୁ ବୋହୂ ଙ୍କ ବିବାଦ ହାତାହାତି ଆଡ଼କୁ ଗଲା। ପୁଅ ଉପରୁ ତଳକୁ ଓହ୍ଲାଇ ବିବାଦ ର ସମାଧାନ କରିବାକୁ ଚାହିଁଲା।
ପୁଅ ତଳକୁ ଆସିବାରୁ ମାଆ ଟିକେ ଶାନ୍ତ ପଡ଼ିଲା। ବୋହୂ ଙ୍କୁ ମାଆ ବୁଢ଼ୀ କହିଲା ," ତୋ ପୁଅ ଖରାରେ ରହିବାରୁ ତୋତେ ଯେମିତି ବାଧୁଥିଲା, ମୋ ପୁଅ ଖରା ରେ ରହିବାରୁ ମୋତେ ସେମିତି ବାଧୁଥିଲା। ସବୁ ମାଆ ଙ୍କ ଆଗରେ ତା ପୁଅ ଟା ଛୋଟ ପିଲା ଟିଏ। ଯେତେ ହେଲେ ମାଆ ର ମନ ସହିବ ନାହିଁ।"
@@@@@ସିଦ୍ଧି ପ୍ରସାଦ ସାହୁ @@@@

https://youtu.be/OeCc4C0qGc4?si=eS9aJfO9vWt-JyUo
06/10/2023

https://youtu.be/OeCc4C0qGc4?si=eS9aJfO9vWt-JyUo

ଏ ବି ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ? | mahapurusha story ଏ ହେଉଛନ୍ତି ଓଡ଼ିଶାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ।ଉପସ୍ଥାପନା କରିଛ....

 #ମଣିଷଗଛ   #ପ୍ରତିବିମ୍ବ
02/06/2023

#ମଣିଷଗଛ

#ପ୍ରତିବିମ୍ବ

ମଣିଷ ଗଛ ଲଗାଇ ଦେବୁନରଖି ମନେ ଆଶ ।ଆଶା ରଖିଲେ ନିରାଶ ହେବୁପାଇବୁ ଶେଷେ ବିଷ ।ମଣିଷ ଗଛ-------ଆଶ।ସେହି ଗଛରେ ସ୍ନେହ ର ପାଣିସଦା ତୁ ଢାଳି ଦ...

 #ଲକ୍ଷ୍ମଣରେଖା   #ପ୍ରତିବିମ୍ବ
31/05/2023

#ଲକ୍ଷ୍ମଣରେଖା

#ପ୍ରତିବିମ୍ବ


ନାଲି ବତୀ ଥିବା ପୋଲିସ ଗାଡି ରୁ ଯେତେବେଳେ ବୈଦେହୀ ଓହ୍ଲାଇ ମାଆ ସୁଧାର ଗୃହ ଆଡକୁ ମୁହଁ ତଳକୁ କରି ପାଦ ଗଣି ଗଣି ଯାଉଥାଏ ଠିକ ସପ୍ତାହକ...

