Rairanjan Nanda Official

Rairanjan Nanda Official no one is perfect
and I am "no one"

 #ରାତି...ଯେବେ ରାତି ଫେରେସ୍ମୃତି ସବୁ ତାଜାପଣେ ନେଇଯାନ୍ତି ଦିଗନ୍ତ ସେପାରେବିଚଳିତ ମନ ଯେତେ ବିଗତ ଅତୀତ ଧରିନିଶିଥରେ ବାରମ୍ବାର ଝୁରେମିଞ୍ଜି...
20/06/2022

#ରାତି...

ଯେବେ ରାତି ଫେରେ
ସ୍ମୃତି ସବୁ ତାଜାପଣେ
ନେଇଯାନ୍ତି ଦିଗନ୍ତ ସେପାରେ
ବିଚଳିତ ମନ ଯେତେ
ବିଗତ ଅତୀତ ଧରି
ନିଶିଥରେ ବାରମ୍ବାର ଝୁରେ

ମିଞ୍ଜି ମିଞ୍ଜି ତାରାଙ୍କ ଛାଉଣୀ
ତା ସାଥେ ଚାନ୍ଦର ତୋଫାପଣ
ସ୍ବପ୍ନ ବାସ୍ତବତା ମଧ୍ୟେ ଅଜିବ କାରୁଣ୍ୟ
ଯେବେ.. ରାତି ଫେରେ ଘନ ଅନ୍ଧକାରେ
କବି, ଭାବୁକ ଅନ୍ତର ଚିତ୍ରକର ପଣ
ଅସଂଖ୍ୟ ଉନ୍ମାଦନାରେ
ଭାବନାର ରଙ୍ଗ ତୂଳୀ ଧରେ

କେବେ କେବେ ଗୁମସୁମ୍ ସ୍ବପ୍ନ ବିଭୋରିତ
ରାତି ଆମ ଫେରୁଥିଲା ଆଇ ମାଆଙ୍କ କୋଳେ
ବୁଢୀଜେଜି ଗପ ଯେବେ ତୁନି ତୁନି ଶୁଣୁଥିଲା ଆଖି
ବୁଢ଼ୀ ଅସୁରୁଣୀ କଥା , ସାତତାଳ ପଙ୍କ ଘେରେ
କାନ ଯେବେ ଖୋଜୁଥିଲା ସୁନାର ଫରୁଆ
ନିର୍ବିକାର , ନିଃସ୍ୱାର୍ଥ ମନଟେ ସେ ଭଳିଆ
ଖୋଜିଲେ ବି କୁହ ଆଜି .. ନ ମିଳଇ କିଆଁ ..?

ରାତି ଦୁର୍ଦ୍ଦିନର ବାର୍ତ୍ତା ନେଇ ଫେରେ
ପ୍ରଳୟକୁ ରଚିବାର ଲାଗି
ବିଛଣାରେ ପ୍ରଳୟ ପ୍ରକାରେ
ପ୍ରବଳ ପ୍ରଣୟେ ମାତେ ଭୋଗୀ
ରାତିର ପ୍ରଛଦେ ରୋଗୀ
ଶରୀରରୁ ସନ୍ନ୍ୟାସକୁ ନିଏ
ଶରୀର ବାସ୍ନାର ପ୍ରାପ୍ତି ପାଇଁ
ସନ୍ନ୍ୟାସୀଟେ ପାଲଟି ବି ପାରେ
ବୁଭୁକ୍ଷିତ କେଉଁ କାମରୋଗୀ ..!

ରାତି ଆସୁଥିଲା ଆସୁଥିବ
ନୂଆ ନୂଆ ସମ୍ଭାର ଭିତରେ
ଆଜି ଯଦି ଯାଇଛି ସେ ଯାଉ
କାଲି ପୁଣି ଏ ରାତି ଫେରିବ
ଜାଳି ମନ , ଜାଳି ଫୁଲ ବନ
ଅବା କା ହୃଦୟେ ଲେପି ..!
ମହ ମହ ବାସ୍ନାୟିତ ଶୀତଳ ଚନ୍ଦନ ।

©️®️ #ରାଇରଞ୍ଜନ™️
#ସୌଜନ୍ୟ - #ପ୍ରତିଭା

 #ତୁମେ_କେହି_ନୁହଁ..ନିର୍ଜୀବ ର ମନ ନେଇ ଜହ୍ନ ଜ୍ୟୋତ୍ସ୍ନା ତଳେଶାରଦୀୟ ଆକାଶ ବୁକୁରୁମାଗିଥିଲି ମୁଠେ ଶୀତଳତା ..ଶବ ସାଜି ଶୋଇଥିଲି ବେଳାଭୂମି ...
30/05/2022

#ତୁମେ_କେହି_ନୁହଁ..

