Odisha News Update

  • Home
  • Odisha News Update

Odisha News Update News update odisha Check out the latest news from india around the world .

କାର୍ତ୍ତିକ ପୂର୍ଣମୀର ସମ୍ପୂର୍ଣ୍ଣ ନିୟମ। କେମିତି ରହିବେ ସୁଖୀ। ଏହି କାମ କଲେ ଘରେ ବଢିବ ଧନ। ଶେଷ ଯାଏଁ ଭିଡିଓ ଦେଖନ୍ତୁ। ଚ୍ୟାନେଲକୁ ଲାଇକ ସ...
24/11/2023

କାର୍ତ୍ତିକ ପୂର୍ଣମୀର ସମ୍ପୂର୍ଣ୍ଣ ନିୟମ। କେମିତି ରହିବେ ସୁଖୀ। ଏହି କାମ କଲେ ଘରେ ବଢିବ ଧନ। ଶେଷ ଯାଏଁ ଭିଡିଓ ଦେଖନ୍ତୁ। ଚ୍ୟାନେଲକୁ ଲାଇକ ସେୟାର ଓ ସବସକ୍ରାଇବ କରନ୍ତୁ। ଧନ୍ୟବାଦ

Kartika Purnima is a Hindu and Jain cultural festival that is celebrated on Purnima. ...

ପଞ୍ଚୁକ ବ୍ରତର ନିୟମ ଜାଣନ୍ତୁ.......
19/11/2023

ପଞ୍ଚୁକ ବ୍ରତର ନିୟମ ଜାଣନ୍ତୁ.......

Kartika is the holiest of all the months in Hindu lunar calendar and includes many religious events like 'Habisha', 'Baluka Puja', 'Panchuka', 'Kartika Purni...

ଏହି 4ଟି ରାଶିର ବ୍ୟକ୍ତିଗତ ହେବେ ଧନୀ।ରହିବ ଶନି ଦେବଙ୍କ କୃପା।ବଦଳିବ ଭାଗ୍ୟ।ଯଦି ଭିଡିଓଟି ଭଲ ଲାଗେ ତେବେ ଚ୍ୟାନେଲକୁ ଲାଇକ ଶେୟାର ଓ ସବସକ୍ର...
16/11/2023

ଏହି 4ଟି ରାଶିର ବ୍ୟକ୍ତିଗତ ହେବେ ଧନୀ।
ରହିବ ଶନି ଦେବଙ୍କ କୃପା।
ବଦଳିବ ଭାଗ୍ୟ।
ଯଦି ଭିଡିଓଟି ଭଲ ଲାଗେ ତେବେ ଚ୍ୟାନେଲକୁ ଲାଇକ ଶେୟାର ଓ ସବସକ୍ରାଇବ କରନ୍ତୁ।

Shani is a deity in medieval era texts, who is considered inauspicious and is feared for delivering misfortune and loss to those who deserve it. He is also c...

ଜ୍ୟୋତିର୍ବିଦଙ୍କ ବଡ ଭବିଷ୍ୟତ ବାଣୀ.... ଭିଡିଓକୁ ସମ୍ପୂର୍ଣ ଦେଖନ୍ତୁ...ଲାଇକ ସେୟାର ଏବଂ ସବସକ୍ରାଇବ କରନ୍ତୁ...
05/11/2023

ଜ୍ୟୋତିର୍ବିଦଙ୍କ ବଡ ଭବିଷ୍ୟତ ବାଣୀ.... ଭିଡିଓକୁ ସମ୍ପୂର୍ଣ ଦେଖନ୍ତୁ...ଲାଇକ ସେୟାର ଏବଂ ସବସକ୍ରାଇବ କରନ୍ତୁ...

...

ଚନ୍ଦ୍ରଗ୍ରହଣରେ ଏହି ରାଶିର ବ୍ୟକ୍ତି ମାନେ ରୁହନ୍ତୁ ସାବଧାନ....
27/10/2023

ଚନ୍ଦ୍ରଗ୍ରହଣରେ ଏହି ରାଶିର ବ୍ୟକ୍ତି ମାନେ ରୁହନ୍ତୁ ସାବଧାନ....

...

04/10/2023

ଦଳୀୟ ବ୍ୟାନର ଆଉ ବ୍ୟାଚ ଏବେ ପିତା ଲାଗିଲାଣି ବୋଧ ହୁଏ..
ନଚେତ ଖୋଦ ମୁଖ୍ୟମନ୍ତ୍ରୀ ଏପରି କାର୍ଯ୍ୟ କରି ନଥାନ୍ତେ ବୋଧ ହୁଏ..

19/09/2023
18/09/2023

ଆସନ୍ତାକାଲି ଗଣେଶ ପୂଜା। ଧରାବତରଣ କରିବେ ପ୍ରଭୁ ପ୍ରଭୁ ଗଜାନନ। ଦେଖନ୍ତୁ ଟଙ୍କା ରେ ତିଆରି ହୋଇଛି ପ୍ରଭୁ ଗଜାନନଙ୍କ ମୂର୍ତ୍ତି।

17/09/2023

ୟୁପିର ଏକ ସ୍କୁଲରେ ଛାତ୍ର ମାନଙ୍କର ମ୍ୟୁଜିକ....

16/09/2023

ରାନୀ ପଣ୍ଡା ହେବେ ମୁଖ୍ୟମନ୍ତ୍ରୀ!
୨୦୨୪ ନିର୍ବାଚନରେ ମୈଦାନକୁ ଓହ୍ଲାଇବେ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ କଲେ ସିଧା ସଳଖ ଟାର୍ଗେଟ
ଓଡିଶାର ବିକାଶର ଧରିବେ ମଙ୍ଗ
ଏବେଠୁ ନିଜକୁ କଲେଣି ପ୍ରସ୍ତୁତ
ଓଡିଶାବାସୀଙ୍କୁ କଲେ ଅନୁରୋଧ
ଓଡିଶାର ପ୍ରକୃତ ବିକାଶ କିଏ କରିପାରିବ ବୋଲି ପ୍ରଶ୍ନ କରିଛନ୍ତି ରାନୀ

ପରଲୋକରେ ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର...75 ବର୍ଷ ବୟସରେ ଶରୀର ଛାଡିଲେ ସୂର୍ଯ୍ୟ ପତ୍ର..
02/09/2023

ପରଲୋକରେ ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର...
75 ବର୍ଷ ବୟସରେ ଶରୀର ଛାଡିଲେ ସୂର୍ଯ୍ୟ ପତ୍ର..

ଇସ୍ରୋ ରଚିଲା ଇତିହାସ..Congratulation to the team isro....
23/08/2023

ଇସ୍ରୋ ରଚିଲା ଇତିହାସ..
Congratulation to the team isro....

ଶିବ ମନ୍ଦିରକୁ ଯାଉଛନ୍ତି କି?ଏହି ସବୁ ନିୟମ ବିଷୟରେ ଜାଣିଛନ୍ତି କି?ଯଦି ଜାଣି ନାହାନ୍ତି ତେବେ ଜାଣନ୍ତୁ..
29/07/2023

ଶିବ ମନ୍ଦିରକୁ ଯାଉଛନ୍ତି କି?
ଏହି ସବୁ ନିୟମ ବିଷୟରେ ଜାଣିଛନ୍ତି କି?
ଯଦି ଜାଣି ନାହାନ୍ତି ତେବେ ଜାଣନ୍ତୁ..

...

ରେ କାଳିଆ......ଏଇ ଆଖି ତତେ ଚାହିଁ ରହିଥିଲାରେ କାଳିଆ..କେବେ ତୁ ବଡ଼ ଦାଣ୍ଡକୁ ତୋ ବହୁ ମେଲେଇ ଆସିବୁ...ଏ ନେତ୍ର ତତେ ଆଖି ପୁରେଇ  ଦେଖିବ ଟି...
20/06/2023

ରେ କାଳିଆ......
ଏଇ ଆଖି ତତେ ଚାହିଁ ରହିଥିଲାରେ କାଳିଆ..
କେବେ ତୁ ବଡ଼ ଦାଣ୍ଡକୁ ତୋ ବହୁ ମେଲେଇ ଆସିବୁ...
ଏ ନେତ୍ର ତତେ ଆଖି ପୁରେଇ ଦେଖିବ ଟିକେ...
ମନ ଆଜି ତୃପ୍ତରେ... ତୁ କାହୁଁ ବୁଝିବୁ କେତେ ମୁ ଝୁରେ ତୋ ପାଇଁ..
ତତେ ବା ଦେଖିବାକୁ ହେଲେ ତୋ ଡୋରି ଲାଗିବା ଦରକାର...
ତୁ କଣ କେବେ ଡୋରି ଲଗେଇଛୁ କି...
ଆଜି ତୁ ଆସିଛୁ ବଡଦାଣ୍ଡକୁ...
ଦେଖ ତତେ ଦେଖିବା ପାଇଁ ମୋ ପରି କେତେ ଯେ ଭକ୍ତ ବାଟ ଚାହିଁ ଥିଲେ...
ଜନ ସମୁଦ୍ର ହେଇଯାଇଛି ବଡଦାଣ୍ଡ...
ତୋ ଚାରି ପାଖ ଖାଲି ଭକ୍ତ ହିଁ ଭକ୍ତ....
କଣ ଦେବୁ ରେ ସେମାନଙ୍କୁ..
ଖାଲି ତୋ ସ୍ନେହ ଭରା ହସ ଆଉ ଖୁସି ଟିକେ ଦେଇଦେରେ କାଳିଆ....
ରେ କାଳିଆ....

ଜଗା ତତେ ଦେଖିବାକୁ କେତେ ଯେ ଅପେକ୍ଷା.......
20/06/2023

ଜଗା ତତେ ଦେଖିବାକୁ କେତେ ଯେ ଅପେକ୍ଷା.......

ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ପୁର୍ଣିମା....
04/06/2023

ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ପୁର୍ଣିମା....

କେତେ ହୃଦୟ ବିଦାରକ ଦୃଶ୍ୟ..ଛାତି ଫାଟି ପଡିବ...ଟ୍ରେନ ଟ୍ରାଜେଡି..କରମଣ୍ଡଳ ଏକ୍ସ ପ୍ରେସ...ବ୍ଲାକ ଫ୍ରାଇଡେ..
03/06/2023

କେତେ ହୃଦୟ ବିଦାରକ ଦୃଶ୍ୟ..
ଛାତି ଫାଟି ପଡିବ...
ଟ୍ରେନ ଟ୍ରାଜେଡି..
କରମଣ୍ଡଳ ଏକ୍ସ ପ୍ରେସ...
ବ୍ଲାକ ଫ୍ରାଇଡେ..

