Bhadrak News 24

  • Home
  • Bhadrak News 24

Bhadrak News 24 Bhadraknews24.com is an activity by Odisha Bhadrak News Media web Site to associate netizens to the
(3)

ଭଦ୍ରକ ସାଳନ୍ଦୀ ନଦୀର ଦୁର୍ବଳ ନଦୀବନ୍ଧ ଯୋଗୁଁ ୯ ପଞ୍ଚାୟତବାସୀ ହନ୍ତସନ୍ତ, ଜିଲା ଯୁବ କଂଗ୍ରେସ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର, ସମ...
02/12/2023

ଭଦ୍ରକ ସାଳନ୍ଦୀ ନଦୀର ଦୁର୍ବଳ ନଦୀବନ୍ଧ ଯୋଗୁଁ ୯ ପଞ୍ଚାୟତବାସୀ ହନ୍ତସନ୍ତ, ଜିଲା ଯୁବ କଂଗ୍ରେସ ପକ୍ଷରୁ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର, ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି I

କେବଳ ଭଦ୍ରକ ଜିଲା ନୁହେଁ ପଡୋଶୀ କେନ୍ଦୁଝର, ବାଲେଶ୍ୱରରେ ସାଳନ୍ଦୀ ଜଳସେଚନ ବିଭାଜନ ଜଳସେଚନ ପାଇଁ ଗମନାଗମନ କ୍ଷେତ୍ରରେ ମଧ୍ୟ ଏହାର ନଦୀବନ୍ଧ ରାସ୍ତା ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ସବୁଠାରୁ ମହତ୍ୱ ରଖିଥିବା ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଭଦ୍ରକ ବ୍ଲକ୍‌ର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ମଧ୍ୟରେ ଥିବା ଦଇସିଂ, କାଉପୁର, ଓଲଙ୍ଗ, ରାନ୍ଦିଆ, ବାଉଦପୁର ଭଳି ୫ଟି ପଂଚାୟତ ସମେତ ବାମପାଶ୍ୱର୍ ଅଧୀନରେ ଥିବା ଗେଲଟୁଆ, ବାଣିତିଆ, ଆମ୍ବରୋଳି ଓ ବନ୍ଧଗାଁ ଭଳି ମୋଟ ୯ଟି ପଂଚାୟତବାସୀ ଏବେ ଏହାର ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ଯେଉଁଥିପାଇଁ ଆଜି ଭଦ୍ରକ ଜିଲା ଯୁବ କଂଗ୍ରେସ ପକ୍ଷରୁ ଉପସଭାପତି ବଳରାମ ରାଉତ (ଚିଲିକା) ଙ୍କ ନେତୃତ୍ୱରେ ଜିଲା କଂଗ୍ରେସ କମିଟି ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ର, ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ ଅଲ୍ଲୀ ଖାଁ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ କୁମାର ଦାସ, ଆଶିଷ କୁମାର ନାୟକ, ଅମୀୟ କୁମାର ନାୟକ, ଜ୍ଞାନରଂଜନ ବଳ, ଶମ୍ଭୁନାଥ ବାରିକ ଓ ଅମିତ କୁମାର ପଣ୍ଡା ପ୍ରମୁଖ ସାଳନ୍ଦୀ ବିଭାଜନର ଅଧୀକ୍ଷଣ ଯନ୍ତ୍ରୀ ଡ. ରତ୍ନାକର ଦଳେଇଙ୍କୁ ସାକ୍ଷାତ୍ କରି ଉପରୋକ୍ତ ରାସ୍ତାଗୁଡିକର ସ୍ଥାୟୀ ନିର୍ମାଣ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ମୂଳେ ରାଜ୍ୟ ସରକାର ବାର୍ଷିକ ସମଗ୍ର ରାଜ୍ୟରେ ଜଳସେଚନ ବିଭାଜନ କ୍ଷେତ୍ରରେ ପ୍ରାୟ ୪୦ ହଜାର କୋଟି ଟଙ୍କାର ବଜେଟ୍ ରଖିଆସୁଥିବାବେଳେ ସାଳନ୍ଦୀ ଜଳସେଚନ ବିଭାଗ ଏହାମଧ୍ୟରେ ବେଶ୍ ପ୍ରାଧାନ୍ୟ ବହନ କରେ । ମାତ୍ର ଦୀର୍ଘ ୬/୭ ବର୍ଷ ଧରି ଉପରୋକ୍ତ ପଂଚାୟତ ଗୁଡିକ ଦେଇ ଯାଇଥିବା ନଦୀବନ୍ଧ ରାସ୍ତାଗୁଡିକର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ।