30/05/2023

ଲକ୍ଷ୍ମଣ ରେଖା

ନାଲି ବତୀ ଥିବା ପୋଲିସ ଗାଡି ରୁ ଯେତେବେଳେ ବୈଦେହୀ ଓହ୍ଲାଇ ମାଆ ସୁଧାର ଗୃହ ଆଡକୁ ମୁହଁ ତଳକୁ କରି ପାଦ ଗଣି ଗଣି ଯାଉଥାଏ ଠିକ ସପ୍ତାହକ ତଳେ ମଧ୍ୟ ବୈଦେହୀ ସେହିପରି ପାଦ ଗଣି ଗଣି ଗାଁ ଦାଣ୍ଡରେ ଯାଉଥିଲା। ତଫାତ କେବଳ ଏତିକି ସେତେବେଳେ ଘର ଲୋକଙ୍କ ମୁହଁରେ ଖେଳି ଯାଇଥିଲା ଦୁଃଖ ଓ ସୁଖ ମିଶ୍ରିତ ଆନନ୍ଦ ର ଅଶ୍ରୁ, କିନ୍ତୁ ଆଜି ପୋଲିସ ଗାଡ଼ିରେ ବସି ଆସିଲାବେଳେ ପରିବାର ଲୋକଙ୍କ ଆଖିରୁ ଗଡିଯାଉଥିଲା ଦୁଃଖ ର ଅଶ୍ରୁ ଗୁଡାକ।
ସୁଧାର ଗୃହର ଅନ୍ତେବାସୀ ଗଣ ଜିଜ୍ଞାସୁ ଭରା ନୟନ ରେ ଚାଂହୁଛନ୍ତି ବୈଦେହୀ କୁ। କାହିଁକି କିପରି ଏଠାକୁ ଆସିଛି ବୈଦେହୀ। ଅନ୍ତେବାସୀ ଗଣ କିଏ କେତେପ୍ରକାର ପ୍ରଶ୍ନ ନିଜକୁ ନିଜେ ପଚାରି ତାର ସମ୍ଭାବ୍ୟ ଉତ୍ତର ମଧ୍ୟ ନିଜକୁ ନିଜେ ଦେଇ ଚାଲିଥାନ୍ତି।
ସୁଧାର ଗୃହ ରେ ବୈଦେହୀ କିନ୍ତୁ ଗୁମ ମାରି ବସିଥାଏ। ତା ଶରୀର ର ସେ ଯେଉଁ ଅଙ୍ଗ କୁ ଚାହିଁ ଦେଉଥାଏ ସେ କିଛି ସମୟ ପାଇଁ ଏକ ଭାବନା ରାଜ୍ୟରେ ନିମଜ୍ଜିତ ହୋଇଯାଉଥାଏ । ଦୁଇହାତ କୁ ଚାହିଁ ଭାବୁଥାଏ କେତେ ସୁନ୍ଦର ନଦିଶୁଥିଲା ତାର ହାତ ଦୁଇଟି ତିନି ତିନି ହଳ ସୁନା କଙ୍କଣ ରେ। ପିନ୍ଧିବା ପାଇଁ ବାପା ଙ୍କ ପାଖରେ ଅଳି କରିଥିଲା। ତାପରି ସୁନାନାକୀ ଝିଅର କଥାକୁ ବି ବାପା ପୂରଣ କରିଥିଲେ। ବେକ ଟାକୁ ହାତ ପକାଇ ଦେଲାବେଳେ ଆଖିରୁ ଅମାନିଆ ଲୁହ ଗୁଡାକ ହାତ ପାପୁଲି ଦେଇ ତଳକୁ ଖସିଆସିଲା। ପଇଁତିରିଶ ଗ୍ରାମ ର ହାର ପିନ୍ଧି ସେଦିନ ବୈଦେହୀ ଯେତେବେଳେ ଦର୍ପଣ ଆଗରେ ଛିଡା ହୋଇ ନିଜକୁ ନିଜେ ଅବଲୋକନ କଲା କେହି କହୁକି ନ କହୁ ବୈଦେହୀ କିନ୍ତୁ ନିଜକୁ ନିଜେ ତାରିଫ କରି ଭାବୁଥିଲା ସ୍ୱର୍ଗ ର ଅପ୍ସରୀ ରମ୍ଭା ଓ ମେନକା ବି ପଛକୁ ପଡିଯିବେ। ଯେଉଁ ହାତ ପାପୁଲି ରେ ଅମାନିଆ ଲୁହ ଗୁଡାକ ଝରି ପଡିଥିଲା ସେହି ହାତର ଆଙ୍ଗୁଠି ଗୁଡାକ ଆଜି ଖାଲି। ପ୍ରତି ଆଙ୍ଗୁଠି ରେ ସୁନା ମୁଦି ଥାଇ ଆଙ୍ଗୁଠି ଗୁଡିକ କଇଁ ଫୁଲ ର ପାଖୁଡା ପରି ଦେଖାଯାଉଥିଲା। କିନ୍ତୁ ଆଙ୍ଗୁଠି ଗୁଡିକ ଆଜି ଖାଲି। ବଡ଼ ହିନିମାନିଆ ଦେଖାଯାଉଛି। ସାଙ୍ଗେସାଙ୍ଗେ ବୈଦେହୀ ଲୁହ ଟୋପା ଗୁଡାକୁ ତଳେ ପକାଇଦେଇ ଆଣ୍ଠୁ ପାଖରେ ଥିବା ପିନ୍ଧା ବସ୍ତ୍ର ହାତ ଟାକୁ ପୋଛି ଦେବାକୁ ଉଦ୍ୟତ ହେଲା। କିନ୍ତୁ ଏ କଣ? ହଠାତ ଦୁଇ ପାଦ କୁ ଆବୃତ କରିଥିବା ଲୁଗା ଟା ଟିକେ ଉପରକୁ ଉଠି ଆସିଲା। ଓଃ! ଏକଣ ଦେଖୁଛି ବୈଦେହୀ ! ପୁରିଲା ପୁରିଲା ପାଦ ରେ ଚାନ୍ଦି ରୂପାର ପାଉଁଜି କଣ ଶୋଭା ନପାଉଥିଲା? ଗାଁ ଝିଅ ବୋହୁ ମାନେ କହୁଥିଲେ ରକ୍ତିମ ପାଦରେ ଶୁଭ୍ର ପାଉଁଜି ଉପରେ ଥିବା କଳା ରଙ୍ଗର ତାରକସି କାମ ଲାଗୁଛି ସତେ ଯେପରି ପୋଖରୀରେ ଲାଲ ପଦ୍ମ ଉପରେ ଭ୍ରମର ର ଭ୍ରମ ସୃଷ୍ଟି କରୁଅଛି।
ଓଃ! ନା ନା, ଚିତ୍କାର କରି ବୈଦେହୀ ପୁଣି ପାଦ ଦୁଇଟାକୁ ସାଥେ ସାଥେ ଘୋଡାଇ ପକାଇଲା । ଆଖିରୁ ଲୁହ ସିନା ବାଡ଼ବତା ନମାନି ମାଡି ଆସି ତଳେ ଝରି ପଡୁଛି, କିନ୍ତୁ ହୃଦୟ ଭିତରେ ଉଠୁଥିବା ଦୁଃଖ ର ଉତ୍ତାଳ ତରଙ୍ଗ ଗୁଡାକ କେବଳ ହୃଦୟ ଭିତରେ ହିଁ ଲହଡି ମାରୁଅଛି। କାହା ଆଗରେ ସିନା ସେହି ଦୁଃଖ କୁ ବଖାଣି ଦେଲେ ଟିକେ ଲାଘବ ହୁଅନ୍ତା। କିନ୍ତୁ କାହା ଆଗରେ କହିବ? ସୁଧାର ଗୃହରେ ସମସ୍ତେ ତାପରି କିମ୍ବା ତାଠାରୁ ଅଧିକ ଦୁଃଖରେ ଦୁଃଖୀ। ଦୁଃଖୀ ଆଗରେ ଦୁଃଖ କହିଲେ ସେତ କହିବ,"ଆରେ ଏ ତ ମୋଠାରୁ ଅଧିକ ପାପାଚାରୀ ଭାବି ସେ ସୁଖୀ ହେବ।"
ମଧ୍ୟବିତ୍ତ ଚାଷୀ ପରିବାର ର ଝିଅ ହେଉଛି ବୈଦେହୀ। ବାପା ଙ୍କର ଦୁଇ ଝିଅ ଙ୍କ ମଧ୍ୟରେ ବୈଦେହୀ ହେଉଛି ବଡ଼। ସାନ ଝିଅ ଉର୍ମିଳା କୁ ନେଇ ଏକ ଚାରିଜଣିଆ ପରିବାର ହେଉଛି ବାପା ସନ୍ତୋଷ ଙ୍କର। ପୁଅ ନଥିଲେ କଣ ହେଲା, ଦୁଇ ଝିଅ ଙ୍କର କୌଣସି କଥାରେ ହେଳା କରିନଥିଲେ ସନ୍ତୋଷ। ବଡ଼ ଝିଅ ବୈଦେହୀ ପାଇଁ ଜଣେ ସରକାରୀ କର୍ମଚାରୀ ଙ୍କ ସହିତ ବିବାହ ଠିକ କଲେ ସନ୍ତୋଷ । ବର ଘରର ଯୌତୁକ ଦାବି କିଛି ନଥିଲା, କେବଳ ଦୁଇ ଶହ ବରଯାତ୍ରୀ ଙ୍କୁ ଆପ୍ୟାୟିତ କରିବଥିଲା ଦାବି। କାହିଁକି ଅବା ମନା କରିବେ ସନ୍ତୋଷ? ଝିଅ ବୈଦେହୀ ର ଦାବି ଥିଲା ଅଲଗା। ନାରୀର ତ ବଡ଼ ଦୁର୍ବଳତା ହେଉଛି ସୁନା,ରୁପା ଓ ହୀରା ର ଅଳଙ୍କାର। ସନ୍ତୋଷ ମଧ୍ୟ କାହିଁକି ନାହିଁ କରିବ। ଦୁଇ ଝିଅ ଓ ସ୍ତ୍ରୀ ଙ୍କୁ ଡକାଇ ଏକାଠି କଥା ହେଲେ। ସନ୍ତୋଷ କହିବା ମୁତାବକ ବାର ଏକର ଥିବା ଚାଷ ଜମିକୁ ତିନି ଭାଗ କରିଦିଆଯିବ । ଦୁଇ ଝିଅ ତାଙ୍କ ଚାରି ଚାରି ଏକର ରେ ବିବାହ କରିବେ ଓ ଅନ୍ୟ ଚାରିଏକର ରେ ସେ ସ୍ୱାମୀ ସ୍ତ୍ରୀ ଚଳିବେ। ତାଙ୍କ ପରେ ସେ ଦୁଇ ଝିଅ ସେ ଜମିକୁ ଭାଗକରି ବାଣ୍ଟି ନେବେ।
