YTV Odisha

YTV Odisha YTV Odisha is a full service digital agency committed to provide the Odisha audiences with news, re

The God of Football   is no more.  legend
25/11/2020

The God of Football is no more.
legend

ସାବାସ   #ଆପଣଙ୍କୁ_100ସଲାମ ଭୁବନେଶ୍ୱର ର ଜାଭିୟର ଛକରେ ଦେଖିବାକୁ ମିଳିଲା ଏକ ସୁନ୍ଦର ଦୃଶ୍ୟ ।   ମଣିଷ ପଣିଆ ର ଏକ ଉଧାରଣ ଶୃଷ୍ଟି କରିଛନ୍ତ...
19/11/2020

ସାବାସ
#ଆପଣଙ୍କୁ_100ସଲାମ
ଭୁବନେଶ୍ୱର ର ଜାଭିୟର ଛକରେ ଦେଖିବାକୁ ମିଳିଲା ଏକ ସୁନ୍ଦର ଦୃଶ୍ୟ । ମଣିଷ ପଣିଆ ର ଏକ ଉଧାରଣ ଶୃଷ୍ଟି କରିଛନ୍ତି ଦୁର୍ଘଟଣା ଗ୍ରସ୍ତ ମହିଳାଙ୍କ ପାଦ ଧରି ବ୍ୟାଣ୍ଡେଜ କଲେ ଟ୍ରାଫିକ କନେଷ୍ଟବଳ ପ୍ରିୟଙ୍କା ବରୱା ।

ଆଜି ରାଜଧାନୀର airport  ଟ୍ରାଫିକ ଛକ୍ ରେ ଜଣେ ଗରିବ ବ୍ୟବସାୟୀ ଙ୍କ ଟମାଟୋ ତଳେ ପଡ଼ିଗଲା, ସଙ୍ଗେ ସଙ୍ଗେ ଦୁଇଜଣ ଟ୍ରାଫିକ୍ ପୁଲିସ୍  ଗାଡି ସବ...
16/11/2020

ଆଜି ରାଜଧାନୀର airport ଟ୍ରାଫିକ ଛକ୍ ରେ ଜଣେ ଗରିବ ବ୍ୟବସାୟୀ ଙ୍କ ଟମାଟୋ ତଳେ ପଡ଼ିଗଲା, ସଙ୍ଗେ ସଙ୍ଗେ ଦୁଇଜଣ ଟ୍ରାଫିକ୍ ପୁଲିସ୍ ଗାଡି ସବୁ ଅଟକାଇ ସମସ୍ତ ଟମାଟୋ କୁ ଏକାଠି କରି ବ୍ୟବସାୟୀ ଙ୍କୁ ଦେଇ ବିଦା କରିଥିଲେ ,ଗରିବ ର ବନ୍ଧୁ ପୋଲିସ୍ 🥰

YTV Odisha ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ମିଳିଛି ହତ୍ୟା ଧମକ। କେହି ଜଣେ ଯୁବକ ତାଙ୍କୁ ମୋବାଇଲ୍ ଫୋନ୍‌ରେ ଅସଭ୍ୟଭାଷାରେ ଗାଳିଗୁଲଚକରି ହତ୍...
11/11/2020

