aita dunia

aita dunia Contact information, map and directions, contact form, opening hours, services, ratings, photos, videos and announcements from aita dunia, News & Media Website, Balasore.

31/01/2025

ଚଞ୍ଚକତା କରି ପକ୍ଷାଘାତ ରୋଗରେ ଶଯ୍ୟାଶାୟୀ ଥିବା ବାପା ଙ୍କ ପୈତୃକ ସଂପତ୍ତି କୁ ନିଜ ନାମିତ କରି ଅନ୍ୟ କୁ ବିକ୍ରି କରିବା ଘଟଣା ସାମ୍ନା କୁ ଆସିଛି।ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବାଲିକୁଟି ପଞ୍ଚାୟତ ର ଛଡ଼ା ଗ୍ରାମରେ।ସୁଚନା ମୁତାବକ ଶ୍ରୀ ଝାଡେଶ୍ୱର ଦେ ଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି।ଦୁଇ ବର୍ଷ ରୁ ଉର୍ଦ୍ଧ ସମୟ ହେବ ସେ ରୋଗ ଶଯ୍ୟାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।ଏହାର ସୁଯୋଗ ନେଇ ସାନ ପୁଅ ସୁଦାମ ଦେ ଚଞ୍ଚକତା କରି ବାପାଙ୍କ ନାମିତ ଛଡା ମୈଜା ରେ ଥିବା ଖାତା ନଂ ୪୧୯/୪୦୦,୪୧୯/୩୬୪,୪୧୯/୩୫୬,୪୧୯/୨୪୨,୪୧୯/୭୩ ରେ ସମୁଦାୟ ୧ ଏକର ୧୬ ଡେସିମିଲ ସମ୍ପତ୍ତି କୁ ନିଜ ନାମରେ ନାମିତ କରିଥିବା ଜାଣି ବଡ଼ ଭାଇ ପ୍ରଦିପ ଦେ ୩୧/୧୨/୨୦୨୫ ରେ ବାଲେଶ୍ବର ସିଭିଲ ଜଜ ସିନିଅର ଅତାଲତ ର ଦ୍ବାରସ୍ଥ ହୋଇଥିବା ବେଳେ ସୁଦାମ ଦେ ବୁଧବାର ସନ୍ଧ୍ୟା ୭ ସମୟ ରେ ଦକ୍ଷିଣ ମହାବଳା ଗ୍ରାମର ସମ୍ପର୍କୀୟ ବାବୁ ସିଂ ଙ୍କୁ ରେଜିଷ୍ଟ୍ରି କରିଛନ୍ତି। ଖବର ପାଇଁ ସ୍ତ୍ରୀ, ବଡ଼ ପୁଅ, ଝିଅ କୁ ଧରି ରେଜିଷ୍ଟ୍ରି ଅଫିସ ରେ ବିରୋଧ କରିବାରୁ ସାନ ପୁଅ ର ସ୍ତ୍ରୀ ଶାଶୁ ଙ୍କ ମଧ୍ୟରେ ଗଣ୍ଡଗୋଳ କରିବା ସହିତ ଖରାପ ଭାଷା ରେ ଗାଳିଗୁଲଜ କରି ଠେଲାପେଲା କରିଥିଲେ। ଖବର ପାଇ ଘଟଣା ସ୍ଥଳ ରେ ପୋଲିସ ପହଞ୍ଚି ଗଣ୍ଡଗୋଳ କୁ ଆୟତ କରିଥିଲେ।ପରେ ଝାଡେଶ୍ୱର ଦେ ଥାନା ରେ ପହଞ୍ଚି ସାନ ପୁଅ ସୁଦାମାଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହିତ ଚଞ୍ଚକତା କରି ସମ୍ପତି ନିଜ ନାମରେ କରାଇ ଅନ୍ୟ କୁ କେମିତି ବିକ୍ରି କଲେ ବୋଲି ପ୍ରଶାସନ ବିଚାର କରି ଉଚିତ ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀ କୁ ଦଣ୍ଡ ବିଧାନ କରିବା ପାଇଁ ପ୍ରମିଳା ଦେ, ପ୍ରଦୀପ ଦେ, ଜୟନ୍ତୀ ଦେ ପ୍ରମୁଖ ନିବେଦନ କରିଛନ୍ତି।

