Odisha Khabar

  • Home
  • Odisha Khabar

Odisha Khabar near you,
for you

17/10/2021
24/02/2021

#ଓଡିଶା_ଟେନିସ୍_ଭଲିବଲ_ଆସୋସିଏସନ୍‌ର_ବାର୍ଷିକ_ବୈଠକ

କଟକ ୨୧/୦୨/୨୧: ଓଡ଼ିଶା ଟେନିସ୍ ଭଲିବଲ୍ ଆସୋସିଏସନ୍‌ର ବାର୍ଷିକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ସମସ୍ତ ଜିଲ୍ଲାରେ ଟେନିସ ଭଲିବଲ ଆସୋସିଏସନର ଜିଲ୍ଲା ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏକ ନୂଆ କମିଟି ଗଠନ କରାଯାଇଥିଲା। ଏହି ନୂଆ କମିଟିରେ ଓଡ଼ିଶାର ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରୀ ଶ୍ରୀ ଶ୍ରୀସନ୍ଥ ମହୋଦୟଙ୍କୁ ସଭାଧ୍ୟକ୍ଷ ପଦବୀରେ ଅଳଙ୍କୃତ କରାଯାଇଥିଲା। ଏହା ସହିତ ଡଃ ପ୍ରେମ୍ ରଞ୍ଜନ ଓଝାଙ୍କୁ ସିଇଓ ଭାବରେ ମନୋନୀତ କରାଯାଇଥିଲା ଓ ଏଥିସହିତ ଆର୍ ଓଡ଼ିଶା ଯଥା ବଜ୍ରପ୍ରହାର ପ୍ରିଣ୍ଟ ମିଡିଆର ସାମ୍ବାଦିକ ଶ୍ରୀଯୁକ୍ତ ଭାରତ ଭୂଷଣ ରାୟଙ୍କୁ ସ୍ଥାୟୀ ସାମ୍ବାଦିକ ଯଥା ମିଡ଼ିଆ ପାର୍ଟନର ଭାବେ ମନୋନୀତ କରାଯାଇଥିଲା। ଏହା ସହ କମିଟିର ଅନ୍ୟ ସଦସ୍ୟମାନଙ୍କ ଆସନ ଅପରିବର୍ତ୍ତିତ ରଖାଯାଇଥିଲା।

କଟକରୁ ଭାରତ ଭୂଷଣ, ଓଡ଼ିଶା ଖବର

 #ଓଡିଶା_ଟେନିସ୍_ଭଲିବଲ_ଆସୋସିଏସନ୍‌ର_ବାର୍ଷିକ_ବୈଠକକଟକ ୨୧/୦୨/୨୧: ଓଡ଼ିଶା ଟେନିସ୍ ଭଲିବଲ୍ ଆସୋସିଏସନ୍‌ର ବାର୍ଷିକ ବୈଠକ ଇତି ମଧ୍ୟରେ ଅନୁଷ...
24/02/2021

#ଓଡିଶା_ଟେନିସ୍_ଭଲିବଲ_ଆସୋସିଏସନ୍‌ର_ବାର୍ଷିକ_ବୈଠକ

କଟକ ୨୧/୦୨/୨୧: ଓଡ଼ିଶା ଟେନିସ୍ ଭଲିବଲ୍ ଆସୋସିଏସନ୍‌ର ବାର୍ଷିକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଓଡିଶାର ସମସ୍ତ ଜିଲ୍ଲାରେ ଟେନିସ ଭଲିବଲ ଆସୋସିଏସନର ଜିଲ୍ଲା ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏକ ନୂଆ କମିଟି ଗଠନ କରାଯାଇଥିଲା। ଏହି ନୂଆ କମିଟିରେ ଓଡ଼ିଶାର ଆଧ୍ୟାତ୍ମିକ ଗୁରୁ ପୂଜ୍ୟ ବିଜ୍ଞାନୀ ଗୁରୁ ଶ୍ରୀ ଶ୍ରୀ ଶ୍ରୀସନ୍ଥ ମହୋଦୟଙ୍କୁ ସଭାଧ୍ୟକ୍ଷ ପଦବୀରେ ଅଳଙ୍କୃତ କରାଯାଇଥିଲା। ଏହା ସହିତ ଡଃ ପ୍ରେମ୍ ରଞ୍ଜନ ଓଝାଙ୍କୁ ସିଇଓ ଭାବରେ ମନୋନୀତ କରାଯାଇଥିଲା ଓ ଏଥିସହିତ ଆର୍ ଓଡ଼ିଶା ଯଥା ବଜ୍ରପ୍ରହାର ପ୍ରିଣ୍ଟ ମିଡିଆର ସାମ୍ବାଦିକ ଶ୍ରୀଯୁକ୍ତ ଭାରତ ଭୂଷଣ ରାୟଙ୍କୁ ସ୍ଥାୟୀ ସାମ୍ବାଦିକ ଯଥା ମିଡ଼ିଆ ପାର୍ଟନର ଭାବେ ମନୋନୀତ କରାଯାଇଥିଲା। ଏହା ସହ କମିଟିର ଅନ୍ୟ ସଦସ୍ୟମାନଙ୍କ ଆସନ ଅପରିବର୍ତ୍ତିତ ରଖାଯାଇଥିଲା।

କଟକରୁ ଭାରତ ଭୂଷଣ, ଓଡ଼ିଶା ଖବର

 #ଅବକାରୀ_ବିଭାଗର_ଗୁଣ୍ଡାରାଜ_ସପ୍ତମ_ଶ୍ରେଣୀ_ଛାତ୍ରକୁ_ଆକ୍ରମଣ ଅନୁଗୁଳ (ଓଡିଶା ଖବର) ୧୨/୧୧: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନ...
12/11/2020

#ଅବକାରୀ_ବିଭାଗର_ଗୁଣ୍ଡାରାଜ_ସପ୍ତମ_ଶ୍ରେଣୀ_ଛାତ୍ରକୁ_ଆକ୍ରମଣ

ଅନୁଗୁଳ (ଓଡିଶା ଖବର) ୧୨/୧୧: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଷୋଳପଦା ଅଞ୍ଚଳର ଆମ୍ବସରମୁଣ୍ଡା ପଞ୍ଚାୟତ ଅଧୀନସ୍ଥ ଫୁଲୁରିବଣିଆ ଗ୍ରାମରେ ଅବକାରୀ ବିଭାଗ ମଦ ରେଡ କରିବା ସମୟରେ ୧୨ ବର୍ଷର ସପ୍ତମ ଶ୍ରେଣୀ ଛାତ୍ର ରାକେଶ ବେହେରା ନାମକ ନାବାଳକକୁ ମାଡ ମାରିଥିବା ଜଣା ପଡିଛି। ଅବକାରୀ ବିଭାଗର ଏହିଭଳି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ ନାବାଳକଙ୍କ ବାପା ମାଧବ ବେହେରା, ଗ୍ରାମ ସଦାନନ୍ଦପୁର, ପୋଷ୍ଟ ଠାକୁରଗଡ, ଭାୟା ଆଠମଲ୍ଲିକ, ଜିଲ୍ଲା ଅନୁଗୁଳ ବୋଲି ଜଣା ପଡ଼ିଛି। ସୂଚନା ମୁତାବକ କରୋନା ମହାମାରୀ ସମୟରେ ବିଦ୍ୟାଳୟ ବନ୍ଦ ଥିବା ହେତୁ ନାବାଳକ ଜଣକ ତାଙ୍କ ଆଇଙ୍କ ଘରକୁ ବୁଲି ଆସିଥିବା କଥା ପ୍ରକାଶ କରିଛନ୍ତି। ରାକେଶ ବେହେରାଙ୍କ ଆଇ ଘାଷିଆଣି ବେହେରା ଘରେ ନଥିବା ସ୍ଥଳେ ମୋ ନାତିକୁ ଅବକାରୀ ବିଭାଗର ଅଧିକାରୀ ମାନେ କାହିଁକି ବାଡେ଼ଇଲେ ବୋଲି ଜନସାଧାରଣଙ୍କ ସମ୍ମୁଖରେ କାନ୍ଦି କାନ୍ଦି ଜଣାଇଛନ୍ତି। ଉକ୍ତ ଘଟଣାକୁ ଆଠମଲ୍ଲିକ ଅଞ୍ଚଳରେ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ଘଟଣାକୁ ନିରପେକ୍ଷ ତଦନ୍ତ କରି ନିରୀହ ଆଦିବାସୀ ନାବାଳକକୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

ରିପୋର୍ଟ: କରୁଣାକର ନାୟକ, ଆଠମଲ୍ଲିକ

 #ସାବଧାନ_ବଜାରକୁ_ଆସୁଛି_ନକଲି_ମସଲାକଟକ (ଓଡିଶା ଖବର) ୧୨/୧୧: ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସାଧୁ କାର୍ଯ୍ୟକଳାପ। ସେ ପୁଣି ଖାଦ୍ୟଜି...
12/11/2020

