Tanaya Patnaik

  • Home
  • Tanaya Patnaik

Tanaya Patnaik Works with Sambad, Kanak News and Radio Choklate. Proud Odia. Sucker for Handloom. Saree Buff. Foodie and Glutton. Ruled by Impulse.

Hopeless Optimist. लोका: समस्ता: सुखिनो भवन्तु �

“ପାହାଡ଼ ପର୍ବତ ସୁରକ୍ଷା ଆମର କର୍ତ୍ତବ୍ୟ । ଧର୍ମଶାଳାରେ କଳା ପଥର ଉତ୍ତୋଳନ, ଓାଗନ ବ୍ଲାଷ୍ଟିଙ୍ଗ ହେଉଛି ଭୂତଳ ଜଳ ସହିତ ପରିବେଶ ପ୍ରଦୂଷଣ ମୁଖ...
02/09/2024

“ପାହାଡ଼ ପର୍ବତ ସୁରକ୍ଷା ଆମର କର୍ତ୍ତବ୍ୟ । ଧର୍ମଶାଳାରେ କଳା ପଥର ଉତ୍ତୋଳନ, ଓାଗନ ବ୍ଲାଷ୍ଟିଙ୍ଗ ହେଉଛି ଭୂତଳ ଜଳ ସହିତ ପରିବେଶ ପ୍ରଦୂଷଣ ମୁଖ୍ୟ କାରଣ । “
- ବିଧାୟକ ହିମାଂଶୁ ଶେଖର ସାହୁ
“ଇଶ୍ବର ଆମକୁ ଏକ ସୁନ୍ଦର ପରିବେଶ ଦେଇଛନ୍ତି । କଳାପଥର ଉତ୍ତୋଳନ ଉପରେ, ପାହାଡ ଧ୍ୱଂସ ଉପରେ ଯଦି ନିୟନ୍ତ୍ରଣ କରାନଯିବ ତେବେ ଭବିଷ୍ୟତ ପିଢି ପାହାଡ କଣ ଆଉ ଜାଣିବାକୁ ପାଇବେ ନାହିଁ । ତେଣୁ ମାଆ ମାନେ ସଚେତନ ହେଲେ ପ୍ରକୃତିର ସୁରକ୍ଷା ହେବା ସହିତ ପରିବେଶର ସୁରକ୍ଷା ହୋଇପାରିବ ।“
- ସୌମ୍ୟରଞ୍ଜନ ପଟ୍ଟନାୟକ, ଅଧ୍ୟକ୍ଷ, ସମ୍ବାଦ ଗ୍ରୁପ
ଏହିପରି କହିଛନ୍ତି ଯାଜପୁର ଜିଲ୍ଲା ମଧୁପୁରଗଡ ଶୁନାମୁହିଁଠାରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ହୋଇଥିବା ‘ପରିବେଶ ପଞ୍ଚାୟତ’ରେ ଯୋଗଦେଇଥିବା ଅତିଥିମାନେ ।
#ପରିବେଶପଞ୍ଚାୟତ



 ପୁଅଙ୍କୁ ଶିଖାଅଘରେ ମୋର ପାଞ୍ଚ ବର୍ଷର ପୁଅ। ମୁଁ ଆଉ ମୋ ସ୍ୱାମୀ, ଉଭୟଙ୍କୁ ଦିନସାରା କାମରେ ବ୍ୟସ୍ତ ରହିବାକୁ ପଡ଼େ। ତେଣୁ ପୁଅ ପାଇଁ ନିୟମିତ...
01/09/2024



ପୁଅଙ୍କୁ ଶିଖାଅ

ଘରେ ମୋର ପାଞ୍ଚ ବର୍ଷର ପୁଅ। ମୁଁ ଆଉ ମୋ ସ୍ୱାମୀ, ଉଭୟଙ୍କୁ ଦିନସାରା କାମରେ ବ୍ୟସ୍ତ ରହିବାକୁ ପଡ଼େ। ତେଣୁ ପୁଅ ପାଇଁ ନିୟମିତ କିଛି ସମୟ ବାହାର କରିବା ସମ୍ଭବ ହୁଏ ନାହିଁ। ତେବେ ଖେଳ ଓ ଅନ୍ୟାନ୍ୟ ଦିଗରେ ସେ କିପରି ବ୍ୟସ୍ତ ରହିବ, ତାର ଜିଦି କେମିତି କମିବ, କେମିତି ସେ ଶୃଙ୍ଖଳିତ ହେବ, ତାର ପଢ଼ାପଢ଼ି କେମିତି ଠିକଠାକ୍ ଚାଲିବ, ସେ ବିଷୟରେ ସମୟ ସମୟରେ ଆମେ ଆଲୋଚନା କରିଥାଉ। କିଛିଦିନ ତଳେ ମୋ ସ୍ୱାମୀ ଟିକେ ଚିନ୍ତିତ ହୋଇ ମତେ କହିଲେ, ‘‘ଏକାଂଶକୁ ନେଇ ମତେ ଟିକିଏ ବ୍ୟସ୍ତ ଲାଗୁଛି।’’ ମୁଁ ପଚାରିଲି, ‘‘କାହିଁକି? କ’ଣ ହେଇଛି କି?’’ ସେ କହିଲେ, ‘‘ପାଠ, ଖେଳ, ଶୃଙ୍ଖଳା, ଏସବୁ ସମୟ ଅନୁସାରେ ଠିକ୍ ହେଇଯିବ। କିନ୍ତୁ ଆଜିର ଦୁନିଆରେ ଗୋଟେ ପୁଅର ବାପା-ମା’ ହିସାବରେ ସେ ମହିଳାଙ୍କୁ କିପରି ସମ୍ମାନ ଦେବ, ସେକଥା ତାକୁ ଶିଖେଇବା ଆମ ପାଇଁ ସବୁଠାରୁ ବଡ଼ ଆହ୍ବାନ। ଯେବେ ବି ମୁଁ ନାରୀମାନଙ୍କ ସହ ଅପରାଧ ଓ ଅତ୍ୟାଚାରର ଖବର ଦେଖୁଛି, ମୋ ମନକୁ ଏକ ଅଜଣା ଆତଙ୍କ ଗ୍ରାସ କରୁଛି। ଯଦି ମୋ ପୁଅ ସେ ଅପରାଧୀଙ୍କ ଭିତରୁ ଜଣେ ହେଇଥାଏ ! ଆମେ କ’ଣ ଏ ବିଷୟରେ ତାକୁ ଯଥେଷ୍ଟ ଶିକ୍ଷା ଦେଉଛେ, ସଚେତନ କରୁଛେ? ଚାହୁଁ ଚାହୁଁ ସେ ବଡ଼ ହେଇଯିବ। କାଲି ତା ଆଖପାଖରେ ଥିବା ମହିଳାମାନଙ୍କୁ ସେ କିପରି ସମ୍ମାନ ଦେବ, ସେ ବିଷୟରେ ଆମେ ଯଥେଷ୍ଟ ଯତ୍ନବାନ୍ ହେଉଛୁ କି?’’