27/01/2025

ଆମ ଦେଶ ପାଇଁ ଗୋଟେ ସୁନ୍ଦର କବିତା

27/01/2025

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ବଣିଆଡିହା ପଞ୍ଚାୟତ ରାଇପୁର ହରିହାଟ ପଡିଆରେ ଶ୍ରୀ ହରିରାମ ଟ୍ରଷ୍ଟ ତରଫରୁ ସାର୍ବଜନୀନ ସଂକ୍ରୀତନ ଓ ମହୋତ୍ସବ ଅନୁଷ୍ଠିତ ହେଉଅଛି l 2025 ମସିହା କୁ 12 ବର୍ଷ ପୂରଣ ହେଉଥିବାରୁ ଶ୍ରୀ ଜଗନ୍ନାଥଙ୍କ ସୁନାବେଶ ସହିତ ଶ୍ରୀକୃଷ୍ଣ ଙ୍କ 30 ସଭା ସମାରୋହ ଅନୁଷ୍ଠିତ ହେଉଅଛି l ଏହି ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଚଳିତ ମାସ 30 ତାରିଖ ରୁ ଆରମ୍ଭ ହୋଇ ଫେବୃଆରୀ 4 ତାରିଖ ପ୍ରଯ୍ୟନ୍ତ ଚାଲୁ ରହିବ ବୋଲି ଟ୍ରଷ୍ଟ ର କର୍ମକର୍ତା ସାମ୍ବାଦିକ ସମିଳନୀ ରେ କହିଛନ୍ତି

26/01/2025
25/01/2025

ଝୁଲରେ ନିତାଇ ଝୁଲ

23/01/2025

ଲୋନ୍ କରିଦେବାକୁ କହି ଟଙ୍କା ହଡପ୍। ଯୁବକକୁ ଅଟକ

18/01/2025

ଜଗନ୍ନାଥ ଙ୍କ ଭଜନ ଗାଇଲେ ଜତିଭାଇ

17/01/2025

ହରେ କୃଷ୍ଣ, ହରେ ରାମ

13/01/2025

ଗଦାଧର ଗିରି ଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ଜଳେଶ୍ଵର ପୂର୍ବତନ ବିଧାୟକ ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଗଦାଧର ଗିରି ଙ୍କ ୩୮ ତମ ଶ୍ରାଦ୍ଧ ବାର୍ଷିକୀ ବାଲିଆପାଳ ବ୍ଲକ ଅନ୍ତର୍ଗତ ପଞ୍ଚୁପାଲି ବଜାର ଠାରେ ଅନୁଷ୍ଠିତ ହୋଇଯାଇଛି। ଗଦାଧର ଗିରି ସ୍ମୃତି ବିକାଶ ପରିଷଦର ସଭାପତି ଧିରେନ୍ଦ୍ର ନାଥ ହାଜିରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଭାତ କୁମାର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ବସ୍ତା ବିଧାୟିକା ସୁବାସିନୀ ଜେନା,ବରିଷ୍ଠ ସାମ୍ବାଦିକ ନବୀନ ଦାସ, ସ୍ବର୍ଗତ ଗିରି ଙ୍କ ଧର୍ମପତ୍ନୀ ରଙ୍ଗଲତା ଗିରି, ହାସ୍ୟ ଅଭିନେତା ବିଭୂତି ଭୂଷଣ ମିଶ୍ର, ପାନଚାଷୀ ସଂଗଠନର ସଭାପତି ବିକାଶ ଗିରି ପ୍ରମୁଖ ଯୋଗଦେଇ ସ୍ବର୍ଗତ ଗିରି ଙ୍କ ସ୍ମୃତି ଚାରଣ କରିବା ସହିତ ତାଙ୍କ ଜିବନରେ ସମାଜ ପ୍ରତି ରହିଥିବା ଅବଦାନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରିତବାସ ଗିରି ଧନ୍ୟବାଦ ଅର୍ପଣ କରିଥିଲେ।

