Today odia importance news.

  • Home
  • Today odia importance news.

Today odia importance news. Today important news Odia

17/04/2024

#ଅନନ୍ତ_ଦାନ_କଲେ_ଅଢ଼େଇ_କୋଟି
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶିଷ୍ଟ ଶିଳ୍ପପତି ଅନନ୍ତ ଅମ୍ବାନୀ । କଡା ସୁରକ୍ଷା ବଳୟରେ ଆସି ମହାପ୍ରଭୁଙ୍କୁ କଲେ ଦର୍ଶନ , ଦାନ କଲେ ୨ କୋଟି ୫୧ ଲକ୍ଷ ଟଙ୍କା । ବାହାଘର ପୂର୍ବରୁ ନେଲେ ଜଗନ୍ନାଥଙ୍କ ଆଶିର୍ବାଦ

ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗ...
17/04/2024

ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ।

 #ହିଟ୍‌ୱେଭ_ପାଇଁ_୩_ଦିନ_ସ୍କୁଲ_ଛୁଟି_ଘୋଷଣା   -୧୮ରୁ ୨୦ ତାରିଖ ଯାଏ ରାଜ୍ୟର ସବୁ ସ୍କୁଲ ଛୁଟି-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍କୁଲ ଛୁଟି ...
17/04/2024

#ହିଟ୍‌ୱେଭ_ପାଇଁ_୩_ଦିନ_ସ୍କୁଲ_ଛୁଟି_ଘୋଷଣା



-୧୮ରୁ ୨୦ ତାରିଖ ଯାଏ ରାଜ୍ୟର ସବୁ ସ୍କୁଲ ଛୁଟି
-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍କୁଲ ଛୁଟି ଘୋଷଣା
-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ଗଡ଼ିଲା ରେଳତେଲନଦୀ ବ୍ରିଜ ଦେଇ ପୁରୁଣାପାଣି ଷ୍ଟେସନରେ ପହଞ୍ଚିଲାପରୀକ୍ଷାମୂଳକ ରେଳକୁ ନେଇ ଜିଲ୍ଲାବାସୀ ଉତ୍...
12/03/2024

ବୌଦ୍ଧ ଜିଲ୍ଲାକୁ ପ୍ରଥମ ଥର ପାଇଁ ଗଡ଼ିଲା ରେଳ
ତେଲନଦୀ ବ୍ରିଜ ଦେଇ ପୁରୁଣାପାଣି ଷ୍ଟେସନରେ ପହଞ୍ଚିଲା
ପରୀକ୍ଷାମୂଳକ ରେଳକୁ ନେଇ ଜିଲ୍ଲାବାସୀ ଉତ୍ସାହିତ

25/02/2024

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସାହିତ୍ୟ ବିଷୟରେ ପଡ଼ିଥିବା ରଚନା: ମିଶନ ଶକ୍ତି
କିଏ ଲେଖିଛି ଜାଣିନି, ଅବିକଳ ଉଦ୍ଧୃତ କରିଛି...
✍️✍️✍️✍️✍️✍️✍️✍️

#ମିଶନ_ଶକ୍ତି ରଚନା #

"ମିଶନ ଶକ୍ତି" ସରକାରଙ୍କର ଏକ ଯୋଜନା।
ଏହା 'ନୂଆ ଓଡିଶା ନବିନ ଓଡ଼ିଶା' ର ନାରୀ ସଶକ୍ତିକରଣ ଯୋଜନା ଅଟେ। ଏହି ମିଶନ ଶକ୍ତି ମାଧ୍ୟମରେ ସରକାର ସବୁଦିନେ ନାରୀମାନଙ୍କ ଶକ୍ତି ବଢାନ୍ତି। ସେଇ ନାରୀ ମାନଙ୍କ ମଧ୍ୟରୁ ମୋ ମମ୍ମି ଅନ୍ୟତମ। ଏହି ଶକ୍ତି ବଢ଼େଇବା ପାଇଁ ମୋ ମମି ଓ ଆମ ଗାଁ ମାଇପେ ପ୍ରତିଦିନ ନେଳିଆ ଶାଢ଼ୀ ପିନ୍ଧି ସଭା ସମିତିକୁ ଯାଆନ୍ତି। ମୋ ମମ୍ମି ସାଙ୍ଗରେ ଅନ୍ୟ ଆଣ୍ଟି ମାନେ ବି ସବୁଦିନ ଗାଁ ଚଟାଣରେ ବସି ମିଟିଂ କରନ୍ତି। ଆମ ଗାଆଁରେ ଯାହାର ଟଙ୍କା ଦରକାର ହୁଏ, ତାକୁ ମାସକୁ ୩%ରୁ୫% ସୁଧ ପରିମାଣରେ ମୋ ମମି ଟଙ୍କା ଦିଅନ୍ତି। ଏହା ଉକ୍ତ ମିଶନ ଶକ୍ତି ପାଇଁ ସମ୍ଭବ। ମୋ ମମ୍ମୀଙ୍କ ଯୋଉ ଦିନ ଇଚ୍ଛା ହୁଏ ସିଏ ଆମ MLA ଙ୍କ ପାଖକୁ ଯାଆନ୍ତି। ଯୋଉଠି ମନ୍ତ୍ରୀ ଅଫିସର ଆସନ୍ତି ସେଠିକି ବି ମମ୍ମି ଯାଆନ୍ତି। ମମ୍ମି ଘରକୁ ଆସିଲା ବେଳକୁ ମୋ ଜେଜେ ଓ ମାଆ ରୋଷେଇ କରି ଖାଇବାକୁ ଦିଅନ୍ତି ଓ ଜେଜେ ମାଆ ମମି ର ଏଇ ଶକ୍ତିକୁ ଦେଖି ଡରିକି ରହନ୍ତି। ଏଇ ଶକ୍ତି ପାଇଁ ମୋ ବାବା ମମ୍ମିକୁ ମଧ୍ୟ ଭୟ କରନ୍ତି। କିନ୍ତୁ ବାବାଙ୍କ ମଦ ପିଇବା ପାଇଁ, ବାବା ମମ୍ମିର ସୁଧ ପଇସା ଆଦାୟ କରି ଦିଅନ୍ତି। ମମି ସବୁଦିନ ମିଟିଂ ଗଲାପରେ ମୋର ସ୍କୁଲ୍ ଯିବା କି ପାଠ ପଢିବା ବି ଆଉ ଦରକାର୍ ହୁଏନି, ମୋର୍ ଛୁଟି। ମୁଁ ମୋବାଇଲ ଧରି ବେଙ୍ଗ ଭିଡିଓ ଦେଖେ ଏବଂ ମୋ ଆଣ୍ଟି ପୁଅ ଶାଇଙ୍କ ଘରକୁ ମଧ୍ୟ ଯାଏ। ତା ମାମ୍ମି ବି ମିଶନ ଶକ୍ତି ଆଣ୍ଟି। ସିଏ ବି ଘରେ ନରହି ମୋ ମମି ଭଳି ମିଟିଂ କରିବାକୁ ଯାଏ। ସେମାନେ ଗଲାପରେ ଆମେ ଦିନସାରା ଆରାମରେ ମୋବାଇଲ୍ ଧରି ଖେଳୁ। ସେଥିପାଇଁ ଆମେ ମିଶନ ଶକ୍ତିର ଓପର ଦିଦିଙ୍କୁ ଧନ୍ୟବାଦ୍ ଜଣାଉଛୁ।🙏
ଏଇନେ ସବୁଦିନ ମୋ ମମି ନେଳିଆ ଶାଢ଼ୀ ପିନ୍ଧି, ନେଳିଆ ନେଳିଆ କନାବନ୍ଧା ତମ୍ବୁ ତଳେ ଯାଇ ମିଟିଂ କରୁଛି। ମୋ ପାଇଁ ପୁଡ଼ିଆ ବି ଆଣୁଛି। ମୋ ମମି କୁ ବିଡ଼ିଓ ବାବୁଙ୍କ ଠାରୁ ଆରମ୍ଭ କରି, ଚିଆରମ୍ୟାନ ବାବୁ ଏବଂ ବିଧାୟକଙ୍କ ପର୍ଯ୍ୟନ୍ତ, ସମସ୍ତେ ଚିହ୍ନିଛନ୍ତି। ମୋ ଭାଇ ଦିନେ ପାଉଡର ଖାଇ ଥାନାରେ ପଶିଥିଲା, ମୋ ମମି ମିଶନ ଶକ୍ତିର ବଳ ଦେଖେଇ ତାକୁ କାଢି ଆଣିଲା। ଆଗରୁ ମୋ ମମ୍ମି ସ୍କୁଟି ରେ ଯାଉଥିଲା କିନ୍ତୁ ଏବେ ସବୁଦିନ ଗୋଟେ ଧଳା ଗାଡ଼ି ଆସି ସକାଳୁ ସକାଳୁ ମୋ ମମିକୁ ନେଇ ଯାଉଛି, ପୁଣି ଆଣି ଛାଡ଼ି ଯାଉଛି। ଗଲା ବେଳେ ମନରେ ଦୁଃଖ ଥାଏ କିନ୍ତୁ ଆସିଲା ବେଳେ ମନ ପୁରା ପ୍ରଫୁଲ୍ଲ |
ଏବେ ତାର ଡାଇବେଟିସ ଭଲ ହେଇଯାଇଛି ଏବଂ ମୋଟି ମଧ୍ୟ ହୋଇଛି |ସମସ୍ତ ନୋକ ମାନେ କହୁଛନ୍ତି ଯାହାହଉ ଚାକିରୀ ଖଣ୍ଡେ ପାଇଛି,₹5000/- ଟଙ୍କାରେ କେମିତି ଏତେ ଭଳିକି ଭଳି ଶାଢ଼ୀ, ଚୁଡ଼ି ଆଉ ହାର କିଣି ଘର ର ମାନସଂମ୍ମାନ ବଢ଼ାଉଛି |
ଆଗରୁ ମୁଣ୍ଡରେ ଓଢଣୀ ଥିଲା ଏବେ ପୁରା ଖୋଲିକି ଆସୁଛି |
ଆଗରୁ ପାର୍ଲର ଯାଉନଥିଲା ଏବେ ପାର୍ଲର ଯାଇକି ସବୁଦିନ ମସାଜ ହେଇକି ଆସୁଛି |
ମମ୍ମିକୁ ଦିଦି କହିକି କେମିତି ଦେହ ଅଛି ବୋଲି ସମସ୍ତେ ପଚାରୁଛନ୍ତି |