ବିଶେଷକରି ଭଦ୍ରକ ବ୍ଲକ୍ ଅଧୀନସ୍ଥ ଦଇସିଂ ପଂଚାୟତର ଚଢେୟା ଗ୍ରାମର ଆର୍‌.ଡି. ୦୦ ଠାରୁ ୦୯ କିମି ପର୍ଯ୍ୟନ୍ତ ମୁଖ୍ୟ ନଦୀବନ୍ଧ ରାସ୍ତା ନଂ ୨ (ଏ) ର ଦୂରାବସ୍ଥା ନିଜେ ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ । ତେବେ ଇତିମଧ୍ୟରେ ଦୁଇ ଦୁଇଟି ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଏହି ଅଂଚଳରେ ନିଜର ଭୟଙ୍କର ରୂପ ଦେଖାଇଥିବାବେଳେ ଏହାର ପ୍ରଭାବରେ ଟୋ ୱାଲ୍ ଠାରୁ ଆରମ୍ଭ କରି ପଥର ପ୍ୟାକିଂ ଓ ପିଚୁ ରୋଡ୍ ସମେତ ବର୍ଷାଦିନରେ ହେଉଥିବା ରେନକୋଟସ୍ (ମାଟି ଧସିବା) ଓ ଖାଲଖମା ସୃଷ୍ଟି ହୋଇଛି । ଫଳସ୍ୱରୂପ କେବଳ ପଦଯାତ୍ରୀ ନୁହଁନ୍ତି ଏହି ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ସାଇକେଲ୍‌, ମୋଟର ସାଇକେଲ୍‌, ୪ ଚକିଆ ଯାନ ଆରୋହୀଙ୍କ ସମେତ ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ଚାଷୀମାନେ ଯାତାୟତରେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି । ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜରୁରୀ କାଳୀନ ପରିସ୍ଥିତିରେ ଯାତାୟତ କରୁଥିବା ଆମ୍ବୁଲାନ୍ସ ସେବା ଏହି ରାସ୍ତା ଯୋଗୁଁ ଆସିପାରୁନାହାଁନ୍ତି । ପ୍ରସୂତି ମହିଳାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ-ବୃଦ୍ଧାଙ୍କ ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ମେଡିକାଲରେ ପହଞ୍ôଚବା କଠିନ ହୋଇପଡୁଛି । ଗ୍ରୀଷ୍ମଦିନରେ ଘରପୋଡି ଭଳି ଅଘଟଣରେ ଦମକଳଟିଏ ମଧ୍ୟ ଏହି ଅଂଚଳକୁ ଆସିବାକୁ କାଠିକର ପାଠ । ତେବେ ଏହି ରାସ୍ତାଘାଟ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସାଳନ୍ଦୀ ଜଳସେଚନ ବିଭାଜନରେ ମାଳ ମାଳ କନିଷ୍ଠ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ ରହିଥିବାବେଳେ ରାସ୍ତାଗୁଡିକର ଦୂରାବସ୍ଥାର ସୁଧାର ନେଇ କେହିବି ମୁଣ୍ଡ ପୁରାଉନାହାଁନ୍ତି । କେବଳ ଯାହା ନିର୍ବାଚନ ସମୟରେ ଶାସକ ଦଳର ଜନ ପ୍ରତିନିଧିମାନେ ଲୋକଙ୍କୁ ଭୁଆଁ ବୁଲାଇ ଭାଷଣରେ ପେଟ ପୁରାଉଛନ୍ତି । ଏଣୁ ଆଗାମୀ ଦିନରେ ଏହି ରାସ୍ତାଗୁଡିକର ମରାମତି ଯୁଦ୍ଧକାଳୀନ ଭିତ୍ତିରେ କରାନଗଲେ ଜିଲା ଯୁବ କଂଗ୍ରେସ ମାସକ ମଧ୍ୟରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିବାବେଳେ ଅଧୀକ୍ଷଣ ଯନ୍ତ୍ରୀ ଇଂ ରତ୍ନାକର ଦଳେଇ ଏହି ପ୍ରତିନିଧି ଦଳଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ନିଜେ କ୍ଷେତ୍ରୀୟ ଅନୁଧ୍ୟାନ କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

