21/12/2025
“ଶିକ୍ଷକତା ଏକ ସହଜ ଚାକିରି”
— ପ୍ରାୟ ସମାଜର ଅଧିକାଂଶ ଲୋକଙ୍କର ଏହି ଧାରଣା।
ଶିକ୍ଷକ ମାନେ ସେ ପୁଣି ଖାସ କରି ପ୍ରାଥମିକ ବିଦ୍ୟାଳୟରେ!
👉 କିଛି କାମ ନାହିଁ
👉 ପିଲାଙ୍କୁ ବାଡେଇବେ
👉 ଅଣ୍ଡା–ଭାତ–ଡାଲମା ଖାଇବେ
👉 ମାସ ଶେଷରେ ଦରମା ନେଇ ଘରକୁ ଫେରିଯାଆନ୍ତି
ସତ କହିବି,
ଚାକିରି କରିବା ପୂର୍ବରୁ ମୁଁ ମଧ୍ୟ ବୋଧେ ଏମିତି ହିଁ ଭାବୁଥିଲି।
କିନ୍ତୁ…
ଚାକିରିରେ ପଶିବା ପରେ ବୁଝିଲି—
👉 ସରକାରୀ ବିଦ୍ୟାଳୟର ଶିକ୍ଷକମାନଙ୍କୁ ପଢେଇବାକୁ ଦିଆଯାଏ ନାହିଁ!
ପଢ଼ି ଆଶ୍ଚର୍ଯ୍ୟ ହେଉଛନ୍ତି?
ହଁ, ଏହା ହିଁ ସତ।
ଧରନ୍ତୁ—
ଶିଶୁବାଟିକା ରୁ ଅଷ୍ଟମ, ୯ଟି ଶ୍ରେଣୀ ପାଇଁ ମାତ୍ର ୪–୫ଜଣ ଶିକ୍ଷକ।
ସେଥିରେ ଜଣେ ପ୍ରଧାନ ଶିକ୍ଷକ—
ସ୍କୁଲକୁ ପଶିବା ସହିତ
📂 Data prepare
📑 File କାମ
🍚 MDM
📊 IFA
🥕 ପରିବା ଆଣିବା
📞 Calling, message, report
ଏତେ କାମରେ ବ୍ୟସ୍ତ ଯେ—
ଚାହୁଁ ଚାହୁଁ ମଧ୍ୟାହ୍ନ ଭୋଜନ ସମୟ ଆସିଯାଏ।
ବାକି ତିନିଜଣ ଶିକ୍ଷକ—
🧹 ସଫେଇ
🙏 ପ୍ରାର୍ଥନା
🚻 ପାଇଖାନା
👀 ପିଲାଙ୍କୁ ଜଗି ରଖିବା
😄 ତାଙ୍କର ଦୁଷ୍ଟାମୀ ସମ୍ଭାଳିବା
“ସାର୍, ଏକଜିବି…”
“ସାର୍, ଦୁଇଯିବି…”
“ସାର୍, ପାଣି ପିଇବି…”
— ଜା କହୁ କହୁ ସମୟ ପଳାଏ।
ଅଧା ସମୟରେ ଯାହା ପଢ଼ାଯାଏ,
ସେ ସମୁଦ୍ରକୁ ସଂଖେ ପକାଇବା ପରି।
ହିସାବ କରନ୍ତୁ—
⏰ 10.30 ରୁ 1.15 ଭିତରେ
ଗୋଟାଏ ଶ୍ରେଣୀକୁ ଗୋଟାଏ ପାଠ
ଆଉ ୬ଟି ପିରିୟଡ଼ କଥା?
👉 ସେଗୁଡ଼ିକ ଚୁଲିରେ!
ତା ସହିତ—
📢 ହଜାରେ ମିଟିଂ
💻 VC
📞 Calling
📱 Message
🎉 Programme
ଯାହାର ସଂଖ୍ୟା ଗଣିବାକୁ ଗଲେ—
କାଲି ହୋଇଯିବ!
ତଥାପି…
ଏହି ସବୁ ଭିତରେ
ଆମେ ଚେଷ୍ଟା କରୁ—
👉 ପିଲାଙ୍କୁ ମଣିଷ କରିବା
👉 ଭବିଷ୍ୟତ ଗଢ଼ିବା
ଶିକ୍ଷକତା ସହଜ ନୁହେଁ,
ଶିକ୍ଷକତା ଏକ ସେବା। 🙏
— ଗୋଟିଏ ପ୍ରାଥମିକ ଶିକ୍ଷକର ମନକଥା