JKRS MEDIA

JKRS MEDIA Contact information, map and directions, contact form, opening hours, services, ratings, photos, videos and announcements from JKRS MEDIA, Media/News Company, .

06/04/2024

ଆମେ ଗୋଟିଏ ସଶକ୍ତ ବାର୍ତ୍ତା ପଠାଇବାକୁ ସକ୍ଷମ ହୋଇଛୁ। ଆମେ କେବଳ ଅଯୋଧ୍ୟାକୁ ଭଗବାନ ରାମଙ୍କୁ ଆଣି ନାହୁଁ, ବରଂ ସମାଜ ପ୍ରତି ବିପଦ ସୃଷ୍ଟି କରୁଥିବା ତତ୍ତ୍ୱମାନଙ୍କର ରାମ ନାମ ସତ୍ୟ ହେ ମଧ୍ୟ କରିଛୁ।”
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

03/04/2024

ବାପାଙ୍କ ଫିଲଡରେ ପ୍ଲେୟାର୍ ସାଜିବେ ପୁଅ । ନିର୍ବାଚନୀ ମୈଦାନରେ ଖେଳିବେ ନ୍ୟୁ ଜେନେରେସନ । କାରଣ ୨୪ ନିର୍ବାଚନର ପଲିଟିକାଲ୍ ଲଢ଼େଇରେ ବିରାମ ଲଗାଇ ପୁଅଙ୍କୁ ବାଟ ଛାଡ଼ିଛନ୍ତି ବାପା ।

https://youtu.be/QvwkzJpkuKU?si=-hvT2-an8N5RXQGKରାଜଧାନୀ ଭୁବନେଶ୍ୱରର ଜଣେ ବିଜେଡି ବିଧାୟକ ସମ୍ପୃକ୍ତ ଥିବା ଏକ ଭାଇରାଲ ଅଡିଓର ତଦନ୍ତ...
03/04/2024

https://youtu.be/QvwkzJpkuKU?si=-hvT2-an8N5RXQGK

ରାଜଧାନୀ ଭୁବନେଶ୍ୱରର ଜଣେ ବିଜେଡି ବିଧାୟକ ସମ୍ପୃକ୍ତ ଥିବା ଏକ ଭାଇରାଲ ଅଡିଓର ତଦନ୍ତ ଦାବିରେ ଯୁବ କଂଗ୍ରେସ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଡିସିପିଙ୍କୁ ଭେଟି ଦାବି ଜଣାଇଛନ୍ତି। ପୂର୍ବରୁ ଯୁବ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଅଡିଓ ଭାଇରାଲ ଓ ଏଥିରେ ସମ୍ପୃକ୍ତ ବିଜେଡି ବିଧାୟକଙ୍କ ସମ୍ପର୍କରେ ଅବଗତ କରାଇଥିଲା। ସାମ୍ବାଦିକ ସମ୍ମିଳନୀର ୫ ଦିନ ବିତିଗଲାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଡିସିପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣାର ସତ୍ୟ ଉନ୍ମୋଚନ କରିବା ସହ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

Video from kaillash parida

01/03/2024

ଓଡ଼ିଶାରେ ୨୦୨୩ରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫୬୦୦ ଜଣଙ୍କ ମୃତ୍ୟୁ ଘଟିଛି, ଯାହାଙ୍କ ମଧ୍ୟରୁ ୭୦% ହେଉଛନ୍ତି ଯୁବବର୍ଗ ।

Ajodhya  RamLalla Pujan 💥🌹💐🌺💥🌺ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା କବାଟ। ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ...
09/01/2024

Ajodhya RamLalla Pujan 💥🌹💐🌺💥🌺
ଅଯୋଧ୍ୟା ରାମ ମନ୍ଦିରରେ ଲାଗିଛି ପ୍ରଥମ ସୁନା କବାଟ। ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ। ତିନି ଦିନ ଭିତରେ ଏହି ସବୁ ସୁନାର କବାଟ ଲଗାଯିବ ବୋଲି ଜଣାପଡ଼ିଛି।🌺🌹💥🍀🪴💐🌺🍀🌹💥🌺💥