16/11/2023

#ଭଦ୍ରକ_ଟାଉନ_ଥାନା_ସାମ୍ନା_ମହତାବ_କୋଠୀ_ପ୍ରଜାତନ୍ତ୍ର #କାର୍ଯ୍ୟଳୟ_ରୁ_ଚୋରା_କାଠ_ଜବତ_କରିଛି_ବନବିଭାଗ

31/10/2023

Like, coment, share👇

31/10/2023

ଭଦ୍ରକ ରାଜନୀତି ସରଗରମ, ବିଜେଡି ର ବିଦ୍ରୋହୀ ନେତା ଅସିତ୍ ପଟ୍ଟନାୟକ" ବୁଲୁ "ଗୋଷ୍ଠୀ ଦ୍ୱାରା ଭଦ୍ରକ ସହର ରେ ଶକ୍ତି ପ୍ରଦର୍ଶନ

31/10/2023

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ବିଳନୀ I

23/08/2023
27/07/2023

ଭଦ୍ରକ....ଲଣ୍ଡନରେ ଚାଲିଥିବା କମନୱେଲ୍'ଥ ଗେମରେ ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ କୁଲଣା ଗ୍ରାମର ରାଖଲ ସେଠୀ |
12/08/2022

ଭଦ୍ରକ....
ଲଣ୍ଡନରେ ଚାଲିଥିବା କମନୱେଲ୍'ଥ ଗେମରେ ଭାରତ ପାଇଁ ରୌପ୍ୟ ପଦକ ଆଣିଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ କୁଲଣା ଗ୍ରାମର ରାଖଲ ସେଠୀ |

09/08/2022

ଭଦ୍ରକ...ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଦ୍ରକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନରେନ ପଲେଇ ଙ୍କ ଦ୍ୱାରା ଭଦ୍ରକ ଷ୍ଟେସନ ଠାରେ...
07/06/2022

ଭଦ୍ରକ...

ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଭଦ୍ରକ ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ନରେନ ପଲେଇ ଙ୍କ ଦ୍ୱାରା ଭଦ୍ରକ ଷ୍ଟେସନ ଠାରେ ମେମୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି... ଦାବୀ ମୁତାବକ ବାଲେଶ୍ଵର ପରିବର୍ତ୍ତେ ପୂର୍ବରୁ ଯେପରି ଏହି ମେମୁ ଟ୍ରେନ୍ ଟି ଭଦ୍ରକ ରୁ ଛାଡୁଥିଲା ସେପରି ଛାଡୁ. ରେଳବାଇ କର୍ତ୍ତୃପକ୍ଷ ଙ୍କ ଵୈମାତୃକ ମନୋଭାବ ଯୋଗୁଁ ଭଦ୍ରକ ଜିଲ୍ଲା ଵାସୀ ମେମୁ ଟ୍ରେନ୍ ରେ ସିଟ୍ ଟିଏ ପାଇ ପାରୁ ନାହାନ୍ତି। ଆଜି ଦଳମତ ନିର୍ବିଶେଷରେ ଜନ ସାଧାରଣ ଵହୁ ସଂଖ୍ୟା ରେ ଯୋଗ ଦେଇ ଆନ୍ଦୋଳନ ଟିକୁ ସଫଳ କରାଇ ଥିବାରୁ ଶ୍ରୀଯୁକ୍ତ ନରେନ ପଲେଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଯଦି ଦାବୀ ପୂରଣ ନ ହୁଏ ଆସନ୍ତା ମାସ ୬ତାରିଖ ସକାଳ ୬ଟା ବେଳେ ପୁଣି ମେମୁ ଟ୍ରେନ ରୋକ ହେବ ବୋଲି ଚେତାବନୀ ଦେଇଛନ୍ତି....