#ସାବଧାନ_ବଜାରକୁ_ଆସୁଛି_ନକଲି_ମସଲା

କଟକ (ଓଡିଶା ଖବର) ୧୨/୧୧: ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସାଧୁ କାର୍ଯ୍ୟକଳାପ। ସେ ପୁଣି ଖାଦ୍ୟଜିନିଷ ଉପରେ। ତେଣୁ ଆପଣ ବ୍ୟବହାର କରୁଥିବା ପ୍ରତ୍ୟେକ ଖାଦ୍ୟ ଜିନିଷ ଉପରେ ରଖନ୍ତୁ କଡା ନଜର। ଗତକାଲି କଟକ ମାଲଗୋଦାମ ଥାନା ଅଞ୍ଚଳରେ ଘଟିଛି ଏହି ପରି ଏକ ଘଟଣା। ପୋଲିସ ନଜରକୁ ଆସିଛି ଏକ ଡୁପ୍ଲିକେଟ ମସଲା କାରଖାନା। ଯେଉଁ ମସଲାକୁ ଆମେ ଦୈନନ୍ଦିନ ଖାଇବାରେ ବ୍ୟବହାର କରୁଛୁ। ଛୋଟ ଠୁ ବୁଢା ସମସ୍ତେ ଏହିପରି ଦୋ ନମ୍ବରି ମସଲାକୁ ଖାଉଛନ୍ତି। ଗତକାଲି ମାଲଗୋଦାମ ଥାନା ଅଞ୍ଚଳରେ ଏକ ମସଲା କମ୍ପାନୀକୁ ଜବତ କରିବା ସହ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ, ଜିରା ପ୍ରଭୃତି ଚାଉଳ ଗୁଣ୍ଡର ମିଶ୍ରଣରେ ତିଆରି କରି ବଜାର ରେ ବିକୁଥିବା ସମସ୍ତ ମସଲା ଓ ମସଲା ତିଆରି ସରଞ୍ଜାମ ଜବତ କରାଯାଇଛି। ଲୋକ ମାନଙ୍କୁ ଅଖାଦ୍ୟ ଦେଇ ଭଲ ଟଙ୍କା ରୋଜଗାର କରୁଥିଲେ। ଗତକାଲି ବିପୁଳ ପରିମାଣର ମସଲା ବା ଅଖାଦ୍ୟକୁ ଜବତ କରିଛି ପୋଲିସ ଏବଂ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଛି। ସାମାନ୍ୟ କିଛି ଅର୍ଥଲୋଭରେ ମଣିଷ ଜୀବନ ସହ ଖେଳିବା କେତେ ଦୂର ଯଥାର୍ଥ ????

ରିପୋର୍ଟ: ଆଶୁତୋଷ ଜେନା, କଟକ ସିଟି

🌼🌹꧁ ଆଜିର ରାଶିଫଳ꧂🌹🌼✧═════•❁❀❁•═════✧                      🌹ମେଷ🌷ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ...
12/11/2020

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧

🌹ମେଷ🌷
ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ। ଚିନ୍ତା ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ କମ ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ପାଇପାରନ୍ତି। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୬, ଆରାଧନା - ମା ଚଣ୍ଡୀ।
✧═════•❁❀❁•═════✧

🌹ବୃଷ🌷
ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ। ସାସଂରିକ ଜୀବନ ଆନନ୍ଦଭରା ରହିବ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ। ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଖୁସିରେ କାଟିବେ। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୨, ଆରାଧନା - ମା ଲକ୍ଷ୍ମୀ।
✧═════•❁❀❁•═════✧

🌹ମିଥୁନ🌷
ଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ। ପାରିବାରିକ ଶାନ୍ତି ମିଳିବ। କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ। ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ। ଶୁଭରଙ୍ଗ - ମେରୁନ୍, ଶୁଭସଂଖ୍ୟା - ୪, ଆରାଧନା - ମା ଷୋଡ଼ଶୀ।
✧═════•❁❀❁•═════✧

🌹କର୍କଟ🌷
ଆଜିିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ, ନୂତନ ବସ୍ତ୍ର ଆଦି ଆଭୁଷଣ ପ୍ରାପ୍ତି ହେବ। ନୂତନ ଯୋଜନାରେ ସଫଳ ହେବେ। ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ। ମହିଳା ଓ ଛାତ୍ରୀମାନେ କୌଣସି ଦିଗରୁ ପୁରସ୍କୃତ ହେବେ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୭, ଆରାଧନା - ଭଗବାନ ଶିବ।
✧═════•❁❀❁•═════✧

🌹ସିଂହ🌷
ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ। ଧନ ସଂଚୟ ପାଇଁ ଦିବସଟି ବେସ ଉତ୍ତମ। ଚାକିରୀରେ ପଦ ମର୍ଯ୍ୟଦା ପ୍ରାପ୍ତି ହୋଇପାରେ। ମହିଳା ଓ ଛାତ୍ରମାନେ କର୍ମ ନିପୂଣ ହେବେ। ଶୁଭରଙ୍ଗ - ଗୋଲାପୀ, ଶୁଭସଂଖ୍ୟା - ୬, ଆରାଧନା - ଶ୍ରୀ ଜଗନ୍ନାଥ।
✧═════•❁❀❁•═════✧

🌹କନ୍ୟା🌷
ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିଷାଦରେ ଦିନଟି ଅତିବାହିତ କରିବେ। ଶୁଭରଙ୍ଗ - ସବୁଜ, ଶୁଭସଂଖ୍ୟା - ୧୨, ଆରାଧନା - ନାରାୟଣ।
✧═════•❁❀❁•═════✧

🌹ତୁଳା🌷
ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନହେଲେ କିଛି କ୍ଷତି ସହିବାକୁ ପଡିପାରେ ଏବଂ ବହୁଦିନରୁ ଲାଗିରହିଥିବା ମାଲିମୋକଦ୍ଧମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହେବ, ତଥାପି ରସାୟନ ସମ୍ବନ୍ଧିୟ ବ୍ୟବସାୟୀ ମାନେ ଶୁଭଫଳ ଅନୁଭବ କରିବେ। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୪, ଆରାଧନା - ମା ଗାୟତ୍ରୀ।
✧═════•❁❀❁•═════✧

🌹ବିଛା🌷
ଆଜି ଆଜିର ଦିନଟି ବିଳାସ ବ୍ୟସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ। ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ। ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୩, ଆରାଧନା - ପ୍ରଭୁ ହନୁମାନ।
✧═════•❁❀❁•═════✧

🌹ଧନୁ🌷
ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ। କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ। ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୯, ଆରାଧନା - ପ୍ରଭୁ ଶ୍ରୀଜଗନ୍ନାଥ।
✧═════•❁❀❁•═════✧

🌹ମକର🌷
ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଅବଶ କରିଦେବ। ଚିନ୍ତା ଯୋଗୁଁ ରକ୍ତଚାପ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭ କମ ହେବ। ଅଯଥା ବ୍ଯୟ ଯୋଗ ରହିଛି। ଶୁଭରଙ୍ଗ - ବାଇଗଣୀ, ଶୁଭସଂଖ୍ୟା - ୬, ଆରାଧନା - ମା ବିମଳା।
✧═════•❁❀❁•═════✧

🌹କୁମ୍ଭ🌷
ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲିକ୍ଷିତ ହେବ। ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ। ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ। ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ। ଶୁଭରଙ୍ଗ - ବାଇଗଣୀ, ଶୁଭସଂଖ୍ୟା - ୩, ଆରାଧନା - ମା ଚଣ୍ଡୀ।
✧═════•❁❀❁•═════✧

🌹ମୀନ🌷
ଆଜି ଦେହ ମନ ଭଲ ରହିବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ। ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୯, ଆରାଧନା - ମା ଗାୟତ୍ରୀ।
✧═════•❁❀❁•═════✧

 #ହୃଦଘାତରେ_ଡେପୁଟି_କମାଣ୍ଡାଣ୍ଟଙ୍କ_ମୃତ୍ୟୁକଟକ (ଓଡିଶା ଖବର) ୧୧/୧୧: ମସିହା ୨୦୨୦ ସାରା ମାନବ ସମାଜ ପାଇଁ ଏକ ଅଭିଶପ୍ତ ବର୍ଷ ପାଲଟିଯାଇଛି। ...
11/11/2020