ସନ୍ତୋଷ ଚାରି ଏକର ଚାଷ ଜମିକୁ ବିକି ବୈଦେହୀ ର ସୁନା ଅଳଙ୍କାର,ଭୋଜି ଭାତ ଓ ଆସବାବପତ୍ର କିଣା ରେ ଖର୍ଚ୍ଚ କଲେ। ମହା ଧୁମଧାମରେ ଭୋଜି ଭାତ ଚାଲିଲା। ରୋଷଣୀ ରେ ଗାଁ ଭୂଇଁ କମ୍ପି ଯାଉଥାଏ। ହାତ ଗଣ୍ଠି ସରିଲା। ରାତି ପାହିଲେ ଗୁରୁବାର। ଲକ୍ଷ୍ମୀ ଙ୍କ ବର ରେ ଘରୁ କିପରି ଲକ୍ଷ୍ମୀ ପ୍ରତିମା କୁ ବିଦା କରିବେ। ତେଣୁ ଗାଁ ର ସ୍ତ୍ରୀ ଲୋକମାନେ ନିଷ୍ପତ୍ତି ନେଲେ,"ବେଦୀ ରୁ ବର କନ୍ୟା ଉଠି ଘର ର ପିତୃ ପୁରୁଷ ଙ୍କୁ, ଗାଁ ର ଠାକୁରଙ୍କୁ ଦିଅଁ ଓଲଗି ଗାଁ ମୁଣ୍ଡ ପର୍ଯ୍ୟନ୍ତ ବରକନ୍ୟା ଯିବେ, ପୁଣି ଘରକୁ ଫେରି ଆସି ଗୁରୁବାର ଘରେ ରହି ଶୁକ୍ରବାର ଦିନ ଝିଅ ତାର ସମସ୍ତ ସାମଗ୍ରୀ ଧରି ଶାଶୁ ଘର ଯିବ । ସେୟା ହିଁ ହେଲା। ଗୁରୁବାର ଦିନ ଶ୍ୱଶୁର ଘରେ ଜ୍ୱାଇଁ ପୁଅ ର ଆଦର କାହିଁରେ କଣ! ଜ୍ୱାଇଁ ବି ନିଜକୁ କୃତ୍ୟ କୃତ୍ୟ ମଣୁଥାନ୍ତି। ବୈଦେହୀ ଘରେ ଅନ୍ୟ ଝିଅ ମାନଙ୍କ ସହିତ ରାତ୍ରି ଶୟନ କଲେ। ବାହାଘର ରେ କରିଥିବା ପରିଶ୍ରମ ଯୋଗୁଁ ସମସ୍ତେ ନିଘୋଡ଼ ନିଦ୍ରାରେ ଶୋଇପଡିଥିଲେ। ରାତି ପାହିଲା ବେଳକୁ ସମସ୍ତେ ଘରେ ଅଛନ୍ତି,କେବଳ ବୈଦେହୀ ନାହିଁ।ପ୍ରଥମେ କାହାକୁ କିଛି ନକହି ବୈଦେହୀ କୁ ଖୋଜା ପଡିଲା। କିନ୍ତୁ ସବୁ ପରିଶ୍ରମ ବୃଥା ହେଲା। ଶେଷ କୁ କଥା ଟା ଜ୍ୱାଇଁ ଙ୍କ କାନ କୁ ଗଲା। ଜ୍ୱାଇଁଙ୍କ ଘର ଲୋକମାନେ ଆସି ହାଜର ହେଲେ। ସନ୍ତୋଷ ଓ ତାଙ୍କ ସ୍ତ୍ରୀ ଙ୍କ ପାଦତଳୁ ମାଟି ଖସି ଗଲାପରି ଲାଗିଲା। ପାଟି ଅଠାଅଠା ହୋଇଗଲା। କିଏ କେତେ ପ୍ରକାର କହିଲା। କିଏ କହିଲା"ବୈଦେହୀ କୁ ରାବଣ ନେଇ ଲଙ୍କାପୁର ପଳାଇଛି ତ କିଏ କହିଲା ବିବି ଫେରାର ତ କିଏ କହିଲା ଯେତେ ଗୋରୀ ସେତେ ଷ୍ଟୋରୀ ।" ଶେଷକୁ କଥା ଗଲା ଥାନା କୁ। ଥାନାରେ ବୈଦେହୀ ନିଖୋଜ ବିଷୟରେ ସନ୍ତୋଷ ଏତଲା ଦେଲା। ଥାନାରେ ଉଭୟ ପକ୍ଷ ନିଷ୍ପତ୍ତି ନେଲେ ଯେ ବର ସାନ ଝିଅ ଉର୍ମିଳା କୁ ବିବାହ କରି ଘରକୁ ଫେରିବ। ଉର୍ମିଳା ଙ୍କ ରାଜିରେ ଗାଁ ର ଆରାଧ୍ୟ ଠାକୁର ରାଧାକୃଷ୍ଣ ଙ୍କ ସମ୍ମୁଖରେ ପୁଷ୍ପ ମାଲ୍ୟ ଅଦଳ ବଦଳ ସହିତ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା।
ଗଲା, ମଲା ସମାନ ଭାବି ସନ୍ତୋଷ ବୈଦେହୀ କଥା ଭୁଲିବାକୁ ଚେଷ୍ଟାକଲେ। ଆପୋଷ ସମାଧାନ ହୋଇଥିବା ଥାନା କୁ ଛଅ ଦିନ ପରେ ହଠାତ ଫୋନ ଆସିଲା କଟକ ର ଏକ ଗ୍ରାମାଞ୍ଚଳ ଥାନା ରୁ। ଏକ କବାଟ ବନ୍ଦ ଥିବା ଭଡା ଘରୁ ଏକ ଝିଅ ଉଦ୍ଧାର କରାଯାଇଛି। ଝିଅ ଟିର ବାପା ର ନାମ ସନ୍ତୋଷ।
ଥାନା ବାବୁ ଫୋନ ରଖିଛନ୍ତି କି ନାହିଁ ଏସ.ପି. ସାହେବ ସାଥେ ସାଥେ ଫୋନ କଲେ ଥାନା ଗାଡି ନେଇ ଝିଅ ଟିକୁ ଉଦ୍ଧାର କରି ମାମଲା କୁ ଅନୁଧ୍ୟାନ କରିବାପାଇଁ। ଥାନା ଗାଡ଼ିରେ ବସି ବୈଦେହୀ ଭାବୁଥିଲା କିପରି କାହାକୁ କହିବ ଯୁବକ ଟା ଗୋଟାଏ ଗୋମାଂସ ଭକ୍ଷି ଭିନ୍ନ ଜାତିର ବୋଲି।
ଥାନା ବାବୁ ଝିଅ ଟିର ଡାକ୍ତରୀ ମାଇନା ଗୋଟି ଗୋଟି କରି ସମସ୍ତ ତଥ୍ୟ ଲିପିବଦ୍ଧ କଲେ। ପ୍ରକୃତରେ ମୋବାଇଲ ମିସ କଲ ରୁ ଦୁଇଜଣ ଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ଦୀର୍ଘ ଦୁଇବର୍ଷ ଆଗରୁ। ପ୍ରେମିକ ନିଜର ପ୍ରକୃତ ନାମ ଗୁପ୍ତ ରଖି ନିଜକୁ ଅନିମେଶ ବୋଲି କହିଥିଲା ଓ କଟକ ରେ ତାଙ୍କର ଛଅ ଖଣ୍ଡ ବସ ଚାଲୁଛି ବୋଲି କହି ବୈଦେହୀ କୁ ନିଜ ପ୍ରେମ ଜାଲରେ ଫସାଇଥିଲା। ବିଳମ୍ବିତ ରାତ୍ରିରେ ମଝିରେ ମଝିରେ ବୈଦେହୀ ଙ୍କ ସହିତ ବୈଦେହୀ ଙ୍କ ଘରେ ବୈଦେହୀ ଙ୍କ ପରିବାର ଅଲକ୍ଷ୍ୟରେ ହିଁ ରାତି କଟାଇଛି ସେ ଯୁବକ। ପ୍ରେମ ନିଶାରେ ଜୁର ହୋଇଥିବା ବୈଦେହୀ କିପରି ସମସ୍ତ ଙ୍କ ଅଲକ୍ଷ୍ୟରେ ସମସ୍ତ ସୁନା ଗହଣା ନେଇ ସେ ଯୁବକ ସହିତ ଫେରାର ହୋଇଗଲା ସମସ୍ତ ଘଟଣା ବର୍ଣ୍ଣନା କଲା ବୈଦେହୀ। ସେହି ଠକ ପ୍ରେମିକ ତାର ବାପା ମାଆ ରାଗିବେ ବୋଲି କହି ଏକ ଭଡାଘରେ ରହି କିଛି ଦିନ ପରେ ଘରକୁ ନେଇଯିବ ବୋଲି କହିଲା। ବୈଦେହୀ କୁ ନିଶା ଔଷଧ ଦେଇ କେବଳ ପିନ୍ଧିଲା ଲୁଗା ଖଣ୍ଡିକୁ ଛାଡି ସବୁ ଅଳଙ୍କାର ତାଠାରୁ ଛଡାଇ ନେଇ ଫେରାର ହୋଇଗଲା ବୋଲି କହିଲାବେଳେ ଭୋଭୋ ହୋଇ କାନ୍ଦି ଉଠିଲା ବୈଦେହୀ।
ଥାନା ଗାଡି ବୈଦେହୀ କୁ ନେଇ ଯେତେବେଳେ ସନ୍ତୋଷ ଙ୍କ ଘର ଆଗରେ ଛିଡା ହୋଇ ଝିଅ କୁ ନିଜ ଘରକୁ ନେଇଯିବାକୁ କହିଲେ ସନ୍ତୋଷ ଥାନା ବାବୁ ଙ୍କୁ କହିଲା," ଆଜ୍ଞା ଝିଅ କୁ ତ ଆଣିଦେଲେ ଜ୍ୱାଇଁ କାହିଁ? ଯେଉଁଦିନ ଜ୍ୱାଇଁ କୁ ପାଇବେ, ସେହିଦିନ ଝିଅ ଜ୍ୱାଇଁ ଦୁଇଜଣ ଙ୍କୁ ଧରି ଆସିବେ। ସେତେଦିନ ପର୍ଯ୍ୟନ୍ତ ଏ ଘର ଅଗଣା ରେ ବୈଦେହୀ ପାଇଁ ଲକ୍ଷ୍ମଣ ରେଖା ଟଣା ଯାଇଛି।" ଏ କଥା ଶୁଣି ଥାନା ବାବୁ ଙ୍କର ଅକଲ ଗୁଡୁମ। ବୈଦେହୀ କୁ ମାଆ ସୁଧାର ଘରକୁ ଆଣିଲେ ଛାଡିବା ପାଇଁ। ମାଆ ସୁଧାର ଗୃହ କୁ ଚାଲି ଚାଲି ଯାଉଥିବା ସମୟରେ ବୈଦେହୀ ଙ୍କ କାନରେ ଗୁଞ୍ଜୁରିତ ହେଉଥାଏ ବାପା ଙ୍କର ଶେଷ ପଂକ୍ତି ଟି,"ଏ ଘର ଅଗଣା ରେ ବୈଦେହୀ ପାଇଁ ଲକ୍ଷ୍ମଣ ରେଖା ଟଣା ଯାଇଛି।"
ସିଦ୍ଧି ପ୍ରସାଦ ସାହୁ
ସହକାରୀ ଶିକ୍ଷକ , ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ, କଣିହାଁ, ଅନୁଗୋଳ,
💐💐💐💐💐💐💐💐💐💐