MY MALKANGIRI  💥🍀💥 #ଗୁରୁପ୍ରିୟା ସେତୁ ପରେ ବଦଳିଥିଲା ନାଁ।  #ଆଉ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ନାଁ ବଦଳି ...
09/01/2024

MY MALKANGIRI 💥🍀💥

#ଗୁରୁପ୍ରିୟା ସେତୁ ପରେ ବଦଳିଥିଲା ନାଁ। #ଆଉ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ହୋଇଥିଲା ସ୍ୱାଭିମାନ ଅଞ୍ଚଳ। ନାଁ ବଦଳି ଥିଲେ ମଧ୍ୟ ବଦଳିନି ଚିତ୍ର। ଏବେ ମଧ୍ୟ ଅନେକ ଗାଁର ଲୋକମାନେ ନାଳ ପାଣିରେ #ଶୋଷ ମେଣ୍ଟାଉଛନ୍ତି। ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ପାନୀୟ ଜଳ ମୁନ୍ଦାଏ ଯୋଗାଇ #ପାରିଲେ ନାହିଁ। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।ମାଲକାନଗିରି ଜୀବନ ରେଖା ଯେଉଛି ଚିତ୍ରକୋଣ୍ଡା ଜଳଭଣ୍ଡାର। ଏହି ଜଳ ଭଣ୍ଡାରରୁ ପଡୋଶୀ ଆନ୍ଧ୍ରପ୍ରଦେଶର ସିଲେରୁ ଜଳଭଣ୍ଡାରକୁ ଯାଉଛି ପାଣି। ହେଲେ ଦୁଃଖ ଓ ପରିତାପର ବିଷୟ ଚିତ୍ରକୋଣ୍ଡା ଜଳଭଣ୍ଡାର ତଳ ପାର୍ଶ୍ୱରେ ଥିବା ବିଶୋଇଗୁଡ଼ା ଗାଁର ଲୋକମାନେ ଆଜି ଶୋଷିଲା। ପିଇବା ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଗାଁ ଲୋକେ। ଦିନେ ଯେଉଁ ନଳକୂଅ ଦୁଇଟି ଶୋଷ ମାଣ୍ଟାଉଥିଲା, ତାହା ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। Malkangiri ମାଲକାନଗିରି

 #ଟ୍ରାକ୍ଟର ଧକ୍କାରେ ଓଲଟିଲା  #ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଝାରସୁଗୁଡାର କଟାପାଲି ନିକଟରେ ଏଭଳି ଏ...
09/01/2024

#ଟ୍ରାକ୍ଟର ଧକ୍କାରେ ଓଲଟିଲା #ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଗଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଝାରସୁଗୁଡାର କଟାପାଲି ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ବ୍ରଜରାଜନଗର ପଟୁ ଆସୁଥିବା ଏକ ଆମ୍ବୁଲାନ୍ସକୁ ଧକ୍କା ଦେଇଥିଲା ଏକ ଟ୍ରାକ୍ଟର । ଫଳରେ ଭାରସ୍ୟାମ ହରାଇ ଆମ୍ବୁଲାନ୍ସଟି ରାସ୍ତାକଡରେ ଓଲଟି ପଡିଥିଲା । ଆମ୍ବୁଲାନ୍ସରେ ଜଣେ ରୋଗୀଙ୍କ ସହ ଦୁଇ ଜଣ ଆଟେଣ୍ଡାଣ୍ଟ ଥିଲେ । ଦୁର୍ଘଟଣାରେ ସେମାନେ ସାମନ୍ୟ ଆହତ ହୋଇଛନ୍ତି । ଖବର ପାଇଁ ସଦର ଥାନା ପୁଲିସ ଘଟଣାସ୍ଥଳରୁ ରୋଗୀ ଓ ରୋଗୀ ସଂପର୍କୀୟଙ୍କୁ ଉଦ୍ଧାର କରି ଅନ୍ୟ ଏକ ଗାଡିରେ ଡାକ୍ତରଖାନାକୁ ପଠାଇଛନ୍ତି ।

