News 11 Odisha

  • Home
  • News 11 Odisha

News 11 Odisha This Is a News Web Channel.For Planing A Satellite Channel In Odisha. People Always Update So Like O
(2)

28/10/2019

କଟକ ନରସିଂହପୁର କଲେଜରେ ୨ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ | ପୂର୍ବ ଶତ୍ରୁତାରୁ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ସୂଚନା// #ନରସିଂହପୁର #କଟକ

24/10/2019

ଆଲୋକ ର ପର୍ଵ ଦୀପାବଳି ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା

21/10/2019

ଆଜି କାର୍ତ୍ତିକ ମାସ ର ଦ୍ୱିତୀୟ ସୋମବାର ଉପଲକ୍ଷେ ବାବା ଶ୍ରୀ ଧବଳେଶ୍ବର ଙ୍କୁ ଦର୍ଶନ କରିବା ସହ ସେୟାର ଗୋଟେ କରନ୍ତୁ.... ଜୟ ବାବା ଧବଳେଶ୍ବରାୟ ନମଃ

19/10/2019

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ମହା ଦୁର୍ନୀତି ନେଇ ଗର୍ଜିଲେ ବଡ଼ମ୍ବା ବାସୀ...
#ବଡ଼ମ୍ବା #କଟକ

16/10/2019

ପତ୍ନୀ ଓ ପୁତ୍ରଙ୍କ ସାମ୍ନାରେ କାଠଯୋଡ଼ି ପୋଲରୁ ଡେଇଁ ନିଖୋଜ ହୋଇଯାଇଥିବା ଦେବବ୍ରତଙ୍କ ମୃତଦେହ ଆଜି ମିଳିଛି। ଗୋବିନ୍ଦପୁର ଥାନା ରହମ୍ବା ନିକଟ ଦେବୀ ନଦୀ କୂଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଦେବବ୍ରତଙ୍କର ବୋଲି ସ୍ପଷ୍ଟ କରିଛନ୍ତି କଟକ ଗ୍ରାମାଞ୍ଚଳ ଏସ୍‌ପି।ଗତ ୯ ତାରିଖ ନିଆଳି କରଞ୍ଜ ଗାଁର ଦେବବ୍ରତ ମହାପାତ୍ର ବାଇକ୍‌ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ। ସାଥୀରେ ତାଙ୍କର ପତ୍ନୀ ଓ ପୁଅ ଥିଲେ। ହଠାତ୍‌ ଦେବବ୍ରତ ନିଜ ବାଇକକୁ କାଠଯୋଡ଼ି ପୋଲ ଉପରେ ଠିଆ କରାଇ ଥିଲେ। ପରେ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ। ଚାହୁଁ ଚାହୁଁ କାଠଯୋଡିର ପ୍ରଖର ସୁଅରେ ସେ ଭାସି ଯାଇଥିଲେ। ଏପଟେ ନିଜ ଆଖି ସାମ୍ନାରେ ଏହି ଘଟଣା ଦେଖି ହତବାକ୍ ହୋଇ ପଡ଼ିଥିଲେ ପତ୍ନୀ। ଏମିତିକି ସେ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ।

15/10/2019

କୁକୁରକୁ ଝାମ୍ପିନେଲା ଚିତା।ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ।

15/10/2019

ସାବଧାନ ହୋଇଯାଆନ୍ତୁ।କାହିଁକିନା ବଜାରକୁ ଆସିଛି ପ୍ଲାଷ୍ଟିକ କୋବି।ରେଢ଼ାଖୋଲରୁ ଆସିଥିବା ଏହି ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି।

14/10/2019

*ବହୁ ଚର୍ଚ୍ଚିତ ଅଯୋଧ୍ୟା ରାୟ ଆସିବାକୁ ଆଉ ଅଳ୍ପ ଦିନ ଥିବାବେଳେ ଏହା ପୂର୍ବରୁ ଆଜିଠାରୁ ୧୪୪ ଜାରି କରିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ୍‌। ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦକୁ ନେଇ ଏହି ଶୁଣାଣି ହେବ। ଏହି କଟକଣା ୧୦ ଡିସେମ୍ବର ଯାଏ ଲାଗୁହେବ। ଜିଲ୍ଲା ପ୍ରଶାସନ ଏହି ସମୟରେ ଆଲର୍ଟ ରହିବାକୁ କୁହାଯାଇଛି।*