କୌଣସି ଅଘଟଣ ହେଲେ ପୀଡ଼ିତା ମୁଣ୍ଡରେ ଦୋଷ ଲଦିଦେବା ଆଜିକାଲି ସମାଜରେ ଏକ ସାଧାରଣ ଅଭ୍ୟାସ ହୋଇଗଲାଣି। ଏତେ ରାତିରେ ସେ ଝିଅ ବାହାରେ କ’ଣ କରୁଥିଲା ? କାହିଁକି ହାତକଟା, ଗୋଡ଼ ଲୁଚୁ ନଥିବା ପୋଷାକ ପିନ୍ଧିଥିଲା? ସମସ୍ତଙ୍କ ସହ ଉପରେ ପଡ଼ି କଥା ହଉଥିଲା। ଅଧିକ ହେଁ ହେଁ ଫେଁ ଫେଁ ହଉଥିଲା। ନହେଲେ କ’ଣ ସେ ଟୋକା ଏତେ ସାହସ କରିଥାନ୍ତା! ଝିଅର ବାପା-ମା’ ତାକୁ ଏତେ ସ୍ବାଧୀନତା କାହିଁକି ଦେଇଥିଲେ ! ପୀଡ଼ିତାର ପରିସ୍ଥିତି ନ ବୁଝି ଏମିତି ମେଞ୍ଚାମେଞ୍ଚା ପ୍ରଶ୍ନ ପଚାରି ତାକୁ କ୍ଷତାକ୍ତ କରିପକାଉ।

ବ୍ୟାଗ ଭିତରେ ଲଙ୍କା ଗୁଣ୍ଡ ରଖିଥିବୁ। ଡେରିରେ ବାହାରକୁ ଯିବୁ ନାହିଁ। ସବୁବେଳେ ସାଙ୍ଗ ବା ଦଳ ଭିତରେ ରହିବୁ। ଜୁଡୋ, କରାଟେ ଇତ୍ୟାଦି ଆତ୍ମରକ୍ଷା କୌଶଳ ଶିଖିବୁ। ସ୍ପିଡ଼୍ ଡାଏଲରେ ଜରୁରି ନମ୍ବର ରଖିବୁ। ଦେଖି ଚାହିଁ କଥା ହେବୁ। ଖୋଲାମେଲା ପୋଷାକ ପିନ୍ଧିବୁ ନାହିଁ। ‌ଯେମିତି ଦୁନିଆର ସବୁ ନିୟମ, ସବୁ ଉପଦେଶ କେବଳ ଝିଅମାନଙ୍କ ପାଇଁ। କିନ୍ତୁ ପୁଅମାନଙ୍କୁ ଶିକ୍ଷା ଦେବା କେବେ? ଆମେ କେବେ ଆମ ଝିଅଙ୍କୁ ଦୋଷ ଦେବା ବନ୍ଦ କରିବା ଏବଂ ପୁଅମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କରିବା?

ଗତ ସପ୍ତାହରେ ବଲାଙ୍ଗୀରରେ ଏକ କାର୍ଯ୍ୟକ୍ରମରେ ମୁଁ ଯୋଗ ଦେଇଥିଲି। ସେଠାରେ ଜଣେ ବରିଷ୍ଠ ଡାକ୍ତର ତଥା ଲେଖିକା ମଞ୍ଜୁବାଳା ପଣ୍ଡା ‘ସମ୍ବାଦ’ରେ ‘ଟିଚ୍ ଇଓର୍ ବୟ’ ଶୀର୍ଷକ ଏକ ସ୍ତମ୍ଭ ଆରମ୍ଭ କରିବା ପାଇଁ ମତେ ପରାମର୍ଶ ଦେଲେ। ପୁଅଙ୍କୁ ଶିଖାଅ- ଏପରି ସ୍ତମ୍ଭ ମାଧ୍ୟମରେ ଏ ପ୍ରସଙ୍ଗ ଅଧିକ ଭାବେ ଲୋକଙ୍କ ପାଖରେ ପହଞ୍ଚିବା ସହ ପୁଅମାନଙ୍କୁ ଶିକ୍ଷା ଦେବାର ଗୁରୁତ୍ୱ ସମ୍ପର୍କରେ ବୁଝାଇପାରିବ ବୋଲି ସେ ମତ ଦେଲେ। ପୁଣି ସେ କହିଲେ, ‘‘ପିଲାର ଶିକ୍ଷା ମାତୃଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ଜଣେ ଗର୍ଭବତୀ ମହିଳା ପୋଷଣ ସହ ମାନସିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରହିବା ଉଚିତ। ତାଙ୍କୁ କିପରି ପରିବାରର ସହଯୋଗ ମିଳିବ, ସେ ସମସ୍ତ ଚାପରୁ କେମିତି ମୁକ୍ତ ରହିବେ, ଏହା ସମସ୍ତଙ୍କର ଦାୟିତ୍ୱ। ନାରୀମାନଙ୍କ ପ୍ରତି ଉଚିତ ବ୍ୟବହାର ପ୍ରଦର୍ଶନ କରିବାର ଶିକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଜନ୍ମରୁ ହିଁ ପୁଅମାନଙ୍କୁ ଏହି ଶିକ୍ଷା ମିଳିବା ନିହାତି ଆବଶ୍ୟକ।’’

