Gaonru Sahar

Gaonru Sahar Contact information, map and directions, contact form, opening hours, services, ratings, photos, videos and announcements from Gaonru Sahar, News & Media Website, .

https://gaonrusahar.com/2024/02/16/military-strategist-delivers-lecture-at-soa/
16/02/2024

https://gaonrusahar.com/2024/02/16/military-strategist-delivers-lecture-at-soa/

ଭୁବନେଶ୍ୱର, ୧୬/୦୨: ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ସେନାନୀ ତଥା ଜଣେ ସେନା ରଣନୀତିକାର ମେଜର ଜେନେରାଲ ଏସ୍‌.ଭି.ପିି ସିଂ ଗୁରୁ...

 #ପଦ୍ମଶ୍ରୀ ସେଫ୍‌ ଇମତିଆଜ କୁରେସୀଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। କୁରେସୀ ହେଉଛନ୍ତି ଆଇଟିସିର ସୁନାମଧନ୍ୟ  #ମାଷ୍ଟର...
16/02/2024

#ପଦ୍ମଶ୍ରୀ ସେଫ୍‌ ଇମତିଆଜ କୁରେସୀଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। କୁରେସୀ ହେଉଛନ୍ତି ଆଇଟିସିର ସୁନାମଧନ୍ୟ #ମାଷ୍ଟର ସେଫ୍। ସେଫ୍‌ ନିଜର ଦାଲ ବୁଖାରା ଏବଂ କବାବ ପାଇଁ ଖୁବ୍‌ ପ୍ରସିଦ୍ଧି ଅର୍ଜନ କରିଛନ୍ତି।
୧୯୩୧ ଫେବ୍ରୁଆରୀ ୨ରେ #ଲକ୍ଷ୍ନୌରେ ଏକ ସେଫ୍‌ ପରିବାରରେ ଜନ୍ମ ନେଇଥିଲେ ଇମତିଆଜ କୁରେସୀ । ଆଉ ରୋଷେଇ ପ୍ରତି ନିଜର ରୁଚି ଯୋଗୁଁ ଏହି କ୍ଷେତ୍ରରେ ଆଗକୁ ବଢ଼ିଥିଲେ। ଏହି କ୍ରମରେ ୧୯୭୯ରେ ସେ ଆଇଟିସିରେ ଯୋଗ ଦେଇଥିଲେ ଏବଂ ଏହା ପରେ ସେ ଇତିହାସ ରଚିଥିଲେ। ତେବେ କୁରେସୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ସେଲିବ୍ରିଟି ସେଫ୍‌।

ମାଘ ସପ୍ତମୀ ବିଦଗ୍‌ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ପୁଣ୍ୟ ଆବିର୍ଭାବ ଦିବସ। ତାଙ୍କର ପୂର୍ବପୁରୁଷ ପଶ୍ଚିମ ଭାରତର ଭାବନଗରରୁ ଓଡ଼ିଶା ଆସିଥି...
16/02/2024

ମାଘ ସପ୍ତମୀ ବିଦଗ୍‌ଧକବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ପୁଣ୍ୟ ଆବିର୍ଭାବ ଦିବସ। ତାଙ୍କର ପୂର୍ବପୁରୁଷ ପଶ୍ଚିମ ଭାରତର ଭାବନଗରରୁ ଓଡ଼ିଶା ଆସିଥିଲେ ଏବଂ ଖୋର୍ଦ୍ଧାର ଭୋଇବଂଶର ରାଜାଙ୍କ ସମୟରେ ବାଲିଆ (ଯାଜପୁର)ର ଜମିଦାରୀ ପ୍ରାପ୍ତ ହୋଇଥିଲେ। ସେହିଠାରେ ଜନ୍ମଗ୍ରହଣ କରିଥିଲେ ଅଭିମନ୍ୟୁ। ବୈଷ୍ଣବ ସାଧୁ ସାଧୁଚରଣ ଦାସ ଓରଫ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା ଥିଲେ ଅଭିମନ୍ୟୁଙ୍କର ଗୁରୁ। ସେ ହିଁ ଅଭିମନ୍ୟୁଙ୍କ ପିତା ଇନ୍ଦ୍ରଜିତଙ୍କୁ ପୁତ୍ରପ୍ରାପ୍ତି ନିମନ୍ତେ ଯଜ୍ଞାନୁଷ୍ଠାନ କରିବାପାଇଁ ଉପଦେଶ ଦେଇଥିଲେ। ଯଜ୍ଞ ଶେଷରେ ଇନ୍ଦ୍ରଜିତଙ୍କର ଅଷ୍ଟମା ପତ୍ନୀ ସ୍ୱପ୍ନରେ ଦେଖିଲେ, ଯେ ଜଣେ ଦିବ୍ୟପୁରୁଷ ତାଙ୍କ ହାତରେ ତୁଳସୀମାଳ ଓ ଚନ୍ଦନ ଦେଇ ଅନ୍ତର୍ହିତ ହୋଇଗଲେ। ତାହାପରେ, ସେ ଗର୍ଭଧାରଣ କରିବା ସହିତ ଯଥାସମୟରେ ଏକ ବିଷ୍ଣୁଭକ୍ତ ପୁତ୍ରକୁ ଜନ୍ମଦେଲେ। ସେହି ଦିନଟି ଥିଲା ୧୭୫୭ ଖ୍ରୀଷ୍ଟାବ୍ଦର ମାଘ ସପ୍ତମୀ।