YTV Odisha

ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ମିଳିଛି ହତ୍ୟା ଧମକ। କେହି ଜଣେ ଯୁବକ ତାଙ୍କୁ ମୋବାଇଲ୍ ଫୋନ୍‌ରେ ଅସଭ୍ୟଭାଷାରେ ଗାଳିଗୁଲଚକରି ହତ୍ୟା କରିବା ନେଇ ଧମକ ଦେଇଛନ୍ତି। ଏହା ସହିତ ସେ କାହିଁକି ଯାତ୍ରା ଜଗତର ଜଣେ ମାଲିକ ଓ ଯାତ୍ରା ଅଭିନେତାଙ୍କ ବିରୋଧରେ ଗଣମାଧ୍ୟମରେ ମତ ପ୍ରକାଶ କରୁଛନ୍ତି ବୋଲି ତାଗିଦକରି ଧମକଦେଇଛନ୍ତି। ଏନେଇ ରାଣୀ ଯୁବକ ଜଣଙ୍କ ପରିଚୟ ଜାଣିବାପାଇଁ ଚେଷ୍ଟାକରିବାରୁ ଯୁବକ ଜଣଙ୍କ ଉକ୍ତ ଯାତ୍ରା ମାଲିକଙ୍କର ଲୋକବୋଲି କହିଥିଲେ। ତାଙ୍କ ମାଲିକଙ୍କ ବିରୋଧରେ ପଦେ‌ଆଉ କହିଲେ ସେ ରାନୀଙ୍କୁ ଟାରଗେଟ୍ କରି ଘରୁ ବାହାରିଲା ମାତ୍ରେ ପ୍ରାଣାନ୍ତକ ଆକ୍ରମଣ କରିବେ ବୋଲି କହିଛନ୍ତି। ଏପରି ଧମକ ପାଇବାପରେ ରାନୀ ନିଭୟ ହୋଇ ବୁଧବାର ଦିନସେ ରହୁଥିବା ଲିଙ୍ଗରାଜ ଥାନା ଅଧୀନରେ ଅଭିଯୋଗ ଦେବେବୋଲି ପ୍ରକାଶକରିଛନ୍ତି। ତାଙ୍କ ଜୀବନକୁ ବିପଦରହିଛିବୋଲି ଦର୍ଶାଇ ସେ ପୁଲିସ୍ ନିକଟରେ ଅଭିଯୋଗ କରିବା ତାଙ୍କ ସହ ସାମିଲ୍ ଥିବା ଶତାଧିକ ମଞ୍ଚ କଳାକାରମାନଙ୍କ ପ୍ରତି ପ୍ରଶାସନ ନ୍ୟାୟ ଚିନ୍ତାଧାରା ପଦକ୍ଷେପ ନେଉବୋଲି ଗୁହାରିକରିବେ। ସୂଚନା ଥାଉକି ମଞ୍ଚ ଖୋଲିବାପାଇଁ ରାନୀ ଗତ କିଛି ଦିନ ପୂର୍ବେ ପିଏମ୍‌ଜି ଛକରେ କିଛି ମ‌ଞ୍ଚ କଳାକାରମାନଙ୍କ ସହ ଧାରଣାଦେଇ ପ୍ରଶାସନକୁ ତୁରନ୍ତ ମଞ୍ଚ କାର୍ଯ୍ୟକ୍ରମ କରିବାପାଇଁ ଅନୁମତି ପ୍ରଦାନ କରିବାକୁ ଦାବି କରିବା ସହିତ ବିବାଦିୟ ମଞ୍ଚବ୍ୟ ରଖିଥିବା ବେଳେ କିଛି ଯାତ୍ରା କଳାକାର ଓ ମାଳିକମାନେ ତାଙ୍କୁ ଅଣକଳାକାର ବୋଲି କହି ନିନ୍ଦାକରିଥିଲେ।

YTV Odishaଦୁଃଖଦ ଘଟଣା !୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ...
08/11/2020