ମୁଁ ସ୍ୱୀକାର କରୁଛି ଯେ ଏ ଦିଗରେ ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ମୁଁ ମଧ୍ୟ ପ୍ରତିଶ୍ରୁତି ଦେଉଛି ‘ସମ୍ବାଦ’, ‘ରେଡିଓ ଚକଲେଟ୍’ ଓ ‘କନକ ନ୍ୟୁଜ୍’ ଏ ସଂକ୍ରାନ୍ତୀୟ ଲେଖା ଓ ଖବରକୁ ଅଗ୍ରାଧିକାର ଦେଇ ପାଠକ, ଦର୍ଶକ ଓ ଶ୍ରୋତାଙ୍କ ପାଖରେ ପହଞ୍ଚାଇବେ। ଏଥିସହ ସୁଚିନ୍ତିତ ଅଭିଯାନ ମାଧ୍ୟମରେ ଲୋକଙ୍କୁ ଜାଗ୍ରତ କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବେ। ହେଲେ ମୁଁ ଦୃଢ଼ ଭାବରେ ଅନୁଭବ କରୁଛି, ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ପୁଲିସ୍, ସରକାର ଏ ସମସ୍ତଙ୍କର ଏକ ନିର୍ଦ୍ଦିଷ୍ଟ ସୀମା ରହିଛି । ପ୍ରକୃତ ଶିକ୍ଷା ଓ ସଂସ୍କାର ଘରୁ ହିଁ ମିଳିଥାଏ। ହୁଏତ ଆମେ ଆମ ପିଲାଙ୍କୁ ପୃଥିବୀର ସବୁ ନିୟମ ଶିଖେଇଦେବା, ସେମାନଙ୍କୁ ଲମ୍ବା ଲମ୍ବା ଭାଷଣ ଦେବା, ଡରାଇ ଧମକାଇ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା। କିନ୍ତୁ ପିଲାଙ୍କର ମନ ଅଲେଖା ସିଲଟ ପରି। ସେମାନଙ୍କ ଚାରିପାଖେ ଯାହା ଘଟେ, ସେମାନେ ତାହା ହିଁ ଶିଖନ୍ତି ଓ ଅନୁସରଣ କରିବା ପାଇଁ ଚେଷ୍ଟା କରନ୍ତି। ପିତାମାତା ଓ ପରିବାରର ସଦସ୍ୟଙ୍କର ଏଠାରେ ସବୁଠାରୁ ବଡ଼ ଯୋଗଦାନ ରହିଛି। ପରିବାରର ସଦସ୍ୟମାନେ କିପରି ପରସ୍ପର ସହ ବାର୍ତ୍ତାଳାପ କରୁଛନ୍ତି, ସେମାନଙ୍କ ଜୀବନଶୈଳୀ, ଘର ଭିତରେ ମହିଳାମାନଙ୍କ ସହ କିପରି ଆଚରଣ କରାଯାଉଛି, ଏସବୁ ପିଲାଙ୍କ ମନ ଗଢିହେବାରେ ଗଭୀର ପ୍ରଭାବ ରହିଥାଏ। ଆମମାନଙ୍କ ପରିବାର ଭିତରେ ମା’, ଖୁଡି ଓ ଅନ୍ୟ ମହିଳାଙ୍କ ପ୍ରତି ଯେପରି ବ୍ୟବହାର ଅନ୍ୟମାନେ କରନ୍ତି, ଛୁଆମାନେ ସବୁ ଦେଖନ୍ତି, ଶିଖନ୍ତି ଓ ଭବିଷ୍ୟତରେ ଏହାର ପ୍ରତିଫଳନ ସେମାନଙ୍କ ଚରିତ୍ରରେ ହୋଇଥାଏ।

ନିର୍ଭୟା ହେଉ କି ମମିତା, ସମୟ ସମୟରେ ଏଭଳି କିଛି ଅମାନବୀୟ ଘଟଣା ଦୁନିଆ ସାମ୍ନାକୁ ଆସେ, ଯାହା ଆମ ଅନ୍ତରକୁ ଦୋହଲାଇ ଦିଏ। ହେଲେ ଏମିତି ଘଟଣା ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ଆମ ଚାରିପାଖରେ ଘଟୁଛି। ଏହା ହିଁ ବାସ୍ତବତା। ଝିଅମାନଙ୍କର ବାପା-ମା’ ସେମାନଙ୍କର ସୁରକ୍ଷା ପାଇଁ ଯେତେ ଚିନ୍ତାଶୀଳ, ପୁଅମାନଙ୍କର ବାପା-ମା’ ସେମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଯଦି ସେତିକି ଯତ୍ନବାନ୍‌ ହୁଅନ୍ତେ, ତେବେ ଆମ ସମାଜରେ ହୁଏତ ଏପରି ବର୍ବରୋଚିତ ଘଟଣାର ମାତ୍ରା ଅନେକ କମି ଯାଆନ୍ତା।

