News Fuse

News Fuse only real news and all about humanity...

19/01/2022
14/06/2020


ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ମୁମ୍ବାଇସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ନେଇ ସୂଚନା । ସୁଶାନ୍ତଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ

16/05/2020

*ଆଜି ଆସନ୍ତୁ ଜାଣିବା (ପ୍ରାଥମିକ ଶିକ୍ଷା / ଶିଶୁ ମାନଙ୍କର ଅଧିକାର) ସମ୍ବନ୍ଧରେ ।

*ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯ ଅନୁସାରେ ପାଠ୍ୟକ୍ରମ/ପରୀକ୍ଷା/ମୂଲ୍ୟାୟନ ପଦ୍ଧତି*

ଉପଯୁକ୍ତ ସରକାରଙ୍କୁ ବିଜ୍ଞପ୍ତି ଆଧାରରେ ନିର୍ଧାରିତ ଏକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତି ସ୍ଥିରୀକୃତ ହେବ ।
ଉପଧାରା -୨ ଅନୁଯାୟୀ, ଏକାଡେମିକ କର୍ତ୍ତୃପକ୍ଷ ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତିର ସ୍ଥିରୀକରଣ ବେଳେ ନିମ୍ନ ପ୍ରସଙ୍ଗଗୁଡିକୁ ବିଚାରକୁ ନେବେ –
ସାମ୍ବିଧାନିକ ମୂଲ୍ୟବୋଧ ;
ଶିଶୁର ସର୍ବାଙ୍ଗୀନ ବିକାଶ ;
ଶିଶୁର ଜ୍ଞାନବୃଦ୍ଧି, ଅନ୍ତନିର୍ହିତ ଶକ୍ତି ଓ ପ୍ରତିଭାର ଅଭିବୃଦ୍ଧି ସାଧନ;
ଶିଶୁର ଶାରୀରିକ ଓ ମାନସିକ ଦକ୍ଷତାର ପୂର୍ଣ୍ଣାଙ୍ଗ ବିକାଶ ସାଧନ;
ଶିଶୁ ସହାୟକ ଓ ଶିଶୁ – କୈନ୍ଦ୍ରିକ ଢାଞ୍ଚାରେ ନାନାବିଧ କାର୍ଯ୍ୟକଳାପ,ଆବିଷ୍କାର ଓ ଉଭାବନ ପ୍ରକ୍ରିୟା ଜରିଆରେ ଶିକ୍ଷଣ ପ୍ରାପ୍ତିର ନିର୍ଯାସ ନିହିତ ଥିବ ।
ଶିକ୍ଷାଦାନର ମାଧ୍ୟମ ଯଥାସମ୍ଭବ ଶିଶୁର ମାତୃଭାଷା ହେବ ;
ଶିଶୁକୁ ଆଶଙ୍କା,ଉଦ୍ ବେଗ ଓ ମାନସିକଚାପ ମୁକ୍ତ କରି ନିଜର ଖୋଲା ମତ ପ୍ରକାଶର ସୁଯୋଗ ପ୍ରଦାନ;
ଶିଶୁର ଜ୍ଞାନର ଅବବୋଧ ଓ ସେହି ଜ୍ଞାନକୁ ଉପଯୋଗ କରିବାର ଦକ୍ଷତା ପ୍ରାପ୍ତି ପାଇଁ ସାମଗ୍ରିକ ଓ ନିରନ୍ତର ମୂଲ୍ୟାୟନ।
ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ କୌଣସି ପିଲାକୁ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରୁଥିବା ପ୍ରତ୍ୟେକ ଶିଶୁକୁ ନିର୍ଦ୍ଧାରିତ ଫର୍ମ ଓ ଢାଞ୍ଚାରେ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ ।

*ଶିଶୁ ଅଧିକାରର ସୁରକ୍ଷା*

‘ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ -୨୦୦୫ (୨୦୦୬ ର ଧାରା ୪)ର ଧାରା ୩ ଅଧୀନରେ ଗଠିତ ଶିଶୁ ଅଧିକାର ସୁରକ୍ଷା ନିମିତ୍ତ ଜାତୀୟ ଆୟୋଗ, ସ୍ଥଳବିଶେଷରେ ଧାରା ୧୭ ଅଧୀନରେ ଗଠିତ ଶିଶୁ ଅଧିକାର ସୁରକ୍ଷା ପାଇଁ ରାଜ୍ୟ ଆୟୋଗ ନିମ୍ନୋକ୍ତ ଦାୟିତ୍ଵ ଓ କର୍ତ୍ତବ୍ୟ ସଂପାଦନ କରିବେ –
ଏହି ଆଇନର ବ୍ୟବସ୍ଥିତ ଶିଶୁ ଅଧିକାରୀ ସୁରକ୍ଷା ନିମିତ୍ତ ପଦକ୍ଷେପଗୁଡିକୁ ପରୀକ୍ଷା ନିରୀକ୍ଷା କରି ସେଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ସୁପାରିଶ କରିବେ ;
ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଲାଭ ପାଇଁ ଶିଶୁ ଅଧିକାର ସଂକ୍ରାନ୍ତ ଆପତ୍ତି ଅଭିଯୋଗର ତଦନ୍ତ କରିବେ ;
’ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆଇନ’ ର ଧାରା ୧୫ ଓ ୨୪ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ।
ଉପଧାରା(୧) (c) ଅଧୀନରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ସଂକ୍ରାନ୍ତ କୌଣସି ତଦନ୍ତ ସମୟରେ ଏହି ଆୟୋଗ ଯଥାକ୍ରମେ ଧାରା ୧୪ ଓ ୨୪ ରେ ସେମାନଙ୍କ ଉପରେ ନ୍ୟସ୍ତ କ୍ଷମତା ଉପଭୋଗ କରିବେ ।
‘ଶିଶୁ ଅଧିକାର ସୁରକ୍ଷା’ ନିମିତ୍ତ ରାଜ୍ୟ ଆୟୋଗ ଗଢା ଯାଇ ନଥିବା ରାଜ୍ୟରେ ଉପଧାରା (୧) (a) ଠାରୁ (c) ପର୍ଯ୍ୟନ୍ତ ସୂଚିତ କର୍ତ୍ତବ୍ୟ ସଂପାଦନ ଉଦ୍ଦେଶ୍ୟରେ, ଧାର୍ଯ୍ୟ ପଦ୍ଧତିରେ ଏବଂ ନିୟମ ଓ ସର୍ତ୍ତାବଳୀ ଆଧାରରେ ‘କର୍ତ୍ତୃପକ୍ଷ’ ଗଢିବେ ।

*ଅଭିଯୋଗର ପ୍ରତିବିଧାନ*

ଧାରା -୩୧ର କୌଣସି ବ୍ୟବସ୍ଥାକୁ ବିରୋଧ ନକରି ଯେକୌଣସି ବ୍ୟକ୍ତି ଏହି ଆଇନର ଅଧୀନରେ ଶିଶୁ ଅଧିକାରର ସୁରକ୍ଷା ସଂକ୍ରାନ୍ତ କୌଣସି ଅଭିଯୋଗକୁ ସଂପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପାଖରେ ଲିଖିତ ଅଭିଯୋଗ କରିପାରିବେ ।
ଉପଧାରା-୧ ଅଧୀନରେ ଅଭିଯୋଗ ଗ୍ରହଣ ପରେ ସ୍ଥାନୀୟ କର୍ତ୍ତୃପକ୍ଷ ୩ ମାସ ମଧ୍ୟରେ ସଂପୃକ୍ତ ପକ୍ଷମାନଙ୍କୁ ଶୁଣିବା ପରେ ସେହି ଅଭିଯୋଗ ଉପରେ ନିଷ୍ପତ୍ତି ନେବେ ।

*ଜାତୀୟ ଉପଦେଷ୍ଟା ପରିଷଦ ଗଠନ*

ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଓ ଶୁଣାଣିରେ କୌଣସି ବ୍ୟକ୍ତିବିଶେଷଙ୍କର ଅସନ୍ତୋଷ/କ୍ଷୋଭ ରହିଥିଲେ,ସେହି ବ୍ୟକ୍ତି ଆଇନର ଧାରା -୩୧ (୩) ଅଧୀନରେ ନିର୍ଦ୍ଧାରିତ କୌଣସି କର୍ତ୍ତୃପକ୍ଷ କିମ୍ବା ‘ଶିଶୁ ଅଧିକାର ସୁରକ୍ଷା ଆୟୋଗ’ଙ୍କୁ ଅଭିଯୋଗ ସଂପର୍କରେ ପୁନଃଆବେଦନ କରିପାରିବେ,ଏବଂ ଆୟୋଗ ଆଇନର ଭାଗ -୩୧ ର ଉପଭାଗ (୧)ର ଧାରା (ଗ)ଅଧିନସ୍ଥ ବ୍ୟବସ୍ଥାମତେ ଅଭିଯୋଗର ନିଷ୍ପତ୍ତି କରିବେ ।
କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରି ଏକ ଜାତୀୟ ଉପଦେଷ୍ଟା ପରିଷଦ ଗଠନ କରିବେ । ଏଥିପରି ସର୍ବାଧିକ ୧୫ ଜଣ ସଦସ୍ୟ ରହିବେ,ଯେଉଁମାନଙ୍କର ପ୍ରାଥମିକ ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ଜ୍ଞାନ ଓ ବାସ୍ତବ ଅଭିଜ୍ଞତା ରହିଥିବ ।
ଆଇନର ବ୍ୟବସ୍ଥା ସମୂହର ସଫଳ କାର୍ଯ୍ୟକାରିତା ପାଇଁ ଜାତୀୟ ଉପଦେଷ୍ଟା ପରିଷଦ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ହିଁ ଏହାର ପ୍ରମୁଖ କାର୍ଯ୍ୟ ହେବ ।