ନିର୍ଜୀବ ର ମନ ନେଇ ଜହ୍ନ ଜ୍ୟୋତ୍ସ୍ନା ତଳେ
ଶାରଦୀୟ ଆକାଶ ବୁକୁରୁ
ମାଗିଥିଲି ମୁଠେ ଶୀତଳତା ..

ଶବ ସାଜି ଶୋଇଥିଲି ବେଳାଭୂମି ତୀରେ
ମୁଦି ଦେଇ ଗଲାପରେ
ଲହରୀ ଆଶାରେ ଆଖି ପତା ..

ଶୁଣିଥିଲି କେତେ କାହାଣୀରେ
ଥାଏ ପୁଣି ସେମାନଙ୍କ ବିଶାଳ ହୃଦୟ ,
କୁହ ଭଲା ନିର୍ଦ୍ଦୟ ସେ ହୋଇଲେ କିପରି ..?

ଭାଗ୍ୟ ପରେ ଢାଳି ଦେଇ ଅମା ଅନ୍ଧକାର ,
କି ସୁଖ ପାଇଲେ କୁହ ..
ନକ୍ଷତ୍ରପୁଞ୍ଜରୁ ମତେ ନିର୍ବାସିତ କରି ..?

ତୁମକୁ ମୁଁ ପ୍ରେମ କରିବାର ବେଳେ ..
କେତେ କେତେ କଣ୍ଟା ଆଉ ପଥର ଦେଖିଚି
ରହୁଥିଲେ ମୋର ପାଦ ତଳେ ,

ତୁମ ଦମ୍ଭେ ଅଭିମାନେ ଯେବେ
ସଗର୍ବରେ କରୁଥିଲି ଯାତ୍ରା ,
ଫଗୁଣରୁ ଧାର ଆଣି କୋକିଳର ତାନ ..
ପବନରେ ପ୍ରତିନିତ୍ୟ ବିଞ୍ଚି ଦେଉଥିଲି
ମାତ୍ରାଧିକ ମୋ' ପ୍ରେମର ମାତ୍ରା ।

ହଁ ହଁ ଦିନେ ..
କେହି ଜଣେ କାନେ କହିଥିଲା
ଯାହା ଏବେ ଗୁଞ୍ଜରୁଛି
ହାୟ ମୋର ମନ ମସ୍ତିଷ୍କରେ ,
"ଅତି ହେଲେ ଇତି ସିନା ହୁଏ"
ପ୍ରେମ କିନ୍ତୁ "ଅତି" ହେଲେ ଅମର ପାଲଟେ
ବିଦ୍ୟମାନ ହୁଏ ନଭେ ଶୁଭ୍ର ଜ୍ୟୋତିଷ୍କରେ ।

ପ୍ରେମ ଯଦି ଭ୍ରମ ମୋର ପ୍ରିୟା ,
ଭ୍ରମରେ ଭ୍ରମର ଭଳି ..
ଆଜି ମତେ ବଞ୍ଚିବାକୁ ଦିଅ ,

ଜାଣିଛ କି ଗୁପ୍ତ ଏକ କଥା ..?
ତୁମେ ଗଲା ପରେ ପରେ
ସଂସାରର ସବୁ ନିର୍ଯାତିତା
ତୁମ ଭଳି କାହିଁ ମତେ
ଲାଗନ୍ତି ମୋ ପ୍ରେମିକା ପ୍ରେମିକା ..!

ମୁଁ' ଯଦି ନିର୍ଯ୍ୟାତିତ ତୁମ ଛଳନାରେ
ଡରିବି କାହିଁକି ମତେ ଥରୁଟିଏ କୁହ ..?