YTV Odisha
ଦୁଃଖଦ ଘଟଣା !
୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ସନ୍ତୋଷ ବେହେରାଙ୍କ ଦଶମ ଶ୍ରେଣୀ ପଢୁଆ ମଝିଆ ଝିଅ ଶ୍ୱେତା(୧୫ ବର୍ଷ) ମୃତ୍ୟୁବରଣ କରିଥିବା ବେଳେ ବଡ ଝିଅ ସଂଗୀତା(୧୮ ବର୍ଷ) ଆହତ ହୋଇଛନ୍ତି ! ବଡ଼ ଭଉଣୀଙ୍କୁ ପଛରେ ବସାଇ ସାନ ଭଉଣୀ ଏକ ସ୍କୁଟି ଚଳାଇ ଜାରକା ବଜାରକୁ ଟ୍ୟୁସନ ପାଇଁ ଯାଉଥିବା ସମୟରେ ଅନ୍ୟମନସ୍କତା ବସତ ପୂର୍ବରୁ ରାସ୍ତାକଡ଼ରେ ଅଟକି ରହିଥିବା ଏକ ଟ୍ରକ୍ ପଛରେ ଖୁବ୍ ଜୋରରେ ପିଟି ହେବା ଯୋଗୁଁ ବଡ଼ ଭଉଣୀ ଛିଟିକି ତଳେ ପଡ଼ି ଯାଇଥିଲେ ମାତ୍ର ସାନ ଭଉଣୀଙ୍କର ସେଠାରେ ମୃତ୍ୟୁ ହୋଇ ଯାଇଥିଲା ! ଗାଡ଼ି ଚାଳନା କରିବା ପାଇଁ ସାନ ଝିଅର ବୟସ ହୋଇ ନ ଥିବା ସ୍ଥଳେ ବଡ଼ ଭଉଣୀକୁ ପଛରେ ବସାଇ ସେ ଘରୁ ଯେତେବେଳେ ଗାଡ଼ି ଚଳାଇ ବାହାରିଲେ ସେତେବେଳେ ଅବିଭାବକ ଯଦି ତାର ତାଗିଦ୍ କରିଥାନ୍ତେ ଆଜି ହୁଏତ ଏହି ଦୁର୍ଘଟଣା ହିଁ ଘଟି ନ ଥାନ୍ତା ବୋଲି କୁହାଯାଇ ପାରିବ ! ଜାତୀୟ ରାଜପଥ ଉପରେ ପୁଣି ନୂଆ ଶିଖାଳି-ଯାହାର ଦୁଃଖଦ ପରିଣାମ ଆଜି ସମସ୍ତଙ୍କ ଆଖି ସାମ୍ନାରେ ! ବିନା ଡ୍ରାଇଭିଂ ଲାଇସେନ୍ସରେ ଦୁଇ ଚକିଆ ଯାନ ଚଳାଇବାର ଆବଶ୍ୟକ ବୟସ ନ ହୋଇ ମଧ୍ୟ ବାଇକ୍ ଚଳାଉଥିବା ଯେକୌଣସି ପିଲାର ଅବିଭାବକଙ୍କ ପାଇଁ ଆଜିର ଏହି ଦୁର୍ଘଟଣା ଶିକ୍ଷା ଦେବା ସହ ସଚେତନ କରିବ ବୋଲି ଆଶା କରାଯାଉଛି !

ଜଣେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ପଠାଯାଇଛି ହାଇଦ୍ରାବାଦ। ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୃଷ୍ଟି କରାଯାଇଥ...
23/10/2020

ଜଣେ ଗୁରୁତର ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ପଠାଯାଇଛି ହାଇଦ୍ରାବାଦ। ଏଥିପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ସୃଷ୍ଟି କରାଯାଇଥିଲା ଗ୍ରୀନ୍ କରିଡର। ଯାହା ଫଳରେ ନୟାପଲ୍ଲୀରୁ ଏୟାରପୋର୍ଟ ଯିବାକୁ ଆମ୍ବୁଲାନ୍ସକୁ ଲାଗିଥିଲା ମାତ୍ର ୬ ମିନିଟ୍। ଏୟାର ଆମ୍ବୁଲାନ୍ସରେ ରୋଗୀଙ୍କୁ ଭର୍ତ୍ତି କରାଯିବା ବେଳର କିଛି ଦୃଶ୍ୟ।

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ସମୟର ଭୟଙ୍କର ଦୃଶ୍ୟ
07/10/2020

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଆଁ ଲାଗିବା ସମୟର ଭୟଙ୍କର ଦୃଶ୍ୟ

     :  ାହାନ୍ତି_ପ୍ରଦୀପ_ମହାରଥୀ...ଶହେ ଘୋଡାକୁ ଶହେ ହାତି ଜୀବନ ସଂଗ୍ରାମରେ ହାରିଗଲେ ମହାରଥି 😭 ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍...
04/10/2020

