Social Update News

  • Home
  • Social Update News

Social Update News Contact information, map and directions, contact form, opening hours, services, ratings, photos, videos and announcements from Social Update News, Media/News Company, .

ଆଇପିଏଲ ଫାଇନାଲ: ଗୁଜୁରାଟ ଟାଇଟନ୍ସର ପରାଜୟ ପାଇଁ ସାରା ଅଲ୍ଲୀ ଖାନ‌ଙ୍କୁ ଦାୟୀ କଲେ ଫ୍ୟାନ୍ସ
30/05/2023

ଆଇପିଏଲ ଫାଇନାଲ: ଗୁଜୁରାଟ ଟାଇଟନ୍ସର ପରାଜୟ ପାଇଁ ସାରା ଅଲ୍ଲୀ ଖାନ‌ଙ୍କୁ ଦାୟୀ କଲେ ଫ୍ୟାନ୍ସ




IPL Final: ଇଣ୍ଡିଆନ ପ୍ରିମିୟର ଲିଗ୍ 16 ତମ ସଂସ୍କରଣ ବା ଆଇପିଏଲ 2023 ଫାଇନାଲ ମ୍ୟାଚରେ DLS ପଦ୍ଧତି ଦ୍ୱାରା 5 ୱିକେଟରେ ଗୁଜୁରାଟ ଟାଇଟନ୍ସକୁ ପରା...

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ
30/05/2023

ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ +୨ ରେଜଲ୍ଟ






ଆହୁରି ୩ ଦିନ ଏମିତି କଲବଲ କରିବ ତାତି; ଆଜି ନୂଆପଡରେ ନିଆଁ ବର୍ଷାସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଲାଗି ରହିଛି। ବିଶେଷ କରି ପଶ୍ଚିମକୁ ...
25/05/2023

ଆହୁରି ୩ ଦିନ ଏମିତି କଲବଲ କରିବ ତାତି; ଆଜି ନୂଆପଡରେ ନିଆଁ ବର୍ଷା

ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଲାଗି ରହିଛି। ବିଶେଷ କରି ପଶ୍ଚିମକୁ ଅଥୟ କରିଛି ଅସହ୍ୟ ଗରମ । ଆଜି ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୨୫ ସହରର ତାପମାତ୍ରା । ନୂଆପଡ଼ାରେ ସର୍ବାଧିକ ତାପମାତ୍ରା ୪୪.୦ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୪୨.୮ ଡିଗ୍ରୀ ଟପିଛି ।

ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ୩ ଦିନ ଯାଏଁ ଏଭଳି ଗ୍ରୀଷ୍ମଲହରୀ ଜାରି ରହିବ । ଅନ୍ୟପଟେ ଆଶ୍ବସ୍ତିର କଥା ହେଉଛି ଆଗାମୀ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ସମ୍ଭାବନା ଥିବାରୁ ଏହାରି ପ୍ରଭାବରେ ତାପମାତ୍ରା ଖସିବାର ବି ସମ୍ଭାବନା ରହିଛି । ୨୭ରେ କାଳବୈଶାଖୀ ପ୍ରଭାବ ସାମାନ୍ୟ ବଢିବା ସହ ଏହା ପ୍ରଭାବରେ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ଭିତରେ ୧୯ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି ।
://odia.oneindia.com/odisha/heat-wave-in-odisha-continue-for-more-3-days-019470.html




Heat Wave in Odisha: ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଲାଗି ରହିଛି। ବିଶେଷ କରି ପଶ୍ଚିମକୁ ଅଥୟ କରିଛି ଅସହ୍ୟ ଗରମ । ଆଜି ୪୦ ଡିଗ୍ରୀ ଉପରେ ...

ଚାକିରି ହରାଇବେ 11 ହଜାର କର୍ମଚାରୀ, ବଡ଼ ଆକାରରେ ଛଟେଇ ପାଇଁ ଯୋଜନା କରୁଛି ଭୋଡ଼ାଫୋନ୍ମହଙ୍ଗା ମାଡ଼ ମଧ୍ୟରେ ବିଭିନ୍ନ କମ୍ପାନୀରେ କାମ କରୁଥି...
25/05/2023

ଚାକିରି ହରାଇବେ 11 ହଜାର କର୍ମଚାରୀ, ବଡ଼ ଆକାରରେ ଛଟେଇ ପାଇଁ ଯୋଜନା କରୁଛି ଭୋଡ଼ାଫୋନ୍

ମହଙ୍ଗା ମାଡ଼ ମଧ୍ୟରେ ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ସମସ୍ୟା ବଢିବାରେ ଲାଗିଛି । ଆମାଜନ, ମେଟା, ମାଇକ୍ରୋସଫ୍ଟ ପରି ବଡ କମ୍ପାନୀଗୁଡିକ ବହୁ ପରିମାଣରେ ଛଟେଇ କରିସାରିଛନ୍ତି । ଏହା ପରେ ଖରାପ ସମୟ ଦେଇ ଗତି କରୁଥିବା ବ୍ରିଟିଶ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ମଧ୍ୟ ନିଜ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ପ୍ରସ୍ତୁତ ହେଉଛି ।