ବିନା ଅବଶୋଷରେ ମୁଁ ଚୁମିଯିବି ସଭିଙ୍କର ଓଠ
ଛାତିକୁ ପ୍ରଶସ୍ତ କରି .. ଆଜିଠୁ କହିବି ,
ହଁ ହଁ ତୁମେ ମୋର ନୁହଁ , କେହି ନୁହଁ
ହଁ ହଁ ତୁମେ ମୋର ନୁହଁ କେହି ନୁହଁ ।

©️®️ #ରାଈରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

30/04/2022
 #ତଥାସ୍ତୁପେଜୁଆ ଆଖିକୁ ମାଜି ..ପରିଷ୍କାର ଦେଖିବା ପ୍ରୟାସ ,ସାଧନାର ଅନ୍ତରାଳେ ..ନିର୍ବାଣକୁ ପାଇବା ଉଲ୍ଲାସ ,ମୁକ୍ତି ମାର୍ଗ ଦିଶେ ଜଳ ଜଳ ,ଅ...
11/04/2022

#ତଥାସ୍ତୁ

ପେଜୁଆ ଆଖିକୁ ମାଜି ..
ପରିଷ୍କାର ଦେଖିବା ପ୍ରୟାସ ,
ସାଧନାର ଅନ୍ତରାଳେ ..
ନିର୍ବାଣକୁ ପାଇବା ଉଲ୍ଲାସ ,
ମୁକ୍ତି ମାର୍ଗ ଦିଶେ ଜଳ ଜଳ ,
ଅନନ୍ତ ପ୍ରତୀକ୍ଷା ପରେ ..
ସହିବାକୁ ନାହିଁ ଆଉ ବଳ ।

ଜଞ୍ଜାଳ ସଙ୍ଗତେ ରହି ..
ଆଶା ପୁଞ୍ଜେ ବିଚରଇ ମନ ,
କଳା ବାଦଲ ଭିତରେ ..
ଛଟପଟ କରଇ ଦୁର୍ଦ୍ଦିନ ,
ଅସହାୟତାରେ କଟେ କାଳ ,
କଟେ ନା ବଳକା ରାତି ..
ଅପେକ୍ଷାରେ ଭାଗ୍ୟର ସକାଳ ..!

ବିରାମ ଦେବାକୁ ବୋଧେ ..!
ସ୍ଵର୍ଗରୁ ଆସିବେ ଦେବଦୂତ ,
ଶରୀର ତେଜିବ ଆତ୍ମା ..
ଈଶ୍ବରଙ୍କ ହେବ ଅବଗତ ,
ପଡ଼ିଥିବ ଶରୀର ନିଶ୍ଚଳ ,
ପିଣ୍ଡରୁ ଛାଡ଼ିବ ପ୍ରାଣ ..
ଭୋଗିବାକୁ ନିଜ କର୍ମଫଳ ।

©️®️ #ରାଈରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

 #ଅପସରୀସମୁଦ୍ର ଠୁ ନୀଳ ତୋ'ର ଆଖି ,ଘନ ନୀଳ ତୋ' କେଶ କବରୀ ,ନାଲି ଓଠ ଗୋଲାପ ପାଖୁଡ଼ା ,ନାଲି ନାଲି ତୋ' ହାତର ଚୁଡ଼ି ,ଶ୍ୱେତବର୍ଣ୍ଣା ଦିଶୁ ଠ...
09/04/2022

#ଅପସରୀ

ସମୁଦ୍ର ଠୁ ନୀଳ ତୋ'ର ଆଖି ,
ଘନ ନୀଳ ତୋ' କେଶ କବରୀ ,
ନାଲି ଓଠ ଗୋଲାପ ପାଖୁଡ଼ା ,
ନାଲି ନାଲି ତୋ' ହାତର ଚୁଡ଼ି ,
ଶ୍ୱେତବର୍ଣ୍ଣା ଦିଶୁ ଠିକ୍ ତୋଫା ଚାନ୍ଦ ପରି ..
ହାୟ ..! ମୋ'ର ଜହ୍ନ ରାଇଜର ଅପସରୀ ।

ଚିତ୍ରକର ଅଙ୍କନ ବି ଫିକା ..
ତୋ' ରୂପର ଦେବାକୁ ଉପମା ,
ରଙ୍ଗ ସବୁ ପଡ଼ଇ ନିଅଣ୍ଟ ..
ବର୍ଣ୍ଣିବାକୁ ତୋ' ସୌନ୍ଦର୍ଯ୍ୟ ସୀମା ,
ସରଗରେ ସରାଗରେ ଅବସର ନେଇ
ନିହାଣ ମୁନେ କେ ବୋଧେ ଗଢ଼ିଛି ପ୍ରତିମା ..!