: ାହାନ୍ତି_ପ୍ରଦୀପ_ମହାରଥୀ...ଶହେ ଘୋଡାକୁ ଶହେ ହାତି ଜୀବନ ସଂଗ୍ରାମରେ ହାରିଗଲେ ମହାରଥି 😭 ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ମହାରଥୀ ଙ୍କ ବିୟୋଗ..
+ବରିଷ୍ଠ ରାଜନେତା, ପିପିଲି ବିଧାୟକ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଆଉ ନାହାନ୍ତି
+୬୫ ବର୍ଷ ବୟସରେ ଆଖି ବୁଜିଲେ ମହାରଥୀ

25/09/2020





ସକାଳର ଖବର
ତାରିଖ ୨୫/୦୯/୨୦, ଶୁକ୍ରବାର

➡️୧-ଯୁକ୍ତ୨ ଇଚ୍ଛାଧୀନ ପରୀକ୍ଷା ଖୁବ୍‌ଶୀଘ୍ର : ଆଜିଠୁ ଫର୍ମ ପୂରଣ; ପଡ଼ିବନି ଏଥର ଫି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି ।

➡️୨-ଶହେ ଟପିଲା ପିଆଜ ; ଅମିତ୍‌ ଶାହା କଲେ ଉଚ୍ଚସ୍ତରୀୟ ବୈଠକ ।

➡️୩-ଷୋଡଶ ବିଧାନସଭାର ଚତୁର୍ଥ ଅଧିବେଶନ ଲାଗି ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।

➡️୪-ସ୍କୁଲ୍‌ ଫି’ ସମ୍ପୂର୍ଣ୍ଣ ନଦେବା ଘଟଣାରେ ହାଇକୋର୍ଟଙ୍କ ହସ୍ତକ୍ଷେପ : ଟିସି ପାଇଥିବା ଛାତ୍ରଙ୍କୁ ପଢ଼ିବା ପାଇଁ ଅନୁମତି ।

➡️୫-କରୋନା ପାଇଁ ମନଇଚ୍ଛା ଔଷଧ ଖାଅନି,ବିଶେଷ କରି ଗ୍ର‌ାମାଞ୍ଚଳରେ ଏହା ଅଧିକ ଦେଖାଯାଉଛି। ଏପରି ଔଷଧ ଖାଇବା ସ୍ବାସ୍ଥ୍ୟ ପକ୍ଷେ ବିପଜ୍ଜନକ ହୋଇପାରେ, ପରାମର୍ଶ ଦେଲେ ବିଶେଷଜ୍ଞ ।

➡️୬-ମୁକୁଳିଲା ନରହନ୍ତା ରାକେଶ : କପିଳାସ ଚିଡ଼ିଆ ଖାନା ରେ ୯ ମାସ ଧରି ବତାଉଥିଲା ବନ୍ଦୀ ଜୀବନ, ଖୋଲା ଏନ୍‌କ୍ଲୋଜର୍‌ରେ ଛଡ଼ାହେଲା।

➡️୭-ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦୁଇ ବର୍ଷ କାର୍ଯ୍ୟ କରିଥିବା ପୁଲିସ କର୍ମଚାରୀଙ୍କୁ ପ୍ରଥମଥର ପାଇଁ ମିଳିବ ଆନ୍ତରିକ ସୁରକ୍ଷା ପଦକ ।

➡️୮-ଆଜି ଭାରତ ବନ୍ଦ, କୃଷକ ମହାସଂଘ ର କୃଷି ବିଲ୍‌କୁ ବିରୋଧ କରି ରାସ୍ତାରୋକ ଓ ରେଳରୋକ‌ ଡାକରା ।

➡️୯-ଆମେରିକା ରାଷ୍ଟ୍ରଦୂତଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା : ଗ୍ୟାସ୍‌ ଭିତ୍ତିଭୂମି ବିକାଶ ପାଇଁ ଆମେରିକା କମ୍ପାନିଙ୍କୁ ନିମନ୍ତ୍ରଣ ।