Sambad Tanaya Patnaik

“ଐତିହ , ସଂସ୍କୃତି ତଥା ଓଡିଶାର ପରମ୍ପରା ସଂପର୍କରେ ଖବର ସଂଗ୍ରହ କରିବା ତଥା ପରିବେଷଣ ସମୟରେ ସତ୍ୟ ଓ ତଥ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।“ଭ...
31/08/2024

“ଐତିହ , ସଂସ୍କୃତି ତଥା ଓଡିଶାର ପରମ୍ପରା ସଂପର୍କରେ ଖବର ସଂଗ୍ରହ କରିବା ତଥା ପରିବେଷଣ ସମୟରେ ସତ୍ୟ ଓ ତଥ୍ୟ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।“
ଭୁବନେଶ୍ୱର ଆଇଆଇଟିଟିଏମରେ ଆୟୋଜିତ କର୍ମଶାଳାରେ

ବିଶ୍ୱର କଲ୍ୟାଣ ପାଇଁ ସମ୍ବାଦ ତରଫରୁ ସମସ୍ତ ୧୪୭  ନିର୍ବାଚନ ମଣ୍ଡଳୀରେ  'ପରିବେଶ ପଞ୍ଚାୟତ 'ଅନୁଷ୍ଠିତ ହେଉଛି ।  ଏହି କ୍ରମରେ   ଛାତ୍ର ଛାତ୍...
30/08/2024

ବିଶ୍ୱର କଲ୍ୟାଣ ପାଇଁ ସମ୍ବାଦ ତରଫରୁ ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀରେ 'ପରିବେଶ ପଞ୍ଚାୟତ 'ଅନୁଷ୍ଠିତ ହେଉଛି । ଏହି କ୍ରମରେ ଛାତ୍ର ଛାତ୍ରୀ, ସଚେତନ ନାଗରିକ ଓ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ ନେଇ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଚାରମାଳ ପଥପ୍ରାନ୍ତ ସେବା ପରିସରରେ 'ପରିବେଶ ପଞ୍ଚାୟତ ' ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ,ଉପାଧ୍ୟକ୍ଷା ଚିନ୍ମୟ ତ୍ରିପାଠୀ, କଲେଜ ଅଧ୍ୟକ୍ଷ ନିବାସ କୁମ୍ଭାର ଓ ସରପଞ୍ଚ ସଂଜୟ ପ୍ରଧାନ ଯୋଗଦେଇଥିଲେ l

#ପରିବେଶପଞ୍ଚାୟତ


“ମଞ୍ଚ ଏବଂ ପୃଷ୍ଠଭୂମି ବଦଳିପାରେ କିନ୍ତୁ ଗଣମାଧ୍ୟମ ଓ ଏହାର ପ୍ରତିନିଧିମାନଙ୍କ ଉପରେ ଥିବା ସମାଜର ଆଶା ଓ ଆକାଂକ୍ଷା କେବେ ବଦଳେ ନାହିଁ । ସାମ...
27/08/2024

“ମଞ୍ଚ ଏବଂ ପୃଷ୍ଠଭୂମି ବଦଳିପାରେ କିନ୍ତୁ ଗଣମାଧ୍ୟମ ଓ ଏହାର ପ୍ରତିନିଧିମାନଙ୍କ ଉପରେ ଥିବା ସମାଜର ଆଶା ଓ ଆକାଂକ୍ଷା କେବେ ବଦଳେ ନାହିଁ । ସାମ୍ବାଦିକ ଓ ଗଣମାଧ୍ୟମର ସ୍ଵରକୁ ସୁରକ୍ଷିତ ଓ ସ୍ବାଧୀନ ରଖିବା ଆମ ସମସ୍ତଙ୍କର ଦାୟିତ୍ବ ।“
- ବଲାଙ୍ଗୀର ସାମ୍ବାଦିକ ଭବନରେ ସ୍ଵର୍ଗତଃ ସାମ୍ବାଦିକ ସତ୍ୟନାରାୟଣ ବେହେରାଙ୍କ ଜୟନ୍ତୀ ସମାରୋହ ପାଳନ ଅବସରରେ ।

"ପରିବେଶକୁ ସୁରକ୍ଷିତ କରିବା ଦାୟିତ୍ବ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ନୁହେଁ। କେହି ଚାହିଁଲେ ମଧ୍ୟ ଏହା କରିପାରିବେ ନାହିଁ। ଏଥିପାଇ...
27/08/2024

"ପରିବେଶକୁ ସୁରକ୍ଷିତ କରିବା ଦାୟିତ୍ବ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ନୁହେଁ। କେହି ଚାହିଁଲେ ମଧ୍ୟ ଏହା କରିପାରିବେ ନାହିଁ। ଏଥିପାଇଁ ସମୂହ ପ୍ରଚେଷ୍ଟାର ଆବଶ୍ୟକତା ରହିଛି। "
ଏହା କହିଛନ୍ତି ସୋର ବିଧାୟକ ମାଧବ ଧଡ଼ା । ସେ ସମ୍ବାଦର ଏହି ପ୍ରୟାସକୁ ପ୍ରଶଂସା ମଧ୍ୟ କରିଛନ୍ତି । ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀ ସାଜନପୁର ପଞ୍ଚାୟତ ଅନ୍ତର୍ଗତ କଷବା ଗ୍ରାମରେ କାଂଶବାଂଶ ନଦୀକୂଳରେ ଥିବା ବାରୁଣୀମେଳା ପଡ଼ିଆରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଚେତନଶୀଳ ନାଗରିକ ଯୋଗଦେଇ ନିଜ ନିଜର ମତ ରଖିଥିଲେ । ।