14/10/2019

*ଆସନ୍ତା ୧୫ ତାରିଖରୁ ଭୁବନେଶ୍ୱର ଓ ନୟାଗଡ଼ ଟାଉନ ମଧ୍ୟରେ ଏକ ସେବା ଏକ୍ସପ୍ରେସ୍‌ ଚଳାଚଳ କରିବ। ଏ ନେଇ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ ସମୟ ସାରଣୀରେ ପରିବର୍ତ୍ତନ କରାଯାଇଛି। ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୩୧) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନର ଚଳାଚଳ ସମୟ ସକାଳ ୭ଟା ୧୫ ପରିବର୍ତ୍ତେ ସକାଳ ୮ଟା ୨୦ରେ ଛାଡ଼ିବ। ନୟାଗଡ଼ ଟାଉନଠାରେ ସକାଳ ୮ଟା ୫୫ ପରିବର୍ତ୍ତେ ପୂର୍ବାହ୍ନ ୯ଟା ୪୫ରେ ପହଞ୍ଚିବ। ଫେରିବା ବାଟରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର( ୫୮୪୩୨) ନୟାଗଡ଼ ଟାଉନଠାରୁ ବର୍ତମାନ ସମୟ ପୂର୍ବାହ୍ନ ୯ଟା ୨୦ ପରିବର୍ତ୍ତେ ପୂର୍ବାହ୍ନ ୧୦ଟାରେ ଛାଡ଼ିବ। ଖୋର୍ଦ୍ଧା ରୋଡ଼ଠାରେ ୧୧ଟା ୫ ପରିବର୍ତ୍ତେ ୧୧ଟା ୪୫ରେ ପହଞ୍ଚିବ।*

*ସେହିପରି ଖୋର୍ଦ୍ଧା ରୋଡ଼-ନୟାଗଡ଼ ଟାଉନ ପାସେଞ୍ଜର(୫୮୪୨୯) ଖୋର୍ଦ୍ଧା ରୋଡ଼ଠାରୁ ବର୍ତ୍ତମାନ ଚଳାଚଳ ସମୟ ସନ୍ଧ୍ୟା ୭ଟା ୩୦ ପରିବର୍ତ୍ତେ ସନ୍ଧ୍ୟା ୮ଟା ୧୫ରେ ଛାଡ଼ିବ। ରାତି ୯ଟା ୧୦ ପରିବ‌ର୍ତ୍ତେ ୯ଟା ୪୦ରେ ନୟାଗଡ଼ ଟାଉନଠାରେ ପହଞ୍ଚିବ। ଫେରିବା ପଥରେ ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର(୫୮୪୩୨) ସମୟ ସାରଣୀ ଅପରିବର୍ତ୍ତିତ ରହିବ। ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ସକାଳ ୫ଟାରେ ନୟାଗଡ଼ ଟାଉନ୍‌ରୁ ଛାଡ଼ି ୬ଟା ୪୫ରେ ଖୋର୍ଦ୍ଧା ରୋଡ଼ଠାରେ ପହଞ୍ଚିବ।*

14/10/2019

*ଅଧୁରା ରହିଗଲା ଚାନ୍ଦିନୀ ର ଚାନ୍ଦପୂଜା । କୁମାରପୂର୍ଣ୍ଣିମାରେ ବୁଲି ଯିବାକୁ ବାରଣ କରିବାରୁ ନାବାଳିକାର ଆତ୍ମହତ୍ୟା ।*

*କୁମାର ପୂର୍ଣ୍ଣିମାରେ ଗାଧୋଇ ନୂଆ ତ୍ରେସ୍ ପିନ୍ଧିବ, ସାଙ୍ଗମାନଙ୍କ ସହ ମିଶି ଚାନ୍ଦ ପୂଜା କରିବା ସହ ବୁଲାବୁଲି କରି କୁମାର ପୂର୍ଣ୍ଣିମାକୁ ମନ ଖୁସିରେ ପାଳନ କରିବ । ମାତ୍ର ସବୁକିଛି ଓଲଟପାଲଟ ହୋଇଗଲା ।*