➡️୧୦-କରୋନା ଭୟ : ଭାରତ ସମେତ ୩ ଦେଶ ସହ ବିମାନ ଚଳାଚଳ ଉପରେ ସାଉଦୀ ସରକାରଙ୍କ ପ୍ରତିବନ୍ଧକ ।

➡️୧୧-ହୃଦ୍‌ଘାତରେ ପୂର୍ବତନ ଅ‌ଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଡିନ୍‌ ଜୋନ୍ସଙ୍କ ଦେହାନ୍ତ; କ୍ରିକେଟ୍ ଜଗତ ସ୍ତବ୍ଧ, ଆଇସିସିର ଶ୍ରଦ୍ଧାଞ୍ଜଳି ।

➡️୧୨-ଆଜିର ମ୍ୟାଚ୍‌: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ।

➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

ଶୁଭ ସକାଳ,ସୁପ୍ରଭାତ

23/09/2020

Handicap ପୁଅର ହାତ ଧରିଲେ ଭଦ୍ରକ ର ଝିଅ , ନାରୀର ମହାନତା ନାରୀ ତୁମେ ମହାନ , ବାବୁନା ଙ୍କର ବାହାଘର ହୋଇଛି। ଖୁସି ଲାଗୁଛି ଆଜିର ଆଧୁନିକ ଯୁଗରେ Handicap ଲୋକଙ୍କୁ ବିବାହ କରିବା ସହଜ କଥା ନୁହେଁ ଏ ଝିଅକୁ ମୋର କୋଟି ପ୍ରଣାମ👏💐

22/09/2020

*ଆଜିର ଖବର ହେଡ୍ ଲାଇନ୍*
*ତାରିଖ - ୨୨/୦୯/୨୦୨୦*

୧. ଏମଏସପି ବୃଦ୍ଧି କରି ମୋଦୀ ସରକାର ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

୨. ବାରିପଦାରେ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜିଲ୍ଲା ବାର ଆସୋସିଏସନ୍‌ର ଉଦ୍‌ବେଗ , ୭ ଦିନ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟରୁ ନିବୃତ୍ତ ରହିବେ ଆଇନଜୀବୀ ।

୩. ଏପ୍ରିଲ-ଅଗଷ୍ଟରେ ଚୀନ୍‌ରୁ ଆମଦାନୀ ୨୮% ହ୍ରାସ ।

୪. ରବି ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର ।

୫. ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଓ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ୧୫୦ରୁ ୨୦୦ ସ୍ବେଚ୍ଛାସେବୀଙ୍କଠାରେ ସାସନ୍‌ ଜେନେରାଲ ହସ୍ପିଟାଲରେ ଆରମ୍ଭ ହୋଇଛି ।

୬. ବିଜୟରୁ ଆଇପିଏଲ୍ ଆରମ୍ଭ କଲା ବିରାଟଙ୍କ ଆରସିବି ।

୭. ପାଡିକଲ ଓ ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ : ହାଇଦରାବାଦକୁ ୧୦ ରନରେ ପରାସ୍ତ କଲା ଆରସିବି ।

୮. ଲଦାଖର ‘ମାଂଜି’: ମେମେ ଚୋଞ୍ଜୋର ୩୮ କିଲୋମିଟର ରାସ୍ତା ନିର୍ମାଣ ପାଇଁ ନିଜର ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ ସହ ବିକ୍ରୟ କଲେ ପୈତୃକ ସମ୍ପତ୍ତି…।

୯. ମୌସୁମୀ ଅଧିବେଶନ ପୂର୍ବରୁ ବଦଳିଲା ବିଧାନସଭାର ରୂପରେଖ, ପ୍ରତ୍ୟେକ ସଦସ୍ୟଙ୍କ ସିଟ୍ ଆଗରେ ଲାଗିଲା କାଚ ।

୧୦. ବୟସ ଆଗରେ ହାର ମାନିଲା କରୋନା । ୧୦୬ ବର୍ଷ ବୟସରେ କରୋନାକୁ ମାତ୍ ଦେଲେ ବୃଦ୍ଧା ।

୧୧. ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ଅଫିସରସ୍ତରରେ ଛୋଟଧରଣର ବଦଳି କରିଛନ୍ତି ।