ଆଜି ଝାରସୁଗୁଡା ନିର୍ବାଚନ ପାଇଁ ହେଭି ୱେଟ ନେତା ମାନଙ୍କର ପ୍ରଚାର ସରିଛି.. ତେଣୁ ଆପଣ ମାନେ କୁହନ୍ତୁ ଝାରସୁଗୁଡା ଉପନିର୍ବାଚନରେ ବାଜିମାତ କା...
07/05/2023

ଆଜି ଝାରସୁଗୁଡା ନିର୍ବାଚନ ପାଇଁ ହେଭି ୱେଟ ନେତା ମାନଙ୍କର ପ୍ରଚାର ସରିଛି.. ତେଣୁ ଆପଣ ମାନେ କୁହନ୍ତୁ ଝାରସୁଗୁଡା ଉପନିର୍ବାଚନରେ ବାଜିମାତ କାହାର ହବ? କିଏ ପିନ୍ଧିବ ବିଜୟର ମୁକୁଟ? କାହାକୁ ନିଜ ପ୍ରତିନିଧି ଭାବେ ବାଛିବେ ଝାରସୁଗୁଡାବାସୀ? ଆପଣଙ୍କ ମତାମତ ନିହାତି କମେଣ୍ଟ କରି ଜାଣନ୍ତୁ..
ବିଜେଡି -ଦୀପାଳି ଦାସ
ବିଜେପି -ଟଙ୍କଧର ତ୍ରିପାଠୀ
କଂଗ୍ରେସ -ତରୁଣ ପାଣ୍ଡେ

ଆଉ କେଇଟା ଦିନ ରହିଲା ଝାରସୁଗୁଡା ନିର୍ବାଚନରେ ଭୋଟ ପାଇଁ..ତା ଆଗରୁ ମୈଦାନ ରେ ଚାଲିଛି ଜୋରଦାର ଲଢେଇ..ଭୋଟର ଙ୍କୁ ଆକୃଷ୍ଠ କରିବା କୁ ପ୍ରାର୍ଥ...
03/05/2023

ଆଉ କେଇଟା ଦିନ ରହିଲା ଝାରସୁଗୁଡା ନିର୍ବାଚନରେ ଭୋଟ ପାଇଁ..
ତା ଆଗରୁ ମୈଦାନ ରେ ଚାଲିଛି ଜୋରଦାର ଲଢେଇ..
ଭୋଟର ଙ୍କୁ ଆକୃଷ୍ଠ କରିବା କୁ ପ୍ରାର୍ଥୀ ମାନେ କରୁଛନ୍ତି ପ୍ରତିଶ୍ରୁତି ର ବର୍ଷା..
ବିଜେପି ବିଜେଡି ଆଉ କଂଗ୍ରେସ ର ପ୍ରାର୍ଥୀ ମାନେ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର. ଗୋଟେ ପଟେ ଶାସକ ଦଳ ବିଜେଡି ପକ୍ଷରୁ ନିର୍ବାଚନ ବୈତରଣୀ କୁ ପାର କରିବାକୁ କଳେ ବଳେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ ଦୀପାଳି ଦାସ. ପ୍ରତ୍ୟେକ ଉପନିର୍ବାଚନ ରେ ବିଜେଡି ଜିତି ଆସୁଥିବା ଦେଖିବାକୁ ମିଳିଛି. ଆଉ ଏଇ 2024 ନିର୍ବାଚନ ପୂର୍ଵରୁ ଝାରସୁଗୁଡା ଉପନିର୍ବାଚନ ବିଜେଡି ପାଇଁ ଜିତିବା ଆବଶ୍ୟକ ହୋଇ ପଡିଛି. ଅନ୍ୟପଟେ ବିରୋଧୀ ବିଜେପି ଝାରସୁଗୁଡା ଉପନିର୍ବାଚନ ଜିତିବାକୁ ପ୍ରାଣ ପଣେ ଚେଷ୍ଟା କରିବ. ଆଉ ଆଗାମୀ ନିର୍ବାଚନ ପୂର୍ବରୁ ଏହା ବିଜେପି ପାଇଁ ଏକ ବଡ ପରୀକ୍ଷା.ବିରୋଧୀ କଂଗ୍ରେସ ମଧ୍ୟ ନିର୍ବାଚନ ଜିତି ଲୋକଙ୍କ ଆସ୍ଥାଭାଜନ କରିବାକୁ ଚେଷ୍ଟା ଜାରି ରଖିଛି.
ବିଜେଡି -ଦୀପାଳି ଦାସ
ବିଜେପି -ଟଙ୍କଧର ତ୍ରିପାଠୀ
କଂଗ୍ରେସ -ତରୁଣ ପାଣ୍ଡେ
ଦିବଂଗତ ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ରେ ଅନୁଷ୍ଠିତ ହୋଇଛି ଉପନିର୍ବାଚନ.. ନବ ଦାସ ଙ୍କ ମୃତ୍ୟୁ କୁ 3 ମାସ ରୁ ଅଧିକ ସମୟ ବିତିଥିଲେ ବି ମୃତ୍ୟୁ ର କାରଣ ଜଣା ପଡି ନାହିଁ.. ବିଜେଡି ର ଜଣେ ଟାଣୁଆ ନେତା ଙ୍କୁ ଦିନ ଦି ପ୍ରହରେ ଗୁଳି କରି ହତ୍ୟା କରିବା ରାଜ୍ୟ ରାଜନୀତି ରେ ପ୍ରଥମ ଘଟଣା. ଏହାକୁ ନେଇ ଅନେକ ତୁମ୍ବି ତୋଫାନ ଖେଳି ଯାଇଥିଲା. କିନ୍ତୁ ନବ ଦାସ ଙ୍କ ମୃତ୍ୟୁ ରହସ୍ୟ ହୋଇ ରହିଗଲା.
କାହିଁକି ହେଲା ନବ ଦାସ ଙ୍କ ହତ୍ୟା?
ଜଣେ ମନ୍ତ୍ରୀ ଙ୍କ ମୃତ୍ୟୁ ପାଇଁ କିଏ ଦାୟୀ?
ନିଜ ଦଳର ଜଣେ ମନ୍ତ୍ରୀ ଙ୍କ ମୃତ୍ୟୁ ପରେ ବି କାହିଁକି ଚୁପ ରହିଛି ଶାସକ ଦଳ?
ସେପଟେ ବିରୋଧୀଙ୍କ ପ୍ରଶ୍ନ ଓ ପ୍ରତିବାଦ ପରେ ବି ଶାସକ ଦଳର ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି..
ନବ ଦାସ ନିଜର ଝିଅ ଦୀପାଳିଙ୍କୁ ନିଜର ରାଜନୈତିକ ଉତ୍ତରାଧିକାରୀ କରିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହା ଆଜି ଉପନିର୍ବାଚନ ରେ ଦେଖିବାକୁ ମିଳିଛି. ଦୀପାଳି ଘରକୁ ଘର ବୁଲି ଲୋକଙ୍କ ନିକଟରେ ପହଂଚୁଛନ୍ତି. ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ସେ ଯୋଗ ଦେଉଛନ୍ତି .. ଉପନିର୍ବାଚନରେ କିଏ ବାଜିମାତ କରିବ ତାହା ତ ସମୟ କହିବ କିନ୍ତୁ ବର୍ତ୍ତମାନ ର ସ୍ଥିତି ଅନେକ କିଛି ବୟାନ କରି ଦେଉଛି. ବିଜେଡି ପକ୍ଷରୁ 40 ଜଣିଆ ଷ୍ଟାର ପ୍ରଚାରକଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ମୈଦାନକୁ ଓଲ୍ହାଇବେ. ଦୀପାଳିଙ୍କୁ ଜିତାଇବାକୁ ଦଳ ପୁରା ପୁରୀ ଲାଗିପଡ଼ିଛି.

22/04/2023

ଆଜି ସାରା ଦେଶ ଶ୍ରଦ୍ଧାଞ୍ଜଳି ଦେଉଛି ବୀର ଯବାନ ଙ୍କୁ..
ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ମଧ୍ୟ ଦେଶ ପାଇଁ ଜୀବନ ଦେଇଛନ୍ତି..
ଆଉ ସେଇ ଓଡ଼ିଆ ପୁଅ ଝୁରିଛି ମାଟି..
କାହିଁ ପର କରି ଚାଲିଗଲ ହେ ସୁଯୋଗ୍ୟ ସନ୍ତାନ.. ଆଉ କିଏ ଭାରତ ମା କୁ ସୁରକ୍ଷା ଦେବ.. ଆଉ କିଏ ତୁମ ପରିବାର ର ପୁଅ ସ୍ୱାମୀ ଭାଇ ହେଇ ପରିବ.. କିଏ ଆଉ ଗାଁ ମାଟିରେ ଚାଲି ପରିବ.. କିଏ ଆଉ ସାଙ୍ଗ ସାଥି ଙ୍କ ମେଳରେ ବୁଲିପାରିବ..
ପୁରୀ ଜିଲ୍ଲା ସତ୍ୟବାଦୀର ଖଣ୍ଡାୟତ ସାହି ହେଉଛି ସହିଦ ଦେବାଶିଷ ବିଶ୍ୱାଳ ଙ୍କ ଜନ୍ମ ମାଟି.. ଆଜି ତାଙ୍କର ଶେଷ ଦର୍ଶନ ପାଇଁ ଲୋକରଣ୍ୟ ହୋଇଛି ସମଗ୍ର ଅଞ୍ଚଳ.. ଆଜି ସେହି ସହିଦ ଭାଇକୁ ହରାଇ ଭଲ ଭଲ ହୋଇ କାନ୍ଦୁଚି ଭଉଣୀ.. କାନ୍ଦୁଛନ୍ତି ବାପା ମା ବନ୍ଧୁ ବାନ୍ଧବ ସାହି ପଡିସା ଆଉ ପୁରା ଅଞ୍ଚଳ.. ଦେବାଶିଷ ଙ୍କ ପତ୍ନୀ ତ ନିରବୀ ଯାଇଛନ୍ତି.. ମଥାରୁ ଲିଭିଗଲା ସିନ୍ଦୁର ଆଉ ହାତରୁ ଭାଙ୍ଗି ଗଲା ଚୁଡି.. ତାଙ୍କର ଗୋଟିଏ ମାତ୍ର ଝିଅ.. ଯିଏ କି ବାପା ବୋଲି କଣ ଭଲସେ ଜାଣିନି.. ଆଜି ସହିଦ ଦେବାଶିଷ ସମସ୍ତଙ୍କୁ ଛାଡି ଦେଶ ମାତୃକାର ପ୍ରମାଣ ଦେଇଛନ୍ତି.ଦେବାଶିଷ ଭଲ ପାଠ ପଢୁଥିଲେ ବୋଲି ଜେଜେମା ନା ଦେଇଥିଲେ ସାହିତ୍ୟ.. ଅକ୍ଷୟ ତୃତୀୟା ରେ ବିବାହ କରିଥିଲେ ଦେବାଶିଷ. ଆଉ ଆସନ୍ତାକାଲି ତାଙ୍କର ବିବାହ ବାର୍ଷିକୀ ଥିଲା. କିନ୍ତୁ ନିୟତି ର ଖେଳ ଥିଲା ଓଲଟା. ସବୁକିଛି ଶେଷ ହୋଇଗଲା. ଆଉ ନୁରାବୀ ଗଲେ ଦେବାଶିଷ.
କିନ୍ତୁ ଆତଙ୍କବାଦୀ ବାରମ୍ବାର ଏପରି କାର୍ଯ୍ୟ କରୁଥିବା ବେଳେ କେବେ ଦେଶରୁ ଲୋପ ପାଇବ ଆତଙ୍କବାଦୀ..