*ରାଜ୍ୟ ଉପଦେଷ୍ଟା ପରିଷଦ ଗଠନ*

ଉପଦେଷ୍ଟା ପରିଷଦର ସଦସ୍ୟମାନଙ୍କର ନିଯୁକ୍ତି ଜନିତ ସର୍ତ୍ତାବଳୀ ଓ ଭତ୍ତା ଆଦି, ଆଇନ ନିର୍ଦ୍ଧାରିତ ମତେ ସ୍ଥିର କରାଯିବ ।
ରାଜ୍ୟ ସରକାର ବିଜ୍ଞପ୍ତି ଜାରି କରି ଏକ ରାଜ୍ୟ ଉପଦେଷ୍ଟା ପରିଷଦ ଗଠନ କରିବେ । ଏଥିରେ ସର୍ବାଧିକ ୧୫ ଜଣ ସଦସ୍ୟ ରହିବେ, ପ୍ରାଥମିକ ଶିକ୍ଷା ଓ ଶିଶୁ ବିକାଶ କ୍ଷେତ୍ରରେ ଜ୍ଞାନ ଓ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷ ହିଁ ସଦସ୍ୟ ଭାବେ ନିଯୁକ୍ତି ହେବେ।
ଆଇନର ବ୍ୟବସ୍ଥାସମୂହର ସଫଳ କାର୍ଯ୍ୟକାରିତା ପାଇଁ ରାଜ୍ୟ ଉପଦେଷ୍ଟା ପରିଷଦ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା ହିଁ ଏହାର ପ୍ରମୁଖ କାର୍ଯ୍ୟ ହେବ ।
ଉପଦେଷ୍ଟା ପରିଷଦ ନିଯୁକ୍ତିର ବିଭିନ୍ନ ସର୍ତ୍ତାବଳୀ ଓ ଭତ୍ତା ଆଦି ଅନୁମୋଦନ ଭିତ୍ତିରେ ଲାଗୁ ହେବ l
=========================

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାକୁ ଆଲର୍ଟ ଜାରି, ୪ ଜିଲ୍ଲାକୁ ଅଧିକ ବିପଦ, ସତର୍କ କ‌ଲେ ସରକାର,ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟ...
16/05/2020

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୧୨ ଜିଲ୍ଲାକୁ ଆଲର୍ଟ ଜାରି,
୪ ଜିଲ୍ଲାକୁ ଅଧିକ ବିପଦ,
ସତର୍କ କ‌ଲେ ସରକାର,

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଜି ମୁଖ୍ୟଶାସନ ସଚିବ, ସ୍ବତନ୍ତ୍ର ରିଲିଫ୍ କମିସନର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଯୋଗେ ବିଶଦ ଆଲୋଚନା କରିଛନ୍ତି। ୧୨ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। ଗଞ୍ଜାମ, ଗଜପତି, ପୁରୀ, ନୟାଗଡ଼, ଖୋର୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, ମୟୂରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ତେବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର ଭଦ୍ରକକୁ ବେଶୀ ପ୍ରଭାବ ପଡ଼ିପାରେ ବୋଲି ଅନୁମାନ କରାଯାଉଥିବାରୁ ଏସବୁ ଜିଲ୍ଲାମାନେ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ନିର୍ଦେଶ ଦେଇଛନ୍ତି।*

16/05/2020

*🌷💐🌹*ମହାବୀର ପଞ୍ଜିକା*🌹💐🌷*

*🌹🌷💐ଆଜିର ରାଶିଫଳ🌹🌷💐*
----------------------

*ମେଷ* 👉
*ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବାକୁ ବାଧ୍ୟ ହୋଇପାରନ୍ତି। କାଳେ ଦେବାକୁ ପଡ଼ିବ, ଏହି ବିଷୟ ମନରେ ଚିନ୍ତାକରି ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବାର ଓ ପରିବହନ ତଥା ବ୍ୟବସାୟିକ ଦିଗରୁ ଲାଭବାନ୍‌ ହେବେ। ଯାନବାହନରେ ସତର୍କ ରୁହନ୍ତୁ, ଅନ୍ୟଥା ସମସ୍ୟା ଆସିପାରେ।*

*ବୃଷ* 👉
*ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସିବା ଠିକ୍‌ ହେବନାହିଁ। ଆଜିର ବନ୍ଧୁମିଳନ ପ୍ରକୃଷ୍ଟ ସମୟ କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଶ-ନାମାକ୍ଷର ବ୍ୟକ୍ତିମାନେ କର୍ମକ୍ଷେତ୍ର କିମ୍ବା ଆନୁଷ୍ଠାନିକ କାମରେ ଦୃଢ଼ ପଦକ୍ଷେପ ଗ୍ରହଣ କରି କାମ ହାସଲ କରିବେ।*

*ମିଥୁନ*👉
*ଆକସ୍ମିକ କୌଣସି ବ୍ୟକ୍ତିଙ୍କ ଉପସ୍ଥିତି ଆପଣଙ୍କ ସକାଶେ କିଛି ଅସୁବିଧା ସୃଷ୍ଟି ହୋଇପାରେ। ବହୁଦିନରୁ ରହିଯାଇଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବ୍ୟବସାୟରେ ଲାଭ ମିଳିବ, ମାତ୍ର ପରିସ୍ଥିତିବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବା ସୂଚନା ରହିଛି।*

*କର୍କଟ* 👉
*ଆଜି ବିଭିନ୍ନ ପ୍ରକାର ଘଟଣା ପ୍ରବାହଜନିତ ମାନସିକ ଅସ୍ଥିରତା କାରଣରୁ ଲାଗି ରହିବ। ଅ-ନାମାକ୍ଷର ବ୍ୟକ୍ତି ପରୋକ୍ଷଭାବେ ଶତ୍ରୁତା କରୁଥିବା ଲୋକ ବିଷୟରେ ବନ୍ଧୁଙ୍କ ସହ ଆଲୋଚନା ଜାରି ରଖିଲେ ଉପକୃତ ହୋଇପାରିବେ। କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବା ସମ୍ଭାବନା ରହିଛି।*

*ସିଂହ* 👉
*ରାଜନୈତିକ କ୍ଷେତ୍ରରେ ଅସଫଳ କାମଗୁଡ଼ିକର ସମୀକ୍ଷା କରିପାରନ୍ତି। ବ-ନାମାକ୍ଷର ବ୍ୟକ୍ତିମାନେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ଆଗାମୀ କାଲିର ମାଙ୍ଗଳିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋର୍‌ଦାର କରିପାରନ୍ତି। କୌଣସି ଆତ୍ମୀୟଙ୍କ ଅସହଯୋଗ ଓ ପରୋକ୍ଷ ସମାଲୋଚନାରେ କ୍ଷୁବ୍ଧ ହୋଇପାରନ୍ତି।*

*କନ୍ୟା* 👉
*ଆଜି ବନ୍ଧୁଙ୍କ ପରାମର୍ଶାନୁଯାୟୀ କିଛି ନୂତନ କାମ ଆରମ୍ଭ କରିବା ସକାଶେ ଚେଷ୍ଟା କରିପାରନ୍ତି। ପାରିବାରିକ କ୍ଷେତ୍ରରେ କୌଣସି ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ଘ-ନାମାକ୍ଷର ବ୍ୟକ୍ତି ସାଙ୍ଗଠନିକ ସ୍ତରରେ ନେତୃତ୍ୱ ନେଇ କିମ୍ବା ପ୍ରଶାସନିକ ସ୍ତରରେ ଦକ୍ଷତାଭିତ୍ତିକ ପ୍ରଶଂସନୀୟ କାମ କରିବେ।*

*ତୁଳା* 👉
*ପ୍ରତ୍ୟେକ ସ୍ତରରେ ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବା ଆଶଙ୍କା ଦେଖାଦେବ। ବ୍ୟବସାୟ,ପରିବହନ ,କ୍ରୀଡ଼ା ଓ ଚଳଚ୍ଚିତ୍ରରେ, ସଭାସମିତିରେ ସମସ୍ୟା ସମାଧାନ ହେବ। ପୁଷ୍ୟା ନକ୍ଷତ୍ରର ବୃଦ୍ଧ ପିତାମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।*

*ବିଛା* 👉
*ଆପଣ ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ପାରିବାରିକ ସ୍ଥିରତା ହଠାତ୍‌ ଆସି ନ ପାରେ। ମ-ନାମାକ୍ଷର ବ୍ୟକ୍ତିମାନେ ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି। ବୁଦ୍ଧିଜୀବୀମାନଙ୍କ ଦ୍ୱାରା ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ।*

*ଧନୁ*👉
*ଆଜି ଆପଣ ଆତ୍ମୀୟସ୍ବଜନ କିମ୍ବା ପାଖ ପଡ଼ୋଶୀଙ୍କ ଠାରୁ ସହଯୋଗ ଲାଭକରି କାମଟିକୁ ପୂରା କରିପାରିବେ। ପ-ନାମାକ୍ଷର ବ୍ୟକ୍ତିଙ୍କ ଜମିଜମା, ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟି ହୋଇପାରେ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇପାରେ।*

*ମକର*👉
*ଆଜି ଏଣୁତେଣୁ ଗୁଡ଼ାଏ କଥା ମନରେ ସ୍ଥାନ ଦେବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ପରିବର୍ତ୍ତନ ଆସିପାରେ,ଏଣୁ ମନଟା ସାମୟିକ ଭାବରେ ଗୋଳମାଳିଆ ରହିବ। ପରିବାରରେ ସୁଖଶାନ୍ତି ସାଙ୍ଗକୁ ସ୍ଥଗିତ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ।*