*ପରିବାର ଲୋକେ ବୁଲିବାକୁ ବାରଣ କରିବାରୁ ସାଙ୍ଗସାଥୀ ସହ ବୁଲାବୁଲି କରିପାରିନଥିଲା । ବୁଲିଯିବାପାଇଁ ଅଳିଅଝଟ କରିବାରୁ ଘରେ ଗାଳି ଶୁଣିବାକୁ ପଡିଥିଲା ବାଲିପାଟଣା ଥାନା ପାଣିକଟା ଗ୍ରାମର ୧୫ ବର୍ଷୟା ନାବାଳିକାଙ୍କୁ । ମାନସିକ ଭାବେ ଆଘାତ ପାଇ ଚାଷ ପାଇଁ ଥିବା କୀଟନାଶକକୁ ଖାଇ ଦେଇଥିଲେ*

13/10/2019

କଟକ ଜିଲ୍ଲା ନରସିଂହପୁର ବ୍ଲକ ଚମ୍ପେଶ୍ୱର ରେ ରୂପା ଅଳଙ୍କାର ରେ ଝଲସିଲେ ମା' ଗଜଲଷ୍ମୀ.... #ନରସିଂହପୁର #ଚମ୍ପେଶ୍ୱର #ଲଷ୍ମୀପୂଜା

13/10/2019

କୁମାର ପୂର୍ଣ୍ଣିମା ଗଜଲକ୍ଷ୍ମୀ ପୂଜା
ଘେନ ମୋ' ଅଭିନନ୍ଦନ,
ମା'ର ଲକ୍ଷ୍ମୀ ଚରଣେ ଅର୍ଘ୍ୟ ସମର୍ପଣେ
ଲବ୍ଧ ହୁଅ ଧନ - ମାନ !

12/10/2019

ସିକୋରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଲୁଟକରି ବିଫଳ ହେଲେ ଡକାୟତ

12/10/2019

ତମାଣ୍ଡୋ ରେ ନବଦିନାତ୍ମକ ନବରାତ୍ରୀ ନବଚଣ୍ଡୀ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ/

11/10/2019

*ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନର ମାନ 🤔ଯାଞ୍ଚ ପାଇଁ ବଣେଇ ବ୍ଲକ ଶିକ୍ଷାଧିକାରୀ ବିନୟ ପ୍ରକାଶ ସାଏ ତିଲେଇମାଲ ସ୍କୁଲକୁ ଯାଇଥିଲେ । ତାଙ୍କୁ ସ୍ୱାଗତ କରିଥିଲେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁପି ଚନ୍ଦନ କିସାନ । ତାପରେ ଆରମ୍ଭ ହୋଇଥିଲା ମଧ୍ୟାହ୍ନ ଭୋଜନର ମାନ ଯାଂଚ ପ୍ରକ୍ରିୟା ।*

*ଛାତ୍ରଛାତ୍ରୀ, ପ୍ରଧାନଶିକ୍ଷକଙ୍କ ସହ ତଳେ ବସି ଖାଇଥିଲେ ବିଇଓ । ହେଲେ ଏହି ସମୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ପିଲାଙ୍କ ଥାଳିରେ ଭାତ-ଡାଲି ଥିବା ବେଳେ ଉଭୟ ସାରଙ୍କ ଥାଳିରେ ଥିଲା ଭାତ, ଡାଲି, ସହିତ ସାଲାଡ୍ ଓ 😜ଚିକେନ । ସେହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।*

11/10/2019

ବିଜ୍ଞାନ ଯୁଗରେ ବଞ୍ଚିଛି ଅନ୍ଧ ବିଶ୍ୱାସ/ନିଆଁ ରେ ଚାଲୁଛନ୍ତି ଓ ଚଲାଉଛନ୍ତି କାଲେସି/

11/10/2019

ବାଘମାରୀ ଗ୍ରାମରେ ଯୁବକଙ୍କର ସୁନ୍ଦର କାରୁକାର୍ଯ୍ୟ,ସାବୁନରେ ଗଢ଼ୁଛନ୍ତି ବିଭିନ୍ନ ପ୍ରକାର ମୃତ୍ତି
#ଖୋର୍ଦ୍ଧା #ଜିଲ୍ଲା #ବେଗୁନିଆରୁ
#ସଞ୍ଜୀବ_କୁମାର_ସେଠୀ