#ହୃଦଘାତରେ_ଡେପୁଟି_କମାଣ୍ଡାଣ୍ଟଙ୍କ_ମୃତ୍ୟୁ

କଟକ (ଓଡିଶା ଖବର) ୧୧/୧୧: ମସିହା ୨୦୨୦ ସାରା ମାନବ ସମାଜ ପାଇଁ ଏକ ଅଭିଶପ୍ତ ବର୍ଷ ପାଲଟିଯାଇଛି। କେତେକେତେ ତାରକା ଏହି ଇହଧାମରୁ ପରଲୋକ ଗମନ କରିଗଲେଣି। ବହୁ ବିଶିଷ୍ଟ ବ୍ୟକ୍ତି, ଚିତ୍ରତାରକା, ଶିଳ୍ପୀ ତଥା ଆଗଧାଡ଼ିର କରୋନା ଯୋଦ୍ଧା ଡାକ୍ତର, ପୋଲିସ ମହାମାରୀ କରୋନା ଓ ହୃଦଘାତରେ ପ୍ରାଣ ହରାଇସାରିଲେଣି। ସେମିତି ଆଜି ଆଉ ଜଣେ କରୋନା ଯୋଦ୍ଧାଙ୍କର ହୃଦଘାତରେ ପରଲୋକ ଘଟିଛି। କଟକ ସହର ମହାନଦୀ ବିହାରର ଜଣାଶୁଣା ସାମଜସେବୀ ତଥା ପୋଲିସ ବିଭାଗରେ ଡେପୁଟି କମାଣ୍ଡାଣ୍ଟ ଭାବେ ଯାଜପୁର କଳିଙ୍ଗ ନଗର ଠାରେ ଅବସ୍ଥାପିତ ଥିବା କାର୍ଯ୍ୟରତ ଶ୍ରୀ ପ୍ରମୋଦ କୁମାର ସାହାଣୀ ଙ୍କର ମାତ୍ର ୫୧ବର୍ଷରେ ପରଲୋକ ଘଟିଛି। ଜଗତସିଂପୁର ଇଲେକ୍ସନ ଡ୍ୟୁଟିରେ ନିୟୋଜିତ ଥିବା ସ୍ବର୍ଗତ ସାହାଣୀ ଗତକାଲି ରାତି ଗୋଟାଏ ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ପରିବାର ଲୋକେ କଟକ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଭର୍ତ୍ତି ହେବାର କିଛି ସମୟ ମଧ୍ୟରେ ସ୍ବର୍ଗତ ସାହାଣୀଙ୍କର ହୃଦଘାତରେ ପରଲୋକ ଘଟିଗଲା। ଯାହା ତାଙ୍କ ପରିବାର, ସାଙ୍ଗସାଥି ଓ ମହାନଦୀବିହାର ବାସୀଙ୍କ ପାଇଁ ଆଶ୍ଚର୍ଯ୍ୟର କଥା। ପୋଲିସ ବିଭାଗରେ ସ୍ବର୍ଗତ ସାହାଣୀ ଯେପରି ଏକ ତାରକା ଭାବେ ବିବେଚିତ ହେଉଥିଲେ, ସାଧାରଣ ଜୀବନରେ ମଧ୍ୟ ଏକ ଉଚ୍ଚାଭିଳାଷୀ, ପରୋପକାରୀ ଓ ନିର୍ମୟୀ ମଣିଷ ଥିଲେ। ଆଜି ତାଙ୍କ ମରଶରୀରକୁ ଖାନନଗର ସ୍ଥିତ ସ୍ୱର୍ଗଦ୍ଵାରକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଏଥିରେ କଟକ ଚୌଦାରର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ୱାଳ, ବିଧାୟକଙ୍କ ପ୍ରତିନିଧି ସୁବ୍ରତ ଘଡେଇ, ସମାଜସେବୀ ତଥା କଟକ ଚୌଦ୍ଵାରର ବିଜେପି ନେତା ଶ୍ରୀ ସଞ୍ଜୟ ଜେନା, ସ୍ବର୍ଗତ ସାହାଣୀଙ୍କର ଅତି ଘନିଷ୍ଠ ବନ୍ଧୁ ଟିପା ଆଚାର୍ଯ୍ୟ, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି, ସ୍ବର୍ଗତ ସାହାଣୀଙ୍କୁ ଅଶ୍ରୁଳଭରା ଶେଷ ବିଦାୟ ଦେଇଛନ୍ତି। ଏଭଳି ଜଣେ ହୃଦୟବାନ ବନ୍ଧୁ ମିଳିବା ଏକ ସ୍ବପ୍ନ ହୋଇଗଲା ବୋଲି ଅତି ଘନିଷ୍ଠ ଦୁଇ ବନ୍ଧୁ ଅରୁଣ ଓ ଟିପା ଅଶ୍ରୁଭରା ଲୋତକରେ କହିଛନ୍ତି।

ରିପୋର୍ଟ: ଆଶୁତୋଷ ଜେନାଙ୍କ ସହ ରାଧାକାନ୍ତ ଦାସ, କଟକ ସିଟି

 #ଦାଦାବଟିକୁ_ନା_ସ୍ଲୋଗାନରେ_କମିଶନରେଟ_ପୋଲିସକୁ_ଏକ_ବଡ_ସଫଳତାକଟକ (ଓଡିଶା ଖବର)୧୧/୧୧: କଟକ ଭୁବନେଶ୍ୱର ଦ୍ବୈତ୍ୟ ନଗରୀର କମିଶନରେଟ ପୋଲିସର ବ...
11/11/2020

#ଦାଦାବଟିକୁ_ନା_ସ୍ଲୋଗାନରେ_କମିଶନରେଟ_ପୋଲିସକୁ_ଏକ_ବଡ_ସଫଳତା

କଟକ (ଓଡିଶା ଖବର)୧୧/୧୧: କଟକ ଭୁବନେଶ୍ୱର ଦ୍ବୈତ୍ୟ ନଗରୀର କମିଶନରେଟ ପୋଲିସର ବଟି ଆଦାୟ କରିବାକୁ ଆଇନତଃ ବାରଣ କରାଯାଇଥିବା ବେଳେ, ଏବେ ଏବେ କିଛି ଆସମାଜିକ ବ୍ୟକ୍ତି ବଟି ଆଦାୟକୁ କେନ୍ଦ୍ର କରି ପୋଲିସ ଦ୍ଵାରା ଗିରଫ ହେଉଥିବା ଜଣାପଡିଛି। ଏହି ଅଭିଯାନରେ ଗତକାଲି କଟକ କମିଶନରେଟ ପୋଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଗତକାଲି କୌଣସିମତେ ଖବର ପାଇ ସିଡିଏ ଫେଜ ୨ ଥାନା ଅଧିକାରୀ ଓ ସ୍ପେଶାଲ ସ୍କ୍ବାର୍ଡ଼ର ମିଳିତ ଚଢ଼ଉରେ "ଡି"ଗ୍ରୁପର ୩ ପ୍ରମୁଖ ସହଯୋଗୀଙ୍କୁ ବଟି ଆଦାୟ କେସରେ ଗିରଫ କରାଯିବା ସହ, ଏକ ଲକ୍ଷରୁ ଉର୍ଦ୍ଧ୍ବ ବଟି ଟଙ୍କା ଜବତ କରାଯାଇଛି। ଏଥିରେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ, ସାଇକେଲ ନନା ଓରଫ ସୁଚିତ୍ର ମହାପାତ୍ର ଓ ରନିଆ ଓରଫ ରଞ୍ଜିତ ସିଂ ଗିରଫ ହୋଇଛନ୍ତି। ପୂର୍ବରୁ ରଞ୍ଜିତା ବିଶ୍ୱାଳ ୨ଥର ଧଳ ସାମନ୍ତ ବ୍ରଦର୍ସ ଲିଙ୍କରେ ଗିରଫ ହୋଇଥିବା ଜଣା ପଡ଼ିଛି। ଆଜି ଏହି ୩ଜଣଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ମର୍କତନଗର ଥାନା ପୋଲିସ କହିଛି।

ରିପୋର୍ଟ: ଆଶୁତୋଷ ଜେନା ଙ୍କ ସହିତ ରାଧାକାନ୍ତ ଦାସ, କଟକ ସିଟି

🌼🌹꧁ ଆଜିର ରାଶିଫଳ꧂🌹🌼✧═════•❁❀❁•═════✧                     🌹ମେଷ🌹ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେ...
11/11/2020

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧

🌹ମେଷ🌹
ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୩, ଆରାଧନା - ପ୍ରଭୁ ହନୁମାନ।
✧═════•❁❀❁•═════✧

🌹ବୃଷ🌹
ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧ୍ୟମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ - ନୀଳ, ଶୁଭସଂଖ୍ୟା - ୪, ଆରାଧନା - ମା ଗାୟତ୍ରୀ।
✧═════•❁❀❁•═════✧

🌹ମିଥୁନ🌹
ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ - ସବୁଜ, ଶୁଭସଂଖ୍ୟା - ୮, ଆରାଧନା - ଭଗବାନ ବିଷ୍ଣୁ।
✧═════•❁❀❁•═════✧

🌹କର୍କଟ🌹
ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସଂକେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୯, ଆରାଧନା - ମା ଭୁବନେଶ୍ଵରୀ।
✧═════•❁❀❁•═════✧

🌹ସିଂହ🌹
ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୩, ଆରାଧନା - ମା ବିମଳା।
✧═════•❁❀❁•═════✧