ଊର୍ଣ୍ଣନାଭିବତ ଖେଳୁ ଇଚ୍ଛାଶକ୍ତି ବଳେ
ଉଦ୍ଭବ ହୋଇ ତୁ ଧର୍ମ ସ୍ଥାପୁ କାଳେ କାଳେ ହେ।
-ଅଭିମନ୍ୟୁ ସାମନ୍ତସିଂହାର, ବିଦଗ୍ଧ ଚିନ୍ତାମଣି, ୧/୬

‘ବିଦଗ୍‌ଧ-ଚିନ୍ତାମଣି’ ଅଭିମନ୍ୟୁ ସାମନ୍ତସିଂହାରଙ୍କର ସୁପ୍ରସିଦ୍ଧ କାବ୍ୟକୃତି। ଏହି ରାଧା-କୃଷ୍ଣ ଲୀଳାତ୍ମକ କାବ୍ୟ ସେ ମାତ୍ର ୧୯ ବର୍ଷ ବୟସରେ ରଚନା କରିଥିଲେ। ଏହାର ନାୟକ କୃଷ୍ଣ କିଶୋର ଓ ନାୟିକା ରାଧା କିଶୋରୀ। ଏହାର ରସ- ଶୃଙ୍ଗାର ଏବଂ ଏହା ଉଜ୍ଜ୍ୱଳ ଓ ମଧୁର। ଏଥିରେ ରାଧା-କୃଷ୍ଣଙ୍କୁ ‘ଅପ୍ରାକୃତ ଲୀଳାମୂର୍ତ୍ତି’ ବୋଲି ସେ ବର୍ଣ୍ଣନା କରିଛନ୍ତି। ସେମାନେ ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିବା ପାଇଁ ଏ ଧରାଧାମରେ ଅବତୀର୍ଣ୍ଣ ହୋଇଛନ୍ତି ବୋଲି ସେ କହିଛନ୍ତି। ସେହି ପ୍ରସଙ୍ଗରେ ଭଗବାନ ଶ୍ରୀକୃଷ୍ଣଙ୍କର ଗୁଣ ଓ ଲୀଳାର ମହିମା ବର୍ଣ୍ଣିତ ହୋଇଛି। ଉପରୋକ୍ତ ସୁଭାଷିତ ଏହାର ନିଦର୍ଶନ। ଏଥିରେ ଅଭିମନ୍ୟୁ ସାମନ୍ତସିଂହାର କହିଛନ୍ତି- ଊର୍ଣ୍ଣନାଭ ବା ବୁଢ଼ିଆଣୀଟିଏ ଯେପରି ନିଜର ନାଭିରୁ ସୂତା ଉପୁଜାଇ ସେଥିରେ ଜାଲ ବୁଣି ଖେଳେ, ଏବଂ ଖେଳ ପରେ ସେ ଜାଲକୁ ପୁଣି ଗିଳିଦିଏ- ଇଚ୍ଛାମୟ ଈଶ୍ୱରଙ୍କର ଖେଳ ସେହିପରି। ଈଶ୍ୱର ସେହିପରି ସୃଷ୍ଟି, ସ୍ଥିତି ଓ ଲୟର ଖେଳ ଖେଳନ୍ତି।
ଏ ସଂପର୍କରେ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଭାଗବତରେ କୁହାଯାଇଛି-
“ତୁ ଏକରୂପୀ ଛିନ୍ନ ଦେହା। ଜଗମୋହିନୀ ତୋର ମାୟା।ା
ତେଣେ ଏ ସୃଷ୍ଟି ସ୍ଥିତି ଅନ୍ତ। କରୁ ତୁ ଊର୍ଣ୍ଣନାଭି ବତ।ା”

୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗ...
05/02/2024

୫୫ ନମ୍ବର ଜାତୀୟ ରାଜପଥ ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ନୂଆପଡ଼ା ଛକରେ ଶିବମ୍ ନାମକ ଏକ ଘରୋଇ ବସ୍ ଓଲଟିଛି। କଣ୍ଡକ୍ଟରଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିବା ଜଣାଯାଇଛି। ସମସ୍ତ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଥିବା କୁହାଯାଇଛି।
ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ହୀରାକୁଦ ଆସୁଥିବା ଶିବମ୍ ନାମକ ଏକ ଘରୋଇ ବସ୍ (ଓଡି୧୫-ସି୩୧୫୫) ଭୋର ୪ଟା ୪୫ ମିନିଟ୍ ସମୟରେ ଚାରମାଳ ଥାନା ନୂଆପଡ଼ା ଛକରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡ଼ିଥିଲା। ଏଥିରେ କଣ୍ଡକ୍ଟର ରାଜ କୁମାର ମହାନ୍ତିଙ୍କ ସମେତ ୮ ଯାତ୍ରୀ ଗରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନା ଓ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟ ଗୁରୁତର ବ୍ୟକ୍ତିମାନେ ହେଲେ ଯାଜପୁରର ନରେନ୍ଦ୍ର ନାଥ ଶର୍ମା (୬୦) ଓ ତାଙ୍କ ପତ୍ନୀ ତିରନାଥ ଶର୍ମା (୫୦), କଟକ ଖୁଣ୍ଟୁଣୀ ଅଞ୍ଚଳର ମିତ୍ରଭାନୁ ରାଉତ(୨୬), ସମ୍ବଲପୁରର ଅନ୍ନପୂର୍ଣ୍ଣା ବାରିକ, ସୁବୁଦ୍ଧି ବାରିକ, ଆନନ୍ଦପୁରର ପ୍ରଶାନ୍ତ ଦାସ(୫୦) ଏବଂ ଭଦ୍ରକର ବାଦଲ ରାଉତ(୫୮)।

ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ଷଷ୍ଠ ବାଟାଲିୟନ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନ...
05/02/2024

ତିନି ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତା ଆଜି ଅପରାହ୍ନରେ ଷଷ୍ଠ ବାଟାଲିୟନ ପରିସରରେ ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ ରାଜ୍ୟ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ସ୍ବରାଷ୍ଟ୍ର, ଇଲେକଟ୍ରୋନିକ ଏବଂ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକ ବର୍ଣ୍ଣାଢ୍ୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ ଯେ,ପୁଲିସ ବିଭାଗରେ ଅଧିକାରୀ ଏବଂ କର୍ମଚାରୀଙ୍କୁ ଉତ୍ସାହିତ କରିବାକୁ ବୃତ୍ତିଗତ ପ୍ରତିଯୋଗିତା ଆୟୋଜିତ ହୋଇଛି । ଏହି ପ୍ରତିଯୋଗିତା ଦ୍ଵାରା ବିଭିନ୍ନ ଅପରାଧିକ ମାମଲା ଗୁଡିକରେ ବୈଜ୍ଞାନିକପଦ୍ଧତିର ବ୍ୟବହାର କରି ପୁଲିସ ସଫଳତା ଆଣିବ ବୋଲି ଆଶାପ୍ରକଟ କରିଥିଲେ । ଏହା ପୁଲିସର ଆତ୍ମବିଶ୍ବାସ ବୃଦ୍ଧି କରିବା ସହିତ ଜନସାଧାରଣଙ୍କ ଦ୍ଵାରା ଆଦୃତ ଏବଂ ପ୍ରଶଂସାର ପାତ୍ର ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ପୁଲିସ ବିଭାଗର ଆଧୁନୀକିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏତଦବ୍ୟତୀତ ୫-ଟି ପରିପ୍ରେକ୍ଷୀରେ ବୈଷୟିକ ବିଜ୍ଞାନକୁ ପ୍ରାଥମିକତା ପ୍ରଦାନ କରାଯାଉଛି ଏବଂ ନୂତନ ଭାବେ ଲାଗୁ ହୋଇଥିବା କ୍ରିମିନାଲ ଆଇନ ନିମନ୍ତେ ଏହାର ପ୍ରୟୋଗ ଭଲ ଭାବେ ପ୍ରସ୍ତୁତ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ଆଗାମୀ ଦିନରେ ରାଜ୍ୟ ପୁଲିସ ଅଧିକ ଲୋକାଭିମୁଖୀ ହୋଇ ରାଜ୍ୟବାସୀଙ୍କୁ ନ୍ୟାୟ ଦେବା କ୍ଷେତ୍ରରେ ଭଲଭାବେ କାମ କରିବ ବୋଲି ସେ ଆଶା ପ୍ରକଟ କରିଥିଲେ । ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପୁଲିସ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନେ ସର୍ବୋତ୍ତମ ବୃତ୍ତିଗତ ସେବା ପ୍ରଦାନ କରିବାକୁ ମନ୍ତ୍ରୀ ଶ୍ରୀ ବେହେରା ଆହ୍ଵାନ ଦେଇଥିଲେ । ଏହା ସହ ଉତ୍ତରପ୍ରଦେଶ ଲକ୍ଷ୍ନୌ ଠାରେ ଆୟୋଜିତ ହେବାକୁ ଥିବା ସର୍ବଭାରତୀୟ ପୋଲିସ ବୃତ୍ତିଗତ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା ଓଡିଶା ପୋଲିସର ଟିମକୁ ଶୁଭେଚ୍ଛା ଜଣାଇଥିଲେ ।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ ନିଜ ବକ୍ତବ୍ୟରେ ବୃତ୍ତିଗତ ଦକ୍ଷତାର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବୃତ୍ତିଗତ ଦକ୍ଷତାକୁ ଉଚ୍ଚକୋଟିର କରିବାକୁ ହେଲେ ମନୋଭାବରେ ପରିବର୍ତ୍ତନ, ଜ୍ଞାନ ଆରୋହଣ କରିବା ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ଏହାସହ ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତେଜସ୍ଵୀ, ବେଗମାନ, ଚଳମାନ ଏବଂ ଯଶ୍ଵସୀ ହେବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
କ୍ରାଇମବ୍ରାଞ୍ଚର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରା ଧନ୍ୟବାଦ ଅର୍ପଣ କରିଥିଲେ । ଆଇ.ଜି. (କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦ କେ ଉପସ୍ଥିତ ଥିଲେ । ଶେଷରେ ବୃତ୍ତିଗତ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଟ୍ରଫି ପ୍ରଦାନ କରିଥିଲେ । ଏହି ଉଦଯାପନୀ ଉତ୍ସବରେ ବହୁ ବରିଷ୍ଠ ପୋଲିସ ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସଦର ଥାନା ପୋଲିସ ୨୦୧୮ ଜାନୁଆରୀ ୪ ତାରିଖରେ ଗୋପାଳପୁର ଅଞ୍ଚଳରେ କରିଥିବା  #ଏନ୍‌କାଉଣ୍ଟର ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲାର ବିଭିନ୍ନ...
04/02/2024