ଜୁଲାଇ ମାସ ପାଇଁ 'ବେଷ୍ଟ  ଏମ୍ପ୍ଲୟି ଅଫ ଦି ମନ୍ଥ' ସମ୍ମାନରେ ନବ କିଶୋର ସାହୁଙ୍କୁ ସମ୍ମାନିତ କରାଗଲା ।
25/08/2024

ଜୁଲାଇ ମାସ ପାଇଁ 'ବେଷ୍ଟ ଏମ୍ପ୍ଲୟି ଅଫ ଦି ମନ୍ଥ' ସମ୍ମାନରେ ନବ କିଶୋର ସାହୁଙ୍କୁ ସମ୍ମାନିତ କରାଗଲା ।


This week’s   is about Chandan..“….ଆମେ ଜାଣିନେ ଆମ ପାଖରେ ଆଉ କେତେ ସମୟ ବାକି ଅଛି। ଏହା ବି ଆମକୁ ଅଜଣା, ଆମ ଚଉହଦିରେ ଥିବା ଚିହ୍ନାଅଚି...
25/08/2024

This week’s is about Chandan..

“….ଆମେ ଜାଣିନେ ଆମ ପାଖରେ ଆଉ କେତେ ସମୟ ବାକି ଅଛି। ଏହା ବି ଆମକୁ ଅଜଣା, ଆମ ଚଉହଦିରେ ଥିବା ଚିହ୍ନାଅଚିହ୍ନା ମଣିଷମାନେ ଆଉ କେତେ ସମୟ ପାଇଁ ଆମ ସଙ୍ଗରେ ଅଛନ୍ତି । ଯଦି ଆମ ପାଖରେ କିଛି ଅଛି, ତା’ ହଉଛି କେବଳ ‘ଆଜି’….”

Sambad

ସମ୍ବାଦ ଡିଜିଟାଲ ପକ୍ଷରୁ ଫାଦର୍ସ ଡେ' ରେ ଆୟୋଜିତ 'ମାଇଁ ଫାଦର ମାଇଁ ହିରୋ' ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅବସରରେ।
24/08/2024

ସମ୍ବାଦ ଡିଜିଟାଲ ପକ୍ଷରୁ ଫାଦର୍ସ ଡେ' ରେ ଆୟୋଜିତ 'ମାଇଁ ଫାଦର ମାଇଁ ହିରୋ' ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଅବସରରେ।

21/08/2024

'କାଲି ପାଇଁ ଆଜି'
#ପରିବେଶପଞ୍ଚାୟତ


ବିଦେଶରେ ଉଚ୍ଚଶିକ୍ଷା କରିବାର ଇଚ୍ଛା ସମସ୍ତଙ୍କର ଥାଏ ହେଲେ ବିଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟମାନଙ୍କରେ ମିଳୁଥିବା ଛାତ୍ରବୃତ୍ତି ବିଷୟରେ ଧାରଣ...
20/08/2024

ବିଦେଶରେ ଉଚ୍ଚଶିକ୍ଷା କରିବାର ଇଚ୍ଛା ସମସ୍ତଙ୍କର ଥାଏ ହେଲେ ବିଦେଶର ବିଭିନ୍ନ ବିଶ୍ବବିଦ୍ୟାଳୟମାନଙ୍କରେ ମିଳୁଥିବା ଛାତ୍ରବୃତ୍ତି ବିଷୟରେ ଧାରଣ ନଥିବାରୁ ଇଚ୍ଛା ଥାଇ ମଧ୍ୟ ଅନେକ ପଢିବାକୁ ଯାଇପାରନ୍ତି ନାହିଁ । ଏହି ବୃତ୍ତି ସମ୍ପର୍କରେ ପିଲାମାନଙ୍କୁ ଅବଗତ କରାଇବା ପାଇଁ ‘ବ୍ରିଟିଶ ଡେପୁଟି ହାଇକମିଶନ କୋଲକାତା’ ପକ୍ଷରୁ ‘ସମ୍ବାଦ ସ୍କୁଲ ଅଫ ମେଡ଼ିଆ ଆଣ୍ଡ କଲଚର’(ସୋମକ୍) ପରିସରରେ ‘ଚିଭନିଂ ସ୍କଲାରସିପ୍ ଆଣ୍ଡ ଫେଲୋସିପ୍ ଫର ସାଉଥ ଏସିଆ ଜର୍ଣ୍ଣାଲିଜମ୍ ‘ ବିଷୟରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
ଏହି ବୈଠକରେ ଅତିଥି ଭାବେ ବ୍ରିଟିଶ ଡେପୁଟି ହାଇକମିଶନର୍ ଆଣ୍ଡ୍ର୍ୟୁ ଫ୍ଲେମିଂ ଅନ୍ୟତମ ଅତିଥି ଭାବେ ହାଇକମିଶନର୍ ପଲିଟିକାଲ ଇକୋନୋମି ଆଡଭାଇଜର୍ ଅଜିଥା ମେନନ୍ ଆଭାଷୀ ମାଧ୍ୟମରେ ଯୋଗଦେଇଥିଲେ । ହାଇକମିଶନର୍ ଯୋଗାଯୋଗ ଓ ପରିଦର୍ଶନ ସ୍ଵର୍ଣମୟୀ ଶତପଥୀ ଏହି ବୈଠକକୁ ସଞ୍ଚାଳନ କରି ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।
ଏଥି ନିମନ୍ତେ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛି

ସମ୍ବାଦ ପକ୍ଷରୁ ବୋଲଗଡଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଦ୍ଵାରା ପରିବେଶ ସମ୍ବନ୍ଧୀ...
20/08/2024

ସମ୍ବାଦ ପକ୍ଷରୁ ବୋଲଗଡଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ଦ୍ଵାରା ପରିବେଶ ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା କରାଯାଇଥିଲା । ଏହି ସଭାରେ ବହୁ ସଂଖ୍ୟାରେ ମହିଳାମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା ।

ସମ୍ବାଦ ପକ୍ଷରୁ ପିପିଲିଠାରେ 'ପରିବେଶ ପଞ୍ଚାୟତ' ଆୟୋଜିତ ହୋଇଯାଇଛି. ବିଧାୟକ ଆଶ୍ରିତ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରି ପରିବେଶ ସମ୍ବନ୍ଧ...
19/08/2024

ସମ୍ବାଦ ପକ୍ଷରୁ ପିପିଲିଠାରେ 'ପରିବେଶ ପଞ୍ଚାୟତ' ଆୟୋଜିତ ହୋଇଯାଇଛି. ବିଧାୟକ ଆଶ୍ରିତ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରି ପରିବେଶ ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା କରିଥିଲେ।

ସମ୍ବାଦ ପକ୍ଷରୁ ରାଉରକେଲା ମଜଦୁର ସଂଘ ଅଫିସଠାରେ ପରିବେଶ ପଞ୍ଚାୟତ ଆୟୋଜିତ ହୋଇଯାଇଛି। ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି ବୈଠକରେ ଅଧ୍ୟକ୍ଷତା କର...
19/08/2024

ସମ୍ବାଦ ପକ୍ଷରୁ ରାଉରକେଲା ମଜଦୁର ସଂଘ ଅଫିସଠାରେ ପରିବେଶ ପଞ୍ଚାୟତ ଆୟୋଜିତ ହୋଇଯାଇଛି। ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।

ରାଜନଗର, କେନ୍ଦ୍ରାପଡ଼ାଠାରେ ସମ୍ବାଦ ପକ୍ଷରୁ 'ପରିବେଶ ପଞ୍ଚାୟତ' ଆୟୋଜିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ଓ ଜନସାଧ...
18/08/2024

ରାଜନଗର, କେନ୍ଦ୍ରାପଡ଼ାଠାରେ ସମ୍ବାଦ ପକ୍ଷରୁ 'ପରିବେଶ ପଞ୍ଚାୟତ' ଆୟୋଜିତ ହୋଇଯାଇଛି । ଏହି ବୈଠକରେ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ଓ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ଅନେକ ବିଷୟରେ ଆଲୋଚନା ହୋଇଥିଲା। ବିଧାୟକ ଧ୍ରୁବଚରଣ ସାହୁ ଏହି ବୈଠକର ସଭାପତିତ୍ୱ କରିଥିଲେ ।

ସମ୍ବାଦ ପକ୍ଷରୁ ବାଲେଶ୍ୱର ରେମୁଣା ହାଇସ୍କୁଲଠାରେ 'ପରିବେଶ ପଞ୍ଚାୟତ' ଆୟୋଜିତ ହୋଇଯାଇଛି। ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୌରାହିତ୍ୟରେ ଏହ...
18/08/2024

ସମ୍ବାଦ ପକ୍ଷରୁ ବାଲେଶ୍ୱର ରେମୁଣା ହାଇସ୍କୁଲଠାରେ 'ପରିବେଶ ପଞ୍ଚାୟତ' ଆୟୋଜିତ ହୋଇଯାଇଛି। ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ପୌରାହିତ୍ୟରେ ଏହି ବୈଠକରେ ପରିବେଶ ସଚେତନତା ପାଇଁ ଅନେକ ବିଷୟରେ ଆଲୋଚନା ହୋଇଥିଲା।

ସମ୍ବାଦ ପକ୍ଷରୁ ରାଇରଙ୍ଗପୁରଠାରେ ‘ପରିବେଶ ପଞ୍ଚାୟତ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବହୁସଂଖ୍ୟାରେ ଯୁବ ସମାଜ ଭାଗ ନେଇଥିଲେ । ବିଧାୟକ ଜଲେନ...
18/08/2024

ସମ୍ବାଦ ପକ୍ଷରୁ ରାଇରଙ୍ଗପୁରଠାରେ ‘ପରିବେଶ ପଞ୍ଚାୟତ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବହୁସଂଖ୍ୟାରେ ଯୁବ ସମାଜ ଭାଗ ନେଇଥିଲେ । ବିଧାୟକ ଜଲେନ ନାୟକଙ୍କ ସଭାପତିତ୍ୱରେ ଏହି ବୈଠକରେ ପରିବେଶ ସଚେତନତା ପାଇଁ ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ସମ୍ବାଦ ପକ୍ଷରୁ ପୁରୁଣାକୋଟ, ସାତକୋଶିଆରେ  ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ପରିବେଶ ସଚେତନତା ପାଇଁ ଆମର ଏହି ପ୍ରୟାସକୁ ସ୍ଥାନୀୟ ବୁଦ...
17/08/2024

ସମ୍ବାଦ ପକ୍ଷରୁ ପୁରୁଣାକୋଟ, ସାତକୋଶିଆରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ପରିବେଶ ସଚେତନତା ପାଇଁ ଆମର ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଭୂରିଭୂରି ପ୍ରଶଂସା କରିଥିଲେ । ବିଧାୟକ ଇଂ ନଳିନୀକାନ୍ତ ପ୍ରଧାନ ଓ ପ୍ରଫେସର ଶାନ୍ତନୁ କୁମାର ସର ଏହି ବୈଠକରେ ଉପସ୍ଥିତ ଜନସାଧାରଣଙ୍କୁ ବନୀକରଣ ଓ ତାର ଉପକାରିତା ବିଷୟରେ ଅବଗତ କରାଇଥିଲେ ।