16/05/2023

ମଣିଷ ଗଛ
💐💐💐💐💐
ମଣିଷ ଗଛ ଲଗାଇ ଦେବୁ
ନରଖି ମନେ ଆଶ ।
ଆଶା ରଖିଲେ ନିରାଶ ହେବୁ
ପାଇବୁ ଶେଷେ ବିଷ ।
ମଣିଷ ଗଛ-------ଆଶ।
ସେହି ଗଛରେ ସ୍ନେହ ର ପାଣି
ସଦା ତୁ ଢାଳି ଦେବୁ,
ବିଶ୍ୱାସ ଫଳ ସଦା ଫଳିବ
କେତେ ତୁ ସେଠୁ ନେବୁ ।
ମଣିଷ ଗଛ-------ଆଶ।
ସେହି ଗଛରେ ସମ୍ପର୍କ ବାଡ଼
ଯେବେ ତୁ ବାଡ଼ ଦେବୁ
ଆନନ୍ଦ ଫଳ ସଦା ଫଳିବ
ଅନ୍ୟ କୁ ବାଣ୍ଟୁଥିବୁ ।
ମଣିଷ ଗଛ ----- ଆଶ ।
ବିଶ୍ୱାସ ସାର ଯୋଗାଡ଼ କରି
ମୂଳେ ଯତନେ ଦେବୁ
ସୁମିଷ୍ଟ ଫଳ ଆନନ୍ଦେ ନେବୁ
କେତେ ତୁ ଭୁଂଜୁଥିବୁ।
ମଣିଷ ଗଛ -------ଆଶ ।।
💐💐💐 ସିଦ୍ଧି💐💐💐