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା..ଦୀପାଳି ଦାସ ଙ୍କୁ ପ୍ରାର୍ଥୀ କଲା ଦଳ...ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ନିଜର ପ୍...
31/03/2023

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା..
ଦୀପାଳି ଦାସ ଙ୍କୁ ପ୍ରାର୍ଥୀ କଲା ଦଳ...
ଅନେକ ଆଲୋଚନା ପର୍ଯ୍ୟାଲୋଚନା ପରେ ନିଜର ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜୁ ଜନତା ଦଳ..
ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ନେଇ ଦୀପାଳିଙ୍କ ନାଁରେ ମୋହର ମାରିଛନ୍ତି ।
ଗତ ୨୯ ତାରିଖ ଅର୍ଥାତ ବୁଧବାର ଭାରତୀୟ ନିର୍ବାଚନ ଆୟୋଗ ଆସନ୍ତା ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ ହେବ ବୋଲି ତାରିଖ ଘୋଷଣା କରିଥିଲେ। ନବ ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହେବ ଉପନିର୍ବାଚନ । ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମେ ୧୩ ତାରିଖରେ ଭୋଟ୍ ଗଣତି ହେବ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ଏପ୍ରିଲ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦେଇଛନ୍ତି ନିର୍ବାଚନ କମିଶନ।
ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରି ସାରିବା ପରେ ଏବେ ବିରୋଧୀ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି. ନବ ଦାସ ଙ୍କ ମୃତ୍ୟୁ ପରେ ଝିଅ ଦୀପାଳି ନିଜର ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କାରୀ ଦେଲେଣି.. ସେ ସଭାସମିତି ହେଉ ବା ପୂଜା ପାଠ ସବୁଥିରେ ଦୀପାଳି ଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି.. ତେବେ ଦେଖିବାକୁ ରହିଲା ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ର ଭବିଷ୍ୟତ ଆଗକୁ କଣ ହେଉଛି..

ପୁଣି ଚିନ୍ତା ବଢ଼ାଇଲାଣି କରୋନା ଭାଇରସ...ଗତ 24 ଘଣ୍ଟା ରେ 3 ହଜାର ରୁ ଅଧିକ ସଂକ୍ରମଣ ଚି଼ହ୍ନଟ ହୋଇଛନ୍ତି...ଏହାକୁ ନେଇ ଦିଲ୍ଲୀ ସରକାର ବୈଠକ...
30/03/2023

ପୁଣି ଚିନ୍ତା ବଢ଼ାଇଲାଣି କରୋନା ଭାଇରସ...
ଗତ 24 ଘଣ୍ଟା ରେ 3 ହଜାର ରୁ ଅଧିକ ସଂକ୍ରମଣ ଚି଼ହ୍ନଟ ହୋଇଛନ୍ତି...
ଏହାକୁ ନେଇ ଦିଲ୍ଲୀ ସରକାର ବୈଠକ ଡକାଇଛନ୍ତି..
କରୋନାର ନୂଆ ଭାଇରସ ଏକ୍ସବିବି1. 16 ଏବେ ଅଧିକ ଚିନ୍ତା ବଢ଼ାଇଛି.. ଅଧିକ ରୁ ଅଧିକ ସଂକ୍ରମଣ ବଢୁ ଥିବା ବେଳେ ଡାକ୍ତରଖାନା ରେ ମଧ୍ୟ ଭର୍ତ୍ତି ହେଉଛନ୍ତି.. ସେପଟେ 6 ଜଣଙ୍କର ମୃତ୍ୟୁ ହୋଇଛି. ଦିଲ୍ଲୀ, ଗୁଜୁରାଟ, ତାମିଲନାଡୁ ରେ ବଢୁଛି ସଂକ୍ରମଣ.. ସଂକ୍ରମଣ ବଢୁ ଥିବାରୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି.

ବାଜିଲା ନିର୍ବାଚନ ବିଗୁଲ...ଝାରସୁଗୁଡାରେ ହେବ ଉପନିର୍ବାଚନ....ମୈଦାନ ହେଲା ସରଗରମ...ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ପ୍ରତ୍ୟେକ ଦ...
29/03/2023

ବାଜିଲା ନିର୍ବାଚନ ବିଗୁଲ...
ଝାରସୁଗୁଡାରେ ହେବ ଉପନିର୍ବାଚନ....
ମୈଦାନ ହେଲା ସରଗରମ...
ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ପ୍ରତ୍ୟେକ ଦଳ ଏବେ ଉପନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି. ଝାରସୁଗୁଡା ଉପନିର୍ବାଚନ ପାଇଁ ହେବା ଜୋରଦାର ଲଢେଇ . ସ୍ବର୍ଗତ ନବ ଦାସ ଙ୍କ ମୃତ୍ୟୁ ପରେ ଉପନିର୍ବାଚନ ପାଇଁ ଅପେକ୍ଷା କରି ଥିଲେ ଝାରସୁଗୁଡା ବାସି. ନବ ଦାସଙ୍କ ମୃତ୍ୟୁ କୁ 2 ମାସ ବିତି ଯାଇଛି . ଆଉ ଆଜି ଘୋଷଣା ହୋଇଛି ଉପନିର୍ବାଚନି ତାରିଖ. ନବ ଦାସ ଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ଦୀପାଳି ଏବେ ଲୋକ ଙ୍କ ନିକଟତର ହେଉଛନ୍ତି. ସଭା ସମିତି ହେଉ ବା ଅନ୍ୟ କିଛି ସଂକୀର୍ତନ କାର୍ଯ୍ୟକ୍ରମ ସବୁ ଥିରେ ଯୋଗ ଦେଉଛନ୍ତି ଦୀପାଳି ଦାସ. ପୂର୍ବରୁ ନିଜ ବାପା ଙ୍କ ସହ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦୀପାଳି. କହିବାକୁ ଗଲେ ରାଜନୀତି ରେ ସେ ବେଶ ସକ୍ରିୟ ଅଛନ୍ତି. ଆଗରୁ ବେଶ ଆଲୋଚନା ହେଉଥିଲା କି ନବ ଦାସ ନିଜ ଝିଅ ଦୀପାଳି ଦାସ ଙ୍କୁ ହିଁ ନିର୍ବାଚନ ମୈଦାନ କୁ ଓଲ୍ହାଇବେ. ଆଉ ଏବେ ତାହା ହିଁ ଘଟିଲା. ବିଜେଡି ରୁ ଦୀପାଳି ପ୍ରାର୍ଥୀ ହେବେ ବୋଲି ଏକା ପ୍ରକାର ନିଶ୍ଚିତ ବୋଲି କୁହ ଯାଉଛି.
ସେପଟେ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି. ତେବେ ଦେଖିବାକୁ ବାକି ରହିଲା ଝାରସୁଗୁଡା ମଣ୍ଡଳୀ ରେ କାହାର ବିଜୟର ହେବ. ଆପଣଙ୍କ ମତାମତ ନିଶ୍ଚୟ ଦେବେ..

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ।  ରୋକିବା ପାଇଁ ଆବଶ୍ୟକ କି କାଉନ...
27/03/2023