ଚାନ୍ଦବାଲି ସ୍ମାର୍ଟ ପାର୍କଠାରେ ସମ୍ବାଦ ପକ୍ଷରୁ  ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବିଧାୟକବ୍ୟୋମକେଶ ରାୟଙ୍କ ପୌରହିତ୍ୟର...
17/08/2024

ଚାନ୍ଦବାଲି ସ୍ମାର୍ଟ ପାର୍କଠାରେ ସମ୍ବାଦ ପକ୍ଷରୁ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବିଧାୟକବ୍ୟୋମକେଶ ରାୟଙ୍କ ପୌରହିତ୍ୟରେ ପରିବେଶ ସମ୍ବନ୍ଧୀୟ ଆହ୍ବାନ ଓ ତାର ମୁକାବିଲା ଦିଗରେ ଅନେକ ବିଷୟରେ ଆଲୋଚନା ହୋଇଥିଲା ।

ସମ୍ବାଦ ପକ୍ଷରୁ ସତ୍ୟନାରାୟଣ କଲେଜ, ମାଲକାନଗିରିଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବହୁ ସଂଖ୍ୟାରେ କଲେଜ ଛାତ୍ରଛାତ୍ର...
17/08/2024

ସମ୍ବାଦ ପକ୍ଷରୁ ସତ୍ୟନାରାୟଣ କଲେଜ, ମାଲକାନଗିରିଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବହୁ ସଂଖ୍ୟାରେ କଲେଜ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପରିକଳ୍ପନାକୁ ପ୍ରକୃତି ପୂଜକ ମୂଳନିବାସୀ ଖୁବ ଖୁସିଖୁସିରେ ସ୍ବାଗତ କରିଥିଲେ । ବିଧାୟକ ନରସିଂହ ମାଡ଼କାମୀ ଏହି ବୈଠକର ସଭାପତିତ୍ଵ କରିଥିଲେ ।

ଠାକୁରମୁଣ୍ଡା, କରଞ୍ଜିଆଠାରେ ସମ୍ବାଦ ପକ୍ଷରୁ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ତାର ନିର...
17/08/2024

ଠାକୁରମୁଣ୍ଡା, କରଞ୍ଜିଆଠାରେ ସମ୍ବାଦ ପକ୍ଷରୁ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ତାର ନିରାକରଣ ଦିଗ ଉପରେ ବିସ୍ତୃତ ଆଲୋଚନା ହେଇଥିଲା । ବିଧାୟକ ପଦ୍ମଚରଣ ହାଇବୃ ପରିବେଶ ସମ୍ବନ୍ଧୀୟ ଅନେକ ବିଷୟ ଉତଥାପନ କରିଥିଲେ ।

ସମ୍ବାଦ ପକ୍ଷରୁ ରେଙ୍ଗାଳି,ସମ୍ବଲପୁରଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ଆଗ୍ରହୀ ଜନସାଧାରଣ ଯୋଗଦେଇଥିଲେ । ଏ...
17/08/2024

ସମ୍ବାଦ ପକ୍ଷରୁ ରେଙ୍ଗାଳି,ସମ୍ବଲପୁରଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏଥିରେ ବହୁ ସଂଖ୍ୟାରେ ଆଗ୍ରହୀ ଜନସାଧାରଣ ଯୋଗଦେଇଥିଲେ । ଏହି ବୈଠକରେ ବିଧାୟକ ସୁଦର୍ଶନ ହରିପାଲ ବ୍ୟାପକ ବନୀକରଣ ଉପରେ ଜୋର ଦେଇଥିଲେ ।

କଟକ ସଦର ନିର୍ବାଚନ ମଣ୍ଡଳୀ  କିଶନ ନଗର, ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ  ସମ୍ବାଦ ପକ୍ଷରୁ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈ...
16/08/2024

କଟକ ସଦର ନିର୍ବାଚନ ମଣ୍ଡଳୀ କିଶନ ନଗର, ମୁକ୍ତେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସମ୍ବାଦ ପକ୍ଷରୁ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ପରିବେଶ ସମ୍ବନ୍ଧୀୟ ଅନେକ ବିଷୟ ଉପରେ ବିଶେଷ ଅଲୋଚନ କରାଯାଇଥିଲା ।

ସମ୍ବାଦ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ କଲେଜ, ମୈଥିଲୀ ଚିତ୍ରକୋଣ୍ଡା ଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ସାମାଜିକ ଅନୁଷ...
16/08/2024

ସମ୍ବାଦ ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ କଲେଜ, ମୈଥିଲୀ ଚିତ୍ରକୋଣ୍ଡା ଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ଏହି ବୈଠକରେ ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ ଓ କଲେଜର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଧାୟକ ମଙ୍ଗୁ ଖିଲ ଏହି ବୈଠକରେ ସଭାପତିତ୍ୱ କରିଥିଲେ ।

ବାରିପଦା ଷ୍ଟାଡିଅମ କନଫରେନ୍ସ ହଲରେ ସମ୍ବାଦ ପକ୍ଷରୁ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ବିଧାୟକ ପ୍ରକାଶ ସୋରେନଙ୍କ ସଭାପତିତ୍ୱରେ ଏହି  ...
16/08/2024