Vodafone Planning To Layoff 11000 Employees In Next 3 Yearsଚାକିରି ହରାଇବେ 11 ହଜାର କର୍ମଚାରୀ, ବଡ଼ ଆକାରରେ ଛଟେଇ ପାଇଁ ଯୋଜନା କରୁଛି ଭୋଡ଼ାଫୋନ୍

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା........ମାଟ୍ରିକ ପରିକ୍ଷାରେ ଫେଲ ହୋଇଥିବା ପିଲାମାନେ ମେ' ୨୬ରୁ ଜୁନ୍‌ ୧ ତାରିଖ ମଧ୍ୟରେ ଫର୍ମ...
24/05/2023

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା........

ମାଟ୍ରିକ ପରିକ୍ଷାରେ ଫେଲ ହୋଇଥିବା ପିଲାମାନେ ମେ' ୨୬ରୁ ଜୁନ୍‌ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍‌ଅପ୍‌ କରିବେ। ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ ।





ନୂଆ ସଂସଦ ଉଦଘାଟନ ବିବାଦ..ନୂତନ ସଂସଦ ଗୃହ ଉଦଘାଟନ ବିବାଦ ବଢିବାରେ ଲାଗିଛି । ନୂତନ ସଂସଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ...
24/05/2023

ନୂଆ ସଂସଦ ଉଦଘାଟନ ବିବାଦ..

ନୂତନ ସଂସଦ ଗୃହ ଉଦଘାଟନ ବିବାଦ ବଢିବାରେ ଲାଗିଛି । ନୂତନ ସଂସଦକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ଏବଂ ଏହି କାର୍ଯ୍ୟକ୍ରମକୁ ରାଷ୍ଚ୍ରପତିଙ୍କୁ ନିମନ୍ତ୍ରଣ ନ କରାଯିବାକୁ ନେଇ ବିରୋଧ କରିଛନ୍ତି ଅନେକ ବିରୋଧୀ ଦଳ ।

ଏପରିକି ଏହି ଉଦଘାଟନୀ ସମାରୋହରୁ ନିଜକୁ ଦୂରେଇ ରଖିବା ପାଇଁ 19 ବିରୋଧୀ ଦଳ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହା ପୂର୍ବରୁ ଏହି ଉଦଘାଟନ ରାଷ୍ଟ୍ରପତିଙ୍କ ଦ୍ୱାରା କରାଇବାକୁ ନେଇ ବାରମ୍ବାର ଦାବି କରିଆସୁଥିଲା କଂଗ୍ରେସ । ବର୍ତ୍ତମାନ କଂଗ୍ରେସ ସମେତ ଅନ୍ୟ 18 ବିରୋଧୀ ଦଳ ଏହି ଉଦଘାଟନୀ ସମାରୋହରେ ସାମିଲ ନ ହେବା ନେଇ ନିଷ୍ପତ୍ତି ନେଇ ମିଳିତ ବିବୃତ୍ତି ଜାରି କରିଛନ୍ତି ।

ନୂତନ ସଂସଦ ଭବନର ଉଦଘାଟନୀ ସମାରୋହରେ ଯୋଗ ନ ଦେବାକୁ ଦଳର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଟିଏମସି ସାଂସଦ ଡେରେକ ଓ'ବ୍ରାଇନ୍ କହିଛନ୍ତି ଯେ ସଂସଦ କେବଳ ଏକ ନୂତନ କୋଠା ନୁହେଁ । ଏହା ମଧ୍ୟ ପୁରୁଣା ପରମ୍ପରା, ମୂଲ୍ୟବୋଧ ଏବଂ ନିୟମର ପ୍ରତିଷ୍ଠା । ଏହା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଦୁଆ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ରବିବାର ଦିନ ନୂତନ ସଂସଦ ଗୃହର ଉଦଘାଟନୀ ସମାରୋହ 'ମୁଁ ଏବଂ ମୋର' ଏକ କାର୍ଯ୍ୟକ୍ରମ, ତେଣୁ ଆମେ ଏଥିରୁ ଦୂରେଇ ରହିଛୁ ।

!!!!!କଣ କରିବ ବିଜେଡ଼ି!!!!!