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?
ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା । ରୋକିବା ପାଇଁ ଆବଶ୍ୟକ କି କାଉନସେଲିଂ ? ପରିବାର ଲୋକଙ୍କ ରହୁଛି କି ଗୁରୁ ଦାୟିତ୍ୱ । ସାମାନ୍ୟ କଥାରେ କାହିଁକି ନେଉଛନ୍ତି ଚରମ ନିଷ୍ପତ୍ତି ? କାହିଁକି ଦେଖା ଯାଉଛି ଏଭଳି ମାନସିକତା ? କାହିଁକି ଜୀବନ ବଞ୍ଚିବା ବୟସରେ ଜୀବନ ସାରି.ଦେବାକୁ ନିଷ୍ପତି ନେଉଛନ୍ତି ଯୁବପୀଢି। ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଉଛି । କେଉଁଠି ମୃତ୍ୟୁ ପରେ ଭାଇରାଲ୍ ହେଉଛି ଅଡିଓ,ଭିଡିଓ କଲ୍ ତ କେଉଁଠି ହାତ ଲେଖା ଚିଠି। ଆଉ କେଉଁଠି କାଣ ନଜଣାପଡି ସସପେନ୍ସ ରହିଯାଉଛି। ଭାଙ୍ଗି ଯାଇଥିବା ସମ୍ପର୍କକୁ ନେଇ ହେଉ କିମ୍ବା ପାରିବାରିକ କଳହକୁ ନେଇ ମର୍ମାହତ ହୋଇପଡି ଏଭଳି ପଦକ୍ଷପ ନେଉଛନ୍ତି କି ଯୁବପୀଢି? ତେବେ ଅନେକ ଆତ୍ମହତ୍ୟା ପଛର ଘଟଣା ରହି ଯାଇଛି ରହସ୍ୟ ଭିତରେ । ଏଭଳି ସ୍ଥିତିରେ ପରିବାର କଥା କିଏ ଭାବୁଛି? ସେମାନଙ୍କୁ ନ୍ୟାୟ ମିଳୁଛି କି ନାହିଁ ଏକଥା ବି ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ପୁଣି ଜଣେ ଅଭିନେତ୍ରୀ କମ ସିଙ୍ଗର ରୁଚିସ୍ମିତା ଗୁରୁ ଆତ୍ମହତ୍ୟା କରିଛନ୍ତି । ତେବେ ତାଙ୍କ ଆତ୍ମହତ୍ୟା ନେଇ କୈାଣସି ସଠିକ କାରଣ ଜଚ୍ଚା ପଡିନାହିଁ । ଏହା ପୂର୍ବରୁ ଡିଜେ ଆଜେକ୍ସ ବା ଅକ୍ଷୟ ମହାରଣା କରିଥିଲେ ଆତ୍ମହତ୍ୟା । ନିଜ ପ୍ରେମିକାଙ୍କ ପାଇଁ ଆପଣେଇଥିଲେ ମୃତ୍ୟୁ କୁ । ସେହିପରି ସୈାମ୍ୟ ରଂଜନ ପାଣିଗ୍ରାହୀ ଏବଂ ଦୁର୍ଗା ପ୍ରସାଦ ମିଶ୍ର ଆତ୍ମହତ୍ୟା କରିଛନ୍ତି । ସୈାମ୍ୟରଂଜନ ପାଣିଗ୍ରାହୀ ନିଜ ପ୍ରେମିକା ସିଙ୍ଗର ସୋନାଲି ନନ୍ଦଙ୍କ ପାଇଁ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଗା ପ୍ରସାଦ ମିଶ୍ର ଗତକାଲି ଓୟୋ ରୁମରେ ଝୁଲି ପଡିଥିଲେ ।
ତେବେ ନିଜ ପରିବାର ଲୋକଙ୍କ କଥା ଚିନ୍ତା ନ କରି ଏଭଳି ଭାବେ ମୃତ୍ୟୁକୁ କାହିଁକି ଆପଣେଇ ନେଉଛନ୍ତି । ଯଦି ଆମେ ରିପୋର୍ଟ ଦେଖିବା ତେବେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରେ ୭୦ ପ୍ରତିଶତ ଯୁବପିଢୀ ରହିଛନ୍ତି । ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋ ତଥ୍ୟ ଅନୁସାରେ ଓଡିଶାରେ ବଢିଛି ଆତ୍ମହତ୍ୟା ମାମଲା । ତେବେ ନିଜର କ୍ୟାରିୟର କରିବା ଲୋଭରେ ପରିବାର ଛାଡି ବାହାରକୁ ଆସି ବିଭିନ୍ନ ଚାପରେ ପଡି କରୁଛନ୍ତି ଆତ୍ମହତ୍ୟା । ଗତ ୫ ବର୍ଷର ତଥ୍ୟ ଉପରେ ନଜର ପକାଇଲେ ଓଙ୍ଗିଶାରେ ଆତ୍ମହତ୍ୟା ଘଟଣା ବଢିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ୱରରେ ସବୁଠୁ ଅଧିକ ଆତ୍ମହତ୍ୟା ଘଟଣା ଘଟୁଥିବା ଦେଖିବାକୁ ମିଳୁଛି ।
ପ୍ରେମରେ ବିଫଳତା , ପାଠ ପଢାରେ ଅସୁବିଧା , କାମରେ ଚାପ ,ପରିବାରରେ ଅଶାନ୍ତି , ଖୁବ ଶୀଘ୍ର ସକସେସ ପାଇବାର ନିଶା, କର୍ମ କ୍ଷେତ୍ରରେ ବିଫଳତା ଏବଂ ଧୈ ର୍ଯ୍ୟ ହରା ହୋଇ କରୁଛନ୍ତି ଆତ୍ମହତ୍ୟା । ନିଜର କ୍ରୋଧ ଏବଂ ଭାବ ପ୍ରବଣତା କୁ କଣ୍ଟ୍ରୋଲ ନ କରି ପାରି ଆତ୍ମହତ୍ୟା ପରି ରାସ୍ତାକୁ ଆପଣେଇ ନେଉଛନ୍ତି ଯୁବପିଢୀ । କ୍ଷଣିକ ର ଦୁଖ ବା କଷ୍ଟ ପାଇଁ ନିଜ ଜୀବନ ହାରୁଛନ୍ତି ଲୋକେ ।
ତେବେ ଜାତୀୟ ଅପରାଧ ରିପୋର୍ଟ ବ୍ୟୁରୋ ତଥ୍ୟ ଅନୁସାରେ , ଭାରତରେ ପାରିବାରିକ ଅଶାନ୍ତି ପାଇଁ ୩୨.୪ ପ୍ରତିଶତ ଲୋକେ ଆତ୍ମହତ୍ୟା କରୁଛନ୍ତି । ସେହିପରି ଦୂରାରୋଗ୍ୟ ବ୍ୟାଧୀ ପାଇଁ ୧୭.୧ ପ୍ରତିଶତ ,ଡ୍ରଗ୍ସ ମଦ ଅଭ୍ୟାସ ଯୋଗୁଁ ୫.୬ ପ୍ରତିଶତ, ଦାମ୍ପତ୍ୟ ଜୀବନରେ ସମସ୍ୟା ଯୋଗୁଁ ୫.୫ ପ୍ରତିଶତ ଲୋକ , ପ୍ରେମ ସମ୍ପର୍କ ଯୋଗୁଁ ୪.୫ ପ୍ରତିଶତ , ରୁଣ ଗ୍ରସ୍ତ ଯୋଗୁଁ ୪.୨ ପ୍ରତିଶତ , ପରୀକ୍ଷାରେ ଅସଫଳତା ପାଇଁ ୨ ପ୍ରତିଶତ , ବେରୋଜଗାର ପାଇଁ ୨ ପ୍ରତିଶତ ଲୋକ ଆତ୍ମହତ୍ୟା ପରି ରାସ୍ତାକୁ ଆପଣାଇ ନେଉଛନ୍ତି ।
୨୦୨୦ରେ ରାଜ୍ୟରେ ୫,୪୮୨ ଜଣ ଓ ୨୦୨୧ରେ ୫, ୬୪୨ ଆତ୍ମହତ୍ୟା କରିଛନ୍ତି । ୨୦୧୬ -୨୦୨୧ ମଧ୍ୟରେ ଓଡିଶାରେ ମୋଟ ୨୮ ହଜାର ୩୪୯ ଜଣ ଆତ୍ମହତ୍ୟା କରୁଛନ୍ତି । କେବଳ ଭୁବନେଶ୍ୱରରେ ୨୦୧୭ ରେ ୨୩୧ ଜଣ ଆତ୍ମହତ୍ୟା କରିଛନ୍ତି । ୨୦୧୮ରେ ୨୨୪ , ୨୦୧୯ରେ ୨୨୯ , ୨୦୨୦ରେ ୩୧୦ , ୨୦୨୧ରେ ୨୮୧ ଜଣ ନିଜ ଜୀବନ ନେଇଛନ୍ତି । ଆଉ ସବୁଠୁ ବିଡମ୍ବନାର କଥା ହେଉଛି ୨୦୨୨ ରେ ୪୮ ପ୍ରତିଶତ ବୃଦ୍ଧି ପାଇ ୪୧୭ ଜଣ ଆତ୍ମହତ୍ୟା କରିଛନ୍ତି । ଆଉ ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ପାଇବ ବୋଲି କୁହାଯାଉଛି ।
ତେବେ ଆଜିର ସମୟରେ ସେଲିବ୍ରେଟି ମାନଙ୍କ କ୍ଷେତ୍ରରେ ଏହା ଅଧିକ ମାତ୍ରାରେ ଘଟୁଛି । ଭୁଲ ମାନସିକତା ପାଇଁ ଚାଲି ଯାଉଛି ଜୀବନ । ତେ ଏ ନେଇ କାଉନସେଲିଂ ଆବଶ୍ୟକ ବୋଲି କୁହାଯାଉଛି ।

କାହିଁକି ମୃତ୍ୟୁକୁ ବାଛି ନେଲେ ?ବ୍ୟୁରୋ : ଗୋଟିଏ ପଟେ ଡିଜେ ଆଜେକ୍ସ ଏବଂ ଅନ୍ୟପଟେ ସୈାମ୍ୟ ରଂଜନ ପାଣିଗ୍ରାହୀ ।  ଚାଲିଗଲା ଦୁଇ ଦୁଇ ଟି ନୀରି...
23/03/2023

କାହିଁକି ମୃତ୍ୟୁକୁ ବାଛି ନେଲେ ?
ବ୍ୟୁରୋ : ଗୋଟିଏ ପଟେ ଡିଜେ ଆଜେକ୍ସ ଏବଂ ଅନ୍ୟପଟେ ସୈାମ୍ୟ ରଂଜନ ପାଣିଗ୍ରାହୀ । ଚାଲିଗଲା ଦୁଇ ଦୁଇ ଟି ନୀରିହ ଜୀବନା ପ୍ରେମ ପାଇଁ ସେମାନେ ଦେଇଦେଲେ ବଳିଦାନ । ପ୍ରେମକୁ ସେମାନେ କରିଦେଲେ ଚିର ଅମର । ସେମାନଙ୍କ ପାଇଁ ପ୍ରେମ ଥିଲା ସବୁ କିଛି । ନ ହେଲେ , ନିଜ ଜନ୍ମକଲା ବାପା ମା ଓ ପରିବାରକୁ ଛାଡି ସେମାନେ କଣ ମୃତ୍ୟୁକୁ ବାଛି ନେଇଥାନ୍ତେ । ଆଜି ବି କାନ୍ଦୁଛନ୍ତି ସୈାମ୍ୟ ରଂଜନ ପାଣିଗ୍ରାହୀଙ୍କ ବାପା ମା । ନ୍ୟାୟ ପାଇଁ କରୁଛନ୍ତି ଭିକ୍ଷା । କିନ୍ତୁ ତାଙ୍କୁ କଣ ମିଳିଛି ନ୍ୟାୟ ? ସେହିପରି ଏବେ ଏବେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା ସବୁ ଦିନ ପାଇଁ ଏ ଦୁନିଆ ଛାଡି ଚାଲିଗଲେ । ସେ କେବଳ ହିଁ ଗୋଟିଏ ଝିଅ ପାଇଁ । ଦୁହିଁଙ୍କ ଭଇତରେ ପ୍ରାୟତଃ ସବୁ କିଛି ସମାନ ରହିଛି । ଉଭୟ କେବଳ ନିଜ ମନ ଦେଇ ଦୁଇ ଝିଅଙ୍କୁ ଭଲ ପାଉଥିଲେ । ଏବେ ନିଜ ପରିବାରରେ ମଧ୍ୟ କହିଥିଲେ । ବିବାହ ପାଇଁ ଉଭୟ ସୈାମ୍ୟ ଏବଂ ଆଜେକ୍ସଙ୍କ ପରିବାର ବି ରାଜି ଥିଲେ । କିନ୍ତୁ ହେଲା କଣ । ସବୁ କିଛି ସରିଗଲା ଆଉ ଦୁହେଁ ନୂଆ ଦୁନିଆ ଦେଖିବା ଆଗରୁ ଜୀବନ ହାରିଦେଲେ ।
ଓଲିଉଡର ସିଙ୍ଗର ସୋନାଲି ନନ୍ଦଙ୍କୁ ଭଲ ପାଉଥିଲେ ସୈାମ୍ୟ ରଂଜନ ପାଣିଗ୍ରାହୀ । ଏତେ ଭଲ ପାଉଥିଲେ ଯେ ତାଙ୍କ ବିନା ସେ କେବେ ବି ରହିପାରି ନ ଥାନ୍ତେ । ତାହାର ଜ୍ୱଳନ୍ତ ଉଦାହରଣ ସେ ନିଜେ ଦେଇଗଲେ । ନ ହେଲେ କଣ ସେ ଦୁନିଆ ଛାଡି ଦେଇଥାନ୍ତେ । ସେମାନଙ୍କ ଭିତରେ କେବଳ ତୃତୀୟ ଜଣଙ୍କ ପ୍ରବେଶ ପାଇଁ ସୈାମ୍ୟ ଏବଂ ସୋନାଲି ଦୁହେଁ ଅଲଗା ହୋଇଗଲେ । ମୃତ୍ୟୁ ପୂର୍ବରୁ ସୋନାଲି ନନ୍ଦଙ୍କ ସହ ଶେଷ କଥା ହୋଇଥିଲେ । ଆଉ ବାପା ମା ଙ୍କ ପାଇଁ ଶେଷ ଚିଠି ମଧ୍ୟ ଲେଖଇଥିଲେ । ନିଜ ବାପା ମା ଓ ଭୁଣୀକୁ ସରି ବୋଲି କହିଥିଲେ । ସୋନାଲି ନନ୍ଦଙ୍କ ଠାରୁ ଦୁରେଇ ରହିପାରିବେ ନି ବୋଲି ନିଜ ଜୀବନକୁ ସେ ନିଜେ ଜାଳିଦେଲେ । ସୈାମ୍ୟଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଥିଲେ ପୂରା ପରିବାର ଲୋକେ । ନ୍ୟାୟ ପାଇଁ ଥାନାର ମଧ୍ୟ ଦ୍ୱାରସ୍ଥ୍ୟ ହୋଇଥିଲେ ସୈାମ୍ୟଙ୍କ ପରିବାର । କିନ୍ତୁ କିଛି ବି ଲାଭ ମିଳିଲାନି ।
ଆଉ ସୈାମ୍ୟଙ୍କ ପରି ମଧ୍ୟ ଡିଜେ ଆଜେକ୍ସ ସବୁ ଦିନ ପାଇଁ ଦୁନିଆ ଛାଡିଦେଲେ । ସେ ଭଲ ପାଉଥିଲେ ଡାକ୍ତରାଣୀ ଜିଜ୍ଞାସା ମହାରଣାଙ୍କୁ । କିନ୍ତୁ ଜିଜ୍ଞାସା ହୁଏତ ତାଙ୍କ ସହ ଛଳନା କରୁଥିଲେ । ନ ହେଲେ ଆଜି କଣ ଆଜେକ୍ସ ଏ ଦୁନିଆ ଛାଡି ଦେଇଥାନ୍ତେ । ତାଙ୍କ ବିନା ରହିପାରିବେନି ବୋଲି ଆଜେକ୍ସ ବହୁତ ଥର କହିଥିଲେ । କିନ୍ତୁ ଜିଜ୍ଞାସା ତାଙ୍କ କଥା ଶୁଣି ନ ଥିଲେ । ଜିଜ୍ଞାସା ନିଜର ପୁରୁଷ ବନ୍ଧୁ ରଶ୍ମୀ ସହ ମିଶୁଥିଲେ । ଯାହାକୁ ଗ୍ରହଣ କରିପାରୁ ନ ଥିଲେ ଆଜେକ୍ସ । ନିଜ ମନର କଥାକୁ ସେ ନିଜ ଫୋନରେ ରେକର୍ଡ କରିଦେଲେ । ଆଉ ସେ ସବୁକୁ ଯିଏ ବି ଶୁଣିବ ତାର ଆଖିରୁ ଲୁହ ନିଶ୍ଚୟ ଆସିଯିବ ।
କୁହାଯାଏ ପ୍ରେମ ଅନ୍ଧ । ପ୍ରେମ ଶାଶ୍ୱତ । ଆଉ ଚିରଦିନ ପାଇଁ ଅମର । ସେଥିପାଇଁ ପ୍ରେମର ଶବ୍ଦକୁ ପ୍ରମାଣିତ କରିବା ପାଇଁ ଦୁଇ ପ୍ରେମୀ ନିଜ ଜୀବନକୁ ବାଜିରେ ଲଗାଇଦେଲେ । ଭୁଲି ଗଲେ ନିଜ ଲୋକଙ୍କୁ , ଭୁଲି ଗଲେ ତାଙ୍କୁ ଭଲ ପାଉଥିବା ସେହି ମଣିଷ ମାନଙ୍କୁ । ଜଣଙ୍କ ପାଇଁ ସେମାନେ ନିଜ ଜୀବନକୁ ବଳି ଦେଇଦେଲେ । ଆଉ ସମସ୍ତଙ୍କ ଆଖିରେ ହୋଇଗଲେ ସେମାନେ ପ୍ରକୃତ ମଣିଷ । ପ୍ରେମ ବିନା କଣ ଜୀବନ ସମ୍ଭବ କି । ନା ବୋଧ ହୁଏ । ନ ହେଲେ ଏମିତି ମୂଲ୍ୟବାନ ଜୀବନ କେବେ ବି ଚାଲିଯାଇ ନ ଥାନ୍ତା । ସେମାନେ ଦୁନିଆକୁ ଅନେକ କିଛି ଶିଖାଇ ଦେଇ ଗଲେ ।