ଭଦ୍ରକ... ଟାଉନ ଥାନାରେ ଏତଲା ଦେଲେ  #ଭଦ୍ରକ ପୌରପାଳିକା ନିର୍ବାହୀ ଯନ୍ତ୍ରୀ |ଆଜି ପୌରପାଳିକା ରେ ଥିଲା କାଉନ୍ସିଲ ବୈଠକ, ବୈଠକ ସାରିବା ପରେ ...
27/05/2022

ଭଦ୍ରକ...

ଟାଉନ ଥାନାରେ ଏତଲା ଦେଲେ #ଭଦ୍ରକ ପୌରପାଳିକା ନିର୍ବାହୀ ଯନ୍ତ୍ରୀ |

ଆଜି ପୌରପାଳିକା ରେ ଥିଲା କାଉନ୍ସିଲ ବୈଠକ, ବୈଠକ ସାରିବା ପରେ ପୌରପାଳିକା ନିର୍ବାହୀ ଯନ୍ତ୍ରୀ ଦେବୀପ୍ରସାଦ ରାଉତ ଙ୍କୁ କିଛି ଶାସକ ଦଳର ନେତା ଦୂର୍ବେବହାର କରିବା ଅଭିଯୋଗ ଆଣି ଥାନାରେ ଏତଲା ଦେଲେ ନିର୍ବାହୀ ଯନ୍ତ୍ରୀ ଦେବୀପ୍ରସାଦ ରାଉତ |

ଯଦି ଏକ ସରକାରୀ ଅଫିସର କୁ ବିଧାୟକଙ୍କ ପାଖ ଲୋକ ଏମିତି କରିପାରନ୍ତି ତେବେ ଭଦ୍ରକରେ ରହୁଥିବା ସାଧାରଣ ବର୍ଗ ଲୋକଙ୍କୁ କିଏ ପଚାରେ ।
ବିଧାୟକଙ୍କୁ ପ୍ରଶ୍ନ ଏମିତି ଆଉ କେତେ ଅଫିସ ରେ ଡରେଇ ଧମକାଇ ନିଜ ଦଳୀୟ ଲୋକଙ୍କ କାମ କରୁଛନ୍ତି ଆପଣ ।

ଭଦ୍ରକ....ଜିଲ୍ଲାରେ ପଵିତ୍ର ଇଦ୍-ଉଲ୍-ଫିତର୍ ପର୍ଵ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠ...
27/04/2022

ଭଦ୍ରକ....

ଜିଲ୍ଲାରେ ପଵିତ୍ର ଇଦ୍-ଉଲ୍-ଫିତର୍ ପର୍ଵ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ,ଭଦ୍ରକ,ଉପ ଜିଲ୍ଲାପାଳ,ଭଦ୍ରକ,ନିର୍ବାହୀ ଅଧିକାରୀ,ପୌର ପାଳିକା,ସହରର ସମସ୍ତ ଥାନା ଅଧିକାରୀ ଙ୍କ ସମେତ ସହର ର ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ।

ଭଦ୍ରକ...ଅତି ଦୁଖଃଦ ଓ ପରୀତାବ ର ବିଷୟ ଯେ ଗତ ନିର୍ବାଚନ ରେ ଯେଉଁ ନେତାଙ୍କୁ ଭଦ୍ରକ ପୌରଅଞ୍ଚଳ ୱାର୍ଡ.25ରେ ବିଜୁ ଜନତା ଦଳ ତରଫରୁ ପାରିଷଦ ପ୍...
09/04/2022

ଭଦ୍ରକ...