ଏହି ଉଦଘାଟନୀ ସମାରୋହକୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଅନେକ ବିରୋଧୀ ଦଳ ଯୋଗ ନ ଦେବା ନେଇ ସ୍ପଷ୍ଟ କରି ସାରିଛନ୍ତି । କିନ୍ତୁ ବିଜେଡ଼ି ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ନୂତନ ସଂସଦର ଉଦଘାଟନୀ ସମାରୋହରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ ସାମିଲ ହେବ କି ନାହିଁ ସେ ନୋଇ କୌଣସି ଖବର ମିଳିପାରି ନାହିଁ ।

ତଥାପି ମିଳିଥିବା ସୂଚନା ଅନୁସାରେ, ଆସନ୍ତା 27 ତାରିଖ(ଶନିବାର) ଦିନ ବିଜେଡ଼ି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଏହି ସମାରୋହରେ ଯୋଗ ଦେବେ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି ।

ଆପଣଙ୍କୁ କହି ରଖୁଛୁ, ଯେତେବେଳେ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଘୋଷଣା କରିଥିଲା, ସେତେବେଳେ ବିଜେଡ଼ି ଏହାର ପୂର୍ଣ୍ଣ ସମର୍ଥନ ଦେଇଥିଲା । ମାଟିର ଝିଅ କହି ବିଜେଡ଼ି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରେ ଭୋଟ୍ ଦେଇଥିଲା ।

ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନ କରାଯିବାକୁ ପ୍ରତିବାଦ କରି ଅନ୍ୟ ବିରୋଧୀ ଦଳ ସମାରୋହ ବହିଷ୍କାର କରୁଥିବା ବେଳେ ବିଜେଡି କଣ କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।






ଆସନ୍ତା ୨୭ରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀଆସନ୍ତା ମେ ୨୭ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନା...
24/05/2023

ଆସନ୍ତା ୨୭ରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ମେ ୨୭ତାରିଖରେ ନୀତି ଆୟୋଗ ବୈଠକରେ ଯୋଗ ଦେବାକୁ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କରାଯାଇ ଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦାବିକୁ ସେ ଏହି ବୈଠକରେ ମଧ୍ୟ ଦୋହରାଇବେ ।






ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ ? କେଉଁ ଜିନିଷ ଖାଇବାରୁ ରହିବେ ନିବୃତସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ ?– ଅଧିକ ତେଲ ଥିବା ଖାଦ୍ୟ ଖାଆନ...
24/05/2023

ହୃଦଘାତରେ ରୋଗୀମାନେ କ’ଣ ଖାଇବା ଆବଶ୍ୟକ ? କେଉଁ ଜିନିଷ ଖାଇବାରୁ ରହିବେ ନିବୃତ

ସୁସ୍ଥ ହୃଦୟ ପାଇଁ କ’ଣ ଖାଇବେ ?
– ଅଧିକ ତେଲ ଥିବା ଖାଦ୍ୟ ଖାଆନ୍ତୁ ନାହିଁ
– ଅଧିକ ଆମିଷ ନଖାଇଲେ ସ୍ୱାସ୍ଥ୍ୟ ପ୍ରତି ଭଲ
– ମଟନ, ଚିଙ୍ଗୁଡି ଓ କଙ୍କଡ଼ା ଖାଆନ୍ତୁ ନାହିଁ
– ପନିପରିବା ଓ ଫଳ ଉପରେ ଅଧିକ ନିର୍ଭର କରନ୍ତୁ
– ପ୍ରତ୍ୟେକ ଦିନ ପନିପରିବା ସହ ଗୋଟିଏ ଫଳ ଖାଇବା ଆବଶ୍ୟକ
– ଶରୀରରେ ଅଧିକ ଚର୍ବି ରହିବା ହୃଦ୍ରୋଗର ମୁଖ୍ୟ କାରଣ
– ତେଲ ଜାତୀୟ ଖାଦ୍ୟ ଶରୀରରେ ଅଧିକ ଚର୍ବି ବଢାଇଥାଏ
– ମିଠା ଜାତୀୟ ଖାଦ୍ୟ ମଧ୍ୟ ଅଧିକ ଖାଆନ୍ତୁ ନାହିଁ
– କମ୍ ଲୁଣ ଥିବା ଖାଦ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ







ଏଣିକି ସବୁ ପଞ୍ଚାଯତ ରେ ଗୋଡିବ ମୋ ବସ୍
24/05/2023

ଏଣିକି ସବୁ ପଞ୍ଚାଯତ ରେ ଗୋଡିବ ମୋ ବସ୍



Address


Website

Alerts

Be the first to know and let us send you an email when Social Update News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share