11/10/2019
ବାଘମାରୀ ଗ୍ରାମରେ ଯୁବକଙ୍କର ସୁନ୍ଦର କାରୁକାର୍ଯ୍ୟ,ସାବୁନରେ ଗଢ଼ୁଛନ୍ତି ବିଭିନ୍ନ ପ୍ରକାର ମୃତ୍ତି/

ବାଘମାରୀ ଗ୍ରାମରେ ଯୁବକଙ୍କର ସୁନ୍ଦର କାରୁକାର୍ଯ୍ୟ,ସାବୁନରେ ଗଢ଼ୁଛନ୍ତି ବିଭିନ୍ନ ପ୍ରକାର ମୃତ୍ତି/

#ଚମକିଲେ #ଯୁବକ #କାରୁକାର୍ଯ୍ୟ #ଖୋର୍ଦ୍ଧା

10/10/2019

ଗୋଚର ଜମିକୁ ମହିଳା ମହାସଂଘ ର ଏକ ଘର ପାଇଁ ଜବରଦଖଲ କରିଥିବା ହେତୁ ବଡ଼ମ୍ବା ଗୋପପୁର ଠାରେ ପଙ୍କାଳ ଗ୍ରାମବାସୀ ଙ୍କ ରାସ୍ତାରୋକ...

10/10/2019

ଓଡିଶା ରେ ପ୍ରଥମ ଥର ପାଇଁ...ଲୋକଙ୍କ ପାଖରେ ପହଁଞ୍ଚିବ ଆମ ସ୍ୱର ଓ ଆମେ ହେବୁ ଆପଣଙ୍କ ସ୍ୱର... ଜିଲ୍ଲା ଓ ବ୍ଲକ ସ୍ତରରେ ସାମ୍ବାଦିକ ହେବା ପାଇଁ 7853867323 ନମ୍ବର ରେ ଯୋଗାଯୋଗ କରନ୍ତୁ ଓ [email protected] ରେ ଆପଣଙ୍କ ସମ୍ପୂର୍ଣ୍ଣ ପରିଚୟ ପତ୍ର ପଠାନ୍ତୁ...💐

09/10/2019

*ବର୍ତମାନ କିଛି ସମୟ ପୂର୍ବରୁ କାଠଯୋଡ଼ି ବ୍ରିଜରୁ ନଦୀକୁ ଡେଇଁଲେ ଯୁବକ: ପତ୍ନୀଙ୍କ ସହ ବଚସା ପରେ ନଦୀକୁ ଡେଇଁପଡିଲେ ସ୍ୱାମୀ*

*ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ । ସ୍ତ୍ରୀ ସାମ୍ନାରେ କାଠଯୋଡି ବ୍ରିଜ ଉପରୁ ନଦୀକୁ ଡେଇଁ ସ୍ୱାମୀ ନିଖୋଜ । ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସ୍ତ୍ରୀଙ୍କୁ କଟକ ସଦର ଥାନାରେ ରଖି ପଚରାଉଚରା କରାଯାଉଛି । ସ୍ୱାମୀ-ସ୍ତ୍ରୀ ଓ ତାଙ୍କର ଏକ ଶିଶୁ ବାଇକ୍ ଯୋଗେ ଆସୁଥିବା ବେଳେ କାଠଯୋଡି ବ୍ରିଜ ଉପରେ ଗାଡି ରଖି ନଦୀକୁ ଡେଇଁ ପଡିଛନ୍ତି ସ୍ୱାମୀ । ଅଗ୍ନିଶମ ବାହିନୀଙ୍କ ଦ୍ୱାରା ଉଦ୍ଧାର କାମ ଜାରି ରହିଛି ।*