🌹କନ୍ୟା🌹
ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ। ଶୁଭରଙ୍ଗ - କଫି, ଶୁଭସଂଖ୍ୟା - ୮, ଆରାଧନା - ମା ବିମଳା।
✧═════•❁❀❁•═════✧

🌹ତୁଳା🌹
ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ - ନୀଳ, ଶୁଭସଂଖ୍ୟା - ୧୨, ଆରାଧନା - ମା କମଳା।
✧═════•❁❀❁•═════✧

🌹ବିଛା🌹
ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୬, ଆରାଧନା - ମା ଚଣ୍ଡୀ।
✧═════•❁❀❁•═════✧

🌹ଧନୁ🌹
ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୭, ଆରାଧନା - ମା ତାରିଣୀ।
✧═════•❁❀❁•═════✧

🌹ମକର🌹
ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ - କଳା, ଶୁଭସଂଖ୍ୟା - ୩, ଆରାଧନା - ମା କାଳୀ।
✧═════•❁❀❁•═════✧

🌹କୁମ୍ଭ🌹
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ - ବାଇଗଣୀ, ଶୁଭସଂଖ୍ୟା - ୬, ଆରାଧନା - ମା ଦୂର୍ଗା।
✧═════•❁❀❁•═════✧

🌹ମୀନ🌹
ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୭, ଆରାଧନା - ମା ତାରା।
✧═════•❁❀❁•═════✧

 #କଟକରୁ_ପୁଣି_ବିପୁଳ_ପରିମାଣର_ବାଣ_ଜବତକଟକ (ଓଡ଼ିଶା ଖବର) ୧୦/୧୧: ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ନିୟମକୁ କଡାକଡି ପାଳନ କରିବାକ...
10/11/2020

#କଟକରୁ_ପୁଣି_ବିପୁଳ_ପରିମାଣର_ବାଣ_ଜବତ

କଟକ (ଓଡ଼ିଶା ଖବର) ୧୦/୧୧: ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦେଶ ଦେଉଥିବା ବେଳେ, କିଛି ଅସାଧୁ ବ୍ୟବସାୟୀଙ୍କ ପାଇଁ ପୋଲିସକୁ ହେବାକୁ ପଡୁଛି ହଇରାଣ। ଏବେ ଶୀତ ଦିନ ଚାଲିଥିବାରୁ ମହାମାରୀର ପ୍ରକୋପ ଦୃଷ୍ଟିରୁ ଜନଜୀବନକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପୂଜା ପାର୍ବଣ ଯଥା ସାମାଜିକ ଉତ୍ସବକୁ ନିଷେଧ କରାଯାଇଥିବା ବେଳେ, କିଛି ଅମାନିଆଙ୍କ ପାଇଁ ବଢୁଛି ଚିନ୍ତା। ଗତକିଛି ଦିନ ତଳେ ବେଆଇନ୍ ଭାବେ ବାଣ ବିକ୍ରିକୁ ନେଇ କଟକ ସହର ଖାନନଗର ଅଞ୍ଚଳର ଜୈନେକ ବ୍ୟକ୍ତି ଗିରଫ ହେବା ସହ ବିପୁଳ ପରିମାଣର ବାଣ ଜବତ ହୋଇଥିଲା। ଆଜି ପୁଣି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜଗତପୁର ଅଞ୍ଚଳରେ। ଜଗତପୁର ପଦ୍ମପୁର ଅଞ୍ଚଳ ବାଣ ପାଇଁ ପ୍ରସିଦ୍ଧ ଥିବାବେଳେ ଆଜି ଜଗତପୁରର ମହାଜନ ପୁର ଠାରେ ଜଗତପୁର ପୋଲିସ ଏବଂ ଏସିପିଙ୍କ ମିଳିତ ଚଢ଼ଉ ବେଳେ ବିପୁଳ ପରିମାଣର ବାଣ ଜବତ କରାଯିବା ସହିତ ୩ଜଣକୁ ଗିରଫ କରାଯାଇଛି। କିନ୍ତୁ ବିଡମ୍ବନାର ବିଷୟ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ଏତେ ସବୁ କୋଭିଡ ନିୟମ କରିଥିବା ବେଳେ ନିଜକୁ ସଜାଗ ନରଖି ଏମିତି କିଛି ବେଆଇନ ଅପରାଧିକ ମାମଲାରେ ଜଡିତ ରହି, ସମାଜ ପାଇଁ ବିପଦ ସୃଷ୍ଟି କରିବା କେତେଦୂର ଯର୍ଥାତ।

ରିପୋର୍ଟ: ରାଧାକାନ୍ତ ଦାସଙ୍କ ସହିତ ଚନ୍ଦନ ପଟ୍ଟନାୟକ, କଟକ ସିଟି

🌼🌹꧁ ଆଜିର ରାଶିଫଳ꧂🌹🌼✧═════•❁❀❁•═════✧                  🌹ମେଷ🌹ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସା...
10/11/2020

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧

🌹ମେଷ🌹
ଦାମ୍ପତ୍ୟ କଳହର ଅବସାନ ଘଟିବ ଓ ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ।ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ଆକସ୍ମିକ ଅର୍ଥ ଲାଭହେବ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୧୧, ଆରାଧନା - ମା ବଗଳାମୁଖୀ।
✧═════•❁❀❁•═════✧

🌹ବୃଷ🌹
ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ଭଲ ସମ୍ପର୍କ ରହିଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡ଼ି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଜମିଜମାରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୨, ଆରାଧନା - ମା କାଳୀ।
✧═════•❁❀❁•═════✧

🌹ମିଥୁନ🌹
ଆଜି ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବା ଆଶଙ୍କା ରହିଛି। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ସଂଗଠନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ଶୁଭରଙ୍ଗ - କଫି, ଶୁଭସଂଖ୍ୟା - ୪, ଆରାଧନା - ମା ଷୋଡ଼ଶୀ।
✧═════•❁❀❁•═════✧

🌹କର୍କଟ🌹
ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ। ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପାଇପାରନ୍ତି। କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୫, ଆରାଧନା - ଭଗବାନ ଶିବ।
✧═════•❁❀❁•═════✧

🌹ସିଂହ🌹
ଆଜି ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ପାରିବାରିିକ ସମସ୍ୟାର ସମାଧାନ ଘଟିବ, ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ। ଶୁଭରଙ୍ଗ - ଗୋଲାପୀ, ଶୁଭସଂଖ୍ୟା - ୬, ଆରାଧନା - ପ୍ରଭୁ ଶ୍ରୀଜଗନ୍ନାଥ।
✧═════•❁❀❁•═════✧

🌹କନ୍ୟା🌹
ଆଜି ପରିବାରରେ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଶୁଭରଙ୍ଗ - ଚକୋଲେଟ୍, ଶୁଭସଂଖ୍ୟା - ୧୨, ଆରାଧନା - ମା ଷୋଡ଼ଶୀ।
✧═════•❁❀❁•═════✧

🌹ତୁଳା🌹
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା କାମଟିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌‌ବ୍ୟବହାର କରିବା କଷ୍ଟକର ହେବ। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୨, ଆରାଧନା - ମା ଗାୟତ୍ରୀ।
✧═════•❁❀❁•═════✧

🌹ବିଛା🌹
ଆଜି ଆପଣଙ୍କୁ କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ଆକ୍ଷେପ କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି। ଅସାବଧାନତା କାରଣରୁ କୌଣସି ଜିନିଷ ହରାଇପାରନ୍ତି। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୧୧, ଆରାଧନା - ପ୍ରଭୁ ହନୁମାନ।
✧═════•❁❀❁•═════✧

🌹ଧନୁ🌹
ଆକସ୍ମିକଭାବରେ ବନ୍ଧୁମାନଙ୍କ ସହ ଭ୍ରମଣ କରିପାରନ୍ତି। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରସ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ବାଣିଜ୍ୟରେ ଆଶା କରୁଥିବା ଫଳ ଅବଶ୍ୟ ପାଇବେ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୯, ଆରାଧନା - ପ୍ରଭୁ ଶ୍ରୀଜଗନ୍ନାଥ।
✧═════•❁❀❁•═════✧

🌹ମକର🌹
ପାରସ୍ପରିକ ମତଭେଦ କାରଣରୁ ଅଫିସରେ କାମଗୁଡ଼ିକ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଆର୍ଥିକକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ - ବାଇଗଣୀ, ଶୁଭସଂଖ୍ୟା - ୬, ଆରାଧନା - ମା ଦୂର୍ଗା।
✧═════•❁❀❁•═════✧

🌹କୁମ୍ଭ🌹
କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଶୁଭରଙ୍ଗ - କଳା, ଶୁଭସଂଖ୍ୟା - ୩, ଆରାଧନା - ମା କାଳୀ।
✧═════•❁❀❁•═════✧

🌹ମୀନ🌹
ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ। ହଠାତ୍‌ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୫, ଆରାଧନା - ଭଗବାନ ଶିବ।
✧═════•❁❀❁•═════✧