ସବୁ ସେଇ ଶକ୍ତି ପାଇଁ ସମ୍ଭବ ହେଇଛି। ସେଦିନ ମୋ ସାଙ୍ଗ ସାଇ ଓ ମୁଁ ସାଇକେଲରେ ଜେଜେ ମାଆର ଔଷଧ ଆଣିବାକୁ ଛକକୁ ଗଲାବେଳେ, ଦେଖିଲୁ ମମି ଆଉ ଆଣ୍ଟି ପେଣ୍ଡାଲ ଉପରେ ରେକର୍ଡ ଡାନ୍ସ ନାଚୁଥିଲେ। ଆମେ ବି ତଳେ ଥାଇ 'ନବୀନ ବାବୁ ଆମେ ତୁମ ଫ୍ୟାନ' ଗୀତ ବୋଲି ନାଚିଲୁ। ଏ ସବୁ ସେଇ ମିଶନ ଶକ୍ତି ପାଇଁ ସମ୍ଭବ। ତେଣୁ ଛାତ୍ରୀମାନେ ମିଶନ ଶକ୍ତି ହେବେ।

24/02/2024

#୩୪ଟି_ନୂଆ_NAC_ଘୋଷଣା

-୫ଟି NACକୁ ମୁନିସିପାଲଟି ଘୋଷଣା
-ବୌଦ୍ଧଗଡ଼, ଆସ୍କା, ଛତ୍ରପୁର ହେଲା ମୁନିସିପାଲଟି
-କରଞ୍ଜିଆ ଓ କଣ୍ଟାବାଞ୍ଝି ବି ମୁନିସିପାଲଟି ଘୋଷଣା
-ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
-୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ
-୨୦ଟି ଜିଲ୍ଲାରେ ଗଠନ ହେଲା ୩୪ଟି NAC

24/02/2024

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୨୦ଟି ଜିଲ୍ଲାରେ ୩୪ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଚାରିଟି ଜିଲାର ପାଞ୍ଚଟି ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବା ବିଷୟ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ମୟୁରଭଞ୍ଜର କରଞ୍ଜିଆ ବଲାଙ୍ଗିରର କଣ୍ଟାବାଞ୍ଜି ଓ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ଆସ୍କା ଏନଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯାଇଛି।

୫ଟି ଅଧ୍ୟକ୍ଷଙ୍କ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଅବସରରେ ଜନସାଧାରଣଙ୍କ ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।

ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ହେଲା: ଅନୁଗୋଳ ଜିଲ୍ଲାର ପାଲଲହଡା ଓ ଛେଣ୍ଡିପଦା, ବାଲେଶ୍ୱର ଜିଲ୍ଲାର ବସ୍ତା ଓ ସିମୁଳିଆ, ବରଗଡ ଜିଲ୍ଲାର ପାଇକମାଳ ଓ ଭେଡେନ, ଭଦ୍ରକ ଜିଲ୍ଲାର ଅଗରପଡା, ବଲାଙ୍ଗିର ଜିଲ୍ଲାର ବେଲପଡା ଓ ସଂଇତଳା, ଯାଜପୁର ଜିଲ୍ଲାର ବିଞ୍ଝାରପୁର, ପାଣିକୋଇଲି, ଜାରକା ଓ ଚଣ୍ଡିଖୋଲ, କଳହାଣ୍ଡି ଜିଲ୍ଲାର ଜୟପାଟଣା, କନ୍ଧମାଳ ଜିଲ୍ଲାର ରାଇକିଆ, କୋରାପୁଟ ଜିଲ୍ଲାର ବୋରିଗୁମା, ନୂଆପଡା ଜିଲ୍ଲାର ସିନାପାଲି।

ସେହିପରି ରାୟଗଡ ଜିଲ୍ଲାର ଚାନ୍ଦିଲି, ମୁନିଗୁଡା ଓ ବିଷମକଟକ, ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି, ସୁନ୍ଦରଗଡ ଜିଲ୍ଲାର ବଣେଇ, ଗଞ୍ଜାମ ଜିଲ୍ଲାର ଶେରଗଡ ଓ କୁକୁଡାଖଣ୍ଡି, ନୟାଗଡ ଜିଲ୍ଲାର କଣ୍ଟିଲୋ, ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଓ ବେଗୁନିଆ, କଟକ ଜିଲ୍ଲାର ସାଲେପୁର, ବଡମ୍ବା, ନରସିଂହପୁର ଓ ନିଆଳି, ମୟୁରଭଞ୍ଜ ଜିଲ୍ଲାର ବେତନଟି, ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଏବଂ ବୌଦ୍ଧ ଜିଲ୍ଲାର କଣ୍ଟାମାଳ।

16/02/2024

ଖୋର୍ଦ୍ଧାରୋଡ୍-ବାଲାଙ୍ଗୀର ରେଲୱେ ଲାଇନ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲାର ଆଡେଣୀଗଡ ଚାରିଛକ ମଧ୍ୟରେ ନିର୍ମାଣାଧୀନ ୩୧୭ ମିଟର ଲମ୍ବା ପ୍ରଥମ ଟନେଲ ଭାବେ ସଫଳତା ସହ ସମ୍ପୂର୍ଣ୍ଣ କରିଛି ରେଳବାଇ Khurda Road-Balangir Broad Gauge New Rail Line Project!
Fast-Tracking Progress for Raillnfra4Odisha!
Major breakthrough achieved of 317 mtrs long tunnel between Adhenigarh - Charichhak in Boudh District, Odisha.

ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ଚଢଉ On Feb 15, 2024boudh-Rto-basanta-kumar-m...
15/02/2024

ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ସ୍ଥାନରେ ଚଢଉ
On Feb 15, 2024
boudh-Rto-basanta-kumar-mohapatra in vigilance radar
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ୧୦ଟି ସ୍ଥାନରେ ଏକକାଳୀନ ଚଢଉ ଜାରି ରଖିଛି ଭିଜିଲାନ୍ସ ଟିମ୍ । ବୌଦ୍ଧ, ଗଞ୍ଜାମ ଏବଂ ଭୁବନେଶ୍ୱର ସମେତ ଏକାଧିକ ସ୍ଥାନରେ ଚାଲିଛି ଚଢ଼ଉ । ଏହି ଚଢଉରେ ଦୁଇ ଜଣ ଅତିରିକ୍ତ DSP, ୬ ଜଣ DSP, ୬ଜଣ ଇନ୍ସିପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ସାମିଲ ହୋଇଛନ୍ତି।

ବୌଦ୍ଧ RTO ଅଫିସ ସମେତ ଭଞ୍ଜନଗରର ପୈତୃକ ଘର, ବ୍ରହ୍ମପୁରର ସମ୍ପର୍କୀୟଙ୍କ ଘର, ବୌଦ୍ଧର ଭଡାଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଳେଭରେ ଫ୍ଲାଟ, ଶୈଳଶ୍ରୀବିହାର ୱେଷ୍ଟ ଏଣ୍ଡ ଆପାର୍ଟମେଣ୍ ରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସୀରେ ଥ୍ରୀ BHK ପ୍ଲାଟ, କଳାରାହାଙ୍ଗ Z1 ଆପାର୍ଟମେଣ୍ଟରେ ଫ୍ଲାଟ, ଉତ୍କଳ କନିକା ଗେଲେରିଆରେ ଦୁଇଟି କମରସିଆଲ ସପିଙ୍ଗ କମ୍ପ୍ଲେକ୍ସ, ପାହାଳ ଉତ୍କଳ ସିଗ୍ନେଚରରେ ଗୋଟିଏ ରୁମ ଠାବ କରିଛି ଭିଜିଲାନ୍ସ।