*ତେବେ ଯୁବକ ଜଣଙ୍କ କଣ ପାଇଁ ନଦୀକୁ ଡେଇଁ ପଡିଲେ ? ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କେଉଁ କାରଣରୁ ଝଗଡା ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ମାତ୍ର ଉଭୟଙ୍କ ମଧ୍ୟରେ ହଠାତ୍ ଜୋରଦାର ଝଗଡା ହୋଇଥିବା କହିଛନ୍ତି ଯୁବକଙ୍କ ପତ୍ନୀ । ସେପଟେ, ଖବର ପାଇଁ ଘଟଣା ସ୍ଥଳରେ ଓଡ୍ରାଫ୍ ଟିମ ପହଂଚି ଯୁବକଙ୍କୁ ଖୋଜାଖୋଜି କରୁଛି । ଏପଟେ ନଦୀକୁ ଡେଇଁ ପଡିଥିବା ଯୁବକଙ୍କ ପତ୍ନୀଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି ପୁଲିସ । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କର ପରିଚୟ ମିଳିପାରିନାହିଁ ।*

09/10/2019

ମିଶୁ ମୋର ଦେହ ଏ ଦେହ ମାଟିରେ ଦେଶବାସୀ ଚାଲି ଜାନ୍ତୁ ପିଠିରେ....

08/10/2019

ଚଳଚଂଚଳ ବଡ଼ମ୍ବା ଭଟ୍ଟାରିକା ପୀଠ

08/10/2019

ପବିତ୍ର ଦଶହରା ରେ News11ଓଡିଶା ଗ୍ରୁପ ତରଫରୁ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଓ ଶୁଭେଚ୍ଛା।
💐💐💐💐
ଜଗତଜନନୀ, କୃପାମୟୀ, ପରମ ବୈଷ୍ଣବୀ,ଦୁର୍ଗତିନାଶିନୀ, ମହିଁଷା- ମର୍ଦ୍ଦିନୀ ମାଆ ଦୁର୍ଗାଙ୍କର କୃପା ଦୃଷ୍ଟି ବିଶ୍ୱରେ ସମସ୍ତଙ୍କ ଜୀବନରେ ନୂତନ ଆଲୋକ,ଆନନ୍ଦ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ଏତିକି କାମନା।

ସମସ୍ତଙ୍କର ମଙ୍ଗଳ କର ମାଆ ଦଶଭୂଜା
🙏🙏🙏🙏

07/10/2019

*ଇଚ୍ଛା ଆଗରେ ହାର୍ ମାନିଲା ଅଭାବ ! ଦିନେ ଚାଳକୁଡିଆରେ ରହୁଥିବା ପିଲା ଆଜି ବର୍ଜିନିୟା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ*

*ଇଚ୍ଛା ଆଗରେ ଅଭାବର ସ୍ଥାୟିତ୍ୱ ନଥାଏ । ଆପତ୍ତି ପଡିଲେ ହିଁ ମଣିଷ ସ୍ୱୟଂର ଆବିଷ୍କାର କରିଥାଏ । ଅଭାବ କାରଣରୁ ଜଣେ ଅଧାବାଟରୁ ହିଁ ହାର୍ ମାନୁଥିବା ବେଳେ କୁଡିଆରେ ରହୁଥିବା ଜୟକୁମାର ଯେ ଆଜିର ଦିନରେ ବୈଜ୍ଞାନିକ ହୋଇପାରିଛନ୍ତି ଏହା କାହାଣୀ ଭଳି ଲାଗୁଥିଲେ ବି ସତ । ଦିନେ ପୁଅର ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ମା’ଙ୍କୁ ହାତ ପତାଇବାକୁ ପଡୁଥିଲା ।*