ସାହିତ୍ୟରୁ ଶବ୍ଦ ଗୁନ୍ଥି କେତେ ..!
କବିଙ୍କ ରସିକ ପଣେ ଯେତେ ,
କୋଟି ବ୍ରହ୍ମାଣ୍ଡ ଲାବଣ୍ୟ ନେଇ ..
ସବୁ ଅଙ୍ଗ ପାରିଛି ସଜାଇ ,
ହଳଦୀ ମୁହିଁ ତୁ ଶଶି ଭଳି ସଫା ମୁଖ ,
ଦେଖିଦେଲେ ଅପସରି ଯାଏ ସବୁ ଦୁଃଖ ।

ପ୍ରତ୍ୟେକ ସୃଜନୀ ଗର୍ଭଦେଶେ ,
ଭାବୁକଙ୍କ ସ୍ବପ୍ନରେ ବିଭୋର ,
ସର୍ଜନାରେ ଆଶଙ୍କାରେ ଲୋଡ଼େ ,
ପ୍ରତ୍ୟହ ମୁଁ' ସମ୍ଭାବନା ତୋ'ର ,
ଭାବପ୍ରବଣତାରେ ମୁଁ ଦିବାନିଶି ଲେଖେ ,
ମୋ' ସୃଷ୍ଟି ବକ୍ଷରେ ତୋ'ର ନିରୀହ ଚେହେରା
ଆଜି ମଧ୍ୟ ବାରମାସୀ ଦେଖେ ,
ଆଜି ମଧ୍ୟ ବାରମାସୀ ଦେଖେ ।

©️®️ #ରାଇରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

କ୍ଷୋଭ..ପବନରେ ନାହିଁ ଆଉ ବାସ ,ବାସ ନାହିଁ ସମସ୍ତେ ହତାଶ ,କଙ୍କାଳ କୋଳରେ ପେଟ ଭୋଗେ ଉପବାସ ,ଧୂଆଁ ଧୂଳିରେ ଧୂସର ସବୁ ସବୁଜିମା ,କିଏ ଜାଣେ .....
08/04/2022

କ୍ଷୋଭ..

ପବନରେ ନାହିଁ ଆଉ ବାସ ,
ବାସ ନାହିଁ ସମସ୍ତେ ହତାଶ ,
କଙ୍କାଳ କୋଳରେ ପେଟ ଭୋଗେ ଉପବାସ ,
ଧୂଆଁ ଧୂଳିରେ ଧୂସର ସବୁ ସବୁଜିମା ,
କିଏ ଜାଣେ ..! କେବେ ବର୍ଷା ହେବ ..?
ମାଟିର ତାତି , ଛାତିର ଦରଜ କମିବ ।

ଗୌଣ ଯହିଁ ଗଣତନ୍ତ୍ର ନୀତି ,
ନିତି ନିତି ସର୍ବତ୍ର ଦୁର୍ନୀତି ,
ତିନି ନୀତି ସଂଜ୍ଞା ବଦଳାଇ ଅନୀତି ରେ ..
ରୀତିମତ ମାତନ୍ତି, ଶୋଷନ୍ତି ଶୋଷଣ ରେ ,
ରୁଧିର ଧିରେ ହୁଅଇ ନଷ୍ଟ ,
ବରିଷ୍ଠ ଙ୍କ ଭ୍ରଷ୍ଟାଚାରେ ଆଜୀବନ କଷ୍ଟ ।

ଗଳିରେ ଫୁଟଇ ଏବେ ଗୁଳି ,
ଗାଳି ଗୁଲଜେ ପଡ଼େ ଚହଳି ,
ଚାହାଳିଆ ମନ ବାଉଳେଇ ଉଠେ ଖାଲି ..
ପେଟ ଭରିବାକୁ ସାହା ନାହିଁ ମୁଠେ ବାଲି ,
କିଏ ଆଉ ଉଦର ଭରିବ ..?
ବର୍ବର ପଣ , ଉର୍ବର କେମନ୍ତ ହୋଇବ ..?