ସଦର ଥାନା ପୋଲିସ ୨୦୧୮ ଜାନୁଆରୀ ୪ ତାରିଖରେ ଗୋପାଳପୁର ଅଞ୍ଚଳରେ କରିଥିବା #ଏନ୍‌କାଉଣ୍ଟର ମାମଲାରେ ରାୟ ପ୍ରକାଶ ପାଇଛି। କଟକ ଜିଲାର ବିଭିନ୍ନ ସ୍ଥାନରେ ଆପରାଧିକ ସାମ୍ରାଜ୍ୟ ବିସ୍ତାର କରିଥିବା ଅପରାଧୀ ବୁଦ୍ଧିଆ ଓରଫ #ତ୍ରିଲୋଚନ ନାୟକଙ୍କୁ କଟକ ଜିଲା ଅତିରିକ୍ତ ସେସନ ଜଜ୍‌ ଦୋଷୀ ସାବ୍ୟସ୍ତ କରି ୭ବର୍ଷ #କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ଅଭିଯୁକ୍ତ ବୁଦ୍ଧିଆ ଉପରେ ଅଦାଲତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଆଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ନୟାଗଡ଼ ଜିଲା ଶରଣକୂଳ ଥାନା ଅଞ୍ଚଳର ତ୍ରିଲୋଚନ ନାୟକ କଟକ ସହର ସମେତ ବିଭିନ୍ନ ସ୍ଥାନରେ ଆପରାଧିକ କାର୍ଯ୍ୟକଳାପ ଚଳାଇଥିଲେ। ସେ କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳରେ ସଂଘବଦ୍ଧ ଅପରାଧ ଘଟାଇବା ପାଇଁ ଯୋଜନା କରିଥିବା ବେଳେ ପୋଲିସ ଏନ୍‌କାଉଣ୍ଟରରେ ଧରାପଡ଼ିଥିଲେ। ବୁଦ୍ଧିଆ ଓ ସହଯୋଗୀମାନେ ପୋଲିସବାହିନୀ ଉପରକୁ ଆଖିବୁଜା ଗୁଳି ଚଳାଇବାରୁ ସଦର ଥାନାର ତତ୍କାଳୀନ ସବ୍‌ଇନ୍ସପେକ୍ଟର କୃପାସିନ୍ଧୁ ବରାଡ଼ ପୋଲିସବାହିନୀ ସହ ଆତ୍ମରକ୍ଷା ପାଇଁ ବୁଦ୍ଧିଆଙ୍କୁ ଗୁଳି ଚଳାଇଥିଲେ। ବୁଦ୍ଧିଆଙ୍କ ଡାହାଣ ଗୋଡ଼ରେ ଗୁଳି ବାଜି ଆହତ ହେବା ପରେ ଚିକିତ୍ସା ନିମନ୍ତେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେ ସୁସ୍ଥ ହେବା ପରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବୁଦ୍ଧିଆଙ୍କ ନାମରେ କଟକ ସମେତ ବିଭିନ୍ନ ଜିଲାରେ ବହୁ ଆପରାଧିକ ମାମଲା ରହିଥିଲା। ପୋଲିସ ବୁଦ୍ଧିଆଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିବା ପରେ ଅତିରିକ୍ତ ସେସନ ଜଜ୍‌ କୋର୍ଟରେ ମାମଲାର ବିଚାର ହୋଇଥିଲା। ୧୬ଜଣ ସାକ୍ଷୀ ଓ ୧୦ଟି ପ୍ରମାଣକୁ ଆଧାର କରି ଅଦାଲତ ରାୟ ଶୁଣାଇଥିଲେ। ସରକାରଙ୍କ ପକ୍ଷରୁ ଆଇନଜୀବୀ ରାମ ପ୍ରସାଦ ଦାଶ ମାମଲା ପରିଚାଳନା କରୁଥିଲେ।

03/02/2024

ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ
🇮🇳🇮🇳🇮🇳🇮🇳🇮🇳🇮🇳🇮🇳

ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ମୋଦୀ ସରକାର ୨.୦ର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପ...
01/02/2024

ନିର୍ବାଚନ ପୂର୍ବରୁ ନୂଆ ସଂସଦ ଭବନରେ ମୋଦୀ ସରକାର ୨.୦ର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ନିର୍ମଳା ସୀତାରମଣ ନିଜ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଛନ୍ତି । ଏହା ଅନ୍ତରୀଣ ବଜେଟ, ହେଲେ ସାଧାରଣ ଲୋକ ଏହି ବଜେଟ ଉପରେ ଅଧିକ ଆଶା ରଖିଥିଲେ । ମହିଳା, ଯୁବକ ଓ ଚାଷୀଙ୍କ ଉପରେ ଏହି ବଜେଟ ଅଧିକ ଗୁରୁତ୍ୱ ଦେଇଛି । ୫୭ ମିନିଟରେ ଅର୍ଥମନ୍ତ୍ରୀ ଦେଶର ଅର୍ଥ ବ୍ୟବସ୍ଥାକୁ ଜନତାଙ୍କ ସାମ୍ନାରେ ରଖିଥିଲେ ।