14/02/2024

video 2023 girl # India

09/02/2024

*ଖବର ଆଜିର*
ତାରିଖ ୦୮/୦୨/୨୪, ଗୁରୁବାର

୧-ଆଜିଠୁ ପୁରୀ - ସୁବର୍ଣ୍ଣପୁର ସାପ୍ତାହିକ ଏକ୍ସପ୍ରେସ ନିୟମିତ ଚାଲିବ।

୨-ନୂଆ ଦିଲ୍ଲୀ:ସସ୍ମିତ ପାତ୍ରଙ୍କୁ ଶ୍ରେଷ୍ଠ ସାଂସଦ ପୁରସ୍କାର।

୩-ଭୁବନେଶ୍ୱର: ଘାତକ ସାଜୁଛି ବଜ୍ରପାତ,୫ ବର୍ଷରେ ୧୪୭୨ ମୃତ।

୪-ପୁରୀ:ପଣା ସଂକ୍ରାନ୍ତି ତିଥିକୁ ନେଇ ପଞ୍ଜିକାରଙ୍କ ଦ୍ବିମତ,୧୨ରେ ଚୂଡାନ୍ତ ନିଷ୍ପତ୍ତି।

୫-ବିଧାନସଭା ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ । ଦାରିଦ୍ର୍ୟ ସୀମାରେଖା ତଳେ ରାଜ୍ୟରେ ରହିଛନ୍ତି ୧୦ ପ୍ରତିଶତ ଲୋକ।

୬-ବୈପାରିଗୁଡା:ଗୁପ୍ତେଶ୍ୱର ଡକ୍ରି ଘାଟିରେ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ, ଡ୍ରାଇଭର ମୃତ।

୭-ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଚକ୍ରଧାରୀ ଚରଣ ସିଂ: ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ।

୮-ପୁରୀ:୫୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ସିଜ୍‌, ଦୁଇ ବେପାରୀଙ୍କୁ ବାନ୍ଧିଲା ପୋଲିସ।

୯-ଅର୍ପଣ ରଥରେ ଉଷୁନା ଚାଉଳ ପ୍ରସଙ୍ଗରେ ବିରୋଧୀଙ୍କ ହୋହଲ୍ଲା, ପରୀ ପ୍ରସଙ୍ଗରେ ବିଜେପିର କ୍ଷମା ପ୍ରାର୍ଥନା ଦାବିରେ ବିଜେଡିର ଧାରଣା।

୧୦-ରାଉରକେଲାରୁ ରାହୁଲଙ୍କ ଟାର୍ଗେଟ୍ । ଉଭୟ ବିଜେଡି ଓ ବିଜେପିକୁ କଲେ ସମାଲୋଚନା । କହିଲେ, ଓଡିଶାରେ ଚାଲିଛି ସହଭାଗୀ ସରକାର।

୧୧-ପରୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ରଖିଲେ ବିବୃତି; କହିଲେ, ବିରୋଧୀ କରୁଛନ୍ତି ହୀନ ରାଜନୀତି।

୧୨-ଅନ୍ଧାରୁଆଠାରେ ଆଇକନିକ୍‌ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ, ପଢ଼ିବେ ୧୦୦୦ରୁ ଅଧିକ ଉଚ୍ଚ ମାଧ୍ୟମିକ ଛାତ୍ର ଛାତ୍ରୀ।

୧୩-ଛାତ୍ରଛାତ୍ରୀଙ୍କ ସହ ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି।

୧୪-ଶରଦ ପାୱାରଙ୍କ ଦଳର ନୂଆ ନାମ – ଏନସିପି ଶରଦଚନ୍ଦ୍ର ପାୱାର।

୧୫-ତାମିଲନାଡୁର ଓଟାକାମୁଣ୍ଡ ନୀଳଗିରି ଜିଲ୍ଲାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବାରୁ ୫ ଜଣ ମହିଳାଙ୍କ ମୃତ୍ୟୁ ।

୧୬-ନୂଆ ଦିଲ୍ଲୀ: ଶୁକ୍ରବାର ରାତି ୧୧ଟା ୪୫ରୁ ପରଦିନ ସକାଳ ୪ଟା ୧୫ ପର୍ଯ୍ୟନ୍ତ ଦିଲ୍ଲୀ ପିଆରଏସ୍ ସେବା ସାମୟିକ ଭାବେ ବନ୍ଦ ରହିବ।

୧୭-ନୂଆଦିଲ୍ଲୀ:ସଂସଦ ଭବନରେ ‘ତ୍ରୁଟି’ କହିଥିବା ବାସ୍ତୁ ବିଶେଷଜ୍ଞଙ୍କୁ ଗିରଫ କଲା ପୋଲିସ, ୬୫ କୋଟି ଠକେଇ ନେଇ ରହିଛି ମାମଲା।

୧୮-୨୦ ଲକ୍ଷ ଭାରତୀୟଙ୍କୁ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଦେବ ମାଇକ୍ରୋସଫ୍ଟ।

*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

09/02/2024

*ଖବର ଆଜିର*
*ତାରିଖ ୦୭/୦୨/୨୪, ବୁଧବାର*

*୧-ଭୁବନେଶ୍ୱର:ଫେବୃୟାରୀରେ ଅସହ୍ୟ ତାତି,୩୩ ଡିଗ୍ରୀ ଛୁଇଁଲା ୧୩ ସହର।*

*୨-କୋଣାର୍କ:୧୬ରେ ମାଘ ସପ୍ତମୀ ବୁଡ଼,ଭୋର ୪ଟା ୩୪ରେ ଠାକୁରଙ୍କ ସ୍ନାନ ପରେ ବୁଡ଼ ପକାଇବେ ଶ୍ରଦ୍ଧାଳୁ।*

*୩-ଭୁବନେଶ୍ୱର:୨୦୨୫ ସୁଦ୍ଧା ସବୁ ପରିବାରକୁ ମିଳିଯିବ ବିଶୁଦ୍ଧ ପାଣି: ମନ୍ତ୍ରୀ।*

*୪-ବଜ୍ରପାତକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରାଯାଉ: ରାଜ୍ୟ ସଭାରେ ମାନସ ମଙ୍ଗରାଜଙ୍କ ଦାବି।*

*୫-ବାଲିଚନ୍ଦ୍ରପୁର: ପ୍ରସିଦ୍ଧ ଓଳାଶୁଣି ଗୁମ୍ଫା ମେଳା ଆରମ୍ଭ,୨୦ ହଜାର ଦର୍ଶକଙ୍କ ସମାଗମ।*

*୬-ମାଲକାନଗିରି: Reels ନିଶା, ପାଣିରେ ଖସିପଡିଲେ ଦୁଇ ଯୁବତୀ,ଜୀବନ ବଞ୍ଚାଇଲେ ୨ ଡ୍ରାଇଭର।*

*୭-କଟକ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ଫଳ ପ୍ରକାଶିତ।*

*୮-ନୂଆଦିଲ୍ଲୀ:୨୯ ଟଙ୍କାରେ ମିଳିବ ଚାଉଳ, ଆରମ୍ଭ ହେଲା ଭାରତ ରାଇସ୍ ବ୍ରାଣ୍ଡ।*

*୯-'ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ତିରିଶ ହଜାର କଳାକାର, ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ବଢ଼ି ୮୦ ହଜାରକୁ ବୃଦ୍ଧି।*

*୧୦-କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ ! ମଦ ପିଇ ଗାଡ଼ି ଚଳାଇଲେ ଫାଇନ୍ ନୁହେଁ ସିଧା ଗିରଫ।*

*୧୧-ଦେବବ୍ରତଙ୍କୁ ମିଳିବ ୧୦ମ ଜଗଦୀଶ କଥା ସମ୍ମାନ, ପ୍ରଜ୍ଞାପ୍ରବର୍ତ୍ତିକାଙ୍କୁ ‘ଜଗଦୀଶ ଯୁବ ସମ୍ମାନ’।*

*୧୨-ଭାରତ ଯୋଡ ନ୍ୟାୟ ଯାତ୍ରା ପାଇଁ ସୁନ୍ଦରଗଡ ଜିଲ୍ଲାରେ ରାହୁଲ ଗାନ୍ଧୀଙ୍କ ଦୁଇ ଦିନିଆ ରହଣି କାର୍ଯ୍ୟକ୍ରମ।*