 #ନୂଆ_ଇତିହାସ_ସୃଷ୍ଟି_କଲା_ଇସ୍ରୋବ୍ୟୁରୋ (ଓଡିଶା ଖବର) ୦୮/୧୧: ଏକା ସାଙ୍ଗରେ ୧୦ଟି ସାଟେଲାଇଟ୍ ଲଞ୍ଚ କରି ପୁଣି ଥରେ ଇତିହାସ ସୃଷ୍ଟି କରିଛି ...
08/11/2020

#ନୂଆ_ଇତିହାସ_ସୃଷ୍ଟି_କଲା_ଇସ୍ରୋ

ବ୍ୟୁରୋ (ଓଡିଶା ଖବର) ୦୮/୧୧: ଏକା ସାଙ୍ଗରେ ୧୦ଟି ସାଟେଲାଇଟ୍ ଲଞ୍ଚ କରି ପୁଣି ଥରେ ଇତିହାସ ସୃଷ୍ଟି କରିଛି ଇସ୍ରୋ। ଗତକାଲି ଅପରାହ୍ନ ୩ ଟା ୨ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ସଫଳତାର ସହ ଲଞ୍ଚ କରିଛି ଇସ୍ରୋ। ଏଥିସହିତ ଅନ୍ୟ ୯ଟି ବିଦେଶୀ ଉପଗ୍ରହ କକ୍ଷପଥରେ ସ୍ଥାପନ କରିଛି। ସମସ୍ତ ବୈଜ୍ଞାନିକ, ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ ଶିବନ। ଶ୍ରୀହରିକୋଟାର ସତୀଶ ଧାନ ସ୍ପେସ ସେଣ୍ଟରରୁ ଏହି ରକେଟ ଉତକ୍ଷେପଣ ହୋଇଛି। ଇସ୍ରୋର ସାଟେଲାଇଟ ଇଓଏସକୁ ପିଏସଏଲଭି-ସି ୪୯ ରକେଟ ଜରିଆରେ ଲଞ୍ଚ କରାଯାଇଛି। ଖାସ କଥା ହେଉଛି ଯେ ଏହି ରକେଟ କେବଳ ଗୋଟିଏସଭାରତୀୟ ନୁହେଁ ବରଂ ଅନ୍ୟ ୯ଟି ବିଦେଶୀ ସାଟେଲାଇଟକୁ ମଧ୍ୟ କକ୍ଷପଥରେ ଅବସ୍ଥାପନ କରିଛି। ଇଓଏସ - ୦୧ ର ଅର୍ଥ ହେଉଛି ଅବଜରଭେସନ ରିସେଟ ସାଟେଲାଇଟର ଏକ ଉନ୍ନତ ସଂସ୍କରଣ। ଏଥିରେ ସିନ୍ଥେଟିକ ଅପର ରାଡାର (ଏସଏଆର) ଲାଗିଛି। ଏହା କୌଣସିବି ସୟୟରେ ଏବଂ ଯେକୌଣସି ଋତୁରେ ପୃଥିବୀ ଉପରେ ନଜର ରଖି ପାରିବ। ଏହି ସାଟେଲାଇଟର ବିଶେଷତ୍ଵ ହେଉଛି ଯେ ଏହା ବାଦଲ ଭିତରେ ବି ପୃଥିବୀ ଉପରେ ନଜର ରଖିପାରିବା ସହ ସ୍ପଷ୍ଟ ଚିତ୍ର ଉତ୍ତୋଳନ କରିପାରିବ। ଏହାର ଉଭୟ ଦିନରେ ଓ ରାତିରେ ଫଟୋ ଚିତ୍ର ଉତ୍ତୋଳନ କରିବାର କ୍ଷମତା ରହିଛି। ଏହାସହ ଇଓଏସ ନାଗରିକଙ୍କ ଗତିବିଧିରେ ମଧ୍ୟ ନଜର ରଖିପାରିବ। ଏହାଦ୍ୱାରା ଦେଶର ନୀରିକ୍ଷଣ ବ୍ୟବସ୍ଥା ସୁଦୃଢ ହେବା ସହିତ ସାମୁଦ୍ରିକ ସୀମାରେ ଉପରେ ଆହୁରି ତୀକ୍ଷ୍ଣ ନଜର ରଖାଯାଇପାରିବ।

ରିପୋର୍ଟ: ଇତିଶ୍ରୀ ସାହୁ

 #ପ୍ରଥମ_ଭାରତୀୟ_ମହିଳା_ଭାବେ_ଆମେରିକାର_ଉପରାଷ୍ଟ୍ରପତି_ନିର୍ବାଚିତବ୍ୟୁରୋ (ଓଡିଶା ଖବର) ୦୮/୧୧: ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ ଦେଇ ଆମେରିକା ର...
08/11/2020

#ପ୍ରଥମ_ଭାରତୀୟ_ମହିଳା_ଭାବେ_ଆମେରିକାର_ଉପରାଷ୍ଟ୍ରପତି_ନିର୍ବାଚିତ

ବ୍ୟୁରୋ (ଓଡିଶା ଖବର) ୦୮/୧୧: ଡୋନାଲ୍ଡ ଟ୍ରମ୍ପଙ୍କୁ ମାତ୍ ଦେଇ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଜୋ ବାଇଡେନ୍‌। ବାଇଡେନ୍‌ ହ୍ବାଇଟ୍‌ ହାଉସ୍‌କୁ ନିର୍ବାଚିତ ହୋଇଥିବା ବେଳେ ମୂଳ ଭାରତୀୟ କମଳା ହ୍ୟାରିସ୍‌ ମଧ୍ୟ ଇତିହାସ ରଚିଛନ୍ତି। ମୂଳ ଭାରତୀୟ କମଳା ହ୍ୟାରିସ୍‌ ପ୍ରଥମ ଅଶ୍ବେତ ମହିଳା ଭାବେ ଆମେରିକାର ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର କମଳା ହ୍ୟାରିସ୍‌ ଇତିହାସ ରଚିଥିବା ବେଳେ ଆମେରିକାରେ ପାଖାପାଖି ଦୁଇ ଶତାବ୍ଦୀ ଧରି ଚାଲିଆସିଥିବା ପରମ୍ପରାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଦକ୍ଷିଣ ଏସିଆ ସହ ସମ୍ପର୍କିତ ୫୬ ବର୍ଷୀୟା କାଲିଫର୍ଣ୍ଣିଆ ସିନେଟର ପ୍ରଥମ ଥର ହ୍ବାଇଟ୍ ହାଉସ୍‌କୁ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୨୦ ବର୍ଷ ହେଲା ଡେମୋକ୍ରାଟିକ୍‌ ପାର୍ଟିର ମୁଖ୍ୟ ଭୂମିକା ନିଭାଇ ଆସିଥିବା କମଳା ହ୍ୟାରିସ୍‌ ସିନେଟର ହେବା ପୂର୍ବରୁ ଫ୍ରାନସିସ୍‌କୋ ଜିଲ୍ଲା ଆର୍ଟନି ଓ କାଲିପର୍ଣ୍ଣିଆର ଏଜି ଭାବେ କାର୍ଯ୍ୟ କରିଥିଲେ। ୨୦୨୦ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବା ପରେ ବାଇଡେନ୍‌ ତାଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଧନ୍ୟବାଦ ଜଣାଇଥିଲେ। ଜାନୁଆରୀ ୨୦ରେ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ଓ ହ୍ୟାରିସ୍‌ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ। ଯାହା ଆମ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ।

ରିପୋର୍ଟ: ଆଶୁତୋଷ ଜେନା

 #ବେଆଇନ୍_ବାଣ_ତିଆରି_ଓ_ବିକ୍ରି_କରୁଥିବା_ବେଳେ_ସ୍ପେଶାଲ_ସ୍କ୍ବାର୍ଡ଼_ଦ୍ଵାରା_ଗିରଫକଟକ (ଓଡିଶା ଖବର) ୦୮/୧୧: ଏବେ ଚାଲିଛି ଶୀତର ଆସର। ଠାଏ ଠ...
08/11/2020