*କୁମ୍ଭ*👉
*ଅନ୍ତର୍ନିହିତ ଉଦ୍ଦେଶ୍ୟକୁ ଗୋପନ ରଖି ମନ ବୁଝିଲା ଭଳି କଥା କହି ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ ! ମନୋରଞ୍ଜନ, ବନ୍ଧୁ ମିଳନ, ଆଲୋଚନା, ସମିତି କିମ୍ବା ଯାତ୍ରା ପାଇଁ ଆଗ୍ରହୀ ହୋଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ।*

*ମୀନ*👉
*ଯୋଜନାକୁ କାର୍ଯ୍ୟକାରୀ କରିବା ବିଷୟରେ ବନ୍ଧୁଙ୍କ ସହ ଖୋଲାଖୋଲି ଆଲୋଚନା କରିବା ଭଲ ହେବ। ବିବାଦୀୟ ଘଟଣା ସକାଶେ ଯେଉଁଥିପାଇଁ ଆଶଙ୍କା କରୁଛନ୍ତି, ସେଥିରେ କିଛି ହେବ ନାହିଁ। ଯାତ୍ରା ସମୟରେ କଥା ଦେଇଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ ହେବ* ।

16/05/2020

*ଖବର ଆଜିର*
ତାରିଖ ୧୬/୦୫/୨୦, ଶନିବାର

୧-କୋହଳ ହେବ ତାଲାବନ୍ଦ ୪.୦, ରାଜ୍ୟ ସରକାର ହାତରେ ରହିବ କ୍ଷମତା।

୨-କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ଜଣ ଛୋଟ ପିଲା।

୩-ସ୍କୁଲ୍‌ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ପ୍ରଥମରୁ ଅଷ୍ଟମ ଯାଏ ସମସ୍ତେ ପାସ୍‌, ନବମ ଓ ଏକାଦଶ ଶ୍ରେଣୀ ପାଇଁ ଦେଖାଯିବ ଷାଣ୍ମାସିକ ଓ ୟୁନିଟ୍‌ ଟେଷ୍ଟର ମାର୍କ।

୪-ଓଡ଼ିଶା ମାଟିରେ ଚାଳିକି ଯିବେନି ଶ୍ରମିକ, ନିକଟସ୍ଥ ଥାନାକୁ ଯୋଗାଯୋଗ କରିବାକୁ ଡ଼ିଜିଙ୍କ ପରାମର୍ଶ।

୫-ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମାଟ୍ରିକ୍‌ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବା ବନ୍ଦୋବସ୍ତ କର।

୬-ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ।

୭-କରୋନା କାରଣରୁ ବଦଳିଲା ଓଡ଼ିଶା ହାଇକୋର୍ଟ ଆଇନଜୀବିଙ୍କ ଡ୍ରେସ କୋର୍ଡ।କଳା କୋର୍ଟ ଏବଂ ଗାଉନ ବଦଳରେ ଧଳାସାର୍ଟ, ସଲଓ୍ବାର କମିଜ୍ ପିନ୍ଧିବାକୁ ପରାମର୍ଶ।

୮-ଭୁବନେଶ୍ୱର: ମହଙ୍ଗା ଭତ୍ତାରେ ୧୦% ବୃଦ୍ଧି ମଞ୍ଜୁର,୨୦୧୯ ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ।

୯-୨୨ରେ ଦେଶବ୍ୟାପୀ ଧର୍ମଘଟ କରିବେ ୧୦ଟି ଟ୍ରେଡ୍ ୟୁନିଅନ, ଶ୍ରମ ଆଇନର ସସ୍ପେନସନକୁ ବିରୋଧ।

୧୦-ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଜୁନ ୫ ରେ କେରଳ ଛୁଇଁବ ।

୧୧-ଆତ୍ମନିର୍ଭର ପ୍ୟାକେଜର ତୃତୀୟ ପର୍ଯ୍ୟାୟ : କୃଷି ପାଇଁ ବିନିଯୋଗ କରାଯିବ ୧ ଲକ୍ଷ କୋଟି ଟଙ୍କା।

୧୨-ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’: ୧୯ ବେଳକୁ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା।୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି।

୧୩-ଆଜିଠାରୁ ୨ୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ : ସ୍ବଦେଶ ଫେରିବା ପାଇଁ ୧ଲକ୍ଷ ୮୮ହଜାରରୁ ଅଧିକ ଭାରତୀୟଙ୍କ ପଞ୍ଜିକରଣ।

*ସୁପ୍ରଭାତ, ଗୁଡ଼ ମର୍ଣିଂ*

15/05/2020

*୧୯ରୁ ପ୍ରବଳରୁ ଅତିପ୍ରବଳ ବର୍ଷା ! ଆଜି ବସିବ ସମୀକ୍ଷା ବୈଠକ*

15/05/2020

*କୃଷକଙ୍କ ପାଇଁ ପ୍ରମୁଖ ଘୋଷଣା...👇👇👇*

*୧) ୩ କୋଟି କ୍ଷୁଦ୍ର ଚାଷୀ କମ୍ ସୁଧରେ ୪ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି । ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍ କାର୍ଡରେ ୨୫ ହଜାର କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି!!*

*୨) ୨୦୨୦ ମସିହା ମାର୍ଚ୍ଚ ଓ ଏପ୍ରିଲ ମାସରେ ୬୩ ଲକ୍ଷ ଚାଷୀଙ୍କୁ ୮୬ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି!!*

*୩) କିଷାନ୍ କ୍ରେଡିଟ୍ କାର୍ଡ ସୁବିଧା ଏବେ ମତ୍ସ୍ୟଜୀବୀ, ପଶୁପାଳନ କରୁଥିବା ଫାର୍ମ ପାଇବେ । କିଷାନ କ୍ରେଡିଟ୍ କାର୍ଡ ଜରିଆରେ ୨ ଲକ୍ଷ କୋଟିର ରିହାତ ଋଣର ଘୋଷଣା କରାଯାଇଛି!!*

*୪) କୃଷକଙ୍କ ପାଇଁ ଅତିରିକ୍ତ ୩୦ ହଜାର କୋଟିର ବ୍ୟବସ୍ଥା ହୋଇଛି । ଏଥିରେ ୩ କୋଟି କୃଷକ ଉପକୃତ ହେବେ । ନାବାର୍ଡ ବ୍ୟାଙ୍କ ଦ୍ୱାରା ଏହି ଅର୍ଥ ଦିଆଯିବ । ଏହି ଅର୍ଥ କୃଷକ ସ୍ଥାନୀୟ ବ୍ୟାଙ୍କ କିମ୍ବା କୋ-ଅପରେଟିଭ୍ ବ୍ୟାଙ୍କ ଦ୍ୱାରା ପାଇବେ । ନାବାର୍ଡ ଏହି ୨ ବ୍ୟାଙ୍କକୁ ସହାୟତା କରିବ!!*

*୫) କରୋନା ସଂକଟ ବେଳେ କୃଷକଙ୍କୁ ଲିକ୍ୱିଡିଟି ସହାୟତା ମିଳିଛି । ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬ ହଜାର କୋଟି ଟଙ୍କାର ୬୩ ଲକ୍ଷ କୃଷି ଋଣ ଦିଆଯାଇଛି!!*

*୬) ଏହା ଛଡ଼ା ଗ୍ରାମୀଣ ଅର୍ଥନୀତିକୁ ମଜଭୁତ୍ କରିବା ପାଇଁ ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମୀ ବିକାଶ ଫଣ୍ଡକୁ ୪୨୦୦ କୋଟି ଟଙ୍କା ଦିଆଯାଇଛି!!*

*୭) ଦେଶର ୩ କୋଟି କୃଷକ ୪.୨୨ ଲକ୍ଷ କୋଟି କୃଷି ଋଣରେ ୩ ମାସର ରିହାତି ପାଇଛନ୍ତି!!*

*୮) ଫସଲ ଋଣ ରିପେମଣ୍ଟ ଉପରେ ରିହାତି ଦିଆଯାଇଛି । ମାର୍ଚ୍ଚ ୧ ସୁଦ୍ଧା ପେମେଣ୍ଟ ହେବାକୁ ଥିବା ଋଣ ଜମାକୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି!!*

*୯) ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଛି । ଯେଉଁଥିରେ ୨୫ ହଜାର କୋଟି ଟଙ୍କାର ଲୋନ୍ ଲିମିଟ୍ ରହିଛି!!*

*୧୦) ନାବାର୍ଡ ଗ୍ରାମାଞ୍ଚଳର ବ୍ୟାଙ୍କକୁ ୨୯ ହଜାର ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି!!*

15/05/2020

*🌹🌷💐ଆଜିର ରାଶିଫଳ🌹🌷💐*
----------------------
*ତା- ୧୫/୬/୨୦୨୦(ଶୁକ୍ରବାର)*

*🌹ମେଷ🌷👉କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ।*

*🌹ବୃଷ🌷👉ଆଜି ଆପଣଙ୍କର ମାନସିକ ସ୍ବାସ୍ଥ୍ୟ କେତେକାଂଶରେ ଭଲ ରହି ନପାରେ। ଅଭାବ ନଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ପୂରଣ କ୍ଷେତ୍ରରେ ଅସୁବିଧା ମନେ କରିବେ। କର୍ମକ୍ଷେତ୍ରରେ ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ପଡୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।*