*୧୩-ରେଭେନ୍ସା ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ, ୨୫୦ କୋଟି ମଞ୍ଜୁର କଲେ ରାଜ୍ୟ ସରକାର।*

*୧୪-ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍‌, ଆସ୍ଥା ସ୍ପେଶାଲରେ ଅଯୋଧ୍ୟା ଗଲେ ୧୪୦୦ ରାମ ଭକ୍ତ।*

*୧୫-ଖୋର୍ଦ୍ଧା, ସୁଦର୍ଶନ ନଗର:ଟ୍ୟୁସନ ସାରଙ୍କ ଘରକୁ ବୋମାମାଡ଼, ଘଟଣାସ୍ଥଳରେ ପୁଲିସର ଛାନଭିନ ଆରମ୍ଭ।*

*୧୬-ମଧ୍ୟପ୍ରଦେଶର ହରଦାସ୍ଥିତ ବୈରାଗଡ଼ରେ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ; ୭ ମୃତ, ୬୦ରୁ ଅଧିକ ଆହତ।*

*୧୭-୧୯ ବର୍ଷରୁ କମ ବିଶ୍ଵକପ୍: ସଚିନ-ଉଦୟଙ୍କ ଲଢୁଆ ଅର୍ଦ୍ଧଶତକ, ଦ. ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ଭାରତ।*

*୧୮-ବ୍ରାଣ୍ଡ ଗାର୍ଡିଆନସିପ୍ ଇଣ୍ଡେକ୍ସ ୨୦୨୪ ରେ ମୁକେଶ ଅମ୍ବାନୀ ଶୀର୍ଷ ଭାରତୀୟ ଏବଂ ବିଶ୍ୱରେ ଦ୍ୱିତୀୟ : ରିପୋର୍ଟ।*

*୧୯-୧୬୪୩ କିମି ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼: ଅମିତ୍ ଶାହା।*

*୨୦-ଚିଲିର ଭାଲପାରାଇସୋ ଅଞ୍ଚଳରେ ଭୟଙ୍କର ବନାଗ୍ନୀ, ଗଲାଣି ୧୨୨ ଜୀବନ।*
*🙏 ସୁପ୍ରଭାତ, ଗୁଡମର୍ଣିଂ 🙏*

New train from   -   will be flagged off tomorrow through Video conferencing (Probably) by Prime Minister  at  Pic of So...
02/02/2024

New train from - will be flagged off tomorrow through Video conferencing (Probably) by Prime Minister at
Pic of Sonepur Railway Station where Rake has been kept ready.


New train from   -   will be flagged off tomorrow through Video conferencing (Probably) by Prime Minister  at  Pic of So...
02/02/2024

New train from - will be flagged off tomorrow through Video conferencing (Probably) by Prime Minister at
Pic of Sonepur Railway Station where Rake has been kept ready.


ଗାଁରୁ ସହର ସବୁଠି ଗଣତନ୍ତ୍ରର ପର୍ବ । ସମସ୍ତଙ୍କୁ ୭୫ତମ ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
26/01/2024

ଗାଁରୁ ସହର ସବୁଠି ଗଣତନ୍ତ୍ରର ପର୍ବ ।
ସମସ୍ତଙ୍କୁ ୭୫ତମ ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

25/01/2024

କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ଚାଲିଥିବା କିଛି ଦ୍ଵନ୍ଦ ର ସ୍ପଷ୍ଟୀକରଣ-

ତାରିଖ -25/01/2024

କନିଷ୍ଠ ଶିକ୍ଷକ ନିଯୁକ୍ତି କୁ ନେଇ ଚାଲିଥିବା କିଛି ଦ୍ଵନ୍ଦ ର ସ୍ପଷ୍ଟୀକରଣ-
ସରକାର ୨୦୨୩ ମସିହା ରେ ୨୦୦୦୦ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଥିଲେ, ଯେଉଁଥିରେ ଓଡ଼ିଶାର ୯୩୦୦୦ ଆଶାୟୀ computer based test deba ପାଇଁ online ଆବେଦନ କରିଥିଲେ।
ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଙ୍କୁ ନେଇ online test ଗୋଟେ ଦିନ ରେ କରାଯିବା ସମ୍ଭବ ନ ଥିବା କାରଣରୁ Oct 3-17 ମଧ୍ୟରେ phase wise ପରୀକ୍ଷା କରାଯାଇଥିଲା। ଆଗକୁ ନିର୍ବାଚନ ଥିବାରୁ କାରଣରୁ ସରକାର ଙ୍କ ଆଭିମୁଖ୍ୟ ଥିଲା କି ଏହି ନିଯୁକ୍ତି ପରୀକ୍ଷା କୁ ସମ୍ପୂର୍ଣ୍ଣ ରୂପେ ସ୍ବଚ୍ଛତା ର ସହ ସମ୍ପନ୍ନ କରାଯିବ। ସେଥି ପାଇଁ ପରୀକ୍ଷା ସରିବାର ୪ ରୁ ୫ ଦିନ ମଧ୍ୟରେ ପରୀକ୍ଷାର୍ଥୀ ମାନେ ନିଜ ପ୍ରଶ୍ନପତ୍ର ସହିତ ନିଜେ ଚୟନ କରିଥିବା ଉତ୍ତର ଏବଂ ପ୍ରତ୍ୟେକ ପ୍ରଶ୍ନ ର ସଠିକ୍ ଉତ୍ତର OSEPA ୱେବସାଇଟ ରେ ଛାଡ଼ିଦିଆଯାଇଥିଲା। ଯାହା ଫଳରେ କି ପିଲା ମାନେ ସେ ସବୁ ର ଯାଞ୍ଚ କରି ନିଜର score ଆକଳନ କରିପାରିବେ, ଏବଂ ଓସେପା ଦ୍ଵାରା ଦିଆଯାଇଥିବା ମଡେଲ answer ଭିତରୁ ପିଲାମାନଙ୍କୁ ଯଦି କୌଣସି ଉତ୍ତର ରେ ସନ୍ଦେହ ଆସେ ତେବେ ସେମାନେ ସେଇ ପ୍ରଶ୍ନ ଏବଂ ଉତ୍ତର ର ପୁନଃ ଯାଞ୍ଚ୍ ପାଇଁ ଆବେଦନ କରିପାରିବେ। ଏହାର ପାଖାପାଖି ୫୦ ଦିନ ପରେ ଅର୍ଥାତ୍ january 15 re OSEPA ୱେବସାଇଟ ରେ ଏକ ମେଧା ତାଲିକା ପ୍ରକାଶ ପାଇଥିଲା ଯେଉଁଥିରେ ୧୮୭୮୮ ପ୍ରାର୍ଥୀ ଙ୍କ ନାମ ସ୍ଥାନ ପାଇଥିଲା ଏବଂ ପାଖାପାଖି ୧୨୧୨ଟି ସିଟ୍ ସେଇ ବର୍ଗ(category) ର ଯୋଗ୍ୟ ପାର୍ଥୀ ନମିଳିବା କାରଣ ରୁ ଖାଲି ରହିଥିଲା। ଏହି ୧୮୭୮୮ ପରୀକ୍ଷାର୍ଥୀ ଙ୍କ ସମସ୍ତ certificate/ document verification ପରେ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଙ୍କୁ ନିଯୁକ୍ତି ପତ୍ର ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଲା। ଏଥିରେ କେବଳ ୨ ଟି ଅସୁବିଧା ରହିଥିଲା,
୧) ମେଧା ତାଲିକା ରେ ଥିବା କିଛି ପରୀକ୍ଷାର୍ଥୀ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ଉଭୟ ପଦବୀ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ, ସେମାନେ ସେଥିରୁ ଯେକୌଣସି ଗୋଟେ ରେ ନିଯୁକ୍ତି ପାଇଲେ ଅନ୍ୟ ପଦବୀଟି ଖାଲି ରହିବ।
୨) ଦ୍ଵିତୀୟ ରେ ମେଧା ତାଲିକା ରେ ସ୍ଥାନ ପାଇଥିବା କିଛି ପରୀକ୍ଷାର୍ଥୀ ନିକଟ ଅତୀତ ରେ ଅନ୍ୟ ସରକାରୀ ଚାକିରି ରେ ଯଥା - High school teacher, KVS, PEO ଆଦି ରେ ସ୍ଥାନ ପାଇଛନ୍ତି। ଯଦି ସେମାନେ ଏହି କନିଷ୍ଠ ଶିକ୍ଷକ ରେ join ନ କରନ୍ତି ତାହେଲେ ମଧ୍ୟ କିଛି କନିଷ୍ଠ ଶିକ୍ଷକ ପଦବୀ ଖାଲି ରହିଯିବ।
ଏହି ଦୁଇଟି ସମସ୍ୟା କୁ ଦୂର କରିବାକୁ ସମସ୍ତ ପ୍ରାର୍ଥୀ ମାନଙ୍କର ଆବେଦନ ଏହା ଥିଲା କି ଯଦି ସରକାର drift list ରେ ଦେଢ଼ ଗୁଣା କିମ୍ବା ଦୁଇଗୁଣା ପାର୍ଥୀ ଙ୍କୁ ନେଇ document verification କରାନ୍ତି ତାହେଲେ ପାଖାପାଖି ସମସ୍ତ ୨୦୦୦୦ ପଦବୀ ପୂରଣ ହୋଇଯିବ।
କିନ୍ତୁ କିଛି ଅସାଧୁ ବ୍ୟକ୍ତି ନିଜ ସ୍ବାର୍ଥ କୁ ପୂରଣ କରିବା ପାଇଁ ଏବଂ ରାଜନୈତିକ ଫାଇଦା ହାସଲ କରିବା ପାଇଁ ପିଲାମାନଙ୍କର ଉଚିତ୍ ଦାବି କୁ ସରକାର କିମ୍ବା ଜନସାଧାରଣ ଙ୍କ ସମ୍ମୁଖ କୁ ନ ଆଣି ମହାଲ ମାଣ୍ଡା ପ୍ରସଙ୍ଗ ଏବଂ ନିଯୁକ୍ତି ରେ ପଇସା କାରବାର ର ମିଥ୍ୟା ଅଭିଯୋଗ ଆଣି ପିଲାମାନଙ୍କୁ ନିଜ ଉଚିତ୍ ହକ୍ ପାଇବା ରୁ ବଞ୍ଚିତ କଲେ।
(ମହାଲ ମାଣ୍ଡା ପ୍ରସଙ୍ଗ କଣ ଥିଲା - କୌଣସି ଏକ ବ୍ୟକ୍ତି online ଆବେଦନ ସମୟରେ ନିଜ ନାମ ସ୍ଥାନ ରେ ମହାଲ ମାଣ୍ଡା ଏବଂ ନିଜ ବାପା ଙ୍କ ନାମକୁ ମହାଲ ମାନ୍ଦା ପ୍ରୋ ରୂପେ ଆବେଦନ କରିଥିଲେ, ଆପଣ ସମସ୍ତେ ଜାଣନ୍ତି ଯେକୌଣସି ବି ଫର୍ମ ଆବେଦନ ସମୟରେ ନିଜ ନାମକୁ ଭୁଲ entry କଲେ ସେହି ଭୁଲ୍ ନାମରେ admit card issue ହୋଇଥାଏ, ଏଥିରେ OSEPA କିମ୍ବା ସରକାର ଙ୍କର ଭୂମିକା କଣ? ଯଦି ବି admit card issue ହୁଏ ଏଭଳି ପରୀକ୍ଷାର୍ଥୀ ପରୀକ୍ଷା ହଲ ରେ ପ୍ରବେଶ କରିପାରିବେ ନାହିଁ କାରଣ exam hall କୁ ଯିବା ପୂର୍ବରୁ admit card ସହ ଆଧାର କାର୍ଡ ଏବଂ fingerprint Scan କରାଯାଉଥିଲା। ତେଣୁ ଏ ପ୍ରସଙ୍ଗ ଉଠାଇବା କେତେଦୂର ଯୁକ୍ତିଯୁକ୍ତ ଥିଲା?)
ବର୍ତ୍ତମାନ drift merit list ରେ ସ୍ଥାନ ପାଇନଥିବା କିଛି ଆଶାୟୀ ଏହି ନିଯୁକ୍ତି ପ୍ରକ୍ରିୟା କୁ ରାଜ୍ୟଭିତ୍ତିକ ନ କରି ଜିଲ୍ଲାଭିତ୍ତିକ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ର ଦ୍ବାରସ୍ଥ ହୋଇଛନ୍ତି, ଯାହା ଫଳରେ କି ପରିଶ୍ରମ କରି ଯୋଗ୍ୟତା ବଳରେ ମେଧା ତାଲିକା ରେ ସ୍ଥାନ ପାଇଥିବା ପିଲାମାନଙ୍କ ନିଯୁକ୍ତି ଉଚ୍ଚ ନ୍ୟାୟାଳୟ ଙ୍କ ଆଦେଶ କ୍ରମେ Stay ହୋଇ ରହିଛି। ବର୍ତ୍ତମାନ କେବଳ ପରିଶ୍ରମ କରି ମେଧା ତାଲିକା ରେ ସ୍ଥାନ ପାଇଥିବା ପ୍ରାର୍ଥୀ ହିଁ suffer ହେବେ। ବର୍ତ୍ତମାନ ସମୟ ଆସିଛି ସମସ୍ତେ ସତ୍ୟ କଣ ବୁଝିବାର। କୌଣସି ବି ମିଡିଆ ପ୍ରକୃତ ସତ୍ୟ କୁ ଲୋକଙ୍କ ସମ୍ମୁଖ କୁ ଆଣୁନାହାନ୍ତି। ତେଣୁ ପ୍ରକୃତ ସତ୍ୟ କଣ ସମସ୍ତେ ଜାଣିବା ଦରକାର।