୧୨. ଆମେରିକାକୁ ଧମକ ଦେଇଛି ଚୀନ । ଚୀନ ବାୟୁସେନା (China Air Force) ପକ୍ଷରୁ ଏକ ଭିଡିଓ ଜାରି କରି ଧମକ ଦେଇଛି ।

୧୩. ଭୁବନେଶ୍ୱରରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଉଛନ୍ତି ଅଧିକ । ଆଜି ୩୦୬ ପଜିଟିଭ, ୫୦୬ ସୁସ୍ଥ ।

୧୪. କରୋନାକୁ ନେଇ ଭଲ ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୩, ୭୦୪ ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୭୯୬ ସୁସ୍ଥ ।

୧୫. ୧୯୯୩ ବ୍ୟାଚ୍ ଆଇପିଏସ ସୁଶାନ୍ତ କୁମାର ନାଥଙ୍କୁ ବିଏସଏଫ୍ ଆଇଜି ଭାବେ ନିଯୁକ୍ତି ମିଳିଛି ।

୧୬. କୃଷି ବିଧେୟକକୁ ବି​ରୋଧ । ପୁଞ୍ଜି ବଜାର ପ୍ରଭାବିତ ।

୧୭. ୧୪୦୦ ​କୋଟିର ବ୍ୟାଙ୍କ ଜାଲିଆତି; ୮ ସ୍ଥାନରେ ସିବିଆଇ ଚଢ଼ଉ ।

୧୮. ରିଜର୍ଭ ବ୍ୟାଙ୍କ ତଥ୍ୟ; ବର୍ଷକରେ ଏକ ଲକ୍ଷ ​କୋଟିରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍‌ ଗାଏବ ।

୧୯. ୨୦୨୫ ସୁଦ୍ଧା ଖଣିରେ ୪୮ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟିର ସୁଯୋଗ ।

୨୦. କରୋନା ଚିନ୍ତାରେ ନିବେଶକ ବିକିଲେ ସେୟାର, ଦିନକରେ ଉଡ଼ିଗଲା ସାଢ଼େ ୪ ଲକ୍ଷ କୋଟି ।

୨୧. ଆଜିର ମ୍ୟାଚ୍‌, ରୟାଲ୍ସ ଆଗରେ ସୁପରକିଙ୍ଗ୍ସ ଆହ୍ବାନ ।

୨୨. ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲାଗୁଡ଼ିକର ଚୟନ ପାଇଁ କମିଟି ଗଠନ କରାଯାଉ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସୁବାସ ଚନ୍ଦ୍ର ସିଂହ ଏହି ଦାବି କରିଛନ୍ତି ।

୨୩. ଅମ୍ପାୟାରଙ୍କ ତ୍ରୁଟିକୁ ନେଇ ବିବାଦ, ବିସିସିଆଇ ଉପରେ ପ୍ରୀତି ଜିଣ୍ଟା ଖପ୍ପା ।

୨୪. ବ୍ୟାଙ୍କ ଘ‌ରୋଇକରଣ ସପକ୍ଷରେ ରାଜନ, ଆର୍ଥିକ ସେବା ବିଭାଗ ବନ୍ଦ କରିବାକୁ ପରାମର୍ଶ ।

*କରୋନା ଟିପ୍ସ୍ : ବାରମ୍ବାର ଆମେ ସାବୁନରେ ହାତ ଧୋଉଥିଲେ, ମୁହଁରେ ଏଠିସେଠି ବାରମ୍ବାର ହାତ ନ ମାରିଲେ, କରୋନାଠୁ ଥିବା ଦୁରରେ-ସୂଚନା ଓ ଲୋକସମ୍ପର୍କ ବିଭାଗ,ଓଡିଶା ସରକାର ।*