ଅତି ଦୁଖଃଦ ଓ ପରୀତାବ ର ବିଷୟ ଯେ ଗତ ନିର୍ବାଚନ ରେ ଯେଉଁ ନେତାଙ୍କୁ ଭଦ୍ରକ ପୌରଅଞ୍ଚଳ ୱାର୍ଡ.25ରେ ବିଜୁ ଜନତା ଦଳ ତରଫରୁ ପାରିଷଦ ପ୍ରାଥୀ କରାଯାଇଥିଲା!ଏବଂ ସେଠି ଦେଖାଯାଇଥିଲା ଏହି ନେତା ଜଣକଙ୍କୁ ୱାର୍ଡ ବାସି ଅଗଣତାନ୍ତ୍ରିକ ଭାବେ ନିର୍ବାଚନ ଆଚରଣଵିଧି ର ଉଲଂଘନ କରି ଲୋକଙ୍କୁ ପଇସା ବାଣ୍ଟିବା ଅଭିଯୋଗ ରେ ଧରିଥିଲେ!ଯାହା ଭଦ୍ରକ ରାଜନୀତି ରେ ଚହଳ ପକେଇଦେଇଥିଲା!ପରେ ସେହି ୱାର୍ଡବାସି ପ୍ରଣୟ କୁମାର ଦାସଙ୍କୁ ଭୋଟ ମାଧ୍ୟମରେ ପ୍ରତଖ୍ୟାନ କରିଥିଲେ ଏବଂ ସେ ପରାଜୟ ହୋଇଥିଲେ!କିନ୍ତୁ ଭଦ୍ରକ ସାଂସଦଙ୍କ ଗେଲ୍ହା ପୁଅ ହୋଇଥିବା ଯୋଗୁଁ ଆଜି ସେ ତାଙ୍କୁ ଭଦ୍ରକ ପୌରପରିଷଦ ରେ ପଛଦ୍ୱାର ପଟେ ପ୍ରବେଶ କରେଇଛନ୍ତି ନିଜର ପ୍ରତିନିଧି ଭାବେ!ଲୋକେ ଯାହାଙ୍କୁ ପ୍ରତିଖ୍ୟାନ କରୁଛନ୍ତି ଭଦ୍ରକ ର ସାଂସଦ ଏବଂ ବିଧାୟକ ସେମାନଙ୍କୁ ପ୍ରଶୟ ଦଉଛନ୍ତି!ଆଉ ଗୋଟେ କଥା ଆମେ ଶୁଣିବାକୁ ପାଉଛୁ ଯେ ଭଦ୍ରକ କଲେଜ ଜାଲ ପ୍ରମାଣପାତ୍ର ଘୋଟଲା ର ମୁଖ୍ୟ ଅଭିଯୁକ୍ତ ଏବଂ ଗରିବ ଲୋକଙ୍କ ଶୁଖିଲା ଖାଦ୍ୟ ଚୋରିକରି ଖାଇଥିବା ଯୁବ ନେତାଙ୍କୁ ଭଦ୍ରକ ବିଧାୟକ ନିଜର ପ୍ରତିନିଧି ରୂପେ ଭଦ୍ରକ ପୌରପରିଷଦ ରେ ପଛଦ୍ୱାର ପଟେ ପ୍ରବେଶ କରେଇବାକୁ ଯାଉଛନ୍ତି!ଯାହା ଅତି ନିନ୍ଦନୀୟ ଏବଂ ଲଜ୍ୟାଜନକ ଯାହା ଆମେ କେବେ ଚୋର ମାନକୁ ପବିତ୍ର ଗୃହ ରେ ପଶିତେ ଦବୁ ନାହିଁ କିମ୍ବା ଏମାନଙ୍କୁ ଭଦ୍ରକବାସି କେବେ ଗ୍ରହଣ କରିବେ ନାହିଁ!ଆଗାମୀ ଦିନରେ ଏହାର ଜବାବ ଭଦ୍ରକ ବାସି ନିଶ୍ଚୟ ଦେବେ ବୋଲି ବିରୋଧି ଦଳ ର ପାରିଷଦମାନେ କହିଛନ୍ତି!!!

03/04/2022

ଭଦ୍ରକ....