*🌹ମିଥୁନ🌷👉ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ। ସହକର୍ମୀଙ୍କ କାର୍ଯ୍ୟାବଳୀ ଓ ଅଫିସ୍‌ର ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବନ୍ଧୁଙ୍କ ପ୍ରତିଶ୍ରୁତି ଦେଇ ଶେଷ ରେ ନାସ୍ତିବାଣୀ ଶୁଣାଇବେ। କର୍ମକ୍ଷେତ୍ରରେ ସୁବିଧାରେ କାମ ହାସଲ କରିବା କଷ୍ଟକର ହୋଇପଡିବ।*

*🌹କର୍କଟ🌷👉ଭାବପ୍ରବଣତାବଶତଃ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡି ପରିଶେଷରେ ଅନୁତାପ କରିପାରନ୍ତି। ବନ୍ଧୁଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିଭିନ୍ନ ପ୍ରକାରର ଆଶା ଓ ଆଶଙ୍କାରେ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।*

*🌹ସିଂହ🌷👉ନିକଟ ଅତୀତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ପଡୋଶୀଙ୍କ ସାହାଯ୍ୟ ଆବଶ୍ୟ ମନେ କରିବେ। କର୍ମକ୍ଷେତ୍ରରେ ଅଯଥା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା କାରଣରୁ ବ୍ୟସ୍ତ ରହିପାରନ୍ତି।*

*🌹କନ୍ୟା🌷👉ପାରିବାରିକ ସ୍ତରରେ ବନ୍ଧୁଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ଆଲୋଚନା କାଳରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଶେଷ ସମୟରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ଅପରାହ୍ନରେ ପୁରାତନ ରୋଗର ପୀଡା ଅନୁଭବ କରି ପାରନ୍ତି। ସାହିତ୍ୟ,କଳା, କ୍ଷେତ୍ରରୁ ପ୍ରଶଂସିତ ହେବେ।*

*🌹ତୁଳା🌷👉ଆନୁଷ୍ଠାନିକ କାମରେ ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରତ୍ୟେକ କ୍ଷେତ୍ରରେ ଜିଦ୍‌ଖୋର ମନୋଭାବ ତ୍ୟାଗ କଲେ କେତେକାଂଶରେ ଉପକୃତ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ।*

*🌹ବିଛା🌷👉ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସଭାସମିତିରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇପାରିବ। ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ପଡୋଶୀଙ୍କ ଅବଦାନ ସ୍ମରଣୀୟ ରହିବ। ଗତକାଲି ଠାରୁ ଭାବୁଥିବା କାମଟିକୁ ଆଜିହିଁ ଶେଷ କରିପାରିବେ।*

*🌹ଧନୁ🌷👉ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବା ସହ ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତିତ ହେବାକୁ ପଡିବ। ଘରେ ଭୁଲ୍‌ ବୁଝାମଣା ହେତୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ବିବାଦୀୟ ପରିସ୍ଥିତିରେ ଘଟଣାର ଗୁରୁତ୍ୱ ନବୁଝି ଅଯଥା କ୍ରୋଧ ପ୍ରକାଶ କରିପାରନ୍ତି।*

*🌹ମକର🌷👉ବନ୍ଧୁଙ୍କ ଆନ୍ତରିକତାର ପରାମର୍ଶକୁ ନିର୍ବିବାଦରେ ଗହଣ କରିନେଲେ ବିଭିନ୍ନ ଦିଗରୁ ଉପକୃତ ହୋଇପାରିବେ। କର୍ମକ୍ଷେତ୍ରରେ ଉପରିସ୍ଥଙ୍କ ସାହାଯ୍ୟ ଲାଭକରି ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରି ସମସ୍ୟା ସମାଧାନ କରିପାରିବେ।*

*🌹କୁମ୍ଭ🌷👉ସରଳ ଭାବରେ କୌଣସି କଥାକୁ ଗ୍ରହଣ ନ କରି ପରୀକ୍ଷା କରି କାମରେ ଲଗାଇଲେ ଉପକୃତ ହୋଇପାରିବେ। ଅଫିସରେ ବାଦବିବାଦ କ୍ରମେ ଜଟିଳ ହେବ କିନ୍ତୁ ଆପଣ ଅବଶ୍ୟ ସଫଳତା ହାସଲ କରିବେ। ଜମିଜମା ବ୍ୟବସାୟରେ ଉନ୍ନତି କରିବା ସହ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ।*

*🌹ମୀନ🌷👉ଆଜିର ନିଜଲକ୍ଷ୍ୟ ପୂରଣ ହେବାରେ ଜଣେ ଅଜଣାବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। କୈାଣସି କ୍ଷେତ୍ର୍ରରେ ଆଜି ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ଅଶାନ୍ତି ଦେଖାଦେଇପାରେ।*

15/05/2020

*ସକାଳର ଖବର*
ତାରିଖ ୧୫/୦୫/୨୦, ଶୁକ୍ରବାର

🔹-ଭୁବନେଶ୍ବର : ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ,୪୦ ଡିଗ୍ରୀ ଉପରେ ୭ ସହର।

🔸-ଅକୃତକାର୍ଯ୍ୟ ହେଲେ ପୁଣିଥରେ ପରୀକ୍ଷା ଦେବେ ନବମ ଓ ଏକାଦଶ ଛାତ୍ରଛାତ୍ରୀ:CBSE

🔹-ସର୍ତ୍ତମୂଳକ ଭାବେ ଭୁବନେଶ୍ୱର ବାପୁଜୀନଗରରେ ଖୋଲିଲା ୫୦ଟି ଦୋକାନ।

🔸-ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବଲାଙ୍ଗୀର ଜିଲ୍ଲା ସଇଁତଲା ସରପଞ୍ଚ, ବ୍ଯବସାୟୀଙ୍କଠାରୁ ଆଦାୟ କଲେ ୨୭୦୦୦ ଟଙ୍କା ଜରିମାନା।

🔹-ବରିଷ୍ଠ ସ୍ୱାଧିନତା ସଂଗ୍ରାମୀ ଓ ରାଜନୀତିଜ୍ଞ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୯୯ ବୟସରେ ପରଲୋକ।

🔸-ଆଜି ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୧୫ଟି ଜିଲ୍ଲାରେ କାଳବୈଶାଖୀ, ଘଡ଼ଘଡ଼ି ସହ ହେବ କୁଆପଥର ବର୍ଷା।

🔹-ସରପଞ୍ଚ ବି କରୋନା ଯୋଦ୍ଧା; ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ କ୍ଷତିପୂରଣ: ରାଜ୍ୟ ସରକାର।

🔸-ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ୪ ନୂଆ ମେଡିକାଲ କଲେଜରେ ହେବ କୋଭିଡ ଟେଷ୍ଟିଂ, OMSCL ଜରିଆରେ ଉପକରଣ ଶୀଘ୍ର କିଣିବା ପାଇଁ ପ୍ରସ୍ତାବ।

🔹-ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ୫ ହଜାର କୋଟି ଘୋଷଣା , ପ୍ରତି ଦୋକାନୀଙ୍କୁ ୧୦ ହଜାର ଟଙ୍କାର ମିଳିବ ଫାଇଦା । ଉପକୃତ ହେବେ ୫୦ ଲକ୍ଷ ରାସ୍ତାକଡ ଦୋକାନୀ ।

🔸-'ଆତ୍ମ ନିର୍ଭର ଭାରତ ଅଭିଯାନ'ରେ
ଗରିବ, ଶ୍ରମିକ ଓ କୃଷକ । ଆଗାମୀ ୨ ମାସ ପାଇଁ ସମସ୍ତ ପ୍ରବାସୀଙ୍କୁ ମାଗଣା ଖାଦ୍ୟଶସ୍ୟ, ୱାନ ନେସନ୍ ୱାନ ରାସନ କାର୍ଡ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ।

🔹-ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ତତସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ବଳୟ ସୃଷ୍ଟି।ଶନିବାର ସନ୍ଧ୍ୟାରୁ ସାମୁଦ୍ରିକ ଝଡ଼ବାତ୍ୟା ରୂପନେବା ସମ୍ଭାବନା,୨୦ରେ ମାଡ଼ ହୋଇପାରେ ବାତ୍ୟା।

🔸-ମୁମ୍ବାଇ ପୋଲିସ୍‌ଙ୍କୁ ଅକ୍ଷୟ କୁମାର ଦେଲେ ହଜାରେ ହାତ ବ୍ୟାଣ୍ଡ୍‌, କୋଭିଡ୍‌-୧୯ ସଂକ୍ରମଣ ସମ୍ପର୍କରେ ଦେବ ସୂଚନା।

*ସୁପ୍ରଭାତ, ଗୁଡ଼ ମର୍ଣିଂ*

13/05/2020

*🌷💐🌹*ମହାବୀର ପଞ୍ଜିକା*🌹💐🌷*
*🌹🌷💐ଆଜିର ରାଶିଫଳ🌹🌷💐*
----------------------
*🌹ମେଷ🌷👉 : ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।*

*🌹ବୃଷ🌷👉 : ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।ବ୍ୟବସାୟ ବାଣିଜ୍ୟରେ ଆସାତିତ ଲାଭ ହେବ।*

*🌹ମିଥୁନ🌷👉 : କୌଣସି ଆଇନଗତ ନିଷ୍ପତ୍ତି ଏବେ ଆପଣଙ୍କ ସପକ୍ଷରେ ରହିବ । ଏବେ ଆପଣଙ୍କୁ ଆପଣଙ୍କ ଉଦ୍ୟମର ଫଳ ମିଳିପାରିବ । ସବୁ କିଛି ଠିକ୍ ହୋଇଯିବ କିନ୍ତୁ ଆପଣ ନିଜ କ୍ରୋଧ ଉପରେ ଅକ୍ତିଆର ରଖିବାକୁ ହେବ । ଏବେ ଖୁସିର ସମୟ ଆସିଗଲାଣି ।*