ପଥରେ ପତିତ ପ୍ରାଣ କେତେ ..!
ପଥର ନିର୍ଦ୍ଦୟ ହୃଦ ଯେତେ ,
ପଥପ୍ରାନ୍ତ ପଥିକ ଙ୍କୁ କରି ଅତ୍ୟାଚାର ..
ପ୍ରଦର୍ଶିତ ବାହୁବଳେ ବୋଲାନ୍ତି ସେ ବୀର ..
ତାରି କିଏ ପାରିବ ଏ ଦଶା ..?
ସୁଧା ସନ୍ଧାନରେ କି'ବା ହଟିବ ଦୁର୍ଦ୍ଦଶା ..?

©️®️ #ରାଇରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

 #ଚୋରଆଜି ଆକାଶରେ ଭାସି ଉଠୁଥିଲେ ଜହ୍ନ , ତାରା ଭାଷୀ ଉଠୁଥିଲେ ମୋ'ର ଅଜ୍ଞାତସାର ରେମୁଁ କାଳେ ଅଘୋରି ଟେ ବୋଲି ..!ସେମାନଙ୍କୁ ଜ୍ଞାତ କି'ବା ....
05/04/2022

#ଚୋର

ଆଜି ଆକାଶରେ ଭାସି ଉଠୁଥିଲେ ଜହ୍ନ , ତାରା
ଭାଷୀ ଉଠୁଥିଲେ ମୋ'ର ଅଜ୍ଞାତସାର ରେ
ମୁଁ କାଳେ ଅଘୋରି ଟେ ବୋଲି ..!

ସେମାନଙ୍କୁ ଜ୍ଞାତ କି'ବା ..?
ଅଜସ୍ର ହୃଦୟ ମଧ୍ୟେ ..
ରହୁଛି ମୁଁ କେତେ ଘର ତୋଳି ..!

ସେମାନେ ଜାଣିବେ କାହିଁ ..?
ଆକାଶ ଠୁ ବକ୍ଷ ମୋ' ପ୍ରଶସ୍ତ ,
କୋଟି ହୃଦୟ ଗଳିରେ
ନିତିଦିନ ମୋ'ର ଆତଯାତ ,
ଉଜ୍ଜ୍ଵଳ ମୁଁ ଜହ୍ନ ଠାରୁ ..
ଚମକେ ମୁଁ ତାରକା ଙ୍କ ଭଳି ।

ତୁମେ ଆସରେ ପଚାର ଯାଇ
କେତେ ଓଠ ହସନ୍ତି ଆଶାରେ
ମଞ୍ଚରେ ମୋ' ଉପସ୍ଥିତି ଦେଖି ,

ପଲକେ ପଲକେ ଭରା ପୁଲକିତ ଆଖି ..
ଉନ୍ମାଦନା ଢାଳି ଦେବେ
ନୀରବରେ ରହିବାକୁ ସାକ୍ଷୀ ।

ମୋ' ସଂଜ୍ଞା ନିରୂପଣ ତୁମେ ପାରିବନି କରି
କାଗଜର ଗୋଟିଏ ଫର୍ଦ୍ଦରେ ,
ତୁମ ଭଳି ଗୋଲାମ ମୁଁ ନୁହଁ
ଗୁଲାମି ଖଟିବି ଯାଇ କାହା ପାଦ ତଳେ ।

ମୁଁ ରାଜା , ମୋ'ର ଅନେଶ୍ଵତ ରାଣୀ ,
ହୃଦୟ ମୋ' କୋହିନୁର ହୀରା ର ତୁକୁଡ଼ା
ଖଣ୍ଡ ଖଣ୍ଡ ବାଣ୍ଟି ଦେଇ ବନେଇ ପାରିଛି
ସେମାନଙ୍କୁ ମୋ'ର ମାଲିକାଣୀ ।

ମୋ' ପ୍ରେମ କରିବାର କଳା
ତୁମେ କଣ ପାରିବ ଚୋରାଇ ..?
ତୁମ ଅସମ୍ମାନ କରିବା ପ୍ରଚ୍ଛଦେ
ମୁଁ ନିଶବ୍ଦରେ ଚୁମୁଥିବି ତୁମ
ପ୍ରେମିକା ମାନଙ୍କ ଓଠ ଛୁଇଁ ।

ତୁମେ ତୁକୁଡ଼ାଏ କାଗଜକୁ ସାଇତି ରଖିବ
କଣ୍ଟା ମାରି କାନ୍ଥର ଛାତିରେ ,
ମୁଁ ମରିଗଲେ ସାଇତା ରହିବି
ପାଉଁଶ ର ସ୍ମୃତି ସାଜି ତାଙ୍କରି ବକ୍ଷରେ ।

ତୁମେ କ'ଣ ଅବା ଦେବ ବୋଲି ମତେ
ଆଜି ଏଠି କ୍ଷୋଭ ମୁଁ କରିବି ..!
ତୁମ ସିନ୍ଦୂରକୁ ତୁଚ୍ଛ କରି ସମ୍ପତି ତୁମର ..
ଚୋରାଇ ପାରୁଛି ଯଦି,
କୁହ କାହିଁ ଚୋର ମୁଁ' ନ ହେବି ..?