କିଛି ପିଲାମାନଙ୍କର ଅଭିଯୋଗ ରହିଛି କି କିଛି ପିଲା ଅଧିକ ମାର୍କ ରଖି ନିଯୁକ୍ତି ପାଇନାହାନ୍ତି ଏବଂ କମ ମାର୍କ ରଖି ନିଯୁକ୍ତି ପାଇଛନ୍ତି। ଏହାର କାରଣ ମଧ୍ୟ ସମସ୍ତେ ଜାଣିଛନ୍ତି, ଯେ କି ଯେତେବେଳେ ଏକ ନିଯୁକ୍ତି ମୂଳକ ପରୀକ୍ଷା ଗୋଟେ ଦିନରେ shift ରେ ନ ହୋଇ shift wise ଅଲଗା ଅଲଗା ଦିନରେ ହୋଇଥାଏ, ସବୁ shift ରେ ପ୍ରଶ୍ନପତ୍ର ଅଲଗା ଅଲଗା ହୋଇଥାଏ, ସେଥିପାଇଁ କିଛି shift ରେ ପ୍ରଶ୍ନ ଅନ୍ୟ shift ର ପ୍ରଶ୍ନ ଅପେକ୍ଷା ସହଜ କିମ୍ବା କଷ୍ଟ ହେଇଥାଏ। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀ ଚୟନ ନିମନ୍ତେ ଏକ Normalisation process follow କରାଯାଏ। ଯାହାକି ଏହି କନିଷ୍ଠ ଶିକ୍ଷକ ନିଯୁକ୍ତି ରେ ମଧ୍ୟ କରାଯାଇଛି। ଆହୁରି ମଧ୍ୟ ଏହି ୨୦୦୦୦ ପଦବୀ ଏକ ବର୍ଗ ଭୁକ୍ତ ନୁହେଁ, ଏଥିରେ Paper 1, Paper2, Science, Arts, Unreserve, SEBC, SC, ST, PH ଆଦି ବିଭିନ୍ନ category and sub-category ରେ ବର୍ଗୀଭୂକ୍ତ। ତେଣୁ କିପରି ଏସବୁ category & sub-category କୁ ନ ଦେଖି କେବଳ ମାର୍କ କୁ ତୁଳନା କରିବା କେତେଦୂର ଯୁକ୍ତିଯୁକ୍ତ?

ସତ୍ୟ କୁ ସମସ୍ତେ ବୁଝନ୍ତୁ ଏବଂ ସମସ୍ତଙ୍କୁ ଜଣାନ୍ତୁ।

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ଆନନ୍ଦ ଓ ଉଲ୍ଲାସ ପ...
15/01/2024

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ଆନନ୍ଦ ଓ ଉଲ୍ଲାସ ପରିପୂର୍ଣ୍ଣ ହେଉ। #ମକରସଂକ୍ରାନ୍ତି

08/01/2024

*🌄ସକାଳର ଖବର, ୦୮-ଜାନୁଆରୀ-୨୦୨୪, ସୋମବାର*

➡️୧-ରାଜ୍ୟର ୨୦୬୪ଟି ହାଇସ୍କୁଲ ଶିକ୍ଷକ ପଦ ପୂରଣ ନିମନ୍ତେ ଆଜିଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀ ମାସ ୭ ତାରିଖରେ ହେବ ସମାପ୍ତ ।

➡️୨-ପାଠ ପଢା ପାଇଁ ସରକାରଙ୍କ ଆର୍ଥିକ ସହାୟତା, ଏଣିକି +୨ ଯାଏ ଝିଅଙ୍କୁ ମିଳିବ ୧୨ ହଜାର ଟଙ୍କା l ହିମାଚଳ ପ୍ରଦେଶ ସରକାରଙ୍କ ଏହି ଯୋଜନାକୁ ନେଇ ହେଉଛି ଅନେକ ଚର୍ଚ୍ଚା l