07/05/2023

💐 ପୁରୁଷୋତ୍ତମ 💐💐💐💐 ଏମିତି କଣ ଗାଡି ଚଳାଉଛ ମ? ଆଜି କଣ ନୂଆଁ ଗାଡି ଚଳାଉଛ? ତୁମେ ପରିବାର ନାଶ କରିଦେବ ନା କଣ? କିଛି ପ୍ରତ୍ୟୁତ୍ତର ନଦେଇ କାର କୁ ରାସ୍ତାର ଏକ ପାର୍ଶ୍ଵ କୁ ନେଇଯାଇ ଆଖି ବନ୍ଦ କରି ଦୁଇହାତ ଉର୍ଦ୍ଧ୍ବ କୁ ଟେକି ଯୋଡ ହସ୍ତରେ ଭଗବାନ ଙ୍କୁ ପ୍ରାର୍ଥନା କଲେ ଡାକ୍ତର ସୁପର୍ଣ୍ଣୋ ରାୟ। ସ୍ତ୍ରୀ ସୁବର୍ଣ୍ଣା ରାୟ ମଧ୍ୟ କିଛି ନକହି କିଛି ସମୟ ନୀରବ ରହିଲେ ତ୍ୱରିତ ହେଉଥିବା ଶ୍ଵାସକ୍ରିୟା ନିୟମିତ ହେବା ପର୍ଯ୍ୟନ୍ତ।
ଯାହାତ ହେବାର ହୋଇଥାନ୍ତା,କିନ୍ତୁ ଏପରି ବିଦ୍ରୁପ ଭରା କଣ୍ଠରେ ସୁପର୍ଣ୍ଣୋ ଙ୍କୁ ଏପରି କହିବା ଠିକ ହୋଇନାହିଁ ବୋଲି ସୁବର୍ଣ୍ଣା ଚିନ୍ତା କଲେ। ଆଖି ବନ୍ଦକରି ନୀରବ ଭାବରେ ବସି କିଛି ଚିନ୍ତା କରୁଥିବା ସୁବର୍ଣ୍ଣା, ସୁପର୍ଣ୍ଣୋ ଙ୍କ ମୁଣ୍ଡରେ ହାତକୁ ବୁଲାଇଆଣି କହିଲେ,"କିଛି ଖରାପ ଲାଗୁଛି କି?ଭଗବାନଙ୍କୁ କୋଟି ପ୍ରଣିପାତ,ଆମକୁ ଘଣ୍ଟ ଘୋଡାଇ ରଖିଦେଲେ। ଆଉ କଣ ଭାବୁଛ? ମୋ କଥା ତୁମକୁ କଷ୍ଟ ଦେଲାକି?"
ନାହିଁ ସୁବର୍ଣ୍ଣା,ତୁମ କଥା ନୁହେଁ, କି ଆସନ୍ନ ଦୁର୍ଘଟଣା କଥା ମୁଁ ଭାବୁନାହିଁ। ମୁଁ ଭାବୁଛି ସେହି ଯୁବକଟି କଥା। କେଉଁ ଯୁବକଟି କଥା ବୋଲି ସୁବର୍ଣ୍ଣା ଅତ୍ୟନ୍ତ ଉତ୍କଣ୍ଠାର ସହିତ ପଚାରିଲେ। ଗୋଟାଏ ଦୀର୍ଘଶ୍ଵାସ ପକାଇ ସୁପର୍ଣ୍ଣୋ କହିଲେ ପଛ ତେଲ ଟାଙ୍କିରେ ତେଲ ପକାଇବା ସମୟରେ ଯେଉଁ ଯୁବକଟି ମୋତେ ଆସି ଅନୁରୋଧ କରିଥିଲା। ସୁବର୍ଣ୍ଣା ସାଥେ ସାଥେ କହିଲେ,"ହଁ ହଁ, ସେହି ଯୁବକଟି ତ ଆମେ ଆସିଲାବେଳେ ଦେଖିଥିଲି ଅଳିଆ ବୋଝେଇ ହୋଉଥିବା ଟ୍ରାକ୍ଟର ଉପରେ ଥାଇ ଅଳିଆ ଆବର୍ଜନା କୁ ଭର୍ତ୍ତି କରୁଥାଏ । ହଁ ସେହି ଯୁବକଟି କଥା ମୁଁ ଭାବୁଥିଲି। ଆଉ କଣ ଦେଖିଲ ବୋଲି ସୁପର୍ଣ୍ଣୋ ପଚାରିବାକୁ ଉଦ୍ୟତ ହେଉଥିବା ବେଳେ ସୁବର୍ଣ୍ଣା ସତେ ଯେପରି ମନର କଥାକୁ ବୁଝିପାରି କହିଚାଲିଲେ,"ସେ ଯୁବକଟିର ମନରେ କିଛି ବିକାରଥିଲା ପରି ମୁଁ ଜାଣିପାରିଲି ନାହିଁ। ଖାଲି ହାତରେ ରାସ୍ତା କଡ଼ ପ୍ରତିଘର ଓ ଦୋକାନ ମୁହଁରେ ଗଦା ହୋଇଥିବା ଅଳିଆ ଆବର୍ଜନା ସହିତ ଖତ ଓ କୁକୁର ବିଷ୍ଟା କୁ ଯେପରି ଭାବରେ ଖାଲି ହାତରେ ଟୋକେଇ ରେ ଭର୍ତ୍ତି କରି ମୁଣ୍ଡରେ ଉଠାଇ ଟ୍ରାକ୍ଟର ରେ ଭର୍ତ୍ତି କରୁଥାଏ ସେହି ଦୃଶ୍ୟ ମୋ ହୃଦୟକୁ ବିଗଳିତ କରିଦେଲା ।ବାସ୍ତବିକ ସେ ନିଜର ବୃତ୍ତି କୁ ପ୍ରବୃତ୍ତି ଭାବରେ ଗ୍ରହଣ କରିନେଇଛି। ଏହିପରି ଯଦି ସମସ୍ତେ କର୍ତ୍ତବ୍ୟ କୁ ନିଜର ଉପାସନା ଭାବରେ ଗ୍ରହଣ କରନ୍ତେ ତେବେ ଭାରତବର୍ଷ ରାମରାଜ୍ୟ ରେ ପରିଣତ ହୋଇଯାଆନ୍ତା ।
କେବଳ ସେତିକି ନୁହେଁ ସୁବର୍ଣ୍ଣା, କରୋନା ସମୟ ର ସେ ଦୃଶ୍ୟ ତୁମେ ଦେଖିଥିଲେ କହିଥାନ୍ତ,"ହେ ଆତ୍ମଘୋଷିତ ସମାଜସେବୀ ମାନେ ଆସନ୍ତୁ ଆପଣ ମାନେ ଦେଖିବେ ଓ ଶିଖିବେ ସମାଜ ସେବା କଣ?" ଅତ୍ୟନ୍ତ ଆଗ୍ରହରେ ସୁବର୍ଣ୍ଣା ପଚାରିଲେ,"କଣ ଥିଲା ସେ ଦୃଶ୍ୟ?" ଡାକ୍ତର ସୁପର୍ଣ୍ଣୋ କହିଲେ,"ଶୁଣିବ ସେ କଥା?ଭୃକୁଞ୍ଚନ କରିବ ନାହିଁତ ସେ ଦୃଶ୍ୟକୁ ବର୍ଣ୍ଣନା କଲାବେଳେ ।" ସୁବର୍ଣ୍ଣା ଙ୍କର ମୁଖମଣ୍ଡଳ ରେ ଫୁଟିଉଠୁଥିଲା ଶୁଣିବା ପାଇଁ ଆଗ୍ରହ ର ଝଲକ। ଡାକ୍ତର ସୁପର୍ଣ୍ଣୋ ଆରମ୍ଭ କଲେ ସେଦିନର ଘଟଣା। କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ଆମେ ସବୁ ପି ପି ଟି ପିନ୍ଧି ରୋଗୀ ମାନଙ୍କର ସେବା କରୁଥାଉ । ଏ ବାବୁ ଟି ମଧ୍ୟ ଆମ ଦଳ ରେ ସାମିଲ ହୋଇଥାନ୍ତି। ସେମାନଙ୍କର କାମଥାଏ ରୋଗୀ ମାନଙ୍କର ଝାଡା ପରିସ୍ରା ସଫା କରିବା ଓ ଶବ ଉଠାଇବା। ପ୍ରବଳ ଗ୍ରୀଷ୍ମ ତାପ ସାଙ୍ଗ କୁ ପି ପି ଟି ର ଦୌରାତ୍ମ୍ୟ ରେ ଦେହରୁ ଝାଳ ଗମଗମ ହୋଇ ବାହାରିପଡୁଥାଏ । ରୋଗୀ ମାନଙ୍କର ଝାଡା ପରିସ୍ରା ସଫକରିବା ବୋଧେ ପି ପି ଟି ପିନ୍ଧି ତାପାଇଁ ସୁବିଧା ହେଲାନାହିଁ। କଣ ଭାବିଲା କେଜାଣି ହାତର ଗ୍ଲୋବସ ଓ ଦେହରୁ ପି ପି ଟି ଖୋଲି ଖାଲିହାତରେ ରୋଗୀମାନଙ୍କର ଝାଡା ପରିସ୍ରା ସଫାକଲା।ଯେତେ ମନାକଲେ ମଧ୍ୟ ମାନିଲା ନାହିଁ। କେବଳ କହିଲା,"ଏ ପି ପି ଟି କଣ ମୋତେ ବଞ୍ଚାଇଦେଵ? ଯଦି ସେବା କରୁକରୁ ମରିଯାଏ ତେବେ ମୁଁ ଧନ୍ୟ ହୋଇଯିବି। ମୋ କାଳିଆ ସାଆଁନ୍ତ ଙ୍କର ଯାହା ଇଛା ତାହାହିଁ ହେବ। ହାତରୁ ଗ୍ଲୋବସ ଖୋଲି ଦେଉ ଦେଉ କହିଲା ,"ମୁଁ ଶୌଚ ହେବାବେଳେ କଣ ଗ୍ଲୋବସ ପିନ୍ଧୁଛି? ଏ ରୋଗୀମାନେ ହେଉଛନ୍ତି ମୋ ପାଇଁ ଭଗବାନ ।" ତାହାର ଏ ସେବା ମନୋଭାବ ଦେଖି ଡାକ୍ତର ସୁପର୍ଣ୍ଣୋ ତାକୁ ବହୁତ ଭଲ ପାଆନ୍ତି ଓ ମନେ ମନେ ତାକୁ ମଧ୍ୟ ସମ୍ମାନ ଦିଅନ୍ତି। ସୁପର୍ଣ୍ଣୋ କିଛି କହିବା ପୂର୍ବରୁ ସୁବର୍ଣ୍ଣା କହିଲେ,"ବାସ୍ତବିକ ଏହାହିଁ ହେଉଛି ଗାନ୍ଧିବାଦ ର ଏକ ଦିଗ । ଆଜି ଏହିପରି ଏକ ଯୁବକ କୁ ଶହେ ପଚାଶ ତାର ଖର୍ଚ୍ଚ ପାଇଁ ଦେଲନାହିଁ କାହିଁକି?"