 #ପ୍ରଭୁ ଶ୍ରୀରାମଙ୍କୁ ଉପହାର ଦେବେ ମା’ ଶବରୀଙ୍କ ବଂଶଜପ୍ରଭୁ ରାମଲଲାଙ୍କ ପାଇଁ ବିଶେଷ ଉପହାର ଧରି ଆସିଛନ୍ତି ମାତା ଶବରୀଙ୍କ ବଂଶଜ ସଞ୍ଜୟ ଗାବ...
09/01/2024

#ପ୍ରଭୁ ଶ୍ରୀରାମଙ୍କୁ ଉପହାର ଦେବେ ମା’ ଶବରୀଙ୍କ ବଂଶଜ

ପ୍ରଭୁ ରାମଲଲାଙ୍କ ପାଇଁ ବିଶେଷ ଉପହାର ଧରି ଆସିଛନ୍ତି ମାତା ଶବରୀଙ୍କ ବଂଶଜ ସଞ୍ଜୟ ଗାବିତ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କ ପ୍ରିୟର କୋଳି ସହିତ ଧନୁ ଏବଂ ବାଣ ସହ ସେ ଅଯୋଧ୍ୟା ଆସୁଛନ୍ତି । ରାମାୟଣରେ ଦଣ୍ଡକାରଣ୍ୟ ନାମରେ ପରିଚିତ ଗୁଜୁରାଟର ଡାଙ୍ଗ ଜିଲ୍ଲା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହୋଇ ରହିବ । ବନବାସରେ ମାତା ସୀତାଙ୍କ ସନ୍ଧାନରେ ଥିବା ବେଳେ ଭଗବାନ ଶ୍ରୀରାମ ଏବଂ ଭ୍ରାତା ଲକ୍ଷ୍ମଣଙ୍କୁ ମାତା ଶବରୀ ସୁବୀର ନିକଟସ୍ଥ ଚମକା ଡୁଙ୍ଗର ନାମକ ଏକ ସ୍ଥାନରେ ମିଠା କୋଳି ଖୁଆଇଥିଲେ । ତେଣୁ ଏହି ସ୍ଥାନ ଉପରେ ଭକ୍ତମାନଙ୍କର ଦୃଢ ବିଶ୍ୱାସ ରହିଛି ।
ତେବେ ବର୍ତ୍ତମାନ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟମନ୍ଦିରରେ ଶ୍ରୀରାମ ବିରାଜମାନ ଶୁଭ ଅବସରରେ ମାତା ଶବରୀଙ୍କ ବଂଶଜ ସଞ୍ଜୟ ଗାବିତ ଅଯୋଧ୍ୟାରେ ପହଞ୍ଚିବେ । ଏହାସହିତ ଏଠାରେ ସଞ୍ଜୟ ରାମଲଲାଙ୍କୁ କୋଳି ସହିତ, ଧନୁ ଏବଂ ବାଣ ଅର୍ପଣ କରିବେ । ଏହାସହିତ ଅଯୋଧ୍ୟାରେ ହେବାକୁ ଥିବା ୯ ଦିନର ୧୦୦୮ କଣ୍ଡୀୟ ଯଜ୍ଞରେ ମଧ୍ୟ ସେ ସାମିଲ ରହିବେ । ତ୍ରେତୟା ଯୁଗରେ ସ୍ୱୟଂ ପ୍ରଭୁଙ୍କ ସହ ମିଳିନ ପରେ କଳିଯୁଗରେ ମଧ୍ୟ ଭଗବାନଙ୍କ ସହ ଏପରି ମିଳନକୁ ଅପେକ୍ଷା କରି ରହିଛନ୍ତି ମାତା ଶବରୀଙ୍କ ବଂଶଜ ।

ମୟୁରଭଞ୍ଜ ଜିଲ୍ଲା ନୟାରଙ୍ଗାମାଟିଆ ଗ୍ରାମର ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ତାଙ୍କ ସ୍ତ୍ରୀ ପାନ ମୁର୍ମୁ ଏବଂ ସ...
09/01/2024