ଦିର୍ଘ ୨ ବର୍ଷ ହେବ ଭଦ୍ରକ କୁଆଁସ ଅର୍ଜୁନ ସେତୁକୁ ଭାଙ୍ଗି ଦେବାପରେ ନୂତନ ପୋଲ ତିଆରିରେ ବିଳମ୍ବକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ପରେ କୁଆଁସର ନବନିର୍ବାଚିତ ବିଜେପି କାଉନସିଲର ଏବଂ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ଲୋକମାନଙ୍କର ଯିବା ଆସିବା ପାଇଁ ଭଲ ଆପ୍ରୋଜ ରୋଡ ତିଆରି ପାଇଁ ଦାବି କରିଥିଲେ । ପ୍ରଶାସନର ବିଳମ୍ବ ଯୋଗୁଁ ଗ୍ରାମବାସୀ ମାନେ ମିଶି ଠିକାଦାର ତିଆରି କରିଥିବା ନିମ୍ନ ମାନର ଆପ୍ରୋଜ ରୋଡକୁ ଗ୍ରାମବାସୀ ମାଟି ପକେଇ ତିଆରି କରିବା ଚର୍ଚ୍ଚର ବିଷୟ ହୋଇଛି!

Unsung Heroes of Indian Freedom Struggle
30/03/2022

Unsung Heroes of Indian Freedom Struggle

ଭଦ୍ରକ....ଭଦ୍ରକ ରେ ପ୍ରଥମ ଥର ପାଇଁ ବାଜି ମାରିଲେ ଗୁଲମୁଖି, ସ୍ବାଧିନ ଅଧକ୍ଷା ପର୍ଥିନି ଭାବେ ବିଜୟ ହାସଲ କରି ଲୋକଙ୍କ ସାଥିରେ ରହିବେ ବୋଲି ...
27/03/2022

ଭଦ୍ରକ....

ଭଦ୍ରକ ରେ ପ୍ରଥମ ଥର ପାଇଁ ବାଜି ମାରିଲେ ଗୁଲମୁଖି, ସ୍ବାଧିନ ଅଧକ୍ଷା ପର୍ଥିନି ଭାବେ ବିଜୟ ହାସଲ କରି ଲୋକଙ୍କ ସାଥିରେ ରହିବେ ବୋଲି କହିଛନ୍ତି ଗୁଲମୁଖି।

23/03/2022

ଭଦ୍ରକ...

ୱାର୍ଡ.23 ବିଜେଡି କାଉନସିଲର ପ୍ରାଥୀଙ୍କ କର୍ମୀ ବେଆଇନ ବିଦେଶୀ ମଦ ନେଇକି ଯାଉଥିବା ସମୟରେ ୱାର୍ଡବାସି ଧରି ପୋଲିସ ହାତରେ ହସ୍ତାନ୍ତ୍ର କରିଲେ!!!

11/03/2022

09/03/2022

ଭଦ୍ରକ....ଦୀର୍ଘଦିନ ର ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ପୁରୁଣାବଜ଼ାର ଯୁବକ ସଙ୍ଘ, ଯୁବ ମୁସଲିମ ଜମାତ, ଏବଂ ନବନିର୍ମାଣ ଛାତ୍ର ସଙ୍ଘ, ପୁରୁ...
17/01/2022

ଭଦ୍ରକ....

ଦୀର୍ଘଦିନ ର ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲା ପୁରୁଣାବଜ଼ାର ଯୁବକ ସଙ୍ଘ, ଯୁବ ମୁସଲିମ ଜମାତ, ଏବଂ ନବନିର୍ମାଣ ଛାତ୍ର ସଙ୍ଘ, ପୁରୁଣାବଜ଼ାର ଅଞ୍ଚଳ ରେ ଏକ ଦମକଳ ବାହିନୀ subdivision ପାଇଁ ଦାବିପତ୍ର ଜିଲ୍ଲାପାଳଙ୍କୁ ଉକ୍ତ ସଂଗଠନ ତରଫରୁ ଦିଆଯାଇଛି!କାରଣ ପୁରୁଣାବଜ଼ାର ଏକ ଜନ ବହୁଳ ଅଞ୍ଚଳ ହୋଇଥିବାରୁ ଏଠି କିଛି ଅଘଟଣା ଘଟିଲେ ଦମକଳ ଆସିଲା ବେଳକୁ ଘଟଣା କୁ ଆୟତ କରିବାରେ ଅସଫଳ ହଉଛି!