ତେବେ ଏହି ଅନ୍ତରୀଣ ବଜେଟରେ କଣ ମୁଖ୍ୟ ଜିନିଷ ରହିଥିଲା ଆସନ୍ତୁ ତାହାର ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ଉପରେ ନଜର ପକାଇବା ।
ଆୟକର
ବଜେଟରେ ଆୟକର ଛାଡ ସୀମା ଅପରିବର୍ତ୍ତିତ
ନୂଆ ବ୍ୟବସ୍ଥାରେ ୭ ଲକ୍ଷ ଯାଏଁ ନାହିଁ ଆୟକର
ଟିକସ ରିହାତି ପାଇଁ ଜୁଲାଇ ଯାଏଁ ଅପେକ୍ଷା କରିବାକୁ ପଡିବ
ଜୁଲାଇରେ ପୂର୍ଣ୍ଣାଙ୍ଗ ବଜେଟ ବେଳେ ମିଳିପାରେ ଟିକସ ରିହାତି
ଡାଇରେକ୍ଟ ଓ ଡାଇରେକ୍ଟ ଟ୍ୟାକ୍ସ ଅପରିବର୍ତ୍ତିତ

ପର୍ଯ୍ୟଟନ
ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟଗୁଡିକୁ ବିନା ସୁଧରେ ଦିଆଯିବ ଋଣ
ଲକ୍ଷାଦୀପ ପର୍ଯ୍ୟଟନର ଉନ୍ନତୀକରଣ ପାଇଁ ଋଣ ପ୍ରଦାନ କରାଯିବ
ବର୍ଦ୍ଧିତ ଲୋକ ସଂଖ୍ୟା ଆବଶ୍ୟକତାକୁ ପୂରଣ କରିପାରିବ କାର୍ଯ୍ୟକାରୀ ହୋଇଥିବା ଅର୍ଥବ୍ୟବସ୍ଥା

ରେଳ
ଆରମ୍ଭ ହେବ ୩ଟି ରେଳ କରିଡର
ବନ୍ଦେ ଭାରତ ପାଇଁ ନିର୍ମାଣ ହେବ ୪୦ ହଜାର ବଗି
ରେଲୱେକୁ ସମୁଦ୍ର ମାର୍ଗରେ ଯୋଡିହାକୁ ଯୋଜନା

ସ୍ୱାସ୍ଥ୍ୟ
ଆୟୁଷ୍ମାନଭାରତରେ ସାମିଲ ହେବେ ସବୁ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ
ସର୍ଭିକାଲ କ୍ୟାନ୍ସର ପାଇଁ ୯ରୁ ୧୪ ବର୍ଷ ବାଳିକାଙ୍କର ହେବ ମାଗଣା ଟିକାକରଣ
ସବୁ ଜିଲ୍ଲାରେ ହସ୍ପିଟାଲ ନିର୍ମାଣ କରିବା ରହିଛି ସରକାରଙ୍କ ଲକ୍ଷ୍ୟ

ଗୃହ ନିର୍ମାଣ
ମଧ୍ୟବିତ୍ତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା
ପିଏମ ଆୱାସ ଯୋଜନାରେ ନିର୍ମାଣ ହେବ ୨ କୋଟି ଘର
ପୂର୍ବରୁ ଶେଷ ହୋଇଛି ୩ କୋଟି ଘର ନିର୍ମାଣ

କୃଷି
କୃଷିକୁ ପ୍ରୋତ୍ସାହିତ କରିବା ପାଇଁ କୃଷି କ୍ଷେତ୍ରରେ ଉଭୟ ଘରୋଇ ଏବଂ ସରକାରୀ ନିବେଶ କରାଯିବ
ଦୁଗ୍ଧ ଉତ୍ପାଦନରେ ମିିଳିବ ପ୍ରତ୍ସାହନ
ପିଏମ ଫସଲ ବୀମା ଯୋଜନା ମାଧ୍ୟମରେ ୪ କୋଟି କୃଷକଙ୍କୁ ମିଳିବ ଋଣ
ପିଏମ ମତ୍ସ୍ୟ ସମ୍ପଦ ଯୋଜନାକୁ ପ୍ରୋତ୍ସାହନ

ଶିକ୍ଷା
ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି
୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ୭ଟି ଆଇଆଇଏନ ପ୍ରତିଷ୍ଠା ହୋଇଛି
୧୩ଟି ଏମଏସ ଓ ୩୯୦ଟି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି

ବିକଶିତ ହେବ ଭାରତ
୨୦୪୭ ସୁଦ୍ଧା ଭାରତକୁ ବିକଶିତ ଦେଶ କରିବା ଲକ୍ଷ୍ୟ
ଗରିବ, ମହିଳା, କୃଷକ ଓ ଯୁବପିଢିଙ୍କ ଉପରେ ଦିଆଯିବ ଗୁରୁତ୍ୱ
ଗରିବ କଲ୍ୟାଣ ଦେଶର କଲ୍ୟାଣ
୨୫ କୋଟି ଲୋକଙ୍କ ଦାରିଦ୍ୟ ଦୂର ହୋଇଛି
ସମସ୍ତଙ୍କୁ ଶସକ୍ତ କରିବାର ପ୍ରୟାସ ଜାରି ରହିଛି
୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି
୧ କୋଟ ଘରକୁ ୩ ଶହ ୟୁନିଟ ବିଜୁଳି ଯୋଗାଣ ଯୋଜନା
ରୁଫ୍ ଟଫ୍ ସୋଲାର ସିଷ୍ଟମ ଜରିଆରେ ହେବ ବିଜୁଳି ଯୋଗାଣ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଗୁରୁବାର ଅନ୍ତରୀଣ ବଜେଟ୍‌‌ ୨୦୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌‌ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅ...
01/02/2024