➡️୩-ଏଣିକି ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖିବାକୁ ସମସ୍ତ ଡାକ୍ତରଙ୍କୁ ମାନ୍ୟବର ହାଇକୋର୍ଟ ଦେଲେ ନିର୍ଦ୍ଦେଶ l

➡️୪-ଆସନ୍ତା ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ l ଲୋକାର୍ପିତ ହେବ ଅକ୍ଷର ଭୂମି l

➡️୫-ଆଜିଠାରୁ ପରିବହନ ଶ୍ରମିକ ମହାସଂଘର ଧର୍ମଘଟ ଡାକରା l ପେଟ୍ରୋଲ ଓ ଡିଜେଲ ଲୋଡିଂ ହେବ ବନ୍ଦ l ସେପଟେ ତେଲ ସରିବା ଭୟରେ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ l

➡️୬-ସୁରକ୍ଷା ବଳୟରେ ଅଯୋଧ୍ୟା, ୭ ସୁରକ୍ଷା ଏଜେନ୍ସି ହୋଇଛି ଛାଉଣି, ତଲାସୀରେ ଲାଗିଛନ୍ତି ୧୫ ଟି ଟିମ୍ l ସେହିପରି ପ୍ରାଣ ପ୍ରତିଷ୍ଠାରେ ନିୟୋଜିତ ହେ‌ବେ ୩୦ହଜାର ଯବାନ l

➡️୭-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଆଜିଠାରୁ ହୀରାକୁଦ ଜଳଭଣ୍ଡାରରେ ଆରମ୍ଭ ହେଲା ପକ୍ଷୀ ଗଣନା l ପକ୍ଷୀ ଗଣନା ପ୍ରତ୍ୟହ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ। ୩୩ ପକ୍ଷୀ ବିଶେଷଜ୍ଞଙ୍କ ସହ ମୋଟ ୭୮ ଜଣ ଟିମରେ ସାମିଲ ଅଛନ୍ତି ।

➡️୮-ଆଜିଠାରୁ ତିନି ଦିନିଆ ବ୍ରିଟେନ ଗସ୍ତରେ ଯିବେ ରାଜନାଥ ସିଂ, ୨୨ ବର୍ଷରେ ପ୍ରଥମ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ l

➡️୯-ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟରେ ଏକା ବେଳେ ଠାବ ହେଲେ ୪ କଳାବାଘ,

➡️୧୦-ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କ ଡ୍ରଗ୍‌ସ ଖାଉଥିବା ଆସିଲା ଅଭିଯୋଗ l ତାଙ୍କ ଦୁଇ କଂପାନି ଟେସ୍‌ଲା ଓ ସ୍ପେସ୍‌ଏକ୍ସ ବୋର୍ଡର କିଛି ସଦସ୍ୟ ଏନେଇ ଚିନ୍ତା ପ୍ରକଟ କରିଛନ୍ତି।

➡️୧୧-ଜାନୁଆରୀ ୨୧ରୁ କଂଗ୍ରେସର ବସ୍ ଯାତ୍ରା, ଜନତାଙ୍କ ନିକଟକୁ ଯିବେ ନେତା ଓ ବିଧାୟକ l

➡️୧୨-ମାଲକାନଗିରି ଜିଲ୍ଲାରେ ସଫଳ ହେଲା ଉଡାଜାହାଜ ଟ୍ରାଏଲ ରନ l ଗତକାଲି ପ୍ରଥମ ଥର ପାଇଁ ପରୀକ୍ଷା ମୂଳକ ଭାବେ ବିମାନ ବନ୍ଦରରେ ଅବତରଣ କଲା ଭି ଟି ୧୦୦ ବିମାନ l

➡️୧୩-ଆର୍ବଜନା ମୁକ୍ତ ସହର ପାଇଁ ଜାତୀୟ ସ୍ତରରେ ଚୟନ ହୋଇ ଆସନ୍ତା ୧୧ ତାରିଖରେ ରାଷ୍ଟ୍ରପତିଙ୍କ ନିକଟରୁ ପୁରସ୍କାର ପାଇବ ଭଞ୍ଜନଗର ଏନ୍ଏସି l

➡️୧୪-ଅସ୍ତବ୍ୟସ୍ତ କରୁଛି ଶୀତ, ଦିଲ୍ଲୀ ପରେ ପଞ୍ଜାବ ସରକାର ବଢ଼ାଇଲେ ସ୍କୁଲ ଛୁଟି ଅବଧି l ଶୀତ ଲହରକୁ ଦେଖି ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ବେସରକାରୀ ସ୍କୁଲ ଜାନୁଆରୀ ୮ ରୁ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ପୂର୍ବରୁ ପ୍ରବଳ ଶୀତ ଯୋଗୁ ଦିଲ୍ଲୀରେ ସ୍କୁଲ୍‌ ଛୁଟିକୁ ଆଉ ୫ ଦିନ ବଢ଼ାଇଛନ୍ତି ଦିଲ୍ଲୀ ସରକାର।

➡️୧୫-୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାନୁଆରି ୧୩ରେ ବିହାରରୁ ପ୍ରଚାର ଅଭିଯାନ ଆରମ୍ଭ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ l

➡️୧୬-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ମନ୍ତ୍ରୀଙ୍କ ବିରୋଧରେ ମାଲଦ୍ୱୀପ ସରକାର କାର୍ଯ୍ୟାନୁଷ୍ଠାନ ନେଇ ତିନି ମନ୍ତ୍ରୀ ହେଲେ ନିଲମ୍ୱିତ l ସେପଟେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରୁଛି ବୟକଟ୍‌ ମାଳଦ୍ବୀପ l

➡️୧୭-କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତାକାଲି ପୁଣି ଝୁମିବେ ଫୁଟ୍‌ବଲ୍‌ ପ୍ରଶଂସକ। ଭାରତର ଅନ୍ୟତମ ସର୍ବପୁରାତନ ଫୁଟ୍‌ବଲ୍ ପ୍ରତିଯୋଗିତା କଳିଙ୍ଗ କପ୍ ଏବେ ସୁପର୍ କପ୍ ରୂପରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ।

➡️୧୮-ଆସନ୍ତା ୧୧ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ପାଇଁ ଭାରତୀୟ ଦଳ ହେଲା ଘୋଷଣା l ଦଳକୁ ପ୍ରତ୍ୟାବର୍ତନ କଲେ ରୋହିତ ଶର୍ମା ଏବଂ ବିରାଟ କୋହଲି l

➡️୧୯-ଜାନୁୟାରୀ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ ।

➡️୨୦-ଆହତ କାରଣରୁ ଅଷ୍ଟ୍ରେଲିଆନ ଓପନ ୨୦୨୪ ମୁକାବିଲାରୁ ଓହରିଲେ ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ସ୍ପେନ୍‌ ଟେନିସ୍ ଷ୍ଟାର୍ ରାଫେଲ ନାଡାଲ୍।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

07/01/2024

*🌄ସକାଳର ଖବର, ୦୭-ଜାନୁଆରୀ-୨୦୨୪, ରବିବାର*

➡️୧-ଜାନୁଆରୀ ୨୭ରେ ହେବ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ l ମା’ଙ୍କ କାମରେ ସମସ୍ତଙ୍କ ସହଯୋଗ କାମନା କଲେ ମୁଖ୍ୟମନ୍ତ୍ରୀ l

➡️୨-ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ପରେ ଶେଷରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ l ଭିଡିଓ ବାର୍ତ୍ତା ଜାରି କରି ଆହ୍ୱାନ ଦେଲେ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।

➡️୩-ଆଜିଠାରୁ ୯ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଆୟୋଜିତ ହେବ ଏକାଦଶ ପର୍ଯ୍ୟାୟ ସାଗର ପରିକ୍ରମା l

➡️୪-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁରର କ୍ରୀଡ଼ା ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ଗତକାଲି ଭିଡିଓ କନ୍‌ଫରେନ୍ସ ଜରିଆରେ ୧୨୦ କୋଟି ଟଙ୍କା ପ୍ରକଳ୍ପର କଲେ ଶୁଭାରମ୍ଭ l

➡️୫-ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାନ୍ରୁୟାରୀ ମାସର ରବିବାର ସମେତ ସମସ୍ତ ଛୁଟି ଦିନ ଗୁଡ଼ିକରେ ଆଜିଠାରୁ ଲୋକସେବା ଭବନର ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ।

➡️୬-ଆସନ୍ତା ୮ ତାରିଖରୁ ସବୁ କଲେଜରେ +୨ ବିଜ୍ଞାନ ପିଲାଙ୍କୁ ମାଗଣାରେ NEET ଓ JEE ପାଇଁ ଦିଆଯିବ ଅନ୍‌ଲାଇନ୍‌ କୋଚିଂ l ଏ ନେଇ ସମସ୍ତ ସରକାରୀ ଓ ଅନୁଦାନ ପ୍ରାପ୍ତ କଲେଜକୁ DHSE ଦେଲେ ନିର୍ଦ୍ଦେଶ l