ସାବଧାନ ହୁଅ ଶତ୍ରୁଗଣ ,
ବିକଳରେ କର ନାହିଁ ହୂରି ,
ଖାତିର ମୁଁ କରେନାହିଁ ତୁମ କଥା ଝୁରି ,
ମୋ'ର ନିଘା ନାହିଁ ତିଳେ ତୁମ ଠାରେ ..
ରଖ ତମ ମାନ , ସନମାନ ତାଲା ମାରି ।

ତୁମ ପ୍ରିୟତମା ମାନେ ଯେବେ
ଗୋପନେ ହୃଦୟ ହାରି ବନ୍ଧା ପଡ଼ିଥିବେ ସର୍ବେ
ମୋ ପ୍ରେମର ଅଦୃଶ୍ୟ ଡୋରରେ ..

ଚୋର ବୋଲି ରଡ଼ି କରି
ଗାଳି ଦେଇ ଲକ୍ଷେ ତୁମେ ଛାଡ଼ିବ ବୋବାଳି
ସତ କଥା କହିଦେଲ ଭାଳି ..
ମୁଁ ମନେ ମନେ ମୁରୁକି ହସିବି ,

ନା ପଡୁଥିବ କୌଣସି ଫରକ୍ ମତେ ..!
ଆଜନ୍ମ ମୁଁ ଚୋର ଥିଲି .. ଚୋର ହିଁ ରହିବି ,
ଆଜନ୍ମ ମୁଁ ଚୋର ଥିଲି .. ଚୋର ହିଁ ରହିବି ।

©️®️ #ରାଈରଞ୍ଜନ ™️
#ସୌଜନ୍ୟ - #ପ୍ରତିଭା

 #ତୋ_ସ୍ମୃତିର_ଅନ୍ତରାଳେନା ଭୁଲିଛି ସେ ଆଲିଙ୍ଗନ ..ନା ଭୁଲିବି ସେ ଅଧର ଚୁମ୍ବନ ,ତୁମ ଯିବା ଠିକ୍ ପରେ ପରେ ଅଷ୍ଟାଙ୍ଗରେ ହାୟ .. ମୋ'ର କେତେ ଥ...
03/04/2022

#ତୋ_ସ୍ମୃତିର_ଅନ୍ତରାଳେ

ନା ଭୁଲିଛି ସେ ଆଲିଙ୍ଗନ ..
ନା ଭୁଲିବି ସେ ଅଧର ଚୁମ୍ବନ ,

ତୁମ ଯିବା ଠିକ୍ ପରେ ପରେ
ଅଷ୍ଟାଙ୍ଗରେ ହାୟ .. ମୋ'ର
କେତେ ଥକ୍କାପଣ ..!

ଗଲ ଯେ ଯାଇଛ ତୁମେ ..
ଶୂନ୍ୟ କରି ପାହାନ୍ତା ପହର ,

ଏବେ ପାଶେ ମୃତବତ୍ ପଡି ରହିଛନ୍ତି
ଅବିସ୍ମରଣୀୟ ତାଜା ସ୍ମୃତି ,
ଆହତ ହୃଦୟ ଖଣ୍ଡ କିଛି
ତା' ସଙ୍ଗତେ ଅଳନ୍ଧୁ ଘେର ରେ
ନିଷ୍ପ୍ରଭ ମୋ' ନିରୀହ ଏ ପ୍ରାଣ ।

©️®️ #ରାଈରଞ୍ଜନ ™️

 #ଆତ୍ମ_ବ୍ୟକ୍ତିତ୍ଵ  #୨ସେମାନେ କୁହନ୍ତିଖୁବ୍ ନିଆରା ମୋ ପ୍ରେମ କରିବାର ଢଙ୍ଗଆତ୍ମୀୟ ପଣ ରେ ମୁଁ ଯେତେ ଭଲ ପାଏତାଠାରୁ ବହୁତ୍ ଅଧିକା ଗାଳି କର...
03/04/2022