#ବେଆଇନ୍_ବାଣ_ତିଆରି_ଓ_ବିକ୍ରି_କରୁଥିବା_ବେଳେ_ସ୍ପେଶାଲ_ସ୍କ୍ବାର୍ଡ଼_ଦ୍ଵାରା_ଗିରଫ

କଟକ (ଓଡିଶା ଖବର) ୦୮/୧୧: ଏବେ ଚାଲିଛି ଶୀତର ଆସର। ଠାଏ ଠାଏ ନିଆଁ ଲଗାଇ ଶୀତର ମଜାକୁ ଉପଭୋଗ କରୁଥିବା ମଣିଷ ଏବେ ମହାମାରୀ କରୋନା ପାଇଁ ଏକ ସଂକଳ୍ପବଦ୍ଧ ଓ ସଂଘର୍ଷ ସହିତ ନିଜ ଜୀବନ ଓ ଜୀବିକା ସହ ପ୍ରତ୍ୟେକ ମୁହୂର୍ତ୍ତକୁ ବିତାଉଥିବା ଜନତାଙ୍କୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ରୀତିମତ କସରତ କରୁଥିବା ବେଳେ ଏ ବର୍ଷ ମହାମାରୀ କରୋନା ପାଇଁ ସବୁ ପର୍ବପର୍ବାଣୀ ବନ୍ଦ। ପ୍ରଥମେ ବଞ୍ଚିଲେ ତ କିଛି କରିବା। ଚଳିତ ବର୍ଷ ଗଣେଶ ପୂଜା, ଦଶହରା, ବିଶ୍ୱକର୍ମା ପୂଜା ଓ ଆଗାମୀ କାଳୀପୂଜା ସହିତ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ବନ୍ଦ କରିଛନ୍ତି ରାଜ୍ୟ ସରକାର। କିନ୍ତୁ କିଛି ଅମାନିଆ ମଣିଷ ଆଗାମୀ କାଳୀପୂଜା ଓ ଦୀପାବଳି ପାଇଁ ବାଣ ତିଆରି କରି ବିକ୍ରିକରିବାକୁ ଉଦ୍ୟମ କରୁଥିବା ବେଳେ ଆଜି କଟକ ବାଦାମବାଡ଼ି ଥାନା ଅଧିନସ୍ଥ ଖାନନଗର ଅଞ୍ଚଳର ଯୁଧିଷ୍ଠିର ନାୟକ ନାମକ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଆଜି ଥାନା ଅଧିକାରୀଙ୍କ ସମେତ ସ୍ପେଶାଲସ୍କ୍ବାର୍ଡ଼ର ମିଳିତ ଚଢ଼ଉ କରି କିଛି ବାଣ ସହ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ରାଜ୍ୟ ସରକାରଙ୍କ କରୋନା ଗାଇଡ଼ଲାଇନ ଅନୁସାରେ ବାଣ ଫୁଟାଇବା ବା ବିକିବା ଆଇନତଃ ଦଣ୍ଡନୀୟ ହୋଇଥିବା ବେଳେ ଯୁଧିଷ୍ଠିର ନାୟକ ବେଫିକର ଭାବେ ବାଣ ତିଆରି ଓ ବିକ୍ରି କରୁଥିଲେ। ଏନେଇ କୋୖଣସିମତେ ଖବର ପାଇ ପୋଲିସ ଚଢ଼ଉ କରିଥିଲା।

ରିପୋର୍ଟ: ଆଶୁତୋଷ ଜେନା, କଟକ ସିଟି

 #କରୋନା_ଯୋଦ୍ଧାଙ୍କ_ଜନ୍ମଜୟନ୍ତୀରେ_ଗଭୀର_ଶ୍ରଦ୍ଧାଞ୍ଜଳିକଟକ (ଓଡିଶା ଖବର) ୦୮/୧୧: ଗତ କିଛି ଦିନତଳେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସବୁଦ...
08/11/2020

#କରୋନା_ଯୋଦ୍ଧାଙ୍କ_ଜନ୍ମଜୟନ୍ତୀରେ_ଗଭୀର_ଶ୍ରଦ୍ଧାଞ୍ଜଳି

କଟକ (ଓଡିଶା ଖବର) ୦୮/୧୧: ଗତ କିଛି ଦିନତଳେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ସବୁଦିନ ପାଇଁ ଛାଡି ଚାଲିଯାଇଥିବା କଟକ ମହାନଗର ନିଗମର ୪୭ନମ୍ବର ୱାର୍ଡ ଅନ୍ତର୍ଗତ ମହାନଦୀବିହାରର ପୂର୍ବତନ ବିଜେଡି କର୍ପୋରେଟର ତଥା ମହାନ କରୋନା ଯୋଦ୍ଧା ସ୍ବର୍ଗତ ବିଜୟ କେତନ ଖଣ୍ଡେଇଙ୍କର ଆଜି ହେଉଛି ଜନ୍ମଦିନ। ମାତ୍ର ଏତେ କମ୍ ବୟସରେ ଭଗବାନ ତାଙ୍କ ପାଖକୁ ନେଇଯିବେ ତାହା ଏବେ ବି ମହାନଦୀବିହାର ବାସୀଙ୍କ ମନରେ ଏକ ଶକ୍ତଧକ୍କା ଯାହା କାଳ କାଳ ପାଇଁ ମନେ ରହିବ। କିନ୍ତୁ ଖୁସିର କଥା ଆଜି ବି ବନ୍ଧୁ,ପରିବାର ଭୁଲି ନାହାନ୍ତି ସ୍ବର୍ଗତ ଖଣ୍ଡେଇଙ୍କ ଜନ୍ମଦିନ। ଉଦୟଗାମୀ ସୂର୍ଯ୍ୟଙ୍କ ପରି ପ୍ରତ୍ୟେକ ଦିନ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ଭାଗିଦାରୀ ହେଉଥିବା ସ୍ୱର ଆଜି ସ୍ଥାଣୁ ପାଲଟିଯାଇଛି। ନା ସେ ସ୍ୱର ଆଉ ଶୁଭିବ। ତାଙ୍କର ଏହି ପୁଣ୍ୟଆତ୍ମାର ସଦ୍‌ଗତି ନିମନ୍ତେ, ଆଜି ମହାନଦୀବିହାର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ମହାନଦୀବିହାର ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ତଥା ବ୍ୟବସାୟୀ ଶ୍ରୀ ରବି ଶତପଥୀଙ୍କ ଅଧ୍ୟକ୍ଷତାରେ ସ୍ବର୍ଗତ ଖଣ୍ଡେଇଙ୍କ ଜନ୍ମଦିନ ଅବସରରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାନଦୀ ବିହାରର ବିଶିଷ୍ଟ ସମାଜସେବୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ଶ୍ରୀ ଧନଞ୍ଜୟ ବିଶ୍ୱାଳ, ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ମାନବେଶ ରାଏ, ଅଞ୍ଚଳର ଜଣାଶୁଣା ସମାଜସେବୀ ଶ୍ରୀ ସତ୍ୟବ୍ରତ ରାଉତ(କୁବୁଲା), ଆଡଭୋକେଟ ସରୋଜ ମହାନ୍ତି ପ୍ରମୁଖ ବହୁ ବିଜେଡି କର୍ମୀ, ସ୍ବର୍ଗତ ଖଣ୍ଡେଇଙ୍କୁ ପୁଷ୍ପଗୁଛ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସ୍ବର୍ଗତ ଖଣ୍ଡେଇଙ୍କର ସ୍ମୃତିଚାରଣ କରିଥିଲେ।

ରିପୋର୍ଟ: ଆଶୁତୋଷ ଜେନା, କଟକ ସିଟି

 #ଜୋ_ବାଇଡେନ୍_ହେଲେ_ଆମେରିକାର_ରାଷ୍ଟ୍ରପତିବ୍ୟୁରୋ (ଆର୍ ଓଡିଶା) ୦୮/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହାରିଲେ ଡୋନାଲ୍ଡ ଟ୍ରମ୍ପ। ଜୋ ବ...
08/11/2020

#ଜୋ_ବାଇଡେନ୍_ହେଲେ_ଆମେରିକାର_ରାଷ୍ଟ୍ରପତି

ବ୍ୟୁରୋ (ଆର୍ ଓଡିଶା) ୦୮/୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ହାରିଲେ ଡୋନାଲ୍ଡ ଟ୍ରମ୍ପ। ଜୋ ବାଇଡେନ୍ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ।ବାଇଡେନ୍‌ଙ୍କ ୨୮୪ଟି ଭୋଟ୍ ମିଳିଥିବା ବେଳେ ଟ୍ରମ୍ପଙ୍କୁ ମିଳିଛି ୨୧୪। ଭାରତୀୟ ବଂଶୋଦ୍ଭବ କମଳା ହାରିସ୍ ହେବେ ଉପରାଷ୍ଟ୍ରପତି। ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଦ ନ୍ୟୁୟର୍କ ଟାଇମ୍ସ ସୂତ୍ରରୁ ସୂଚନା ଦିଆଯାଇଛି। ତେବେ ଭୋଟିଂର ୩ ଦିନ ପରେ ବି ଫଳାଫଳ ନେଇ ସ୍ପଷ୍ଟ ଚିତ୍ର ଆସିନଥିଲା। ପୋଷ୍ଟାଲ ବାଲାଟ ଓ ଇ-ମେଲ୍ ଭୋଟ୍ ଗଣତିରେ ବିଳମ୍ବ ଯୋଗୁ ଫଳାଫଳ ସ୍ପଷ୍ଟ ହୋଇପାରୁନଥିଲା। ଜର୍ଜିଆ, ନେଭାଡ଼ା, ଓ ପେନ୍ସିଲଭାନିଆରେ ଆଜି ବି ଭୋଟ ଗଣତି ଚାଲିଥିଲା। ଏହି ୩ଟି ରାଜ୍ୟରୁ ଯେକୌଣସି ଗୋଟିଏ ରାଜ୍ୟ ଦଖଲ କଲେ ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ନିଶ୍ଚିତ ଥିଲା। ପେନ୍ସିଲଭାନିଆ ବିଜୟ ପରେ ମ୍ୟାଜିକ୍ ନମ୍ବର ଟପିଥିଲେ ବାଇଡେନ୍। ତେବେ ପୋଷ୍ଟାଲ ଓ ଇ-ମେଲ୍ ଭୋଟ୍‌ରେ ଠିକଣା ଓ ଦସ୍ତଖତ ଯାଞ୍ଚ ପାଇଁ ଅଧିକ ସମୟ ଲାଗୁଥିବାରୁ ଫାଇନାଲ ରେଜଲ୍ଟ ଆସିବା ବିଳମ୍ବ ହୋଇଥିଲା।