➡️୭-ଭାରତୀୟ ସୌର ମିସନ ଆଦିତ୍ୟ ଏଲ୍‌-୧ ଗତକାଲି ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଦେଶର ଏକ ଐତିହାସିକ ସଫଳତା କହି ଟିମ୍‌କୁ ଅଭିନନ୍ଦନ ଜଣାଇବା ସହ କଲେ ପ୍ରଶଂସା l

➡️୮-ୟୁରିଆ ଗୋଲ୍ଡ ସାର ଲଞ୍ଚ କରିବାକୁ କେନ୍ଦ୍ର ସରକାର ଦେଲେ ମଞ୍ଜୁରି l ୟୁରିଆ ଗୋଲ୍ଡର ୪୦ କେଜିଆ ବ୍ୟାଗ୍‌ର ମୂଲ୍ୟ ମାତ୍ର ୨୬୬.୫୦ ଟଙ୍କା ରଖାଯାଇଛି।

➡️୯-ପୂରଣ ହେଲା ଦୀର୍ଘଦିନର ସ୍ବପ୍ନ, ଦଶପଲ୍ଲାକୁ ଗଡ଼ିଲା ଟ୍ରେନ୍। ସେପଟେ ନୟାଗଡ଼ବାସୀଙ୍କ ପାଇଁ ବି ଆସିଲା ଖୁସିଖବର। ଏଣିକି ଦଶପଲ୍ଲା ପରେ ଏବେ ଖଣ୍ଡପଡ଼ା ଏବଂ କଣ୍ଟିଲୋକୁ ମଧ୍ୟ ଖୁବଶୀଘ୍ର ଚାଲିବ ଟ୍ରେନ୍‌ l ଖୁବଶୀଘ୍ର ରେଳ ଲାଇନ୍‌ ପାଇଁ ଆରମ୍ଭ ହେବ ପ୍ରକ୍ରିୟା l

➡️୧୦-ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିରରେ ‘୫୧ ଇଞ୍ଚର ହେବ ରାମଲାଲାଙ୍କ ବାଳକ ସ୍ୱରୂପ ମୂର୍ତ୍ତି’, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସୂଚନା ଦେଲେ ଚମ୍ପତ ରାୟ l

➡️୧୧-ପ୍ରାଣୀଧନ ଜନ୍ମ ନିୟନ୍ତ୍ରଣ (ଏବିସି) ବା କୁକୁର ବନ୍ଧ୍ୟାକରଣ ଯୋଜନାକୁ ହାଇକୋର୍ଟଙ୍କ ଛାଟ ଲାଗିବା ପରେ ସୋମବାର ହେବ ହାଇକୋର୍ଟରେ ବନ୍ଧ୍ୟାକରଣ ଶୁଣାଣି l ୩୦ ହଜାର କୁକୁରଙ୍କ ପାଇଁ ୫ କୋଟି ହେବ ଖର୍ଚ୍ଚ l

➡️୧୨-ବିମାନ ଦୁର୍ଘଟଣାରେ ହଲିଉଡ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ସହ ତାଙ୍କର ଦୁଇ ଝିଅ ଏବଂ ପାଇଲଟଙ୍କ ହେଲା ମୃତ୍ୟୁ l

➡️୧୩-ଏଣିକି ତଲାକ ପରେ ମଧ୍ୟ ପୁଣି ବିବାହ କରିଥିବା ମହିଳାଙ୍କୁ ଭରଣପୋଷଣ ଦେବେ ପ୍ରଥମ ସ୍ୱାମୀ l ଏ ନେଇ ବମ୍ବେ ହାଇକୋର୍ଟ ଶୁଣାଇଲେ ରାୟ l

➡️୧୪-୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜିଠାରୁ ଜେଡିୟୁ ଓ ଆମ୍‌ ଆଦମୀ ପାର୍ଟି ସହ କଂଗ୍ରେସର ଆସନ ବଣ୍ଟନ ଆଲୋଚନା ଆରମ୍ଭ ହେବ।

➡️୧୫-ବାଂଲାଦେଶରେ ପ୍ରାକ୍ ନିର୍ବାଚନୀ ହିଂସା । ବେଣାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇଦେଲେ ବିଏନପି ଜମାତ ପାର୍ଟିର କର୍ମୀ । ଅଗ୍ନିକାଣ୍ଡରେ ୫ ଜଣଙ୍କ ହେଲା ଜୀବନ୍ତ ଦଗ୍ଧ l

➡️୧୬-ବେଆଇନ ଭାବେ ଭୁଟାନରେ ବି ପଶିଲା ଚୀନ୍‌, ଟାଉନ୍‌ ସିପ୍‌ ନିର୍ମାଣ କରି ବଢ଼ାଇଲା ଅସ୍ଥିରତା l ୮ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ଭୁଟାନକୁ ସଂପୂର୍ଣ୍ଣ ଭାବେ ନିଜ କଥାରେ ପରିଚାଳିତ କରି ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଚୀନ୍‌ର ଲକ୍ଷ୍ୟ ବୋଲି ଭୂ-ରାଜନୀତି ବିଶେଷଜ୍ଞମାନେ ମତ ରଖିଲେ l

➡️୧୭-ଆଲାସ୍କା ଏୟାରଲାଇନ୍ସର ବୋଇଂ ୭୩୭-୯ ମ୍ୟାକ୍ସ ବିମାନ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମଝି ଆକାଶରେ କବାଟ ଖୋଲିଯିବାରୁ ଜରୁରିକାଳୀନ ପରିସ୍ଥିତିରେ ପୋର୍ଟଲାଣ୍ଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ ପରେ ମିଳିଲା ଆଶ୍ବସ୍ତି l

➡️୧୮-ପ୍ରକାଶ ପାଇଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟେବୁଲ l ଭାରତକୁ ହଟାଇ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନ ଅଧିକାର କରି ନେଇଛି।

➡️୧୯-ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ପିଙ୍କ୍ ଟେଷ୍ଟ୍‌ ମ୍ୟାଚ ରେ ପାକିସ୍ତାନକୁ ସପ୍ତମ ଥର ମୂଳପୋଛ କଲା ଅଷ୍ଟ୍ରେଲିଆ: ୱାର୍ଣ୍ଣରଙ୍କୁ ୩-୦ ବିଜୟରେ ବିଦାୟୀ l

➡️୨୦-ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ‌ରେ ଭାରତର ଅଧିନାୟକ ହେବେ ରୋହିତ ଶର୍ମା l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*

ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ବୌଦ୍ଧ, ଓରମାସ୍ ଏବଂ ବୟନିକାର ମିଳିତ ସହଯୋଗରେ "ବୌଦ୍ଧ ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ...
02/01/2024

ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ବୌଦ୍ଧ, ଓରମାସ୍ ଏବଂ ବୟନିକାର ମିଳିତ ସହଯୋଗରେ "ବୌଦ୍ଧ ମହୋତ୍ସବ, ପଲ୍ଲୀଶ୍ରୀ ମେଳା ଓ ବୟନିକା ହସ୍ତତନ୍ତ ପ୍ରଦର୍ଶନୀ - ୨୦୨୪" ଆଜିଠାରୁ ସ୍ଥାନୀୟ କଚେରୀ ପଡ଼ିଆଠାରେ ଆରମ୍ଭ ହେଉଛି। BoudhaMahotsav2024


Live ଦେଖିବା ପାଇଁ ଏହି link ରେ click କରନ୍ତୁ

LIVE || Boudha Mahotsav & Pallishree Mela 2024 || Inauguration Day || BoudhaMahotsav2024 # PallishreeMela2024Subscribe To Channel (SKN World) on: https://www...

