ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ
(10)
Address
Bhadrakh
756001
Telephone
Website
Alerts
Be the first to know and let us send you an email when ଶୁଭପଲ୍ଲବ posts news and promotions. Your email address will not be used for any other purpose, and you can unsubscribe at any time.
Contact The Business
Send a message to ଶୁଭପଲ୍ଲବ:
Videos
Shortcuts
Category
ଆମ ବିଷୟରେ
୨୦ ଡିସେମ୍ବର, ୨୦୧୭ ଦିନ ସକାଳ ପାଖାପାଖି ୯.୦୦ରେ ଆରମ୍ଭ ହେଲା ଏକ ପତ୍ରିକା କରିବାର ଯୋଜନା ଆଉ ତା'ପରେ ଦିନ ୧୨ଟା ମଧ୍ୟରେ ନାମ ଆଉ ପ୍ରଥମ ସଂସ୍କରଣର ପ୍ରକାଶନ ତାରିଖ ଧାର୍ଯ୍ୟ ହୋଇଗଲା । ନୂଆ ପତ୍ରିକା ହୋଇଥିବାରୁ, ଅନେକ ଲୋକଙ୍କୁ ଯୋଗାଯୋଗ କରିବାର ପ୍ରଚେଷ୍ଟା କରାଗଲା, ମାତ୍ର ଶତ ପ୍ରତିଶତ ସଫଳତା ମିଳିନଥିଲେ ମଧ୍ୟ ବିଫଳତା ମଧ୍ୟ ମିଳିନଥିଲା । ତେଣୁ ପ୍ରଥମ ସଂସ୍କରଣ ପ୍ରକାଶ ପାଇଲା ୧ ଜାନୁଆରୀ ୨୦୧୮, ଇଂରାଜୀ ନବବର୍ଷ ଦିନ । ସମସ୍ତଙ୍କର ସହଯୋଗରେ ଆଉ ଅପ୍ରାଣ ଉଦ୍ୟମ ସହ ଏହି ୧୦ ଦିନର କଠିନ ପରିଶ୍ରମ ଥିଲା ଏହି ପ୍ରଥମ ସଂସ୍କରଣର ସଫଳତା ।
ଏହାପରେ କିଛି ପାଠକଙ୍କର ପ୍ରରୋଚନାରେ ଆରମ୍ଭ ହେଲା ଅଡ଼ିଓ ପତ୍ରିକା କାର୍ଯ୍ୟ ଆଉ ଧୀରେ ଧୀରେ ଆଗେଇ ଚାଲିଲା । ଏହାପରେ ସେ ୨୧ ଫେବୃଆରୀ ୨୦୧୮ରେ ଶାଶ୍ୱତ ସ୍ୱାଇଁଙ୍କ ରଚିତ ଗୀତକୁ ମାନସ ରଞ୍ଜନ ଦାଶ ସଙ୍ଗୀତ ଆଉ ସ୍ୱର ଦେଇ ତିଆରି କଲେ ପ୍ରଥମ ଗୀତ, ଯାହାକୁ ଆଉ ଟିକିଏ ଆଗକୁ ନେଇଗଲେ ସମ୍ୱିତ ଦାସ ଆଉ କିଛି ଭିଡ଼ିଓ ଦେଇ ସଜେଇଦେଲେ ୟୁ-ଟ୍ୟୁବ୍ପାଇଁ । ହେଲେ ତା'ପରେ ଆରମ୍ଭ ହେଲା ଏକ ଜଟିଳ ପରିସ୍ଥିତି, ଯାହା ଫଳରେ ୨ୟ ସଂସ୍କରଣ ପରେ ପତ୍ରିକାର ନାମ ପରିବର୍ତ୍ତନ କରି ରଖାଗଲା #ଶୁଭପଲ୍ଲବ ଆଉ ତା'ପରଠାରୁ ଆରମ୍ଭ ହୋଇଥିଲା ବିଭିନ୍ନ ରକମର ପରୀକ୍ଷଣ । ପାଖାପାଖି ୨୦୦ ଲେଖକ ଯୋଡ଼ି ହୋଇଛନ୍ତି ଶୁଭପଲ୍ଲବ ସହ ।
ଏଥି ସହ ୨୦୧୯ ଉତ୍କଳ ଦିବସ ଦିନ ଶୁଭପଲ୍ଲବର ୬ଷ୍ଠ ସଂସ୍କରଣ ପ୍ରକାଶ ପାଇବା ସହ ଆରମ୍ଭ ହୋଇଥିଲା ଶୁଭପଲ୍ଲବର ୱେବ୍ପୋର୍ଟାଲ୍, ଯେଉଁଥିରେ ଲେଖକମାନଙ୍କର ଲେଖାକୁ ପ୍ରକାଶ କରିବାକୁ ଆଉ ୩ ମାସ ନ ଜଗି ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚାଇ ହେବ । ଏମିତି ଭିତରେ ଆଗେଇ ଚାଲିଛି ଶୁଭପଲ୍ଲବ ।