ଶିଶୁ, ବୟସ୍କଙ୍କ ସଂକ୍ରମଣ ବଢୁଛିବଢୁଛି ଦେଶରେ H3N2 ଭାଇରସ ସଂକ୍ରମିତ ଙ୍କ ସଂଖ୍ୟା ଗୁଜୁରାଟରେ ପ୍ରଥମ ମୃତ୍ୟୁଦେଶରେ 7 ମୃତଦେଶରେ H3N2 ଭାଇରସ...
15/03/2023

ଶିଶୁ, ବୟସ୍କଙ୍କ ସଂକ୍ରମଣ ବଢୁଛି
ବଢୁଛି ଦେଶରେ H3N2 ଭାଇରସ ସଂକ୍ରମିତ ଙ୍କ ସଂଖ୍ୟା
ଗୁଜୁରାଟରେ ପ୍ରଥମ ମୃତ୍ୟୁ
ଦେଶରେ 7 ମୃତ

ଦେଶରେ H3N2 ଭାଇରସ ଯୋଗୁ ସଂକ୍ରମିତ ଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି. ବିଭିନ୍ନ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଆଇସିୟୁର ଅଭାବ ଦେଖାଦେଉଛି. ଗୁଜୁରାଟ ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଲେ ଦେଶରେ ଏହି ଭାଇରସ ଯୋଗୁ ମୃତ୍ୟୁ ସଂଖ୍ୟା 7 କୁ ବୃଦ୍ଧି ପାଇଛି.
ସେପଟେ ଦିଲ୍ଲୀ ରେ ବରିଷ୍ଠ ନାଗରିକ ଓ ପୁନେ ରେ 5 ବର୍ଷ ରୁ କାମ ବୟସ ର ଶିଶୁ ମାନେ ଅଧିକ ସଂକ୍ରମିତ ହେବା ଚିନ୍ତା ବଢ଼ାଇ ଦେଇଛି. ବିଶେଷଜ୍ଞ ମାନେ ମାସକୁ ପିନ୍ଧିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି. ତେବେ ଗତ ମାର୍ଚ୍ଚ 1 ରେ କର୍ଣ୍ଣାଟକର ହାସନ ଜିଲ୍ଲା ରେ ଜଣେ 87 ବର୍ଷୀୟ ବୟସ୍କ ମହିଳା ଙ୍କ ମୃତ୍ୟୁ ହୋଇଥିଲା. ଏହା ଥିଲା ଦେଶର ପ୍ରଥମ H3N2 ମୃତ୍ୟୁ ମାମଲା.
ଏକା ଘରୋଇ ହସ୍ପିଟାଲର ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି କି, ଗତ 4-6 ସପ୍ତାହ ହେଲା ସେମାନଙ୍କ ହସ୍ପିଟାଲ ର ସବୁ ଆଇସିୟୁ ବେଡ଼ ରେ ରୋଗୀ ଚିକିତ୍ସିତ ହେଉଛନ୍ତି. ଆଇସିୟୁ ବେଡ଼ ଖାଲି ପଡୁନି. ଶିଶୁ ଓ ପ୍ରି ସ୍କୁଲ ପିଲାମାନେ ଅଧିକ ସଂଖ୍ୟାରେ ଏବେ ସଂକ୍ରମିତ ହେଉଥିବା ଦେଖା ଯାଉଛି. ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି. କିଛି ପିଲାଙ୍କର ଲିଭର ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ପିଲାଙ୍କର ରକ୍ତ ଚାପରେ ସମସ୍ୟା ରହୁଛି.
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବ ଅନୁସାରେ ସଂକ୍ରମିତ ହେବା ପରେ ସେମାନଙ୍କ ଶରୀରରେ ପ୍ରବଳ ଜ୍ଵର, କାଶ, ଶ୍ଵାସ ପ୍ରଶ୍ୱାସ ରେ ସମସ୍ୟା ଓ ଫୁସଫୁସ ପ୍ରଦାହ ଭଳି ଲକ୍ଷଣ ଦେଖିବାକୁ ମିଳୁଛି. ଏହା ପ୍ରାୟ 7-8 ଦିନ ଧରି ଲାଗି ରହୁଛି. ଏହା ପରେ କମି ଯାଉଛି.ତେବେ କିଛି ପୃଷ୍ଟିହୀନ ଶିଶୁ କିମ୍ବା ଦୁର୍ବଳ ପିଲାଙ୍କ ଠାରେ ଏହା 10 ଦିନ ପର୍ଯ୍ୟନ୍ତ ଲାଗି ରହୁଛି. ଦିଲ୍ଲୀ ରେ ଏବେ 75 ବର୍ଷ ରୁ ଅଧିକ ବୟସର ବରିଷ୍ଠ ନାଗରିକ ମାନେ H3N2ରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି. ଏକାଧିକ ରୋଗରେ ପୀଡିତ ହୋଇଥିବା ଏହି ବୟସରେ ଲୋକମାନେ ସଂକ୍ରମିତ ହେବା ପରେ ସେମାନଙ୍କ ଅବସ୍ଥା ଗୁରୁତର ହୋଇ ପଡୁଛି. ଯାହା ଫଳରେ ସେମାନଙ୍କୁ ହସ୍ପିଟାଲ ରେ ଭର୍ତ୍ତି ହେବାକୁ ପଡୁଛି. ତେଣୁ ଏହି ରୋଗ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ ସତର୍କତା ଅବଲମ୍ବନ କରିବାକୁ ପଡିବ.
ମାସ୍କ ପିନ୍ଧିବା
ନିୟମିତ ହାତ ଧୋଇବା
ଭିଡ ସ୍ଥାନ ରୁ ଦୁରେଇ ରହିବା

ସୁନ୍ଦର ହେବା ପାଇଁ କାହାର ବା ଇଛା ନ ଥାଏ. କିନ୍ତୁ ଆମେ କେବେ ବି ଆମ ତ୍ୱଚାର ଯତ୍ନନେଇ ନା ଥାଉ. ଯତ୍ନ ନ ନେବା ଦ୍ୱାରା ଆମ ତ୍ୱଚା ଶୁଷ୍କ ହୋଇଯ...
11/03/2023

ସୁନ୍ଦର ହେବା ପାଇଁ କାହାର ବା ଇଛା ନ ଥାଏ. କିନ୍ତୁ ଆମେ କେବେ ବି ଆମ ତ୍ୱଚାର ଯତ୍ନନେଇ ନା ଥାଉ. ଯତ୍ନ ନ ନେବା ଦ୍ୱାରା ଆମ ତ୍ୱଚା ଶୁଷ୍କ ହୋଇଯାଏ. କିମ୍ୱା କେତେକ କ୍ଷେତ୍ରରେ ଧୀରେ ଧୀରେ ରୁକ୍ଷ ମଧ୍ୟ ହେଇ ଯାଏ. ଆଉ ପରବର୍ତୀ ସମୟରେ ଆମେ ଅନୁତାପ କଲେ ବି ଫଳ କିଛି ମିଳେ ନାହିଁ.ତେଣୁ ନିଜ ସ୍ୱାସ୍ଥ୍ୟ ଏବଂ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ. ତେବେ ସବୁଠୁ ବଡ କଥା ଯଦି ଆପଣ ଘରୋଇ ଉପାୟ ଆପଣେଇବେ. ଆସନ୍ତୁ ଏସମ୍ପର୍କରେ ଜାଣିବା.
କଣ ଆପଣଙ୍କ ମୁହଁରେ କଳାଦାଗ ଅଛି କି?
ତାହେଲେ ଚିନ୍ତାର କୌଣସି କାରଣ ନାହିଁ,
ତେବେ ଘରୋଇ ଉପଚାର ଦ୍ୱାରା ଆପଣ ପାଇପାରିବେ ଦାଗଶୂନ୍ୟ ଚେହେରା।
ବର୍ତମାନର ବ୍ୟସ୍ତବହୁଳ ଜୀବନ ଭିତରେ ଠିକ୍‌ ଭାବେ ନା ଶରୀରର ଯତ୍ନ ନେଇ ହେଉଛି ନା ତ୍ୱଚାର। ତ୍ୱଚାର ଯତ୍ନ ନ ନେଲେ ସବୁଦିନ ପାଇଁ ସୌନ୍ଦର୍ଯ୍ୟ ଅତୁଟ କିପରି ରହିବ? ଆପଣ ବି ଯଦି ଚାହାନ୍ତି ଆପରଙ୍କ ତ୍ୱଚା ସୁନ୍ଦର ଓ ଦାଗ ହୀନ ହେଉ ତେବେ ଏହି କେତୋଟି କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