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଗୁରୁବାର ଅନ୍ତରୀଣ ବଜେଟ୍‌‌ ୨୦୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌‌ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ କହିଛନ୍ତି, ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯାଇଛି। ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୮୩ ଲକ୍ଷ ଏସ୍‌‌ଏଚ୍‌‌ଜିରେ ଏବେ ୯ କୋଟି ମହିଳା ସାମିଲ ହୋଇଛନ୍ତି। ଏ ଯାବତ୍‌‌ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇ ସାରିଲେଣି। ସେମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି।

ଗ୍ରାମାଞ୍ଚଳରେ ନିର୍ମାଣ ହେବ ୫ କୋଟି ଘର । ୧କୋଟି ପରିବାରକୁ ମାସକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।
01/02/2024

ଗ୍ରାମାଞ୍ଚଳରେ ନିର୍ମାଣ ହେବ ୫ କୋଟି ଘର । ୧କୋଟି ପରିବାରକୁ ମାସକୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଜୁଳି ।

 #ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବି...
31/01/2024

#ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ଏବଂ କାର୍ଯ୍ୟରେ ଖିଲାପ ଓ ଗୁରୁତର ଅସଦାଚରଣ ଅଭିଯୋଗରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର #୫ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଚାକିରିରୁ #ବହିଷ୍କୃତ କରାଯାଇଛି। ବହିଷ୍କୃତ କିମ୍ବା ବାଧ୍ୟତାମୂଳକ ଅବସର ଦିଆଯାଇଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ ପୂର୍ବତନ ସହକାରୀ କୃଷି ଯନ୍ତ୍ରୀ, ଜଣେ ପୂର୍ବତନ ଉଦ୍ୟାନକୃଷିର ଉପନିର୍ଦ୍ଦେଶକ, ଜଣେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟର ଏବଂ ଦୁଇଜଣ ପୂର୍ବତନ ଚତୁର୍ଥଶ୍ରେଣୀ କର୍ମଚାରୀ ଅନ୍ତର୍ଭୁକ୍ତ। ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ସହକାରୀ କୃଷି ଯନ୍ତ୍ରୀ ଏବଂ ଗୁରୁତର ଅସଦାଚରଣ ଅଭିଯୋଗରେ ବିଭାଗୀୟ ଶୃଙ୍ଖଳା କମିଟିର ସୁପାରିସ କ୍ରମେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ସେହିପରି ପୂର୍ବତନ ଉଦ୍ୟାନକୃଷି ଉପନିର୍ଦ୍ଦେଶକଙ୍କୁ ସରକାରୀ ଅର୍ଥର ଅପବ୍ୟବହାର ଓ ଅସଦାଚରଣ ଅଭିଯୋଗରେ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ ଅସଦାଚରଣ ଓ କାର୍ଯ୍ୟରେ ଖିଲାପ ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ପୂର୍ବତନ ମୃତ୍ତିକା ସଂରକ୍ଷଣ ଓଭରସିୟରଙ୍କୁ ଆଗୁଆ ଅବସର ଦିଆଯାଇଛି।

30/01/2024

#ଗାଡି ଚଳାଉଥିବାବେଳେ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍‌: ଅଳ୍ପକେ ବର୍ତ୍ତିଲେ ୫୦ ପର୍ଯ୍ୟଟକ

ସେ ନିଜେ ଚାଲିଗଲେ କିନ୍ତୁ ବଞ୍ଚାଇଦେଲେ ୫୦ ଜୀବନ । କୋଲକାତାରୁ ବାଲେଶ୍ବର ପଞ୍ଚଲିଙ୍ଗେଶ୍ବରକୁ ଏକ ବସ୍‌ରେ ପର୍ଯ୍ୟଟକମାନେ ବୁଲିବାକୁ ଆସୁଥିଲେ। ପାଟପୁର ଛକ ନିକଟରେ ଗାଡି ଚଳାଉଥିବାବେଳେ ହିଁ ଡ୍ରାଇଭରଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ସେ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେ ସଙ୍ଗେ ବସକୁ ଛିଡା କରାଇଦେଇଥିଲେ। ଡ୍ରାଇଭରଙ୍କୁ ହାର୍ଟ ଆଟାକ୍‌ ହୋଇଥିବା ଜାଣି ପର୍ଯ୍ୟଟକମାନେ ଗାଡିରୁ ଓହ୍ଲାଇବା ସହିତ ସ୍ଥାନୀୟ ଲୋକଙ୍କୁ ଡାକିଥିଲେ। ୧୦୮ ଆମ୍ବୁଲାନ୍ସ ଡକାଯାଇ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲକୁ ନିଆଯାଇଥିଲା। ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ନିଜେ ସିନା ଚାଲିଗଲେ ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ସଙ୍ଗେ ସଙ୍ଗେ ଗାଡି ଅଟକାଇବାରୁ ବସଟି ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ତାସହିତ ୫୦ରୁ ଅଧିକ ପର୍ଯ୍ୟଟକ ମଧ୍ୟ ସୁରକ୍ଷିତ ଅଛନ୍ତି।

କଟକ-ଭୁବନେଶ୍ୱର ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍...
29/01/2024