#ଆତ୍ମ_ବ୍ୟକ୍ତିତ୍ଵ #୨

ସେମାନେ କୁହନ୍ତି
ଖୁବ୍ ନିଆରା ମୋ ପ୍ରେମ କରିବାର ଢଙ୍ଗ
ଆତ୍ମୀୟ ପଣ ରେ ମୁଁ ଯେତେ ଭଲ ପାଏ
ତାଠାରୁ ବହୁତ୍ ଅଧିକା ଗାଳି କରିଦିଏ ନା
ବୋଧେ ସେଥି ଲାଗି
ମୋ ଅମାୟିକ ଭଲ ପାଇବାର ଏଇ ବୋଧେ
ପୂର୍ଣ୍ଣ ନିଦର୍ଶନ
ମୋ ସ୍ନେହ ବାଣ୍ଟିବାର ଔଦ୍ଧତ୍ୟ
ନାରୀକୁ ସମ୍ମାନ ଦେବା ପୁରୁଷାର୍ଥ ପଣ

କାହା ଆଖି ଲୁହ ଦେଖି ମୁଁ ପାରେନି ବୋଲି
ସମସ୍ତଙ୍କୁ ଜଣା
ଖାସ୍ ସେଥିଲାଗି ସେମାନେ
ଖୁବ୍ ଜୋରରେ କାନ୍ଦନ୍ତି
ମୋ ଅଂସଳ ରେ ମଥା ରଖି
ବେଳେ ବେଳେ ଚାଲି ଆସନ୍ତି ମୋ
ବାହୁ ବନ୍ଧନକୁ ଶୁନ୍ୟତାକୁ ହରି ନେଇ
ଖୁବ୍ ଭଲ ଲାଗେ ଯେବେ ଜାଣେ
ମୁଁ ଶିବ ନୁହଁ କି ବ୍ରହ୍ମା ଯେ ବର ଦେବି
ତଥାପି ମୋ ଆଶ୍ୱାସନାର ତଥାସ୍ତୁରେ
ଆଜି ସଭିଏଁ କିମ୍ବଦନ୍ତୀ
କିଛି ବି ଅବଶୋଷ ନାହିଁ

ମୁଁ ପୂର୍ଣ୍ଣ କରିଛି ଅପୂର୍ଣ୍ଣ ଅଭିଳାଷ
ନିଷ୍ପେସିତା, ଆତଙ୍କିତା ଅବଳା ମାନଙ୍କ
ଲୁହ ପୋଛି ଅଧରରେ ହସ ଫୁଟାଇଛି
ଦୁଃଖ ଜର୍ଜରିତା ଅଭିଶପ୍ତା ନିରୀହ ବାଳା ଙ୍କ
ପ୍ରଶ୍ନ କର ସେମାନଙ୍କ ପାଖେ
ହିସାବ ଦେବେ ସେ ମୋ ପବିତ୍ର ପ୍ରେମର
କାହା ସିନ୍ଥିର ସିନ୍ଦୂର କୁ ନା ଅପମାନ
ନା କାହାର ଲାଗିଛି ଋଣ
କେବେ ବି କରିନି ଛଦ୍ମ ଆଚରଣ
ସମସ୍ତେ ଜାଣନ୍ତି ମୋ ପରିଚୟ ଭିନ୍ନ

ଦ୍ଵାପର ରେ କୃଷ୍ଣ ଥିଲେ
କଳି କାଳେ ମୁଁ ବୋଲି ଅଭିହିତ କରନ୍ତି ସେମାନେ
କିଏ ଜାଣେ କାହାର ମନରେ କି ମାନ
ବୋଧେ ସେଥିଲାଗି ରାଇରଞ୍ଜନ ବୋଲି
ଗେଲରେ କରନ୍ତି ଆବାହନ

©️®️ #ରାଇରଞ୍ଜନ ™️

Address

Berhampur Main Road
Berhampur
760006

Telephone

+919692222797

Website

Alerts

Be the first to know and let us send you an email when Rairanjan Nanda Official posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Rairanjan Nanda Official:

Share

Nearby media companies


Other Digital creator in Berhampur

Show All