*-ରାତିରେ ଫେସ୍‌ଓ୍ଵାସ୍‌ କରିବା ପରେ ସାମାନ୍ୟ ମହୁରେ ଟିକେ ଗୋଲାପ ଜଳ ମିଶାଇ ମୁହଁରେ ମାଲସ କରନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ।
*-ସପ୍ତାହକୁ ଥରେ ଗରମ ପାଣି ବାମ୍ଫ ମୁହଁରେ ଦେବା ପରେ ମସ୍‌ଚୁରାଇଜର୍‌ ନିଶ୍ଚୟ ବ୍ୟବହାର କରନ୍ତୁ।
*-କଞ୍ଚା ହଳଦୀ ସହ ଚନ୍ଦନ ଘୋରି ମୁହଁରେ ଲେପ ଦିଅନ୍ତୁ। ମନେ ରଖନ୍ତୁ ଏହି ଲେପ ରାତି ସମୟରେ ହିଁ ଦେବେ। କାହିଁକି ନା ଦିନରେ ଖରା ବାଜିଲେ ତାହା ଓଲଟା ପ୍ରଭାବ ଦେଖାଏ।
*-ମୁଲ୍‌ତାନି ମାଟି ସହ ଲିମ୍ବ ପତ୍ର ଗୁଣ୍ଡ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଯଦି ବ୍ରଣ ସମସ୍ୟା ରହିଥାଏ ତାହଲେ ତୁରନ୍ତ ଦୂର ହେବ। ବହୁବାର ମୁହଁ ଧୋଇବା ସହ ମୁହଁରେ ମଝିରେ ମଝିରେ ବରଫ ଘସନ୍ତୁ।
*-ସନ୍ଧ୍ୟା ସମୟରେ ଆପଣ ଲେମ୍ବୁ କୁ ମଧ୍ୟ ହାଲୁକାରେ ମୁଁହରେ ଲଗାଇ ପାରିବେ.

ଯଦି ଆପଣ ଏହିସବୁ ଘରୋଇ ଉପାୟକୁ ଆପଣେଇଲେ ତାହେଲେ ବିଶ୍ୱାସ କରନ୍ତୁ ମାତ୍ର କେଇ ଦିନରେ ଆପଣ ଆପଣଙ୍କ ଚେହେରାରେ ଫରକ ଜାଣିପାରିବେ ।

ରାଶି ଅନୁସାରେ ରଙ୍ଗରେ ହୋଲି ଖେଳନ୍ତୁ. ଯାହା ଆପଣଙ୍କ ପାଇଁ ଆଣି ଦେବ ଖୁସି. ଆସନ୍ତୁ ରାଶି ଅନୁସାରେ ରଙ୍ଗ ଖେଳିବା
03/03/2023

ରାଶି ଅନୁସାରେ ରଙ୍ଗରେ ହୋଲି ଖେଳନ୍ତୁ. ଯାହା ଆପଣଙ୍କ ପାଇଁ ଆଣି ଦେବ ଖୁସି. ଆସନ୍ତୁ ରାଶି ଅନୁସାରେ ରଙ୍ଗ ଖେଳିବା

Holi is an ancient Hindu tradition and also one of the most popular festivals in Hinduism. It celebrates the eternal and divine love of god Radha Krishna. ...

କଥାରେ ଅଛି ଦୁନିଆକୁ ଏକା ଆସିଛେ ଏକା ହିଁ ଯିବା । ଆଉ ତାହା ହିଁ ହେଲା । ନା ମନ ମାନୁଛି ନା ଆଖି ବୁଝୁଛି । ଆଉ ଆଜି ସବୁ କିଛି ଛାଡି ଦେଇ ଆରପା...
02/03/2023

କଥାରେ ଅଛି ଦୁନିଆକୁ ଏକା ଆସିଛେ ଏକା ହିଁ ଯିବା । ଆଉ ତାହା ହିଁ ହେଲା । ନା ମନ ମାନୁଛି ନା ଆଖି ବୁଝୁଛି । ଆଉ ଆଜି ସବୁ କିଛି ଛାଡି ଦେଇ ଆରପାରିକୁ ଚାଲିଯାଇଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ନାହିଁ ଆଉ ସେହି ହସ ହସ ଚେହେରା ଏବଂ ରାଜକୀୟ ଠାଣି । ଲାଇଟ , କ୍ୟାମେରା , ଆକ୍ସନ କହିବା ପରେ ଅଭିନୟ ଆରମ୍ଭ କରିବାକୁ ନାହାନ୍ତି ଆଉ ପିଣ୍ଟୁ ନନ୍ଦ । ଆଉ ପଛକୁ ଫେରିବନି ସେହି ସମୟ । ଯେଉଁ ସମୟରେ ନିଜ ହସରେ ଏବଂ କାନ୍ଦରେ ଲୋକଙ୍କୁ ହସାଉଥିଲେ ଏବଂ କନ୍ଦାଉଥିଲେ ଅଭିନେତା ପିଣ୍ଟୁ ନନ୍ଦ । ସବୁ ମୋହମାୟା ତୁଟାଇ ଆପଣାଇଲେ ଗୋଟିଏ ରାସ୍ତା । ଶେଷ ସମୟରେ ବି ପିଣ୍ଟୁଙ୍କ ଶେଷ ଇଚ୍ଛା ପୂରଣ ହୋଇ ପାରିଲା ନାହିଁ । ଅନେକ ଇଚ୍ଛା କରିଥିଲେ ଶେଷ ସମୟରେ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଦେଖିବେ । ନିଜର ୨ ପୁଅ ଓ ଅଭିମାନିନୀ ସ୍ତ୍ରୀକୁ ଛାଡି ସବୁ ଦିନ ପାଇଁ ଚାଲିଗଲେ ପିଣ୍ଟୁ । ନା ନିଜ ପୁଅ ମାନଙ୍କ ସହ କଥା ହୋଇ ପାରିଲେ , ନା ନିଜ ସ୍ତ୍ରୀ କୋଳରେ ମୁଣ୍ଡ ରଖି ଶୋଇ ପାରିଲେ । ସବୁ କିଛି ଇଚ୍ଛାରେ ହି ରହିଗଲା । ଶେଷରେ ସବୁ କିଛି ଛାଡି ଦେଇ ଚାଲିଗଲେ ।
ଜଗତସିଂହପୁର ଜିଲ୍ଲାରେ ଜନ୍ମିତ ପିଣ୍ଟୁ ଏସକେ ଏକାଡେମିରୁ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ଦିଲ୍ଲୀରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ଟେଲି ଫିଲ୍ମ ଜରିଆରେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ୧୯୯୬ରେ ଓଏଲଏ ଫିଲ୍ମ ଜରିଆରେ ପିଣ୍ଟୁ ଫିଲ୍ମ ଜଗତରେ ଅଭିନୟ କରିଥିଲେ । ମାତ୍ର ୪୫ ବର୍ଷ ବୟସରେ ସେ ଦୁନିଆ ଛାଡି ଚାଲିଗଲେ । ସମସ୍ତଙ୍କ ଆପ୍ରାଣ ଉଦ୍ୟମ ଏବଂ ଟଙ୍କା ବି ଯୋଗାଡ ହେଉଥିଲା । କିନ୍ତୁ ଲିଭର ଡୋନର ମିଳୁ ନ ଥିଲେ । ଡାକ୍ତର ତାଙ୍କୁ ବଂଚାଇବା ପାଇଁ ସବୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଧୀରେ ଧୀରେ ସ୍ୱାସ୍ଥ୍ୟ ବସ୍ଥା ସଙ୍କଟାପନ୍ନ ହୋଇଗଲା । ଆଉ ଗତକାଲି ପ୍ରାୟ ସାଢେ ୧୧ଟା ବେଳେ ପିଣ୍ଟୁ ଶେଷ ନିଶ୍ୱାସ ତ୍ୟାଗ କଲେ ।
ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ‘‘ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି’’ ବୋଲି ପ୍ରକାଶ କରିଛନ୍ତି।

https://youtu.be/98DYVAjbsPM
11/02/2023

https://youtu.be/98DYVAjbsPM

Maha Shivaratri is a Hindu festival celebrated annually in honour of the god Shiva. The name also refers to the night when Shiva performs the heavenly dance ...

ଏମିତି ମାରିଥିଲି...............ମନ୍ତ୍ରୀଙ୍କ ଇନୋଭା ଗାଡି ଆସି ଅଟକିଲା. ଗାନ୍ଧୀ ଛକ ଠାରୁ କିଛି ଦୂରରେ. ଆଉ ଗୋପାଳ ପାଖାପାଖି 12 ଫୁଟ ଦୂରରେ...
08/02/2023

ଏମିତି ମାରିଥିଲି...............
ମନ୍ତ୍ରୀଙ୍କ ଇନୋଭା ଗାଡି ଆସି ଅଟକିଲା. ଗାନ୍ଧୀ ଛକ ଠାରୁ କିଛି ଦୂରରେ. ଆଉ ଗୋପାଳ ପାଖାପାଖି 12 ଫୁଟ ଦୂରରେ ଛିଡା ହୋଇଥିଲା. ଗାଢ ନୀଳ ରଙ୍ଗର ପ୍ୟାଣ୍ଟ ଆଉ ଶାର୍ଟ ଫୁଲ ସ୍ଲିଭ ଟି ରଙ୍ଗ ର ପିନ୍ଧିଥିଲ ଗୋପାଳ. ଅଣ୍ଟାର ବାମ ପଟେ ଝୁଲୁଥିଲା ଲିଭଲଭର ହୋଲଷ୍ଟରରେ ଥିଲା ହାତ.

ଗାଡି ଡୋର ଖୋଲିବ ଦେଖି ଲୋକଙ୍କୁ ଏଡାଇ ତରବର ହୋଇ ମାଡିଗଲା ଗୋପାଳ. ଆଉ ଗାଡି ଭିତରୁ ବାହାରିଲେ ମନ୍ତୀ. ଦୁଇ ତିନି ଜଣ ଫୁଲ ମାଳ ନେଇ ଗଲେ. ତାଙ୍କ ବେକରେ ଗଳାଇବା ବେଳକୁ ପଛପଟେ ପହଂଚି ଯାଇଥିଲା ଗୋପାଳ.

କାହାର ନଜର ଥିଲା ଗୋପାଳ ଉପରେ. ଆଉ ସେ ମନ୍ତ୍ରୀ ଙ୍କ ଏକଦମ ନିକଟକୁ ପଳାଇଥିଲା. ହୋଲଷ୍ଟ୍ରୋର ରୁ ରିଭଲଭର କରି ଦୁଇ ହାତରେ ଧରିଲା. ଆଗରେ ଥିବା ଦୁଇ ଜଣଙ୍କ ମଝିରେ ହାତ ପୁରାଇ ଗୁଳି ଚଳାଇଲା. ଠିକ ବାମ ଛାତି ଉପରକୁ. ମାତ୍ର ଫୁଟେ ଦୂରରୁ.