କଟକ-ଭୁବନେଶ୍ୱର ଦ୍ୱୈତନଗରୀର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସଂଜୀବ ପଣ୍ଡା । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି ।୧୯୯୪ ବ୍ୟାଚର ଓଡ଼ିଆ ଆଇପିଏସ୍ ଅଧିକାରୀ ହେଉଛନ୍ତି ସଂଜୀବ ପଣ୍ଡା । ପୋଲିସ କମିଶନର ଦାୟିତ୍ୱ ନେବା ପୂର୍ବରୁ ସେ ରାଜ୍ୟ ପୋଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଏମଡି ଦାୟିତ୍ୱରେ ଥିଲେ । ପୂର୍ବରୁ ସେ ପୁରୀ ଏସ୍ପି, ଆଇଜି ପର୍ସନାଲ, ଆଇଜି ଓଏସ୍ଏପି, ଏଡିଜି କ୍ରାଇମବ୍ରାଞ୍ଚ, ପରିବହନ କମିଶନର ଆଦି ବିଭିନ୍ନ ଦାୟିତ୍ୱ ତୁଲାଇଛନ୍ତି ।

 #କାନ୍ଦିଲେ କାର୍ତ୍ତିକ ପାଣ୍ଡିଆନ ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T Charmain & Aama Odisha Naveen Odisha Chairman VK PANDIAN G...
28/01/2024

#କାନ୍ଦିଲେ କାର୍ତ୍ତିକ ପାଣ୍ଡିଆନ ଓ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T Charmain & Aama Odisha Naveen Odisha Chairman VK PANDIAN G.o.v.t Odisha

ବେଶ ଭକ୍ତିପୂର୍ଣ୍ଣ ପରିବେଷ ମଧ୍ୟରେ ଉଦଘାଟିତ ହୋଇଛି ମା ସମଲେଇ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ହରିବୋଲ ହୁଳହୁଳି ଓ ଶଙ୍ଖ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପ୍ରକଳ୍ପ ସ୍ଥାନ। ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ବୃଦ୍ଧି ପାଇଥିଲା।
ଏହି ପ୍ରକଳ୍ପ ହେଉଛି ମୁଖ୍ୟମନ୍ତ୍ରୀ ତଥା ନବୀନ ଓଡିଶା ଅଧ୍ୟକ୍ଷଙ୍କ ସ୍ବପ୍ନର ପ୍ରକଳ୍ପ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପରେ ମା ସମଲେଇ ପ୍ରକଳ୍ପ ହେଉଛି ଉଭୟଙ୍କର ଦ୍ବିତୀୟ ସ୍ବପ୍ନର ପ୍ରକଳ୍ପ। ତେବେ ଏହି ପ୍ରକଳ୍ପକୁ ନେଇ ଖୋଦ କାର୍ତ୍ତିକ ପାଣ୍ଡିଆନ କେତେ ଉତ୍ସାହିତ ଏବଂ ଖୁସି ସେହି ପ୍ରକଳ୍ପ ସ୍ଥାନରେ ତାହାର ପ୍ରମାଣ ମିଳିଥିଲା।ପ୍ରକଳ୍ପ ଫଳକ ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ ଚଉକିରେ ବସି ପୂଜିବିଧିକୁ ଅନୁଧ୍ୟାନ କରୁଥିଲେ। ସେ ଏକ ଚଉକିରେ ବସି ଥିବା ବେଳେ ପାଣ୍ଡିଆନ ତାଙ୍କ ପାଖରେ ଛିଡା ହୋଇଥିଲେ। ସେ ପୁରା ଭାବ ବିହ୍ବୋଳ ହୋଇ ଦେଖୁଥିଲେ ପ୍ରକଳ୍ପର ପୂଜାବିଧୀ। ହେଲେ କଣ ହେଲା କେଜାଣି ତାଙ୍କ ଆଖିରୁ ଖସି ଆସିଲା ଦୁଇ ଧାର ଲୁହ। ବେକରେ ଗୁଡେଇ ହୋଇଥିବା ମାଙ୍କ ଶାଢୀରେ ସେ ପୋଛିଲେ ତାଙ୍କର ଆଖିର ଲୁହ। ଏହି ଘଟଣା ହୁଏତ ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇ ନ ଥିଲା। ହେଲେ କ୍ୟାମେରାରେ ତାହା କୈଦ ହୋଇଥିଲା।