ସୁପର୍ଣ୍ଣୋ ଟିକେ ହସିଦେଇ କହିଲେ,"ଶହେ ପଚାଶ କଣ ଦେବି, ସେ ମୋ ଉପରେ ଏକ ବିରାଟ କାମ ଲଦି ଦେଇଛି? ଅତ୍ୟନ୍ତ ଉତ୍ସୁକତା ରେ ସୁବର୍ଣ୍ଣା ପଚାରିଲେ,"କଣ ସେ କାମ?ଏପରି ଏକ ମହାନ ବ୍ୟକ୍ତିଙ୍କର କାମ କଲେ ଭଗବାନ ସନ୍ତୁଷ୍ଟ ହେବେ। ଆମେ ମନ୍ଦିରକୁ ନଯାଇ ବରଂ ସେ ଯୁବକଟିର କାମ ଚାଲ ଆଗେ ଶେଷ କରିବା। କାରଣ ଭଲ କାମ ଆଗେ ଶେଷ କରିବା କଥା।"
ସୁପର୍ଣ୍ଣୋ କହିଚାଲିଲେ ସେ ଯୁବକଟି ଜୀବନରେ ଘଟିଥିବା ଏକ ଦୁଃଖଦ ଘଟଣା କଥା। ଯୁବକଟିର ସରଳତା ର ସୁଯୋଗ ନେଇ ଅନ୍ୟ ଜଣେ ଯୁବକ ତା ସହିତ ସମ୍ପର୍କ ରଖି ତା ଘରକୁ ଯିବା ଆସିବା କଲା। ତାପରେ ତା ସ୍ତ୍ରୀ ସହିତ ସମ୍ପର୍କ ରଖିଲା। ଏଇ କିଛି ମାସ ହେବ ତା ସ୍ତ୍ରୀ କୁ ଧରି ସେ ଯୁବକ ଫେରାର ହୋଇଯାଇଛି।
ସୁବର୍ଣ୍ଣା ଟିକେ ହସିଦେଇ କହିଲେ,"ଏ ବାବୁ ତା କଥା ଚିନ୍ତା ନକରି ଦ୍ଵିତୀୟ ବିବାହ କରୁନାହାନ୍ତି କାହିଁକି?" ସୁପର୍ଣ୍ଣୋ ମଧ୍ୟ ହସିଦେଇ କହିଲେ,"ମୁଁ ମଧ୍ୟ ତାଙ୍କୁ ଠିକ ସେହି କଥା କହୁଥିଲି।" ସୁବର୍ଣ୍ଣା ଅତ୍ୟନ୍ତ ଆଗ୍ରହରେ ପଚାରିଲେ," କଣ କହୁଛି ଯୁବକଟି?" ସୁପର୍ଣ୍ଣୋ ଟିକେ ଜୋରରେ ହସିଦେଇ କହିଲେ,"ସେ କହୁଛି, କୁଳ ଦୀପ ଛୁଇଁ ମୁହିଁ କରିଛି ଶପଥ, ବୈଦେହୀ ବିହୁନେ ମୁହିଁ ନ ବରିବି ଆନ। ଅଗ୍ନିକୁ ସାକ୍ଷୀ ରଖିଛି ମୁଁ ଏକ ସ୍ତ୍ରୀ ବ୍ରତୀ ହେବି। ଦଶ ଦୋଷ କ୍ଷମା କରିବି।" ସୁପର୍ଣ୍ଣୋ ବିସ୍ଫାରିତ ନୟନ ରେ ସୁପର୍ଣ୍ଣୋ ଙ୍କ ଆଡକୁ ଚାହିଁ କହିଲେ,"ଯୁବକଟି ତେବେ ସଂସ୍କୃତି ସମ୍ପନ୍ନ ।" ସୁପର୍ଣ୍ଣୋ କହିଲେ ,"କେବଳ ସେତିକି ନୁହେଁ, ତା ମନରେ ଧାରଣା ଅଛି ଓ ସେ କହୁଛି ," ମୋ ସ୍ତ୍ରୀ ତା ସହିତ ପଳାଇ ଯାଇନାହିଁ, ସେ ମୋ ସ୍ତ୍ରୀ କୁ ଭୁଲାଇ ନେଇ ଯାଇଛି। ତାର କିଛି ଭୁଲ ନାହିଁ। ତାର ସ୍ତ୍ରୀ କିପରି ଫେରିଆସିବ ତା ପାଖକୁ ସେ ବିଷୟରେ ଅନୁରୋଧ କରିଛି ମୋତେ ଯୁବକଟି।"
ସୁବର୍ଣ୍ଣା କହିଲେ ,"ଏହା କିପରି ସମ୍ଭବ?" ଡାକ୍ତର ସୁପର୍ଣ୍ଣୋ ଟିକେ ଚିନ୍ତାକରି କହିଲେ," ହଁ,ଏହା ସମ୍ଭବ ହୋଇପାରିବ। ଆମେ ଆଗେ ଦେବାଳୟ ରୁ ଶଙ୍କର ଭଗବାନ ଙ୍କର ଦର୍ଶନ ସାରି ଆସୁ।"
ଘରେ ପହଞ୍ଚିଲା କ୍ଷଣି ସୁବର୍ଣ୍ଣା ସୁପର୍ଣ୍ଣୋ ଙ୍କୁ ବ୍ୟସ୍ତ କରିପକାଇଲେ ଯୁବକଟିକୁ କିପରି ସାହାଯ୍ୟ କରିବେ। ସନ୍ଧ୍ୟା କୁ ଯୁବକଟିକୁ ଫୋନ କରି ଘରକୁ ଡକାଇଲେ। ସୁବର୍ଣ୍ଣା ଯୁବକଟିକୁ ପଚାରିଲେ ତୁମ ନାମ କଣ? ଯୁବକଟି ଟିକେ ଲାଜେଇ ଯାଇ କହିଲା,"ରାମଚନ୍ଦ୍ର ଦାସ। ବାପା ମାଆ ମୋତେ ରାମୁ ବୋଲି ଡାକନ୍ତି। ଆପଣମାନେ ତ ମୋର ବାପା ମାଆ ପରି, ମୋତେ ରାମୁ ଡାକିଲେ ଖୁସିହେବି।" ସମସ୍ତ ତଥ୍ୟ ଉଭୟେ ଯୁବକ ଟି ଠାରୁ ଶୁଣିସାରିବା ପରେ ଗୋଟିଏ ଦରଖାସ୍ତ ଲେଖି ଯୁବକ ଟିକୁ ଧରି ସୁବର୍ଣ୍ଣା ଓ ସୁପର୍ଣ୍ଣୋ ଥାନାରେ ପହଞ୍ଚିଗଲେ।
ଥାନା ବାବୁ ସମସ୍ତ ତଥ୍ୟ ଅବଗତ ହୋଇସାରିବା ପରେ ଡାକ୍ତର ଦମ୍ପତି ଙ୍କୁ ଘରକୁ ପଠାଇଦେଇ ଯୁବକଟିକୁ ଥାନା ବାରଣ୍ଡାରେ ବସାଇଦେଲେ। ରାତି ବାରଟା ସମୟରେ ଯୁବକଟିକୁ ଥାନା ଗାଡ଼ିରେ ଧରି ଚାଲିଲେ ତାର ସ୍ତ୍ରୀ ସେହି ଅନ୍ୟ ଯୁବକ ସହିତ ରହୁଥିବା ଘର ଆଡ଼କୁ। ନିଶାର୍ଦ୍ଧରେ ଘରଟିକୁ ଘେରାଉ କରିଦେଇ ଉଭୟ ଯୁବକ ଓ ସ୍ତ୍ରୀ ଲୋକଟିକୁ ଅନ୍ୟ ଏକ ଗାଡ଼ିରେ ବସାଇ ଥାନା କୁ ନେଇଯାଇ ଭିନ୍ନ ଭିନ୍ନ କୋଠରୀରେ ବସାଇଦେଲେ। ଆପତ୍ତିକାରୀ ଯୁବକଟିକୁ ସକାଳ ଦଶଟା ସମୟରେ ଡାକ୍ତର ଦମ୍ପତି ଙ୍କ ସହିତ ଆସିବାକୁ କହି ଘରକୁ ପଠାଇଦେଲେ।
ତାପରଦିନ ସକାଳ ସମୟରେ ଏହା ସହରରେ ମୁଖ୍ୟ ଖବର ପାଲଟିଯାଇଥାଏ। ନିର୍ଦ୍ଧାରିତ ସମୟରେ ସୁବର୍ଣ୍ଣା ଓ ସୁପର୍ଣ୍ଣୋ ରାମୁ ସହିତ ଆସି ଥାନାରେ ପହଞ୍ଚିଗଲେ ।ସୁବର୍ଣ୍ଣା ଓ ସୁପର୍ଣ୍ଣୋ ଦୁଇଟି ଚୌକିରେ ଥାନା ଭିତରେ ବସିଥାନ୍ତି। ଗୋଟିଏ ବାଧ୍ୟ ଶିଶୁଟି ପରି ଯୁବକ ରାମୁ ସେମାନଙ୍କ ପାଖରେ ଛିଡ଼ାହୋଇଥାନ୍ତି। ଥାନା ବାବୁଙ୍କ ନିର୍ଦ୍ଦେଶ ରେ ଅଭିଯୁକ୍ତ ଦୁଇ ଜଣଙ୍କୁ ଆଣି ଛିଡାକରାଗଲା। ରାମୁ ଟିକିଏ ମୁହଁ ଉପରକୁ ଟେକି ତାଠାରୁ ପଳାଇଯାଇଥିବା ତା ସ୍ତ୍ରୀ ସାବିତ୍ରୀ ଆଡକୁ ଟିକେଚାହିଁଲା। ରାମୁ ର ବିଷର୍ଣ୍ଣ ମୁହଁ ରେ ଖେଳିଗଲା ଦୁଃଖଭରା ଆନନ୍ଦ। ବହୁତ ଦିନପରେ ନିଜ ହୃଦୟଠାରୁ ଅଧିକ ଭଲ ପାଉଥିବା ତାର ସାବି କୁ ଦେଖି ସିନା ଆନନ୍ଦ ଲାଗିଲା କିନ୍ତୁ ସାବି ର ତମ୍ବାକାଠି ପରି ତନୁପାତେଲି ଦେହଟା ଯେ ଶୁଖି କଳାକାଠ ପଡ଼ିଗଲାଣି ତାହା ଦେଖି ତାକୁ ଦୁଃଖ ଲାଗିଲା।ସାବିତ୍ରୀ । ଏତେବଡ଼ ନାଁ ଟେ କିଏ ଡାକିବ ମ? ତେଣୁ ରାମୁ ତା ସ୍ତ୍ରୀ କୁ ଗେହ୍ଲେଇ ଡାକେ ସାବି ବୋଲି।ମନେ ପଡିଗଲା ରାମୁର ସବୁଦିନର କଥା। ସନ୍ଧ୍ୟାରେ ଘରକୁ ଫେରିବାବେଳେ ସାବି ର ମନ ଲାଖି ସିଙ୍ଗିଡା ଦୁଇଟା ନେଇ ପହଞ୍ଚାଇ ଦିଏ। କେବେ କେମିତି ସାବି ତାକୁ ଯାଚିଲେ ରାମୁ କହିଦିଏ ସେ ପେଟ ଭରି ଜଳଖିଆ ଖାଇଦେଇଛି ଦୋକାନରେ। କେତେ ଅବା ରୋଜଗାର ତାର। ତେଣୁ ରାମୁ ଭାବେ ଯଦି ଜଳଖିଆ ରେ ଦିନକୁ କୋଡିଏ ଟଙ୍କା ଖର୍ଚ୍ଚ କରିବ ତେବେ ଘର ଚଳିବ କେମିତି?