ଲଥ କରି ନିଜ ଛାତିକୁ ଧରି ବସି ପଡିଲେ ମନ୍ତ୍ରୀ. କେହି କିଛି ବୁଝିବା ଆଗରୁ ମନ୍ତ୍ରୀ ଧୀରେ ଧୀରେ ନିଜ ହୋସ ହରାଇବାକୁ ଲାଗିଲେ. କେହି ଜଣେ ସ୍ପଟ ଉପରେ କହିଲେ ଗୁଳି ଫୁଟିଲା. କିନ୍ତୁ କେହି ବୁଝିପାରିଲେନି ଯେ. ଗୁଳି ମନ୍ତ୍ରୀ ଙ୍କ ଛାତିରେ ବାଜିଛି. ମନ୍ତ୍ରୀ ଯେତେବେଳେ ନିଜ ଚାଟିକି ଧରି ବସି ପଡିଲେ ମନ୍ତ୍ରୀ ଙ୍କ ଆଡକୁ ଗଲା ନଜର. ମନ୍ତ୍ରୀ ଙ୍କୁ ଉଠାଇଲେ ଆଉ ଗାଡି ରେ ବସାଇଲେ.

ଅଭିଯୁକ୍ତ ଗୋପାଳ ଦାସ ଗତକାଲି (ମଙ୍ଗଳବାର )କ୍ରାଇମ ସ୍ପଟ ରେ ଗୁଳି କରି କିଭଳି ହତ୍ୟା କରିଛି ତାହାର ଡେମୋ ଦେଖାଇଥିଲା ତଦନ୍ତ କାରୀ ଦଳ ଙ୍କୁ..

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକ ପ୍ରିୟ ଯୋଡି କିଆରା ଓ ସିଦ୍ଧାର୍ଥ ମଲୋହୋତ୍ରା. ଦୁହିଁଙ୍କ ବିବାହ ରାଜସ୍ଥାନରେ ସମ୍ପନ୍ନ୍ନ ହୋଇଛି. ...
08/02/2023

ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକ ପ୍ରିୟ ଯୋଡି କିଆରା ଓ ସିଦ୍ଧାର୍ଥ ମଲୋହୋତ୍ରା. ଦୁହିଁଙ୍କ ବିବାହ ରାଜସ୍ଥାନରେ ସମ୍ପନ୍ନ୍ନ ହୋଇଛି. ଦୁହିଁଙ୍କ ଆଉଟ ଲୁକ ଫ୍ୟାନ୍ସ ମାନଙ୍କୁ ବେଶ ପସନ୍ଦ ଆସିଛି .

ନବ ଦାସ ଙ୍କୁ ମାରିବାକୁ ହୋଇଛି କି ଟପ ଲେବଲ ର ଷଡଯନ୍ତ୍ର?ଦଳୀୟ ନେତା ଙ୍କୁ ମାରିବାକୁ ଦଳରେ ଆଉ କାହାର ହାତ ନାହିଁ ତ?ଗୋପାଳ ଦାସ କେବଳ ମୋହରା ...
06/02/2023

ନବ ଦାସ ଙ୍କୁ ମାରିବାକୁ ହୋଇଛି କି ଟପ ଲେବଲ ର ଷଡଯନ୍ତ୍ର?
ଦଳୀୟ ନେତା ଙ୍କୁ ମାରିବାକୁ ଦଳରେ ଆଉ କାହାର ହାତ ନାହିଁ ତ?
ଗୋପାଳ ଦାସ କେବଳ ମୋହରା ବନି ନାହାନ୍ତି ତ?
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମାରିବାର ମୁଖ୍ୟ କାରଣ ଆଉ ଖଣି ବ୍ୟବସାୟ ନୁହଁ ତ?
ଏତେ ଭିଡ ଭିତରେ ବି ଗୋଟିଏ ଲକ୍ଷ ରେ କେମିତି ହତ୍ୟା କରାଗଲା ?
ସୁରକ୍ଷା କର୍ମୀ କଣ ଏସବୁ କିଛି ଜାଣିପାରିଲେନି?
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ କୁ ବିତି ଗଲାଣି 6 ଦିନ. କିନ୍ତୁ ୟା ଭିତରେ କୌଣସି ବି ସଠିକ ତଥ୍ୟ ଆସିନାହିଁ ବୋଲି ଅନେକ ଅଭିଯୋଗ କରୁଛନ୍ତି . କାରଣ ଅରୁଣ ବୋଥ୍ରାଙ୍କର ତଦନ୍ତ କୌଣସି ବି ଦିଗରୁ ଠିକ ଲାଗୁନାହିଁ. ଯାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି . କଂଗ୍ରେସ ରୁ ଆସି ବିଜେଡି ରେ ମିଶିବା ପରେ ତାଙ୍କୁ ମିଳିଥିଲା ଟିକେଟ. ଆଉ ଜିତିବା ପରେ ମିଳିଥିଲା ମନ୍ତ୍ରୀ ପଦ. ଏହା ପରେ ଆରମ୍ଭ ହୋଇଗଲା ତାଙ୍କର ସାମ୍ରାଜ୍ୟ.. ସୁନ୍ଦରଗଡ଼, ସମ୍ବଲପୁର ଆଉ ଝାରସୁଗୁଡା ରେ ତାଙ୍କର ଦବଦବା ଆରମ୍ଭ ହୋଇଗଲା. ତାଙ୍କ ଥିବା ବେଳେ ଖଣି ଖାଦାନ ଠାରୁ ଆରମ୍ଭ କରି ତାଙ୍କ ବ୍ୟବସାୟ ରେ କେହି ବି ପଶି ପାରିଲେ ନାହିଁ. ଯାହାକୁ ନେଇ ଅନେକ ଅସନ୍ତୋଷ ରହୁଥିଲେ. ଏହା ସହ ଦଳରେ ମଧ୍ୟ ନିଜର ହକ ଜାହିର କରୁଥିଲେ. ନିଜେ କାମାଉଥିବା ଆୟ ରୁ ରାଜସ୍ବ କୁ ଦେଉଥିଲେ ବି ନିଜ ସାମ୍ରାଜ୍ୟ ସେ ବନେଇ ସାରିଥିଲେ.
ଦଳରେ ନିଜର ପତିଆରା ବଢାଇବା ପାଇଁ ସେ ଉପର ଲେବଲର ଲୋକଙ୍କୁ ଚପାଇ ଆସୁଥିଲେ ବୋଲି ଶୁଣିବାକୁ ମିଳୁଛି.
ଉଭୟ ବିରୋଧୀ ଦଳ କଂଗ୍ରେସ ଏବଂ ବିଜେପି ରାଜ୍ୟ ଏହାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ଏଥିରେ ଦଳ ର କେହି ଷଡଯନ୍ତ୍ର କରି ହୋଇଥିବା ଅଭିଯୋଗ କରିଛନ୍ତି.
ତେବେ ନବଙ୍କା ମୃତ୍ୟୁ ବିଜେଡି ପାଇଁ ଅପୂରଣୀୟ କ୍ଷତି ହୋଇଥିବା ବେଳେ କେଉଁଠି ନା କେଉଁଠି ସାଧାରଣ ଲୋକ ଆଶ୍ୱସ୍ଥି ପାଇଥିବା ଜଣା ପଡୁଛି.
ନବ ଙ୍କ ସାମ୍ରାଜ୍ୟ ଅତି ଲମ୍ବା ହୋଇଥିବା ବେଳେ ଏ ସାମ୍ରାଜ୍ୟ ର ରାଜା ଏହାକୁ ବନେଇ ରଖିପାରିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା.
ଝାରସୁଗୁଡା ବାସୀ ନିଜର ପରବର୍ତୀ ନେତା କାହାକୁ ବାଛିବେ ତାହା କେବଳ ଦେଖିବକି ବାକି ରହିଲା.

ନବ ଦାସଙ୍କ ମୃତ୍ୟୁନେଇ ଉଠିଛି ଅନେକ ପ୍ରଶ୍ନ..ଯେମିତିକି ଗୋପାଳ ଦାସ କାହିଁକି  ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମାରିବାକୁ ଚାହିଁଲା?ଆଗରୁ ମର...
01/02/2023

ନବ ଦାସଙ୍କ ମୃତ୍ୟୁନେଇ ଉଠିଛି ଅନେକ ପ୍ରଶ୍ନ..
ଯେମିତିକି ଗୋପାଳ ଦାସ କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମାରିବାକୁ ଚାହିଁଲା?
ଆଗରୁ ମର୍ଡର ପାଇଁ ପ୍ରିପ୍ଲାନ ଥିଲା କି?
କେତେ ଦିନ ଠାରୁ ଏଭଳି ଯୋଜନା କରିଥିଲା ଗୋପାଳ?
ତାର ଏହି ପ୍ଲାନରେ କିଏ କିଏ ସାମିଲ ଅଛନ୍ତି?
କାହିଁକି ଗୋପାଳ ଦାସ ସେଇ କାର୍ଯ୍ୟକ୍ରମକୁ ହିଁ ବାଛିଲା?
ଆଗରୁ ମନ୍ତ୍ରୀଙ୍କ ସହ କିଛି ଶତ୍ରୁତା ଥିଲା କି?
ଏମିତି ଅନେକ ପ୍ରଶ୍ନ....
କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ ମାରିବାର କେହି ଦେଖିଛନ୍ତି କି? ଜଣେ କନେଷ୍ଟବଳରୁ ଏ ଏସ ଆଇ ବନିଥିବା ଗୋପାଳଙ୍କୁ ମନ୍ତ୍ରୀ ନବ ଦାସଙ୍କୁ ମାରିବାକୁ ସେତିକି ଦୃଢ ମନୋବଳ ଥିବା ଦରକାର.. କିନ୍ତୁ କିଛି ଲୋକ ଗୋପାଳଙ୍କ ହାବ ଭାବରୁ ସେପରି ଦେଖି ନଥିବା କହିଛନ୍ତି.
ଅନ୍ୟପଟେ ଗୋପାଳଙ୍କ ବଡ ଭାଇଙ୍କୁ ଉଠାଇ ନେଇଛି କ୍ରାଇମ ବ୍ରାଞ୍ଚ.. ଜୋରଦାର କରିଛି ତଦନ୍ତ ପ୍ରକ୍ରିୟା. ନିରପେକ୍ଷ ତଦନ୍ତ ପାଇଁ ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ ଏହାର ଭାର ନେଇଛନ୍ତି..
ନବ ଦାସଙ୍କ ହତ୍ୟା ଘଟଣାରେ ପିଏସଓ ମିତ୍ର ଭାନୁ ଦେଓ ସସ୍ପେଣ୍ଡ ହୋଇଛନ୍ତି.ବ୍ରଜରାଜନଗର ଆଇଆଇସି ବଦଳିଛନ୍ତି.
ଅନେକ କିଛିରେ ପରିବର୍ତ୍ତନ ହେଇଯାଇଛି.. ଶାନ୍ତି ପ୍ରିୟ ଓଡିଶା ରେ ଏପରି ଘଟିବା ସମସ୍ତଙ୍କୁ ଚକିତ କରିଛି.. ଏଭଳି ଘଟଣା ରାଜନୈତିକ ମହଲରେ ଯେତିକି ଆଲୋଚନାର ବିଷୟ ହେଇଛି ସାଧାରଣ ରେ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି..
ପୁଣି ବ୍ରହ୍ମପୁରରେ ତନାଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ଟିମ. ଅଭିଯୁକ୍ତ ଗୋପାଳକୃଷ୍ଣର ବ୍ରହ୍ମପୁର ସ୍ଥିତ ଆଙ୍କୁଲି ବାସ ଭବନରେ ଦୁଇଜଣିଆ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି. ଘର ଭିତରେ ASI ଗୋପାଳ ଦାସର ପତ୍ନୀ ଜୟନ୍ତୀ ଦାଶ୍ ଏବଂ ତାଙ୍କ ପୁତୁରା ରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି କ୍ରାଇବ୍ରାଞ୍ଚ. ଗତକାଲି ଅଭିଯୁକ୍ତ ଗୋପାଳକୃଷ୍ଣର ବଡ଼ଭାଇକୁ ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ. ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ଏଏସଆଇ ଗୋପାଳକୃଷ୍ଣକୁ ୪ ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରୁଛି କ୍ରାଇମବ୍ରାଞ୍ଚ....