13/01/2025

ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ସୂନାରୂଇ ଗ୍ରାମର ପଲ୍ଲୀ କବି ସ୍ବର୍ଗତ ରାଧାମାଧବ ଗିରିଙ୍କ 127 ତମ ଜନ୍ମ ଜୟନ୍ତୀ ଏବଂ ସୁନାରୂଇ ନୋଡାଲ୍ ସ୍କୁଲ ର ବାର୍ଷିକ ଉତ୍ସବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି , ଏହି ଅବସର ରେ ଅନୁଷ୍ଠିତ ସଭାରେ ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ଯ ଅତିଥି ଏବଂ ଓଡିଶା ସାହିତ୍ଯ ଏକାଡେମୀ ର ସଦସ୍ଯ ଡକ୍ଟର କାଳିପଦ ପଣ୍ତା ମୁଖ୍ଯ ବକ୍ତା ଭାବରେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ବାସ ଓ ସକାରାତ୍ମକ ଚିନ୍ତାଧାରା ସହ ଭଲ ମଣିଷଟେ ହୋଇ ବିଶ୍ୱମୁଖୀ ହେବା ପାଇଁ ଆହ୍ବାନ ଦେଇଥିଲେ, ସର୍ବଶେଷରେ ବିଦ୍ଯାଳୟ ରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତା ଏବଂ ବାର୍ଷିକ କ୍ରୀଡା ରେ ଭାଗନେଇ କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇ ଥିଲା

12/01/2025

ତ୍ୟାଗ ଓ ବଳିଦାନ ପାଇଁ ଗଦାଧର ଅମର -
ସୁବର୍ଣ୍ଣରେଖା କଲେଜରେ ଗଦାଧର ଙ୍କ ସ୍ମୃତି ସଭା ତ୍ୟାଗ ଓ ବଳିଦାନ ପାଇଁ ବିପ୍ଲବୀ କର୍ମଯୋଗୀ ତଥା ପୂର୍ବତନ ବିଧାୟକ ଗଦାଧର ଗିରି ଜନ ମାନସରେ ଚିର ଦିନ ଅମର ହୋଇ ରହିବେ ବୋଲି ରବିବାର ସ୍ଥାନୀୟ ସୁବର୍ଣ୍ଣ ରେଖା କଲେଜରେ ଗଦାଧର ଗିରିଙ୍କ ଶ୍ରାଦ୍ଧ ବାର୍ଷିକୀ ସ୍ମୃତି ସଭାରେ ଅତିଥି ମାନେ ଯୋଗ ଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି।କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଗୌରାଙ୍ଗ ରାଉତଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରାକ୍ତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି, ଡ଼ଃ ବିଜୟ କୁମାର ଦେ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଅଧ୍ୟାପକ ଅଶୋକ କୁମାର ଦାସ, ବାଲିଆପାଳ ଇତିହାସ ଲେଖକ ଡ଼ଃ ସୁକାନ୍ତ ଗିରି, ପ୍ରାକ୍ତନ କିରାଣୀ ମିହିର କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ।ପ୍ରାଧ୍ୟାପକ ଶଚୀନ୍ଦ୍ର ନାଥ ଦତ୍ତ ଅତିଥି ପରିଚୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ରଞ୍ଜନ କୁମାର ପାଢ଼ୀ, ବେଣୁଧର ନାୟକ, ମନୋଜ କୁମାର ମହାପାତ୍ର, ସତ୍ୟ ନାରାୟଣ ସାହୁ, କାମିନୀ କାନ୍ତ ମହାନ୍ତି, ସୁଦର୍ଶନ ରଣା, ପ୍ରେମାନନ୍ଦ ସେଠୀ, ପ୍ରଶାନ୍ତ ସାହୁ, ଦେବାଶିଷ ସାମଲ, ଅଧ୍ୟାପିକା ରଶ୍ମିତା ପାଢ଼ୀ, ଶୁଭ୍ରାଞ୍ଜଳି ରାଉତ ପ୍ରମୁଖ ସ୍ବର୍ଗତ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଏହି ଅବସରରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୮୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ବରିଷ୍ଠ ପ୍ରାଧ୍ୟାପିକା ଶାନ୍ତିଲତା ଗିରି ଧନ୍ୟବାଦ ଅର୍ପଣ କରିଥିଲେ।

Address

Balasore

Telephone

+917894515139

Website

Alerts

Be the first to know and let us send you an email when aita dunia posts news and promotions. Your email address will not be used for any other purpose, and you can unsubscribe at any time.

Videos

Share