ସେ ଲୁହ ପୋଛୁଥିବାର ଦୃଶ୍ୟ ଯେଉଁ କେତେଜଣ ଦେଖିଥିଲେ ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। ସେମାନେ ଅନୁଭବ କରିଥିଲେ ଯେ, ଏହି ପ୍ରକଳ୍ପର ପୂର୍ଣ୍ଣ ରୂପରେଖ ପାଇଁ ପାଣ୍ଡିଆନଙ୍କ ପରିଶ୍ରମ କଣ ଥିଲା। ଭୋରରୁ ଶୀତ କାକର, ବର୍ଷାକୁ ଖାତିରି ନ କରି ସେ ବାରମ୍ବାର ସମ୍ବଲପୁର ଗସ୍ତ କରି ଏହି ପ୍ରକଳ୍ପର କାର୍ଯ୍ୟକୁ ସିଧା ତଦାରଖ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସେ ଏହି ପ୍ରକଳ୍ପର ସଫଳ ବିନ୍ଧାଣୀ ଭାବେ କାର୍ଯ୍ୟ କରିଥିଲେ।
ସେହି ପରିଶ୍ରମ ଯେତେବେଳେ ବାସ୍ତବ ରୂପ ନେଇଛି ସେତେବେଳେ ତାଙ୍କ ଆଖିର ଆସିଛି ଖୁସରି ଲୁହ, ଆନନ୍ଦର ଲୁହ ଆଉ ଭକ୍ତିର ଲୁହ। ସେହି ଖୁସିକୁ ସେ ଲୁଚାଇବା ପାଇଁ ଚେଷ୍ଠା କରିଥିଲେ ମଧ୍ୟ ତାହା ହୋଇ ନ ଥିଲା। କ୍ୟାମେରା ସାମାନାରେ ଆସିଲା ତାଙ୍କର ସେହି ଭକ୍ତର ଅଶ୍ରୁ।
ଓଡିଶାର ଦୁଇଟି ବଡ କାମ ଖୋଦ ପାଣ୍ଡିଆନଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବାସ୍ତବ ରୂପ ନେଇଛି। ସେ ଦୁଇଟି ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଉ ମା ସମଲେଇ ପ୍ରକଳ୍ପ। ଏହି ଦୁଇ ପ୍ରକଳ୍ପ ବାସ୍ତବ ରୂପ ନେବା ପରେ ଆଜି ସାରା ଓଡିଶାର ଲୋକେ ତାଙ୍କର ପରିଶ୍ରମକୁ ଭୂୟସୀ ପ୍ରଶଂସା କରିବାରେ ଲାଗିଛନ୍ତି।

୨୦୨୪ ପାଇଁ ସରକାର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଛନ୍ତି । ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି...
25/01/2024

୨୦୨୪ ପାଇଁ ସରକାର ପଦ୍ମଶ୍ରୀ ପୁରସ୍କାର ଘୋଷଣା କରିଛନ୍ତି । ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଗଞ୍ଜାମ ଜିଲ୍ଲାର ଭଜନ ଗାୟକ ଗୋପୀନାଥ ସ୍ୱାଇଁ । ବରଗଡର ଲୋକନୃତ୍ୟର ବିଶିଷ୍ଠ କଳାକାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ମିଳିବ ।
ଅନ୍ୟପଟେ ଦକ୍ଷିଣ ଆଣ୍ଡମାନରେ ଜୈବିକ ପଦ୍ଧତିରେ ଚାଷ ପାଇଁ କେ, ଚେଲ୍ଲାମ୍ମାଲଙ୍କୁ ପଦ୍ମଶ୍ରୀ ମିଳିବ । ପଶ୍ଚିମବଙ୍ଗ ପୁରୁଲିଆର ଗାଚ୍ ଦାଦୁଙ୍କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ପାଇଁ ପଦ୍ମଶ୍ରୀ ମିଳିବ । ପାରମ୍ପାରିକ ଧାନ ବିହନ ଉପରେ ଗବେଷଣା କରୁଥିବା କେଶରଗଡର ସତ୍ୟନାରାୟଣ ବଲେରୀଙ୍କୁ ମିଳିବ ପଦ୍ମଶ୍ରୀ । ସେହିଭଳି ଦିବ୍ୟାଙ୍ଗ ପାଇଁ କାମ କରୁଥିବା ସିରସାର ଗୁରୁସିଂଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯିବ ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିପିଏମ୍ । ଭିଜିଲାନ୍ସ ଜାଲରେ ବିଶୋଇ ବ୍ଲକରେ ଥିବା ବିପିଏମ୍ ଲକ୍ଷ୍ମଣ ବିଶ୍ୱାଳ ଓ କୋଅର୍ଡିନେଟର ପ୍...
24/01/2024

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିପିଏମ୍ । ଭିଜିଲାନ୍ସ ଜାଲରେ ବିଶୋଇ ବ୍ଲକରେ ଥିବା ବିପିଏମ୍ ଲକ୍ଷ୍ମଣ ବିଶ୍ୱାଳ ଓ କୋଅର୍ଡିନେଟର ପ୍ରଦ୍ୟୁକ୍ତି ରଞ୍ଜନ ଭୂୟାଁ । ଚାକିରି କରାଇବା ପାଇଁ ଜଣେ ମହିଳାଙ୍କ ଠାରୁ ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।

ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ୩  ଜଣଙ୍କ ଜୀବନ ଚାଲି ଯାଇଛି। ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ୪୯ ନମ୍ବର ଜାତୀୟ ରାଜପଥ...
24/01/2024

ଘାଟିରେ ଯାତ୍ରାପାର୍ଟି ଟ୍ରକ ଓଲଟି ୩ ଜଣଙ୍କ ଜୀବନ ଚାଲି ଯାଇଛି। ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ୪୯ ନମ୍ବର ଜାତୀୟ ରାଜପଥରେ ବୁଧବାର ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉକ୍ତ ଯାତ୍ରାପାର୍ଟିଟି ଧଉଳି ଯାତ୍ରାପାର୍ଟିର ଟ୍ରକ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। ଟ୍ରକଟି ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲା। ଗାଡିରେ ଲାଇଟ୍‌‌ ସରଞ୍ଜାମ ନେଇ କର୍ମଚାରୀମାନେ ଯାଉଥିଲେ।

Address


Website

Alerts

Be the first to know and let us send you an email when Gaonru Sahar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

  • Address
  • Alerts
  • Claim ownership or report listing
  • Want your business to be the top-listed Media Company?

Share