ରିପୋର୍ଟ: ଭାରତ ଭୂଷଣ

🌼🌹꧁ ଆଜିର ରାଶିଫଳ꧂🌹🌼✧═════•❁❀❁•═════✧                  🌷ମେଷ🌹ଆଜି ସକାଳୁ ସକାଳୁ ଦେବଦର୍ଶନର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍...
08/11/2020

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧

🌷ମେଷ🌹
ଆଜି ସକାଳୁ ସକାଳୁ ଦେବଦର୍ଶନର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୬, ଆରାଧନା - ମା ବଗଳାମୁଖୀ।
✧═════•❁❀❁•═════✧

🌷ବୃଷ🌹
ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶଂସା ହେବ। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୧୨, ଆରାଧନା - ମା କମଳା।
✧═════•❁❀❁•═════✧

🌷ମିଥୁନ🌹
ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ। ଶୁଭରଙ୍ଗ - ମେରୁନ୍, ଶୁଭସଂଖ୍ୟା - ୬, ଆରାଧନା - ମା ଷୋଡ଼ଶୀ।
✧═════•❁❀❁•═════✧

🌷କର୍କଟ🌹
ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତ ରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲ ଖବର ମିଳିବ। ଯୌଥ ବ୍ୟବସାୟରୁ ଭଲ ଲାଭ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୭, ଆରାଧନା - ଭଗବାନ ଶିବ।
✧═════•❁❀❁•═════✧

🌷ସିଂହ🌹
ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ। ଶୁଭରଙ୍ଗ - ଗୋଲାପୀ, ଶୁଭସଂଖ୍ୟା - ୬, ଆରାଧନା - ପ୍ରଭୁ ଶ୍ରୀ ଜଗନ୍ନାଥ।
✧═════•❁❀❁•═════✧

🌷କନ୍ୟା🌹
ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। କୌଣସି କଂପାନିରେ ଚାକିରିର ସୁଯୋଗ ମିଳିପାରେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ। ଶୁଭରଙ୍ଗ - ସବୁଜ, ଶୁଭସଂଖ୍ୟା - ୪, ଆରାଧନା - ଭଗବାନ ବିଷ୍ଣୁ।
✧═════•❁❀❁•═════✧

🌷ତୁଳା🌹
ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୨, ଆରାଧନା - ମା ଗାୟତ୍ରୀ।
✧═════•❁❀❁•═════✧

🌷ବିଛା🌹
ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେ ବାତାବରଣ ଅନୁକୂଳ ରହିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୬, ଆରାଧନା - ମା ଚଣ୍ଡୀ।
✧═════•❁❀❁•═════✧

🌷ଧନୁ🌹
ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୯, ଆରାଧନା - ମା ତାରା।
✧═════•❁❀❁•═════✧

🌷ମକର🌹
ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ। କାମକୁ ପୂରା କରିବା ଲାଗି ନୂଆ ଯୋଜନା କରିବେ ଏବ˚ ତହିଁରୁ ଲାଭ ପାଇବେ। ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ। ଶୁଭରଙ୍ଗ - ବାଇଗଣୀ, ଶୁଭସଂଖ୍ୟା - ୧୧, ଆରାଧନା - ମା ବିମଳା।
✧═════•❁❀❁•═════✧

🌷କୁମ୍ଭ🌹
ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ। ଶୁଭରଙ୍ଗ - କଳା, ଶୁଭସଂଖ୍ୟା - ୩, ଆରାଧନା - ମା ଦୂର୍ଗା।
✧═════•❁❀❁•═════✧

🌷ମୀନ🌹
ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ପ୍ରେମ ସମ୍ପର୍କରେ ମଧୁରତା ସହ ସ୍ବୀକୃତି ମିଳିପାରେ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୯, ଆରାଧନା - ଭଗବାନ ଶିବ।
✧═════•❁❀❁•═════✧

 #କେନ୍ଦ୍ରାପଡାରେ_ହୁତାତ୍ମା_ଦିବସ_ଅବସରରେ_ବଜରଙ୍ଗ_ଦଳ_ତରଫରୁ_ରକ୍ତଦାନ_ଶିବିରକେନ୍ଦ୍ରାପଡା (ଓଡ଼ିଶା ଖବର) ୦୭/୧୧: କେନ୍ଦ୍ରାପଡାଜିଲ୍ଲା ଅନ୍ତ...
07/11/2020

#କେନ୍ଦ୍ରାପଡାରେ_ହୁତାତ୍ମା_ଦିବସ_ଅବସରରେ_ବଜରଙ୍ଗ_ଦଳ_ତରଫରୁ_ରକ୍ତଦାନ_ଶିବିର

କେନ୍ଦ୍ରାପଡା (ଓଡ଼ିଶା ଖବର) ୦୭/୧୧: କେନ୍ଦ୍ରାପଡାଜିଲ୍ଲା ଅନ୍ତର୍ଗତ ବାଲ୍ଲାବାବା କ୍ଲବରେ ହୁତାତ୍ମା ଦିବସ ଅବସରରେ ବଜରଙ୍ଗ ଦଳ ତରଫରୁ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବଜରଙ୍ଗ ଦଳର
କେନ୍ଦ୍ରାପଡା ଜିଲ୍ଲା ଟିମ୍ ଓ ବିଶ୍ୱ ହିନ୍ଦୁ ପରିଷଦର ସଭ୍ୟ ମାନେ ମିଳିତ ଭାବେ ସୂଚାରୁରୁପେ ସମ୍ପାଦାନ କରିଥିଲେ।
ଓଡିଶାରେ କରୋନା ମହାମାରୀ ତାଣ୍ଡବଲୀଳା ରଚିଥିବା ବେଳେ ସାଧାରଣ ରୋଗୀ ଚିକିତ୍ସାଳୟର ବେଡ୍‌ରେ ପଡି ରକ୍ତ ପାଇଁ ଡହଳ ବିକଳ ହେଉଥିବା ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଏ ପରିପ୍ରେକ୍ଷୀରେ ବଜରଙ୍ଗ ଦଳ ଏହି ମହତ୍ କାର୍ଯ୍ୟ କରି ଜିଲ୍ଲାବାସୀଙ୍କ ପ୍ରିୟ ପାତ୍ର ହୋଇସାରିଛନ୍ତି।
ଏହି ମହତ୍ କାର୍ଯ୍ୟକୁ ନଗରସଂଯୋଜକ ସୁକୁମାର ଦାସ ଓ ସହ ସଂଯୋଜକ ସୌମ୍ୟରଞ୍ଜନ କର, ଦେବେନ୍ଦ୍ର ଜେନା, ନୀଳକଣ୍ଠ ସ୍ୱାଇଁ ପ୍ରମୂଖ ବହୁ ସମାଜ ସେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ। ବିଶ୍ୱ ହିନ୍ଦୁ ପରିଷଦର ସଂମ୍ପାଦକ ପ୍ରଭାତ କୁମାର ମହାନ୍ତି ଏହାର ସୁପରିଚାଳନା କରିଥିଲେ। ସୁକୁମାର ଦାସ ନଗର ସଂଯୋଜକ କହିବା କଥା ହେଲା ଆଜି ଦିନରେ ଅଯୋଧ୍ୟାର ପ୍ରଭୃ ରାମଚନ୍ଦ୍ରଙ୍କ ମନ୍ଦିର ନିର୍ମାଣ ପାଇଁ ସାରା ଭାରତରୁ ଅଯୋଧ୍ୟାକୁ କଳସ ଯାତ୍ରା କରାଯାଇଥିଲା। ସେହି ଦିନକୁ ଆଜି ଏକ ହିନ୍ଦୁ ମାନଙ୍କର ସ୍କରଣୀୟ ଦିନ ଭାବରେ ଗ୍ରହଣ କରି ଏ ମହତ୍ତ୍ୱ ପୂର୍ଣ୍ଣ କାର୍ଯ୍ୟକୁ ଆମେ ଆମ ଜିଲ୍ଲା କେନ୍ଦ୍ରାପଡାରେ ସମୂହ ସ୍ୱାର୍ଥ ପାଇଁ କରାଇଛୁ। ପ୍ରତି ରକ୍ତ ବିନ୍ଦୁ ଏକ ଜଣଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।

