01/09/2022
ନୁଆଁଖାଇ ଆଏଲାନେ ....
ଜୁନାଦିନର ଜୁନାରାତିର ପୁରନା ଅଂଧାର ଗଲାନେ
ଗଲାନେ ରେ ଗଲାନେ
ଡଂଗର ତଲେ କୁଆଁ କୁଆଁ ନୁଆଁ ବେଲ୍ ଉଦଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।
ପଂଗ୍ପଂଗାନୁ ମାହାଜନ ଦଦା ଧାନ ଡୁଲିକେ ଗଲାନେ
ଗୁରସ୍ ରୁକି ନୁଆଁଧାନକେ ଲୋକକେ ବାହାଁଟି ବସଲାନେ
ଧାଡ଼ି ଧାଡ଼ି ଲୋକ ଲମିଛନ
ନୁଆଁଧାନ ମାଂଗି ଆନୁଛନ
ସାଗୁଆ କଛାର ନଂଧିର ପାନି ଝଲ୍ମଲ୍ ହେଇ ଦିଶଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।
ଗାଧି ଆସମା ମୁଁଡ଼ ଛଡ଼େଇ ହରଡା ବେହେରା ଅଁଲାନେ
ଧାନ ଆନିକରି ରଖିଦେମା ସୁଂଦରା ନୁଆଁ କୁଲାନେ
କେତେ ସରଦା ଗିରଦା ମନେ
ନାଚିଉଠୁଛନ ଛୁଆମନେ
ନୁଆଁ ଅଂଗଛି, ନୁଆଁ କରିଆ, ନୁଆଁ ବସତର ହେଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।
କାଁଥି କାଁଥିନେ କେତେ ଚିତର ଭରତି ହେଲା ଫୁଲେନେ
ବୁଢ଼ିମାଁ ବିଚରି ଫୁଲ ଫୁଟାଲା ସେନ୍ହ ସରଦାର ସୁରେନେ
ହଁସି ଉଠଲେ ଦେ'ଦେବତା
ଖୁଲ୍ଖୁଲି ଗଲା ଧରତି ମାତା
ଯେନ୍ ରହିଥଉ ଯେନ୍ଯେନ୍ ଠାନେ କୁଟେ ଜମା ଗୁଟେ ହେଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।
କୁରେପତରେ ନୁଆଁ ଅରନର ଥୁରେଗୁରେ କାହିଁନେ
ଚଘେଇଦେମା ଦେପତା ଶାଲେ ଶାଂତି ଶିତଲ ଧିଆନେ
ବଲୁଥିବା ଭକତିର ବତି
ସବକରମନେ ଥିବା ପୀରତି
ନୁଆଁଅରନ ଖେଇ ଯୁହାର ଭେଟ୍ ହେମା ଘରେ ଦୁଆରେ ଖୁଲାନେ।
କୋସଲ ଦେଶର କୁସଲି ତିହାର ନୁଆଁଖାଇ ଆଏଲାନେ।।