*ଲୋକେ ଅଯଥାରେ ପାଠପଢାରେ ଟଙ୍କା ଖର୍ଚ୍ଚ ନ କରି ପୁଅକୁ ଡ୍ରାଇଭର୍ ଚାକିରୀ କରିବା ପାଇଁ ମା’କୁ ପରାମର୍ଶ ଦେଉଥିଲେ । କିନ୍ତୁ ଆଜିର ଦିନରେ ଜୟକୁମାର ଡ୍ରାଇଭର୍ ନହୋଇ ବୈଜ୍ଞାନିକ ହୋଇ ନିଜ ସ୍ୱପ୍ନକୁ ପୂରଣ କରି ଦେଖାଇଛନ୍ତି । ମାୟାନଗରୀ ମୁମ୍ବାଇର କୁଡିଆରେ ରହି ସ୍ୱର୍ଣ୍ଣିଳ ସ୍ୱପ୍ନ ଦେଖିଥିବା ଜୟକୁମାର ଏବେ ବର୍ଜିନିୟା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ । ଜୟକୁମାର ଇଲେକ୍ଟ୍ରିକାଲ୍ ଏବଂ କମ୍ପ୍ୟୁଟର ବିଜ୍ଞାନ ଇଞ୍ଜିନିୟରିଂ ବିଭାଗରେ ନାନୋ-ଟେକ୍ନୋଲଜି , ନାନୋ-ଆସିଲେଟର୍ସ , ନାନୋ-ସ୍କେଲ୍ ଡିଭାଇସ୍ ଆପ୍ଲିକେସନ୍ ଏବଂ ଆର୍କିଟେକ୍ଚରର ଅଧ୍ୟୟନ କରୁଛନ୍ତି ।*

*ଜୟକୁମାର ପିଲାଟି ଦିନରୁ ଅଭାବକୁ ପାଖରୁ ଦେଖିଛନ୍ତି । ସ୍ୱାମୀ ପରିତ୍ୟକ୍ତା ମା’ ନଳିନୀ ପିଲାଟି ଦିନରୁ ଜୟକୁମାରଙ୍କୁ ଅଭାବରେ ମଧ୍ୟ ପାଠ ପଢାଇ ଆସୁଥିଲେ । ଦୁଇ ଓଳି ଦୁଇ ମୁଠା ଦାନା ଯୋଗାଡ କରିବାକୁ ତାଙ୍କୁ ପରଘରେ ବାସନ ମାଜିବାକୁ ପଡୁଥିଲା । ଏଭଳି ସ୍ଥିତିରେ ଘର ପାଖରେ ଥିବା ଏକ ମନ୍ଦିରର ଟ୍ରଷ୍ଟ୍ ପକ୍ଷରୁ ତାଙ୍କୁ ଖାଦ୍ୟସାମଗ୍ରୀ ଏବଂ ପୋଷାକ ଯୋଗାଇ ଦିଆଯାଉଥିଲା । ଆଜି ପର୍ଯ୍ୟନ୍ତ ବି ସେହି ପୁରୁଣା ପୋଷାକକୁ ଜୟକୁମାର ଏବଂ ତାଙ୍କ ମା’ ପିନ୍ଧିଥାନ୍ତି । ବସ୍ତିର ଛୋଟିଆ ଘରେ ସେ ପରୀକ୍ଷା ପ୍ରସ୍ତୁତି କରୁଥିଲେ ।*

*ସାଙ୍ଗସାଥୀଙ୍କ ଘରେ ଅନ୍ତରୀକ୍ଷ ସହ ଜଡିତ ଥିବା ଶୋ’ ଏବଂ ଡିସ୍କଭରୀ ଚ୍ୟାନେଲ୍ ଦେଖି ତାଙ୍କ ମନରେ ବିଜ୍ଞାନକୁ ନେଇ ଜିଜ୍ଞାସା ସୃଷ୍ଟି ହୋଇଥିଲା । ସମାଜ ତ ଡ୍ରାଇଭର୍ ହେବା ପାଇଁ ବାଧ୍ୟ କରୁଥିଲା କିନ୍ତୁ ଯୋଦ୍ଧା ଭଳି ମା’ ପାଇଥିବା ଜୟକୁମାରଙ୍କୁ ମା’ଙ୍କ ତରଫରୁ ଆଗକୁ ପଢିବା ପାଇଁ ପ୍ରୋତ୍ସାହନ ମିଳୁଥିଲା । ନିଜର କଠୋର ପରିଶ୍ରମ ଏବଂ ଧର୍ଯ୍ୟ ,ନିଷ୍ଠାପରତା ଯୋଗୁଁ ଆଜି ସେ ବୈଜ୍ଞାନିକ ହୋଇପାରିଛନ୍ତି । ସମାଜ ପାଇଁ ଜୟକୁମାର ଏବଂ ତାଙ୍କ ମା’ ନଳିନୀ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।*