ଭଦ୍ରକ.....ତାଜା ଖବର ଏହିଯେ ଯୁବ ନେତା ବସିର ଖାନ ଉପ -ସଭାପତି କଚେରି ବଜ଼ାର ଉଠା ଦୋକାନୀ ସଙ୍ଘ ନୂଆ ବର୍ଷ ର ଶୁଭେଚ୍ଛା ଶୁଭ କାମନା ଜଣେଇଲେ!!...
15/01/2022

ଭଦ୍ରକ.....

ତାଜା ଖବର ଏହିଯେ ଯୁବ ନେତା ବସିର ଖାନ ଉପ -ସଭାପତି କଚେରି ବଜ଼ାର ଉଠା ଦୋକାନୀ ସଙ୍ଘ ନୂଆ ବର୍ଷ ର ଶୁଭେଚ୍ଛା ଶୁଭ କାମନା ଜଣେଇଲେ!!!!

13/01/2022

ଭଦ୍ରକ...

କଲେଜରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡ଼ମିଶନ ଘଟଣାରେ ପ୍ରତିକ୍ରିୟା ରଖିଲେ କଂଗ୍ରେସର ପୂର୍ବତନ ମୂଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର l

ଭଦ୍ରକ...ବିଧାୟକଙ୍କ ଖାସ ଲୋକବୋଲି ଚର୍ଚ୍ଚା ରାକେଶ, ଭାସ୍କର, ଅଂଶୁମାନ,ଏହି ତିନିଜଣ ଜାଲିୟାତି କାର୍ଯ୍ୟକଳାପ ରେ ଲିପ୍ତ!!ଭଦ୍ରକ କଲେଜ ରେ ମାହ...
09/01/2022

ଭଦ୍ରକ...

ବିଧାୟକଙ୍କ ଖାସ ଲୋକବୋଲି ଚର୍ଚ୍ଚା ରାକେଶ, ଭାସ୍କର, ଅଂଶୁମାନ,ଏହି ତିନିଜଣ ଜାଲିୟାତି କାର୍ଯ୍ୟକଳାପ ରେ ଲିପ୍ତ!!
ଭଦ୍ରକ କଲେଜ ରେ ମାହା ଦୁର୍ନୀତି ଯାହା ଫଳରେ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ସଂକଟରେ!ପଇସା ଖାଇବା ନିଶା ଏତେ ଯେ ଶେଷରେ ଛାତ୍ର ମାନଙ୍କ ଭବିଷ୍ୟତ କୁ ମଧ୍ୟ ଛାଡିଲେ ନାହିଁ ଏଠି ମଧ୍ୟ ବିଧାୟକଙ୍କ ପାଖ ଲୋକ ବୋଲି ଫାଇଦା ଉଠେଇବା ଆରମ୍ଭ କରିଦେଲେ!!!

06/01/2022

ଭଦ୍ରକ.....

ଜିଲ୍ଲା ବିଜେପି ପକ୍ଷରୁ ଭଦ୍ରକ ଜିଲ୍ଲା ପାଳ ଅଫିସ ରେ ଭଙ୍ଗା ରୁଜା
Obc ସଂରକ୍ଷଣ ଦାବି କୁ ନେଇ ଜିଲ୍ଲା ପାଳ ଅଫିସ ଘେରାଉ ସମୟରେ ଜିଲ୍ଲାପାଳ ଙ୍କ ଅଫିସ ପରିସରରେ ହୋଡିଙ୍ଗ ଙ୍କୁ ବି ଉତେଜନା ବେଳେ ଚିରିଦେଲେ

Address


Alerts

Be the first to know and let us send you an email when Bhadrak News 24 posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Bhadrak News 24:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share