*🌹କର୍କଟ🌷👉 : ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।*

*🌹ସିଂହ 🌷👉: ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।ଯାତ୍ରାକରିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।*

*🌹କନ୍ୟା🌷👉 : ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବେ । ଯଦି ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତା` ହେଲେ ନିଜ ଅଧିକାରୀଙ୍କୁ ନିଶ୍ଚିତ ଜଣାନ୍ତୁ । ତାଙ୍କୁ କାର୍ଯ୍ୟାଳୟର ପରିବେଶଟିକୁ ଭଲ କରିବା କଥା କୁହନ୍ତୁ ।*

*🌹ତୁଳା🌷👉 : ଆଜି ଆପଣଙ୍କର ପରିବାର ଲୋକଙ୍କ ପାଇଁ ଖୁସିର ଦିନ ଅଟେ କାରଣ ଆପଣ ଆଜି ସେମାନଙ୍କ ସହିତ ସମୟ କଟାଇବେ । ପରିବାରର ସମସ୍ତେ ଏକ ହେବାର ଏବେ ସମୟ ଅଟେ । ବୋଧହୁଏ ଆପଣ ବାହାରକୁ ବୁଲିବାକୁ କିମ୍ବା ଚ଼ଳଚ୍ଚିତ୍ର ଦେଖିବାକୁ ଯାଇପାରନ୍ତି ।*

*🌹ବିଛା🌷👉 : ଆପଣ ଆସୁବିଧାରେ ପଡ଼ୁଥିବା ପରିସ୍ଥିତିରୁ ଦୂରେଇ ରୁହନ୍ତୁ । କୌଣସି ବେକାର କାର୍ଯ୍ୟରେ ପଡ଼ନ୍ତୁ ନାହିଁ ଏବଂ ନିଜର ସକାରାତ୍ମକ ଚ଼ିନ୍ତା ଧାରା ବଜାୟ ରଖନ୍ତୁ । ଯାହା ଆପଣ ହୋଇପାରିବେ ନାହିଁ ତାହା ହେବା ପାଇଁ ଚ଼େଷ୍ଟା କରନ୍ତୁ ନାହିଁ ।*

*🌹ଧନୁ🌷👉 : ଆଜି ଆପଣ ନିଜକୁ କୁସଙ୍ଗରେ ପାଇବେ, ଯଦ୍ୱାରା ଆପଣଙ୍କର ଭାବମୂର୍ତ୍ତି ନଷ୍ଟ ହୋଇପାରେ । ଏବେ ଆପଣ ସତର୍କହୋଇ ଚାଲନ୍ତୁ ,କାରଣ ମଣିଷ ତା.ର ସଂଗତିରୁ ହିଁ ଜଣାଯାଏ । କୁସଙ୍ଗ ଯୋଗରେ ଆପଣ କ୍ଷତି ସହି ପାରନ୍ତି ।*

*🌹ମକର🌷👉 : ଆଜିର ଦିନ ନୂଆ ବନ୍ଧୁ କରିବାର ଦିନ ଅଟେ । ସେମାନଙ୍କ ଅନୁଷ୍ଠାନରେ ଭାଗ ନିଅନ୍ତୁ ଏବଂ ନୂଆ ବନ୍ଧୁ ସୃଷ୍ଟି କରନ୍ତୁ । ଆପଣ କିଛି ନୂଆ ବନ୍ଧୁ କରି ପାରିବେ । କାହାକୁ ବା ଜଣା ଆପଣଙ୍କ ପାଇଁ କୌଣସି ନୂଆ ସୁଯୋଗର ଦ୍ୱାର ଖୋଲି ପାରେ ।*

*🌹କୁମ୍ଭ🌷👉 : ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ଆସାକରିବେ କିନ୍ତୁ ମିଳିପାରିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ । ଆପଣଙ୍କର ସବୁ କଥାରେ ବାଧା ରହିବ ଓ ଆକସ୍ମିକ ଅର୍ଥବ୍ୟୟ ହେବାର ଯୋଗ ରହିଛି ।*

*🌹ମୀନ🌷👉 : ଆଜି ଆପଣ କୌଣସି ସାମାଜିକ ସମାରୋହ ପରେ ନିଜ ଘରକୁ ସଜାଡିବାରେ ଲାଗି ଯିବେ । ଘରକୁ ଠିକ୍ ଠାକ୍ କରନ୍ତୁ । କିଛି ଆରାମ ମଧ୍ୟ କରନ୍ତୁ । ଆପଣ ସମାରୋହର ଖୁବ୍ ମଜ୍ଜା ନିଅନ୍ତୁ । କିନ୍ତୁ ନିଜ ଦାୟୀତ୍ୱ ସବୁ ତୁଲାଇବାର ସମୟ ଆଜି ।*

13/05/2020

*ଖବର ଆଜିର*
ତାରିଖ ୧୩/୦୫/୨୦, ବୁଧବାର

୧-ଖୁସି ଖବର : ରାଜ୍ୟରେ ସୁସ୍ଥ ହେଲେ ଆଉ ୩୧ କରୋନା ଆକ୍ରାନ୍ତ।ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ୧୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଭାଗ ପକ୍ଷରୁ ସୂଚନା ।

୨-ଫି ନାହିଁ ତ ଇ-କ୍ଲାସ ନାହିଁ, ସମସ୍ତଙ୍କୁ ଇ-କ୍ଲାସ୍‌ର ସୁଯୋଗ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।

୩-ଓଡ଼ିଶା କ୍ୟାଡ଼ର IAS ଅଫିସର ମନୋଜ ଆହୁଜା CBSE ଅଧ୍ୟକ୍ଷ ଭାବେ ନିଯୁକ୍ତ।

୪-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଦାନା ବାନ୍ଧୁଛି : ୪ ଦିନ ପରେ ଆସିପାରେ ଲଘୁଚାପ।

୫-ନବମ ଓ ଦଶମ SC ଓ ST ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ଅଢେଇ ଲକ୍ଷ ପାଠ୍ୟପୁସ୍ତକ।

୬-ଏଥର ହେବ ନାହିଁ ସ୍ବତନ୍ତ୍ର OJEE; ଜେଇଇ ମେନ୍‌ କ୍ବାଲିଫାଇଙ୍କୁ ମିଳିବ ଅଗ୍ରାଧିକାର।

୭-ଆଜିଠୁ ଗଡ଼ିବ କଟକ-ଭୁବନେଶ୍ୱର ବସ୍।ବସ୍‌ଟି ଅଫିସ୍‌ ଟାଇମ୍‌ରେ ଯା’ଆସ କରିବ ଓ ଭଡ଼ା ୩୦ଟଙ୍କା ଦେବାକୁ ହେବ।

୮-ଆଜିଠୁ ୧୬୦ ରଥନିର୍ମାଣ ସେବକଙ୍କ କୋଭିଡ ପରୀକ୍ଷା,ସ୍ନାନଯାତ୍ରା ସମ୍ପର୍କରେ ଦଇତାପତିଙ୍କ ସହ ମନ୍ଦିର ପ୍ରଶାସନର ଆଲୋଚନା।

୯-ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଅଭିଯୋଗରେ, ସିଲ୍‌ ହେଲା ଭୁବନେଶ୍ୱର ବାପୁଜୀ ନଗର ମାର୍କେଟ୍।

୧୦-'ଆତ୍ମନିର୍ଭର ଭାରତ ଅଭିଯାନ’ ଲାଗି ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ।

୧୧-ପୁଣି ବଢିବ ଲକ୍ ଡାଉନ୍, ନୂଆ ରୂପରେ ଲାଗୁହେବ ଲକଡାଉନ ୪. ୦ । ମେ ୧୭ ପରେ ଭାରତରେ ଜାରି ରହିବ ତାଲାବନ୍ଦ । ୧୮ ପୂର୍ବରୁ ଦେଶବାସୀଙ୍କୁ ଜଣାଇ ଦିଆଯିବ ଗାଇଡଲାଇନ।

୧୨-ଚୀନ୍‌କୁ ଏକ ଘରିଆ କରିବାକୁ ଆରମ୍ଭ ହେଲା ରଣନୀତି, ଭାରତ ସମେତ ୭ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଆଲୋଚନା କଲା ଆମେରିକା।

*ସୁପ୍ରଭାତ, ଗୁଡ଼ ମର୍ଣିଂ*

12/05/2020

*ଆଇଏମଏସ୍ ସମ୍ ହସ୍ପିଟାଲକୁ କୋଭିଡ-୧୯ ଟେଷ୍ଟିଂ ପାଇଁ ମଞ୍ଜୁରୀ ଦେଲେ ଆଇସିଏମଆର, ରାଜ୍ୟରେ ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ ମିଳିଲା ସଫଳତା*

ଭୁବନେଶ୍ୱର, ୧୨|୦୫ : ରାଜ୍ୟର ପ୍ରଥମ ଘରୋଇ ମେଡିକାଲ କଲେଜ ଭାବେ କୋଭିଡ-୧୯ ଟେଷ୍ଟିଂ ପାଇଁ ଆଇଏମଏସ ସମ୍ ହସ୍ପିଟାଲକୁ ଅନୁମତି ମିଳିଛି । ଆଇସିଏମଆର ଆଇଏମଏସ ସମ୍ ହସ୍ପିଟାଲକୁ କରୋନା ଟେଷ୍ଟିଂ ପାଇଁ ମଞ୍ଜୁରୀ ପ୍ରଦାନ କରିଛି ।
ବର୍ତ୍ତମାନ କରୋନା ଟେଷ୍ଟିଂ କେବଳ ଆରଏମଆରସି, ଏମସ୍, ଇନଷ୍ଟିଟ୍ୟଟ୍ ଅଫ୍ ଲାଇଫ୍ ସାଇନସ, ଏସସିବି ମେଡିକାଲ କଲେଜ, ଏମକେସିଜି, ଭିମସାର, ଆଇଜିଏଚ ରାଉରକେଲାରେ ହେଉଥିଲା ।
H & FW Dept Odisha

One more Covid testing facility added. IMS and SUM Hospital Bhubaneswar has received permission for conducting Covid-19 testing.