07/10/2019

ମଦ ଧରାଇ ଦେବାରୁ ଗାଁ ଦାଣ୍ଡରେ ଯୁବକକୁ ନିସ୍ତୁକ ମାଡ଼।ଅଧିକ ଜାଣିବା ପାଇଁ ଆମ page କୁ like ଆଉ share କରନ୍ତୁ,

07/10/2019

ବାଙ୍କୀ ର ଆରାଧ୍ୟ ଦେବୀ ମା ଚର୍ଚ୍ଚିକା ପୀଠ ରେ ଷୋଡଶ ପୂଜା ପାଳିତ, ଦେଖନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା... ଼ିଶା

06/10/2019

Breaking-ବାଙ୍କୀ ଅଞ୍ଚଳରେ ବଜ୍ରାଘାତରେ ଜଳିଲା ମୋବାଇଲ ଟାୱାର,

06/10/2019

ବ୍ୟୁରୋ ରିପୋର୍ଟ:ଆସିଛି ପାର୍ବଣର ଋତୁ । କାଶତଣ୍ଡୀର ମହକରେ ଧରା ପୃଷ୍ଠରେ ଅବତରଣ କରିଛନ୍ତି ମା ଜଗତ ଜନନୀ । ଫଳରେ ସମସ୍ତ ଶକ୍ତିପୀଠ ଗୁଡିକ ହୋଇଉଠିଛି ଚଳଚଞ୍ଚଳ । ଷୋଡଶ ରୀତିନୀତିରେ ମା ଙ୍କର ଉପଚାର ଚାଲୁଥିବା ବେଳେ ଏହାକୁ ଦେଖିବା ପାଇଁ ଶକ୍ତିପୀଠ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।

ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚିକାଙ୍କ ପୀଠରେ ଚାଲିଛି ଷୋଡଶ ପୂଜା । ମୂଳାଷ୍ଟମୀଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ମା ଙ୍କୁ ସମସ୍ତ ରୀତିନୀତି ଅନୁସାରେ ପୂଜା କରାଯାଏ । ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ୧୦୮ କଳସ ଗରାରେ ମା ଙ୍କୁ ମାଜଣା କରାଯାଇଥାଏ । ଏହି ଅଧିଷ୍ଠାତ୍ରୀ ଦେବୀଙ୍କର ସଂଧ୍ୟା ଆଳତି ବେଶ ଆକର୍ଷଣୀୟ ହୋଇଥାଏ । ଏହାକୁ ଦେଖିବା ପାଇଁ ବହୁ ଦୁରଦୁରାନ୍ତରରୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥାଏ ।

06/10/2019

ନୂଆ ସଂକଳ୍ପ ଓ ନୂଆ ଚିନ୍ତାଧାରା ସହ ଆପଣଙ୍କ ପାଖରେ ଯୋଡି ହେବାପାଇଁ ଆମେ ଆରମ୍ଭ କରିଛୁ ଏକ ନୂତନ ପ୍ରୟାସ।ମୋବାଇଲ ମାଧ୍ୟମରେ ଓଡ଼ିଶାର ପ୍ରତିଟି ଖବର ଆମେ ପଂହଚାଇବୁ ଆପଣଙ୍କ ପାଖରେ।

06/10/2019

ଶାରଦୀୟ ଦୁର୍ଗା ପୂଜାର News11ଓଡ଼ିଶା ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ...💐💐

06/10/2019

ସମସ୍ତଙ୍କଠାରୁ ଭିନ୍ନ ଓ ସୁନ୍ଦର ଭାବରେ ଆମେ ଆପଣଙ୍କ ନିକଟରେ ଖବର ପରିବେଷଣ କରିବୁ।

06/10/2019

News 11 Odisha's cover photo

06/10/2019

News 11 Odisha

Address


Alerts

Be the first to know and let us send you an email when News 11 Odisha posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to News 11 Odisha:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share