26/09/2020
ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅଧିନସ୍ଥ ହରିଦାସପୁର୍ ପଞ୍ଚାୟତ ରେ ପ୍ରତିଷ୍ଠିତ ରାମକୋ ସିମେଣ୍ଟ କମ୍ପାନୀ ର ମନମୁଖି କାର୍ଯ୍ୟ ରେ ଅତିଷ୍ଠ ହୋଇ ଶେଷରେ ସ୍ଥାନୀୟ ଲୋକେ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି।ଏଠାରେ ସୂଚନାଯୋଗ୍ୟ ଯେ କମ୍ପାନୀ ଆରମ୍ଭ ସମୟରେ ସ୍ଥାନୀୟ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଶାଗମାଛ ଦରରେ ଲୋକଙ୍କ ଠାରୁ ଜମି ନେଇଛି।ବିଶେଷ କରି ସ୍ଥାନୀୟ ଲୋକେ ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ଆଶାରେ ପ୍ରଲୋଭିତ ହୋଇ କମ୍ପାନୀ କୁ ସମର୍ଥନ ଦେଇଆସୁଥିଲେ ।ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସହିତ ବନୀକରଣ ଓ ରାସ୍ତା ଘାଟର ଉର୍ଣତି ଦିଗ ପ୍ରତି ଉପେକ୍ଷା କରିଚାଲିଛି କମ୍ପାନୀ।ଯାହାକୁ ନେଇ ବାଟିଜଙ୍ଗା ଗ୍ରାମରେ ଏକ ସାମ୍ବାଦିକ ସମ୍ମିଳନୀରେ ହରିଦାସପୁର୍ ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ଓ ବହୁ ବୁଧ୍ୟିଜିବୀ ନିଜ ନିଜର କ୍ଷୌବ ପ୍ରକାଶ କରିଛନ୍ତି।ଅପରପକ୍ଷରେ କମ୍ପାନୀ ଆସନ୍ତା ସୋମବାର ସୁଧା ସ୍ଥାନୀୟ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଲିଖିତ ପ୍ରତିଶୃତି ନଦେଲେ ହରିଦାସପୁର୍ ପଞ୍ଚାୟତର ବାଟିଜଙ୍ଗା,ଶ୍ରୀମତପୁର୍,ନାନପୁର୍,ଯୋକଡା,
ମୁରାରିପୁର,ରଘୁନାଥପୁର ଆଦି ଗ୍ରାମର ହଜାର ହଜାର ମହିଳା, ପୁରୁଷ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।