ପ୍ରବାସୀ ଭାରତୀୟ ଦିବସ ଉପଲକ୍ଷେ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ପହଁଚିଲେ
ପ୍ରଖ୍ୟାତ ସମାଜସେବୀ ସ୍ବର୍ଗତ ରାମବିଳାସ ଶର୍ମାଙ୍କ ୪ର୍ଥ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
କଟକ ବେଲଭିଉ ଛକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ବ୍ରୋଞ୍ଜ ପ୍ରତିମୂର୍ତ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଅନାବରଣ
ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ କେନ୍ଦ୍ରୀୟ ରାମଲୀଲା ପ୍ରଚାର ସମିତି ତରଫରୁ ବିଡାନାସୀ ଚହଟେଶ୍ୱର ମନ୍ଦିରରେ ସଂକ୍ରାନ୍ତି କାର୍ଯ୍ୟକ୍ରମ |
କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ଓଡ଼ିଶା ମାଷ୍ଟରସ୍-୨୦୨୪ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ
(Odisha Masters 2024 BWF Super 100 Tournament) ଆଜି ଠାରୁ ଆରମ୍ଭ ହୋଇଛି । ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟା ୬ ଘଟିକା ଏହି ସମୟରେ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମୁଖ୍ୟଅତିଥୁ ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ ।
କଟକ ରେଳ ଷ୍ଟେସନର ଦ୍ଵିତୀୟ ନୂତନ ପ୍ରବେଶ ପ୍ରଥ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଉଦଘାଟିତ..
କଟକ ବାଲିଯାତ୍ରାରେ ପ୍ରବଳ ଗହଳି...ସଦଧାନ ରହି ବୁଲିବାକୁ ଅନୁରୋଧ....
ଶିଶୁ ଦିବସ ଅବସରରେ କଟକ ଟିନସେଲ ଗାର୍ଡେନ ଇଂଲିଶ ମିଡିୟମ ସ୍କୁଲ ତରଫରୁ ଟାଉନ ହଲ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ |
ଏବର୍ଷ ବାଲିଯାତ୍ରା କଟକ ଇନ କଟକରେ.ଦେଖିବାକୁ ପାଇବେ ଓଡ଼ିଆ ସିନେମା ଇତିହାସ ବିଷୟରେ....କଟକ ଇନ୍ କଟକରେ ପ୍ରଦର୍ଶିତ ହେବ ୮ ଓଡ଼ିଆ ଚଳଚ୍ଚିତ୍ର............
କଟକ ଇନ୍ କଟକରେ ଓଡିଆ ଅସ୍ମିତାକୁ ନେଇ ନିର୍ମାଣ କରାଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ସମ୍ପର୍କିତ ସ୍ୱତନ୍ତ୍ର ପାଭିଲିଅନ୍ରେ ଏକ ମିନି ଥିଏଟର ସ୍ଥାନ ପାଇଛି । ଏହି ଥିଏଟରରେ ବିଭିନ୍ନ ଦିନରେ ୮ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଏହି ଚଳଚ୍ଚିତ୍ର ଗୁଡିକ ହେଲା କାବେରୀ, ଆରତୀ, ତୁଣ୍ଡ ବାଇଦ, ଗାରେ ସିନ୍ଦୁର ଧାରେ ଲୁହ, କନ୍ୟାଦାନ, ମଲାଜହ୍ନ, ସଂସାର ଏବଂ ଖଇରୀ (ବୃତଚିତ୍ର) । ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ଶୋ’ରେ ଚଳଚ୍ଚିତ୍ର ପ୍ରଦର୍ଶିତ କରିବାକୁ ସ୍ଥିର ହୋଇଛି ।
କଟକ ଯାଉଁଳିଆ ପଟି ଅଞ୍ଚଳରେ ତାର ଜଙ୍ଗଲ