 #ବିତ୍ତମନ୍ତ୍ରୀ_ନିର୍ମଳା_ସୀତାରମଣଙ୍କ_ସହ_ସାକ୍ଷାତ ଭୁବନେଶ୍ୱର ସାଂସଦ  #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଗତକାଲି  କେନ୍ଦ୍ର ବିତ୍ତମନ୍ତ୍ରୀ ଶ୍ରୀ...
21/09/2020

#ବିତ୍ତମନ୍ତ୍ରୀ_ନିର୍ମଳା_ସୀତାରମଣଙ୍କ_ସହ_ସାକ୍ଷାତ

ଭୁବନେଶ୍ୱର ସାଂସଦ #ଅପରାଜିତା_ଷଡ଼ଙ୍ଗୀ ମହୋଦୟା ଗତକାଲି କେନ୍ଦ୍ର ବିତ୍ତମନ୍ତ୍ରୀ ଶ୍ରୀମତୀ #ନିର୍ମଳା_ସୀତାରାମଣ ସହ ସାକ୍ଷତ 3ଟି ଆସୋସିଏସନ Odisha-UCO Bank Retirees, EPF Pensioners and NABARD Retired employees, ର ବିଭିନ୍ନ ସମସ୍ୟା ବିଷୟରେ ବିଶେଷ ଆଲୋଚନା କରି ସାହାଯ୍ୟ କାମନା କରିଥିଲେ l

ବିତ୍ତ ମନ୍ତ୍ରଣାଳୟ ଏହି ସମସ୍ୟା ଗୁଡିକ ସମାଧାନ ଦିଗରେ ଅବଶକୀୟ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି l

Aparajita Sarangi

21/09/2020

କଙ୍କଡା ଟାଣୁଛି ସିଗାରେଟ୍।
ଏଇ କଙ୍କଡା ଟି ଆପଣଙ୍କ କେଉଁ ସାଙ୍ଗ ର ପୂର୍ବ ଜନ୍ମ... ତାକୁ ଟ୍ୟାଗ୍ କରାଯାଉ। 😜

No !Carry bhai is nt going to Bigg Boss house
16/09/2020

No !
Carry bhai is nt going to Bigg Boss house

Sahid kapoor to star in a new action film  .Stay tuned for more such updates.
16/09/2020

Sahid kapoor to star in a new action film .

Stay tuned for more such updates.

ସବୁଦିନ ମନେ ରହିବେ
14/09/2020

ସବୁଦିନ ମନେ ରହିବେ

ଆର ପାରି ରେ ପ୍ରଖ୍ୟାତ ଅଭିନେତା ଶ୍ରୀ ଅଜିତ ଦାସ୍।ସାରା ଓଡିଶା କୁ ଶୋକ ସାଗର ରେ ଭସେଇ ଅଜିତ ସାର୍ ଇହଲୀଳା ସମ୍ବରଣ କଲେ।
13/09/2020

ଆର ପାରି ରେ ପ୍ରଖ୍ୟାତ ଅଭିନେତା ଶ୍ରୀ ଅଜିତ ଦାସ୍।
ସାରା ଓଡିଶା କୁ ଶୋକ ସାଗର ରେ ଭସେଇ ଅଜିତ ସାର୍ ଇହଲୀଳା ସମ୍ବରଣ କଲେ।

08/09/2020

କେବେ ଏକା ସାଙ୍ଗ ରେ ଏତେ ସଂଖ୍ୟକ ନାଗ ସାପ ଦେଖିଥିଲେ କି ?
ଦେଖନ୍ତୁ ଏହି ଭୟଙ୍କର ଦୃଶ୍ୟ।

ଏମିତି videos ସବୁ ଦେଖିବା ପାଇଁ ଆମ page କୁ ଲାଇକ୍ କରନ୍ତୁ।

08/09/2020

Actress Rhea Chakraborty arrested
by Narcotics Control Bureau.

Anubhav Mohanty issues press statement; urges everyone to respect their personal space, privacy and dignity. Actors are ...
06/09/2020

Anubhav Mohanty issues press statement; urges everyone to respect their personal space, privacy and dignity. Actors are also human beings and have their privat life.

Address


Website

Alerts

Be the first to know and let us send you an email when YTV Odisha posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share