ଆସାମୀ ଯୁବକ କୁ ଥାନା ବାବୁ ତାର ନାଁ ଠିକଣା ସବୁ ପଚାରି ସାରିବାପରେ ସାବି କୁ ରାମୁ ଆଡକୁ ଅନାଇ ପଚାରିଲେ ତୁମେ ତାକୁ ଚିହ୍ନିଛ? ରାମୁ ପୁଣିଥରେ ସାବି ଆଡକୁ ଅନାଇ ଟିକେ ହସିଦେଇ ତଳକୁ ମୁହଁ କରି ଛିଡାହେଲା। କିନ୍ତୁ ସାବି ଭୋ ଭୋ କରି କାନ୍ଦି ପକାଇ କହିଲା," ମୋର ଭୁଲ ହୋଇଯାଇଛି। ତାଙ୍କ ସହିତ ସମ୍ପର୍କ ଯୋଡି ଆମ ଘରକୁ ଆସି ମୋ ସହିତ ମିଳାମିଶା କଲା। କେତେକ ଦୁର୍ବଳ ମୁହୂର୍ତ୍ତର ଫୋଟୋ ଉଠାଇ ମୋତେ ଧମକ ଦେଇ ଉଠାଇ ନେଲା।" ଥାନା ବାବୁ କହିଲେ ତୁମେ ସେଠାରେ ଭଲରେ ଥିବ ବୋଧେ? ଅପରାଧି ଯୁବକ ଆଡକୁ ଅନାଇଁ କହିଲା,"ଏଇ ଭଲ ରେ ଅଛି। ଗତକାଲି ର ନିଶା ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି। ମଦ ନିଶାରେ ଏଇ ଦୁଇ ମାସରେ ମୁଁ ଶହେ ଥର ମାଡ଼ ଖାଇଥିବି।" ଏତିକି ଶୁଣୁ ଶୁଣୁ ଥାନା ବାବୁ ସଙ୍ଗେସଙ୍ଗେ ସେ ଯୁବକର ମୋବାଇଲ କୁ ନିଜ ଅକ୍ତିଆର କୁ ନେଇଯାଇ ସମସ୍ତ ଫୋଟୋ ତନଖି କରିନେଇ ଦେଖିଲେ ସାବି ଯାହା କହୁଛି ସବୁ ସତ କହୁଛି।
ଥାନା ବାବୁ ଟିକିଏ ଗମ୍ଭୀର ହୋଇଯାଇ ସାବି କୁ କହିଲେ,"ତୁମେ କଣ ଚାହୁଁଛ?" ସାବି ସକେଇ ହୋଇ ଅସ୍ପଷ୍ଟ ଭାବରେ କହିଲା," ମୁଁ ପତିତା, ମୁଁ ନର୍କଗାମୀ, ମୋର ସ୍ଥାନ ଏ ପୃଥିବୀ ରେ ନାହିଁ। ମୋ ପରି ପାପିନୀ କୁ ଏ ବସୁନ୍ଧରା ବି ତା କୋଳରେ ସ୍ଥାନ ଦେବ ନାହିଁ।" ଥାନା ବାବୁ ସବୁକଥା ବୁଝିପାରି କହିଲେ,"ତୁମ ପ୍ରଥମ ସ୍ୱାମୀ ତୁମକୁ ଗ୍ରହଣ କରିବାକୁ ରାଜିହେଲେ ତୁମେ ତାଙ୍କ ପାଖକୁ ଯିବ?" ଦୁଇ ଆଖିର ଲୁହଧାର କୁ ପୋଛି ଦେଉଦେଉ ମୁଖ ମଣ୍ଡଳରେ ଟିକେ ଆଭା ଦେଖାଦେଲା ସାବି ର। ପୋଲିସ ବାବୁ ରାମୁ ଆଡକୁ ଚାହିଁ ପଚାରିଲେ,"କଣ ତୁମ ସ୍ତ୍ରୀ କୁ ତୁମେ ନେବାକୁ ଚାହୁଁଛ?" ରାମୁ ଟିକେ ହସିଦେଇ କହିଲେ ,"ଆଜ୍ଞା ମୋ ସାବିର କିଛି ଭୁଲ ନାହିଁ। ସେ ଲୋକ ମୋ ସାବି କୁ ଛନ୍ଦ କପଟ କରି ନେଇ ଯାଇଛି। ମୋ ସାବି ତା ରାଜିରେ ସେଠାକୁ ଯାଇନାହିଁ। ମୁଁ ପରା ଦଶ ଦୋଷ ତାର କ୍ଷମା କରିବି ବୋଲି ଅଗ୍ନିକୁ ସାକ୍ଷୀ ରଖି କହିଛି।" ପୋଲିସ ବାବୁ ପୁଣିଥରେ ରାମୁ କୁ କହିଲେ," ପୁଣିଥରେ ଚିନ୍ତା କରି କୁହ। ପରେ କିଛି ଅଭିଯୋଗ ଶୁଣା ଯିବ ନାହିଁ।" ରାମୁ ହାତଯୋଡି କହିଲା,"କଣ ଆଜ୍ଞା ଆଉ ଚିନ୍ତା କରିବି? ମୁଁ ତ ଅଯୋଧ୍ୟା ନରେଶ ପୁରୁଷୋତ୍ତମ ରାମଚନ୍ଦ୍ର ନୁହେଁ, ମୁଁ ପରା ରାସ୍ତାଘାଟ,ଡାକ୍ତରଖାନା ସଫା କରୁଥିବା ରାମୁ। ରାମଚନ୍ଦ୍ର ହୋଇଥିଲେ ସିନା ଅଗ୍ନି ପରୀକ୍ଷା କରିଥାନ୍ତି, ମୁଁ ପରା ରାମୁ। ରାମଚନ୍ଦ୍ର ରାଜା,ତାଙ୍କର ସାମାଜିକ ସ୍ଥିତି ଥିଲା, ତେଣୁ ଲୋକାପବାଦ କୁ ଡରି ମାଆ ସୀତା ଦେବୀ ଙ୍କୁ ନିର୍ବାସନ ଦଣ୍ଡଦେଉଥିଲେ ଅବା ଅଗ୍ନି ପରୀକ୍ଷା କରୁଥିଲେ। କିନ୍ତୁ ମୁଁ ମଇଳା ସଫା କରୁଥିବା ରାମୁ। ମୁଁ କେଉଁ ଗାଈ ର ଗୋବର ଯେ ମୋତେ କିଏ ନିନ୍ଦା କରିବ? ସାବି ଯଦି ମୋ ପାଖକୁ ଫେରି ଆସିବା କୁ ଚାହିଁବ ମୁଁ ଆଦରି ନେବି, ଯଦି ନ ଚାହିଁବ ତେବେ ମୁଁ ଆପତ୍ତି ଉଠାଇବି ନାହିଁ।
ଥାନା ବାବୁ ଆସାମୀ ଯୁବକ ଆଡକୁ ଚାହିଁ କହିଲେ," କଣ ତୁମେ ଅପହରଣ ମାମଲାରେ ଜେଲ ହାଜତକୁ ଯିବ ନା ଆପୋଷ ସମାଧାନ କରିବ।" ଜେଲ କଥା ଶୁଣି ଆସାମୀ ର ନିଶା ଛାଡ଼ିଗଲା। ଆପୋଷ ସମାଧାନ ପାଇଁ ନେହୁରା ହେଲା। ପୋଲିସ ବାବୁ ରାମୁ ଆଡକୁ ଚାହିଁ ପଚାରିଲେ,"କଣ ଚାହୁଁଛ? ରାମୁ ଟିକେ ସମୟ ଚିନ୍ତାକରି କରିଲେ,"ଠିକ ଅଛି, ସମାଧାନ ହେଉ, କିନ୍ତୁ ସେ ଏ ଅଞ୍ଚଳରେ ନରହି, ତାର ନିଜ ଅଞ୍ଚଳ ଯାଜପୁର କୁ ଚାଲିଯାଉ। କୌଣସି ପରିସ୍ଥିତିରେ ବି ସେ ଏ ଅଞ୍ଚଳ କୁ କେବେ ଆସିବ ନାହିଁ।" ଯୁବକଟି ସମ୍ମତି ହୋଇ ରାଜିନାମା କାଗଜରେ ଦସ୍ତଖତ କରି ଥାନା ରୁ ବାହାରିଗଲା। ଡାକ୍ତର ସୁପର୍ଣ୍ଣୋ ଙ୍କ ଅନୁରୋଧ କ୍ରମେ ଜଣେ ଗୃହରକ୍ଷୀ ସୁପର୍ଣ୍ଣୋ ଙ୍କ ଠାରୁ ଟଙ୍କା ନେଇ ଶାଢ଼ୀ,ଶଙ୍ଖା ଫୁଲ ମାଳ ଓ ପ୍ୟାଣ୍ଟ ଶାର୍ଟ ବଜାର ରୁ କିଣି ଆଣିଲା।
ବଧୁ ବର ବେଶ ରେ ରାମୁ ଓ ସାବି ଥାନା ଭିତରେ ମାଳା ପ୍ରତ୍ୟାର୍ପଣ କରି ପରସ୍ପର କୁ ମିଠା ଖୁଆଉଥିବା ବେଳେ ଥାନା ବାବୁ ଡାକ୍ତର ଦମ୍ପତି ଙ୍କୁ ଲକ୍ଷ୍ୟ କରି କହିଲେ,"ଆପଣ ଆଜି ବାଲ୍ମିକୀ ସାଜି ଭିନ୍ନ ଏକ ରାମାୟଣ ଲେଖିଛନ୍ତି, ଯେଉଁଥିରେ ରାମୁ ହେଉଛି ପ୍ରକୃତ ପୁରୁଷୋତ୍ତମ।
💐💐💐💐 ସିଦ୍ଧି ପ୍ରସାଦ ସାହୁ💐💐💐