ମୟୁରଭଞ୍ଜ ଜିଲ୍ଲା ନୟାରଙ୍ଗାମାଟିଆ ଗ୍ରାମର ରାଇସେନ ମୁର୍ମୁଙ୍କୁ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଛି ତାଙ୍କ ସ୍ତ୍ରୀ ପାନ ମୁର୍ମୁ ଏବଂ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମ । ସୋମବାର ଗ୍ରାମରେ ଚାଲିଥିଲା ଜାହିରା ପୂଜା । ଜାହିରା ପୂଜାରେ କୁକୁଡ଼ା ଆଣିବାରେ ବିଳମ୍ବ କରିଥିଲେ ମୃତକ ରାଇସେନ ମୁର୍ମୁ । ଯାହାକୁ ନେଇ ସମ୍ପର୍କୀୟ ଭାଇ ଚନ୍ଦ୍ରମୋହନ ହେମ୍ବ୍ରମଙ୍କ ସହିତ ରାଇସେନଙ୍କର ଝଗଡା ହୋଇଥିଲା । ଏହି ଝଗଡା ସମୟରେ ରାଇସେନଙ୍କ ସ୍ତ୍ରୀ ପାନ ମୁର୍ମୁ ସେଠାରେ ପହଞ୍ଚି ଚନ୍ଦ୍ରମୋହନଙ୍କ ସପକ୍ଷରେ ରହିଥିଲେ । ଏପରିକି ସେ ନିଜ ସ୍ୱାମୀକୁ ବିରୋଧ କରିଥିଲେ । କାରଣ ଚନ୍ଦ୍ରମୋହନଙ୍କ ସହିତ ପାନଙ୍କର ଅନୈତିକ ସମ୍ପର୍କ ରହିଥିବା ବେଳେ ଚନ୍ଦ୍ରମୋହନଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ପ୍ରେମିକକୁ ବଞ୍ଚାଇବାକୁ ଯାଇ ନିଜ ସ୍ୱାମୀକୁ ଝଗଡା ସମୟରେ ଏକ କାଠ ଫାଳିଆରେ ବାଡେଇ ବାଡେଇ ହତ୍ୟା କରିଲା ସ୍ତ୍ରୀ । ଉଦଳା ପୋଲିସ ଉଭୟ ସମ୍ପର୍କୀୟ ଭାଇ ଓ ସ୍ତ୍ରୀକୁ ଗିରଫ କରିଛି ।

କଂଗ୍ରେସ ପ୍ରାୟ ୬୦ ଟିକେଟ ଫାଇନାଲ କରିସାରିଛି କହିଲେ ତାରା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ବହିନୀପତିଙ୍କ ପ୍ରତିକ୍ରିୟା । କିଏ ଟିକେଟ ପାଇବ...
09/01/2024

କଂଗ୍ରେସ ପ୍ରାୟ ୬୦ ଟିକେଟ ଫାଇନାଲ କରିସାରିଛି କହିଲେ ତାରା । ବରିଷ୍ଠ କଂଗ୍ରେସ ବିଧାୟକ ତାରା ବହିନୀପତିଙ୍କ ପ୍ରତିକ୍ରିୟା । କିଏ ଟିକେଟ ପାଇବ, ନ ପାଇବ ଆମେ ମାନସିକ ସ୍ତରରେ ପ୍ରସ୍ତୁତ । ଡିତିବା ସମ୍ଭାବନା ଥିବା ଲୋକଙ୍କୁ ହିଁ ଟିକେଟ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୬୦ ଜଣଙ୍କୁ ଚୟନ କରାଯାଇ ସାରିଛି । ନିଜର ଏକତା ପ୍ରମାଣିତ ପାଇଁ ବସ୍‌ରେ ଏକାଠି ହୋଇ ବୁଲିବୁ । ସାଂସଦ ଓ ମୋ ଭିତରେ ପଡୁନଥିଲା, ଏବେ ସବୁ ଛାଡି ସରକାର ଗଢିବୁ ବୋଲି କହିଲେ ତାରା ।

Address


Website

Alerts

Be the first to know and let us send you an email when JKRS MEDIA posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share