749 6:13 PM - May 12, 2020
82 people are talking about this
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଆଇଏମଏସ୍ ସମ୍ ହସ୍ପିଟାଲର ଭୂମିକା ଉଲ୍ଲେଖନୀୟ । ଏହି ହସ୍ପିଟାଲ ସମସ୍ତ ବର୍ଗର ରୋଗୀଙ୍କୁ ସେବା ଯୋଗାଇବାରେ ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱରରେ ସମ୍ର ତିନୋଟି ହସ୍ପିଟାଲ ରହିଛି । ଏହି ତିନୋଟି ହସ୍ପିଟାଲ ହେଲା ସମ୍ ହସ୍ପିଟାଲ, ସମ୍ ଅଲ୍ଟିମେଟ୍ ମେଡି କେୟାର ଏବଂ ସମ୍ କୋଭିଡ୍ ହସ୍ପିଟାଲ ।
ଆଇିଏମଏସ୍ ଓ ସମ୍ ହସ୍ପିଟାଲ ସବୁ ବର୍ଗଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସେହିପରି ନୂଆ କରି ପ୍ରତିଷ୍ଠା ହୋଇଥିବା ସମ୍ ଅଲ୍ଟିମେଟ୍ ମେଡିକେୟାର ଏକ କର୍ପୋରେଟ୍ ହସ୍ପିଟାଲ୍ । ଦେଶର ଦ୍ୱିତୀୟ ବୃହତ ତଥା ରାଜ୍ୟର ସବୁଠୁ ବଡ଼ କୋଭିଡ୍ ହସ୍ପିଟାଲ ହେଉଛି ସମ୍ କୋଭିଡ୍ ହସ୍ପିଟାଲ । ଆଇଏମ୍ ଏସ୍ ଓ ସମ୍ ହସ୍ପିଟାଲ ସହାୟତାରେ ନିର୍ମିତ ହୋଇଛି ପୂର୍ବ ଭାରତର ସର୍ବ ବୃହତ କୋଭିଡ ହସ୍ପିଟାଲ । ଏହା ମଧ୍ୟ ଦେଶର ଦ୍ବିତୀୟ ବୃହତ୍ତମ । ସୋଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ-୨ରେ ଏହି ୪ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ହସ୍ପିଟାଲକୁ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 5T ସଚିବ ଭିକେ ପାଣ୍ଡିଆନ, ଏମସିଏଲ୍ ସିଏମଡି ପ୍ରମୁଖ ଉପସ୍ଥିତ ଥିଲେ ।

*୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: କହିଲେ- ପ୍ୟାକେଜ ଭାରତୀୟ ଜିଡିପିର ପ୍ରାୟ ୧୦%, ଏହି ୨୦ ଲକ୍...
12/05/2020

*୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: କହିଲେ- ପ୍ୟାକେଜ ଭାରତୀୟ ଜିଡିପିର ପ୍ରାୟ ୧୦%, ଏହି ୨୦ ଲକ୍ଷ କୋଟିର ପ୍ୟାକେଜ ଆତ୍ମନିର୍ଭର ଭାରତକୁ ଶକ୍ତି ଦେବ, କାଲିଠାରୁ ଆସନ୍ତା କିଛି ଦିନ ଯାଏ ବିସ୍ତାର ସୂଚନା ଦିଆଯିବ, ଅର୍ଥମନ୍ତ୍ରୀ ଏହି ଆର୍ଥିକ ପ୍ୟାକେଜର ବିସ୍ତାର ସୂଚନା ଦେବେ!

!**ଆସିବ_ଲକଡାଉନ_୪*
*ଲକଡାଉନ ୪.୦ ନୂଆ ରୂପରେ ଆସିବ ନୂଆ ନିୟମ ନେଇ ଲକଡାଉନ ୪ ଆସିବ ବିଭିନ୍ନ ରାଜ୍ୟ ସହ କଥା ହେବା ପରେ ନୂଆ ନିଷ୍ପତ୍ତି ନିଆଯାଇଛି ମେ ୧୮ ପୂର୍ବରୁ ଭାରତବାସୀଙ୍କୁ ଏ ବାବଦରେ ଜଣାଇ ଦିଆଯିବ- ମୋଦି*

11/05/2020

*ସମୟ ବାହାର କରି ଧୀର ସ୍ଥିର ମନ ରେ ପଢି ନିଅନ୍ତୁ ଏବଂ ଅତି କମ ରେ ୨୨ ଟି ପ୍ରସଙ୍ଗ କୁ କୌଣସି ପରିସ୍ଥିତି ରେ ଭୁଲିବେ ନାହିଁ*

*_ହୁସିଆର ଖବରଦାର_*

ସହର ହେଉ ବା ଗ୍ରାମ ସମସ୍ତ ଜନ ସାଧାରଣ ନିମନ୍ତେ ଉଦିଷ୍ଟ

*_ଏଇ ଲକ୍ଡ଼ ଡାଉନ ଆଂଶିକ ଅବା ପୂର୍ଣତଃ ଉଠିଯିବା ର ଆଶା କରାଯାଏ, ତେଣୁ ଏତେ ଗୁଡିଏ ଦିନ ସମାଜ ର ନିମ୍ନ ମଧ୍ୟବିତ୍ତ ପରିବାର ର ସଦସ୍ୟ ଙ୍କ ଆୟ ପନ୍ଥା ବନ୍ଦ/ଛଟେଇ ହୋଇ ଯାଇଥିବା ସତ୍ୱେ ସରକାର ଙ୍କ ତାଗିଦ ଅବା ପୋଲିସ ର ନାଲି ଆଖି ଯୋଗୁଁ ଘରେ କୌଣସି ଆୟ ବିନା ରହି ନିଜର ସଞ୍ଚିତ ଜମା ପୁଞ୍ଜି ଖାଇ ଖାଇ ସରିଯାଇଛି ଅବା ସରିବା ଉପରେ , ତେଣୁ ନିଶ୍ଚିତ ଭାବରେ ସମାଜ ରେ ଗୋଟିଏ ଅରାଜକତା ର ଭବିଷ୍ୟବାଣୀ କରାଯାଇ ପାରେ_*।

୧ :- _ଯିବା ଆସିବା କରୁଥିବା ସମୟ ରେ ଘର ର ଜଣେ ଦାଇତ୍ୱବାନ ସଦସ୍ୟ ହିସାବ ରେ ନିଜକୁ, ତଥା ପରିବାର ସହିତ ନିଜର ସମସ୍ତ ସାମଗ୍ରୀ ର ସୁରକ୍ଷା ପ୍ରତି *କଠୋର ଦୃଷ୍ଟି* ରଖିବା ଉଚିତ_।

୨ :- _ଘର ର ସମସ୍ତ ସଦସ୍ୟ ଯଥା ଛୋଟ ପିଲା, ସ୍କୁଲ ଅବା କଲେଜ ପଢୁଆ ପୁଅ ବିଶେଷତଃ ଝିଅ ତଥା ମହିଳା କର୍ମଜୀବୀ ଓ ବୟସ୍କ କର୍ମଜୀବୀ_ *ଅତୀବ ସତର୍କତା* _ଅବଲମ୍ବନ କରିବା ଉଚିତ_

୩ :- _ଯାତାୟାତ କରିବା ସମୟ ରେ *ମୂଲ୍ୟବାନ ଘଡି* ପିନ୍ଧିବେ ନାହିଁ_।

୪ :- ପୁରୁଷ ଅବା ମହିଳା ମୂଲ୍ୟବାନ *ସ୍ଵର୍ଣ ଆଭୂଷଣ* କୌଣସି ପରିସ୍ଥିତି ରେ ବି ପିନ୍ଧିବେ ନାହିଁ ଓ ମହିଳା ମାନେ ଯଥା ସମ୍ଭବ *ହାଣ୍ଡ ବ୍ୟାଗ* ବ୍ୟବହାର ନ କଲେ ଭଲ।

୫:- _ସର୍ବସାଧାରଣ ଜାଗା ରେ ଆପଣଙ୍କ *ମୋବାଇଲ* କୁ ବ୍ୟବହାର ନ କରିବା ଅଥବା ଯେତେ ପାରିବେ କମ୍ ବ୍ୟବହାର କରିବା ଉଚିତ। ବ୍ୟବହାର ପରେ *ତୁରନ୍ତ ପକେଟ ଭିତରେ ରଖିବାକୁ* ଭୁଲିବେ ନାହିଁ_।

୬ :- _କୌଣସି *ଅପରିଚିତ ବ୍ୟକ୍ତି* ଙ୍କୁ, ପରିସ୍ଥିତି ଯାହା ବି ହେଉନା କାହିଁକି ନିଜ ଗାଡି ରେ *ଲିଫ୍ଟ* ଦେବେ ନାହିଁ_।