ରିପୋର୍ଟ: ତପନ କୁମାର ସାମଲ, କେନ୍ଦ୍ରାପଡା

 #ଓଡିଶା_ଆଇନଜୀବୀ_ମହଲରେ_ଶୋକର_ଛାୟାକଟକ (ଓଡିଶା ଖବର) ୦୭/୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତ...
07/11/2020

#ଓଡିଶା_ଆଇନଜୀବୀ_ମହଲରେ_ଶୋକର_ଛାୟା

କଟକ (ଓଡିଶା ଖବର) ୦୭/୧୧: ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ସଭାପତି ଆଦରଣୀୟ ବଡ଼ଭାଇ ଡ଼ଃ ଅଶୋକ କୁମାର ମହାପାତ୍ରଙ୍କ ୬୧ବର୍ଷ ବୟସରେ ଅକାଳ ନିଧନ ହୋଇଛି। ତାଙ୍କର ମୃତ୍ୟୁରେ ଆଇନଜୀବି ମହଲରେ ଶୋକର ଛାୟା ଖେଳିଯାଇଛି। ସେ ଅତ୍ୟନ୍ତ ସରଳ, ପରୋପକାରୀ ମଣିଷ ଥିଲେ। ସେ ତାଙ୍କ ପିତାମାତାଙ୍କ ନାମରେ ଏକ ଶ୍ଯାମ-ଶକୁନ୍ତଳା କଲ୍ୟାଣ ପାଣ୍ଠି ଗଠନ କରି ତା' ମାଧ୍ୟମରେ ସାମ୍ପ୍ରତିକ କୋଭିଡ଼ କାଳରେ ରାଜ୍ୟର ଆଇନୀଜୀବୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବାର୍ ଆସୋସିଏସନକୁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ। ମାତ୍ର କିଛି ଦିନ ତଳେ ସେ ସେହି କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ଏଭଳି ମହାନ୍ ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପୂର୍ବକ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ଓଡ଼ିଶା ଖବର ପରିବାର ତରଫରୁ ପ୍ରାର୍ଥନା।

ରିପୋର୍ଟ: ଆଶୁତୋଷ ଜେନାଙ୍କ ସହ ଚନ୍ଦନ ପଟ୍ଟନାୟକ, କଟକ ସିଟି

 #ଆରମ୍ଭ_ହେଲା_କରୋନା_ଭୁତାଣୁର_ଗବେଷଣା_କେନ୍ଦ୍ରକଟକ (ଓଡ଼ିଶା ଖବର) ୦୭/୧୧: ମହାମାରୀ କୋଭିଡ ଭୁତାଣୁକୁ ସମୂଳେ ଧ୍ବଂସ କରିବା ପାଇଁ, ରାଜ୍ୟ ସର...
07/11/2020

#ଆରମ୍ଭ_ହେଲା_କରୋନା_ଭୁତାଣୁର_ଗବେଷଣା_କେନ୍ଦ୍ର

କଟକ (ଓଡ଼ିଶା ଖବର) ୦୭/୧୧: ମହାମାରୀ କୋଭିଡ ଭୁତାଣୁକୁ ସମୂଳେ ଧ୍ବଂସ କରିବା ପାଇଁ, ରାଜ୍ୟ ସରକାର ସବୁବେଳେ ତତ୍ପର। କାହିଁ କେତେ ଜୀବନ ନେଲାଣି ଏହି କୋଭିଡ-୧୯। ତଥାପି ଥମୁନି ଏହି ଭୁତାଣୁର କାୟା ବିସ୍ତାର। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ କଟକ ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବଙ୍କ କରକମଳରେ କଟକ ବଡ଼ମେଡିକାଲ ପରିସରରେ ଉଦଘାଟନ ହୋଇଯାଇଛି ଏହି ଭୁତାଣୁ ର ନିଦାନ ପାଇଁ ଏକ ଗବେଷଣା କେନ୍ଦ୍ରର। ଯଦ୍ୟରା ଯଥା ଶୀଘ୍ର ଏହି ଭୁତାଣୁର ପରିସୀମାକୁ ମାପି, ଏହାର ଉପଚାର ବିଷୟରେ ଜଣାପଡିବ। ଏହି ଶୁଭକାର୍ଯ୍ୟରେ କଟକ ସାଂସଦଙ୍କ ସମେତ, କଟକ ଚୌଦ୍ଵାର ମାନ୍ୟବର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ଆରଡିସି ଶ୍ରୀ ଅନୀଲ ସାମଲ, ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି, ସିଏମସି କମିଶନର ଅନନ୍ୟା ଦାସ ପ୍ରମୁଖ ବହୁ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ। ଏହି ନିଦାନ ଗବେଷଣା କେନ୍ଦ୍ର ଆଗାମୀ ଦିନରେ କୋଭିଡ ମୁକାବିଲା ନେଇ ସହାୟକ ହେବ ବୋଲି, ସମସ୍ତଙ୍କ ଆଶା ଓ ବିଶ୍ୱାସ।

ରିପୋର୍ଟ: ଆଶୁତୋଷ ଜେନାଙ୍କ ସହ ରାଧାକାନ୍ତ ଦାସ, କଟକ ସିଟି

🌼🌹꧁ ଆଜିର ରାଶିଫଳ꧂🌹🌼✧═════•❁❀❁•═════✧                  🌹ମେଷ🌹ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁ...
07/11/2020

🌼🌹꧁ ଆଜିର ରାଶିଫଳ꧂🌹🌼
✧═════•❁❀❁•═════✧

🌹ମେଷ🌹
ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ। ଶୁଭରଙ୍ଗ - ହଳଦିଆ, ଶୁଭସଂଖ୍ୟା - ୧୧, ଆରାଧନା - ମା ଚଣ୍ଡୀ।
✧═════•❁❀❁•═════✧

🌹ବୃଷ🌹
ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭରଙ୍ଗ - ନୀଳ, ଶୁଭସଂଖ୍ୟା - ୪, ଆରାଧନା - ମା ଗାୟତ୍ରୀ।
✧═════•❁❀❁•═════✧

🌹ମିଥୁନ🌹
ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ। ଶୁଭରଙ୍ଗ - ସବୁଜ, ଶୁଭସଂଖ୍ୟା - ୮, ଆରାଧନା - ଭଗବାନ ବିଷ୍ଣୁ।
✧═════•❁❀❁•═════✧

🌹କର୍କଟ🌹
ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି। ଶୁଭରଙ୍ଗ - ଧଳା, ଶୁଭସଂଖ୍ୟା - ୯, ଆରାଧନା - ମା ଭୁବନେଶ୍ଵରୀ।
✧═════•❁❀❁•═════✧

🌹ସିଂହ🌹
ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବଂ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୧୧, ଆରାଧନା - ମା ମାତଙ୍ଗୀ।
✧═════•❁❀❁•═════✧

🌹କନ୍ୟା🌹
ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ - ମେରୁନ୍, ଶୁଭସଂଖ୍ୟା - ୮, ଆରାଧନା - ମା ବିମଳା।
✧═════•❁❀❁•═════✧

🌹ତୁଳା 🌹
ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସଂପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ। ଶୁଭରଙ୍ଗ - ନୀଳ, ଶୁଭସଂଖ୍ୟା - ୮, ଆରାଧନା - ମା ଲକ୍ଷ୍ମୀ।
✧═════•❁❀❁•═════✧

🌹ବିଛା🌹
ସଫଳତା ମିଳିବା ହେତୁ ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୩, ଆରାଧନା - ମା ବଗଳାମୁଖୀ।
✧═════•❁❀❁•═════✧

🌹ଧନୁ🌹
ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୭, ଆରାଧନା - ମା ତାରିଣୀ।
✧═════•❁❀❁•═════✧

🌹ମକର🌹
ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି। ଶୁଭରଙ୍ଗ - କଳା, ଶୁଭସଂଖ୍ୟା - ୩, ଆରାଧନା - ମା ଦୂର୍ଗା।
✧═════•❁❀❁•═════✧

🌹କୁମ୍ଭ🌹
ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌ରେ ସମୟ କଟିବ। ଶୁଭରଙ୍ଗ - ବାଇଗଣୀ, ଶୁଭସଂଖ୍ୟା - ୧୧, ଆରାଧନା - ମା କାଳୀ।
✧═════•❁❀❁•═════✧

🌹ମୀନ🌹
ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶଂସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ଶୁଭରଙ୍ଗ - ଲାଲ, ଶୁଭସଂଖ୍ୟା - ୫, ଆରାଧନା - ମା ତାରା।
✧═════•❁❀❁•═════✧

Address


Website

Alerts

Be the first to know and let us send you an email when Odisha Khabar posts news and promotions. Your email address will not be used for any other purpose, and you can unsubscribe at any time.

Videos

Shortcuts

  • Address
  • Alerts
  • Videos
  • Claim ownership or report listing
  • Want your business to be the top-listed Media Company?

Share