20/12/2023

- ମୟୂରଭଞ୍ଜରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
- ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବ ବିଦ୍ୟାଳୟରେ ପଡ଼ିଆରେ ପହଞ୍ଚିଲେ
- ନୂଆ-ଓ କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷଙ୍କ ଉଦବୋଧନ
- ପ୍ରତିବର୍ଷ ନୂଆ-ଓ କାର୍ଯ୍ୟକ୍ରମ କରାଯିବ
- ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ ହେବାର ମନ୍ତ୍ର ଦେଲେ

20/12/2023

ପୁରୀ ଶ୍ରୀମନ୍ଦିର ସମ୍ବନ୍ଧିତ ସୂଚନା:

ଆସନ୍ତାକାଲି ତା. ୨୦.୧୨.୨୦୨୩ ରିଖ, ବୁଧବାର ମାର୍ଗଶିର-ଶୁକ୍ଳ ଅଷ୍ଟମୀ ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୪.୦୦ ଟିକାରୁ ରାତ୍ର ଘ.୮.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

20/12/2023

ଲୋକସଭାରୁ ଆଉ ୪୧ ସାଂସଦ ସସପେଣ୍ଡ
- ଗୃହରେ ହୋହଲ୍ଲା ଯୋଗୁଁ ସସପେଣ୍ଡ କଲେ ବାଚସ୍ପତି
- ରାଜ୍ୟସଭାରୁ ଆଉ ୮ ସାଂସଦ ସସପେଣ୍ଡ
- ଏପର୍ଯ୍ୟନ୍ତ ଉଭୟ ଗୃହରୁ ସସପେଣ୍ଡ ହେଲେଣି ୧୪୧ ସାଂସଦ

20/12/2023

କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗାଁ ର ଦିବାକର ଜେନା ଗତ ୭ ମାସ ତଳେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରିବା ପାଇଁ ଏକ ଏଜେଣ୍ଟ ମାଧ୍ୟମରେ ଆଫ୍ରିକାର କଙ୍ଗୋ ଯାଇଥିଲେ I ସେଠାରେ ଗତ ଶୁକ୍ରବାର ଦିବାକରଙ୍କର କୌଣସି କାରଣରୁ ମୃତ୍ୟୁ ଘଟିଥିଲା I ଦିବାକର କାମ କରୁଥିବା କମ୍ପାନୀ ତାଙ୍କ ମୃତ ଦେହ ଛାଡୁନଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି I

ମୃତ ପ୍ରବାସୀଙ୍କ ଭଉଣୀ ଶୋଭା ଜେନାଙ୍କ କହିବା ଅନୁଯାୟୀ, ପ୍ରାୟ ୬ ମାସ ତଳେ ମାନପୁର, (୧) ଦିବାକର ଜେନା, ବୟସ ୩୨, ଏସ୍/ଓ: ପ୍ରଭାକର ଜେନା, (୨) ନରେଶ ଜେନା, ବୟସ ୩୫, ଏସ୍/ଓ: ରସାନନ୍ଦ ଜେନା, (୩) ପିତାନ ବାରିକ, ଏସ୍/ଓ: ଅଜାମ୍ବର ବାରିକ, (୪) ଦୁଃଶାସନ ମଲ୍ଲିକ, ବୟସ୨୮, ଏସ୍/ଓ: କାଳନ୍ଦୀ ମଲ୍ଲିକ, (ସମସ୍ତେ ବିଲ୍.- ମାନପୁର, ପିଓ: ଭୂଇଁପୁର, ପିଏସ୍/ବ୍ଲକ୍- ଆଉଲ୍, ଜିଲ୍ଲା କେନ୍ଦ୍ରାପଡ଼ା)କୁ ଜଣେ ଟ୍ରାଭେଲ୍ ଏଜେଣ୍ଟ ୱାର୍କ ପରମିଟ୍ ଓ ଭିସାରେ କଙ୍ଗୋ ନେଇଯାଇଥିଲେ। ହ୍ଵାଟ୍ସଆପ୍ କଲରେ ସହକର୍ମୀ ନରେଶ ଜେନାଙ୍କ ସହ ମଧ୍ୟ ଯୋଗାଯୋଗ ହୋଇଥିଲା। ଡେଙ୍ଗୁ ମ୍ୟାଲେରିଆରେ ଦିବାକରଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଥିଲେ I

ଜିଲ୍ଲା ଶ୍ରମ ଅଧିକାରୀ କଙ୍ଗୋରେ ମୃତ୍ୟୁବରଣ କରିଥିବା ଶ୍ରୀ ଦିବାକର ଜେନାଙ୍କ ପରିବାର ସହ ଯୋଗାଯୋଗ କରିଛନ୍ତି। ତାଙ୍କର ଶେଷ ସ୍ଥାନ ଓ ନିଯୁକ୍ତି ସମ୍ପର୍କରେ ସବିଶେଷ ତଥ୍ୟ ମିଳିଛି। ଶ୍ରମ କମିଶନର କଙ୍ଗୋସ୍ଥିତ ଆମ ଦୂତାବାସ ସହ ଯୋଗାଯୋଗ କରିଛନ୍ତି। ଶ୍ରୀ ଜେନାଙ୍କ ମୃତଦେହ ଘରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

 #ଇସ୍ରାଏଲ_ପ୍ରଧାନମନ୍ତ୍ରୀଙ୍କ_ସହ_କଥା_ହେଲେ_ମୋଦି-ଫୋନ ଯୋଗେ କଥା ହେଲେ PM ମୋଦି-ଯୁଦ୍ଧ ସ୍ଥିତି ନେଇ ମୋଦିଙ୍କୁ ଅବଗତ କଲେ ଇସ୍ରାଏଲ PM-ଶୀଘ୍...
20/12/2023

#ଇସ୍ରାଏଲ_ପ୍ରଧାନମନ୍ତ୍ରୀଙ୍କ_ସହ_କଥା_ହେଲେ_ମୋଦି

-ଫୋନ ଯୋଗେ କଥା ହେଲେ PM ମୋଦି
-ଯୁଦ୍ଧ ସ୍ଥିତି ନେଇ ମୋଦିଙ୍କୁ ଅବଗତ କଲେ ଇସ୍ରାଏଲ PM
-ଶୀଘ୍ର ଶାନ୍ତିପୂର୍ଣ୍ଣ ସମାଧାନ ଓ ପଣବନ୍ଦୀଙ୍କୁ ମୁକ୍ତ ନେଇ ପ୍ରାଧାନ୍ୟ
-କୂଟନୈତିକ ଉପାୟରେ ସମାଧାନକୁ ପ୍ରାଧାନ୍ୟ ଦେଲେ
-ସାମୁଦ୍ରିକ ଟ୍ରାଫିକର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ

ଆସନ୍ତା ୨୦୨୪ ମସିହା ଫେବୃଆରୀ ମାସରେ ତିନି ଦିନ ବ୍ୟାପି ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ" ଆୟୋଜିତ ହେବ। ଏଥି...
20/12/2023

ଆସନ୍ତା ୨୦୨୪ ମସିହା ଫେବୃଆରୀ ମାସରେ ତିନି ଦିନ ବ୍ୟାପି ରାଜଧାନୀ ଭୁବନେଶ୍ୱର ଠାରେ ପ୍ରଥମ "ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ" ଆୟୋଜିତ ହେବ। ଏଥିପାଇଁ ଆଜି ଐତିହ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ନିଷ୍ପତ୍ତି ଅନୁସାରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆୟୋଜନ କରାଯିବ। #ବିଶ୍ବ_ଓଡ଼ିଆ_ଭାଷା_ସମ୍ମିଳନୀ

20/12/2023

#ଚିଠି_ପରେ_ଚିନ୍ତିତ_ମୁଖ୍ୟମନ୍ତ୍ରୀ- ମୋହନ
- ରାଜ୍ୟପାଳଙ୍କ ଚିଠିରେ ମୁଖ୍ୟମନ୍ତ୍ରୀ ନିଶ୍ଚିତ ଚିନ୍ତିତ କହିଲେ ମୋହନ ମାଝୀ
- ‘ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ନିଶ୍ଚିତ ଭାବେ ରାଜ୍ୟପାଳଙ୍କ ଚିଠିରେ ଚିନ୍ତିତ’
- ରାଜ୍ୟରେ ବିକାଶ ନାହିଁ କହିଲେ ବିରୋଧୀ ମୁଖ୍ୟ ସଚେତକ ମୋହନ

20/12/2023

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ନାହିଁ ନୂଆ ଭାରିଆଣ୍ଟ JN.1’
-‘ଯେଉଁ ଭାରିଆଣ୍ଟ କଥା କୁହାଯାଉଛି ତାହା ନାଚୁରାଲ’
-‘ଯଦି ଚିହ୍ନଟ ହୁଏ, ଜିନୋମ ସିକ୍ବେନ୍ସ୍ସିଂ ପାଇଁ ପଠାଇବୁ’
-‘ଥଣ୍ଡା, ଜ୍ବର ଲାଗ ରହିଲେ ଟେଷ୍ଟ କରାଇବାକୁ ପରାମର୍ଶ’

20/12/2023

#ଆବଶ୍ୟକ_ହେଲେ_ଓଡ଼ିଶାରେ_ଗାଇଡଲାଇନ’

ସ୍ବାସ୍ଥ୍ୟ ବିଭାଗ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ସୂଚନା
-କୋଭିଡ ସ୍ଥିତି ନେଇ କାଲି ସବୁ ରାଜ୍ୟ ସହ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
-କେରଳ ଓ କର୍ଣ୍ଣାଟକରୁ ଚିହ୍ନଟ ପରେ କେନ୍ଦ୍ର ଗାଇଡଲାଇନ ଜାରି କରିଛି
‘ଆବଶ୍ୟକ ପଡ଼ିଲେ, ରାଜ୍ୟରେ ଜାରି ହେବ ଗାଇଡଲାଇନ’

Address


Website

Alerts

Be the first to know and let us send you an email when Today odia importance news. posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share