ଅଭିନେତା ପିଣ୍ଟୁ ନନ୍ଦ ସିରିୟସ..ଗୁରୁତର ରୋଗରେ ହସ୍ପିଟାଲରେ ରହି ହେଉଛନ୍ତି ଚିକିତ୍ସିତ..ଚିକତ୍ସା ପାଇଁ ଦରକାର ଅଧ କୋଟି ଟଙ୍କା..ଓଲିଉଡ଼ରେ ପ...
01/02/2023

ଅଭିନେତା ପିଣ୍ଟୁ ନନ୍ଦ ସିରିୟସ..
ଗୁରୁତର ରୋଗରେ ହସ୍ପିଟାଲରେ ରହି ହେଉଛନ୍ତି ଚିକିତ୍ସିତ..
ଚିକତ୍ସା ପାଇଁ ଦରକାର ଅଧ କୋଟି ଟଙ୍କା..
ଓଲିଉଡ଼ରେ ପୁଣି ପଡିଛି ବିପଦ.
ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସଙ୍କଟାପନ୍ନ. ସେ ବର୍ତ୍ତମାନ ଲିଭର୍ ସିରୋସିସ ରୋଗରେ ପୀଡିତ ଅଛନ୍ତି. ଯେଉଁଥି ପାଇଁ ତୁରନ୍ତ ଉଚ୍ଚ ସ୍ତରୀୟ ଚିକିତ୍ସା ଆବଶ୍ୟକ. ତାଙ୍କୁ ଦିଲ୍ଲୀ ନେଇଯିବା ପାଇଁ ଡ଼ାକ୍ତର ମାନେ ପରାମର୍ଶ ଦେଇଛନ୍ତି.
ଅଭିନେତା ପିଣ୍ଟୁ ନନ୍ଦଙ୍କ ଲିଭର ନଷ୍ଟ ହୋଇଥିବା କହିଛନ୍ତି ପିଣ୍ଟୁ ନନ୍ଦ. କ୍ରୋନିକ୍ ହେପାଟାଇଟିସରେ ପୀଡ଼ିତ ହୋଇ ଲିଭର ନଷ୍ଟ ହୋଇଛି. ଖୁବ୍ ଶୀଘ୍ର ଦିଲ୍ଲୀରେ ଲିଭର ପ୍ରତ୍ୟାରୋପଣ ହେବ. ଏଥିରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି. ଏଣେ ବନ୍ଧୁ ଓ ପରିବାରବର୍ଗ ଟଙ୍କା ଯୋଗାଡ଼ କରିବାରେ ଲାଗି ପଡ଼ିଥିବାର ସୂଚନା ମିଳିଛି.
ଅଭିନେତା ପିଣ୍ଟୁ ନନ୍ଦଙ୍କୁ ସମସ୍ତେ ପିଣ୍ଟୁ ଭାବରେ ଜାଣିଛନ୍ତି.. ଓଡ଼ିଆ ଆଲବମରୁ କ୍ୟାରିୟର ଆରମ୍ଭ କରିଥିବା ପିଣ୍ଟୁ ନନ୍ଦ ସିରିଏଲ, ଫିଲ୍ମ ଜଗତରେ ନିଜର ଝଲକ ଦେଖାଇଛନ୍ତି. ଦର୍ଶକଙ୍କ ମନକୁ କିଣିଛନ୍ତି. ଦର୍ଶକଙ୍କୁ ହସାଇଛନ୍ତି ଆଉ କେତେବେଳେ କନ୍ଦାଉଛନ୍ତି. ଆଉ ତାଙ୍କର ଏପରି ଅବସ୍ଥା ତାଙ୍କର ଫ୍ୟାନ୍ସ ମାନଙ୍କ ମନକୁ ଭାଙ୍ଗି ଦେଇଛି. ତେଣୁ ସାରା ଓଡିଶା ବାସୀ ପିଣ୍ଟୁ ନନ୍ଦ ଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି.

ବଦଳିଲେ ବ୍ରଜରାଜନଗର ଏସ୍ଡ଼ିପିଓ ଗୁପ୍ତେଶ୍ୱର ଭୋଇ..ହଠାତ କାହିଁକି ବଦଳିଲେ ଏସ୍ଡ଼ିପିଓ. ଯାହାକୁ ନେଇ ଉଠିଲା ପ୍ରଶ୍ନ?ନବ ଦାସଙ୍କ ମୃତ୍ୟୁ ପରେ ...
31/01/2023

ବଦଳିଲେ ବ୍ରଜରାଜନଗର ଏସ୍ଡ଼ିପିଓ ଗୁପ୍ତେଶ୍ୱର ଭୋଇ..
ହଠାତ କାହିଁକି ବଦଳିଲେ ଏସ୍ଡ଼ିପିଓ. ଯାହାକୁ ନେଇ ଉଠିଲା ପ୍ରଶ୍ନ?
ନବ ଦାସଙ୍କ ମୃତ୍ୟୁ ପରେ ଆସିଥିଲେ ଚର୍ଚ୍ଚାକୁ..
ଗୋପାଳଙ୍କ ବଡ ଭାଇଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ..
ଗୋପାଳଙ୍କ ପରିବାର ଲୋକଙ୍କୁ କରାଯାଉଛି ପଚରା ଉଚରା..

ମନ୍ତ୍ରୀଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି. କେମିତି ଘଟିଗଲା ଏପରି ଘଟଣା. ଆଉ ମୃତ୍ୟୁ ପରେ ସବୁକିଛି ଏମିତି ବଦଳି ଯାଉଛି କଣ ପାଇଁ.ଏ ଏସ ଆଇ ଗୋପାଳଙ୍କ ଗୋଟିଏ ଲକ୍ଷ୍ୟ ଗୁଳି ନବ ଦାସଙ୍କ ଛାତିର ଗୋଟିଏ ପଶି ଆଉ ଗୋଟେ ବାହାରି ଗଲା.ଆଉ ନବ ଦାସଙ୍କର ଜୀବନ ଚାଲିଗଲା.
ନବଦାସଙ୍କ ହତ୍ୟାକାରୀ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ କ୍ରାଇମବ୍ରାଞ୍ଚ ଉଠାଇନେଇଛି . ସତ୍ୟନାରାୟଣଙ୍କୁ ଜେରାର କିଛି ଘଣ୍ଟା ପରେ ଉଠାଇ ନେଲା କ୍ରାଇମବ୍ରାଞ୍ଚ.
ସୂଚନା ଅନୁଯୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତଭା ଭାର ନେଇ ତଦନ୍ତ କରୁଛି.ଏହି କ୍ରମରେ ଏଏସଆଇ ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତନାଘନା କ୍ରାଇମବ୍ରାଞ୍ଚ ଟିମ୍‌ ଚଳାଇଥିଲା.କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଝାରସୁଗୁଡ଼ା ବ୍ରଜରାଜନଗରରେ ଥିବା ଗୋପାଳ ଦାସଙ୍କ ଭାଇଙ୍କ ହୋଟେଲରେ ପହଞ୍ଚି ତଦନ୍ତ କରିଥିଲେ.ଏଡିଜିଙ୍କ ସହିତ ସ୍ଥାନୀୟ ପୁଲିସ ଟିମ୍ ତାଙ୍କୁ ତଦନ୍ତରେ ସହଯୋଗ କରିଥିଲେ.

https://youtu.be/BHMsbLrD5_o
31/01/2023

https://youtu.be/BHMsbLrD5_o

The rise and set times are defined as the time at which the upper limb of Jupiter touches the horizon, consideting the effect of the atmospheric refraction. #...

ରାଜ୍ୟ (ଓଡିଶା ) ରାଜନୀତିରେ ଏହା ହେଉଛି ପ୍ରଥମ ଘଟଣା .. ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ସାରା ରାଜ୍ୟକୁ ସ୍ତବ୍ଧ କରିଛି. ହଠାତ 5 ...
29/01/2023

ରାଜ୍ୟ (ଓଡିଶା ) ରାଜନୀତିରେ ଏହା ହେଉଛି ପ୍ରଥମ ଘଟଣା .. ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ସାରା ରାଜ୍ୟକୁ ସ୍ତବ୍ଧ କରିଛି. ହଠାତ 5 ରାଉଣ୍ଡ ଗୁଳି ବାଜିବା ଓ ତାଙ୍କର ଦେହାନ୍ତ ହେବା ଏପରି ଘଟଣାକୁ ସହଜରେ କେହି ବିଶ୍ୱାସ କରି ପାରୁ ନାହାନ୍ତି. ଶତ୍ରୁ ଥିଲେ ବି ଏପରି କାମ କରିବାକୁ ଭୟ କରିବେ .ନବ ଦାସଙ୍କର ଦେହାନ୍ତ ପରେ ସାଧାରଣ ରେ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି. 25 ବର୍ଷର ନବୀନ ବାବୁଙ୍କ ଶାସନ ଉପରେ ଆଙ୍ଗୁଳି ଉଠିଛି. ଯେଉଁଠି ଜଣେ ମନ୍ତ୍ରୀ ଯିଏକି ସେବକ ତାଙ୍କୁ ଦିନ ଦ୍ବି-ପ୍ରହରେ ମାରି ଦିଆଯାଉଛି ସେଠି ସାଧାରଣ ନାଗରିକ କେତେ ସୁରକ୍ଷିତ. ଜଣେ ମନ୍ତ୍ରୀଙ୍କ ଉପରକୁ ଯଦି ଆକ୍ରମଣ କରାଯାଉଛି ତେବେ ଏଠି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ? ଯାହା ଜଣା ପଡୁଛି ଜଣେ ପୋଲିସ ବାବୁ ଏପରି କାମ କରିଛନ୍ତି, ତେବେ ତାଙ୍କ ସୁରକ୍ଷା ଉପରେ ଅନେକ ପ୍ରଶ୍ନ ଉଠୁଛି. କାହିଁକି ଏପରି କାର୍ଯ୍ୟ କଲେ ଏସଆଇ ଅଧିକାରୀ. ଟଙ୍କା ନେଇ କରିଛନ୍ତି ନା ତାଙ୍କ ଉପରେ ଚାପ ପଡିଛି.. ଘଟଣା ର ତଦନ୍ତ ହେବ, କିନ୍ତୁ ମୂଲ୍ୟବାନ ଜୀବନ ତ ଫେରି ପାରିବନି. କାହିଁକି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ମାରିବାକୁ ସାହସ କଲେ .ଗୁଳି ମାଡରେ ନବ ଦାସଙ୍କର ପରଲୋକ ଘଟିଛି.

28/01/2023

ଦେବଗୁରୁ ବୃହସ୍ପତିଙ୍କ ଆଗମନରେ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ!

https://youtu.be/Vqppoq9_sbI
18/01/2023

https://youtu.be/Vqppoq9_sbI

A colorful assortment of dazzling gemstones generally bears month wise association. Both traditional as well as modern category involves similar correlations...

Address


Website

Alerts

Be the first to know and let us send you an email when Odisha News Update posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share