ବାରିପଦା ଷ୍ଟାଡିଅମ କନଫରେନ୍ସ ହଲରେ ସମ୍ବାଦ ପକ୍ଷରୁ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ବିଧାୟକ ପ୍ରକାଶ ସୋରେନଙ୍କ ସଭାପତିତ୍ୱରେ ଏହି ବୈଠକରେ ପରିବେଶ ସମ୍ବନ୍ଧୀୟ ଅନେକ ବିଷୟ ଉପରେ ଅଲୋଚନ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ କଲେଜ ବିଦ୍ୟାର୍ଥୀମାନେ ଅଂଶଗ୍ରହଣ କରିଥିଲେ ।

ସମ୍ବାଦ ପକ୍ଷରୁ ନାରାୟଣପୁର, ଦିଗପହଣ୍ଡିରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ବିଧାୟକ ଓ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିକ...
16/08/2024

ସମ୍ବାଦ ପକ୍ଷରୁ ନାରାୟଣପୁର, ଦିଗପହଣ୍ଡିରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇଛି । ବିଧାୟକ ଓ ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିକଟ ଅତୀତରେ କେରଳରେ ଘଟିଥିବା ଭୂସ୍କଳନ ପରି ଆହ୍ବାନକୁ କିପରି ମୁକାବିଲା କରିହେବ ସେ ବିଷୟରେ ଆଲୋଚନା କରିଥିଲେ ।

‘ଏ ପରିବେଶ ଆମର , ସୁରକ୍ଷା ଦାୟିତ୍ବ ବି ଆମର’ସମ୍ବାଦ ପକ୍ଷରୁ ସଂକଳ୍ପ ସ୍କୁଲ, କମାପଲ୍ଲି, ବ୍ରହ୍ମପୁରରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇ ...
16/08/2024

‘ଏ ପରିବେଶ ଆମର , ସୁରକ୍ଷା ଦାୟିତ୍ବ ବି ଆମର’
ସମ୍ବାଦ ପକ୍ଷରୁ ସଂକଳ୍ପ ସ୍କୁଲ, କମାପଲ୍ଲି, ବ୍ରହ୍ମପୁରରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଯାଇ ଅଛି । ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣ ଏହା ଦର୍ଶାଉଛି ଯେ ଲୋକମାନେ ପରିବେଶ ପ୍ରତି ସଚେତନ ହେବା ଆରମ୍ଭ କଲେଣି । ବିଧାୟକ କେ. ଅନିଲ କୁମାରଙ୍କ ପୌରହିତ୍ୟରେ ଏହି ବୈଠକରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ଆହ୍ବାନ ଉପରେ ଆଲୋଚନା ହୋଇଥିଲା ।

ସମ୍ବାଦ ପକ୍ଷରୁ ରାମଚଣ୍ଡୀ ପୀଠ, ମାହାଙ୍ଗାଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଛି । ଏଥିରେ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥ...
16/08/2024

ସମ୍ବାଦ ପକ୍ଷରୁ ରାମଚଣ୍ଡୀ ପୀଠ, ମାହାଙ୍ଗାଠାରେ ‘ପରିବେଶ ପଞ୍ଚାୟତ’ ଆୟୋଜିତ ହୋଇଛି । ଏଥିରେ ବହୁ ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ । ବିଧାୟକ ସାରଦା ପ୍ରଧାନଙ୍କ ସଭାପତିତ୍ଵରେ ଏହି ବୈଠକରେ ପରିବେଶ ସମ୍ବନ୍ଧୀୟ ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା ।

ସେକ୍ଟର-୬, ଜଗନ୍ନାଥ ମନ୍ଦିର, ରାଉରକେଲାଠାରେ ସମ୍ବାଦ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ୧୫ ରୁ ଅଧିକ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ...
16/08/2024

ସେକ୍ଟର-୬, ଜଗନ୍ନାଥ ମନ୍ଦିର, ରାଉରକେଲାଠାରେ ସମ୍ବାଦ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ରେ ୧୫ ରୁ ଅଧିକ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅଂଶଗ୍ରହଣ କରି ନିଜନିଜର ବହୁମୂଲ୍ୟ ମତ ଉପସ୍ଥାପନ କରିଥିଲେ । ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ ।

ସମ୍ବାଦ ପକ୍ଷରୁ ବାସୁଦେବପୁରଠାରେ ‘ପରିବେଶ ପଞ୍ଚାୟତ' ଆୟୋଜନ କରାଯାଇଥିଲା । ଏହି ବୈଠକରେ ବହୁ ସଂଖ୍ୟାରେ ମହିଳାମାନେ ଅଂଶଗ୍ରହଣ କରିଥିଲେ । ବି...
15/08/2024

ସମ୍ବାଦ ପକ୍ଷରୁ ବାସୁଦେବପୁରଠାରେ ‘ପରିବେଶ ପଞ୍ଚାୟତ' ଆୟୋଜନ କରାଯାଇଥିଲା । ଏହି ବୈଠକରେ ବହୁ ସଂଖ୍ୟାରେ ମହିଳାମାନେ ଅଂଶଗ୍ରହଣ କରିଥିଲେ । ବିଧାୟକ ଅଶୋକ କୁମାର ଦାସଙ୍କ ପୌରହିତ୍ୟରେ ଏହି ସଭାରେ ମହିଳାମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ନେଇ ସାମ୍ନା କରୁଥିବା ଅସୁବିଧା ବିଷୟରେ ନିଜ ନିଜର ଅନୁଭୂତି ବଖାଣିଥିଲେ ।




Address


Website

Alerts

Be the first to know and let us send you an email when Tanaya Patnaik posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Tanaya Patnaik:

Videos

Shortcuts

  • Address
  • Alerts
  • Contact The Business
  • Videos
  • Claim ownership or report listing
  • Want your business to be the top-listed Media Company?

Share