୭ :- _ଆବଶ୍ୟକତା ଠାରୁ *ଅଧିକ ଧନ* ସାଙ୍ଗରେ ନେଇ ଭ୍ରମଣ କରିବାକୁ ଯାଆନ୍ତୁ ନାହିଁ_

୮ :- _ଆପଣ ଙ୍କ *ଡେବିଟ କାର୍ଡ଼* ଅବା *କ୍ରେଡିଟ କାର୍ଡ଼* କୁ ମନୀ ପର୍ସ ରେ ନ ରଖି ସର୍ବଦା ଅତୀବ ସୁରକ୍ଷିତ ସ୍ଥାନ ରେ ରଖୁଥିବେ_

୯ :- _ବାହାର କୁ ଯାଇଥିବା ସମୟ ରେ ଘରେ ଥିବା ବୟସ୍କ ସଦସ୍ୟ, ସ୍ତ୍ରୀ ତଥା ପିଲାମାନଙ୍କ ବିଷୟ ଜାଣିବା ନିମନ୍ତେ *ନିର୍ଦିଷ୍ଠ ସମୟ ବ୍ୟବଧାନ ରେ ଫୋନ* ଦ୍ୱାରା ଅବସ୍ଥା ବୁଝି ନେଉଥିବେ_

୧୦ :- _ଘରେ ଥିବା ବୟସ୍କ ସଦସ୍ୟ ତଥା ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ *କଠୋର ନିର୍ଦେଶ* ଦେଇଥିବେ ଯେ କଲିଂ ବେଲ ବାଜିଲେ କବାଟ ଖୋଲିଲା ସମୟ ରେ *ଉପଯୁକ୍ତ ଦୂରତା ବଜାଇ ରଖିବେ* ଓ ପତ୍ର ବା ପାର୍ଶଲ କୁ ଗ୍ରୀଲ *ବାହାରେ ରଖିବାକୁ ନିର୍ଦେଶ ଦେବେ*। ରସିଦ ରେ ଦସ୍ତଖତ କରି ତାଙ୍କୁ ଚାଲିଯିବାକୁ ଦେବେ ଓ ସିଏ *ଗଲାପରେ* ଉପରୋକ୍ତ ବସ୍ତୁ କୁ ଗ୍ରୀଲ ର ତାଲା ଖୋଲି ଆଣି ତୁରନ୍ତ *ପୁନଃ ତାଲା ବନ୍ଦ* କରିବେ_।

୧୧:- _କୌଣସି ସ୍ଥିତି ର ବଶବର୍ତ୍ତୀ ହୋଇ ବାହାରକୁ ଯାଇଥିବା ପିଲା ମାନଙ୍କୁ *ଶୀଘ୍ର ଫେରି ଆସିବାକୁ* ବୁଝାଇ ଦେବା ଉଚିତ ତା ଛଡା ଘରକୁ ଆସିବା ନିମନ୍ତେ ଦିନ ହେଉ ବା ରାତ୍ରୀ ସହର ର ମୁଖ୍ୟ ରାସ୍ତା ଛାଡି *ନିକାଞ୍ଚନ ସଟକଟ ରାସ୍ତା* କୌଣସି ମତେ ଆପଣେଇବେ ନାହିଁ_।

୧୨ :- _ଆପଣ ଯେତେବେଳେ ବି ବାହାର କୁ ଯାଉଛନ୍ତି ସେଇ ସମୟ ରେ ଆଖ ପାଖରେ *ଉପସ୍ଥିତ ସନ୍ଦିଗ୍ଧ ବ୍ୟକ୍ତି* ଙ୍କ ଉପରେ କଡା ନଜର ରଖିଥିବେ_।

୧୩:- _ସବୁ ସମୟ ରେ ହାତରେ *ଗୋଟିଏ ଆପାତକାଳୀନ ଯୋଗାଯୋଗ ନମ୍ବର* ରଖିଥିବେ_।

୧୪:- _ବାହାରେ ଥିବା ସମୟ ରେ ଅବା ଅଫିସ ଭିତରେ *ମୁହଁ ରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା* ସବୁବେଳେ ବଜାଇ ରଖୁଥିବେ_।

୧୫:- _ବାହାରେ ଅବା ଅଫିସ ରେ *ସମସ୍ତେ ମାସ୍କ ପିନ୍ଧିଥିବେ* ତେଣୁ ଲୋକଙ୍କୁ ଚିନ୍ହିବା ମୁସ୍କିଲ ହେବ ସେଥିନିମନ୍ତେ ସଜାଗ ଥିବେ_

୧୬:- _ସବୁବେଳେ *ସରକାରୀ ଯାତାୟାତ ସେବା* ଆପଣେଇବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଓଲା, ଉବର ବା ଟାକ୍ସି ସେବା ଉପଯୋଗ କରୁଛନ୍ତି ସେ ସମୟ ରେ ଆପଣ କୋଉ ଗାଡ଼ିରେ ଯାଉଛନ୍ତି ତୁରନ୍ତ ଆପଣ ତାହା *ଘର ର ମୁରବି ଙ୍କୁ ନିଶ୍ଚିତ ଭାବରେ ଜଣାଇଦେବେ*। ଯଦି ମହିଳା ତାହେଲେ ଟାକ୍ସି ରେ *ଡ୍ରାଇଭର ସିଟ ର ପଛ ରେ ହିଁ ବସିବେ* ଓ ବସିଲା ପରେ ପ୍ରଥମ କାମ ହେଉଛି *ଡୋର ଟିକୁ ଭିତର ପଟୁ ଖୋଲିକି ଦେଖିବେ* ଯେ ଖୋଲୁଛି କି ନାହିଁ ଯଦି ଖୋଲୁନାହିଁ କାରଣ ଯାହାବି ହେଉନା କାହିଁକି ସେଇ ଗାଡ଼ିରେ ଯିବେ ନାହିଁ। *ଅଚିହ୍ନା ଲୋକ ଯଦି ଗାଡି ଭିତରେ ଅଛନ୍ତି* ତାହେଲେ ସେଇ ଗାଡି ରେ ନ ଯିବା ଉଚିତ_।

୧୭:- _ଆପଣ ଯଦି ପ୍ରାତଃ ଭ୍ରମଣ କରିବାରେ ଅଭ୍ୟସ୍ତ ତାହେଲେ *ସୂର୍ଯ୍ୟ ଉଦୟ* ପରେ ତଥା *ଜନ ମାନବ ଚଳ ପ୍ରଚଳ* ହେଲା ପରେ ହିଁ ଘରୁ ବାହାରନ୍ତୁ ଏବଂ ସନ୍ଧ୍ୟା ଭ୍ରମଣ *ସୂର୍ଯ୍ୟ ଅସ୍ତ ପୂର୍ବରୁ* ହିଁ ଶେଷ କରିବା ଉଚିତ। ଭ୍ରମଣ କରିବାକୁ ଯିବା ଆସିବ ସମୟ ରେ ସହର ର *ମୁଖ୍ୟ ସଡକ* କୁ ହିଁ ବ୍ୟବହାର କରିବାକୁ ଭୁଲିବେ ନାହିଁ_।

୧୮:- _*ସମୁଦ୍ର କୁଳ, ପାର୍କ* ଅବା *ମଲ* ରେ ଅଧିକ ସମୟ ବିତାଇବେ ନାହିଁ_।

୧୯:- _ପିଲାମାନେ ଯଦି ଟିଉସନ ଅବା ଏକ୍ସଟ୍ରା କ୍ଳାସ ଥାଏ ତାହେଲେ *ବଡ ଲୋକ ମାନେ ତାଙ୍କୁ ନେବା ଆଣିବା* ର ଦାଇତ୍ୱ ନେବା ଉଚିତ_।

୨୦:- _ଗାଡି ରେ କୌଣସି *ମୂଲ୍ୟବାନ ବସ୍ତୁ* ଗାଡିର ସିଟ ଉପରେ ଛାଡି ଯାଆନ୍ତୁ ନାହିଁ_।

୨୧:- _ଯେ ପର୍ଯ୍ୟନ୍ତ ଜୀବନ ଯାତ୍ରା ସରଳ ସହଜ ନ ହୋଇଛି ସେ ପର୍ଯ୍ୟନ୍ତ *ପୂର୍ଣ ସତର୍କତା* ଅବଲମ୍ବନ କରନ୍ତୁ_।

୨୨:- _ଚେଷ୍ଟା କରନ୍ତୁ ବ୍ୟାଙ୍କ ରୁ *ବହୁତ ପଇସା ଏକ କାଳୀନ ନ ଉଠେଇବା ପାଇଁ* ଯଦି କୌଣସି ଜରୁରୀ ପରିସ୍ଥିତି ରେ ଉଠେଇବା ର ଆବଶ୍ୟକତା ପଡିଲା ତା ହେଲେ *ଉପଯୁକ୍ତ ସୁରକ୍ଷା* ସହ କରନ୍ତୁ_।

*_ଉପରୋକ୍ତ ଚିଠା ଟି କୌଣସି ପ୍ରକାରେ ସ୍ୱୟଂ ସଂପୂର୍ଣ ନୁହେଁ କେବଳ ମାର୍ଗ ନିର୍ଦେଶ ମାତ୍ର_*

ବାକି ଆପଣ ମାନେ ସମସ୍ତେ ବୁଦ୍ଧିମାନ ଅଟନ୍ତି।🙏🏻😊😊

11/05/2020

୪୦୦ ଅତିକ୍ରମ କଲା ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା, ଚିନ୍ତା ବଢ଼ାଇଲା ଗଞ୍ଜାମ l
ରାଜ୍ୟରେ ଆଉ ୨୦ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରେ ଗଞ୍ଜାମରୁ ୧୭, ସୁନ୍ଦରଗଡ଼ରୁ ୨ ଜଣ ଓ ବୌଦ୍ଧରୁ ଜଣେ ଅଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟା ବିଭାଗ ୱେବସାଇଟ୍‌ରେ ପ୍ରକାଶ ପାଇଛି। ମାତ୍ର ଏମାନଙ୍କ ଟ୍ରାଭେଲ୍‌ ହିଷ୍ଟୋରୀ ପ୍ରକାଶ ପାଇନାହିଁ। ଆଜି ଗୋଟିଏ ଦିନରେ ୩୭ ଜଣ କରୋନାର ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ତେବେ ସୁରତ ଲିଙ୍କ ଥିବା ସନ୍ଦେହ କରାଯାଉଛି।