19/04/2023

ସେ ଥିଲେ ମୁକ୍ତିପଥର ସୈନିକ । ତାଳଚେର ଗଡ଼ଜାତର ଆଲୋକ ।ତାଙ୍କର ଆହ୍ୱାନରେ କି ମନ୍ତ୍ରଥିଲା କେଜାଣି ତତ୍‌କାଳୀନ ତାଳଚେରର ୮୪ ହଜାର ପ....

19/04/2023

ରୂପେଲି ରାତିର ବରଷା ରାଣୀ ଗୋଆକାଶୁ ଦେଲ କି ଛୁଇଁଅନୁଭବ ହୁଏ ଭିଜି ଯାଆନ୍ତି କିସାରା ଜୀବନ ତୋ ପାଇଁ……।କିଏ ଜାଣେ ସାଥୀ ଛୁଇଁ ବା ବଦଳ.....

19/04/2023

ସବୁ ଠିକ ଚାଲିଛି ତ ?💐 ଭାରତ ର ନେତା ମହାନ ଅଟନ୍ତି
କରନ୍ତି ନି କେବେ ବାକି
ଆଗେ ଅର୍ଥ ଦେଇ ଭୋଟ ନିଅନ୍ତି
ସେମାନେ ନୁହଁନ୍ତି ଭୋଗୀ ।।
ଭୋଟର ଈଶ୍ୱର କରି ଦଣ୍ଡବତ
ମିଠା ମିଠା କଥା କୁହନ୍ତି
ରାଗ ଅଭିମାନ ତାଙ୍କଠାରେ ନାହିଁ
ମୁରୁକି ମୁରୁକି ହସନ୍ତି ।।
ଏକୋଇଶା ଆଉ ଦଶାହ କର୍ମରେ
ସବୁ ଭୋଜି କୁ ସେ ଯାଆନ୍ତି
କଳସ ଯାତ୍ରାରେ ପଗଡ଼ି ଭିଡିଣ
ଅଳସୀ ଙ୍କ ପରି ଚାଲନ୍ତି ।।
ଆଇନ ର ସେହି ପ୍ରଣୟନ ଗୃହେ
ପାଟି ସିନା ଟିକେ ଫିଟେନି
ତାଳ ଝାଞ୍ଜ ଧରି ମାଇକି କୁ ଭାଙ୍ଗି
ଘରକୁ ଚଳାଇ ଦିଅନ୍ତିନି ।।
କକ୍ଷରେ ତର୍କ ର ହତା ମାଡନ୍ତିନି
ମୋବାଇଲ ଚଳାଇ ଦେଖନ୍ତି
ଲଙ୍ଗଳା ଫୋଟୋ କୁ ଆନନ୍ଦରେ ଦେଖି
ମୁରୁକି ମୁରୁକି ହସନ୍ତି ।।
ବିଜ୍ଞ ବ୍ୟକ୍ତି ଆଜି ନିରବ ରେ ବସି
ମନେ ମନେ କେତେ ଭାବୁଛି
କିଛି ସେ ନକହି ନିଜକୁ ପଚାରେ
ସବୁ କଣ ଠିକ ଚାଲିଛି ?
💐💐💐💐💐 ସିଦ୍ଧି💐💐💐💐💐💐

Address

Jaydev Vihar
Bhubaneswar

Alerts

Be the first to know and let us send you an email when Pratibimba 'ପ୍ରତିବିମ୍ବ' posts news and promotions. Your email address will not be used for any other purpose, and you can unsubscribe at any time.

Share

Nearby media companies


Other Book & Magazine Distributors in Bhubaneswar

Show All