କଟକ ଚୌଧୁରୀ ବଜାର ଯାଉଁଳିଆ ପଟି ଗଳିରେ ବିଭିନ୍ନ କମ୍ପାନୀ ଯଥା ଜିଓ, ଐରଟେଲ, ଭୋଡାଫୋନ, ଟିଭି, ଅନ୍ୟ ଇଣ୍ଟରନେଟ ଭଳି ସଂସ୍ଥା ମାନେ ମନ ଇଛା ତାର ଟାଣି ରାସ୍ତା ଏବଂ ବିଦୂତ ଖୁଣ୍ଟକୁ ଏକ ତାର ଜଙ୍ଗଲରେ ପରିଣିତ କରିସାରିଲେଣି | ଏହାଦ୍ୱାରା ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ଅନେକ ଯାତ୍ରୀ ଦୁର୍ଘଟଣାର ଶିକାର ହୋଇ ଡାକ୍ତର ଖାନାକୁ ଯାଇସାରିଲେଣି | ସ୍ଥାନୀୟ ବାସିନ୍ଦା ଅନେକ ସମୟରେ ତାରକୁ ରାସ୍ତାରୁ ଉଠାଇ କଡ଼ରେ ରଖନ୍ତି କିନ୍ତୁ ପୁଣି ତାହା ରାସ୍ତାକୁ ଖସିପଡ଼େ |ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ଫଳ ଶୂନ | ସୂଚନା ଥାଉ କି କଟକ ସହରର ଗଣେଶ ଭସାଣି, ଦୁର୍ଗା ଭସାଣି ଓ କାଳୀ ଭସାଣି ଏହି ରାସ୍ତା ଦେଇ ହୁଏ ଏହି ସମୟ ରେ ନାମକୁ ମାତ୍ର ତାର ସବୁ ସାଇଡ କରନ୍ତି କିନ୍ତୁ ମେଢ଼ ସବୁ ଗଲାବେଳେ ଅନେକ ତାର ଛିଡି ରାସ୍ତାରେ ପଡେ ଯାହାଦ୍ୱାରା ଅନେକ ଦୁର୍ଘଟଣା ଘଟେ |ସ୍ଥାନୀୟ ବାସିନ୍ଦା ଅଭିଯୋଗ କଲେ ବିଭିନ୍ନ କମ୍ପାନୀର ତାର ଥିବାରୁ କେହି ନିଜ ଦୋଷ ନଦେଇ ଅନ୍ୟ ଦୋଷ ଦେଉଛନ୍ତି ଯାହା
ଭାରତୀୟ ରେଲ୍ ମାଲଗୋଦାମ ଶ୍ରମିକସଂଘ ସହ ସରକାରଙ୍କ ବୈଠକ |
ଗୋଦାମର ଶ୍ରମିକ ଓ କର୍ମଚାରୀ ମାନେ ପାଇବେ ସମସ୍ତ ସରକାରୀ ସୁବିଧା
କଟକ ଭାରତୀୟ ରେଲ୍ ମାଲଗୋଦାମରେ କାର୍ଯ୍ୟକରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଓ କର୍ମଚାରୀ ମାନଙ୍କ ପାଇଁ ସଂଘ ପକ୍ଷରୁ ଦୀର୍ଘ ୨୬ ବର୍ଷ ଲଢେଇ ପରେ ଆଜି
ଶ୍ରମିକ ଭାଇମାନଙ୍କର ଦାବୀକୁ କେନ୍ଦ୍ର ସରକାର ମାନି ନେଇଛନ୍ତି । ଶ୍ରମିକ ଓ କର୍ମଚାରୀମାନେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସରକାରୀ ସୁବିଧା
ପାଇବେ ବୋଲି ନିଷ୍ପତି ନିଆଯାଇଛି । ଅକ୍ଟୋବର ୯ ତାରିଖରେ କେନ୍ଦ୍ରସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ପରିସରରେ ତ୍ରୀପାକ୍ଷୀକ ବୈଠକ ବସିଥିଲା । ଏହି ବୈଠକରେ ସଂଘର ଜାତୀୟ ମହାମନ୍ତ୍ରୀ ଅରୁଣ କୁମାର ପାସାନଙ୍କ ନେତୃତ୍ବରେ ଜାତୀୟ ପ୍ରଭାରୀ ମନୋରଂଜନ ପାସାନ ଓ ଅନ୍ୟ ଅଧିକାରୀ ମାନେ ବୈଠକରେ
ଭାଗନେଇ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ସେହିଭଳି ଶ୍ରମବିଭାଗ ପକ୍ଷରୁ କେନ୍ଦ୍ର ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟଙ୍କ ନେତୃତ୍ବରେ ଅଧିକାରୀ ମାନେ ଯୋଗଦେଇ
ଆଲୋଚନାରେ ଭାଗନେଇଥିଲେ । ଏ
ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସରେ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ତରଫରୁ କଟକ ଟାଉନ ହଲ ଠାରେ ଓଡିଶା ହିନ୍ଦୁସେନା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ |