01/05/2024
ପଳାଶ - କ୍ଷୁଦ୍ର ଗଳ୍ପ ( ଉପସ୍ଥାପନା - ଗୋପାଳ ଚନ୍ଦ୍ର)
ଟାଇଁ ଟାଇଁ ଖରା ର ଅଗ୍ନିଶିଖା ଉତ୍ତାପ ରେ ବାଟୋଇ ମନଟା କିଛି କ୍ଷଣ ଥକା ମେଣ୍ଟାଇ ବାକୁ ଚତୁଃପାର୍ଶ୍ଵ କୁ ଦୃଷ୍ଟି ନିକ୍ଷେପ କରୁ କରୁ ସାମ୍ନା ରେ ଥିବା ନାରଙ୍ଗି ଟହ ଟହ ପୁଷ୍ପ ମାଳା ଗୁଡ଼ିକ ଭାରି ଆକୃଷ୍ଟ କରୁଥିଲେ । ଅନ୍ୟମନସ୍କତା ରେ କେତେବେଳେ ଗଛ ପାଖରେ ପାଦ ଦୁଇଟି ପହଞ୍ଚି ଗଲେ ଜାଣି ହେଲାନି, ହାତ ଉଠାଇ ପେନ୍ଥାଏ ଫୁଲ ଛିଣ୍ଡାଇ ଆଘ୍ରାଣ କରିବାକୁ ଚେଷ୍ଟା କରୁ କରୁ ମନରେ ଯେମିତି ବିରସ ସୃଷ୍ଟି ହେଲା, ଏତେ ସୁନ୍ଦର ଫୁଲ କିନ୍ତୁ ବାସ୍ନା ବିବର୍ଜିତ ? ନିରାଶା ରେ ଫୁଲ ପେନ୍ଥା ଟିକୁ ତଳକୁ ଫୋପାଡି ଦେବା ସମୟ ରେ କେଜାଣି ପଳାଶ କଢ଼ି ରୁ ଦୁଇ ଧାର ଲୋତକ ଚିବୁକ ରୂପକ ବୃନ୍ତ ଦେଇ ଝରି ପଡୁଥିଲେ ଆଉ ଅନେକ ଅସହମାହିତ ପ୍ରଶ୍ନ ର ପ୍ରାଚୀର ମୋ ସାମ୍ନା ରେ ଠିଆ କରେଇ ଉତ୍ତର ଜିଜ୍ଞାସା କରୁଥିଲେ।
ଛଳଛଳ ଅଶ୍ରୁଭରା ନୟନ ରେ ପଳାଶ ଯେମିତି ମତେ କହିବାକୁ ଚେଷ୍ଟା କରୁଥିଲା ତା ହୃଦୟ ର ନିଭୃତ କୋଠରି ରେ ଅଙ୍କା ବଙ୍କା ଜମାଟ ବନ୍ଧା ଅଡ଼ୁଆ ସୂତା ର ଭଙ୍ଗା କୋହ ଆଉ ଦୁନ୍ଦୁଭି ନାଦ ର ଚିତ୍କାର ଭରା ଝାଞ୍ଜି ସମିର ର ପ୍ରବାହ ରେ ଅକଥନୀୟ ପ୍ରଜ୍ବଳନ ଅଗ୍ନିଶିଖା ର ଅସହ୍ୟ ଯନ୍ତ୍ରଣା ଜର୍ଜରିତ ଅନୁଭବ ସବୁ । କିଛି କ୍ଷଣ ଚୁପ୍ ହୋଇ ଶୁଣିବାକୁ ଚେଷ୍ଟା କରୁଥିଲି କ୍ଷତାକ୍ତ ପଳାଶ ର ବିଦାରିତ ଯନ୍ତ୍ରଣା ସବୁକୁ । କିଛି ସମୟ ନିରବତା ପରେ ପୁଣି ଥରେ ଆରମ୍ଭ କଲା ପଳାଶ , ଏତେ ସୁନ୍ଦର ରଙ୍ଗ କୁ ନେଇ ଭାରି ଫୁଲେଇ ହେଉଥିଲି ମୁଁ ,ଫଗୁଣ ଆଉ ମଳୟ ରେ ଫଗୁ ବିଞ୍ଚି ସତେ ଯେମିତି ସମସ୍ତଙ୍କୁ ମୁଁ ଦେଖେଇ ହେବାକୁ ଚାହୁଁ ଥିଲି ମୁଁ ହିଁ ସବୁଠୁ ସୁନ୍ଦରି ଲାସ୍ୟମୟୀ । କିନ୍ତୁ ଏ ଯେ ମୋର ଭ୍ରମ ଥିଲା ତାହା ବୁଝିବାକୁ ବେଶି ସମୟ ଲାଗି ନଥିଲା। ମୁଁ ଯେ ଅମାବାସ୍ୟା ର ଅଭିଶପ୍ତ ବାସ୍ନା ବିବର୍ଜିତ ପଳାଶ। ମୋ ପାଇଁ ଠାକୁର ଦିଅଁ ଙ୍କ ଦୁଆର ମନା। ଆଉ ସେ ଭଅଁର ଟା ବି ବିରହି ମନରେ ଆହୁରି ଯନ୍ତ୍ରଣା ଭରି ଗୁଣୁଗୁଣୁ ହେଇ କୁହେ , ବାସ୍ନା ହିନ ପଳାଶ ର ପ୍ରେମ କୁ କଣ ସ୍ବୀକାର କରାଯାଏ ? ତତେ ପ୍ରେମ ମନା, ଧୁ ଧୂ ଖରା ରେ ଫୁଟି ପୁଣି ମଉଳି ଯିବା ର ଅନ୍ୟ ନାମ ବୋଧହୁଏ ପଳାଶ । ଅପରିସପ୍ତ ଭାବନା ସବୁ କେବେକେବେ ଶବ୍ଧ ର ନିରବତା କୁ ବର୍ଣ୍ଣନା କରିବାରେ ନିଜର ନିଷ୍କ୍ରିୟତା ଜ୍ଞାପନ କରି ଦୁଇ ଚିବୁକ ଦେଇ ଦୁଇ ଟୋପା ଲୋତକ ରେ ପୂର୍ଣ୍ଣଛେଦ ଟାଣି ବାର ଅନ୍ୟ ନାମ ହିଁ ବୋଧହୁଏ ପଳାଶ।
ଭିଡ଼ ଭିତର ର କୋଳାହଳ ପରିବେଶ ରେ ସମସ୍ତଙ୍କ ଆଖି ସାମ୍ନାରେ ଥାଇ ବି ମୁଁ ଅଲୋଡା ଏବଂ ଅସ୍ପୃର୍ଶ୍ୟ । ଏକଲା ପଣ ନିସଙ୍ଗତାର ଅପରିସପ୍ତ ଭାବନା ସବୁ କେବେକେବେ ଶବ୍ଧ ର ନିରବତା କୁ ବର୍ଣ୍ଣନା କରିବାରେ ନିଜର ନିଷ୍କ୍ରିୟତା ଜ୍ଞାପନ କରି ଦୁଇ ଚିବୁକ ଦେଇ ଦୁଇ ଟୋପା ଲୋତକ ରେ ପୂର୍ଣ୍ଣଛେଦ ଟାଣି ବାର ଅନ୍ୟ ନାମ ହିଁ ବୋଧହୁଏ ପଳାଶ ।
ନିଜର ଅସ୍ତିତ୍ବ କୁ ଜାହିର କରିବାକୁ ଚେଷ୍ଟା କରି ହାରି ଯାଇଥିବା ପଳାଶ ର ବିଦ୍ରୋହୀ ସ୍ୱର ଧିରେ ଧିରେ ନରମି ଯାଇଥିଲା କିନ୍ତୁ ମୋ ଆଖି ଓଦା ହେଇ ଆସୁଥିଲା ଏତିକି ବେଳେ ହାଲ୍କା ଦଲକାଏ ପବନ ର ସ୍ପର୍ଶ ରେ ଆନ୍ଦୋଳିତ ଭାରାକ୍ରାନ୍ତ ମନ ଟା ଦୋହଲି ଗଲା, ମନେ ମନେ ଭାବୁଥିଲି ସତରେ ପଳାଶ ର ଏ ନିରବତା ର ସଂଜ୍ଞା ଏତେ ଜଟିଳ ??