ଆଜି ସକାଳେ ୧୪ ଜଣ କରୋନା ‘ଆକ୍ରାନ୍ତ’ ଚିହ୍ନଟ ହୋଇଥିଲେ। ସେଥିରୁ ଗଞ୍ଜାମରୁ ୧୨ ଜଣ, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଅଛନ୍ତି। ଅପରାହ୍ନରେ ଆଉ ୩ ‘ଆକ୍ରାନ୍ତ’ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ ଅର୍ଥାତ ସନ୍ଧ୍ୟା ବେଳେ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ଗଞ୍ଜାମରୁ ୧୭ ଜଣ, ସୁନ୍ଦରଗଡ଼ରୁ ୨ ଜଣ ଓ ବୌଦ୍ଧରୁ ଜଣେ ଅଛନ୍ତି। ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି।

ଆଜି ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ସେଥିରୁ ୩ଙ୍କର ମୃତ୍ୟୁ ଘଟିଥିବା ବେଳେ ୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୩୨୬ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

10/05/2020

*ଖବର ଆଜିର*
ତାରିଖ ୧୦/୦୫/୨୦, ରବିବାର

୧-ମେ'୨୦ରୁ ମାଟ୍ରିକ ପରୀକ୍ଷା ଖାତା ଦେଖା , ଜୁଲାଇ ଶେଷସୁଦ୍ଧା ପ୍ରକାଶ ପାଇପାରେ ପରୀକ୍ଷାଫଳ:ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।

୨-ଆଜିଠୁ CBSE ଦଶମ ଓ ଦ୍ବାଦଶ ଶ୍ରେଣୀ ମୂଲ୍ୟାୟନ ଆରମ୍ଭ,୫୦ ଦିନରେ ଦେଖାହେବ ଦେଢ଼କୋଟି ଖାତା ।

୩-ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ତଥା ବେସରକାରୀ ଅନୁଷ୍ଠାନର କର୍ମଚାରୀ ମାନଙ୍କ ଗୋଟିଏ ମାସର ଦରମା , ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ।

୪-ପାଣିପାଗ:ଆଉ ୫ ଦିନ ଯାଏଁ କାଳବୈଶାଖୀ,୧୬ରୁ ବଢିବ ତାପମାତ୍ରା।

୫-ଢେଙ୍କାନାଳରେ ସାମାଜିକ ଦୂରତା ନରଖିବାରୁ ସିଲ୍ ହେଲା ଦୋକାନ, ଦୋକାନୀଙ୍କୁ ଗିରଫ କଲା ପୋଲିସ୍।

୬-ଗଞ୍ଜାମ:ମାଣିତରା ଗ୍ରାମପଂଚାୟତର
ସରପଞ୍ଚ କଲେ ସଟଡାଉନ ଘୋଷଣା, ୭ ଦିନ ପାଇଁ ସଟଡାଉନ କଲେ ନିଜ ପଞ୍ଚାୟତ।

୭-୨ଟି ଟ୍ରେନରେ ଆଜି ପହଞ୍ଚିବେ ପ୍ରବାସୀ ଶ୍ରମିକ : ଟିଟିଲାଗଡ଼ ରେଳ ଷ୍ଟେସନରେ ବ୍ୟାପକ ପ୍ରସ୍ତୁତି।

୮-ପାଟଣାଗଡ଼ରେ ବ୍ରିଜ ଭୁଶୁଡ଼ି ୨ ଜଣ ମୃତ୍ୟୁ ହେବା ଘଟଣାରେ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ।

୯-ଜୟପୁର:ସରପଞ୍ଚ ଜଗିଲେ କ୍ୱାରେଣ୍ଟାଇନ ସେଣ୍ଟର, ସାଜିଲେ ରାତ୍ରି ଜଗୁଆଳି।

୧୦-୪୦୦ କୋଟିର ଚୂନା ଲଗାଇ ବିଦେଶକୁ ଖସି ଗଲେ ଚାଉଳ ବେପାରୀ, ୪ ବର୍ଷ ପରେ ସିବିଆଇରେ କେସ୍‌ ଦାୟର କଲା SBI।

୧୧-ରାୟପୁର:ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୪ ନକ୍ସଲ ନିହତ, ଜଣେ ପୋଲିସ ସବ-ଇନ୍ସପେକ୍ଟର ଶହୀଦ।

୧୨-ଆରୋଗ୍ୟ ସେତୁ ଆପରେ ସ୍ୱାସ୍ଥ୍ୟ ଯାଞ୍ଚ ଲାଗି କର୍ମଚାରୀମାନଙ୍କୁ ହକି ଇଣ୍ଡିଆର ପରାମର୍ଶ।

୧୩-୩୨୬ ଭାରତୀୟଙ୍କୁ ଧରି ଲଣ୍ଡନରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଲା ‘ବନ୍ଦେ ଭାରତ ମିଶନ’ର ପ୍ରଥମ ବିମାନ।

*ସୁପ୍ରଭାତ, ଗୁଡ଼ ମର୍ଣିଂ*

*ମା'ର ଅବଦାନରେ ହିଁ ଆମର ବର୍ତ୍ତମାନ ଗଢ଼ା ।*

ଆଜି ର ମାତୃ ଦିବସ ଅବସରରେ ସମସ୍ତ ମାଆ ମାନଙ୍କୁ ଅଜସ୍ର ପ୍ରଣାମ 🙏🙏🌹

10/05/2020

କରୋନା ବଡ ଖବର:
୩୫୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା; ରାଜ୍ୟରେ ଆଉ l
୫୮ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ l
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି....l

:କରୋନାକୁ ନେଇ ଆସିଲା ବଡ ଖବର । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା *୩୫୦ ଟପିଲା ।* ରାଜ୍ୟରେ ଆଜି ଆଉ ୫୮ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି । ଏଥିସହିତ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ଗଂଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

*ସେପଟେ ପ୍ରଥମ ଥର ପାଇଁ ଅନୁଗୁଳରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ ।* *ଅନୁଗୁଳରେ ଏକାବେଳକେ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।* ଫଳରେ ଓଡ଼ିଶାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି। ସେହିଭଳି ବାଲେଶ୍ୱରରେ ୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଂଜାମରେ ଆକ୍ରାନ୍ତଙ୍କ ସଂଖ।।୧୦୦ ଟପିଛି । ଆଜି ଗଂଜାମରେ ୨୯ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଯାବତ୍ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୟୁରଭଂଜରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପଟେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ପୂର୍ବରୁ ୨ ଜଣଙ୍କର ଜୀବନ ନେଇସାରିଛି କରୋନା ଭାଇରସ । ତେବେ ଆଜି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

08/05/2020

*ମହାରାଷ୍ଟ୍ରର ଔରଙ୍ଗାବାଦରେ ଟ୍ରେନ୍ ମାଡିଗଲା, ୧୪ଶ୍ରମିକ ମୃତ । ୧୪ଶ୍ରମିକଙ୍କ ଉପରେ ଚଢିଗଲା ମାଲବାହୀ ଟ୍ରେନ୍ । କର୍ମାଡ ଷ୍ଟେସନ ନିକଟରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା । ଛତିଶଗଡକୁ ଫେରୁଥିଲେ ପ୍ରବାସୀ ଶ୍ରମିକ । ସକାଳ ସାଢେ ୬ଟାରେ ଘଟିଛି ଦୁର୍ଘଟଣା*�

08/05/2020

*🌷💐🌹*ମହାବୀର ପଞ୍ଜିକା*🌹💐🌷*
*🌹🌷💐ଆଜିର ରାଶିଫଳ🌹🌷💐*
----------------------
*🌹ମେଷ🌹👉ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ବହୁଦିନରୁ ହଜି ଯାଇଥିବା ବା ଚୋରି ଯାଇଥିବା ଜିନିଷରହଠାତ୍‌ ଖୋଜ ଖବର ପାଇପାରନ୍ତି।*

*🌹ବୃଷ🌹👉ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣର ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ।*

*🌹ମିଥୁନ🌹👉ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ ।ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମା ରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।*

*🌹କର୍କଟ🌹👉ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ ଓ ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।*

*🌹ସିଂହ 🌹👉ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ*,

*🌹କନ୍ୟା🌹👉ଆଜି ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ । ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ।*

*🌹ତୁଳା🌹👉ଆଜି ପରିବାରରେ ସମସ୍ୟା ବଢ଼ିପାରେ । ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ।*

*🌹ବିଛା🌹👉କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି । ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ ବ୍ୟବହାର କରିବା କଷ୍ଟକର ହେବ ସହ ବିଫଳ ହୋଇପାରନ୍ତି ।*

*🌹ଧନୁ🌹👉ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି।*

*🌹ମକର🌹👉ଆଜି ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି । ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରଷ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ପାଇବେନାହିଁ ।ବ୍ୟୟ ଅଧିକ ହେବ।*

*🌹କୁମ୍ଭ🌹👉ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଅର୍ଥୀକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।*

*🌹ମୀନ🌹👉କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ।*

Address

Balasore
Baleshwar
756001

Website

Alerts

Be the first to know and let us send you an email when News Fuse posts news and promotions. Your email address will not be used for any other purpose, and you can unsubscribe at any time.

Videos

Share